অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଶୋରୀ ଶକ୍ତି ଯୋଜନା

ଯୋଜନା ଉଦ୍ଦେଶ୍ୟ

ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୃକ୍ତ । କିଶୋରୀମାନଙ୍କ ଅଭିବୃଦ୍ଧି,ସ୍ୱାସ୍ଥ୍ୟ ଓ ପୁଷ୍ଟି ଶିକ୍ଷା,ସାକ୍ଷରତା ଓ ଗାଣିତିକ ଦକ୍ଷତା,ବୈଷୟିକ ଦକ୍ଷତା ଇତ୍ୟାଦିରେ ଏହି କାର୍ଯ୍ୟକ୍ରମ ରୂପାୟିତ ହୋଇଥାଏ । ଅଙ୍ଗନୱାଡି କେନ୍ଦ୍ରରେ ବାଳିକା ମଣ୍ଡଳ ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯାଏ ।

ହିତାଧିକାରୀଙ୍କ ପାଇଁ ସୂଚନା

  • ହିତାଧିକାରୀଙ୍କ ଯୋଗ୍ୟତା -୧୧ ରୁ ୧୮ ବର୍ଷ ବୟସରେ କିଶୋରୀମାନେ
  • ଆବେଦନ ପ୍ରଣାଳୀ -ଆବଶ୍ୟକ ନାହିଁ ।
  • ଚିହ୍ନଟ ପ୍ରକ୍ରିୟା - ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ହିତାଧିକାରୀ ଚିହ୍ନଟ କରାଯାଇଥାଏ ।
  • ସାହାଯ୍ୟକାରୀ ଅଧିକାରୀ – ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ।
  • ସାହାଯ୍ୟର ପରିମାଣ-
  • କିଶୋରୀମାନଙ୍କୁ ବୃତ୍ତିଗତ ତାଲିମ ମାଧ୍ୟମରେ ଦକ୍ଷତା ବୃଦ୍ଧି,ଲୌହ ଓ କୃମିନାଶକ ବଟିକା ମାଗଣାରେ ପ୍ରଦାନ କରାଯାଇଥାଏ ।

ବିଶେଷ ସୂଚନା

ଜିଲ୍ଲା ପରିଷଦର ସଭାପତି ଏବଂ ସଭ୍ୟମାନେ ଏହି ଯୋଜନାରେ ସମନ୍ଵୟ ରଖି କାର୍ଯ୍ୟ କରିବା ଆବଶ୍ୟକ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଅନ୍ୟାନ୍ୟ ସ୍ଵସ୍ଥା ଅଧିକାରୀ ଏହି ଯୋଜନାର ତଦାରଖ କରିବା ଆବଶ୍ୟକ ।

ପଞ୍ଚାୟତ ଚେୟାରମ୍ୟାନ୍ ଏହି ଯୋଜନାରେ କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ଏହି ଯୋଜନା ବିଷୟରେ ସଚେତନ ସୃଷ୍ଟି କରିବା ଅପରିହାର୍ଯ୍ୟ ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate