অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମ୍ୟ ଉନ୍ନୟନ ଯୋଜନାଗୁଡିକର ପରିଚାଳନା ପର୍ଯ୍ୟାଲୋଚନା ଓ ମୂଲ୍ୟାଙ୍କନ

ପରିଚାଳନା

ଗ୍ରାମ୍ୟ  ଉନ୍ନୟନ ଯୋଜନାଗୁଡିକର  ପରିଚାଳନା ତ୍ରିମୁଖୀ। ଯଥା – (୧) ଅନ୍ତ୍ୟୋଦୟ (୨)ପୁଞ୍ଜିଭୂତ (୩) ପ୍ୟାକେଜ ।

ଅନ୍ତ୍ୟୋଦୟ

ଗ୍ରାମାଞ୍ଚଳର   ସବୁଠାରୁ   ଗରିବ  ଲୋକମାନଙ୍କୁ  ଚିହ୍ନଟ  କରି  ବର୍ଗୀକରଣ   କରାଯାଏ   । ଯଥା :

  1. ନିରାଶ୍ରୟ  ଯାହାର  ବାର୍ଷିକ  ରୋଜଗାର  Rs.2265/- ପର୍ଯ୍ୟନ୍ତ
  2. ଅତ୍ୟଧିକ  ଗରିବ   - ଯାହାର  ଆୟ  Rs. 2266 – 3500.00
  3. ଅତି ଗରିବ  ଯାହାର  ବାର୍ଷିକ  ଆୟ Rs. 3500 – 4800.
  4. ଗରିବ Rs. 4800 – 6400.00

ପରବର୍ତ୍ତୀ ଶ୍ରେଣୀ ବିଭାଗ

  1. ନିରାଶ୍ରୟ  ଯାହାର  ବାର୍ଷିକ  ଆୟ 4000 ପର୍ଯ୍ୟନ୍ତ, ନିରାଶ୍ରୟ
  2. ଯାହାର  ଆୟ  400 – 600 ମଧ୍ୟରେ  ସେ  ଅତ୍ୟଧିକ  ଦରିଦ୍ର
  3. ଯାହାର  ଆୟ  Rs. 600 – 8500.00 ସେ ଅତି  ଗରିବ
  4. ଯାହାର  ଆୟ 8501 ରୁ 1100  ପର୍ଯ୍ୟନ୍ତ  ସେ  ଗରିବ   ।

ସୁଲଭ  ଅର୍ଥ ଓ  ମାନବ  ସମ୍ବଳକୁ  ଆଖି  ଆଗରେ  ରଖି  ଯୋଜନାଗୁଡିକ  କାର୍ଯ୍ୟାନ୍ଵିତ   କରାଯାଏ   । ନିରାଶ୍ରୟ   ଠାରୁ   ଆରମ୍ଭ  କରି  ବାର୍ଷିକ  ଆୟ  ପ୍ରଥମେ  4800 ପର୍ଯ୍ୟନ୍ତ   ଥିବା   ଅତି  ଗରିବମାନଙ୍କୁ   ପ୍ରଥମେ   ଚିହ୍ନଟ  କରାଯାଇ   ଯୋଜାନାଗୁଡିକ   ପ୍ରଥମେ  କାର୍ଯ୍ୟକାରୀ  କରାଯାଉଛି   । କିନ୍ତୁ   ପ୍ରଥମ  ନିରାଶ୍ରୟ  ଲୋକମାନଙ୍କର   ବ୍ୟବସ୍ଥା   ଆଗ   କରିବାପାଇଁ  ଯୋଜନାର  ନିୟମ  ରହିଛି, ଯେଉଁମାନଙ୍କର  ଦୁଇ  ହାତ ଓ  ଗୋଡ  ବ୍ୟତୀତ  ଆଉ  କିଛି  ନାହିଁ  । ଅର୍ଥ  ରୋଜଗାର   ନଗଣ୍ୟ  ଯୋଗୁଁ   କ୍ରୟ   କ୍ଷମତା   ଆଶାଜନକ  ନୁହେଁ   । ଦୁଇବେଳା  ଆହାର  ପାଇପାରନ୍ତି   ନାହିଁ   ସେହିଶ୍ରେଣୀର  ଲୋକମାନଙ୍କର  ବାର୍ଷିକ  ଆୟ  ବୃଦ୍ଧି  କରିବାପାଇଁ  ଯୋଜନାରେ  ବ୍ୟବସ୍ଥା  ରହିଛି   ।

ଗରିବ  ଅର୍ଥାତ୍  ଅନାହାର   । ଏଣୁ  ପ୍ରଥମେ   ଗରିବଙ୍କୁ  ଦୁଇବେଳା  ଦୁଇ  ଗୁଣ୍ଡା  ଆହାର  ଯୋଗାଇ  ଦେବା  ବ୍ୟବସ୍ଥା  କରିବା  ସରକାରଙ୍କର  ପ୍ରଥମ  କର୍ତ୍ତବ୍ୟ   । ତା’ପରେ  ଗରିବ  ଦୂରୀକରଣ  ଯୋଜନା  ପରିଚାଳନାର  ପ୍ରଶ୍ନ  ଉଠିବ, ପ୍ରଥମେ  ନିରାଶ୍ରୟ   ଲୋକମାନଙ୍କୁ   ଦୁଇବେଳା  ଦୁଇ  ମୁଠା  ଅନ୍ନ  ଯୋଗାଇ   ଦେବାପାଇଁ  କାମ  ଯୋଗାଇ  ଦେବା  ଉଚିତ    । ତା’ପରେ  କିଛି  ଅର୍ଥ  ଉପାର୍ଜନ  କରିପାରିଲେ   ସେମାନେ  ଖାଦ୍ୟ  ପଦାର୍ଥ  କିଣିପାରିବେ   ।

ପୁଞ୍ଜିଭୂତ ପଦ୍ଧତି

ଗ୍ରାମ୍ୟ  ଉନ୍ନୟନରୁ  ସୁଫଳ  ପାଇବାପାଇଁ  ଏହି  ଉପାୟଟି   ଉତ୍କୃଷ୍ଟ   । ସମନ୍ଵିତ  ଗ୍ରାମ୍ୟ  ଉନୟନ  ଯୋଜନାର  ସଫଳ  ରୂପାୟନ  ପୁଞ୍ଜିଭୂତ   ପଦ୍ଧତି  ଅବଲମ୍ବନ  କରିବା   ଦ୍ଵାରା  ସହଜସାଧ୍ୟ   ହେବ   । କାରଣ  ଏହାଦ୍ଵାରା- ଏକାଠି  ରହୁଥିବା   ଅନେକଗୁଡିଏ  ଗରିବ  ପରିବାରକୁ  ଚିହ୍ନଟ  କରି  ସେମାନଙ୍କୁ   ଏକ  ସମୟରେ  ଶିକ୍ଷା  ଦେଇ  ପରିବର୍ତ୍ତନ  କରିହେବ   । ପରିଦର୍ଶନ  କରି  - କାର୍ଯ୍ୟକ୍ଷମ  ଗୁଡିକ  ଠିକ୍  ପରିଚାଳନା  କରିବା  ସମ୍ଭବ   ହେବ, କିନ୍ତୁ  ଏହି  କ୍ଷେତ୍ରରେ   କେବଳ  ଗୁଡାଏ   ଗ୍ରାମକୁ  ଯୋଡି  ପୁଞ୍ଜିଭୂତ  କଲେ  ଚଳିବ  ନାହିଁ    । ଯେଉଁ  ପରିବାରଗୁଡିକ  ସହଯୋଗ   ଦେଇପାରିବ  ସେହିପରି   ଆର୍ଥିକ  ଦୁର୍ବଳ   ଶ୍ରେଣୀର  ଲୋକମାନଙ୍କୁ   ଚିହ୍ନଟ  କରିବା  ଉଚିତ   ।

ପ୍ୟାକେଜ ବ୍ୟବସ୍ଥା

ଏହି  ବ୍ୟବସ୍ଥା   ଅନୁଯାୟୀ  ଆର୍ଥିକ  ଦୁର୍ବଳ  ଶ୍ରେଣୀର  ଲୋକମାନଙ୍କୁ  କେବଳ   ଆର୍ଥିକ  ସହାୟତା ଦେଇ   ସନ୍ତୁଷ୍ଟ   ହୋଇଗଲେ   ଚଳିବ  ନାହିଁ , ସେମାନଙ୍କର  ଆମ  ସହାୟତା   ଦ୍ଵାରା  ଆର୍ଥିକ  ବ୍ୟବସ୍ଥା  ସ୍ଵଚ୍ଛଳ  ହେଉଛି  କି  ନାହିଁ  ମଝିରେ  ମଝିରେ  ଦେଖିବା  ଦରକାର   । ସେମାନେ  କିଛି  ଅଧିକ  ଅର୍ଥ  ଉପାର୍ଜନ  କରିପାରୁଛନ୍ତି  କି  ନାହିଁ  ନିରୀକ୍ଷଣ  କରିବା  ଉଚିତ   । ଯଦି  ଯୋଜନାରୁ  ଆର୍ଥିକ  ଦୁର୍ବଳ  ଶ୍ରେଣୀର   ଲୋକମାନେ   କିଛି  ସହାୟତା  ପାଇଲେ  ମଧ୍ୟ  ଦାରିଦ୍ର୍ୟ  ସୀମାରେଖା  ଟପିବା  ଯଦି  ସମ୍ଭାବନା  ଦେଖାନଯାଏ  ତେବେ  ଦାରିଦ୍ର୍ୟ ସୀମାରେଖା  ପାରହେବା  ପାଇଁ  ତାଙ୍କୁ   ଗୋଟିଏ  ପ୍ୟାକେଜ  ସ୍କିମ  ପ୍ରଚାଳନ   କରାଯାଏ   ।

ଗ୍ରାମ୍ୟ  ଉନ୍ନୟନ  ଯୋଜନାଗୁଡିକର  ପରିଚାଳନାଗତ  ତ୍ରୁଟି  ମଧ୍ୟରୁ  ପ୍ରଥମଟି  ହେଉଛି – ସୁପରିକଳ୍ପନାର  ଅଭାବ  ଦ୍ଵିତୀୟଟି  କାମଚଳା  କାର୍ଯ୍ୟାନ୍ଵୟନ   ଏବଂ  ପର୍ଯ୍ୟାଲୋଚନାର  ଅଭାବ   ।

ସମନ୍ଵିତ  ଗ୍ରାମ୍ୟ  ଉନ୍ନୟନ  ଯୋଜନା  ଗୁଡିକର  ପରିଚାଳନା  ମୁଖ୍ୟତଃ  ପରିକଳ୍ପନା   କାର୍ଯ୍ୟାନ୍ଵିତ  କରିବା  ଏବଂ   ପର୍ଯ୍ୟାଲୋଚନା  କରିପାରିଲେ  ସୁଫଳ   ସହଜରେ   ମିଳିଥାଏ   । ସମନ୍ଵିତ  ଗ୍ରାମ୍ୟ  ଉନ୍ନୟନ  ଯୋଜନାର  ମୂଳ  ଲକ୍ଷ୍ୟ  ହେଉଛି  ଗରିବ  ଲୋକମାନଙ୍କୁ  କାମଯୋଗାଇ  ଦେଇ  ସେମାନଙ୍କର  ବାର୍ଷିକ  ଆୟ  ବୃଦ୍ଧି  କରିବା  ସଙ୍ଗେ  ସଙ୍ଗେ  କ୍ରୟ  କରିବା  କ୍ଷମତା  ବୃଦ୍ଧି  କରିବା  ଗ୍ରାମ୍ୟ  ଉନ୍ନୟନ  ଯୋଜନା  ଗୁଡିକର  ମୂଳ  ଲକ୍ଷ୍ୟ  ଦାରିଦ୍ର୍ୟ  ସୀମାରେଖା  ତଳେ  ରହିଥିବା   ଲୋକମାନଙ୍କୁ  ଅଧିକ  କାମ  ଯୋଗାଇଦେବା, କାରଣ  ସେମାନଙ୍କର  କ୍ଷତି  ସହିବା  କ୍ଷମତା  ଅତି  ନଗନ୍ୟ   । ଯୋଜନା   ମାଧ୍ୟମରେ  ଗାଈଟିଏ  ବା  କୂଅଟିଏ  ଖୋଳି  ଦେଲେ  ଚଳିବ  ନାହିଁ   ।  ଏଥି ସଙ୍ଗେ  ସଙ୍ଗେ  ଗାଈର  ଯତ୍ନ  ନେବା  ପାଇଁ  ଉପଯୁକ୍ତ  ତାଲିମ, ଗାଈର  ରକ୍ଷଣାବେକ୍ଷଣ, ଗୋଖାଦ୍ୟ  ଯୋଗାଣ, ଗାଈର  ସ୍ୱାସ୍ଥ୍ୟରକ୍ଷା, କ୍ଷୀର  ବିକ୍ରି  ଇତ୍ୟାଦି   ବ୍ୟବସ୍ଥା  ଦେଖିବାକୁ   ହେବ   । ସେହିପରି  କୂପ  ଖୋଳି  ଦେଲେ  କାମ  ସରିଲା  ତାହା  ନୁହେଁ   । କେଉଁ  ଫସଲ  ପର୍ଯ୍ୟାୟଟି  ଚାଷୀ  ପାଇଁ  ଉପଯୁକ୍ତ  ହେବ, ବିହନ  ବ୍ୟବସ୍ଥା, ପାଣି  ଇତ୍ୟାଦି  ଯୋଗାଇ  ଦେବା  ସଙ୍ଗେ  ସଙ୍ଗେ  ଫସଲ  ଉତ୍ପାଦନର  ସମସ୍ତ  କୌଶଳ  ଶିକ୍ଷା  ଦେଇ  ପାରିଲେ  ଗରିବ  ଚାଷୀର  ଉତ୍ପାଦନ  ବୃଦ୍ଧି  ପାଇବ   । ସେମାନେ  ଗରିବ  ସୀମାରେଖା  ଉପରକୁ  ଆସିପାରିବେ   । ଏହି  କ୍ଷେତ୍ରରେ  କୃଷି  କର୍ମଚାରୀ  ଓ  କନିଷ୍ଠ  କୃଷି  ଅଧିକାରୀଙ୍କ  ତତ୍ତ୍ଵାବଧାନ  ଅତି  ଆବଶ୍ୟକ, ଯଦି  ଚାଷୀପାଇଁ   ଆବଶ୍ୟକ  ସମସ୍ତ  ବ୍ୟବସ୍ଥା  କରାନଯାଏ  ତେବେ  ଯୋଜନାରୁ  ସୁଫଳ  ମିଳିବା  ସମ୍ଭବ  ନୁହେଁ, ଦୁଇ  ତିନି  ବର୍ଷ  ପରେ  ଚାଷୀ  ଗରିବ  ସୀମାରେଖା  ଉପରକୁ  ଆସିପାରୁଛି  କି  ନାହିଁ  ତାହାର  ମୂଲ୍ୟାଙ୍କନ  କରିବା  ଉଚିତ   ।

ରସୁ (ଆବଶ୍ୟକ – ଲଭ୍ୟ – ଯୋଗାଣ ଏବଂ ଉପଯୋଗ)

ରସୁ, ଗ୍ରାମ୍ୟ  ଉନ୍ନୟନ  ଯୋଜନା  ପରିଚାଳନାର  ସାର  କଥା   ।

ଆବଶ୍ୟକତା

କୌଣସି  ଗ୍ରାମ୍ୟ  ଉନ୍ନୟନ  ଯୋଜନା  କାର୍ଯ୍ୟକାରୀ  କରିବା  ପୂର୍ବରୁ  ଏହି  ଯୋଜନାଟି  ଲୋକଙ୍କର  କାମରେ  ଆସିପାରିବ  କି  ନାହିଁ  ଦେଖିବା  ଉଚିତ   । ତାପରେ  ଯୋଜନାର  ସଫଳ  ରୂପାୟନ ପାଇଁ  କେଉଁ  କେଉଁ  ପଦାର୍ଥ  ଆବଶ୍ୟକ  ଜାଣିବା  ଦରକାର, ଉଦାହରଣ  ସ୍ୱରୂପ – ତାଲିମ, କଞ୍ଚାମାଲ  ଯୋଗାଣ, ସାଇତି   ରଖିବା  ପାଇଁ   ଗୋଦାମ, ବୈଷୟିକ  ଜ୍ଞାନ  ବିକ୍ରୟ  ପାଇଁ  ବଜାର  ଇତ୍ୟାଦି   ବ୍ୟବସ୍ଥା  ରହିବା  ଉଚିତ   । ଯୋଜନା  କାର୍ଯ୍ୟକାରୀ  ହେବା  ପୂର୍ବରୁ  ଆବଶ୍ୟକୀୟ  ସମସ୍ତ   ପଦାର୍ଥ   ସଂଗ୍ରହ   କରିଦେବା  ଉଚିତ   । ଯଦି   ସବୁ  ଆବଶ୍ୟକୀୟ   ପଦାର୍ଥ   ବର୍ତ୍ତମାନ  ପାଇଁ  ମିଳିପାରୁଛି   । ତେବେ – କେଉଁ କେଉଁ  ଜିନିଷର   ଅଭାବ  ରହିଛି  ସେଗୁଡିକ   ମିଳିବା  ପାଇଁ   ବନ୍ଦୋବସ୍ତ  କରିବା  ଦରକାର,  ସବୁ  ଜିନିଷ   ମିଳୁଥିଲେ   ମଧ୍ୟ  ଠିକ୍ ସମୟରେ   ସେହି  ସବୁ  ପଦାର୍ଥ  ଯୋଗାଣ  ହତାଧିକାରୀଙ୍କୁ  ମିଳିବା  ନିମିତ୍ତ  ସୁନିଶ୍ଚିତ  ଉପାୟ  ଚିନ୍ତା  କରିବା  ବିଧେୟ   । ହିତାଧିକାରୀମାନଙ୍କୁ  ସେମାନଙ୍କର  ସମସ୍ତ  ପ୍ରାପ୍ୟ  ଠିକ୍  ସମୟରେ  ଯୋଗାଇଦେବା  ପରେ   ଯୋଜନାନୁସାରେ  ସେହିସବୁର  ସଦବ୍ୟବହାର  ହୋଇ  ଆୟ  ବୃଦ୍ଧିପାଇପାରୁଛି   କି  ନାହିଁ  ତନଖିବା  ଉଚିତ   । ପରିଚାଳନାର  ଚାରୋଟି  ପଦକ୍ଷେପ – ଆବଶ୍ୟକ – ଲଭ୍ୟ – ଯୋଗାଣ  ଓ  ଉପଯୋଗ  ଠିକ୍  ଭାବେ  ହେଲା  କି  ନାହିଁ   ଦେଖିବା  ଉଚିତ   ।

ଲକ୍ଷ୍ୟ

ହିତାଧିକାରୀମାନେ  ଅର୍ଥ  ଉପାର୍ଜନ  ନିମିତ୍ତ   ଯୋଗାଇ  ଦିଆଯାଇଥିବା  ସମ୍ପତ୍ତିର   ଯତ୍ନ  ନେଉଛନ୍ତି  କି  ନାହିଁ  ତନଖିବା  ଉଚିତ   । ସମ୍ପ୍ରସାରଣ  ବିଭାଗ, ଗ୍ରାମ୍ୟ  ଉନ୍ନୟନ  ସଂସ୍ଥା  ଏବଂ  ଅର୍ଥ  ଯୋଗାଣ  ବ୍ୟାଙ୍କଗୁଡିକ  ପରସ୍ପର  ମଧ୍ୟରେ  ସୁସମ୍ପର୍କ  ରକ୍ଷାକରି  ହିତାଧିକାରୀ  ଦାରିଦ୍ର୍ୟ   ସୀମାରେଖା  ବାହାରକୁ   ଆସିପାରିବା  ନିମିତ୍ତ  ଧ୍ୟାନ  ଦେବା  ଉଚିତ   । କେବଳ  ଋଣ  ଦେବା  ଏବଂ  ଆଦାୟ  କରିବା  ମଧ୍ୟରେ  ବ୍ୟାଙ୍କଗୁଡିକ  ନିଜର  ଦାୟିତ୍ଵକୁ  ସୀମିତ   କରିବା  ଉଚିତ  ହେବ  ନାହିଁ   ।

ଚାରୋଟି  ପଦକ୍ଷେପରେ  ଯୋଜନାର  ଆଭିମୁଖ୍ୟ  ଦ୍ଵାରା  ଦେଶରେ  ପହଞ୍ଚାଇବାକୁ   ହେବ   । (କ) ତୁରନ୍ତ  ଲକ୍ଷ୍ୟ  ପୂରଣ (ଖ) ମଧ୍ୟବର୍ତ୍ତୀ  ଲକ୍ଷ୍ୟ  ପୂରଣ (ଗ) ଶେଷ ଲକ୍ଷ୍ୟ  ପୂରଣ  (ଘ) ଚରମ  ଲକ୍ଷ୍ୟ  ପୂରଣ    ।

ତୁରନ୍ତ  ଲକ୍ଷ୍ୟ  ପୂରଣ

ଏହି  ପଦକ୍ଷେପରେ  ହିତାଧିକାରୀଙ୍କୁ  ତୁରନ୍ତ  ଆବଶ୍ୟକୀୟ  ପଦାର୍ଥ  । ଋଣ, କଞ୍ଚାମାଲ, ତାଲିମ  ଇତ୍ୟାଦି  ଯୋଗାଇ   ଦେବା  ବ୍ୟବସ୍ଥା  କରାଯାଇଥାଏ, ଯଦି  ଏହି  ପ୍ରଥମ  ପଦକ୍ଷେପଟି   ସଫଳ  ଭାବେ  ପରିଚାଳନା   ହୋଇପାରେ   ତେବେ  ଶେଷ  ଲକ୍ଷ୍ୟ  ଅବଶ୍ୟ  ପୂରଣ  ହୋଇପାରିବ  ଏବଂ  ହିତାଧିକାରୀ  ଗରିବ  ସୀମାରେଖା  ପାର  ସହଜରେ  ଅଳ୍ପ  ସମୟରେ  ହୋଇପାରିବ, ଯଦି  ଅଧିକ  ରୋଜଗାର  କରି – ଅଧିକ  ଅର୍ଥର  ବିନିଯୋଗ  କରେ ଯଥା – ମଦ ପିଇବା – ଜୁଆ  ଖେଳିବା  ଇତ୍ୟାଦି  କରେ  ତେବେ  ହିତାଧିକାରୀ  ଗରିବ  ଦୂର  ହୋଇପାରିବା  ସମ୍ଭବ  ନୁହେଁ  । ସେହିପରି  ହିତାଧିକାରୀ  ଦାରିଦ୍ର୍ୟ  ସୀମାରେଖା  ଉପରକୁ   ଆସିଯାଇଥିଲେ   ମଧ୍ୟ  ପୁଣି  ଗରିବ   ହୋଇଯିବା  ଯୋଗୁଁ  ପୁଣି  ଥରେ  ତାର  ନାମ  ଗରିବ  ସୀମାରେଖା  ତଳେ  ଥିବା  ବ୍ଯକ୍ତିର  ତାଲିକା  ଅନ୍ତର୍ଭୁକ୍ତ  କରାଯାଏ  ।

ଦେୟ ଓ  ଆୟ  ସମୀକ୍ଷା

ଦେୟ  ଓ  ଆୟ  ସମୀକ୍ଷା  ଦ୍ଵାରା  ଯୋଜନା  ପରିଚାଳନା  ସହଜରେ  କରିହେବ   । ବିଭିନ୍ନ  ଯୋଜନାଗୁଡିକ  ଯଥା  କୃଷି, କ୍ଷୁଦ୍ର  ଜଳସେଚନ, ପଶୁପାଳନ, ମତ୍ସ୍ୟଚାଷ, ଗ୍ରାମ୍ୟ  କ୍ଷୁଦ୍ରଶିଳ୍ପ, ଜଙ୍ଗଲ ସମ୍ପଦ  ସମ୍ପର୍କୀୟ  ଇତ୍ୟାଦି  ହିତାଧିକାରୀଙ୍କୁ  ସେମାନଙ୍କର   ଆଗ୍ରହାନୁସାରେ  ଅନ୍ତର୍ଭୁକ୍ତ  କରାଯାଏ – ତାହା  ସବୁ  ଦେୟ  ଅନ୍ତର୍ଗତ  ଛୋଟ  ଚାଷୀ, ନାମମାତ୍ର, ଗ୍ରାମ୍ୟ  କାରିଗର, କୃଷି  ଶ୍ରମିକ, ଅଣକୃଷି  ଶ୍ରମିକମାନେ  ଉପର   ଲିଖିତ  ବିଭିନ୍ନ  ଯୋଜନାର  ଆଗ୍ରହାନୁସାରେ  ଅନ୍ତର୍ଭୁକ୍ତ  କରାଯାଇଥାଏ   । ଯୋଜନାଗୁଡିକର  ରୂପାୟନ  ନିମିତ୍ତ  ଜିଲ୍ଲା  ଗ୍ରାମ୍ୟ  ଉନ୍ନୟନ  ସଂସ୍ଥା, ଅର୍ଥଲଗାଣ  ସଂସ୍ଥା, ବ୍ଲକ/ ଜିଲ୍ଲା  ସ୍ତରୀୟ  ଅଧିକାରୀ  ବୃନ୍ଦ, ସମ୍ପ୍ରସାରଣ  କର୍ମୀବୃନ୍ଦ  କାର୍ଯ୍ୟ  କରିଥାନ୍ତି   । ଆୟ  ହେଉଛି – ଦାରିଦ୍ର୍ୟ  ସୀମାରେଖା  ତଳେ   ଥିବା  ହିତାଧିକାରୀମାନେ  ଅଧିକ  ରୋଜଗାର  କରି  ଦରିଦ୍ର  ସୀମାରେଖା  ପାର  କରିବା, ସଂକ୍ଷେପରେ  କହିବାକୁ  ଗଲେ   ହିତାଧିକାରୀମାନଙ୍କର  ବଳକା  ଆୟ, ଯୋଜନାଗୁଡିକରୁ  ସୁଫଳ  ପାଇବା  ପାଇଁ  ପ୍ରଥମେ  ଘରୱାରୀ  ସର୍ବେକ୍ଷଣ  କରିବା  ଉଚିତ   । ତା’ପରେ  ସେମାନଙ୍କର  ଆବଶ୍ୟକତାନୁସାରେ   ବିଭିନ୍ନ  ଯୋଜନାରେ  ଅନ୍ତର୍ଭୁକ୍ତ  କରି  ସେମାନଙ୍କର  ଆର୍ଥିକ  ମାନଦଣ୍ଡ  ବୃଦ୍ଧି  କରିବା  ଦରକାର   ।

କୃଷି ଓ ସମନ୍ଵିତ ଗ୍ରାମ୍ୟ ଉନ୍ନୟନ

ଭଲ  ଅମଳ  ପାଇବା  ପାଇଁ  ଭଲ  ବିହନ – ସାରା  ଇତ୍ୟାଦି  ଆବଶ୍ୟକ   । ବିହନ, ଖରାପ  ହୋଇଗଲେ  ଭଲ  ଅମଳ  ମିଳିବ  ନାହିଁ  । ପ୍ରଥମେ  ନାମମାତ୍ର  ଚାଷୀଙ୍କୁ  ଦାରିଦ୍ର୍ୟ  ସୀମାରେଖା  ବାହାରକୁ  ଆଣିବାକୁ  ହେବ   ।

ଅଧିକ  ଉତ୍ପାଦନକ୍ଷମା  ବିହନ  ଏବଂ  ଉପଯୁକ୍ତ  ବୈଜ୍ଞାନିକ  ପ୍ରଣାଳୀ  ଅବଲମ୍ବନ  କରାଯାଏ  ତେବେ  ଚାଷୀ  ମଧ୍ୟ  ହେକ୍ଟର  ପ୍ରତି  ଅମଳ  ଅତ୍ୟଧିକ  ପାଇପାରିବେ । ଏହାଦ୍ଵାରା  ଗରିବ  ଚାଷୀମାନଙ୍କର  ଆର୍ଥିକ  ବ୍ୟବସ୍ଥା  ସୁଧୁରିଯିବ ।

ଗ୍ରାମ୍ୟ  ଉନୟନ  ପରିଚାଳନା

ନିମ୍ନଲିଖିତ  ପଦକ୍ଷେପଗୁଡିକ  ଗ୍ରାମ୍ୟ  ଉନୟନ  ଯୋଜନାର  ପରିଚାଳନା  ପାଇଁ  ସହାୟକ  ହୋଇପାରିବ ।

  1. ଗୁଚ୍ଛ  ନିର୍ବାଚନ
  2. ଗୁଚ୍ଛଗୁଡିକରେ  ଥିବା  ପ୍ରତ୍ୟକ  ପରିବାର  ସର୍ବେକ୍ଷଣ  କରିବ  ।
  3. ଅନ୍ତ୍ୟୋଦୟ  ନିୟମାନୁସାରେ / ପରିବାର  ଚିହ୍ନଟ   ।
  4. ହିତାଧିକାରୀମାନଙ୍କୁ   ବିଭିନ୍ନ  ଯୋଜନାର  ଅନ୍ତର୍ଭୁକ୍ତ  କରିବା   ।
  5. ମୋଟ  ଯୋଜନାବାବଦ  ହିସାବ  (ଋଣ  ଓ  ଅନୁଦାନ)
  6. ଋଣ ଓ  ଅନୁଦାନ  ବ୍ୟବସ୍ଥା  ଯୋଗାଡ   ।
  7. ଯୋଜନା  ପରିଚାଳନା   ।
  8. ହିତାଧିକାରୀମାନେ  କିଛି  ଉପକାର  ପାଇଲେ  କି  ନାହିଁ  ତାହାର   ମୂଲ୍ୟାୟନ    ।

ମୂଲ୍ୟାଙ୍କନ

ମୂଲ୍ୟାଙ୍କନ – ଦୁଇଭାଗରେ  ବିଭକ୍ତ   ।

  • ସମବର୍ତ୍ତୀ  ମୂଲ୍ୟାଙ୍କନ
  • ପର୍ଯ୍ୟାଲୋଚନା  ପାଇଁ  ସମବର୍ତ୍ତୀ   ମୂଲ୍ୟାଙ୍କନ   ଅବାସ୍ୟକ  ହୋଇଥାଏ, ଫଳରେ  ପରିଚାଳନା  ସମୟରେ  ଭୁଲଭଟକା   ଚିହ୍ନଟ  କରି  ସହଜରେ  ଦୂରୀଭୂତ  କରିପାରିବା ।

  • ଯୋଜନା  ସମାପ୍ତି   ପରବର୍ତ୍ତୀ   ମୂଲ୍ୟାଙ୍କନ – ଏହି  ସମୀକ୍ଷା  ଯୋଜନା  କାର୍ଯ୍ୟକ୍ଷମା  ଶେଷ  ହେବାପରେ  କରାଯାଏ   । ପ୍ରଥମତି   ଅର୍ଥାତ୍  ସମବର୍ତ୍ତୀ  ମୂଲ୍ୟାଙ୍କନ – ଯୋଜନା  ଚାଲିଥିବା  ସମୟରେ   ଯୋଜନାର  ସୁପରିଚାଳନା  ଏବଂ  ଠିକ୍ ସମୟରେ  ପରିସମାପ୍ତି   ପାଇଁ   କରାଯାଇଥାଏ, ଦ୍ଵିତୀୟଟି   ଯୋଜନାର   ପରିସମାପ୍ତି   ପରେ  ଅନ୍ୟ  ଏକ  ଅନୁଷ୍ଠାନ  ଦ୍ଵାରା  ମୂଲ୍ୟାଙ୍କନ  କରାଯାଏ   । ପକ୍ଷପାତ  ମନୋଭାବ  ଏଡାଇବା   ପାଇଁ   ଅନ୍ୟ  ଏକ  ସଂସ୍ଥା  ଦ୍ଵାରା  କରାଯାଏ, ଏହିପରି  ନିରପେକ୍ଷ  ମୂଲ୍ୟାଙ୍କନ   କରିବା  ଦ୍ଵାରା  ସତ୍ୟର  ପରିପ୍ରକାଶ   ହୁଏ  । ସରକାର  ଜାଣିପାରନ୍ତି  ଯେ  ଯୋଜନା  ଦ୍ଵାରା  ହିତାଧିକାରୀଙ୍କର  ଆର୍ଥିକ  ଉନ୍ନତି  ହେଲା  କି  ନାହିଁ, ଯଦି  ହେଲା  କେଉଁ  ପରିମାଣରେ  ହେଲା  ଏବଂ  ଯଦି  ନ ହେଲା  କାହିଁକି  ହେଲାନାହିଁ – ସମୀକ୍ଷା  କରାଯାଏ  । ସମବର୍ତ୍ତୀ  ମୂଲ୍ୟାଙ୍କନ   ଦ୍ଵାରା  ଠିକ୍ ସମୟରେ  ଯୋଜନାର  ସମାପ୍ତି  ପାଇଁ  ବିଶେଷ  ଧ୍ୟାନ   ଦିଆଯାଏ    । ଯୋଜନା  ମୂଲ୍ୟାଙ୍କନ  ଓ  ପୁନର୍ବିଲୋକନ  କୌଶଳ  ନିୟମ  ଅନୁଯାୟୀ  ଏବଂ  ସନ୍ଧ୍ୟାତ୍ମକ  ଗତିପଥ   ପଦ୍ଧତି  ଅନୁସରଣ   କରାଯାଇ   ମୂଲ୍ୟାଙ୍କନ  କରାଯାଏ, ଯୋଜନା  କାର୍ଯ୍ୟ  ପରିଚାଳନା  ସମୟରେ  ଯେଉଁସବୁ  ବିଘ୍ନ  ଦେଖାଦିଏ – ତାହା  ଯଥାଶୀଘ୍ର   ଦୂରକରି   ଠିକ୍ ସମୟରେ  ଉଚିତ  ନିର୍ଣ୍ଣୟ  ନେବାଦ୍ଵାରା   ଯୋଜନାର  ସମାପ୍ତି  ସମୟ  ପୂର୍ବରୁ  ମଧ୍ୟ  ସମ୍ପନ୍ନ   ହୋଇଯାଇଥାଏ   । ଗ୍ରାମ୍ୟ  ଉନ୍ନୟନ  ଯୋଜନାଗୁଡିକ  କାର୍ଯ୍ୟକାରୀ  କରିବା  ସମୟରେ  ନିମ୍ନଲିଖିତ  ବିଘ୍ନ  ଆସିବା  ସମ୍ଭାବନା  ଥାଏ, ଯଥା –
    1. ସମବାୟ  ବା  ବ୍ୟବସାୟିକ  ବ୍ୟାଙ୍କମାନଙ୍କରୁ  ଠିକ୍  ସମୟରେ  ଋଣ  ନ ମିଳିବା   ।
    2. ଯୋଜନା  ପରିଚାଳା  କରୁଥିବା  ଅଧିକାରୀମାନଙ୍କର  ତାଲିମ୍  ଅଭାବ  ଓ  ଅନଭିଜ୍ଞତା  ବା  ହିତାଧିକାରୀମାନଙ୍କର   ଅନଭିଜ୍ଞତା   ଯୋଗୁଁ  ପରିଚାଳନାଗତ  ତୃଟି   ଦେଖା  ଦେଇଥାଏ  ବା  ଦେଖାଦେବା  ସମ୍ଭାବନା  ଥାଏ   ।
    3. ଅନ୍ତନିର୍ମାଣ  ସୁଯୋଗ  ଓ  ସୁବିଧାର  ଅଭାବ   ।
    4. ସମ୍ପ୍ରସାରଣ  ସହାୟତାର  ଅଭାବ  ।
    5. ଅନୁରୂପ  କର୍ମଚାରୀଙ୍କ  ଅଭାବ   ।
    6. ଯୋଜନା  ପରିସରଭୁକ୍ତ  ବିଭିନ୍ନ  ପରିକଳ୍ପନାର  ଅନ୍ତର୍ଭୁକ୍ତ  ହେବାପାଇଁ  ହିତାଧିକାରୀମାନେ  ଅନିଚ୍ଛା  ପ୍ରକାଶ  କରିବା   । ଯୋଜନା  ପର୍ଯ୍ୟାଲୋଚନା  କରିବା  ସମୟରେ  କେଉଁ  ବିଘ୍ନଗୁଡିକ  ଯୋଜନା  ସଫଳ  ରୂପାୟନର  ପରିପନ୍ଥୀ   ଚିହ୍ନଟ  କରି  ସଙ୍ଗେ  ସଙ୍ଗେ  ଏହାର  ନିରାକରଣ  ଉପାୟ  ଲାଗୁ  କରିବା  ପ୍ରକ୍ରିୟାକୁ  ଆଗେଇ  ନେବାରେ  ବିଳମ୍ବ  ।

ଉପଯୁକ୍ତ  ପର୍ଯ୍ୟାଲୋଚନା  ଦ୍ଵାରା  ଠିକ୍ ସମୟରେ  ଯୋଜନା  କାର୍ଯ୍ୟକ୍ରମ  ସମାପ୍ତି  ହୋଇଥାଏ । ଯୋଜନା  ଶେଷ  ହେବା  ଅର୍ଥାତ୍ – ଲକ୍ଷ୍ୟ  ପୂରଣ   ହେବା   । ବାର୍ଷିକ  ରିପୋର୍ଟ, ବିଭିନ୍ନ  ପରିକଳ୍ପନା  ଅନ୍ତର୍ଗତ  ହିତାଧିକାରୀମାନଙ୍କର  ବାର୍ଷିକ  ପ୍ରଗତି  ରିପୋର୍ଟର  ଯୋଜନାର  ସମସ୍ତ  କାର୍ଯ୍ୟକ୍ରମର  ପ୍ରଗତି  ସ୍ଥାନ  ପାଇଥାଏ  ଏବଂ  ଏହି  ରିପୋର୍ଟ  ଅନୁଧ୍ୟାନକରି  ଯୋଜନା  ସଫଳ  ହୋଇଛି  କି  ନାହିଁ  ସମୀକ୍ଷା  କରାଯାଇଥାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate