ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା
ସେଆର କରନ୍ତୁ

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା

ହିତାଧିକାରୀ କୁ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ଼ ଯୋଗାଇଦିଆଯିବ ।

ଖାଉଟି କାର୍ଡ଼

ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ଼ ଯୋଗାଇ ଦିଆଯାଇବ । ହିତାଧିକାରୀ ପାଇଁ କେତେକ ଜାଣିବା ସୂଚନା ।

ହିତାଧିକାରୀ ପାଇଁ ସୂଚନା

  • ଦରଖାସ୍ତ ଦେଇ ଯେଉଁ ଯୋଗ୍ୟ ହିତାଧିକାରୀମାନେ କାର୍ଡ଼ ପାଇଁ ଅପେକ୍ଷା କରିଛନ୍ତି, ଆସନ୍ତା ଏକ ମାସ ମଧ୍ୟରେ ସେମାନଙ୍କୁ ଖାଉଟି କାର୍ଡ଼ ଯୋଗାଇ ଦିଆଯିବ ।
  • ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ଏ ପର୍ଯ୍ୟନ୍ତ ଦରଖାସ୍ତ ଦେଇ ନାହାନ୍ତି, କିମ୍ବା କୌଣସି ଦରଖାସ୍ତ ପୂରଣ ଜନିତ ତ୍ରୁଟିରୁ ତାଙ୍କ ଦରଖାସ୍ତ ନାକଚ ହେଇଯାଇଛି, ସେମାନେ ପୁଣିଥରେ ଦରଖାସ୍ତ ଦେଇ ନିୟମାନୁଯାୟୀ ନିଜ ଦରଖାସ୍ତର ପୁନର୍ବିଚାର କରାଇ ପାରିବେ ।
  • ଏହି ଯୋଜନାରେ ହିତାଧିକାରୀ ହେବା ପାଇଁ ଦରଖାସ୍ତ ଦେବାର କୌଣସି ସମୟ ସୀମା ନାହିଁ, ଏହା ଯେ କୌଣସି ସମୟରେ କରାଯାଇପାରିବ ।
  • ତିନି ବଖରା ପକ୍କା ଘର ଥିବା ପରିବାରକୁ ଏହି ଯୋଜନାରୁ ବାଦ୍ ଦିଆଯିବା ପାଇଁ ରହିଥିବା ନିୟମରୁ ଇନ୍ଦିରା ଆବାସ / ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ବାଦ୍ ଦିଆଯିବ ।
  • ଯେଉଁ ବ୍ୟକ୍ତିବିଶେଷମାନେ ନିଜ ସମ୍ପର୍କରେ ଭୁଲ୍ ତଥ୍ୟ ଦେଇ ଏହି ଯୋଜନାରେ ଖାଉଚ କାର୍ଡ ହାସଲ କରିଛନ୍ତି, ସେମାନଙ୍କୁ ଏହି କାର୍ଡ ଫେରସ୍ତ କରିବା ପାଇଁ ସେପ୍ଟେମ୍ବର ୩୦, ୨୦୧୬ ପର୍ଯ୍ୟନ୍ତ ଶେଷଥର ପାଇଁ ସମୟ ଦିଆଯାଉଛି । ଏହି ସମୟ ସୀମା ମଧ୍ୟରେ କାର୍ଡ ଫେରସ୍ତ କଲେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବାବଦରେ କୌଣସି ଅର୍ଥ ଫେରସ୍ତ କରିବା ପାଇଁ ପଡିବ ନାହିଁ କିମ୍ବା କୌଣସି ଫୌଜଦାରୀ ମାମଲା ରୁଜୁ କରାଯିବ ନାହିଁ ।
  • ଯେଉଁ ବ୍ୟକ୍ତିବିଶେଷମାନେ ପୂର୍ବରୁ ଖାଉଟି କାର୍ଡ ଫେରସ୍ତ କରିବା ସମୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦାଖଲ କରିଥିଲେ, ତାହା ସେମାନଙ୍କୁ ଫେରସ୍ତ କରି ଦିଆଯିବ ଏବଂ କରାଯାଇଥିବା ଫୌଜଦାରୀ ମୋକଦ୍ଦମା ପ୍ରତ୍ୟାହାର କରି ନିଆଯିବ ।

ଆଧାର – ଦୈନିକ  ସମ୍ବାଦ

2.75
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
Sagarika Bardhan Sep 26, 2016 11:14 AM

ଖାଉଟି କାର୍ଡ଼ ହିତାଧିକାରୀ ପାଇଁ ବହୁତ ଜରୁରୀ । ଏହି ସୂଚନା ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ଅଧିକ ଜାଣିପାରିବେ ।

Tapaswini Swain Sep 24, 2016 07:33 AM

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀ ପାଇଁ ସୂଚନା ବହୁତ ଜରୁରୀ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top