অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପେନସନ ପାଇବେ ନିର୍ମାଣ ଶ୍ରମିକ

ଉପକ୍ରମ

ନିର୍ମାଣ ଶ୍ରମିକମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ୬୦ ବର୍ଷରୁ ଊର୍ଦ୍ଦ୍ଵ ଶ୍ରମିକମାନେ ପେନସନ ପାଇବେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ମାଣ ଶ୍ରମିକ ପିଲାମାନଙ୍କ ପାଇଁ ଛାତ୍ର ବୃତ୍ତି ଘୋଷଣା କରୁଛନ୍ତି । ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨ ହଜାର ଟଙ୍କା , ନବମ ଶ୍ରେଣୀ ପାଇଁ ୩ ହଜାର ଏବଂ ଦଶମ ଶ୍ରେଣୀରେ ପଢୁଥିବା ନିର୍ମାଣ ଶ୍ରମିକ ପିଲାଙ୍କୁ ୪ ହଜାର ଟଙ୍କା ପ୍ରଦାନ କରାଯିବ  ।

ଶ୍ରମିକ ମେଧାବୀ ପିଲାଙ୍କୁ ପୁରଷ୍କାର

ଦଶମ ଶ୍ରେଣୀରେ ୯୦ ପ୍ରତିଶତ ଉର୍ଦ୍ଧ୍ଵ ନମ୍ବର ରଖି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ୧୦ ହଜାର ଟଙ୍କା ପୁରସ୍କୃତ କରାଯିବ  । ଏଥିସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ବାର୍ଷିକ ୨ ହଜାର ଟଙ୍କା ଦିଆଯିବ  ।

ଗର୍ଭବତୀଙ୍କ ସହାୟତା ରାଶି

ନିର୍ମାଣ ଶ୍ରମିକ , ଗର୍ଭବତୀ ମହିଳା ଓ ମାଆଙ୍କୁ ମମତା ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ରାଶି ୮ ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି  । ଏହା ଛଡା ମମତା ଯୋଜନାରେ ଅଧିକ ୫ ହଜାର ଟଙ୍କା ମାଆ ମାନଙ୍କୁ ପ୍ରଦାନ କରାଯିବ  । ଏହା ଛଡା ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାରେ ଦିଆଯାଉଥିବା ସହାୟତା ରାଶିରେ ୨୦ ହଜାର ଟଙ୍କା ବୃଦ୍ଧି କରାଯାଉଛି  । ଏହି ସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା(MGNREGS) ଏବଂ ସ୍ଵଚ୍ଛ ଭାରତ ଅଭିଯାନରେ ଦିଆଯାଉଥିବା ସହାୟତା ରାଶି ମଧ୍ୟ ବୃଦ୍ଧି ହୋଇଛି  । ପ୍ରତ୍ୟେକ ଘର ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ନିଷ୍ପତି ହୋଇଛି  । ବିଭିନ୍ନ ଦୁଃସାଧ୍ୟ ରୋଗର ଚିକିତ୍ସା ପାଇଁ ୩ ଲକ୍ଷ ଟଙ୍କା ପ୍ରାଣ କରାଯିବ ବୋଲି ଘୋଷଣା କରାଯାଇଛି  । ଯେଉଁ ନିର୍ମାଣ ଶ୍ରମିକମାନେ ୧ ବର୍ଷ ମଧ୍ୟରେ ନାମ ପାଞ୍ଜିକରଣ କରିଥିବେ ସେମାନ ଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଅଣସଂଗଠନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସାମାଜିକ ନିରାପତ୍ତା ପାଇଁ ୫ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯାଇଛି  । ନିର୍ମାଣ ଶ୍ରମିକଙ୍କ ସାମାଜିକ ନିରାପତ୍ତା ପାଇଁ ୫ କୋଟି ଟଙ୍କା ଏକ ପାଣ୍ଠି ଗଠନ କରାଯାଇଛି  ।  ନିର୍ମାଣ ଶ୍ରମିକ ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ନିର୍ମାଣ ଶ୍ରମିକମାନଙ୍କ ବିକାଶ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି   । ଏହାକୁ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଅନୁକରଣ କରୁଛନ୍ତି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ରାଜ୍ୟ ସରକାର ୨ କୋଟି ନିର୍ମାଣ ଓ ଅଣସଂଗଠନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକକୁ ସାମିଲ କରିବାକୁ ଯୋଜନା କରିଛନ୍ତି ବୋଲି ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବୋଧ ସିଂ କହିଛନ୍ତି  ।

ଆଧାର : ଧରିତ୍ରୀ

Last Modified : 7/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate