অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମାଜ ସେବାର ମନୋଭାବ

ମା’ଙ୍କଠାରୁ ପାଇଛି ସମାଜ ସେବାର ପ୍ରେରଣା

ଇନ୍ଦିରା ଆରୋରା ୧୬ ବର୍ଷ ବୟସରେ ବାପାଙ୍କୁ ହରାଇ ମା’ଙ୍କ ଦ୍ଵାରା ବଡ ହୋଇଛି । ପିଲାବେଳୁ ସାମାଜିକ କର୍ମ ପ୍ରତି ରୁଚି ରହିଥିଲା । ଲୋକଙ୍କ ସେବା କରିବା ପାଇଁ କୌଣସି ପ୍ରତିବନ୍ଧକ ନ ରଖିବା ଲକ୍ଷ୍ୟରେ ସାରା ଜୀବନ ଅବିବାହିତ ରହିଯାଇଛି । ମା’ଙ୍କଠାରୁ ପ୍ରେରଣା ପାଉଛି ଉତ୍ସର୍ଗୀକୃତ ସେବା କରିବାକୁ । ବନ୍ୟାକ୍ଳିଷ୍ଟ ଓ ମରୁଡି ପ୍ରପୀଡିତଙ୍କୁ ରିଲିଫ ବଣ୍ଟନ ସହିତ ଗରିବ, ଅସହାୟଙ୍କୁ ସହାୟତା କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଇଛି । ଓଡିଶା ନାରୀ ସେବା ସଂଘ, ଇନର ହୁଇଲ କ୍ଲବ, ଉତ୍କଳ ମହିଳା ସମିତି, ୱିମେନ୍ ଡକ୍ଟର ଫୋରମ୍, ଜୀବେ ହିତୈଶୀ ସଂଘ ଆଦି ସଂଗଠନ ସହିତ କାର୍ଯ୍ୟ କରିବାର ସୁଯୋଗ ମିଳିଛି । ସେତେବେଳେ କେହି ଅସୁବିଧାରେ ପଡ଼ିଥିବାର ଦେଖେ ତୁରନ୍ତ ଯଥାମଧ୍ୟ ନିଜେ ବା ଅନ୍ୟ ସହାୟତାରେ ସାହାଯ୍ୟ କରିଥାଏ । ପ୍ରଖ୍ୟାତ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀ, ରମା ଦେବୀ ପ୍ରମୁଖଙ୍କ ସହ କାମ କରି ଅପାର ଆନନ୍ଦ ଲାଭ କରିଛି । ପ୍ରାୟ ୩୦ ବର୍ଷ ହେବ ଏଭଳି ସେବା କରିଆସୁଛି ।

କେବେ କୌଣସି ପୁରସ୍କାର ବାସମ୍ମାନକୁ ଆଶା କରିନାହିଁ, ବଞ୍ଚିଥିବା ଯାଏ ଏଭଳି ସେବା କରୁଥିବି । ତେବେ ମହିଳାମାନେ ସେବା ମନୋବୃତ୍ତି ରଖନ୍ତୁ, ଅନ୍ୟକୁ ଆପଣାର କରିପାରିଲେ ମଣିଷ ଜୀବନ ସାର୍ଥକ ହେବ ।

ମହିଳା,ଶିଶୁଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି

ସୌଭାଗିନୀ ନାୟକ ଉତ୍କଳ ମହିଳା ସମିତି ଜରିଆରେ ମହିଳା ଓ ଶିଶୁମାନଙ୍କ ଉନ୍ନତି ପାଇଁ କାମ କରୁଛି । ବସ୍ତିଲୋକମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କ ଘରକୁ ଯାଇ ସଚେତନ କରାଉଛୁ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ଔଷଧ ବିତରଣ କରୁଛୁ । ତେବେ ମହିଳାମାନେ ସୁସ୍ଥ ସମାଜ ଗଠନ ଦିଗରେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ଦରକାର । ସେମାନେ ସ୍ଵେଚ୍ଛାଚାରିତାରୁ ନିବୃତ୍ତ ରୁହନ୍ତୁ ।

ପରିବାର ପ୍ରତି ଧ୍ୟାନ ଦିଅନ୍ତୁ । ଶାଶୁ, ଶ୍ଵଶୁର, ଗୁରୁଜନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପରିପାଳନ କରନ୍ତୁ । ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ସ୍ୱାବଲମ୍ବୀ ହୁଅନ୍ତୁ । ପରିବେଶକୁ ସ୍ଵଚ୍ଛ ରଖିଲେ ସମସ୍ତେ ନିରୋଗ ରହିବେ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate