অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିର୍ମାଣ ଶ୍ରମିକ ପେନ୍ସନ୍ ଯୋଜନା

ଉପକ୍ରମ

ନିର୍ମାଣ ଶ୍ରମିକ ପରିବାରର ପିଲା ମାନଙ୍କ ପାଇଁ ଏବେ ଷଷ୍ଠ ଶ୍ରେଣୀରୁ ଶିକ୍ଷା ସହାୟତା । ପରିବର୍ଦ୍ଧିତ ହେଲା ଅନେକ ଗୁରୁତ୍ଵପୂର୍ଣ୍ଣ ସହାୟତା ରାଶି : -

  • ୩ ବର୍ଷ ଧରି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ୧.୫୦ ଲକ୍ଷ ଟଙ୍କାର ୫୦ ହଜାର ପକ୍କାଘର, ଆରମ୍ଭ ହେଲା ନୂଆ ‘ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’
  • ପ୍ରସୂତୀକାଳୀନ ସହାୟତା ରାଶି ୮ ହଜାରରୁ ୧୦ ହଜାରକୁ ବୃଦ୍ଧି
  • ମଧୁବାବୁ ପେନ୍ସନ୍ ଯୋଜନା ଢାଞ୍ଚାରେ ଆରମ୍ଭ ହେଲା ନୂଆ ଶ୍ରମିକ ପେନ୍ସନ୍ ଯୋଜନା
  • ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମଜୀବୀଙ୍କ ପାଇଁ ୫ କୋଟି ଟଙ୍କାର ସହୟତା ଘୋଷଣା

କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ଶର୍କର ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଓଡ଼ିଶା ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଗଠନ କରାଯାଇଛି । ଶ୍ରମିକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି । ନିର୍ମାଣ ଶ୍ରମିକମାନଙ୍କ ପାଇଁ ୧ଲକ୍ଷ ୫୦ ହଜାର ଟଙ୍କାରେ ପକ୍କାଘର, ସେମାନଙ୍କ ପୁଅଝିଅଙ୍କ ପାଇଁ ବର୍ଦ୍ଧିତ ଏବଂ ସଂପ୍ରସାରିତ ଶିକ୍ଷା ସହାୟତା, ଯନ୍ତ୍ରପାତି ଓ ଉପକରଣ କିଣିବା ପାଇଁ ସହାୟତା, ସାଇକେଲ, ନିରାପତ୍ତା ଉପକରଣ ସହାୟତା, ବିବାହ ଓ ପ୍ରସୂତୀକାଳୀନ ସହାୟତା, ଦକ୍ଷତା ଅଭିବୃଦ୍ଧି ପ୍ରଶିକ୍ଷଣ ନିମନ୍ତେ ଦୈନିକ ପ୍ରୋତ୍ସାହନ, ଚିକିତ୍ସା ସହାୟତା, ମୃତ୍ୟୁକାଳୀନ ଓ ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ସହାୟତା ଏବଂ ଦୁର୍ଘଟଣାଜନିତ ସହାୟତାର ବ୍ୟବସ୍ଥା କରାଯାଇଛି ।

ଶ୍ରମିକ କଲ୍ୟାଣ ବୋର୍ଡ

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପ୍ରାୟ ୧୫ ଲକ୍ଷ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି ଓ ପ୍ରାୟ ୩.୭୫ ଲକ୍ଷ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଆକାରରେ ୧୫୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କ ସ୍ଵାର୍ଥରକ୍ଷା ଓ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କୁ ‘ ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ପ୍ରଦାନ କରାଯାଉଛି । ୩ଟି ପୌରାଞ୍ଚଳରେ ନିର୍ମାଣ ଶ୍ରମିକଙ୍କ ପାଇଁ ବିଶ୍ରାମାଗାର ମଞ୍ଜୁର କରାଯାଇଛି ।

ଶ୍ରମିକ ମାନଙ୍କର ଅବଦାନ

ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିଶୁ ଶ୍ରମିକ ସମସ୍ୟାର ଉପଯୁକ୍ତ ମୁକାବିଲା ତଥା ଏହି ପ୍ରଥାକୁ ବନ୍ଦ କରିବା ପାଇଁ ସରକାର ସେମାନଙ୍କ ଉଦ୍ଧାର, ଶିକ୍ଷାଦାନ ଓ ଥଇଥାନ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଅନ୍ୟ ରାଜ୍ୟଗୁଡିକୁ ଯାଉଥିବା ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ୪ଟି ଜିଲ୍ଲାରେ ଦେଶାନ୍ତରୀ ଶ୍ରମିକ ପଞ୍ଜୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ନିର୍ମାଣ ଶ୍ରମିକମାନଙ୍କ ନିମନ୍ତେ ଏକାଧିକ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ସେମାନଙ୍କୁ ସାମାଜିକ- ଅର୍ଥନୈତିକ ମୁଖ୍ୟଧାରାରେ ସାମିଲ କରିବା ପାଇଁ ସରକାର ନିରନ୍ତର ଉଦ୍ୟମରତ ।

ଆଧାର – ସମାଜକଲ୍ୟାଣ ବ୍ୟୁରୋ

Last Modified : 4/6/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate