ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ମ୍ୟୁଜିୟମ ସ୍କୁଲ
ସେଆର କରନ୍ତୁ

ମ୍ୟୁଜିୟମ ସ୍କୁଲ

ବସ୍ତିପିଲାଙ୍କୁ ବହିଖାତା ଧରାଇବାର ଏକ ଅଭିନବ ପ୍ରୟୋଗଶାଳା ମ୍ୟୁଜିୟମ ସ୍କୁଲ ।

ଦି ମ୍ୟୁଜିୟମ୍ ସ୍କୁଲ

ମ୍ୟୁଜିୟମରୁ କୌଣସି ଦେଶର କଳା ସଂସ୍କୃତି ଓ ଇତିହାସକୁ ବୁଝିହୁଏ ।  ଏହାକୁ ଶିକ୍ଷାଦାନ ପାଇଁ ମଧ୍ୟ ବ୍ୟବହାର କରିହେବ ।  ଭୋପାଳରେ ରହୁଥିବା ଶିବାନୀ ଘୋଷ ସେଠାରେ ଥିବା ବିଭିନ୍ନ ମ୍ୟୁଜିୟମ୍ କୁ ପାଠ ସହିତ ଯୋଡିଛନ୍ତି ଓ ହଜାର ହଜାର ପିଲାଙ୍କୁ ଶିକ୍ଷାଦାନ କରିପାରିଛନ୍ତି ।

ସେ ‘ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ’ ସଂସ୍ଥାଜରିଆରେ ବସ୍ତି ଓ ଗରିବ ପିଲାମାନଙ୍କୁ ମ୍ୟୁଜିୟମ୍ ମାଧ୍ୟମରେ ପଢାଇବାର କାମ କରୁଛନ୍ତି ।  ଏହି ସ୍କୁଲରେ ପଢିଥିବା ପିଲାମାନେ ଆଜି ଇଂଜିନିୟରିଂ ଓ ଅନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି ।

 

ଶିବାନୀଙ୍କ ଯାତ୍ରା

ଶିବାନୀ ଯେତେବେଳେ ବିଏଡ୍ ପଢୁଥିଲେ, ସେ ଲକ୍ଷ୍ୟ କଲେ ଏହି ତାଲିମ ପାଠ୍ୟକ୍ରମରେ ଯେଉଁ ଶିକ୍ଷା ପଦ୍ଧତି ପଢାଯାଉଛି, ତାହା ଖୁବ୍ ଭଲ ।  କିନ୍ତୁ ତାହାର ବ୍ୟବହାର ଅଧିକାଂଶ ସ୍କୁଲରେ ହୋଇପାରୁନାହିଁ । ତେଣୁ ଏହି ପାଠପଢା ଶେଷ କରିବା ପରେ ଯଦି ସେ କୌଣସି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଯୋଗ ଦିଅନ୍ତି, ଏସବୁ ପଦ୍ଧତିର ଉପଯୋଗ ଓ ଜ୍ଞାନ ସେଠାକାର ଛାତ୍ରଛାତ୍ରୀଙ୍କ ନିକଟରେ ପହଁଚାଇ ହେବନାହିଁ ।  ତେଣୁ ଯେଉଁ ପିଲାମାନେ ଗୁଣବତ୍ତା ଶିକ୍ଷାରୁ ବଂଚିତ ହେଉଛନ୍ତି, ସେମାନଙ୍କୁ ପଢାଇବାକୁ ସେ ନିଷ୍ପତି ନେଲେ । ଏଥିପାଇଁ ଗୋଟିଏ ସ୍କୁଲ କରିବା ଲାଗି ସେ ସ୍ଥିର କରି ସାରିଥିଲେ । ଏହି ସ୍କୁଲ ଆରମ୍ଭ କରିବା ପୂର୍ବରୁ ସେ ଦେଶର ବିଭିନ୍ନ ସ୍କୁଲ ବୁଲିଲେ । ସେ ପଣ୍ଡିଚେରୀର ଅରବିନ୍ଦ ଆଶ୍ରମ ଓ ଅନ୍ୟ ସ୍କୁଲର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ।  ଏସବୁ ଦେଖି ସେ ଭାବିଲେ ଭୋପାଳରେ ଥିବା ମିଜ୍ୟୁୟମଗୁଡିକୁ କାହିଁକି ଶିକ୍ଷାର ସାଧନା ଭାବେ ବ୍ୟବହାର କରାନଯିବ ?

ଏହା ପରେ ସେ ଭୋପାଳର ବିଭିନ୍ନ ବସ୍ତି ସର୍ଭେ କଲେ ।  ସେ ସେଠାରେ ଦେଖିଲେ ବସ୍ତିରେ ରହୁଥିବା ଅଧିକାଂଶ ପିଲା ସ୍କୁଲକୁ ଯାନ୍ତି ନାହିଁ । ସେମାନେ କାହା ଘରେ କାମ କରୁଛନ୍ତି, ନ ହେଲେ କେଉଁଠି ଶ୍ରମିକ ଭାବେ ଖଟୁଛନ୍ତି । କାରଣ ସେମାନେ ପରିବାର ଅର୍ଥନୈତିକ ବୋଝକୁ ଉପାର୍ଜନ ମାଧ୍ୟମରେ ହାଲକା କରିବାକୁ ଚାହିଁଥାନ୍ତି ।  ସେ କିଛି ବସ୍ତିପିଲାଙ୍କ ସହ କଥା ହୋଇ କହିଥିଲେ ଯେ ସେ ବସ୍ତି ବାହାରେ କୌଣସି ଏକ ସ୍କୁଲରେ ପଢିବା ଲାଗି ବ୍ୟବସ୍ଥା କରିବେ ।  ଏଥିରେ କିଛି ପିଲା ରାଜି ହୋଇଥିଲେ ବି କାଳେ ରୋଜଗାର ପଳାଇବ ସେ ନେଇ ଚିନ୍ତାରେ ପଡି ଯାଇଥିଲେ ।  ଶିବାନୀ ସେମାନଙ୍କୁ ବୁଝାଇ କହିଥିଲେ – ଯେଉଁମାନେ କାମ କରିବାକୁ ଚାହିଁବେ, ସେମାନେ କାମ କରିପାରିବେ ଓ ତା ସହ ପାଠ ମଧ୍ୟ ପଢିପାରିବେ ।  ଏକଥା ଶୁଣି ତାଙ୍କ ସାଙ୍ଗରେ ୪୦ ପିଲା ପଢିବା ପାଇଁ ରାଜି ହୋଇଥିଲେ ।  ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ପାଠପଢାଇବା ପାଇଁ ସ୍ଥିର ହେଲା ।  ଏହା ସହ ଭୋପାଳରେ ଥିବା ୫ ମ୍ୟୁଜିୟମ୍ ସହ ମଧ୍ୟ କଥାବାର୍ତ୍ତା ହେଲା ।  ସେଗୁଡିକ ହେଲା ରିଜିଓନାଲ୍ ସାଇନ୍ସ ସେଣ୍ଟର, ମାନବ ସଂଗ୍ରହାଳୟ, ଷ୍ଟେଟ୍ ମ୍ୟୁଜିୟମ୍, ନେସନାଲ୍ ହିଷ୍ଟ୍ରି ମ୍ୟୁଜିୟମ୍ ଓ ଆଦିବାସୀ ମ୍ୟୁଜିୟମ୍ ।

ମ୍ୟୁଜିୟମରୁ ସ୍କୁଲ

୨୦୦୫ ସେପ୍ଟେମ୍ବର ମାସରେ ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ ଆରମ୍ଭ ହେଲା ।  ଶିବାନୀ କହନ୍ତି, “ଆରମ୍ଭରୁ ଆମେ ଏକ ବସ୍ ଭଡାରେ ନେଲୁ ଓ ବସ୍ତିରୁ ପିଲାଙ୍କୁ ନେଇ ବିଭିନ୍ନ ମ୍ୟୁଜିୟମ୍ ବୁଲାଇଲୁ । ପିଲାମାନଙ୍କୁ ମ୍ୟୁଜିୟମରେ ଛାଡି ଦିଆଯାଏ, ସେମାନେ ବୁଲି ବୁଲି ବିଭିନ୍ନ ଜିନିଷ ଦେଖିବା ପରେ ସେମାନଙ୍କ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ସେହିଠାରେ ଦିଆଯାଏ ।  ସେମାନଙ୍କୁ ପାଠ କଥା କୁହାଯାଇନଥିଲା ।  କେବଳ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଆଗଲା ।”

ଧୀରେ ଧୀରେ ପିଲାମାନେ ଯେତେବେଳେ ଅଧିକ ଆଗ୍ରହ ଦେଖାଇଲେ, ସେମାନଙ୍କୁ ମ୍ୟୁଜିୟମ୍ ନେବା ସହିତ ମ୍ୟୁଜିୟମ୍ ସ୍କୁଲରେ ସେମାନଙ୍କ ନାମ ଲେଖା ଗଲା । ସେତେବେଳକୁ ତାଙ୍କ ବାପାମା ମାନେ ବୁଝିସାରିଥିଲେ ଯେ ତାଙ୍କ ପିଲାମାନେ ପାଠ ପଢିବାକୁ ଚାହୁଁଛନ୍ତି । ଏହା ପରେ ପାଠ ପଢା ଚାଲିଲା ।

ଶିବାନୀ ତାଙ୍କ ଆଖପାଖରେ ରହୁଥିବା ପିଲାମାନଙ୍କୁ ନ୍ୟାସନାଲ୍ ଓପନ୍ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଇଲେ ।  ଏଠାରେ ପଢିଥିବା ଅନେକ ପିଲା କେବଳ କଲେଜରେ ପଢିନାହାନ୍ତି, ବଂର କେତେକ ଇଂଜିନିୟରିଂ ମଧ୍ୟ ଶେଷ କରିଲେଣି ।  ଏଥିରେ ଏମିତି ମଧ୍ୟ ପିଲା ଅଛନ୍ତି, ଯେଉଁମାନେନିଜର ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି ।  ଶିବାନୀ କହନ୍ତି, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ପିଲାଙ୍କର ପାଠପଢା ସହ ସର୍ବାଙ୍ଗୀନ ବିକାଶ । ତେଣୁ ଏଠାକୁ ଆସୁଥିବା ପିଲାମାନଙ୍କୁ ବିଭିନ୍ନ ଭୋକେସନାଲ୍ ଟ୍ରେନିଂ ଦିଆଯାଏ । ବିଗତ ୧୦ ବର୍ଷ ମଧ୍ୟରେ ୧୨୦୦ ପିଲା ଏଠାରୁ ଶିକ୍ଷା ନେଇ ଆତ୍ମନିର୍ଭର ହୋଇପାରିଛନ୍ତି ।

ବର୍ତ୍ତମାନ ୧୫୦ ପିଲା ତାଙ୍କ ସ୍କୁଲରେ ପାଠ ପଢୁଛନ୍ତି । ଏହି ସ୍କୁଲରେ ସାତ ଦିନ ଯାକ ପାଠ ପଢାହୁଏ । ଏହି ସ୍କୁଲରୁ ପଢିଥିବା ୧୦ ଜଣ ଝିଅ ଏବେ ପିଲାମାନଙ୍କୁ ପଢାଉଛନ୍ତି ।  ମ୍ୟୁଜିୟମ୍ କ୍ଲାସ୍ ସ୍ୱେଚ୍ଛାସେବୀମାନେ ସମ୍ଭାଳିଥାନ୍ତି । ଯେଉଁ ବିଷୟ ପିଲାମାନେ ପଢନ୍ତି, ସେ ସମ୍ପର୍କିତ ମ୍ୟୁଜିୟମ୍ ଗ୍ୟାଲେରୀକୁ ପିଲାମାନଙ୍କୁ ନିଆଯାଇଥାଏ ।  ଏହି ଲୋକମାନେ ଖାତା ବହି ବ୍ୟତୀତ ପ୍ରାକ୍ଟିକାଲ୍ ମାଧ୍ୟମରେ ବିଭିନ୍ନ ବିଷୟରେ ଜ୍ଞାନ ଲାଭ କରନ୍ତି । ଉଦାହରଣ ସ୍ୱରୂପ ନର୍ମଦା ନଦୀର ପଛରେ କି କାହାଣୀ ରହିଛି, ଆଦିବାସୀମାନଙ୍କ ଇତିହାସ କେତେ ପୁରୁଣା, ଚୁମ୍ବକୀୟ ଶକ୍ତି ଯୋଗୁଁ ପ୍ରତ୍ୟେକ ବସ୍ତୁ ପୃଥିବୀ ଉପରେ ପଡେ, କିନ୍ତୁ ଧୂଆଁ କାହିଁକି ଆକାଶରେ ଉଡେ ? ଏମିତି ଅନେକ ପ୍ରଶ୍ନର ଉତ୍ତର ମ୍ୟୁଜିୟମରେ ପାଠପଢାଇଲା ବେଳେ କରାଯାଇଥାଏ|

ବର୍ତ୍ତମାନ ‘ପରବରିସ୍, ଦି ମ୍ୟୁଜିୟମ୍ ସ୍କୁଲ’ ପଢୁଥିବା କିଛି ପିଲା ଟିବି କାର୍ଯ୍ୟକ୍ରମରେ ନିଜର ଅଭିନୟ ଦେଖାଇ ସାରିଲେଣି । ଡ୍ୟାନ୍ସ ପ୍ରତିଯୋଗୀତାରେ ମଧ୍ୟ ଭାଗ ନେଲେଣି ।  ସ୍କୁଲରେ ପିଲାମାନଙ୍କୁ ନିଜ ରୁଚି ଅନୁସାରେ ବିଭିନ୍ନ ଶିକ୍ଷା ଦିଆଯାଇଥାଏ ।  ଏହି ସ୍କୁଲରେ ପଢୁଥିବା ଅରୁଣ ମାତ୍ରେ ଆଜି ଇଂଜିନିୟରିଂ ପଢୁଛନ୍ତି ।  ତାଙ୍କ ମା ଅନ୍ୟମାନଙ୍କ ଘରେ କାମ କରନ୍ତି ଓ ବାପା ଗୋଟିଏ କମ୍ପାନୀରେ ଚପରାସୀ ଚାକିରି କରନ୍ତି । ଶିବାନୀଙ୍କ କହିବା କଥା - “ଆମେ ଏହି କାମକୁ ଅନ୍ୟ ସହରରେ କରିବା ଲାଗି ମଧ୍ୟ ଯୋଜନା କରିଛୁ । ଯେଉଁ ସଂସ୍ଥାଗୁଡିକ ପିଲାମାନଙ୍କର ପାଠପଢାକୁ ମ୍ୟୁଜିୟମ୍ ସହ ସହ ଯୋଡିପାରିବେ, ସେଭଳି ସଂସ୍ଥା ଅନ୍ୱେଷଣରେ ଆମେ ଅଛୁ ।”

ଆଧାର -Akhand  social worker, freelance journalist

2.85185185185
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top