ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଗ୍ରାମୀଣ ବାସଗୃହ ଯୋଜନା
ସେଆର କରନ୍ତୁ

ଗ୍ରାମୀଣ ବାସଗୃହ ଯୋଜନା

୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ବାସଗୃହ ଲକ୍ଷ୍ୟ ଧାର୍ଯ୍ୟ

ଉପକ୍ରମ

ଗ୍ରାମୀଣ ବାସଗୃହ ଯୋଜନା “ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’’କୁ କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି(୨୩ .୦୩ .୨୦୧୬ ) ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଫଳରେ 2022 ମସିହା ସୁଦ୍ଧା ଦେଶର ସମସ୍ତ ବାସହୀନ ଅଥବା ଦୁର୍ବଳ ବାସଗୃହରେ ବସବାସ କରୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ଏଥିପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ । ଏହି ଯୋଜନାକୁ ୨୦୧୬ -୧୭  ଠାରୁ ୨୦୧୮ -୧୯  ମଧ୍ୟରେ ତିନିବର୍ଷ ଭିତରେ କାର୍ଯ୍ୟକାରୀ କରିବା ଲାଗି ୮୧  ହଜାର ୯୭୫  କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଦେଶର ଏକ କୋଟି ପରିବାରଙ୍କୁ ସେମାନଙ୍କର ପକ୍କା ଘର ନିର୍ମାଣ ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଦେଶର ସମସ୍ତ ଗ୍ରାମାଂଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ । କେବଳ ଦିଲ୍ଲୀ ଓ ଚଣ୍ଡିଗଡ଼ରେ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏଭଳି ବାସଗୃହ ନିର୍ମାଣ ବ୍ୟୟକୁ ବହନ କରିବେ ।

ଆବାସ ଯୋଜନାର ବୈଶିଷ୍ଟ୍ୟ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା :-

  1. ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ମାଧ୍ୟମରେ ଏହି ଗ୍ରାମୀଣ ବାସଗୃହ କାର୍ଯ୍ୟକ୍ରମ ପ୍ରବର୍ତନ କରାଯିବ ।
  2. ଦେଶର ଗ୍ରାମାଂଚଳରେ ତିନିବର୍ଷ ମଧ୍ୟରେ (୨୦୧୬ -୧୭  ଠାରୁ ୨୦୧୮ -୧୯ ମଧ୍ୟରେ) ଏକ କୋଟି ବାସଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯିବ ।
  3. ପ୍ରତି ଘର ନିମନ୍ତେ ସମତଳ ଅଂଚଳରେ ଏକ ଲକ୍ଷ ୨୦  ହଜାର ଏବଂ ପାର୍ବତ୍ୟ ରାଜ୍ୟ ଓ ଦୁର୍ଗମ ଅଂଚଳ/ଆଇଏପି ଜିଲ୍ଲାରେ ଏକ ଲକ୍ଷ 30 ହଜାର ଟଙ୍କାକୁ ବ୍ୟୟବୃଦ୍ଧି କରାଯାଇଛି ।
  4. ଅତିରିକ୍ତ ଅର୍ଥ ଆବଶ୍ୟକତା (୨୧  ହଜାର ୯୭୫  କୋଟି) ଟଙ୍କାକୁ ନାବାର୍ଡଠାରୁ ଋଣ ଆଣି ପୂରଣ କରାଯିବ । ଯାହା 2022 ମସିହା ପର୍ଯ୍ୟନ୍ତ ବଜେଟ୍ରେ ବ୍ୟୟବରାଦ ମାଧ୍ୟମରେ ପରିଶୋଧ କରାଯିବ ।
  5. ଏସ୍ଇସିସି-୨୦୧୧  ର ତଥ୍ୟ ଅନୁସାରେ ହିତାଧିକାରୀ ଚୟନ କରାଯିବ ।
  6. ଏହି ପ୍ରକଳ୍ପର ଲକ୍ଷ୍ୟ ହାସଲ ନିମନ୍ତେ ବୈଷୟିକ ସହାୟତା ଯୋଗାଣ ଲାଗି ଜାତୀୟ ସ୍ତରରେ ଏକ ଜାତୀୟ ବୈଷୟିକ ସହାୟକ ଏଜେନ୍ସୀ ଗଠନ କରାଯିବ ।

 

ପ୍ରବର୍ତନ ବିଧି ଓ ଲକ୍ଷ୍ୟ

  • ୨୦୧୧  ମସିହାର ସାମାଜିକ, ଅର୍ଥନୈତିକ ଏବଂ ଜାତିଭିତିକ ଜନଗଣନାର ସୂଚନା ଆଧାରରେ ସ୍ୱଚ୍ଛତା ଓ ଉଦେ୍ଦଶି୍ୟକା ଭିତିକରି ବାସଗୃହ ପାଇବା ନିମନ୍ତେ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ ।
  • ଏହି ହିତାଧିକାରୀ ତାଲିକାକୁ ଗ୍ରାମସଭାକୁ ପ୍ରଦାନ କରାଯିବ । ଯାହା ପରବର୍ତୀ ହିତାଧିକାରୀ ଚୟନ କରିବେ । ଗ୍ରାମସଭା ଅନ୍ୟ କୌଣସି କାରଣରୁ ହିତାଧିକାରୀଭାବେ ଯୋଗ୍ୟ ବିବେଚିତ ହେଉନଥିବା ଅନ୍ୟ ଲୋକମାନଙ୍କୁ ଏଥିରେ ସାମିଲ କରିପାରିବେ ।
  • କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତି ବାସଗୃହ ମୂଲ୍ୟକୁ 60:40 ହାରରେ (ସମତଳ ଅଂଚଳରେ) ଏବଂ 90:10 ହାରରେ (ଉତ୍ତର-ପୂର୍ବାଂଚଳ ଏବଂ ପାର୍ବତ୍ୟ ରାଜ୍ୟମାନଙ୍କରେ) ବହନ କରିବେ ।
  • ଗ୍ରାମସଭା ଦ୍ୱାରା ସହଭାଗୀ ପ୍ରକ୍ରିୟା ମାଧ୍ୟମରେ ସମଗ୍ର ତାଲିକାରୁ ବାର୍ଷିକ ହିତାଧିକାରୀ ଚିହ୍ନଟ କରାଯିବ । ତେବେ କେଉଁ ଭିତିରେ ଅଗ୍ରାଧିକାର ସହ ହିତାଧିକାରୀମାନଙ୍କୁ ମୂଳ ତାଲିକାର ପ୍ରଥମେ ଚୟନ କରାଗଲା ତାହା ଗ୍ରାମସଭା ସଯୁକ୍ତିକୁ ପ୍ରମାଣ କରୁଥିବ ।
  • ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ଇଲେକ୍ଟ୍ରୋନିକ୍ସ ହସ୍ତାନ୍ତର ମାଧ୍ୟମରେ ପାଣ୍ଠି ପ୍ରଦାନ କରାଯିବ ।
  • ମୋବାଇଲ ଆପ୍ ମାଧ୍ୟମରେ ଗୃହନିର୍ମାଣର ନିରୀକ୍ଷଣ ଏବଂ ଫଟୋଗ୍ରାଫ୍ ଅପ-ଲୋଡ କରାଯିବ । ହିତାଧିକାରୀ ଏହି ଆପ୍ ମାଧ୍ୟମରେ ତାଙ୍କ ଟଙ୍କା ପେମେଂଟର ପ୍ରଗତିକୁ ମଧ୍ୟ ଟ୍ରାକିଂ କରିପାରିବେ ।
  • ହିତାଧିକାରୀ ମନରେଗାରୁ 90 ଦିନର ଅଣକୁଶଳୀ ଶ୍ରମ ପାଇବା ପାଇଁ ହକ୍ଦାର । ଏହା ପିଏମ୍ଏୱାଇ ଏବଂ ମନରେଗା ମାଧ୍ୟମରେ ଲିଙ୍କ୍ ସ୍ଥାପନକୁ ସୁନିଶ୍ଚିତ କରିବ ।
  • ହିତାଧିକାରୀମାନଙ୍କ ପାଇଁ ସ୍ଥାନୀୟ ଭାବେ ଘରର ଉପଯୁକ୍ତ ଡିଜାଇନ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରୁଥିବା ଭଳି ବୈଶିଷ୍ଟ୍ୟ ମାନ ରଖାଯିବ । ଏହା କ୍ଷେତ୍ର ଭିତିକ ହେବ ।
  • ମିସ୍ତ୍ରୀମାନଙ୍କ ଅଭାବ ପୂରଣ ନିମନ୍ତେ ଏହି ପ୍ରକ୍ରିୟାରେ ଲୋକମାନଙ୍କୁ ମିସ୍ତ୍ରୀ କାମ ପାଇଁ ତାଲିମ ଦିଆଯିବ ।
  • ଗୃହନିର୍ମାଣ ଉପକରଣର ଆବଶ୍ୟକତା, ସିମେଂଟ ଅଥବା ପାଉଁଶରୁ ଇଟା ତିଆରି ନିମନ୍ତେ ମନରେଗା ମାଧ୍ୟମରେ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ ।
  • ହିତାଧିକାରୀମାନେ ଏଭଳି ଗୃହ ନିର୍ମାଣ ସହ ଅତିରିକ୍ତ ୭୦  ହଜାର ଟଙ୍କାର ଋଣ ନେବା ପାଇଁ ବ୍ୟବସ୍ଥା କରାଯିବ ।
  • ବର୍ତମାନର ୨୦  ବର୍ଗମିଟର ଆୟତନରୁ ୟୁନିଟ୍ର ଆକାର ୨୫  ବର୍ଗ ମିଟରରୁ ଯେଉଁଥିରେ ସୁସ୍ଥକର, ରୋଷେଇଘର ଅନ୍ତର୍ଭୁକ୍ତ ବୃଦ୍ଧି କରାଯାଇଛି ।
  • ସମସ୍ତ ସହଭାଗୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
  • ଜିଲ୍ଲା ଏବଂ ବ୍ଲକ ସ୍ତରରେ ବୈଷୟିକ ସହାୟତା ଓ ଆବଶ୍ୟକତା ତଥା ଗୃହନିର୍ମାଣ ଜନିତ ଗୁଣାତ୍ମକ ପ୍ରସଙ୍ଗ ଉପରେ ସହଯୋଗ ଯୋଗାଇ ଦିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଭଳି ଗୃହନିର୍ମାଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ନିମନ୍ତେ ଏବଂ ସେଗୁଡ଼ିକର ଗୁଣାତ୍ମକ ମାନରକ୍ଷା ଦିଗରେ ବୈଷୟିକ ସହାୟତା ଲାଗି ଏକ ଜାତୀୟ ବୈଷୟିକ ସହାୟତା ଏଜେନ୍ସୀ ଗଠନ କରାଯିବ ।
ଆଧାର :"PIB"
3.14285714286
ରୁକ୍ମିଣୀ ନାଗ Jun 11, 2018 09:26 PM

ଇନ୍ଦିରା ଆବାସ ଯୋଜନା ରେ ମୋତେ କିଛି ଆର୍ଥିକ ସାହାଯ୍ୟ ମିଳିବ ବୋଲି ସରକାର ଙ୍କୁ ମୋ ନେହୁରା ହୋଇଥିଲେ ମଧ୍ୟ ଏହା ଉପରେ କିଛି ମିଳିଲା ନାହିଁ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top