ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି / ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪(ନୀତି ପ୍ରଣୟନ ପ୍ରଣାଳୀ)
ସେଆର କରନ୍ତୁ

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪(ନୀତି ପ୍ରଣୟନ ପ୍ରଣାଳୀ)

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪(ନୀତି ପ୍ରଣୟନ ପ୍ରଣାଳୀ) ସମ୍ବନ୍ଧିତ ତଥ୍ୟ ।

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି – ୨୦୧୪(ନୀତି ପ୍ରଣୟନ ପ୍ରଣାଳୀ)ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ, ମିଳିତ ଜାତିସଂଘ ଜନସଂଖ୍ୟା କୋଷ, ଓଡ଼ିଶା, ସହ ମିଳିତ ଭାବରେ ବିଭିନ୍ନ ଅଂଶୀଦାରୀମାନଙ୍କ ସହ ବିସ୍ତୃତ ଓ ଭାଗୀଦାରୀପୂର୍ଣ୍ଣ ପରାମର୍ଶ ଓ ଆଲୋଚନା କରି, ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି ୨୦୧୪ ପ୍ରଣୟନ କରିଥିଲେ । ଚିତ୍ର ୧: ନୀତି ପ୍ରଣୟନ ପ୍ରଣାଳୀ

ମହିଳାର ଜୀବନ କାଳର ସମସ୍ତ ସମସ୍ୟାକୁ ସମ୍ବୋଧନ କଲାଭଳି ଏହି ନୀତିକୁ ସକ୍ରିୟ କରିବାର ପ୍ରଚେଷ୍ଟା ହୋଇଥିଲା, ଯଦ୍ଵାରା ସବୁଠାରୁ ଅବହେଳିତ ମହିଳାଙ୍କର ସମସ୍ୟା ମଧ୍ୟ ସମାଧାନ କରାଯାଇପାରିବ । ନୀତିର ନିର୍ଦ୍ଦେଶନାମା ଗୁଡ଼ିକର ପୃଷ୍ଠଭୂମି, ତୃଣମୂଳ ସ୍ତରରେ ହେଉଥିବା ସମସ୍ୟା ଗୁଡ଼ିକ ଉପରେ ଆଧାରିତ।

ପ୍ରଣାଳୀ ନୀତି ପ୍ରଣୟନ ପ୍ରଣାଳୀରେ ବିଭିନ୍ନ ନିବନ୍ଧର ପର୍ଯ୍ୟାଲୋଚନା, ପରାମର୍ଶ ଓ ଭର୍ଚୁଆଲ ଗଣମାଧ୍ୟମ ଜରିଆରେ ପ୍ରସ୍ତାବ ପରିସରଭୁକ୍ତ କରାଯାଇଛି । (ଚିତ୍ର-୧)

ନିବନ୍ଧ, ତଥ୍ୟ, ନୀତି ଗୁଡ଼ିକର ସମୀକ୍ଷା

ରାଜ୍ୟରେ ପ୍ରଚଳିତ ଯୋଜନା, କାର୍ଯ୍ୟକ୍ରମ ଓ ସୂତ୍ରପାତ

ଅପ୍ରିଲ ୨୦୧୩ରେ ସଂସୃଷ୍ଟି ନାମକ ସଂଗଠନ ମିଳିତ ଜାତିସଂଘ ଜନସଂଖ୍ୟା କୋଷର ସହାୟତାରେ ସରକାରଙ୍କର ବିଭିନ୍ନ ବିଭାଗରେ ଥିବା ମହିଳା ସମ୍ପର୍କିତ ପ୍ରଚଳିତ ଯୋଜନା, କାର୍ଯ୍ୟକ୍ରମ ଓ ସୂତ୍ରପାତ ଗୁଡ଼ିକର ସମୀକ୍ଷା କରିଥିଲା । ଏହି ସମୀକ୍ଷା ଦ୍ଵାରା ଯୋଜନା ଇତ୍ୟାଦିରେ ଥିବା ସୁବିଧା, ବିଷୟବସ୍ତୁ, ବୟସସୀମା ଏବଂ ଉଦ୍ଦେଶ୍ୟାକୁ ପର୍ଯ୍ୟାଲୋଚନା କରାଯାଇଥିଲା । ଏତଦ୍ଵାରା ସାମାଜିକ ଲିଗ ଭେଦକୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ, ଯୋଜନାଗୁଡ଼ିକର ସୁଦୃଢ଼ୀକଋଣ ଉପରେ ଆଲୋଚନା କରାଯାଇଥିଲା । ଏହି ବିଶ୍ଳେଷଣ, ବାଳିକା ଓ ମହିଳା ମାନଙ୍କର ଜୀବନକୁ ଉନ୍ନତି କରିବା ପାଇଁ ନୂଆ ହସ୍ତକ୍ଷେପର ଆବଶ୍ୟକତାକୁ ସ୍ଵୀକାର କରିବାରେ ସହାୟକ ହୋଇଥିଲା ।

ବାଳିକା ଓ ମହିଳାମାନଙ୍କର ପାରସ୍ଥାତ୍ତ୍ଵିକ ଅନୁଶୀଳନ

ବିଭିନ୍ନ ଉତ୍ପରୁ ତଥ୍ୟକୁ ବିଶ୍ଳେଷଣ କରି ମହିଳା ମାନଙ୍କର ଜୀବନ କାଳର ବିଭିନ୍ନ ଅବସ୍ଥାରେ ସେମାନଙ୍କର ସ୍ଵାସ୍ଥ୍ୟ ଓ ମଙ୍ଗଳକୁ ମୂଲ୍ୟାୟନ କରାଯାଇଥିଲା । ବାଳିକା ଓ ମହିଳା ମାନଙ୍କର ଉଦବର୍ତ୍ତନ, ଲିଙ୍ଗାନୁପାତ, ମୃତ୍ୟୁହାର, ପୃଷ୍ଟି, ସ୍ଵାସ୍ଥ୍ୟ ଓ ପ୍ରଜନନ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ନିଯୁକ୍ତି, ହିଂସା ଓ ରାଜନୈତିକ ଅଂଶଗ୍ରହଣ ଭଳି ବିଭିନ୍ନ ସୂଚକ ଗୁଡ଼ିକୁ ବିଶ୍ଳେଷଣ କରାଯାଇଥିଲା ।

ଗୁଣାତ୍ମକ ଗବେଷଣା

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରେ ବାଳିକାମାନେ କାହିଁକି ପାଠପଢ଼ାରୁ ଓହରି ଯାଆନ୍ତି ଜାଣିବା ପାଇଁ ମିଳିତ ଜାତିସଂଘ ଜନସଂଖ୍ୟା କୋଷ ଏକ ଗୁଣାତ୍ମକ ଗବେଷଣା କରିଥିଲା ।

ନିବନ୍ଧ ପର୍ଯ୍ୟାଲୋଚନା ଚିତ୍ର

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ନିବନ୍ଧ, ନୀତି ଓ ତଥ୍ୟ ଗୁଡ଼ିକର ବିସ୍ତୁତ ସମୀକ୍ଷା କରାଯାଇଥିଲା ଯାହା ଏହା ନୀତର ନକ୍ସା ଓ ଆଧାର ପ୍ରସ୍ତୁତ କରିବାରେ ସହାୟକ ହୋଇଥିଲା ।

ଆଲୋଚନା ଓ ପରାମର୍ଶ

ନୀତି ପ୍ରଣୟନ ପାଇଁ ସମୁଦାୟ ୪୯ଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା - ୧୯ଟି ରାଜ୍ୟ ସ୍ତରୀୟ ଓ ୨୮ ଟି ଜିଲ୍ଲା ସ୍ତରୀୟ । (ଚିତ୍ର – ୨)

ରାଜ୍ୟସ୍ତରୀୟ

ରାଜ୍ୟସ୍ତରରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଥିଲା । ବିଷୟବସ୍ତୁ ଗୁଡ଼ିକ ହେଲା – ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ଭିନ୍ନ କ୍ଷମତା, ଗଣମାଧ୍ୟମ , ପ୍ରଶାସନ, ଆଇନଗତ ଢାଞ୍ଚା, ସହରାଞ୍ଚଳ ବସ୍ତିବାସିନ୍ଦା, ସଂଖ୍ୟାଲଘୁ ସଂପ୍ରଦାୟର ମହିଳା, ବିପର୍ଯ୍ୟୟରେ ଆକ୍ରାନ୍ତ ମହିଳା ଓ ମହିଳା ବିରୋଧୀ ହିଂସା (ପରିଶିଷ୍ଟ କ) । ସାମାଜିକ ସଂଗଠନ ଗୁଡ଼ିକ ମଧ୍ୟ ନୀତି ନିମନ୍ତେ ପ୍ରସ୍ତାବ ମାନ ଦେବା ପାଇଁ କର୍ମଶାଳା ଆୟୋଜନ କରିଥିଲେ । ସମୁଦାୟ ୧୧୫୯ ଜଣ ଅଂଶଗ୍ରହଣକାରୀ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଯୋଗଦାନ ଦେଇଥିଲେ । ମହିଳା ସଂଗଠନ ଓ ବିଶେଷଜ୍ଞମାନଙ୍କଠାରୁ ମଧ୍ୟ ମତାମତ ଗ୍ରହଣ କରାଯାଇଥିଲା ।

ଜିଲ୍ଲା ସ୍ତରୀୟ

ଜିଲ୍ଲାସ୍ତରରେ ନୀତି ପାଇଁ ବିଭିନ୍ନ ବିଷୟବସ୍ତୁ ଉପରେ ସ୍ଵତନ୍ତ୍ର ପ୍ରସ୍ତାବ ପାଇଁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା । ୩୦ ଜିଲ୍ଲା ମଧ୍ୟରୁ ୨୮ଟି ଜିଲ୍ଲା ଅକ୍ଟୋବରରୁ ଡିସେମ୍ବର ୨୦୧୩ ମଧ୍ୟରେ ଆଲୋଚନାଚକ୍ର ଆୟୋଜନ କରିଥିଲେ । ସମୁଦାୟ ୧୪୯୪ ଅଂଶଗ୍ରହଣକାରୀ ଯୋଗଦାନ ଦେଇଥିଲେ (ପରିଶିଷ୍ଟ ଖ) ।

ସରକାରଙ୍କର ବିଭାଗୀୟ ପ୍ରସ୍ତାବ

୫ ଅକ୍ଟୋବର ୨୦୧୩ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ରେ ଗଠିତ ଶିଶୁକନ୍ୟାର ଯତ୍ନ ଓ ସୁରକ୍ଷା ଟାସ୍କଫୋର୍ସ ସମ୍ମୁଖରେ ସମସ୍ତ ନିବନ୍ଧ, ତଥ୍ୟ, ପ୍ରଚଳିତ ଯୋଜନା ଆଦିର ସମୀକ୍ଷା ଉପରେ ପର୍ଯ୍ୟବେଶିତ ଏକ ଆଲୋଚନା କରାଯାଇଥିଲା ।

ପରିବର୍ତ୍ତୀ ସମୟରେ ୨ ଡିସେମ୍ବର ୨୦୧୩ରେ ନୀତିର ନକ୍ସା ଏବଂ ବାଳିକା ଓ ମହିଳା ମାନଙ୍କର ସ୍ଥିତି ଉପରେ ସମସ୍ତ ଶାସନ ସଚିବ ମାନଙ୍କ ସହ ଆଲୋଚନା ହୋଇଥିଲା ।

ଏକ ମଧ୍ୟବର୍ତ୍ତୀ ନୀତି ଓ ନିର୍ଦ୍ଦେଶନାମା ପ୍ରଣୟନ କରି ସବୁ ସରକାରୀ ବିଭାଗ ମାନଙ୍କର ମତାମତ ପାଇଁ ପଠାଯାଇଥିଲା ଓ ଭର୍ଚୁଆଲ ଗଣମାଧ୍ୟମ ଦ୍ଵାରା ଜନସାଧାଋଣଙ୍କ ଠାରୁ ଟିପ୍ପଣୀ / ମନ୍ତବ୍ୟ ଲୋଡା ଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ରେ ପୁଣି ଥରେ ସମସ୍ତଙ୍କଠାରୁ ପାଇଥିବା ମନ୍ତବ୍ୟ ଗୁଡିକ ଉପରେ ଆଲୋଚନା ହୋଇ ନୀତିକୁ ଚୂଡାନ୍ତ କରାଯାଇଥିଲା (ପରିଶିଷ୍ଟ ଗ) ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଜୁଲାଇ ୨, ୨୦୧୪ରେ ନୀତିଟିକୁ ଉପସ୍ଥାପନା କରାଯାଇଥିଲା ଏବଂ ଜୁଲାଇ ୧୬ରେ କ୍ୟାବିନେଟରେ ପେଶ ହୋଇ ଅନୁମୋଦିତ ହୋଇଥିଲା ।

ଭର୍ଚୁଆଲ ଗଣମାଧ୍ୟମ

ସମାଜର ବିଭିନ୍ନ ବର୍ଗର ପୁରୁଷ ଓ ମହିଳାମାନେ ନୀତି ପ୍ରଣୟନ ପ୍ରକ୍ରିୟାରେ ଭର୍ଚୁଆଲ ଗଣମାଧ୍ୟମ ଜରିଆରେ ସାମିଲ ହୋଇ ପାରିଥିଲେ । ୱେବସାଇଟ୍ ଓ ମିଳିତ ଜାତିସଂଘର ସଲ୍ୟୁସନ ଏକ୍ସଚେଞ୍ଜ ଭଳି ମାଧ୍ୟମ ର ସୁବିଧା ନେଇ ବହୁତ ଲୋକ ନିଜର ମନ୍ତବ୍ୟ ଦେଇପାରିଥିଲେ ।

ଅଂଶଗ୍ରହଣକାରୀ ମାନଙ୍କର ପାର୍ଶ୍ଵଚିତ୍ର

ସମୁଦାୟ ୨୭୮, ୭ ଜଣ ନୀତି ପ୍ରଣୟନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ଏବଂ ତା ମଧ୍ୟରୁ ୨,୬୫୩ ଜଣ ବିଭିନ୍ନ କର୍ମଶାଳା ମାଧ୍ୟମ ରେ ଏବଂ ଅବଶିଷ୍ଟା°ଶ ସରକାରୀ କର୍ମକର୍ତ୍ତା, ବିଷୟବସ୍ତୁ ବିଶେଷଜ୍ଞ ଓ ଭର୍ଚୁଆଲ ଗଣମାଧ୍ୟମ ଅଂଶଗ୍ରହଣକାରୀ ଥିଲେ । ୬୮ ପ୍ରତିଶତ ଅଂଶଗ୍ରହଣକାରୀ ମହିଳା (ଚିତ୍ର –୩) ଏବଂ ଦୁଇ ତୃତୀୟା°ଶ ମନ୍ତବ୍ୟ ସହରାଞ୍ଚଳରୁ ଆସିଥିଲା । (ଚିତ୍ର- ୪) ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟ ଉପରେ ଅଧିକ ମନ୍ତବ୍ୟ ଓ ପ୍ରସ୍ତାବ ଆସିଥିଲା। (ଚିତ୍ର –୫)

ଆଧାର – ଓଡିଶା ସରକାର

3.07692307692
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top