অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଟଳ ପେନସନ ଯୋଜନା

ଲକ୍ଷ୍ୟ

ଭାରତ ସରକାର ଦେଶରେ ଗରିବ, ଶ୍ରମିକ ତଥା ଦିନ ମଜୁରିଆମାନଙ୍କର ବୃଦ୍ଧାବସ୍ଥା ସମୟର ଆୟ ନିରାପତ୍ତା ବିଷୟରେ ଗଭୀର ଦୃଷ୍ଟିପାତ କରି ସମସ୍ତଙ୍କୁ ଅଟଳ ପେନସନ୍ ଯୋଜନାର ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥିର କରିଛନ୍ତି । ଭାରତର ସମୁଦାୟ ଶ୍ରମିକ ଗୋଷ୍ଠୀର ୮୮% ହେଉଛନ୍ତି ଅଣ ସଂଗଠିତ କ୍ଷେତ୍ରର ଶ୍ରମିକ ଯେଉଁମାନଙ୍କର ୬୦ ବର୍ଷ ବୟସ ପରେ କୌଣସି ବିଧିବଦ୍ଧ/ ଔପଚାରିକ ଭାବେ ପେନସନ୍ ବ୍ୟବସ୍ଥାର ସୁବିଧା ପାଆନ୍ତି ନାହିଁ ।

ଭାରତ ସରକାର ୨୦୧୫-୧୬ ଆର୍ଥିକ ବଜେଟରେ ଗରିବ ଏବଂ ଉପେକ୍ଷିତ ବର୍ଗର ଲୋକମାନଙ୍କ ସାମାଜିକ ନିରାପତ୍ତା ପାଇଁ ବୀମା ତଥା ପେନସନ୍ କ୍ଷେତ୍ରରେ ‘ସାଧାରଣ ସାମାଜିକ ନିରାପତ୍ତା ଯୋଜନା’ ପ୍ରଚଳିତ କରିବାକୁ ଘୋଷଣା କରିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର ଅଟଳ ପେନସନ୍ ଯୋଜନା ର ଶୁଭାରମ୍ଭ ୧ ଜୁନ୍ ୨୦୧୫ ଠାରୁ କରିଛନ୍ତି ।

ସୂଚନାତ୍ମକ ଏପିୱାଇରେ ବୀମା ସାରଣୀ (ବୟନ କ୍ରମରେ )

ପ୍ରବେଶର ସମୟରେ ବୟସ

କେତେ ବର୍ଷ ଜମା ହେବ

ମାସିକ ପେନସନ୍

୧୦୦୦

୨୦୦୦

୩୦୦୦

୪୦୦୦

୫୦୦୦

୧୮

୪୨

୪୨

୮୪

୧୨୬

୧୬୮

୨୧୦

୧୯

୪୧

୪୬

୯୨

୧୩୮

୧୮୩

୨୨୮

୨୦

୪୦

୫୦

୧୦୦

୧୫୦

୧୯୮

୨୪୮

୨୧

୩୯

୫୪

୧୦୮

୧୬୨

୨୧୫

୨୬୯

୨୨

୩୮

୫୯

୧୧୭

୧୭୭

୨୩୪

୨୯୭

୨୩

୩୭

୬୪

୧୨୭

୧୯୨

୨୫୪

୩୧୮

୨୪

୩୬

୭୦

୧୩୯

୨୦୮

୨୭୭

୩୪୬

୨୫

୩୫

୭୬

୧୫୧

୨୨୬

୩୦୧

୩୭୬

୨୬

୩୪

୮୨

୧୬୪

୨୪୬

୩୨୭

୪୦୯

୨୭

୩୩

୯୦

୧୭୮

୨୬୮

୩୫୬

୪୪୬

୨୮

୩୨

୯୭

୧୯୪

୨୯୨

୩୮୮

୪୮୫

୨୯

୩୧

୧୦୬

୨୧୨

୩୧୮

୪୨୩

୫୨୯

୩୦

୩୦

୧୧୬

୨୩୧

୩୪୭

୪୬୨

୫୭୭

୩୧

୨୯

୧୨୬

୨୫୨

୩୭୯

୫୦୪

୬୩୦

୩୨

୨୮

୧୩୮

୨୭୬

୪୧୪

୫୫୧

୬୮୯

୩୩

୨୭

୧୫୧

୩୦୨

୪୫୩

୬୦୨

୭୫୨

୩୪

୨୬

୧୬୫

୩୩୦

୪୯୫

୬୫୯

୮୨୪

୩୫

୨୫

୧୮୧

୩୬୨

୫୪୩

୭୨୨

୯୦୨

୩୬

୨୪

୧୯୮

୩୯୬

୫୯୪

୭୯୨

୯୯୦

୩୭

୨୩

୨୧୮

୪୩୬

୬୫୪

୮୭୦

୧୦୮୭

୩୮

୨୨

୨୪୦

୪୮୦

୭୨୦

୯୫୭

୧୧୯୬

୩୯

୨୧

୨୬୪

୫୨୮

୭୯୨

୧୦୫୪

୧୩୧୮

୪୦

୨୦

୨୯୧

୫୮୨

୮୭୩

୧୧୬୪

୧୪୫୪

 

ସଂକ୍ଷିପ୍ତରେ ଅଟଳ ପେନସନ୍ ଯୋଜନା

  • ଏପିୱାଇରେ ଉପଭୋକ୍ତାଙ୍କୁ ମାସିକ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ପେନସନ୍ ଦେବାକୁ ସ୍ଥିର କରାଯାଇଛି ।
  • ଏହି ସର୍ବନିମ୍ନ ପେନସନ୍ ସୁବିଧା ପାଇଁ ଭାରତ ସରକାରଙ୍କ ଦ୍ଵାରା ଗ୍ୟାରେଣ୍ଟି ଦିଆଯାଇଛି ।
  • ଯୋଗଦାନକାରୀଙ୍କ ମାସିକ ଜମା କରୁଥିବା ଅର୍ଥର ୫୦ ପ୍ରତିଶତ ବା ୧୦୦୦ ଟଙ୍କା (ଯୋଉଟା ନିମ୍ନତମ ) ସଭ୍ୟଙ୍କ ପେନସନ୍ ଫଣ୍ଡ ଖାତାରେ ଭାରତ ସରକାର ସହ – ଅନୁଦାନ ଆକାରରେ ଜମା କରିବେ ।
  • ୧ ଜୁନ୍ ୨୦୧୫ ରୁ ୩୧ ଡିସେମ୍ବର ୨୦୧୫ ମଧ୍ୟରେ ଯୋଗ ଦେଇଥିବେ ।
  • ଯୋଗ୍ୟ ସଭ୍ୟମାନଙ୍କୁ, ଭାରତ ସରକାର ଏହି ଅନୁଦାନ ଅର୍ଥ ୫ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦେବେ ।
  • ସମସ୍ତ ବ୍ୟାଙ୍କ ଖାତାଧାରୀ ଏହି ଅଟଳ ପେନସନ୍ ଯୋଜନାରେ ଯୋଗ ଦେଇ ପାରିବେ ।
  1. ଯୋଗ୍ୟତା
    • ୧୮ ରୁ ୪୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକ ଏପିୱାଇ ଯୋଜନାରେ ସାମିଲ ହୋଇ ପାରିବେ ।
    • ଆଧାର, ପ୍ରାଥମିକ ପରିଚୟ ପତ୍ର (କେୱାଇସି) ରୂପେ ଗ୍ରହଣ କରାଯିବ ।  ଯଦି ରେଜିଷ୍ଟ୍ରେଶନ ସମୟରେ ଏହା ନଥାଏ, ତାହେଲେ ଆଧାରର ବିବରଣୀ ପଛରେ ଦେଲେ ଚଳିବ ।
  2. ଖିଲାପ କଲେ ଜୋରିମାନା
    • ଯଦି ଜମା କରିବାରେ ବିଳମ୍ବ ହୁଏ, ତାହେଲେ ବ୍ୟାଙ୍କମାନ ସଭ୍ୟମାନଙ୍କଠାରୁ ସର୍ବନିମ୍ନ ୧ ଟଙ୍କା ରୁ ୧୦ ଟଙ୍କା  ପର୍ଯ୍ୟନ୍ତ ମାସିକ ଅତିରିକ୍ତ ରାଶି ଆଦାୟ କରିବେ ।
  3. ଗ୍ରାହକଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଜ୍ଞାତବ ବିଷୟ
  4. ଯଦି ଜମା ରାଶି ପ୍ରଦାନ କରିବା ବନ୍ଦ ହୋଇଯାଏ  ତାହେଲେ –

    • ୬ ମାସ ପରେ ଖାତା ସ୍ଥିର ହୋଇଯିବ ।
    • ୧୨ ମାସ ପରେ ଖାତା ଅଚଳ ହୋଇଯିବ ।
    • ୨୪ ମାସ ପରେ ଖାତା ବନ୍ଦ ହୋଇଯିବ ।
  5. ବହିଃସ୍କରଣ/ ଯୋଜନାରୁ ବାହାରିଯିବାକୁ –
    • ୬୦ ବର୍ଷ ପୂର୍ଣ୍ଣ ହୋଇଗଲେ – ଏପିୱାଇରୁ ପେନସନ୍ ଫଣ୍ଡକୁ ଶତ ପ୍ରତିଶତ ଏନ୍ୟୁଟି ପ୍ରାପ୍ତ ହେବେ ଏବଂ ମାସିକ ପେନସନ୍ ପାରିବେ ।
    • କୌଣସି କାରଣରୁ ଜମାକାରୀଙ୍କ ମୃତ୍ୟୁ ହେଲେ – ଜମାକାରୀଙ୍କର ସ୍ଵାମୀ/ସ୍ତ୍ରୀଙ୍କୁ ପେନସନ୍ ମିଳିବ ଏବଂ ଦୁଇଜଣଙ୍କର ମୃତ୍ୟୁ ହେଲେ ପେନସନ୍ କୋଷର ସମସ୍ତ ଜମା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ମିଳିବ ।
  6. ଏପିୱାଇ
  7. ପ୍ରଜ୍ଞାପନ

    ଏପିୱାଇ ଲକ୍ଷ୍ୟଭୁକ୍ତ ସାମାଜିକ ଶ୍ରେଣୀ

    ନିୟମିତ ପେନସନ୍ ବ୍ୟବସ୍ଥା ନଥିବା, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଭାରତୀୟ  ନାଗରିକ  ମାନଙ୍କୁ ପେନସନ୍ ର ସୁବିଧା ଦେବାପାଇଁ ଏପିୱାଇ ପ୍ରୟାସ କରିବ ।

    ଯୋଜନାର ପରିଚାଳନା

    ଏହା ଏକ ସରକାରୀ ଯୋଜନା ଯାହା ପିଏଫ୍ଆର୍ଡିଏ ଦ୍ଵାରା ଜାତୀୟ ପେନସନ୍ ଯୋଜନା (ଏନ୍ପିଏସ୍) ଢାଞ୍ଚାରେ ପରିଚାଳିତ ହେବ ।

    ପ୍ରବେଶ କରିବାର ବୟସ

    ୧୮ ବର୍ଷରୁ ୪୦ ବର୍ଷ

    ଯୋଗ୍ୟତା

    ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଯେ କୌଣସି ଭାରତୀୟ ନାଗରିକ ।

    ଏପିୱାଇ ଏକାଉଣ୍ଟ ଖୋଲିବା

    ଯେଉଁ ବ୍ୟାଙ୍କରେ............ଖୋଲିବେ ।

    ଭାରତ ସରକାରଙ୍କ ସହ ଅନୁଦାନ ପାଇବା ପାଇଁ ଯୋଗ୍ୟତା

    ସରକାର ସହ – ଅନୁଦାନ ରୂପରେ ସମୁଦାୟ ଜମାରାଶିର ୫୦ ଭାଗ ବା ବର୍ଷକୁ ୧୦୦୦ ଟଙ୍କା (ଯୋଉଟା କମ୍ ) ଏପିୱାଇ ଏକାଉଣ୍ଟରେ ୫ ବର୍ଷ ପାଇଁ ଜମା କରିବେ । ଏହି ସହ – ଅନୁଦାନ, ଯେଉଁମାନେ ଅନ୍ୟ କୌଣସି ସମାଜିକ ସୁରକ୍ଷା ଯୋଜନାର ଉପଭୋକ୍ତା ହୋଇ ନଥିବେ ଏବଂ ଆୟକର ଦାତା ହୋଇ ନଥିବେ, କେବଳ ତାଙ୍କୁ ମିଳିବ ।

    ଏପିୱାଇରେ ଲାଭ

    ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଶ୍ଚିତ ସର୍ବନିମ୍ନ ମାସିକ ପେନସନ୍, ଗ୍ରାହକ ଏବଂ ତାଙ୍କର ସ୍ଵାମୀ/ସ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ତାଙ୍କ ଅନ୍ତେ ତାଙ୍କ ମନୋନୀତ ବ୍ୟକ୍ତିଙ୍କୁ ପେନସନ୍ ପାଣ୍ଠିର ଟଙ୍କା ଫେରସ୍ତ ଦିଆଯିବ ।

    ଅନ୍ୟାନ୍ୟ ସୂଚନା

    • ୧୮ ବର୍ଷରୁ ୪୦ ବର୍ଷ ବୟସର ପ୍ରଚଳିତ ସ୍ଵାବଲମ୍ବନ ଯୋଜନାର ସଭ୍ୟମାନେ ସ୍ଵୟଂକ୍ରିୟ ଭାବରେ ଏପିୱାଇ ଯୋଜନାକୁ ସ୍ଥାନାନ୍ତର କରାଯାଇ ପାରିବ । (ଯଦି ସେମାନେ ଆପତ୍ତି ନ କରନ୍ତି ) ।
    • ଯେଉଁ ଗ୍ରାହକ ୧ ଜୁନ୍ ୨୦୧୫ ରୁ ୩୧ ଡିସେମ୍ବର ୨୦୧୫ ମଧ୍ୟରେ ଯୋଜନାରେ ଯୋଗ ଦେଇଥିବେ ସେମାନଙ୍କୁ ସରକାରଙ୍କ ସହ – ଅନୁଦାନ  ୨୦୧୫-୧୬ ରୁ ୨୦୧୯-୨୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମିଳିବ ।

    ଡକ୍ୟୁମେଣ୍ଟେସନ୍

    • ଏପିୱାଇ ଆବେଦନ ଫର୍ମ
    • ସ୍ଵ - ଘୋଷଣା ପତ୍ର
    • ସ୍ଵତଃ – ଉଠାଣ ପାଇଁ କ୍ଷମତା ପତ୍ର ଥାଇ ଗୋଟାଏ ଫର୍ମ ପୂରଣ କରିବାକୁ ପଡିବ ।

 

ଫର୍ମ

 

ଆଧାର -

"www.nabard.org"

Last Modified : 12/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate