ସେଆର କରନ୍ତୁ

ନାଗରିକ ଅଧିକାର

ଭାରତ ସାମ୍ବିଧାନିକ ଅନୁସାରେ ପ୍ରତ୍ୟେକ ନାଗରିକମାନଙ୍କ ନିମନ୍ତେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସମାନତା ଯୋଗାଇ ଦେବା ସହିତ ସେମାନଙ୍କ ମଧ୍ୟରେ ବ୍ୟକ୍ତି ବିଶେଷର ମର୍ଯ୍ୟାଦାକୁ ସମ୍ମାନ ପ୍ରଦର୍ଶନ କରିବାରେ ସାହାଯ୍ୟ କରୁଛି ।

ସାମ୍ବିଧାନିକ ଅଧିକାର

ଆମ୍ଭେ ସମସ୍ତେ ଭାରତବାସୀ, ଶପଥ ସହିତ ଦୃଢ ସଂକଳ୍ପ କରୁଛୁ ଯେ, ଆମ୍ଭେ ଭାରତବର୍ଷକୁ ଏକ ସାର୍ବଭୌମ,ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ଗଠନ କରିବୁ ଏବଂ ଏହାର ସମସ୍ତ ନାଗରିକମାନଙ୍କ ନିମନ୍ତେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ – ନ୍ୟାୟ, ଚିନ୍ତା, ଅଭିବ୍ୟକ୍ତି, ବିଶ୍ଵାସ ଏବଂ ଉପାସନା ପାଇଁ ସ୍ଵାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମାନତା ଯୋଗାଇ ଦେବା ସହିତ ସେମାନଙ୍କ ମଧ୍ୟରେ ବ୍ୟକ୍ତି ବିଶେଷର ମର୍ଯ୍ୟାଦାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଦେଶର ଏକତା ଏବଂ ଅଖଣ୍ଡତା ରକ୍ଷା ପାଇଁ ଭ୍ରାତୃଭାବ ଜାଗ୍ରତ କରିବୁ ।

 

 

୧୯୪୯ ମସିହା ନଭେମ୍ବର ଛବିଶ ତାରିଖ ଦିନ ଆମ୍ଭର ସମ୍ବିଧାନ ପ୍ରଣୟନ ସଭାରେ ଏହି ସମ୍ବିଧାନକୁ ପ୍ରଣୟନ କରୁଛୁ, ଗ୍ରହଣ କରୁଛୁ ଏବଂ ଆମ୍ଭକୁ ପ୍ରଦାନ କରୁଛୁ ।

ସାମ୍ବିଧାନିକ ସୁରକ୍ଷା

ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ନିମନ୍ତେ ମହତ୍ତ୍ଵପୂର୍ଣ୍ଣ ସାମ୍ବିଧାନିକ ସୁରକ୍ଷା (ନାଗରିକ ଅଧିକାର ) ଅଧିକାରଗୁଡିକ ନିମ୍ନରେ ଉଲ୍ଲେଖ କରାଯାଇଛି ।

  1. ରାଷ୍ଟ୍ରନୀତି ସଂକ୍ରାନ୍ତୀୟ ନିର୍ଦ୍ଦେଶାବଳୀ
    • ଅନୁଚ୍ଛେଦ-୪୬[Article 46] : “ରାଷ୍ଟ୍ର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଏବଂ ନିର୍ଦ୍ଦିଷ୍ଟ ଭାବେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର ଶିକ୍ଷାଗତ ଓ ଆର୍ଥିକ ସ୍ଵାର୍ଥକୁ ବିଶେଷ ଯତ୍ନ ସହକାରେ ପ୍ରୋତ୍ସାହିତ କରିବ ଏବଂ ସେମାନଙ୍କୁ ସାମାଜିକ ଅନ୍ୟାୟ ଏବଂ ସମସ୍ତ ପ୍ରକାର ଶୋଷଣରୁ ସୁରକ୍ଷା ପ୍ରଦାନ କରିବ।“
  2. ସାମାଜିକ ସୁରକ୍ଷା
    • ଅନୁଚ୍ଛେଦ-୧୭[Article 17] : ଛୁଆଁ ଅଛୁଆଁ ଭେଦଭାବକୁ ସମ୍ପୂର୍ଣ୍ଣ ବିଲୋପ କରାଯାଇଛି ଏବଂ ଏହାର କୌଣସି ପ୍ରକାର ପ୍ରଚଳନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଛୁଆଁ ଛୁଆଁ ଭେଦଭାବ ଯୋଗୁଁ ସୃଷ୍ଟି ହେଉଥିବା କୌଣସି ପ୍ରକାର ଅକ୍ଷମତା ବା ଅପାରଗତାକୁ ଅପରାଧ ବୋଲି ଗ୍ରହଣ କରାଯାଇ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ।
    • ଏହି ଅନୁଚ୍ଛେଦକୁ ପ୍ରଭାବଶାଳୀ କରିବାକୁ ସଂସଦ ଛୁଆଁ ଅଛୁଆଁ ( ଅପରାଧ) ଆଇନ୍ ୧୯୫୫ ପ୍ରଣୟନ କରିଛନ୍ତି । ଏହି ଆଇନ୍ ରେ ଥିବା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏହି ଆଇନ୍ କୁ ୧୯୭୬ ମସିହାରେ ସଂଶୋଧନ କରାଯାଇ “ଏହାକୁ ନାଗରିକ ଅଧିକାର ସୁରକ୍ଷା ଆଇନ୍ ୧୯୫୫” ନାମରେ ନାମିତ କରାଯାଇଛି । ଏହି ଆଇନ୍ କୁ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଭାରତ ସରକାର, ନାଗରିକ ଅଧିକାର ସୁରକ୍ଷା ନିୟମ, ୧୯୭୭ ଭାବରେ ବିଜ୍ଞାପିତ କଲେ । ଏହି ନାଗରିକ ଅଧିକାର ସୁରକ୍ଷା ଆଇନ୍, ୧୯୫୫ର ବ୍ୟବସ୍ଥା ମଧ୍ୟରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଗୁଡିକ ଅନ୍ତର୍ଭୁକ୍ତ ହୋଇପାରିନଥିବାରୁ, ୧୯୮୯ ମସିହାରେ ସଂସଦରେ ଅନୁସୂଚୀତ ଜାତି ଓ ଜନଜାତିମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ରୋକିବା ପାଇଁ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଆଇନ୍ ଗୃହୀତ ହୋଇଛି । ଏହି ଆଇନ୍ ଅନୁସୂଚୀତ ଜାତି ଅନୁସୂଚୀତ ଜନଜାତି ( ନିର୍ଯ୍ୟାତନା ନିବାରଣ) ଆଇନ୍ ୧୯୮୯,ନାମରେ ଜଣାଶୁଣା ଏବଂ ଏହା ତା ୩୦.୧୧.୧୯୯୦ରିଖ ଠାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ୍ ର ବ୍ୟବସ୍ଥାଗୁଡିକ ପାଳନ କରିବା ପାଇଁ ଭାରତ ସରକାର ତା ୩୧.୩.୧୯୯୫ରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି (ନିର୍ଯ୍ୟାତନା ନିବାରଣ ) ନିୟମ, ୧୯୯୫ ବିଜ୍ଞାପିତ କରିଛନ୍ତି ।
    • ଅନୁଚ୍ଛେଦ-୨୩[Article ୨୩] : ଏହି ଆଇନ୍ ଅନୁସାରେ ବାଧ୍ୟତାରେ ସହିତ ବା ଜୋର କରି ଲୋକଚାଲାଣ, ଭିକ୍ଷାବୃତ୍ତି ଏବଂ ସେହିପରି କାର୍ଯ୍ୟ କରାଯିବାକୁ ନିଷିଦ୍ଧ କରାଯାଇଛି । ଏହି ବ୍ୟବସ୍ଥାକୁ ଉଲ୍ଲଘଂନ କଲେ ଆଇନ୍ ଅନୁଯାୟୀ ଅପରାଧ ଦଣ୍ଡନୀୟ ବୋଲି ନିବେଚନା କରାଯିବ । ଏହା ନିର୍ଦ୍ଦିଷ୍ଟ ଭାବେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ହୋଇନଥିଲେ ମଧ୍ୟ ଯେହେତୁ ସଂଖ୍ୟାଧିକ ଗୋତିଶ୍ରମିକ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର,ସେଥିପାଇଁ ଏହି ଅନୁଚ୍ଛେଦ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିମାନଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ଗୁରୁତ୍ଵ ବହନ କରୁଛି । ଏହି ଅନୁଚ୍ଛେଦ ଅନୁସରଣ କରି ସଂସଦ ଗୋତିଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ୍, ୧୯୭୬ ପ୍ରଣୟନ କରିଛନ୍ତି । ଏହି ଆଇନ୍ ର ସଫଳ ରୂପାୟନ ପାଇଁ ଶ୍ରମ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଦ୍ଵାରା ପରିଚାଳିତ ଯୋଜନା ମାଧ୍ୟମରେ ଗୋତିଶ୍ରମିକମାନଙ୍କୁ ଚିହ୍ନଟକରଣ, ଉଚ୍ଛେଦ ଏବଂ ଥଇଥାନ କରୁଛନ୍ତି ।
    • ଅନୁଚ୍ଛେଦ-୨୪[Article 24] : ରେ ଥିବା ବ୍ୟବସ୍ଥା ଅନୁଯାୟୀ ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଯେକୌଣସି ସ୍ୱାସ୍ଥ୍ୟହାନି କରୁଥିବା କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଶିଶୁ ଶ୍ରମିକ ପ୍ରଥା ବିଲୋପ କରିବାକୁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ନିୟମମାନ ପ୍ରଣୟନ କରାଯାଇଛି । ଏହି ଅନୁଚ୍ଛେଦ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିମାନଙ୍କ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଯେହେତୁ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିର କିଛି ଶିଶୁ ଶ୍ରମିକ ଏହିପରି କ୍ଷତିକାରକ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
    • ଅନୁଚ୍ଛେଦ-୨୫(୨)(ଖ)[Article 25] (2)(B)] ରେ ଥିବା ବ୍ୟବସ୍ଥା ଅନୁଯାୟୀ ସର୍ବସାଧାରଣ ହିନ୍ଦୁ ଧାର୍ମିକ ଅନୁଷ୍ଠାନଗୁଡିକ ହିନ୍ଦୁଧର୍ମର ସବୁପ୍ରକାର ଶ୍ରେଣୀ ଓ ବର୍ଗର ଲୋକମାନଙ୍କ ପାଇଁ ଖୋଲା ରହିବ । ଏହି ବ୍ୟବସ୍ଥା କରିବାର କାରଣ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହିନ୍ଦୁମାନେ କହୁଛନ୍ତି ଯେ କେବଳ ସେମାନଙ୍କ ଗୋଷ୍ଠୀର ସଦସ୍ୟମାନଙ୍କର ମନ୍ଦିର ପ୍ରବେଶ ଅଧିକାର ରହିଛି । ଏହା ଅନୁସୂଚୀତ ଜାତିର ଲୋକମାନଙ୍କୁ ମନ୍ଦିର ପ୍ରବେଶରୁ ବଞ୍ଚିତ କରି ରଖିବା ପାଇଁ ଏକ ପ୍ରକାର କୌଶଳ ବା ଛଳନା । ତେଣୁ ଏହି ବ୍ୟବସ୍ଥାକୁ ଆଖି ଆଗରେ ରଖି ଶିଖି, ଜୈନ ଏବଂ ବୁଦ୍ଧ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ହିନ୍ଦୁ ବୋଲି କୁହାଯାଉଛି ।
  3. ଅର୍ଥନୈତିକ ସୁରକ୍ଷା
    • ଅନୁଚ୍ଛେଦ ୪୬,୨୪ ଓ ୨୩ରେ ଦର୍ଶାଯାଇଥିବା ବ୍ୟବସ୍ଥା ଅର୍ଥନୈତିକ ସୁରକ୍ଷା ବ୍ୟବସ୍ଥାର ଅଂଶ ବିଶେଷ । ଏଥିରେ ଅନୁସୂଚୀତ ଜାତିଙ୍କ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ରହିଛି ।
    • ଅନୁଚ୍ଛେଦ-୨୪୪[Article 244] ର ଖଣ୍ଡ (୧) (Clause-1)ର ବ୍ୟବସ୍ଥା ଅନୁଯାୟୀ ପଞ୍ଚମ ତଫସିଲଭୁକ୍ତ ରାଜ୍ୟର (States under fifth schedule) ଅନୁସୂଚୀତ ଅଞ୍ଚଳ ଏବଂ ଅନୁସୂଚୀତ ଜନଜାତିର ଲୋକମାନଙ୍କର ନିମନ୍ତେ ସ୍ଵତନ୍ତ୍ର ପ୍ରଶାସନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ।
    • ଖଣ୍ଡ (୨) [Clause-2] ରେ ଷଷ୍ଠ ତଫସିଲ ଅନ୍ତର୍ଗତ ରାଜ୍ୟରେ ଥିବା ଅନୁସୂଚୀତ ଅଞ୍ଚଳରେ ସ୍ଵତନ୍ତ୍ର ଶାସନ ବ୍ୟବସ୍ଥା ଲାଗୁ ହେବ ।
    • ଅନୁଚ୍ଛେଦ-୨୭୫(୧)[Article ୨୭୫(1)] ର ବ୍ୟବସ୍ଥା ଅନୁସାରେ ଭାରତ ସରକାରଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ଉନ୍ନୟନମୂଳକ ଯୋଜନାଗୁଡିକର ବ୍ୟୟଭାର ବହନ କରିବା ପାଇଁ ଭାରତ ସରକାରଙ୍କ ଏକତ୍ରୀକୃତ ନିଧି (Consoildated Fund of India)ବା ସଞ୍ଚିତ ନିଧିରୁ ସହାୟକ ଅନୁଦାନକୁ ପଞ୍ଜି ବା ଆବର୍ତ୍ତି ବା ପୁନରାବର୍ତ୍ତନ ପୁଞ୍ଜି ଆକାରରେ ରାଜ୍ୟର ରାଜସ୍ୱକୁ ପ୍ରଦାନ କରାଯିବ । ୫. ଏହି ଅନୁଚ୍ଛେଦରେ ଅନ୍ୟ ଏକ ବ୍ୟବସ୍ଥା ଅନୁସାରେ ଷଷ୍ଠ ତଫସିଲ ଅନ୍ତର୍ଗତ ରାଜ୍ୟମାନଙ୍କୁ ଭାରତର ଏକତ୍ରୀକୃତ ନିଧି ବା ସଞ୍ଚିତ ନିଧିରୁ ସ୍ଵତନ୍ତ୍ର ଅନୁଦାନ ଦିଆଯିବ ।
    • ପଞ୍ଚମ ତଫସିଲ : ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଅନୁସୂଚୀତ ଅଞ୍ଚଳ ଏବଂ ଅନୁସୂଚୀତ ଜନଜାତିର ଲୋକମାନଙ୍କୁ ଶାସନ ଏବଂ ନିୟନ୍ତ୍ରଣ କରାଯିବ । ଏହି ଅନୁସୂଚୀତ ଅଞ୍ଚଳ ଅଧିନରେ ଥିବା ରାଜ୍ୟଗୁଡିକ ହେଲା –ଆନ୍ଧ୍ର ପ୍ରଦେଶ, ବିହାର, ଗୁଜୁରାଟ, ହିମାଞ୍ଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ( ପରିଶିଷ୍ଟ-୨-ଓଡିଶାର ଅନୁସୂଚୀତ ଅଞ୍ଚଳ) ଏବଂ ରାଜସ୍ଥାନ । ଏହି ରାଜ୍ୟଗୁଡିକର ରାଜ୍ୟପାଳମାନଙ୍କର ସ୍ଵତନ୍ତ୍ର ଦାୟିତ୍ଵ ଏବଂ କ୍ଷମତା ରହିଛି । ଏହି ରାଜ୍ୟଗୁଡିକରେ “ଆଦିବାସୀ ଉପଦେଷ୍ଟା ପରିଷଦ” ରହିଛି । (ଏଥି ସହିତ ତାମିଲନାଡୁ ଓ ପଶ୍ଚିମବଙ୍ଗ, ଯେଉଁଠି ଅନୁସୂଚୀତ ଅଞ୍ଚଳ ନାହିଁ, ସେଠାରେ ମଧ୍ୟ ଏ ପ୍ରକାର କମିଟି ରହିଛି) ଏହି ୮ଟି ରାଜ୍ୟର ଅନୁସୂଚୀତ ଅଞ୍ଚଳରେ ଶାନ୍ତି ରକ୍ଷା ପାଇଁ ଏବଂ ଉତ୍ତର ପ୍ରଶାସନ ପାଇଁ ରାଜ୍ୟପାଳମାନେ ନିୟମ ତିଆରି କରିପାରିବେ । ବିଶେଷତଃ –

      କ) ବିଭିନ୍ନ ଅନୁସୂଚୀତ ଜନଜାତି ମଧ୍ୟରେ ବା ନିଜଗୋଷ୍ଠୀ ମଧ୍ୟରେ ସେହି ଅଞ୍ଚଳରେ ଜମିକୁ ହସ୍ତାନ୍ତର କରିବାକୁ ନିୟନ୍ତ୍ରଣ କରିପାରିବେ ବା ନିଷିଦ୍ଧ କରିପାରିବେ ।

      (ଖ) ସେହି ଅଞ୍ଚଳରେ ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କ ମଧ୍ୟରେ ଜମି ଆବଣ୍ଟନକୁ ନିୟନ୍ତ୍ରଣ କରିପାରିବେ ।

      (ଗ) ସେହି ଅଞ୍ଚଳରେ ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କୁ ତାଙ୍କ ସୁଧ ଲଗାଉଥିବା ବ୍ୟକ୍ତିଙ୍କୁ ଏବଂ ତାଙ୍କ ବ୍ୟବସାୟକୁ ନିୟନ୍ତ୍ରିତ କରିପାରିବେ ।

    • ଷଷ୍ଠ ତଫସିଲ : ଆଦିବାସୀ ଅଧ୍ୟୁଷିତ ଆସାମ (ଉତ୍ତରାଞ୍ଚଳର ପାର୍ବତୀୟ ଜିଲ୍ଲା), ମେଘାଳୟ, ମିଜୋରାମ ତଥା ତ୍ରିପୁରା (ସ୍ଵୟଂଚାଳିତ ପାର୍ବତୀୟ ଜିଲ୍ଲା) ରାଜ୍ୟର ଅଧ୍ୟୁଷିତ ଅଞ୍ଚଳର ପ୍ରଶାସନ ସଂପର୍କରେ ଏହି ତଫସିଲରେ ବ୍ୟବସ୍ଥା ରହିଛି । ଏହି ଅଞ୍ଚଳରେ ବହୁକାଳରୁ ଚଳି ଆସୁଥିବା ସ୍ଵୟଂଚାଳିତ ଶାସନ ବ୍ୟବସ୍ଥା, ସ୍ଵୟଂ ଚାଳିତ ଜିଲ୍ଲା ପରିଷଦ ଏବଂ ସ୍ଵୟଂଚାଳିତ ଆଞ୍ଚଳିକ ପରିଷଦ ଆକାରରେ ରହିଛି । ଏହି ସ୍ଵୟଂଚାଳିତ ପରିଷଦଗୁଡିକ କେବଳ ବିଭିନ୍ନ ବିଭାଗ ଏବଂ ବିକାଶମୂଳକ କାର୍ଯ୍ୟକ୍ରମକୁ ପରିଚାଳନା କରନ୍ତି ନାହିଁ ବରଂ ବିଭିନ୍ନ ବିଷୟ ଉପରେ ନିୟମ ତିଆରି କରନ୍ତି । ଯେପରିକି ଜମି, ଜଙ୍ଗଲ, ପୋଡୁଚାଷ ଗାଁ ଏବଂ ସହର ପରିଚାଳନା ବ୍ୟବସ୍ଥା, ଗାଁ ଏବଂ ସହର ପୋଲିସ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା, ସମ୍ପତ୍ତିଦାୟ ଅଧିକାର, ବିବାହ ଏବଂ ବିଚ୍ଛେଦ ଓ ସାମାଜିକ ପ୍ରଥା ଉପରେ ମଧ୍ୟ ଆଇନ୍ ପ୍ରଣୟନ କରିପାରିବେ ।
  4. ଶିକ୍ଷା ଓ ସଂସ୍କୃତିକ ସୁରକ୍ଷା
    • ଅନୁଚ୍ଛେଦ-୧୫(୪)[Article 15(4)]: ଏହି ଅନୁଚ୍ଛେଦ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ନାଗରିକ ବା ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତିର ଲୋକମାନଙ୍କର ଉନ୍ନତି କରିବା ନିମନ୍ତେ ରାଜ୍ୟକୁ ସ୍ଵତନ୍ତ୍ର ବ୍ୟବସ୍ଥା ତିଆରି କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଅନେକ ଅନୁଚ୍ଛେଦ ସଂଶୋଧିତ ହେଲାପରେ ଏହି ବ୍ୟବସ୍ଥା ସଂବିଧାନ ( ପ୍ରଥମ ସଂଶୋଧନ) ଆଇନ୍ ୧୯୫୧ ମାଧ୍ୟମରେ ସଂବିଧାନରେ ଯୋଗ କରାଗଲା । ଏହି ବ୍ୟବସ୍ଥା ଅନୁସାରେ ଅନୁସୂଚୀତ ଜାତି ଓ ଜନଜାତିର ପିଲାମାନଙ୍କର ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କର ଯେପରି କି ବୈଷୟିକ, ଇଞ୍ଜିନିୟରିଂ ଓ ଡାକ୍ତରୀ କଲେଜମାନଙ୍କରେ ଏବଂ ବିଭିନ୍ନ ବୈଜ୍ଞାନିକ ତଥା ସ୍ଵତନ୍ତ୍ର ପାଠ୍ୟକ୍ରମରେ ଯୋଗଦାନ ନିମନ୍ତେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ରାଜ୍ୟକୁ କ୍ଷମତା ପ୍ରଦାନ କରାଯାଇଛି । ଏହି ଅନୁଚ୍ଛେଦ ୧୪(୪)ରେ ବ୍ୟବହାର ହୋଇଥିବା ଶବ୍ଦ “ପଛୁଆ ଶ୍ରେଣୀ” ବ୍ୟାପକଭାବେ ବ୍ୟବହୃତ ଏବଂ ଏହା ଅନ୍ତର୍ଗତ ବିଭିନ୍ ପଛୁଆ ବର୍ଗ ରହିଛନ୍ତି, ଯେପରି କି ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ଅନ୍ୟାନ୍ୟ ପଛୁଆ ଶ୍ରେଣୀ, ସ୍ଵତନ୍ତ୍ର ଶ୍ରେଣୀ (ଭିମୁକ୍ତାଜାତିୟାଂ) ଏବଂ ଯାଯାବର ବା ଅର୍ଦ୍ଧଯାଯାବର ଜାତିମାନ ।
    • ଅନୁଚ୍ଛେଦ-୨୯(୧)[Article 29(1)] : ଅନୁସାରେ ଭାରତରେ ଯେକୌଣସି ସ୍ଥାନରେ ବାସ କରୁଥିବା ଯେକୌଣସି ଜାତିର ନାଗରିକଙ୍କର ଯଦି ପୃଥକ୍ ଏକ ଭାଷା, ଲିପି ବା ସଂସ୍କୃତି ଥାଏ, ତେବେ ସେଗୁଡିକୁ ସୁରକ୍ଷା କରିପାରିବାରେ ଅଧିକାର ରହିଛି । ଏହି ଅନୁଚ୍ଛେଦରେ ସମସ୍ତ ଅନୁସୂଚୀତ ଜନଜାତିର ଲୋକମାନଙ୍କ ପାଇଁ ସ୍ଵତନ୍ତ୍ର ଗୁରୁତ୍ଵ ରହିଛି । ସାନ୍ତାଳମାନଙ୍କର ଏକ ନିଜସ୍ୱ ଭାଷା “ଓଲଚିକି” ରହିଛି । ଏହା ୨୦୦୫ ମସିହାରେ ଦ୍ଵାରା ସ୍ୱୀକୃତି ଲାଭ କରିଛି । କିନ୍ତୁ ଏହି ବ୍ୟବସ୍ଥା ଆଦିବାସୀମାନଙ୍କୁ ସେମାନଙ୍କ ନିଜ ଭାଷାରେ ଶିକ୍ଷାଦେଇ ସେମାନଙ୍କୁ ଅଲଗା କରି ରଖିବାର ଉଦ୍ଦେଶ୍ୟରେ ନୁହେଁ । ଆଦିବାସୀମାନଙ୍କୁ ରାଜ୍ୟ ସରକାରଙ୍କ ଭାଷା ବା ଜାତୀୟ ଭାଷାରେ ଶିକ୍ଷା ଦିଆଯିବାର ମଧ୍ୟ ଜରୁରୀ ଯାହା ଫଳରେ ସେମାନେ ବାହାର ଜ୍ଞାନ ହାସଲ କରିପାରିବେ ।
    • ଅନୁଚ୍ଛେଦ-୩୫୦(କ)[Article 350(A)] : ପ୍ରତ୍ୟେକ ରାଜ୍ୟର ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନ ଭାଷାଗତ ସଂଖ୍ୟାଲଘୁ ପିଲାମାନଙ୍କୁ ସେମାନଙ୍କର ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦେବାପାଇଁ ପ୍ରୟାସ କରିବେ । ଯଦି ଦରକାର ପଡେ ଏହି ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ରାଷ୍ଟ୍ରପତି ପ୍ରତ୍ୟେକ ରାଜ୍ୟକୁ ତଦନୁଯାୟୀ ନିର୍ଦ୍ଦେଶ ଦେଇପାରିବେ । ଅନେକ ଆଦିବାସୀ ସମ୍ପ୍ରଦାୟର ଭାଷା ବା ଉପଭାଷା ରାଜ୍ୟର ମୂଳ ଭାଷାଠାରୁ ଭିନ୍ନ । ଏଣୁ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇପାରିବ।
  5. ରାଜନୈତିକ ସୁରକ୍ଷା ଅଧିକାର
    • ଅନୁଚ୍ଛେଦ-୧୬୪(୧)[Article 164(1)]ଅନୁଯାୟୀ ବିବାହ, ମଧ୍ୟପ୍ରଦେଶ ଏବଂ ଓଡିଶା ରାଜ୍ୟରେ ଜଣେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ରହିବେ ଏବଂ ତା’ ସହିତ ସେ ଅନୁସୂଚୀତ ଜାତି ବା ପଛୁଆ ବର୍ଗର କଲ୍ୟାଣ ବା ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟ ତୁଲାଇବା ଦାୟିତ୍ଵରେ ରହିପାରିବେ ।
    • ଅନୁଚ୍ଛେଦ-୩୩୦[Article 330] ଲୋକସଭାରେ ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କ ସଂରକ୍ଷଣ ବ୍ୟବସ୍ଥା ରହିବ ।
    • ଅନୁଚ୍ଛେଦ-୩୩୨[Article 332] ରାଜ୍ୟ ବିଧାନସଭାରେ ଅନୁସୂଚୀତ ଜାତି ବା ଅନୁସୂଚୀତ ଜନଜାତିର ସଦସ୍ୟମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି ।
    • ଅନୁଚ୍ଛେଦ-୩୩୪[Article 334] ଅନୁସୂଚୀତ ଜାତି ବା ଅନୁସୂଚୀତ ଜନତାତିର ସଦସ୍ୟମାନଙ୍କ ପାଇଁ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ (ଏବଂ ମନୋନୟନ ମାଧ୍ୟମରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ଆଙ୍ଗ୍ଲୋଇଣ୍ଡିଆନ୍(ଲୋହିତ ଭାରତୀୟ) ସଂପ୍ରଦାୟ ପ୍ରତିନିଧିତ୍ଵ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥାଗୁଡିକ ସଂବିଧାନ ପ୍ରାରମ୍ଭର ୧୦ ବର୍ଷ ଅବଧିକାଳ ପରେ ରଦ୍ଦ ହେବ ଯାହାକି ଆଉ କାମ କରିବ ନାହିଁ । ଏହି ଅନୁଚ୍ଛେଦ ୫ ଥର ପାଇନ ସଂଶୋଧନ ହୋଇଛି । ସ୍ଥିରୀକୃତ ଅବଧିକାଳ ପ୍ରତିଥର ସଂଶୋଧନ ପରେ ୧୦ବର୍ଷ ପର୍ଯ୍ୟନ୍ତ ବଢାଯାଇଛି ।
    • ଅନୁଚ୍ଛେଦ- ୩୭୧(କ)[Article 371(A)] : ରେ ନାଗାଲାଣ୍ଡ ରାଜ୍ୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।
    • ଅନୁଚ୍ଛେଦ- ୩୭୧(ଖ)[Article 371(B)] : ରେ ଆସାମ ରାଜ୍ୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।
    • ଅନୁଚ୍ଛେଦ- ୩୭୧(ଗ)[Article 371(C)] : ରେ ମଣିପୁର ରାଜ୍ୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।
    • ଅନୁଚ୍ଛେଦ- ୩୭୧(ଘ)[Article 371(D)] : ରେ ସିକିମ ରାଜ୍ୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି ।
  6. ସରକାରୀ ସେବା / ଚାକିରି ସୁରକ୍ଷା
    • ଅନୁଚ୍ଛେଦ-୧୬(୪)[Article16(4)]: ଯଦି ରାଜ୍ୟ ସରକାରୀ ଚାକିରିରେ ଯେକୌଣସି ପଛୁଆ ଶ୍ରେଣୀର ନାଗରିକମାନେ ଯଥାଯୋଗ୍ୟ ପ୍ରତିନିଧିତ୍ଵ କରିନାହାନ୍ତି ବୋଲି ରାଜ୍ୟ ସରକାର ଉପଲବ୍ଧି କରନ୍ତି, ତେବେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଲାଗୁ କରିପାରିବେ ।
    • ଅନୁଚ୍ଛେଦ- ୧୬(କ)[Article 16(A)]: ଯଦି ରାଜ୍ୟ ସରକାରୀ ଚାକିରିରେ ଅନୁସୂଚୀତ ଜାତି ଓ ଜନଜାତିର ନାଗରିକମାନେ ଯଥାଯୋଗ୍ୟ ପ୍ରତିନିଧିତ୍ଵ କରିନାହାନ୍ତି ବୋଲି ରାଜ୍ୟ ସରକାର ଅନୁଭବ କରନ୍ତି ତେବେ ସେମାନଙ୍କର ଯେକୌଣସି ସ୍ତରରେ ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ନିୟମ ତିଆରି କରିବାରେ ପ୍ରତିବନ୍ଧକ ସୃଷ୍ଟି କରାଯାଇପାରିବ ନାହିଁ ।
    • ଅନୁଚ୍ଛେଦ- ୩୩୫[Article 335] : ରାଜ୍ୟ କିମ୍ବା କେନ୍ଦ୍ରର କାର୍ଯ୍ୟ ସମ୍ବନ୍ଧୀୟ ଚାକିରି ବା ପଦବୀରେ ନିଯୁକ୍ତି କରିବା ସମୟରେ ପ୍ରଶାସନିକ ଦକ୍ଷତା ପ୍ରତି ଦୃଷ୍ଟି ରଖି ତଫସିଲଭୁକ୍ତ ଜାତି ଏବଂ ତଫସିଲଭୁକ୍ତ ଉପଜାତିର ସଦସ୍ୟମାନଙ୍କର ଦାବିକୁ ବିଚାରକୁ ନିଆଯିବ ।
    • ଅନୁଚ୍ଛେଦ- ୩୨୦(୪)[Article 320(4)]: ଧାରା (୩)ର କୌଣସି ବ୍ୟବସ୍ଥା, ଅନୁଚ୍ଛେଦ ୧୬ର ଧାରା (୪)ରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଗ୍ରହଣ କରାଯାଇଥିବା କୌଣସି ପଦ୍ଧତିର ପ୍ରଣୟନ କିମ୍ବା କେଉଁ ପଦ୍ଧତି ଅନୁଯାୟୀ ଅନୁଚ୍ଛେଦ ୩୩୫ର ବ୍ୟବସ୍ଥାବଳୀକୁ କାର୍ଯ୍ୟକାରୀ କରାଯିବ ସେଥିନିମନ୍ତେ କୌଣସି ପବ୍ଲିକ୍ ସର୍ଭିସ୍ କମିଶନ ବା ଲୋକସେବା ଆୟୋଗଙ୍କ ସହିତ ପରାମର୍ଶ କରିବେ ନାହିଁ ।

ଆଧାର-ମାନସ ଜେନା

E-mail :deveini@rediffmail.com

3.03125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top