অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା

2011 ଜନଗଣନା ଅନୁଯାୟୀ  ଭାରତରେ ଗ୍ରାମାଞ୍ଚଳରେ 15 ରୁ 35 ବୟସ ମଧ୍ୟରେ 55 ମିଲିୟନ ଦକ୍ଷ ଶ୍ରମିକ ରହିଛନ୍ତି । ଏହାସମୟରେ ଦେଖିବାକୁ ଗଲେ ପୃଥିବୀରେ 2020 ବେଳକୁ 57 ମିଲିୟନ ଶ୍ରମିକଙ୍କର ଅଭାବ ଦେଖାଦେବ । ଏହା ଏକ ପ୍ରକାର ସୁଯୋଗ ।

ଗ୍ରାମାଞ୍ଚଳର ଗରିବ ଯୁବକମାନଙ୍କୁ ଦିନଦୟାଲ ଗ୍ରାମୀଣ କୌଶଳ ବିକାଶ ଯୋଜନାରେ ତାଲିମ ପ୍ରଦାନ ପାଇଁ ଭାରତର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା  ଯୋଜନା ପ୍ରସ୍ତୁତ କରିଛନ୍ତି ।

ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ମୁଖ୍ୟ ଅଂଶ

  • ଗରିବ ଲୋକଙ୍କୁ ସୁଯୋଗ ଦେବା ।
  • ଗ୍ରାମାଞ୍ଚଳ ଲୋକଙ୍କୁ ମାଗଣାରେ ତାଲିମ ପ୍ରଦାନ ।
  • ସାମାଜିକ କ୍ଷେତ୍ରରେ ପଛୁଆ ଥିବା ଗୋଷ୍ଠୀଙ୍କୁ ବାଧ୍ୟତାମୂଳକ ଭାବରେ  ସୁଯୋଗ ପ୍ରଦାନ ( ଅନୁସୂଚିତ ଜାତି / ଜନଜାତି – ୫୦% ସଂଖ୍ୟା ଲଘୁ ୧୫% ମହିଳା ୩୩%)
  • ଚାକିରୀ ପାଇଁ  ଦରକାର ହେଉଥିବା ତାଲିମ ପ୍ରଦାନ ତଥା ବିଦେଶରେ କାର୍ଯ୍ୟ କରିବାର ସୁଯୋଗ ।
  • ତାଲିମ ପରେ ନିଯୁକ୍ତି, ସ୍ଥାନାନ୍ତର ପାଇଁ ସହଯୋଗ ।
  • ତାଲିମପ୍ରାପ୍ତ ୭୫% ପ୍ରାର୍ଥୀଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା ।
  • ତାଲିମ ପାଇଁ ଆସୁଥିବା ନୂତନ ପ୍ରାର୍ଥୀଙ୍କୁ ସୁଯୋଗ ଯୋଗାଇଦେବା ଏବଂ ଦକ୍ଷତାର ବିକାଶ କରାଇବା ।
  • ଜାମ୍ମୁ କାଶ୍ମୀର ଯୁବକଙ୍କ ପାଇଁ ପ୍ରକଳ୍ପରେ ଅଧିକ ସୁଯୋଗ ସୃଷ୍ଟି କରିବା ।
  • ଉତ୍ତର ପୂର୍ବ କ୍ଷେତ୍ରରେ ୨୭ ସମ୍ବେଦନଶୀଳ ଜିଲ୍ଲାରେ କାର୍ଯ୍ୟ କରିବା ।

ହିତାଧିକାରୀଙ୍କ ଯୋଗ୍ୟତା

  • ୧୫-୩୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଯୁବକ ହୋଇଥିବେ ।
  • ଅନୁସୂଚିତ ଜାତି/ଜନଜାତି/ମହିଳା/PCTG/PWD ୪୫ ବର୍ଷ ମଧ୍ୟରେ ହୋଇଥିବେ ।

କାର୍ଯ୍ୟକାରୀ ମଡ଼େଲ

ତିନୋଟି ସ୍ତରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାକୁ କାର୍ଯ୍ୟକାରୀ କରାଯାଏ । ପଲିସିତିଆରି କରିବା, ବୈଷୟିକ ସହାୟତା ଏବଂ କାର୍ଯ୍ୟ ସମ୍ପାଦନ ସଂସ୍ଥା ।   ରାଜ୍ୟକାର୍ଯ୍ୟକାରୀ ସଂସ୍ଥା, କାର୍ଯ୍ୟ ସମ୍ପାଦନା ସଂସ୍ଥାକୁ ସହାୟତା ଯୋଗାଇ ଦେବ ଦକ୍ଷତା ପ୍ରକଳ୍ପ ପାଇଁ ।

କାର୍ଯ୍ୟକାରୀ ସଂସ୍ଥା ( PIAS )

  1. ଦରକାରୀ ଏବଂ ଉପଯୁକ୍ତ ସର୍ତ୍ତ
  2. ଭାରତୀୟ ଟ୍ରଷ୍ଟ ଆକ୍ଟ, ଷ୍ଟେଟ ସୋସାଇଟି ରେଜିଷ୍ଟ୍ରସନ ଆକ୍ଟ, ଷ୍ଟେଟ କୋ-ଅପରେଟିର ସୋସାଇଟି କିମ୍ବା ମଲଟି ଷ୍ଟେଟ କୋ-ଅପରେଟିଭ ଆକ୍ଟ କିମ୍ବା କମ୍ପାନୀ ଆକ୍ଟ ୨୦୧୩ ଦ୍ଵାରା ରେଜିଷ୍ଟ୍ରିଭୁକ୍ତ ହୋଇଥିବେ ।  ଲିମିଟେଡ଼ ଲାଏବିଲଟି ପାଟନର ସିପ ଆକ୍ଟ ୨୦୦୮ ଦ୍ଵାରା ପଞ୍ଜୀକୃତ ହୋଇଥିଲେ  କିମ୍ବା ରାଜ୍ୟ, କେନ୍ଦ୍ରର ସରକାରୀ, ଅର୍ଦ୍ଧ ସରକାରୀ ସଂସ୍ଥା ହୋଇଥିବେ ।

    • ତିନୋଟି  ଆର୍ଥିକ ବର୍ଷର ଆଇନତଃ ସମସ୍ତ କାଗଜପତ୍ର ରହିଥିବ ।
    • ତିନୋଟି ଆର୍ଥିକ ବର୍ଷରୁ ଅତିକମ୍ ରେ ୨ଟି ଆର୍ଥିକ ବର୍ଷ ୨୫% ପାଇଁ ରହିବ ।
    • ବିଦେଶରେ ନିଯୁକ୍ତି ।
    • ଶିଳ୍ପ କାରଖାନାରେ ତାଲିମ
    • ୨ଟି ମଧ୍ୟରେ ଅତିକମରେ ୧୦,୦୦୦ ତାଲିମ ପ୍ରାପ୍ତ ଯୁବକ / ଯୁବକୀଙ୍କୁ ନିଯୁକ୍ତି ସୁଯୋଗ ।
    • ୧୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଗ୍ରାମୀଣ ଯୁବକ ଓ  ଯୁବତୀ ମାନଙ୍କୁ ତାଲିମ ସୁଯୋଗ ଦିଆଯିବ ।
    • ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତିର ପରିବାରର ଯୁବକ ଓ ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯିବ ।
    • ନିର୍ଦ୍ଧିଷ୍ଟ ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ଦ୍ଵାରା କୌଶଳ ବୃଦ୍ଧି ନିମନ୍ତେ ତାଲିମ ଦିଆଯିବ ।
    • ତାଲିମ ପରେ ଦକ୍ଷତା ଅନୁଯାୟୀ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବେସରକାରୀ ସଂସ୍ଥାରେ ନିଯୁକ୍ତିର ସୁଯୋଗ ଦେବେ ।
    • ଏକ ମାସରୁ ତିନିମାସ ପର୍ଯ୍ୟନ୍ତ ବିଭିନ୍ନ ଧନ୍ଦାରେ ତାଲିମ ଦିଆଯିବ ।
    • ବିଭିନ୍ନ ଧନ୍ଦା ବିଷୟରେ ଭଲ ଭାବେ ସମସ୍ତ ତଥ୍ୟ ସଂଗ୍ରହ କରି ପ୍ରଶିକ୍ଷଣ ଦେବା ଉଚିତ୍ ।

ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା

ପ୍ରକଳ୍ପର ଅବଧି ଅନୁଯାୟୀ ଜଣଙ୍କ ପିଛା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯିବ । ଟ୍ରେନିଂର ସମୟ ୫୭୬ଘଣ୍ଟା (୩ ମାସ)ରୁ ୨୩% ଘଣ୍ଟା (୧୨ ମାସ) । ଆର୍ଥିକ ସହାୟତା ମଧ୍ୟରେ ରହିବା, ଖାଇବା, ଯାତାୟତ ଖର୍ଚ୍ଚ  ନିଯୁକ୍ତି ପରର ସହାୟତା ଇତ୍ୟାଦି ।

ତାଲିମ କ୍ଷେତ୍ର

୨୫୦ କ୍ଷେତ୍ରରେ DDU – GKYର ତାଲିମ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ହସ୍ପିଟାଲ, ସ୍ୱାସ୍ଥ୍ୟ, ନିର୍ମାଣ, ଯାନବାହାନ, ଚମଡା, ଇଲେକ୍ଟ୍ରିକ, ପ୍ଲବିଙ୍ଗ, ଗହଣା ଡିଜାଇନ ଇତ୍ୟାଦି । ନିଯୁକ୍ତିର ସୁଯୋଗ ନେଇ ତାଲିମ ପ୍ରଦାନ କରାଯିବ । "www.ddugky.gov.in"

ଆଧାର –DDU-GKY

ଅଧିକ ତଥ୍ୟ ପାଇଁ

  1. DDU-GKY- Programme guidelines

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate