ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ଦେବର୍ତ୍ତା, ଋତ୍ବିକ, ଏବଂ ଜୟନ୍ତଙ୍କ ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥାର ପରିବର୍ତ୍ତନରେ ଭାଗିଦାରୀ
ସେଆର କରନ୍ତୁ

ଦେବର୍ତ୍ତା, ଋତ୍ବିକ, ଏବଂ ଜୟନ୍ତଙ୍କ ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥାର ପରିବର୍ତ୍ତନରେ ଭାଗିଦାରୀ

ଆମର ବିଶ୍ବକୁ କୌଣସି ରକ୍ତ ଶୋଷକ ପିଶାଚ ଠାରୁ ବିପଦ ନାହିଁ ବରଂ ମାନବ ସମାଜ ବ୍ୟବହାର କରୁଥିବା ବସ୍ତୁର ବର୍ଜ୍ୟବସ୍ତୁ ଠାରୁ ବହୁ ବିପଦ ରହିଛି। ଯାହା ଉଦବେଗର ପ୍ରସଙ୍ଗ।

ବର୍ଜ୍ୟବସ୍ତୁର ବିପଦ

ଭଲର କୌଣସି ଅର୍ଥ ନାହିଁ ଯଦି ଯାହା କରିବାକୁ ଅଛି କରାଯାଇନି ଏବଂ ଯେତେବେଳେଳେ ଦରକାର ଅଛି, ତାହା କାମରେ ଲାଗିପାରିନି- ସଂଯୁକ୍ତ ଆମେରିକାର ଭାମ୍ପୟାର ଆପୋକାଲିପ୍ସ ସୋ ଦି ଷ୍ଟ୍ରେନରେ ଏହାକୁ ଆବ୍ରାହାମ ସେଟ୍ରାକିଆନ୍ କହିଥିଲେ। ଆମର ବିଶ୍ବକୁ କୌଣସି ରକ୍ତ ଶୋଷକ ପିଶାଚ ଠାରୁ ବିପଦ ନାହିଁ ବରଂ ମାନବ ସମାଜ ବ୍ୟବହାର କରୁଥିବା ବସ୍ତୁର ବର୍ଜ୍ୟବସ୍ତୁ ଠାରୁ ବହୁ ବିପଦ ରହିଛି। ଯାହା ଉଦବେଗର ପ୍ରସଙ୍ଗ।

ଯେତେବେଳେ ଦେବର୍ତ୍ତା ବାନାର୍ଜୀ, ଜୟନ୍ତ ନଟରାଜୁ ଏବଂ ଋତ୍ବିକ ରାଓ ଭାରତରେ ବର୍ଜ୍ୟବସ୍ତୁକୁ ଯେଭଳି ବ୍ୟବହାର କରାଯାଉଛି, ତାକୁ ବଦଳାଇବାକୁ ଆଗେଇ ଆସିଲେ, ସେମାନଙ୍କୁ ହତାଦର ଏବଂ ଅଣଦେଖା ଭଳି ପ୍ରସଙ୍ଗ ସହ ଯୁଦ୍ଧ କରିବା ଭଳି ସ୍ଥିତିର ସାମନା କରିବାକୁ ପଡ଼ିଥିଲା। ଇଂଜିନିୟରିଂରେ ସ୍ନାତକ, ଏବଂ ସୋସିଆଲ ଏଣ୍ଟରପ୍ରେନିଓରସିପରେ ସ୍ନାତକୋତ୍ତରରେ ଶିକ୍ଷାଲାଭ ପରେ ସହରାଞ୍ଚଳରେ ବର୍ଜ୍ୟବସ୍ତୁର ପରିଚାଳନା ପାଇଁ ଏମାନେ ମୁମ୍ବାଇରେ ସ୍ଥାପନା କଲେ ସଂପୁର୍ଣ୍ଣ ଆର୍ଥ। ପ୍ରଥମେ ତାଙ୍କ ନିଜ ଅଞ୍ଚଳର ଲୋକମାନେ ଏହାକୁ ଆପଣେଇବାକୁ ଅନିଚ୍ଛୁକ ଥିଲେ ବୋଲି ଜଣେ ଉପଭୋକ୍ତା ବିଜୟା ଶ୍ରୀନିବାସନ ପ୍ରକାଶ କରିଛନ୍ତି। 2ଟି ପୃଥକ ବ୍ୟାଗ ଏବଂ ସେଥିରୁ ଖାଦ୍ୟର ଅବଶିଷ୍ଟାଶଂକୁ ଅଲଗା କରିବା ଭଳି ଜଟିଳ ପ୍ରକ୍ରିୟାକୁ ଆପଣେଇବାକୁ କେହି ପ୍ରସ୍ତୁତ ନଥିଲେ। ହେଲେ ଛଅମାସର କଠିନ ଅଭିଯାନ ପରେ ସେମାନେ ଏଥିରେ ସଫଳ ହେବା ଲକ୍ଷ୍ୟ କରିଲେ।

ବର୍ଜ୍ୟବସ୍ତୁର ବ୍ୟବହାରରେ ପରିବର୍ତ୍ତନ

ଯଦିଓ ବର୍ଜ୍ୟବସ୍ତୁର ବ୍ୟବହାରରେ ପରିବର୍ତ୍ତନ ପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଏକ କଷ୍ଟକର ବ୍ୟାପାର ଥିଲା, ଏହି ସାମାନ୍ୟ ପରିବର୍ତ୍ତନ ସେମାନଙ୍କ ମନରେ ବ୍ୟାପକ ଆଶାର ସଂଚାର କରିଥିଲା। ଆଉଟ୍ ଅଫ୍ ସାଇଟ୍, ଆଉଟ୍ ଅପ୍ ମାଇଣ୍ଡ ଏବଂ ନଟ୍ ଇନ୍ ମାଇଁ ବ୍ୟାକୟାର୍ଡର ସ୍ଲୋଗାନ ମୁଖ୍ୟ କୌଶଳ ଥିଲା। ଏହି କାରଣରୁ ଆମର ସବୁ ସମାଧାନର ବିକେନ୍ଦ୍ରୀକରଣ ଘଟିବା ସହ ବର୍ଜ୍ୟବସ୍ତୁ ପରିଚାଳନା ଦିଗକୁ ଗୁରୁତ୍ବ ଦେଇ ବର୍ଜ୍ୟବସ୍ତୁକୁ ଅଲଗା କରିବା ଉପରେ ଜୋର ଦେବା ଆରମ୍ଭ କଲେ। ବର୍ଜ୍ୟବସ୍ତୁର ବିଭିନ୍ନ ଦିଗକୁ ଦେଖି ଏହାକୁ ନଷ୍ଟ କରିବା ଉପରେ ଲୋକମାନେ ସଚେତନ ହେବା ଆମକୁ ଆନନ୍ଦ ଦେଇଥିଲେ ବୋଲି ସଂସ୍ଥାର ସହ-ସଂସ୍ଥାପକ ଏବଂ ନିର୍ଦ୍ଦେଶକ ଦେବର୍ତ୍ତା ବାନାର୍ଜୀ କହିଛନ୍ତି।

ଭାରତରେ ପ୍ରତିଦିନ ଏକନିୟୁତ ମେଟ୍ରିକ ଟନର ବର୍ଜ୍ୟବସ୍ତୁ ବାହାରିଥାଏ। ଏହାର ପରିଚାଳନା ପାଇଁ 90ପ୍ରତିଶତ ଅଂଶ ଅବ୍ୟବସ୍ଥିତ। ସେହିପରି ବ୍ୟାକ୍ଟେରିଆ ଦ୍ବାରା ବିଘଟିତ ହୋଇପାରୁଥିବା ବର୍ଜ୍ୟବସ୍ତୁ ବହୁ ପରିମାଣର ବିପଦପୁର୍ଣ୍ଣ ମିଥାଇନ୍ ଗ୍ୟାସ ଉତ୍ପାଦନ କରିଥାଏ। ତେବେ ଭାରତରେ ଏହାର ଆଉ ଗୋଟିଏ ଖରାପ ଦିଗ ଦେଖିବାକୁ ମିଳେ ଯାହା ହେଉଛି ବର୍ଜ୍ୟବସ୍ତୁ ଉଠାଉଥିବା ଲୋକଙ୍କ କ୍ଷେତ୍ରରେ। ଏକ ସୁସ୍ଥ ସମାଜ ଗଠନରେ ଯଦିଓ ସେମାନଙ୍କ ଭୂମିକା ଜରୁରୀ ଏବଂ ଗୁରୁତ୍ବପୁର୍ଣ୍ଣ, ସେମାନଙ୍କୁ ସମାଜରୁ ପ୍ରତିଦିନ ଲାଞ୍ଛନା ଏବଂ ଅପମାନ ମିଳିଥାଏ।

ସଂପୁର୍ଣ୍ଣ ଆର୍ଥ ସେମାନଙ୍କୁ କାମ ଦେବା ସହ ସମ୍ମାନ ମଧ୍ୟ ଦେଇଥାଏ। ପୂର୍ବରୁ ସେମାନଙ୍କୁ ବର୍ଜ୍ୟବସ୍ତୁଗଦାରେ ଝାଡୁମାରିବାକୁ ମଧ୍ୟ ପଡୁଥିଲା। ଏବେ ସଂପୁର୍ଣ୍ଣ ଆର୍ଥର ବର୍ଜ୍ୟବସ୍ତୁ ଉଠାଇବା କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ଉପାୟରେ ବର୍ଜ୍ୟବସ୍ତୁ ଉଠାଉଛନ୍ତି। ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରୁଛନ୍ତି। ଅଦରକାରୀ ବସ୍ତୁକୁ ପୁଣିଥରେ ବ୍ୟବହାର କରିବାର ସେମାନଙ୍କ ଉଦ୍ୟମକୁ ସବୁ ଶ୍ରେୟ ଯାଏ। ଏବେ ସେମାନେ ବର୍ଜ୍ୟବସ୍ତୁଉଠାଳି ଭାବରେ ପରିଚିତ ନୁହନ୍ତି ବରଂ ସେମାନଙ୍କ ଜାକେଟରେ ବର୍ଜ୍ୟବସ୍ତୁ ପରିଚାଳକ ବୋଲି ଲେଖାଯାଇଛି।

ମାଇଁ ବ୍ୟାକୟାର୍ଡର ସ୍ଲୋଗାନ

ସବୁ ଭଲ କାମର ଆରମ୍ଭ ପରି ମନର ଅସନ୍ତୋଷ ଏବଂ ମାୟା ଜାଲକୁ ମୁକ୍ତ ହୋଇ ସଂପୁର୍ଣ୍ଣ ଅର୍ଥ ଜନ୍ମ ଲାଭ କରିଥିଲା। ଦେବର୍ତ୍ତା ପୁନେରେ ଜଣେ ସଫ୍ଟୱୟର ଇଞ୍ଜିନିୟର ଭାବେ କାମ କରୁଥିଲେ। ନିଜର ବଳକା ସମୟରେ ସ୍ଵାଧୀନ ଭାବରେ ଯାଇ ଏନଜିଓମାନଙ୍କ ସହ କାମ କରୁଥିଲେ। ଏହା ତାଙ୍କୁ ସମାଜ ପାଇଁ କିଛି ସେବା କରିବାର ଏବଂ ଲୋକଙ୍କୁ ସାହାଯ୍ୟ କରିବାର ଦିଗ ଦେଖାଇଲା। ତାଙ୍କର ଏହି ମନୋବଳ ଯେ ଭବିଷ୍ୟତରେ ଏଭଳି ସହାୟକ ହେବ ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ସୋସିଆଲ ଏଣ୍ଟରପ୍ରେନ୍ୟୁଅରସିପରେ ସ୍ନାତକୋତ୍ତର ପାଇଁ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରେ ସେ ନାମ ଲେଖାଇଥିଲେ। ଏହି ସମୟରେ ସଂପୁର୍ଣ୍ଣ ଆର୍ଥ ଜନ୍ମ ନେବାର ଚିନ୍ତା ମୁଣ୍ଡକୁ ଆସିଥିଲା। 2010ରେ ଋତ୍ବିକ, ଜୟନ୍ତ ଏବଂ ଦେବର୍ତ୍ତା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରେ ଏକାଠି ହୋଇଥିଲେ। ଇଞ୍ଜିନିୟରିଂରେ ସ୍ନାତକ ଏବଂ ଉଦ୍ୟୋଗୀ ମନ ନେଇ ବିଶ୍ବାସ କରିଥିଲେ ଯେ ବୈଷୟିକ ଜ୍ଞାନକୌଶଳ ଦ୍ଵାରା ବହୁ ବଡ଼ ସମସ୍ୟାର ସମାଧାନ ହୋଇପାରିବ। ପରିବେଶ ପ୍ରତି ପ୍ରେମ ଏବଂ ବିକାଶକୁ ବଜାୟ ରଖିବାର ଗଭୀର ଆଗ୍ରହ ତାଙ୍କୁ ବର୍ଜ୍ୟବସ୍ତୁର ପ୍ରକୃତ ପରିଚାଳନା କରିବାକୁ ଦିଗ ଦେଇଥିଲା।

ପାଠପଢ଼ା ଚାଲିଥିବା ସମୟରେ ହିଁ ଏହି ତିନିଜଣ ସଂସ୍ଥାକୁ ପ୍ରତିଷ୍ଠା କରିସାରିଥିଲେ। ଟିସରେ ଦ୍ବିତୀୟ ବର୍ଷର ପାଠପଢ଼ା ସମୟରେ ହିଁ ସେମାନେ ମୁକ୍ତଭାବରେ ବିଭିନ୍ନ ଏନଜିଓ ପାଇଁ କାମ କରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ବର୍ଜ୍ୟବସ୍ତୁଉଠାଳିଙ୍କ ଅଧିକାର ପାଇଁ ଏହାର ପରିଚାଳନା ପାଇଁ କାମ କରୁଥିବା ଏକ ଏନଜିଓ ସ୍ତ୍ରୀ ମୁକ୍ତି ସଂଗଠନ ସହ ଜଡ଼ିତ ହୋଇଥିଲେ।

ବର୍ଜ୍ୟବସ୍ତୁ ଉଠାଇବା, ଏକତ୍ରୀକରଣ କରିବା ଏବଂ ବିପଦପୁର୍ଣ୍ଣ ଭାବରେ ଏହାକୁ ରଖିବାରେ ବହୁ ତୃଟି ରହିଥିବାର ସେମାନେ ହୃଦବୋଧ କଲେ। ତାହାର ସମାଧାନ ପାଇଁ କେବଳ ପରିବେଶ ସୁରକ୍ଷା ନୁହେଁ ବରଂ ସାମାଜିକ ବ୍ୟବସ୍ଥା ଏବଂ ବିଭିନ୍ନ ଅଂଶୀଦାର ମାନଙ୍କୁ ରଖାଯିବା ଆବଶ୍ୟକ ଥିଲା। ଯାହା ଆର୍ଥିକ ଦୃଷ୍ଟିରୁ ସ୍ଵଚ୍ଛଳ ଏବଂ ଲାଭଦାୟକ ମଧ୍ୟ ଥିବା ଆବଶ୍ୟକ ହେଉଥିଲା। କିଛି ଉଦ୍ୟମୀ ଲୋକଙ୍କ ଚେଷ୍ଟାରେ ବର୍ଜ୍ୟବସ୍ତୁ ପରିଚାଳନା ଏକ ଭଲ ଉଦାହରଣ ସୃଷ୍ଟି ହୋଇଛି ହେଲୋ ଏହା ବହୁ ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ। ଯଦିଓ ଆମେ ଜୈବିକ ପ୍ରକ୍ରିୟାରେ ସାର ତିଆରି କରିବା, ବାୟୋ ଗ୍ୟାସ ତିଆରି କରିବା ଏବଂ ପୁର୍ନବ୍ୟବହାର ବିଷୟରେ ଶୁଣିଥିଲୁ, ଏପରି ସେବା ଯୋଗାଉଥିବା ସଂସ୍ଥାର ସଂଖ୍ୟା ଖୁବ କମଥିଲା। ଯେଉଁମାନେ ବର୍ଜ୍ୟବସ୍ତୁର ସଂଗ୍ରହ ଏବଂ ଏହାକୁ ନଷ୍ଟ କରିବା କାମରେ ନିୟୋଜିତ ଥିଲେ ସେମାନେ ଆଜିର ଦିନରେ ପରିବେଶ ପ୍ରତି ଥିବା ଦିଗଗୁଡ଼ିକ ଉପରେ ସେପରି ଦୃଷ୍ଟି ଦେଉନଥିଲେ ବୋଲି ଦେବର୍ତ୍ତା କହିଛନ୍ତି।

ତାଙ୍କ ଦଳ ଏହି ଅସମାନତାକୁ ଦୂର କରିବା ଏବଂ ବର୍ଜ୍ୟବସ୍ତୁର ପରିଚାଳନାକୁ ସଂପୁର୍ଣ୍ଣ ଭାବରେ ସଫଳ କରିବା ପାଇଁ ଆଦୃତ ଲାଭ କରିଛି। ବର୍ଜ୍ୟବସ୍ତୁର ସଠିକ ପରିଚାଳନା ପାଇଁ କେବଳ ଅନୁକୁଳ ବାତାବରଣ ତିଆରି କରିବା ଏବଂ ସଠିକ ଦିଗ ଉପରେ କେବଳ ଗୁରୃତ୍ବ ଦିଆଯାଉନଥିଲା ବରଂ ପ୍ରକୃତ ବ୍ୟାବସାୟିକ ମଡେଲ ପ୍ରସ୍ତୁତି ଉପର୍ ବି ନଜର ଦିଆଯାଇଥିଲା। କିଛି ସଂସ୍ଥା ଲାଭକୁ ନଜର ନଦେଇ ସେମାନଙ୍କ ସମ୍ବଳ ଏବଂ ସାହାଯ୍ୟ ଦେଇ ଗଢ଼ା ହେବାକୁ ଥିବା ସଂପୁର୍ଣ୍ଣ ଆର୍ଥକୁ ତାର ପରୀକ୍ଷାମୂଳକ ଗବେଷଣା ପାଇଁ ସହଯୋଗ କଲେ।

ନିଜର ଗଢ଼ିବାକୁ ଥିବା ସଂସ୍ଥାକୁ ଏକ ନାମ ଦେବା ପାଇଁ ସହ-ପ୍ରତିଷ୍ଠାତା ଋତ୍ବିକ ଏବଂ ଜୟନ୍ତ ବହୁ ଗଭୀର ଭାବରେ ପରିଶ୍ରମ କରିଛନ୍ତି। ସଂସ୍କୃତରେ ସଂପୁର୍ଣ୍ଣର ଅର୍ଥ ଶେଷ, ଅର୍ଥର ଅର୍ଥ ଧନ ଏବଂ ଇଂରାଜୀରେ ଆର୍ଥର ଅର୍ଥ ଆମ ଗ୍ରହ। ଏକ ଅର୍ଥପୁର୍ଣ୍ଣ ସଂସ୍ଥା ପ୍ରସ୍ତୁତ ଯାହା ଉଭୟ ଗ୍ରହ ଏବଂ ଅର୍ଥନିତୀକୁ ସହାୟକ ହେବ ତାହା ସଂପୁର୍ଣ୍ଣ ଆର୍ଥର ଲକ୍ଷ୍ୟ।

2012ରେ ସଂପୁର୍ଣ୍ଣ ଆର୍ଥ ଆରମ୍ଭ ହେବା ପରଠାରୁ ବର୍ଜ୍ୟବସ୍ତୁର ପରିଚାଳନା କ୍ଷେତ୍ରରେ ଏହା କେବଳ ଦକ୍ଷତା ଓ ପାରଦର୍ଶିତା ଦେଖାଇନି ବରଂ ଲାଭଦାୟକ ସଂସ୍ଥା ଭାବରେ ମଧ୍ୟ ମୁଣ୍ଡ ଟେକିଛି। ପରିବେଶକୁ ସହାୟକ ହେବା ପଇଁ ସଂସ୍ଥା ବର୍ଜ୍ୟବସ୍ତୁର ସୁପରିଚାଳନା ଓ ସୁବିନିଯୋଗ ପାଇଁ ବର୍ଜ୍ୟବସ୍ତୁ ଆଣୁଥିବା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଉଛି। ସେମାନେ ଏଥିପାଇଁ ମହାନଗର ନିଗମ, କର୍ପୋରେଟ ସଂସ୍ଥା, ସ୍କୁଲ ପରିସର ଏବଂ ଜନବସତି ଅଞ୍ଚଳରୁ ଉଭୟ ଜୈବ ବିଘଟନ ବର୍ଜ୍ୟବସ୍ତୁ ଏବଂ ଅଣ-ଜୈବ ବିଘଟନ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ଭାବରେ ଆଣିଥାନ୍ତି। ଏହି ପ୍ରକିୟାକୁ ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଥାଏ।

ଘରମାନଙ୍କରୁ ଆସୁଥିବା ବର୍ଜ୍ୟବସ୍ତୁ ବ୍ୟତୀତ ସଂସ୍ଥା ମୁନିସିପାଲ କର୍ପୋରେସନ୍ ଏବଂ ପରିସର ଭାଗିନି ବିକାଶ ସଂଘ ନାମକ ଏକ ବର୍ଜ୍ୟବସ୍ତୁ ଉଠାଉଥିବା କର୍ମଚାରୀ ସଂଘ ସହାୟତାରେ ମୁମ୍ବାଇ ସହରରେ ଗାଡ଼ି ମାଧ୍ୟମରେ ବର୍ଜ୍ୟବସ୍ତୁ ସଂଗ୍ରହ କରି ତାକୁ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା କେନ୍ଦ୍ରକୁ ପଠାଇଥାନ୍ତି। ଡିବିଏସ୍ ବ୍ୟାଙ୍କ ମୁଖ୍ୟ ସହଯୋଗୀ ଭାବରେ ଏଥିରେ କାମ କରୁଛି ଏବଂ ସଂପୁର୍ଣ୍ଣ ଆର୍ଥର ଆରମ୍ଭ ଠାରୁ ତାର କୌଶଳ ନିର୍ଣ୍ଣୟ, ଏହାର କାର୍ଯ୍ୟକାରିତା ଠାରୁ ଅର୍ଥ ଉପାର୍ଜନରେ ମଧ୍ୟ ସହାୟକ ହୋଇଆସିଛି। ଏପରିକି ଆମର ଆର୍ଥିକ କ୍ଷତିକୁ ଡିବିଏସ୍ ବ୍ୟାଙ୍କ ଭରଣା କରିଆସିଛି। ପ୍ରତି ତିନିମାସରେ କଂପାନୀର ସହାୟତା ଏବଂ ପରାମର୍ଶ ପାଇଁ ବ୍ୟାଙ୍କ ଆମ ସହିତ ଆଲୋଚନା କରିଥାଏ ବୋଲି ଦେବର୍ତ୍ତା କହିଛନ୍ତି।

ସଂସ୍ଥା ବର୍ଜ୍ୟବସ୍ତୁର ମୂଲ୍ୟାୟନ କରିବା ସହ ପୁର୍ନବ୍ୟବହାରଯୋଗୀ କାଗଜ ମଧ୍ୟ ଯୋଗାଇଥାଏ।

ଆରମ୍ଭ ପାଇଁ ସେମାନେ ବହୁ ଉଚ୍ଚ ଆକାଂକ୍ଷା ରଖିଥିଲେ। ପ୍ରତିଦିନ 10ହଜାର ମେଟ୍ରିକ ଟନ ବର୍ଜ୍ୟବସ୍ତୁ କେବଳ ମୁମ୍ବାଇରୁ ବାହାରିଥାଏ। ଏଠାରେ ହିଁ ଏହା ଉପରେ କିଛି କରିବାର ସୁଯୋଗ ଅଛି ବୋଲି ଆମେ ଆଶା ରଖିଥିଲୁ ଦେବର୍ତ୍ତା କୁହନ୍ତି। ପ୍ୟାନ ଇଣ୍ଡିଆ ବେସିସ୍ରେ ଏବଂ ବିଭିନ୍ନ ମୁନିସିପାଲିଟିରେ ଆମେ ବାୟୋ ଗ୍ୟାସ୍ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା ରଖିଛୁ। ଏକ ସଂପୁର୍ଣ୍ଣ ବର୍ଜ୍ୟବସ୍ତୁମୁକ୍ତ ଜାଗା ଏବଂ ସେଠାରେ ତାର ପରିଚାଳନା ପାଇଁ ଆମେ ମୁଖ୍ୟତଃ ଛୋଟ ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ଲକ୍ଷ୍ୟ ରଖିଛୁ। ସ୍ଥାନୀୟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟକ୍ତିଗତ ସ୍ତରରେ ହେଉ ବା ଦଳ ଭାବରେ ହେଉ ତାକୁ ବ୍ୟବହାର କରାଯାଇ ପାରିବ। ଆମେ ବର୍ତ୍ତମାନ ଦିନକୁ 20କିଲୋ ଏବଂ ଦିନକୁ 50କିଲୋ କ୍ଷମତା ଧାରଣ କରୁଥିବା ପ୍ଲାଷ୍ଟିକ ବ୍ୟାଗ ଏଥିପାଇଁ ପ୍ରସ୍ତୁତ କରିଛୁ।

ସଂପୁର୍ଣ୍ଣ ଆର୍ଥର ଆରମ୍ଭ ବେଳେ ନିଜର ସ୍ଥିତିକୁ ବଜାୟ ରଖିବା ମୂଳ ଲକ୍ଷ୍ୟ ଥିଲା। ଲାଭ ମାଧ୍ୟମରେ ଯଦିଓ ଆମେ ଆମର ସଂସ୍ଥାକୁ ଚଳାଇ ଆସିଛୁ, ତଥାପି ଆମେ ଡିବିଏସ୍- ଟିସର ଇନକ୍ୟୁବେସନ ପ୍ରୋଗ୍ରାମ ଏବଂ ଅନଲିମିଟେଡ ଭାରତର ସହାୟତା ପାଇ ଆସିଛୁ। ଆମେ ବାଣିଜ୍ୟ ଯୋଜନା ପ୍ରତିଯୋଗିତାକୁ ଜିତି ଆସୁଛୁ ଏବଂ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟ ଅଂଶଧନରେ ବିନିଯୋଗ କରିଛୁ ବୋଲି ଦେବର୍ତ୍ତା କହିଛନ୍ତି।

ସଂସ୍ଥାକୁ ସବୁ ସ୍ଥାନରେ ଆଦୃତ ଲାଭ କରିପାରୁଛି ଏବଂ ଖୁବ୍ ଶୀଘ୍ର ଏହାର ଉପଭୋକ୍ତା ସଂଖ୍ୟା ଶହେରେ ପହଞ୍ଚିବ। ଗତ ତିନି ବର୍ଷ ମଧ୍ୟରେ 80ରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ ସେବା ଯୋଗାଇଛି ଯେଉଁମାନଙ୍କ ମଧ୍ୟରେ କର୍ପୋରେଟ୍ ସଂସ୍ଥା, ହାଉସିଂ ସୋସାଇଟି, ଟାଉନସିପ୍, ହୋଟେଲ୍, ରେସ୍ତୁରାଂ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଆଦି ରହିଛି। ବାନ୍ଦ୍ରା-କୁର୍ଲା କଂପ୍ଲେକ୍ସ, ଆଡଲାବ ଇମାଜିବା ଭଲି ସଂସ୍ତା ସେମାନଙ୍କ ବର୍ଜ୍ୟବସ୍ତୁ ପରିଚାଳନା ସେବା ପାଇଁ ସଂଗ୍ରହ, ପ୍ରୋସେସିଂ ଏବଂ ରିସାଇକ୍ଲିଂର ସୁବିଧା ନିଜେ ହିଁ ଯୋଗାଇ ଦେଇଥାନ୍ତି।

ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନସ୍, ଟାଟା ପାୱାର ଥର୍ମାଲ ଷ୍ଟେସନ ଏବଂ ଟାଟା କନସଲଟାନ୍ସି ସର୍ଭିସେସର ପୱାଇ କ୍ୟାମ୍ପସ ଠାରେ ବିଭିନ୍ନ କ୍ଷମତାର ବାୟୋ ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିବାରେ ନିୟୋଜିତ ହୋଇଛନ୍ତି। ସହରର ବିଭିନ୍ନ କଲେଜ ଏବଂ ଚେମ୍ବୁର, ବାନ୍ଦ୍ରା ଏବଂ ନଭି ମୁମ୍ବାଇ ଭଳି ଜନବସତି ଅଂଚଳରେ କଂପୋଷ୍ଟ ପ୍ରସ୍ତୁତି ପାଇଁ ପଦକ୍ଷେପ ନେଇଛନ୍ତି।

ରିଲାଏନ୍ସ କର୍ପୋରେଟ ପାର୍କ, ଆକ୍ସିସ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ବାଜାଜ ଇଲେକ୍ଟ୍ରିକାଲସ, ଏର୍ନଷ୍ଟ ଆଣ୍ଡ ୟଙ୍ଗ ଏବଂ ମହାନଗର ଗ୍ୟାସ ଭଳି ନାମୀ କଂପାନୀର ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ତାର ପୁର୍ନ ପ୍ରକ୍ରିୟାକରଣର ଦାୟିତ୍ବ ମଧ୍ୟ ସଂପୁର୍ଣ୍ଣ ଆର୍ଥ ହାତକୁ ନେଇଛି। ରିଅଲ ଇଷ୍ଟେଟ୍ ଏବଂ କନଷ୍ଟ୍ରକସନ୍ କଂପାନୀମାନଙ୍କର ଆଗାମୀ ପ୍ରକଳ୍ପରେ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ସେମାନଙ୍କ ସହ ହାତ ମିଳାଇଛି ସଂସ୍ଥା।

ମହାରାଷ୍ଟ୍ରର କେତେକ ମୁନିସିପାଲିଟି ଏବଂ ସହରରେ ସଂପୁର୍ଣ୍ଣ ଆର୍ଥ ସହ ଯୋଡ଼ି ହୋଇଛନ୍ତି।

ସଂସ୍ଥା ଯେଉଁଭଳି କାମ କରୁଛି ତାହା ଯଥାର୍ଥ ଭାବରେ ପ୍ରତିଦିନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଭାରତ ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଧନ୍ୟବାଦ ଦିଅନ୍ତି ଦେବର୍ତ୍ତା। ସ୍ବଚ୍ଛ ଭାରତ ଅଭିଯାନ ଦ୍ବାରା ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ବଚ୍ଛତା ଧ୍ୟାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସ୍ବଚ୍ଛ ଭାରତର ଅର୍ଥ କେବଳ ସହରର ଗଳିକନ୍ଦି ସଫା ରଖିବା ନୁହେଁ, ବରଂ ଜଳ ଏବଂ ବାୟୁର ସ୍ବଚ୍ଛତା ମଧ୍ୟ ହେବା ଆବଶ୍ୟକ। ସଠିକ ଭାବରେ ବର୍ଜ୍ୟବସ୍ତୁକୁ ସଂଗ୍ରହ କରିପାରିଲେ ଏହା ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ସିଏସଆରର ଆର୍ଥିକ ସହାୟତା ଭବିଷ୍ୟତରେ ବହୁ ଲାଭପ୍ରଦ ହେବ ବୋଲି ଆମେ ଆଶା କରୁଛୁ।

ବିଶ୍ବବ୍ୟାପୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଉଛି। ଏହାର ପ୍ରଭାବ ସିଧାସଳଖ ଜୀବନଧାରଣର ସୁରକ୍ଷା ଏବଂ ବିଶ୍ବର ସନ୍ତୁଳନ ଉପରେ ପଡୁଛି।

ଆଜି ସଂପୁର୍ଣ୍ଣ ଆର୍ଥ ଯେଉଁଠି ପହଞ୍ଚିଛି, ଦେବର୍ତ୍ତା ସେଥିପାଇଁ ତାଙ୍କର ହିତାକାଂକ୍ଷୀ ଏବଂ ଉପଦେଷ୍ଟାମାନଙ୍କୁ ଧନ୍ୟବାଦ ଦେବାକୁ ଭୁଲନ୍ତିନି। ନିଜେ ପାଇଥିବା ଏକ ଭଲ ଉପଦେଶକୁ ମନେ ପକାଇବାକୁ ଯାଇ ସେ କହନ୍ତି, ଯେଉଁମାନେ କିଛି କରିବାକୁ ଆଗେଇ ଆସିଥାନ୍ତି, ସେମାନେ ମାନସିକ ହେଉ ବା ଶାରିରୀକ କେଉଁଠି ନା କେଉଁଠି ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇଥାନ୍ତି। ପ୍ରତିଦିନ କିଛି କିଛି ସ୍ଥାନରୁ ଏହାକୁ ଆରମ୍ଭ କଲେ, ଶେଷରେ ଏହା ସାରା ସହରକୁ ବ୍ୟାପୀଯାଏ ବୋଲି ସେ କୁହନ୍ତି।

ପରିବେଶରେ ବର୍ଜ୍ୟବସ୍ତୁ ବହୁ ପରିମାଣରେ ଜମା ହେବା କେବଳ ସଂପୁର୍ଣ୍ଣ ଆର୍ଥ ନୁହେଁ ବରଂ ପୁରା ପରିବେଶ ସହ ଯୁଦ୍ଧର ବାତାବରଣ ଭଳି ସ୍ଥିତି ସୃଷ୍ଟିକରିଛି। ଏହାକୁ ବ୍ୟକ୍ତିଗତ ସ୍ତରରେ କିପରି କମା ଯାଇପାରିବ ସେଥିପାଇଁ ତା ଭିତରେ ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ। ଆମର ପୁରା ଟିମ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରି ସଚେତନତା କରିବା କାମରେ ଲାଗିରହିଛି। ତେବେ ଲୋକଙ୍କୁ ଭେଟିବା ପରେ ଆମକୁ ମଧ୍ୟ ସମସ୍ୟାର ସମାଧାନ ପାଇଁ ନୂଆ ଦିଗ ଖୋଜି ବାହାର କରିବାର ବାଟ ଦେଖାଉଛି। ଯଦି ଆମେ ସମସ୍ତେ ନିଜର କାମକୁ ଠିକରେ ତୁଲାଇ ପାରିବା ତେବେ ନୂଆ ବାଟ ଆମକୁ ଦେଖାଯିବ। ଲୋକମାନେ ଏହିକୁ ବୁଝିବା ଏବଂ ସମସ୍ୟାକୁ ଚିହ୍ନିବା ଦ୍ବାରା ଆମର ଦାୟିତ୍ବ ଆମେ ସେମାନଙ୍କୁ ସାହାଯ୍ୟ ପାଇଁ ଆଗେଇଆସିବା। ଆମେ ଏଥିପାଇଁ ଆମର ସବୁ ଚେଷ୍ଟା ଲଗାଇବି ବୋଲି ସଂପୁର୍ଣ୍ଣ ଆର୍ଥ କହିଛି।

ଏତେ ପରି ବି ସହ ପ୍ରତିଷ୍ଠାତା ମାନଙ୍କ ପାଇଁ ଅତି କମ୍ ଭାବରେ ଫଳ ମିଳିଥିବା ସେମାନେ ଭାବିଥାନ୍ତି। ଆମେ ଆମର ସମୟର ବିନିଯୋଗ କରି ସଠିକ ଭାବରେ ଜୀବନକୁ ଆଗେଇନେବାର ସୁଯୋଗ ଆଣିପାରିଛୁ। ଏହା ଶିଖିବାର ଏକ ବୃହତ ସୁଯୋଗ ଏବଂ ସଂପୁର୍ଣ୍ଣ ଦୃଶ୍ୟମାନ ଅଭିଜ୍ଞତା ବୋଲି ସେମାନେ ହସିହସି ପ୍ରକାଶ କରିଛନ୍ତି।

ସଂପୁର୍ଣ୍ଣ ଆର୍ଥର ଭବିଷ୍ୟତ ସଂପର୍କରେ ଦେବର୍ତ୍ତା କୁହନ୍ତି, ସଂସ୍ଥାର ବର୍ଜ୍ୟବସ୍ତୁ ପରିଚାଳନା ଏକ ଦୃଢ଼ ଉଦ୍ୟମ ଯାହା ଆମର ଅର୍ଥନୀତି, ପରିବେଶ ସୁରକ୍ଷା ଏବଂ ସ୍ବଚ୍ଛତାକୁ ଦୃଢ଼ କରିବାରେ ସହାୟକ ହେବ। ଏହି ପ୍ରକ୍ତିୟା ଆଗକୁ ବି ଆହୁରି ଜାରି ରହିବ ବୋଲି ସେମାନେ ଆଶା ରଖନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମସ୍ତେ ସ୍ବତଃପ୍ରବୃତ୍ତ ଭାବରେ ଆଗେଇ ଆସି ଆଗାମୀ ଦିନରେ ଏକ ବୃହତ୍ତର ସମାଜ ଏହା ଦ୍ବାରା ଉପକୃତ ହେବ। ଆମେ ଏସଂପର୍କରେ ଅଧିକ ଗବେଷଣା କରି ଉଦାହରଣ ମାଧ୍ୟମରେ ଏହାକୁ ରୋଜଗାରର ଏକ ମାଧ୍ୟମ ଭାବରେ ଲୋକଙ୍କୁ ଦେବୁ ଯାହା ପ୍ରତି ସେମାନେ ଆହୁରି ଆଗ୍ରହ ହେବେ ବୋଲି ସେ ମତ ରଖନ୍ତି।

ବିଫଳତାର ଭୟ ମଣିଷକୁ ବହୁତ ପଛକୁ ନେଇଯାଇଥାଏ। ବିଫଳ ହେବା ଦ୍ବାରା ଆଗକୁ ଆହୁରି ବଢ଼ିବାର ନୂଆ ଆଶା ଆସିଥାଏ। ହୁଏତ ଏହା ସମୟସାପେକ୍ଷ ହୋଇପାରେ। କିନ୍ତୁ ଆଗକୁ ଏହା ସଫଳତାକୁ ହିଁ ଆଣିଦେଇଥାଏ ବୋଲି ସେମାନେ କୁହନ୍ତି।

ଆଧାର

yourstory

Teamodia

3.37037037037
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top