অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇନ୍ଦିରା ଆବାସ ଯୋଜନା

ଯୋଜନାର ହିତାଧିକାରୀ

୧୯୯୬ ମସିହାରେ ବିପିଏଲ୍ ତାଲିକା ସ୍ଥାନରେ ସନ ୨୦୦୨ ମସିହାରେ ବିପିଏଲ ସର୍ଭେକୁ ହିତାଧିକାରୀ ବାଛିବା ସମୟରେ ବ୍ୟବହାର କରାଯିବ । ୨୦୦୨ ମସିହା ବିପିଏଲ ସର୍ଭେରୁ ପଞ୍ଚାୟତୱାରି ତାଲିକା ୱେବ୍ ସାଇଟ୍ ରେ ରହିଛି ।

ହିତାଧିକାରୀଙ୍କୁ ଅଗ୍ରାଧିକାର

  1. ମୁକ୍ତ ଗୋଷ୍ଠି ଶ୍ରମିକ
  2. ତଫସିଲଭୁକ୍ତ ଜାତି / ଉପଜାତିର ପରିବାର (ଜାତିଆଣ ଅବିଚାରର ଶିକାର ହୋଇଥିବା , ବିଧବା କିମ୍ବା ଅବିବାହିତ ମହିଳାଙ୍କ ନେତୃତ୍ଵରେ ପରିଚାଳିତ ପରିବାର, ନଈବଢି,ନିଆଁ,ଭୂମିକମ୍ପ,ବାତ୍ୟା ଓ ସେହିଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ପରିବାର ଏବଂ ଅନ୍ୟାନ୍ୟ ତଫସଲ ଭୁକ୍ତ ଜାତି /ଉପଜାତିର ପରିବାର )
  3. ଗୃହ ନିର୍ମାଣ
  4. ପାହାଡିଆ /ଅସୁବିଧାଜନକ ଅଞ୍ଚଳରେ ଗୃହ ନିର୍ମାଣ ପାଇଁ ୩୮ ହଜାର ୫୦୦ ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଥାଏ।

ହିତାଧିକାରୀଙ୍କୁ ଅର୍ଥ ପଇଠ

ଘର ତିଆରି କାମର ଅଗ୍ରଗତିକୁ ବିଚାର କରି ହିତାଧିକାରୀମାନଙ୍କୁ ଅର୍ଥ ପଇଠ କରାଯାଇଥାଏ ।  ମଞ୍ଜୁର କରାଯାଇଥିବା ସଂପୂର୍ଣ ପଇସାକୁ ଏକକାଳୀନ ଭାବେ କଦାପି ହିତାଧିକାରୀଙ୍କୁ ପଇଠ କରାଯାଇପାରିବ ନାହିଁ । ଘର ତିଆରି ପାଇଁ କାର୍ଯ୍ୟ ଦେଶ ସହିତ ପ୍ରଥମ କିନ୍ତୁ ,ପ୍ଲିନ୍ଥ ପର୍ଯ୍ୟନ୍ତ ଶେଷହେଲେ ଦ୍ଵିତୀୟ କିସ୍ତି ଓ ଛାତ ତିଆରି ସଂପୂର୍ଣ୍ଣ ହେଲେ ତୃତୀୟ କିସ୍ତି ପଇଠ କରାଯିବ ।

ଗ୍ରାମ ବ୍ଲକ ଓ ଜିଲ୍ଲା ସ୍ତରରେ ସ୍ଵଚ୍ଛତା

କାର୍ଯ୍ୟକାରିତାର ପ୍ରତ୍ୟେକସ୍ତରରେ ଲୋକମାନଙ୍କ ଜାଣିବା ପାଇଁ ନିମ୍ନ ବିଷୟଗୁଡିକୁ ପ୍ରସ୍ତୁତ କରି ରଖାଯିବା ଉଚିତ୍ ।

  1. ଗ୍ରାମସ୍ତର
    • ଦାରିଦ୍ର୍ୟ ସୀମାରେଖା ତଳେ ବସଭାବ କରୁଥିବା ପରିବାରଗୁଡିକର ତାଲିକା
    • ଇନ୍ଦିରା ଆବାସ ଯୋଜନା ଅଧୀନରେ ପୂର୍ବବର୍ଷ ଏବଂ ଚଳିତ ବର୍ଷ ପାଇଁ ବଛାଯାଇଥିବା ହିତାଧିକାରୀ ଓ ସେମାନଙ୍କ ବିବରଣୀ ଯଥା ତଫସିଲଭୁକ୍ତ ଜାତି / ଉପଜାତି ,ମହିଳା ଏବଂ ଅକ୍ଷମ ।
    • ଏହି ଯୋଜନରେ ଅଧୀନରେ ଗ୍ରାମକୁ ମିଳିଥିବା ବ୍ୟୟ ବରାଦ ।
    • ଇନ୍ଦିରା ଆବାସ ଯୋଜନର ନୀତି ନିର୍ଦ୍ଦେଶାବଳୀ / ହିତାଧିକାରୀ ବୟନର ପଦ୍ଧତି ।
    • ଯୋଜନା ଅଧିନରେ ତିଆରି ହୋଇଥିବା ଘର ସମୁଖରେ ସୂଚନାବୋର୍ଡ  ଲଗାଯିବା ବ୍ୟବସ୍ଥା ।
  2. ବ୍ଲକସ୍ତର
    • ବ୍ଲକସ୍ତରରେ ନିଆଯାଇଥିବା ଘର ତିଆରି କାମର ସଂପୂର୍ଣ ବିବରଣୀ, ଖର୍ଚ୍ଚ ପରିମାଣ, ପାଣ୍ଠି କେଉଁଠୁ ଆସିଲା ଏବଂ ଏହାର କାର୍ଯ୍ୟକାରୀ ସଂସ୍ଥା ଆଦି ।
    • ଯୋଜନା ଅଧିନରେ ବିଭିନ୍ନ ଗ୍ରାମକୁ ଦିଆଯାଇଥିବା ପାଣ୍ଠିର ବିବରଣୀ ।
    • ବ୍ୟୟବରାଦ/କେତେକ ପାଣ୍ଠି ମିଳିଛି ଓ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କୀୟ ବିବରଣୀ ।
  3. ଜିଲ୍ଲାସ୍ତର
    • ଯୋଜନା ଅଧିନରେ ବ୍ଲକୱାରି ଓ ଗ୍ରାମୱାରି ଦିଆଯାଇଥିବା ପାଣ୍ଠି ବିବରଣୀ ।
    • ଯୋଜନା ଅଧିନରେ ବ୍ଲକ /ଗ୍ରାମକୁ ଦିଆଯାଇଥିବା ପାଣ୍ଠିର ବଣ୍ଟନ କିଭଳି ଓ କେଉଁ ପଦ୍ଧତି ଅନୁସରଣ କରି ଦିଆଯାଇଥାଏ ତାର ବିବରଣୀ ।
  4. ସରପଞ୍ଚଙ୍କ ଭୂମିକା
    • ସରପଞ୍ଚ ନିଜ ପଞ୍ଚାୟତର ମୁଖିଆଭାବରେ, ପଞ୍ଚାୟତ ବିଭିନ୍ନ ଗାଁରେ ତିଆରି କରାଯାଇଥିବା ଇନ୍ଦିରାଆବାସ ଘର ଗୁଡିକର ଅଗ୍ରଗତିକୁ ତଦାରଖ କରିପାରିବେ ଏବଂ ଏ ସଂକ୍ରାନ୍ତରେ ନିଜର ମତାମତ ଦେଇ ସଂପୃକ୍ତ ବିଡିଓଙ୍କ ନିକଟକୁ ଏକ ଲିଖିତ ରିପୋର୍ଟ ପଠାଇ ପାରିବେ ।
    • ଏହି କାର୍ଯ୍ୟକ୍ରମର ଅଗ୍ରଗତି ଓ ଦେଖାଯାଉଥିବା ସମସ୍ୟାଗୁଡିକ ସଂପର୍କରେ ପଞ୍ଚାୟତ ବୈଠକରେ ଅନ୍ୟ ବାର୍ଡମେମ୍ବରମାନଙ୍କ ସହ ଆଲୋଚନା କରିପାରିବେ ଏବଂ ପଞ୍ଚାୟତର ବୈଠକ ଓ ବିବରଣୀରେ ସେ ବିଷୟ ଉଲ୍ଲେଖ କରି ବିଡିଓଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ।
    • ଇନ୍ଦିରାଆବାସ ଯୋଜନାର ହିତାଧିକାରୀମାନଙ୍କ ସମସ୍ୟା ସମାଧାନ ପାଇଁ, ନିଜ ପଞ୍ଚାୟତର ସମିତି ସଭ୍ୟଙ୍କ ସହିତ ମିଶି ଏ ବିଷୟରେ ପଞ୍ଚାୟତ ସମିତିର ବୈଠକରେ ଉଠାଇ ପାରିବେ ।
    • କର୍ତ୍ତୃପକ୍ଷଙ୍କ ଆଗରେ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ, ନିଜ ପଞ୍ଚାୟତ ଇନ୍ଦିରା ଆବାସ ହିତାଧିକାରୀମାନଙ୍କୁ ନେଇ ଏକ ଅଣ ଆନୁଷ୍ଠାନିକ ଦଳ ଗଠନ କରିପାରିବ ।
    • ଠିକ୍ ସମୟରେ ଗୃହ ତିଆରି କାମ ଯେଭଳି ସଂପୂର୍ଣ ହୋଇପାରିବ ଏବଂ ହିତାଧିକାରୀମାନେ ଯେଭଳି ଠିକ୍ ଭାବରେ ସେମାନଙ୍କର କିସ୍ତି ପ୍ରାପ୍ୟ ପାଇପାରିବେ ସେ ବିଷୟରେ ଶୀଘ୍ର କରିବା ପାଇଁ, ଗାଁକୁ ପରିଦର୍ଶନ ଆସୁଥିବା ବିଡିଓଙ୍କ ଉପରେ ଚାପ ପକାଇ ପାରିବେ ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate