অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪

ମୁଖବନ୍ଧ

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪ଭାରତୀୟ ସମ୍ବିଧାନର ମୁଖବନ୍ଧ, ମୌଳିକ ଅଧିକାର , ମୌଳିକ କର୍ତ୍ତବ୍ୟ ଏବଂ ନିର୍ଦ୍ଦେଶାଭିମୁଖ୍ୟ ନୀତି ମାନଙ୍କରେ ସାମାଜିକ ଲିଙ୍ଗ ଭିତ୍ତିକ ସମାନତାର ନୀତି ସୁସ୍ପଷ୍ଟ । ନାରୀମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସକରାତ୍ମକ କାର୍ଯ୍ୟ ଗ୍ରହଣ କରିବା ପାଇଁ ସମ୍ବିଧାନ ରାଜ୍ୟ ଗୁଡିକୁ ଅଧିକାର ଦେଇଛି । ମହିଳାମାନଙ୍କ ସମାନତାକୁ ସୁନିଶ୍ଚିତ କରିବା ପାଇଁ ଭାରତ, ବିଭିନ୍ନ ଆର୍ନ୍ତଜାତିକ ମହାସମ୍ମିଳନୀ ଓ ସନ୍ଧି ଗୁଡିକ ସହିତ ମଧ୍ୟ ଚୁକ୍ତିବଦ୍ଧ ଅଟେ । ଆହୁରି ମଧ୍ୟ ଜାତିସଂଘ ସାଧାଋଣ ସଭା ଅଧିବେସନରେ ଗୃହୀତ ହୋଇଥିବା ‘ସାମାଜିକ ଲିଙ୍ଗ ଭିତ୍ତିକ ସମାନତା ଓ ବିକାଶ’ ଉପରେ ଆଧାରିତ ସନ୍ଦର୍ଭଟି ଭାରତ ଦ୍ଵାରା ଉପଯୁକ୍ତ କାର୍ଯ୍ୟକାରିଣୀ ପାଇଁ ନିଷ୍ପତ୍ତି ନିଆଯାଇଅଛି । (ମହିଳା ସଶକ୍ତି କଋଣ ଉଦ୍ଦେଶ୍ୟରେ ଜାତୀୟ ନୀତି, ୨୦୦୧)

ସ୍ଵାଧୀନତା ସଂଗ୍ରାମୀ ସମୟରେ, ସାହିତ୍ୟ, କଳା, ସ୍ଥାପତ୍ୟ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ମହିଳା ମାନେ ପର୍ଯ୍ୟାପ୍ତ ଭାବେ ଯୋଗଦାନ କରିଛନ୍ତି । ଓଡ଼ିଶା ସରକାର, ଏହି ନୀତି ମାଧ୍ୟମରେ ବାଳିକା ଓ ମହିଳା ମାନଙ୍କର ଅଧିକାର ଓ ଲିଙ୍ଗଗତ ସମାନତା ଦିଗରେ ତାଙ୍କର ସୁଦୃଢ଼ ଅଭିପ୍ରାୟ କୁ ପୁନଃ ସୁନିଶ୍ଚିତ କରୁଛନ୍ତି । ବାଳିକା ଓ ମହିଳା ମାନଙ୍କୁ ସମସ୍ତ ବିକାଶଶୀଳ ପ୍ରଚେଷ୍ଟାର କେନ୍ଦ୍ରରେ ସ୍ଥାନ ଦେବା ପାଇଁ ପ୍ରତିଶୃତି ଦିଆଯାଇଛି । ବିଗତ ବର୍ଷ ମାନଙ୍କରେ ସମ୍ପଦ ଓ ସୁଯୋଗରେ ସମାନୁପାତିକ ଅନୁପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ବହୁ ସଂଖ୍ୟକ ନୀତି ଓ କାର୍ଯ୍ୟକ୍ରମ ମାଧ୍ୟମ ରେ କାର୍ଯ୍ୟକୁ ହାତକୁ ନିଆଯାଇଛି । ସେ ଯାହା ହେଉନା କାହିଁକି, ବାଳିକା ଓ ମହିଳାମାନେ ଏବେ ମଧ୍ୟ ସେମାନଙ୍କର ଉଦ୍‌ବର୍ଲିନ, କୁଶଳତା, ସୁରକ୍ଷା ଏବଂ ବିକାଶ ଦିଗରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପ୍ରତି ନ୍ୟୁନ ମନୋଭାବ ମା' ପେଟରୁ ହିଁ ଆରମ୍ଭ ହୋଇଥାଏ ଓ ସାରା ଜୀବନ ଲାଗିରହିଥାଏ ଯାହା ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାରିଣୀ ଶକ୍ତିକୁ ହାସଲ କରିବା ଓ ସମାଜର ଏକ ସଳିୟ ସଭ୍ୟ ହେବାର ଦକ୍ଷତା ଉପରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ବ୍ୟବସ୍ଥାଗତ ବାଧାବିଘ୍ନ ସହିତ ସାମାଜିକ ଚିନ୍ତାଧାରାରେ ଦୃଢ଼ଭାବେ ସ୍ଥାପିତ ହୋଇଥିବା ପୁରୁଷ କେନ୍ଦ୍ରିକ ନୀତି ନିୟମ, ମୂଲ୍ୟବୋଧ ଓ ଚଳଣୀ ଗୁଡିକ ବାଳିକା ଓ ମହିଳାମାନଙ୍କ ପାଇଁ ବହୁବିଧ ବାଧା ସୃଷ୍ଟି କରିଥାଏ ଓ ଅଧିକାର ଗୁଡିକୁ ଉପଭୋଗ କରିବାରେ ସେମାନଙ୍କୁ ନିବୃତ କରିଥାଏ ।

ବାଳିକା ଓ ମହିଳା ମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ନୀତି ଏହିପରି ଏକ ପୃଷ୍ଠଭୂମିରେ ପ୍ରସ୍ତୁତ କରାଯାଇଛି । ଉପଯୁକ୍ତ ନଥିପତ୍ର ଓ ପ୍ରମାଣ ଗୁଡିକର ଅନୁଶୀଳନ ଓ ଏହି ବିଷୟ ସହିତ ଜଡିତ ଥିବା ବିଭିନ୍ନ ସଂସ୍ଥା ଗୁଡିକ ସହିତ କ୍ରମାଗତ ପରାମର୍ଶ, ଏହି ନୀତି ପ୍ରସ୍ତୁତ କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ଦିଗଦର୍ଶନ ଓ ସ୍ଵତନ୍ତ୍ର ଜ୍ଞାନ ଯୋଗାଇଥିଲା । ଏହି ନୀତି ବାଳିକା ଓ ମହିଳା ମାନଙ୍କର ଜନ୍ମ, ଶୈଶବ, କୈଶୋର, ପ୍ରୌଢ ଓ ବୃଦ୍ଧାବସ୍ଥାର ମହତ୍ଵପୂର୍ଣ୍ଣ ବିଷୟଗୁଡିକୁ ନେଇ ଏକ ‘ଜୀବନ-ଚକ୍ର" ଶୈଳୀରେ ପ୍ରସ୍ତୁତ କରାଯାଇଅଛି । ନୀତିର ମୁଖ୍ୟ ବିଷୟବସ୍ତୁଗୁଡ଼ିକ ହେଉଛି ଉଦବର୍ତ୍ତନ, ସ୍ୱାସ୍ଥ୍ୟ ଓ ପୃଷ୍ଟି, ଶିକ୍ଷା, ଜୀବିକା (ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ କ୍ଷେତ୍ର); ଆସବାବ ପତ୍ର ମାଲିକାନା ସତ୍ତ୍ଵ, ନିଷ୍ପତ୍ତି ଗ୍ରହଣ, ଅଂଶଗ୍ରହଣ, ରାଜନୈତିକ ଓ ପ୍ରତିନିଧିତ୍ଵ; ନିରାପତ୍ତା, ସୁରକ୍ଷା ଓ ରକ୍ଷଣ; ଏବଂ ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା । ଏତଦ୍ ବ୍ୟତୀତ ଏହି ନୀତିଟିକୁ କାର୍ଯ୍ୟକାରି କରିବା ପାଇଁ ନିର୍ଦ୍ଦେଶାତ୍ମକ ସିଦ୍ଧାନ୍ତ ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

ଏହି ନୀତି ଦକ୍ଷତା ବୃଦ୍ଧି ଏବଂ ଅଧିକ ସଶକ୍ତ, ଆନୁଷ୍ଠାନିକ ଓ ଆଇନଗତ ଢ଼ାଞ୍ଚା ଦ୍ଵାରା ସାମାଜିକ ଅନ୍ତଃକଋଣ, ଅଧିକାର ଓ ତତ୍‌ଜନିତ ସୁବିଧା, ପକ୍ଷପାତ ସାମାଜିକ ନୀତି ଓ ମୂଲ୍ୟବୋଧ ଇତ୍ୟାଦିର ସମାଧାନ କରିବାରେ ସହାୟକ ହେବ । ଏହା ଉପଯୁକ୍ତ ଆଇନ୍ ବ୍ୟବସ୍ଥା, ନୀତି ଓ ଯୋଜନା ମାଧ୍ୟମ ରେ ବାଳିକା ଓ ମହିଳା ମାନଙ୍କ ପ୍ରତି ସମ୍ବେଦନଶୀଳ ଥିବା ଆଇନ୍ ଓ ନୀତି ପ୍ରସ୍ତୁତ କରିବାରେ ପଥପ୍ରଦର୍ଶକ ହେବ । ଏତଦ୍ ବ୍ୟତୀତ ପ୍ରଗତି ପାଇଁ ପନ୍ଥା ନିର୍ଦ୍ଧାରଣ କରିବା ଓ ନିରୀକ୍ଷଣ କରିବାରେ ଲିଙ୍ଗ ଭିତ୍ତିକ ପୃଥକ୍ ସୂଚନାର ବ୍ୟବହାର ଉପରେ ଗୁରୁତ୍ଵ ଆରୋପ କରାଯାଇଛି । ଏହି ନୀତି ବିଭିନ୍ନ ରାଜ୍ୟ ସ୍ତରୀୟ ଓ ଅଣରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନଙ୍କ ଦ୍ଵାରା ଯୋଜନା ଓ କାର୍ଯ୍ୟ କାରିଣୀ ପାଇଁ ପଥ ପ୍ରଦର୍ଶକ ଢାଞ୍ଚା ରୂପେ କାର୍ଯ୍ୟ କରିବା, ଯାହା ଦ୍ଵାରା ବାଳିକା ଓ ମହିଳା ମାନଙ୍କର ଆବଶ୍ୟକତା ଗୁଡିକ ସକାରାତ୍ମକ ଭାବେ ସମାଧାନ ହୋଇପାରିବ ।

ମୁଖ୍ୟ ଉଦ୍ଦେଶ୍ୟ

ବାଳିକା ଓ ମହିଳାମାନଙ୍କ ପାଇଁ ସକ୍ଷମକାରୀ ପରିବେଶ ସୃଷ୍ଟି କରାଯିବ ଯାହା ସମାନ ସୁଯୋଗକୁ ପ୍ରୋତ୍ସାହନ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦକ୍ଷତାର ଅଭିବୃଦ୍ଧି, ଲିଙ୍ଗଗତ ପ୍ରଭେଦର ମୂଳତ୍ପାଟନ, ସାମୁହିକ ବିକାଶ ଓ ସଶକ୍ତିକରଣ କୁ ସୁନିଶ୍ଚିତ କରିବ ।

ଅଭିପ୍ରାୟ

ଏକ ରାଜ୍ୟ ଯେଉଁଠାରେ ବାଳିକା ଓ ମହିଳାମାନେ : -

ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଯାପନ କରିବା ପାଇଁ ସକ୍ଷମ ହେବେ,

ସ୍ଵାସ୍ଥ୍ୟ ଓ ସ୍ଵାଛନ୍ଦ୍ୟକୁ ଉପଭୋଗ କରିବେ,

ଜୀବନର ସମସ୍ତ କ୍ଷେତ୍ରରେ ସମାନ ସୁଯୋଗ ପାଇବେ,

ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଅଂଶଗ୍ରହଣ କରିବେ,

ନେତୃତ୍ଵ ଓ ନିଷ୍ପତି ନେବାରେ ଭୂମିକା ଗ୍ରହଣ କରିବେ,

ନିରାପଦ, ସୁରକ୍ଷିତ ଓ ସ୍ଵଂୟ ପ୍ରକଟିତ ହୋଇପାରିବେ

ଏବଂ ରାଜ୍ୟର ବିକାଶରେ ସେମାନେ ସମାନ ସହଭାଗୀ ହେବେ ।

ପଥ ପ୍ରଦର୍ଶକ ସିଦ୍ଧାନ୍ତ

ରାଜ୍ୟରେ ଥିବା ବାଳିକା ଓ ମହିଳା ମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟ ସୁବିଧା ଗୁଡିକ ଉପରେ ସମାନ ଅନୁପ୍ରବେଶର ଉପଭୋଗକୁ ସୁନିଶ୍ଚିତ କରାଇବା ହେଉଛି ଏହି ନୀତିର ଲକ୍ଷ୍ୟ । ଏହା ସେମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ସକ୍ଷମ କରିବ । ଯଥା ପ୍ରଦର୍ଶକ ସିଦ୍ଧାନ୍ତ ଗୁଡିକ ଏହି ନୀତି ବିନିଯୋଗ ଦିଗରେ ଏକ ଢାଞ୍ଚା ରୂପେ କାର୍ଯ୍ୟ କରିବ ।

  • ସମାନୁପାତିତା ଓ ସମାନତା – ଏହି ନୀତିଟି ଏକ ପ୍ରଭେଦ ବିହିନ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ, ଯେଉଁଥିରେ ବାଳିକା ଓ ମହିଳା ମାନଙ୍କୁ ନ୍ୟାୟୋଚିତ ଭାବେ ବିଚାର କରାଯାଇଅଛି ଏବଂ ଫଳାଫଳର ସମାନତାକୁ ସୁନିଶ୍ଚିତ କରିବା ପାଇଁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସୁଯୋଗ ରହିଛି ।
  • ସକାରାତ୍ମକ କାର୍ଯ୍ୟ – ଏହି ନୀତି ସକାରାତ୍ମକ କାର୍ଯ୍ୟ ଦ୍ଵାରା ବାଳିକା ଓ ମହିଳା ମାନଙ୍କର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ସଶକ୍ତିକରଣ ଓ ଲିଙ୍ଗ ଭିତ୍ତିକ ସମାନତା ହାସଲ କରିବା ନିମିତ୍ତ ବୃହତ୍ତର ଲକ୍ଷ୍ୟ ଓ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
  • ଜୀବନଚକ୍ର ଶୈଳୀ - ବାଳିକା ଓ ମହିଳାମାନଙ୍କର ଜନ୍ମ, ପ୍ରାକ୍ ଶୈଶବ, ଶୈଶବ, କୈଶୋର, ପ୍ରୌଢ ଓ ବାର୍ଦ୍ଧକ୍ୟ ଅବସ୍ଥାର ଚିନ୍ତାଶୀଳ ସମସ୍ୟା ଗୁଡିକ ଉପରେ ଏହି ନୀତିର ନିର୍ଦ୍ଦେଶନାମା ଗୁଡିକ ପର୍ଯ୍ୟବେଶିତ ।
  • ଅନ୍ତଃକଋଣ - ବିପଦସଙ୍କୁଳ ଅବସ୍ଥାରେ ଥିବା ଓ ଯୁଗ ଯୁଗ ଧରି ଅବହେଳିତ ହୋଇଆସୁଥିବା ସମସ୍ତ ବାଳିକା ଓ ମହିଳା ମାନଙ୍କୁ ପରିସର ଅନ୍ତର୍ଭୁକ୍ତ କରିବା ପାଇଁ ଏହି ନୀତି ଚୁକ୍ତିବଦ୍ଧ ଅଟେ ।
  • ଅଂଶଗ୍ରହଣ - ଏହି ନୀତିର ପରିକଳ୍ପନାକୁ ବାସ୍ତବରେ ପରିଣତ କରିବା ପାଇଁ, ବାଳକ, ବାଳିକା, ମହିଳା ଓ ପୁରୁଷ ମାନଙ୍କର ସକ୍ରିୟ ଅଂଶଗ୍ରହଣ କୁ ଉତ୍ସାହିତ କରାଯାଇଅଛି । ଏହା ବାଳିକା ଓ ମହିଳା ମାନଙ୍କର ସମସ୍ୟା ଗୁଡିକ ଉପରେ ବେସରକାରୀ ସାମାଜିକ ଅନୁଷ୍ଠାନ, ଘରୋଇ ଓ ସରକାରୀ ବ୍ୟବସାୟ ଅନୁଷ୍ଠାନ ଗୁଡ଼ିକର ଜ୍ଞାନ, ପାରଦର୍ଶିତା ଓ ସମ୍ବଳ ଗୁଡିକୁ ବିନିଯୋଗ କରିବ ।
  • ଆଞ୍ଚଳିକ ଓ ସାଂସ୍କୃତିକ ବିବିଧତା - ଜାତି, ଶ୍ରେଣୀ, ବର୍ଣ୍ଣ ଓ ଆଞ୍ଚଳିକ ଅବସ୍ଥାନ ଭିତ୍ତିକ ବିବିଧତାକୁ ଏହି ନୀତି ମାନ୍ୟତା ଦେଇଅଛି । ଏହା ‘ନାରୀତ୍ଵ'କୁ ସସମ୍ମାନେ ପାଳନ କରୁଥିବା ସାମାଜିକ ନୀତି ଓ ଚଳଣିକୁ ଉପଯୁକ୍ତ ଗୁରୁତ୍ଵ ଦେଇଅଛି ।

ପାରିସ୍ଥାତ୍ତ୍ଵିକ ଅନୁଶୀଳନ

ଜନଗଣନା ୨୦୧୧ ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୪୧୯ ଲକ୍ଷ ଏବଂ ଏହା ଦେଶର ଏକାଦଶତମ ବୃହତ୍ତମ ରାଜ୍ୟ । ଜନସଂଖ୍ୟାର ବେଶ୍ ଅଧିକ ଭାଗ (୪୦ ପ୍ରତିଶତ) ପ୍ରତିକୂଳ ଅବସ୍ଥାରେ ଥିବା ଗୋଷ୍ଠୀର ଅନ୍ତର୍ଭୁକ୍ତ (୨୨.୮ ପ୍ରତିଶତ ଅନୁସୂଚିତ ଜନଜାତି ଏବଂ ୧୭, ୧ ପ୍ରତିଶତ ଅନୁସୂଚିତ ଜାତି) । ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ (ଜାତୀୟ ସ୍ତରେ ୧୮.୭ ପ୍ରତିଶତ) ସଂଖ୍ୟାଲଘୁ ଗୋଷ୍ଠୀର ଅନ୍ତର୍ଗତ ଯାହାର ୨.୦୭ ପ୍ରତିଶତ ମୁସଲମାନ ଏବଂ ୨.୪ ପ୍ରତିଶତ ଖ୍ରୀଷ୍ଟିୟାନ ଅଟନ୍ତି । ଜାତୀୟ ନମୁନା ସର୍ଭେକ୍ଷଣ ଅନୁଷ୍ଠାନ ୨୦୦୯-୧୦ ଅନୁଯାୟୀ, ଜନସଂଖ୍ୟାର ହାରାହାରି ଏକ ତୃତୀୟାଂଶ ଦାରିଦ୍ର୍ୟ ସୀମାରେଖା ତଳେ ଅନ୍ତର୍ଭୁକ୍ତ।

୨୦୧୧ ଜନଗଣନା ଅନୁସାରେ ଯଦିଓ ରାଜ୍ୟର ସର୍ବମୋଟ ଲିଙ୍ଗାନୁପାତ ୯୬୨ ରୁ ୯୭୯ କୁ ବୃଦ୍ଧି ପାଇଛି, ଶିଶୁ ଲିଙ୍ଗାନୁପାତ ଆଖିଦୃଷ୍ଟିଆ ଭାବେ ଗ୍ରାମୀଣା, ସହରାଞ୍ଚଳ ଏବଂ ଆଞ୍ଚଳିକ ପ୍ରଭେଦ ସହ ୯୫୩ ରୁ ୯୪୧କୁ ହ୍ରାସ ପାଇଛି । ଅପର ପକ୍ଷରେ ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟାରେ ଲିଙ୍ଗାନୁପାତ ତୁଳନାତ୍ମକ ଭାବେ ଉନ୍ନତି ଅବସ୍ଥାରେ (ଯଥାକ୍ରମେ ୯୮୭ ଓ ୧୦୨୯) ଅଛି ।

ଶିଶୁ ମୃତ୍ୟୁହାର (ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ପୁତ୍ର - ୫୨, କନ୍ୟା - ୫୪) ଏବଂ ୫ ବର୍ଷରୁ କମ୍ ବୟସରେ ମୃତ୍ୟୁହାର (ପ୍ରତି ୧୦୦୦ ଜୀବନ୍ତ ଜନ୍ମରେ ଶିଶୁପୁତ୍ର- ୭୦, ଶିଶୁକନ୍ୟା - ୭୪) ବାଳକ ମାନଙ୍କ ଅପେକ୍ଷା ବାଳିକା ମାନଙ୍କର ଅପେକ୍ଷାକୃତ ଅଧିକ ରହିଛି ଏବଂ ଅନେକ ଜିଲ୍ଲାରେ (୩୦ଟି ଜିଲ୍ଲା ମଧ୍ୟରୁ ୨୪ଟି) ଲିଙ୍ଗଗତ ପ୍ରଭେଦ ରହିଛି । ୬ ରୁ ୫୯ ମାସ ବୟସ ମଧ୍ୟରେ ଦୁଇ ତୃତୀୟାଂଶ ବାଳିକା (୬୭ ପ୍ରତିଶତ) ଏବଂ ପ୍ରଜନନ ବୟସର ପ୍ରତି ୧୦ ଜଣ ମହିଳାରେ ୬ ଜଣ (୬୧.୨ ପ୍ରତିଶତ) ରକ୍ତହୀନତାର ଆକ୍ରାନ୍ତ ଅଟନ୍ତି । ରାଜ୍ୟର ମାତୃ ମୃତ୍ୟୁହାର ପ୍ରତି ୧,୦୦,୦୦୦ ଜୀବନ୍ତ ଜନ୍ମ ପ୍ରତି ୨୫୮ (୨୦୦୯) ରୁ ୨୩୫ (୨୦୧୨) କୁ ହ୍ରାସ ପାଇଥିଲେ ମଧ୍ୟ ଏହା ଦେଶରେ ସଂଖ୍ୟାଗରିଷ୍ଠତାର ୪ର୍ଥ ସ୍ଥାନରେ ଅଛି ।

୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ସର୍ବମୋଟ ଶିକ୍ଷିତ ହାର ୭୨.୯ ପ୍ରତିଶତ ଓ ୬୪ ପ୍ରତିଶତ ମହିଳା ଶିକ୍ଷିତ ଥିଲେ ହେଁ ନାରୀ ଶିକ୍ଷା ହାରରେ ପ୍ରଶସ୍ତ ପ୍ରଭେଦ ରହିଛି। ଯଥା ଏହା ନବରଙ୍ଗପୁର ଜିଲ୍ଲାରେ ୩୫.୮ ପ୍ରତିଶତ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୮୧.୬ ପ୍ରତିଶତ ଅଟେ । ଅନୁସୂଚିତ ଜନଜାତି ଗୋଷ୍ଠୀ ମଧ୍ୟରେ ନାରୀ ଶିକ୍ଷାହାର ସବୁଠାରୁ କମ୍ (୪୧.୨ ପ୍ରତିଶତ) । ୨୦୧୧ରେ ଶିକ୍ଷାହାରରେ ସର୍ବମୋଟ ଲିଙ୍ଗଗତ ପ୍ରଭେଦ ୨୦୦୧ର ୨୪.୮୪ ପ୍ରତିଶତ ରୁ ୧୭.୬ ପ୍ରତିଶତ କୁହ୍ରାସ ପାଇଛି ।

ପ୍ରାଥମିକ ବିଦ୍ୟାଳୟରେ ବାଳିକାମାନଙ୍କର ନାମଲେଖା ହାର ବସ୍ତୁତଃ ୫୮.୨ ପ୍ରତିଶତ (୨୦୦୦–୦୧) ରୁ ୯୯.୫୭ ପ୍ରତିଶତ (୨୦୧୧-୧୨) କୁ ବୃଦ୍ଧି ପାଇଛି । ବାଳିକା ମାନଙ୍କ ମଧ୍ୟରେ ଅଧାପାଠରୁ ବିଦ୍ୟାଳୟ ଛାଡିଦେଇଥିବା ଛାତ୍ରୀଙ୍କ ହାରର ତୀବ୍ର ଅଧୋପତନ ଘଟିଛି ଯଥା ପ୍ରାଥମିକ ସ୍ତରରେ ୨୦୦୦ -୦୧ ରେ ୪୧.୪ ପ୍ରତିଶତ ରୁ ୨୦୧୧– ୧୨ ରେ ୦.୬୨ ପ୍ରତିଶତକୁ, ଉଚ୍ଚ ପ୍ରାଥମିକ ସ୍ତରରେ ୨୦୦୦ -୦୧ ରେ ୬୧.୧ ପ୍ରତିଶତ ରୁ ୨୦୧୧– ୧୨ ରେ ୨.୨୩ ପ୍ରତିଶତ କୁ ହ୍ରାସ ପାଇଛି । କିନ୍ତୁ ଉଚ୍ଚ ବିଦ୍ୟାଳୟ ସ୍ତରରେ ଏହି ହାର ୫୧.୮ ପ୍ରତିଶତ ଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଗୋଷ୍ଠୀ ମଧ୍ୟରେ ଏହା ଆହୁରି ଅଧିକ ଅଟେ ଯାହାକି ଯଥାକ୍ରମେ ୬୧.୮ ଓ ୬୨.୭ ପ୍ରତିଶତ ।

ଆନୁଷ୍ଠାନିକ କ୍ଷେତ୍ରରେ କର୍ମଜିବୀ ମହିଳା ମାନଙ୍କର ହାରର ସ୍ୱଳ୍ପ ଅଭିବୃଦ୍ଧି ଘଟିଛି (୨୦୦୫ରେ ୧୪.୯ ପ୍ରତିଶତ ରୁ ୨୦୧୧ ରେ ୧୬.୮ ପ୍ରତିଶତ), କିନ୍ତୁ ତିନି ଚତୁର୍ଥା°ଶ ମହିଳା କୃଷି କ୍ଷେତ୍ରରେ କାମ କରୁଥିବାର ଦେଖାଯାଇଛି, ଏବଂ ଓଡ଼ିଶାରେ ୬୬ ପ୍ରତିଶତ ମହିଳା ସ୍ୱଳ୍ପ ଆୟକାରୀ କର୍ମଜିବୀ ଅଟନ୍ତି ।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେକ୍ଷଣ-୩ (୨୦୦୫-୦୬) ଅନୁଯାୟୀ ୧୫ -୪୯ ବର୍ଷ ବୟସର ମହିଳା ମାନଙ୍କ ମଧ୍ୟରୁ ଓଡ଼ିଶାରେ ୪୨ ପ୍ରତିଶତ ଓ ଦେଶରେ ୩୫ ପ୍ରତିଶତ ଶାରୀରିକ କିମ୍ବା ଯୌନଗତ ହିଂସାର ଶିକାର ହୋଇଥାନ୍ତି । ଜାତୀୟ ସ୍ତରରେ ଓଡ଼ିଶା, ମହିଳା ବିରୋଧି ହିଂସାରେ ୧୦ମ, ଯୌତୁକ ଜନିତ ହତ୍ୟାରେ ୭ମ ଓ ଧର୍ଷଣ କ୍ଷେତ୍ରରେ ୮ମ ସ୍ଥାନରେ ଅଛି । (ଜାତୀୟ ଅପରାଧ ପଞ୍ଜୀକରଣ ବିଭାଗ-୨୦୧୧)

ଆମ ରାଜ୍ୟରେ ବୃଦ୍ଧାବସ୍ଥାର ମହିଳା ସମୁଦାୟ ମହିଳା ଜନସଂଖ୍ୟାର ୯.୫ ପ୍ରତିଶତ, ଯାହାକି ଭାରତ ବର୍ଷର ବଡ ବଡ ରାଜ୍ୟମାନଙ୍କରେ ୭ମ ସର୍ବାଧିକ ଅଟେ । ଆହୁରି ମଧ୍ୟ ରାଜ୍ୟ ମହିଳା ଜନସଂଖ୍ୟାର ୨.୭୪ ପ୍ରତିଶତ ମହିଳା ଭିନ୍ନକ୍ଷମ ଯାହାକି ଜାତୀୟ ଅନୁପାତ, ୨.୦୦ ପ୍ରତିଶତ, ଅପେକ୍ଷା ଅଧିକ ଅଟେ ।

ଗୁରୁତ୍ଵପୂର୍ଣ୍ଣ ବିଷୟ ବସ୍ତୁ ଓ ନିର୍ଦ୍ଦେଶନାମା

ବିଭିନ୍ନ ବିଚାର ବିମର୍ଷ ଓ ଆଲୋଚନା ଉପରେ ଆଧାର କରି, ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଗୁଡିକୁ ନିରୂପଣ କରାଯାଇଛି ଯାହା ବାଳିକା ଓ ମହିଳା ମାନଙ୍କର ବିକାଶ ଓ ସଶକ୍ତିକରଣ ଉପରେ ବିଶେଷ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଏକ ପାରିସ୍ଥାତ୍ତ୍ଵିକ ଅନୁଶୀଳନ ପରେ ନିରୂପଣ କରାଯାଇ ସେଥିରୁ ନୀତିର ନିର୍ଦ୍ଦେଶନାମା, କୌଶଳ, ଏବଂ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଏହି ନୀତିରେ ସ୍ଥାନ ପାଇଥିବା ଗୁରୁତ୍ଵପୂର୍ଣ୍ଣ ବିଷୟବସ୍ତୁ ଗୁଡିକ ମହିଳା ମାନଙ୍କର ସଶକ୍ତିକରଣ କୁ ତ୍ୱରାନ୍ୱିତ କରିବ ।

ଏହି ନିତୀର ଗୁରୁତ୍ଵପୂର୍ଣ୍ଣ ବିଷୟ ବସ୍ତୁ ଗୁଡିକ ହେଉଛି ଉଦବର୍ତ୍ତନ, ସ୍ୱାସ୍ଥ୍ୟ ଓ ପୃଷ୍ଟି; ଶିକ୍ଷା; ଜୀବିକା (ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ କ୍ଷେତ୍ର); ଆସବାବପତ୍ରର ମାଲିକାନା ସତ୍ତ୍ଵ; ନିଷ୍ପତ୍ତି ଗ୍ରହଣ, ଅଂଶଗ୍ରହଣ ଓ ରାଜନୈତିକ ପ୍ରତିନିଧିତ୍ଵ; ନିରାପତ୍ତା, ସୁରକ୍ଷା ଓ ରକ୍ଷଣ; ଏବଂ ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା । ସେ ସମସ୍ତଙ୍କର ସମସ୍ୟା ତଥା ଅବହେଳିତ ବାଳିକା ଓ ମହିଳାମାନଙ୍କର ସ୍ଵତନ୍ତ୍ର ସମସ୍ୟାର ସମାଧାନ କରିବା ପାଇଁ ଅନ୍ତଃକଋଣ ଓ ଭାଗୀଦାରୀ ନିୟମ ଉପରେ ଆଧାରିତ ଏକ ଜୀବନଚକ୍ର ଶୈଳୀରେ ଏହି ନୀତିର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି ।

ଆଧାର – ଓଡିଶା ସରକାର

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate