ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ
ସେଆର କରନ୍ତୁ

ଗଜପତି ଜିଲ୍ଲାରେ ମୋ ସ୍ଵଚ୍ଛ ଶୌଚାଳୟର ଚମକ

ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି ।

ଓପନ୍ ଡେଫିକେସନ୍ ଫ୍ରି

ଏଭଳି ସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ୫ଟି ପଞ୍ଚାୟତକୁ ‘ଓପନ୍ ଡେଫିକେସନ୍ ଫ୍ରି’(ଖୋଲାରେ ମଳତ୍ୟାଗ ମୁକ୍ତ) ପଞ୍ଚାୟତ ଭାବେ ଗଢ଼ି ତୋଳିବାକୁ ସକ୍ଷମ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଜିଲ୍ଲାର ବାକି ୧୧୯ଟି ପଞ୍ଚାୟତକୁ ମଧ୍ୟ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।

ଜନଗଣନା ରିପୋର୍ଟ ଅନୁଯାୟୀ ଓଡିଆରେ ଏବେ ବି ୭୬.୬ ପ୍ରତିଶତ ଘରେ ପାଇଖାନା ନାହିଁ । ଦେଶର ସବୁଠାରୁ ଅଧିକ ଆଦିବାସୀ ସମ୍ପ୍ରଦାୟ ଆମ ରାଜ୍ୟରେ ବସବାସ କରନ୍ତି । ଏମିତି ଅନେକ ଗାଁ ରହିଛି, ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟର ଅବସ୍ଥା ଶୋଚନୀୟ । ସେଠାରେ ପରିମଳ ବିଷୟରେ ଲୋକଙ୍କର ଧାରଣା ହିଁ ନାହିଁ।

‘ମୋ ସ୍ୱଚ୍ଛ ଶୌଚାଳୟ’ କାର୍ଯ୍ୟକ୍ରମ

ଫେବୃଆରୀ ୨୦୧୫ରେ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରତ୍ୟେକ ଘରେ ପାଇଖାନା ତିଆରି କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ୍ ଅନ୍ତର୍ଭୁକ୍ତ ହୋଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏଥିପାଇଁ ‘ମୋ ସ୍ୱଚ୍ଛ ଶୌଚାଳୟ’ ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଜିଲ୍ଲାରେ ବସବାସ କରୁଥିବା ସମ୍ପ୍ରଦାୟର ଲୋକମାନଙ୍କୁ ଏକାଠି କରି ପ୍ରଶାସନ-ଜନତା ମିଳିତ ସହଯୋଗରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ ଥିଲା । ସେହିପରି ଖୋଲାମେଲାରେ ମଳତ୍ୟାଗ ନକରି ପାଇଖାନାରେ ମଳତ୍ୟାଗ କରିବା ପାଇଁ ଲୋକମାନଙ୍କ ମନରେ ସଚେତନତା ଜାଗୃତ କରିବା ମଧ୍ୟ ଏହି ଯୋଜନା ଅନ୍ତର୍ଭୁକ୍ତ ଥିଲା । ପାଇଖାନା ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ସ୍ୱଚ୍ଛ ଭାରତ ମିଶନରୁ ଆବଶ୍ୟକ ଅର୍ଥ ମିଳିଥିଲା, ଯାହା ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ପାଇଖାନା ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୨,୦୦୦ ଟଙ୍କା ପ୍ରଦାନ କରାଯାଉଥିଲା ।

ଗଜପତି ଜିଲ୍ଲାରେ ଥିବା ୭ଟି ବ୍ଲକ୍ ମଧ୍ୟରୁ ୫ଟି ଆଦିବାସୀ ଅଧ୍ୟୁଷିତ ବ୍ଲକ୍ । ସେଠାକାର ଅଧିକାଂଶ ପଞ୍ଚାୟତକୁ ଗମନାଗମନର ବିଶେଷ ସୁବିଧା ନଥିବାରୁ କଞ୍ଚାମାଲ୍ ପହଞ୍ଚାଇବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ସେହିପରି ଲୋକମାନଙ୍କୁ ମଳତ୍ୟାଗ ପାଇଁ ପାଇଖାନାର ବ୍ୟବହାର କରିବା ଦିଗରେ ସଚେତନା କରିବା ମଧ୍ୟ କିଛି ସହଜ କଥା ନଥିଲା ।

ଜିଲ୍ଲାକୁ ପରିମଳ ଦିଗରେ ଏକ ଅଗ୍ରଣୀ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଅଣ୍ଟା ଭିଡିଥିବା ଜିଲ୍ଲା ପ୍ରଶାସନ ଏକ ଯୋଜନା ଅନୁଯାୟୀ ପ୍ରଥମେ ୧୦ ଜଣିଆ ଦଳ ଗଠନ କଲା । ଏଥିରେ କିଛି ଜିଲ୍ଲା ଉନ୍ନୟନ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଓ କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ରହିଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାକୁ ପଠାଇଥିଲା । ନଦିଆରେ ସେଠାକାର ପ୍ରଶାସନ ‘ସବର୍ ଶୌଚଘର’ ନାମକ ଏକ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେଇଥିଲା । ଫଳରେ ନଦିଆ ଜିଲ୍ଲା ଦେଶର ପ୍ରଥମ ଖୋଲାରେ ମଳତ୍ୟାଗ ମୁକ୍ତ ଜିଲ୍ଲା ହୋଇ ପାରିଥିଲା ।

ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନଦିଆ ଯାଇଥିବା ଦଳ ସେଠାକାର ସ୍ଥିତି ଓ ଯୋଜନାକୁ ଅନୁଧ୍ୟାନ କରି ଫେରିବା ପରେ ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳ ଡିଷ୍ଟ୍ରିକ୍ଟ ରିସୋର୍ସ ଟିମ୍(ଡିଆରଟି) ଓ ଅନ୍ୟଟି ବ୍ଲକ୍ ରିସୋର୍ସ ଟିମ୍(ବିଆରଟି) ଭାବେ କାର୍ଯ୍ୟ କରିବା ଆରମ୍ଭ କଲା । ଡିଆରଟି ସିଧାସଳଖ ଜିଲ୍ଲାପାଳଙ୍କ ଅଧୀନରେ କାର୍ଯ୍ୟ କରୁଥିଲା ।

ଗୋଷ୍ଠୀଗତ ମୁକ୍ତ ପରିମଳ ଯୋଜନା

ଏହି ଦଳଗୁଡିକ ବିଭିନ୍ନ ପଞ୍ଚାୟତ ପର୍ଯ୍ୟବେକ୍ଷଣ କରି କେଉଁଠି କ’ଣ ଅସୁବିଧା ରହିଛି ଜାଣିବା ପରେ ପ୍ରତ୍ୟେକ ଘରେ ପାଇଖାନା ନିର୍ମାଣ ଅଭିଯାନ ଆରମ୍ଭ କରିଥିଲେ । ସେହିପରି ଏକ ଗୋଷ୍ଠୀଗତ ମୁକ୍ତ ପରିମଳ ଯୋଜନା(ସିଏଲଟିଏସ୍) ଅନୁଯାୟୀ ଲୋକମାନଙ୍କୁ ପରିମଳ ଓ ପାଇଖାନାର ବ୍ୟବହାର ଦିଗରେ ସଚେତନ କରାଇଥିଲେ । ଏହି ଯୋଜନା ଅଧୀନରେ ହେଉଥିବା ସଭା ଗୁଡିକରେ ଅଧିକରୁ ଅଧିକ ଗ୍ରାମବାସୀ ଯୋଗ ଦେଇ ପ୍ରଶ୍ନ ପଚାରିବା ସହିତ ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରି ପାରିଥିଲେ ।

ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଡିଆରଟିର ଅନ୍ୟତମ ସଦସ୍ୟ ପ୍ରକାଶ କୁମାର ସାହୁଙ୍କୁ ଜିଲ୍ଲାର ଲୁହାନାଗରା ପଞ୍ଚାୟତର ଦାୟିତ୍ୱ ପ୍ରଦାନ କରାଯାଇଥିଲେ । ଗତ ବର୍ଷ ଜୁଲାଇ ମଧ୍ୟର ତାଙ୍କୁ ସେହି ପଞ୍ଚାୟତଙ୍କୁ ଓଡିଏଫ୍ ଅନ୍ତର୍ଭୁକ୍ତ କରାଇବାର ଚ୍ୟାଲେଞ୍ଜ ପ୍ରଦାନ କରାଯାଇଥିଲା । ସେହି ପଞ୍ଚାୟତରେ ଏକ ଏନଜିଓ (ଗ୍ରାମ ବିକାଶ)ର ଉଦ୍ୟମରେ କିଛି ଘରେ ପୂର୍ବରୁ ପାଇଖାନା ଥିଲା । ମାତ୍ର ଏହି ପଞ୍ଚାୟତରେ ଦୁର୍ଗମ ହୋଇଥିବାରୁ ଏବଂ ପାହାଡିଆ ଅଞ୍ଚଳରେ ରହିଥିବାରୁ ଅନେକ ଘରେ ଏବେ ବି ପାଇଖାନା ନିର୍ମାଣ କରାଯାଇ ନଥିଲା । ପାଖାପାଖି ୫୪୦ଟି ଘରେ ପାଇଖାନାର ଆବଶ୍ୟକତା ରହିଥିଲା । ସିଏଲଟିଏସ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି, ସ୍ଥାନୀୟ ସ୍ୱେଚ୍ଛାସେବୀମାନଙ୍କ ସାହାଯ୍ୟରେ ପ୍ରକାଶ ସ୍ୱଳ୍ପ ସମୟ ମଧ୍ୟରେ ଲୁହାନଗରା ପଞ୍ଚାୟତକୁ ଓଡିଏଫ୍ ଅନ୍ତର୍ଭୁକ୍ତ କରିବାକୁ ସକ୍ଷମ ହୋଇଥିଲେ ।

ଆଧାର - Jyoti Prakash Mohapatra  writer

2.85185185185
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top