অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା)

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି,୨୦୧୪ (ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା)

ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା

ଅନେକ ସମୟରେ ସବୁଠାରୁ ଅଧିକ ଅବହେଳିତ ବାଳିକା ଓ ମହିଳା ମାନଙ୍କର ସମସ୍ୟା ଗୁଡିକ ସାଧାଋଣ ବିଚାର ବିମର୍ଷ ସମୟରେ ଦୃଷ୍ଟି ଗୋଚର ହୋଇ ନଥାଏ । ସେମାନଙ୍କ ସହିତ ଜଡିତ ସମସ୍ୟା ଗୁଡିକ ଉପରେ ସମ୍ମିଳିତ ଓ ଗୁରୁତ୍ୱପୂର୍ଣ୍ଣ ଧାନକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଆବଶ୍ୟକତା ଗୁଡିକୁ ପୃଥକ ଭାବେ ଆଲୋଚନା କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ବାଳିକା ଓ ମହିଳା, ବିଦ୍ୟାଳୟ ଯାଉନଥିବା ବାଳିକା, ରୂପଜୀବି, ଏଚଆଇଭି । ଏଡସ୍ ସଂକ୍ରମିତ, ଯୌନ । ଲିଙ୍ଗଗତ ହିଂସା ଓ ଚାଲାଣରୁ ମୁକ୍ତ ମହିଳା, ଉଦ୍ଧାର କରାଯାଇଥିବା ମହିଳା ଓ ବାଳିକା, ଗୋତି ଶ୍ରମିକ, ଜେଲରେ ରହୁଥିବା ମହିଳା ଓ ବାଳିକା, ବିପର୍ଯ୍ୟୟ ଓ ଦଙ୍ଗା ଦ୍ଵାରା ପୀଡିତା, ଆଶ୍ରୟ ଗୃହ ବା ଏପରି ଅନ୍ୟ ସଂସ୍ଥାନର ବାସିନ୍ଦା, ବିଧବା, ପରିତ୍ୟକ୍ତା ମହିଳା, ଛାଡପତ୍ର ପାଇଥିବା / ସ୍ଵାମୀ ପରିତ୍ୟକ୍ତା ଓ ବୟସ୍କା ମହିଳା ମାନଙ୍କର ସ୍ଵତନ୍ତ୍ର ସମସ୍ୟା ରହିଛି । ସହରାଞ୍ଚଳର ବସ୍ତିରେ ଥିବା ବାଳିକା ଓ ମହିଳା, ସଂଖ୍ୟାଲଘୁ ଓ ଏହି ପରି ଅନ୍ୟାନ୍ୟ ଅବହେଳିତ ଓ ବିପଦ ସଙ୍କୁଳ ସାମାଜିକ ଗୋଷ୍ଠୀ ଅନ୍ତର୍ଭୁକ୍ତ ବାଳିକା ଓ ମହିଳା ମାନଙ୍କର ମଧ୍ୟ ସ୍ଵତନ୍ତ୍ର ସମସ୍ୟା ରହିଛି । ଏପରି ବାଳିକା ଓ ମହିଳା ମାନେ ସମାଜରେ ପକ୍ଷପାତିତା ଓ ଅବହେଳାର ଶୀକାର ହୋଇଥାନ୍ତି ଯାହା ସେମାନଙ୍କୁ ଜୀବନ ସମ୍ବନ୍ଧୀୟ ଅଭିଜ୍ଞତା ଓ ବିକାଶ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ ରୂପେ ଅଂଶଗ୍ରହଣ କରିବାର ସୁଯୋଗରୁ ବଞ୍ଚିତ କରିଥାଏ । ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ନିରାପତ୍ତା, ସୁରକ୍ଷା ଏବଂ ସାମାଜିକ ସଂରକ୍ଷଣ ପ୍ରତି ସ୍ଵତନ୍ତ୍ର ଧାନ ଦେବାର ଆବଶ୍ୟକତା ରହିଛି ।

ଏହି ନୀତିରେ ପୂର୍ବରୁ ବର୍ଣ୍ଣନା କରାଯାଇଥିବା ସମସ୍ତ ଗୁରୁତ୍ଵପୂର୍ଣ୍ଣ ପରିସରରେ ଏହିପରି ସ୍ଵତନ୍ତ୍ର ସମସ୍ୟା ଘେରରେ ଥିବା ବାଳିକା ଓ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହି ଅଧାୟରେ କିଛି କର୍ମପନ୍ଥା ଉପରେ ଆଲୋକପାତ କରାଯାଇଛି ।

ନୀତି ନିର୍ଦ୍ଦେଶନାମା

  1. . ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା ମାନଙ୍କର ସାମାଜିକ ତଥା ସାଂସ୍କୃତିକ, ଆର୍ଥିକ, ଆଇନଗତ ଓ ରାଜନୈତିକ ଅଧିକାର ଓ ସୁବିଧା ସୁଯୋଗ ଗୁଡିକର ସଂରକ୍ଷଣ କରାଯିବ ।
  2. ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା ମାନଙ୍କୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା, କାର୍ଯ୍ୟକ୍ରମ ଓ ନୀତିରେ ଅନ୍ତିଭୂକ୍ତ କରାଯିବାର ବ୍ୟବସ୍ଥା କରାଯିବ ।

କର୍ମପନ୍ଥା

  1. ଯୁବ ପିତୃମାତୃହରା ଓ ପରିତ୍ୟକ୍ତା ବାଳିକା ମାନଙ୍କର ଯତ୍ନ, ରକ୍ଷଣ ବେକ୍ଷଣ, ସୁରକ୍ଷା, ଶିକ୍ଷା ଓ ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦିଆଯିବ ।
  2. ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳାମାନଙ୍କ ପାଇଁ ଶିକ୍ଷାଗତ ସୁବିଧା ଓ ଅନୁଷ୍ଠାନ ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଆରୋପ କରାଯିବ । ନିୟମିତ ପାଠ୍ୟକ୍ରମ ଅଧିନରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକୁ ଶକ୍ତିଶାଳୀ କରାଯିବ ।
  3. ସ୍ଵତନ୍ତ୍ର ସମସ୍ୟା ଥିବା ବିଶେଷ କରି ବାଳିକା ମାନଙ୍କର ସମ୍ମିକଋଣକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସମ୍ବଳ କେନ୍ଦ୍ର ସ୍ଥାପନ କରାଯିବ ।
  4. ଦକ୍ଷତା ଗଠନ ଏବଂ ନେତୃତ୍ଵ ଗଠନର ସୁବିଧା ତଥା ବାଳିକା ଓ ମହିଳା ମାନଙ୍କ ସମ୍ବନ୍ଧୀୟ ଆଇନ୍ ଜନିତ ଜ୍ଞାନ ଯୋଗାଇ ଦେଇ, ଗଭୀର ନିରୀକ୍ଷଣ ମାଧ୍ୟମ ରେ ବିଦ୍ୟାଳୟକୁ ଯାଉନଥିବା ବାଳିକା ମାନଙ୍କ ଉପରେ ଗୁରୁତ୍ଵ ଆରୋପ କରାଯିବ ।
  5. ସ୍ଵତନ୍ତ୍ର ସମସ୍ୟା ଥିବା ବାଳିକା ଓ ମହିଳା ମାନଙ୍କର ଲାଭଦାୟକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ତତ୍ ସଂଲଗ୍ନ ଦକ୍ଷତା ଗଠନ ଏବଂ ପ୍ରଶିକ୍ଷଣ ପାଠ୍ୟକ୍ରମରେ ଓ କାର୍ଯ୍ୟକ୍ରମରେ ନାମଲେଖା ପାଇଁ ସ୍ଵତନ୍ତ୍ର ଉଦ୍ୟମ ଓ ନକ୍ସା ପ୍ରସ୍ତୁତ କରାଯିବ । ଏହି ଉଦ୍ୟମରେ ଦୁଃଖ ଦୁର୍ଦ୍ଦଶାରେ ଥିବା, ଆଶ୍ରୟ ସ୍ଥଳରେ ଥିବା କିମ୍ବା ନ୍ୟାୟ ଅପେକ୍ଷାରତ ଥିବା ବାଳିକା ଓ ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଶେଷ ଉଦ୍ୟମ କରାଯିବ ।
  6. କୋଠାବାଡି, ସୂଚନା, ଯାତାୟତ ଏବଂ ସେବା ଗୁଡିକରେ ସ୍ଵତନ୍ତ୍ର ଆବଶ୍ୟକତା ଥିବା ବାଳିକା ଓ ମହିଳାର ସହଜ ଅନୁପ୍ରବେଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।
  7. ଗୁରୁତ୍ଵପୂର୍ଣ୍ଣ ହସ୍ତକ୍ଷେପ ଦ୍ଵାରା ସ୍ଵତନ୍ତ୍ର ସମସ୍ୟା ଘେରରେ ଥିବା ବାଳିକା ଓ ମହିଳା ମାନଙ୍କର ନିଦ୍ଧିଷ୍ଟ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ କରାଯିବ ।
  8. ଭିନ୍ନକ୍ଷମ ମହିଳା, ସହରାଞ୍ଚଳ ବସ୍ତି, ସଂଖ୍ୟାଲଘୁ ଗୋଷ୍ଠୀ, ବିପର୍ଯ୍ୟୟ ଓ ଦଙ୍ଗା ଦ୍ଵାରା ପୀଡିତା, ଏବଂ ବିଭିନ୍ନ ଆଶ୍ରୟ ଅନୁଷ୍ଠାନ ଗୁଡିକରେ ରହୁଥିବା ମହିଳା ମାନଙ୍କର ସ୍ଵୟଂ ସହାୟକ ଗୋଷ୍ଠୀ ଓ ସଙ୍ଗଠନ ଗୁଡିକୁ ପ୍ରୋତ୍ସାହିତ କରାଯିବ ।
  9. ଆତ୍ମ ନିଯୁକ୍ତି, କ୍ଷୁଦ୍ର ବ୍ୟବସାୟୀ, ସ୍ଵୟଂସହାୟକ ଗୋଷ୍ଠୀରେ ନାମଲେଖା କରି ସ୍ଵତନ୍ତ୍ର ସମସ୍ୟା ଥିବା ମହିଳାମାନଙ୍କର ଜୀବିକାର୍ଜନକୁ ସୁରକ୍ଷିତ କରାଯିବ ।
  10. ସ୍ଵତନ୍ତ୍ର ସମସ୍ୟା ଥିବା ମହିଳା ମାନଙ୍କର ଆସବାବପତ୍ର ବିଶେଷକରି ଜମି ଓ ଘର ଉପରେ ମାଲିକାନା ସତ୍ତ୍ୱକୁ ସୁଦୃଢ଼ କରାଯିବ ।
  11. ଦେଶାନ୍ତର ହୋଇଥିବା ବାଳିକା ମାନଙ୍କର ସମସ୍ୟାକୁ ସମାଧାନ କରିବା ଓ ବାଳିକା ଚାଲାଣକୁ ରୋକିବା ପାଇଁ ଗୋଷ୍ଠି ଭିତ୍ତିକ ହସ୍ତକ୍ଷେପକୁ ସୁଦୃଢ଼ କରାଯିବ ।

ଆଧାର – ଓଡିଶା ସରକାର

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate