অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମାଞ୍ଚଳ ଗୃହ ଯୋଜନା

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ପକ୍କା ଘର ଯୋଗାଇବା ପାଇଁ ବିଜୁ ପକ୍କାଘର ଯୋଜନାର ଆରମ୍ଭ କରିଛନ୍ତି । ସାରା ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁ ମାନେ କଚ୍ଚା ଘରେ ବାସ କରୁଛନ୍ତି ସେମାନଙ୍କ ପାଇଁ ପକ୍କା ଘର ତିଆରି କରିବା ଯୋଜନାର ଲକ୍ଷ୍ୟ ।

  1. ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)
  2. ବିଜୁ ପକ୍କାଘର ଯୋଜନା
  3. ପକ୍କାଘର ଯୋଜନା (ଖଣି)
  4. ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା

ବିଜୁ ପକ୍କାଘର ଯୋଜନା

୨୦୧୪ – ୧୫ରେ ମୋ କୁଡିଆ ଯୋଜନା ବଦଳରେ ବିଜୁ ପକ୍କା ଘର ଯୋଜନ ଆରମ୍ଭ କରାଗଲା ।

  • ବିଜୁ ପକ୍କାଘର ଯୋଜନା (ସାଧାରଣ)
  • ବିଜୁ ପକ୍କାଘର ଯୋଜନା (ବିଶେଷ)

ବିଜୁ ପକ୍କାଘର ଯୋଜନା (ସାଧାରଣ)

ଜଣେ ବ୍ୟକ୍ତି ଆବେଦନ କରିବାର ୪ ମାସ ମଧ୍ୟରେ ପ୍ରଥମ କିସ୍ତି ୨୦,୦୦୦ ପାଇବେ । ୬ ମାସ ମଧ୍ୟରେ ଆଉ ୧୦,୦୦୦ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ ।

ବିଜୁ ପକ୍କା ଘର ଯୋଜନା (ବିଶେଷ)

  • ଏହି ଯୋଜନା ଅନ୍ତର୍ଗତରେ ଗୃହ ଅତିକମରେ ୨୫ ସ୍କୋୟାର ମିଟରରେ ତିଆରି ହେବ ।
  • ଥଇଥାନ, କିମ୍ବା ପ୍ରାକୃତିକ ଦୁର୍ବିପାକ ଯେପରି, ବନ୍ୟା, ବାତ୍ୟା, ଭୂମିକମ୍ପ, ହାତୀ ଆକ୍ରମଣ ଇତ୍ୟାଦି ଦ୍ଵାରା ଘର ଭାଙ୍ଗି ଯାଇଥିଲେ ସେଥିପାଇଁ ସାହାଯ୍ୟ ଯୋଗାଇ ଦିଆଯିବ ।
  • ସରକାରୀ ପ୍ରକଳ୍ପ ପାଇଁ କିମ୍ବା ନଈ କୂଳରେ ବାସ କରୁଥିବା ଲୋକଙ୍କୁ ବିସ୍ଥାପିତ କରାଗଲେ ସେମାନଙ୍କୁ ବିଶେଷ ଯୋଜନାରେ ସାହାଯ୍ୟ କରାଯିବ ।
  • ଅତ୍ୟଧିକ ଦରିଦ୍ର, ବଞ୍ଚିତ ଗୋଷ୍ଠୀର ଯିଏ ପକ୍କାଘର କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବେ।

ଚୟନ ପ୍ରକ୍ରିୟା

  • ସାଧାରଣ ବିଜୁ ପକ୍କା ଘର  ଯୋଜନାର ଚୟନ ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି କରାଯିବ ।
  • ବିଶେଷ ହିତାଧିକାରୀ  ଚୟନ ଜିଲ୍ଲାସ୍ତରୀୟ କମିଟି ଦ୍ଵାରା କରାଯିବ, ଯେଉଁଥିରେ ଜିଲ୍ଲାପାଳ ଅଧିକ୍ଷତା କରିବେ, ଜିଲ୍ଲାର ସମସ୍ତ MP, MLA, ଜିଲ୍ଲା ପରିଷଦନ ଚେୟାରମ୍ୟାନ ଏବଂ PD, DRDA ଏହି କମିଟିର ସଭ୍ୟ ରହିବେ ।

କିସ୍ତି

ହିତାଧିକାରୀ ମାନଙ୍କୁ ଘର ନିର୍ମାଣ କରିବା ପାଇଁ ସହାୟତା ରାଶି ରୂପରେ ନିମ୍ନରେ ଥିବା ୪ କିସ୍ତି ଦିଆଯାଏ : -

କିସ୍ତି

ସ୍ତର

ରାଶି (ପଇସା)

ଆଇଏପି ଡିଷ୍ଟ୍ରିକ

ନନ - ଆଇଏପି ଡିଷ୍ଟ୍ରିକ

ପ୍ରଥମ

ଯେଉଁ ତାରିଖରେ ଜାରି ହୋଇଥିବା ନିର୍ମାଣ କାମ

୨୦,୦୦୦

୨୦,୦୦୦

ଦ୍ଵିତୀୟ

କାନ୍ଥ ଏବଂ ଚଟାଣ କାମ ସରିଥିଲେ

୩୫,୦୦୦

୩୦,୦୦୦

ତୃତୀୟ

ଛାତ କାମ ସରିଥିଲେ

୪୫,୦୦୦

୪୦,୦୦୦

ଚତୁର୍ଥ

ସଂପୂର୍ଣ୍ଣ ଘର ନିର୍ମାଣ ସହିତ ଶୌଚାଳୟ ଏବଂ ହିତାଧିକାରୀ ମାନେ ଲାଭବାନ ହେଲେ

୩୦,୦୦୦

୩୦,୦୦୦

ମୋଟ

୧,୩୦,୦୦୦

୧,୨୦,୦୦୦

ପକ୍କା ଘର ଯୋଜନା (ଖଣି)

୮ଟି ଜିଲ୍ଲା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କେଉଁଝର, କୋରାପୁଟ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଅଞ୍ଚଳରେ ୬୯୧ ଖଣି ଗାଁରେ ପକ୍କାଘର ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ଏହି  ଯୋଜନା ପାଇଁ ପାଣ୍ଠି Odisha Mineral Bearing Areas Development Corporation (OMBADC) ଦ୍ଵାରା  ଦିଆଯାଉଥିବା ବେଳେ ଏହା ପଞ୍ଚାୟତ ରାଜ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ ।

ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା

ବିଲଡିଙ୍ଗ କିମ୍ବା ଅନ୍ୟ ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୬୦ ବର୍ଷ ମଧ୍ୟରେ ସେମାନେ ନିଜକୁ Odisha Building and other Construction Workers Welfare Board under the Building and other Construction  Workers ପଞ୍ଜୀକୃତ କରିଥିବେ । ଏହି ଯୋଜନାକୁ ପାଣ୍ଠି ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଦ୍ଵାରା କରାଯାଉଥିବା ବେଳେ କାର୍ଯ୍ୟକାରୀ ପଞ୍ଚାୟତ ରାଜ ବିଭାଗ ଦ୍ଵାରା କରାଯିବ ।

ଆଧାର - ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାର

Last Modified : 4/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate