ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଜନ-ଧନ ଯୋଜନା ରେ ସଞ୍ଚୟ
ସେଆର କରନ୍ତୁ

ଜନ-ଧନ ଯୋଜନା ରେ ସଞ୍ଚୟ

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା ଆର୍ଥିକ ସାକ୍ଷରତା

ସଞ୍ଚୟ କ

ଆୟଠାରୁ ବ୍ୟୟ କମ ହେଲେ ବଳକା ଅର୍ଥକୁ ସାଇତି ରଖାଯାଏ । ଏହାକୁ ସଞ୍ଚୟ କୁହାଯାଏ ।

ଜଣେ କାହିଁକି ସଞ୍ଚୟ କରିବ ଓ କେଉଁଠାରେ ସଞ୍ଚୟ କରିବ

ପ୍ରଥମେ ନିୟମିତ ସଞ୍ଚୟାକରିବା ଦରକାର, ଏହା ଖର୍ଚ୍ଚର ଭରଣା କରିବା ସହିତ ପିଲାଙ୍କ ପାଠପଢା, ବିବାହ,ଚାଷ ପାଇଁ ବିହନ କିଣିବା,ନବଜାତ ଶିଶୁର ଯତ୍ନ ,ଅସୁସ୍ଥତା,ଦୁର୍ଘଟଣା,ମୃତ୍ୟୁ ,ପ୍ରାକୃତିକ ବିପର୍ଜ୍ୟୟ,ବାର୍ଦ୍ଧକ୍ୟ ଜନିତ ସମସ୍ୟାବେଳେ କାମରେ ଆସିବ । ଯେକୌଣସି ଜରୁରୀ କାମବେଳେ ବ୍ୟାଙ୍କ ସଞ୍ଚୟ କାମରେ ଆସିଥାଏ ।ସାଧାରଣତଃ ଆମେ ସଂଚିତ ଅର୍ଥକୁ ଘରେ ରଖିଥାଉ । ମାତ୍ର ଏହାର ନିରାପତ୍ତା ନେଇ ଆମେ ସବୁବେଳେ ଚିନ୍ତିତ । କେତେବେଳେ ଏହା ଚୋରି ହୋଇଯାଇଥାଏ କିମ୍ବା ଏହି ଅର୍ଥକୁ ଅଯଥା ଖର୍ଚ୍ଚ କରିଦେବାକୁ ମନ ବଳେ । ଆମେ ଘରେ ଟଙ୍କାକୁ ଗଚ୍ଛିତ ରଖିଲେ ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ଗଚ୍ଛିତ ରଖିଲେ ,ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ବ୍ୟାଙ୍କରେ , ତାହାର ଅଭିବୃଦ୍ଧି ହୋଇନଥାଏ । ଏଣୁ ଟଙ୍କାକୁ ବ୍ୟାଙ୍କରେ ସଞ୍ଚୟ କରାଯିବା ଆବଶ୍ୟକ । ତେବେ ରାଷ୍ଟ୍ରାୟତ ଓ ଅନ୍ୟାନ୍ୟ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ଅଥବା ଡାକଘରେ ଜମାଖାତା ଖୋଲି ସଞ୍ଚୟ କରାଯାଇପାରିବ ।ବ୍ୟାଙ୍କରେ ଟଙ୍କା ରଖିଲେ ତାହା ସୁରକ୍ଷିତ ଓ ନିରାପଦ ରହିଥାଏ ।

ବ୍ୟାଙ୍କ ଜମାଖାତା ଖୋଲିବାରେ ଲାଭ/ସୁବିଧା ।

ଜଣେ ବ୍ୟକ୍ତି ଜମାଖାତା,ରେକରିଂ ଖାତା / ସ୍ଥାୟୀ ଜମା ଖାତା ଖୋଲିପାରିବେ । ଏହା ଦରକାରବେଳେ କିମ୍ବା ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ଋଣ ଆକାରରେ ଟଙ୍କା ଦେଇଥାଏ । ଦରମା/ମଜୁରି ଅର୍ଥ ବ୍ୟାଙ୍କ ଜମାଖାତାରେ ଭରଣା କରାଯାଇଥାଏ । ସମସ୍ତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯଥା – ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା “ମନରେଗା” ବାବଦ ମଜୁରି,ପେନସନ ଆଦି ସିଧାସଳଖ ବ୍ୟାଙ୍କ ଜମା ଖାତାକୁ ଯାଇଥାଏ । ସୁବିଧା ଅନୁସାରେ ଏହି ଅର୍ଥକୁ ଜମା କରାଯାଇଥାଏ କିମ୍ବା ଉଠାଣ କରାଯାଇଥାଏ । ବ୍ୟାଙ୍କ ପକ୍ଷରୁ ଜମାକାରୀଙ୍କଠାରୁ ଜମାଖାତା ପାଇଁ କୌଣସି ଦେୟ ନିଆଯାଏ ନାହିଁ ,ବରଂ ଜମା ଅର୍ଥ ଉପରେ ସୁଧ ପ୍ରଦାନ କରାଯାଇଥାଏ  ।

ସଞ୍ଚୟ ଜମାଖାତା ସହିତ ବା ପ୍ରତ୍ୟେକ୍ଷ ନଗଦ ହସ୍ତାନ୍ତର ସ୍କିମ କ

ପ୍ରତ୍ୟେକ୍ଷ ନଗଦ ହସ୍ତାନ୍ତର ସ୍କିମରେ ଜଣେ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସରକାର ପ୍ରତି ନିର୍ଦ୍ଧାରିତ ଯୋଜନାର ସବସିଡ ଅର୍ଥ ପଠାଇଥାନ୍ତି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଆପଣ ବ୍ୟାଙ୍କ ଖାତା ଖୋଲିଲେ । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ବାବଦରେ ଦେଉଥିବା ସବସିଡ ସିଧା ହିତାଧିକାରୀଙ୍କ ଜମାଖାତାରେ ପଇଠ ହେବ । ଅନଲାଇନରେ ଗ୍ୟାସ ସିଲିଣ୍ଡର ବୁକିଙ୍ଗ କରିବା କ୍ଷଣି ଏହି ସବସିଡ ଅର୍ଥ ଜମାଖାତାକୁ ଆସିଯିବ ।

ସୁଧ କ

ବ୍ୟାଙ୍କ ଜମାଖାତାରେ ରହିଥିବା ଟଙ୍କା ଉପରେ ସୁଧ ମିଳିଥାଏ । ସେହିପରି ବ୍ୟାଙ୍କରୁ ଟଙ୍କା ଋଣ ନେଲେ ତା ଉପରେ ସୁଧ ଦେବାକୁ ପଡିଥାଏ । ସାହୁକାରମାନଙ୍କ ତୁଳନାରେ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ଯଥେଷ୍ଟ କମ ସୁଧ ଆଦାୟ କରିଥାଏ ।

ବି.ଏସ.ବି.ଡି.ଏ ଜମାଖାତା କ

ବି.ଏସ.ବି.ଡି.ଏ ଜମାଖାତାଟି ହେଲା , ବେଶିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ ଏକାଉଣ୍ଟ ଯାହାକି କେୱାଇସି ରେକର୍ଡ ଜରିଆରେ ଏବଂ ଶୂନ୍ୟ ଜମାରେ ଖୋଲା ଯାଇଥାଏ ।

ବି.ଏସ.ବି.ଡି.ଏ.ର ବିଷୟବସ୍ତୁ ।

କେୱାଇସିର ସାଧାରଣ ପଦ୍ଧତିରେ ବେଶିକ୍ ସେଭିଂସ ବ୍ୟାଙ୍କ ଡିପୋଜିଟ ଏକାଉଣ୍ଟ ବା ଜମାଖାତା ଖୋଲା ଯାଇଥାଏ । ବ୍ୟାଙ୍କ ପକ୍ଷରୁ ଏଥିପାଇଁ କୌଣସି ଦେୟ ନିଆଯାଇ ନଥାଏ । ମାସକରେ ଜମାକାରୀ କୌଣସି ଦେୟ ପରିଶୋଧ ବିନା ମାସକୁ ୪ଥର ଟଙ୍କା ଉଠାଇ ପାରିଥାଏ । କୌଣସି ଦେୟ ଆଦାୟ ନ କରି ଜମା ଖାତାଧିକାରୀଙ୍କୁ ପାସବୁକ ଓ ଏଟିଏମ କାର୍ଡ ପ୍ରଦାନ କରିଥାଏ । ଜମାଖାତା ଜରିଆରେ ଦୈନଦିନ ଅର୍ଥ ଜମା,ଅର୍ଥ ଉଠାଣ ଦୁରସ୍ଥାନରୁ ଟଙ୍କା ଜମା ପ୍ରେରଣ କରିବା ଆଦି ସାମାଜିକ ସୁବିଧା ଯୋଗାଇଥାଏ ।

ଓଭର ଡ୍ରାଫ୍ଟ କ, ଏହା କାହିଁକି ବ୍ୟବହାର କରାଯାଏ ।

ଜରୁରୀକାଳୀନ ପରିସ୍ଥିତିରେ ସଞ୍ଚୟ ଜମାଖାତା ଜରିଆରେ ଛୋଟକାଟିଆ ଓଭରଡ୍ରାଫ୍ଟ ବା ବ୍ୟାଙ୍କରୁ ତତ୍କାଳ ହାତ-ଉଦ୍ଧାର କରିପାରିବେ । ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଋଣ ଭାବେ ଗ୍ରହଣ କରି ସୁଧ ଆଦାୟ କରିଥାଏ । ଆୟ ଉପାର୍ଜନ ଆଧାରରେ ବ୍ୟାଙ୍କ ଯଥା -କେ.ସି.ସି ଏବଂ ଜେ.ସି.ସି ପାଇଁ ମଧ୍ୟ ଋଣ ପ୍ରଦାନ କରିଥାଏ ।

ଉତ୍ତରାଧିକାରୀ ପଦ୍ଧତି କ

ଯଦି ଜଣେ ଜମାଧିକାରୀଙ୍କ ମୃତ୍ୟୁ ଘଟେ ସେ କ୍ଷେତ୍ରରେ,ଜମାକାରୀ ଯାହାଙ୍କୁ ଉତ୍ତରାଧିକାରୀ ନିର୍ଦ୍ଧାରିତ କରିଥାନ୍ତି । ସେ କ୍ଷେତ୍ରରେ ବ୍ୟାଙ୍କ ଖାତାରେ ଜମାଥିବା ଅର୍ଥକୁ ସେ ଉଠାଇ ପାରିବେ ତେଣୁ ବ୍ୟାଙ୍କ ଜମାଖାତାଧିକାରୀମାନେ ସର୍ବଦା ତାଙ୍କ ଉତ୍ତରାଧିକାରୀଙ୍କୁ ରଖିବା ଉଚିତ୍ ।

ନୋ ଇୟୋର କଷ୍ଟମର କ

ଜମାଖାତା ଖୋଲିବା ପୂର୍ବରୁ ଜମାଧିକାରୀଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ବିବରଣୀ ହାସଲ କରିବା ହେଉଛି କେୱାଇସିର ମୂଳ ଲକ୍ଷ୍ୟ ବା ନିୟମ । କେୱାଇସି ଫର୍ମ ଦାଖଲ କରିବା ବେଳେ ସେଥିରେ ଯଥାକ୍ରମେ : ଫଟୋ,ପରିଚୟ ପତ୍ର ବାସସ୍ଥାନର ସଠିକ ବିବରଣୀ ସହିତ ଜମାଖାତା ଖୋଲିବା ଫର୍ମ ପୂରଣ କରି ବ୍ୟାଙ୍କକୁ ଜମା ଦିଆଯାଇଥାଏ । ଆଧାର କାର୍ଡ ମାଧ୍ୟମରେ ମଧ୍ୟ ବ୍ୟାଙ୍କ ଜମାଖାତା ଖୋଲାଯାଇପାରିବ । ମନେରଖ ଜବ କାର୍ଡ କିମ୍ବା ନିଜସ୍ଵ ପ୍ରମାଣପତ୍ର ପ୍ରଦାନ ଜରିଆରେ ଜଣେ ଜମାଖାତା ଖୋଲି ପାରିବେ ଏବଂ ଏ କ୍ଷେତ୍ରରେ କେୱାଇସି ବ୍ୟବସ୍ଥାରେ କୋହଳ କରାଯାଇଥାଏ । ତେବେ ଏ କ୍ଷେତ୍ରରେ କ୍ଷୁଦ୍ର ଅର୍ଥ ପରିଚାଳନା ଓ ନିର୍ଦ୍ଧାରିତ ବିଷୟ ବିଚାରକୁ ନିଆଯାଇଥାଏ ।

ଋଣ କ

ଆୟ ଓ ଆବଶ୍ୟକତା ପୂରଣ ପାଇଁ ରୁଣ ଦରକାର ପଡିଥାଏ । ଯେତେବେଳେ ଆୟଠାରୁ ବ୍ୟୟ ଅଧିକ ହୁଏ ଏବଂ କୌଣସି ସଞ୍ଚୟ ନଥାଏ, ସେତେବେଳେ ଅର୍ଥର ଅଭାବ ପଡିଥାଏ । ତାହାକୁ ଋଣ ଜରିଆରେ ଭରଣା କରାଯାଇଥାଏ ।

ଋଣ ପରିଚାଳନା ଯୋଜନା କ

ଯେଉଁମାନେ ଉପଯୁକ୍ତ ଋଣ ପରିଶୋଧ ପରିସରଭୁକ୍ତ ହୋଇଥିବେ,ଏବଂ ସେମାନେ ଆର୍ଥିକ ଦୂରବସ୍ଥା ମଧ୍ୟରେ ଗତି କରୁଥିବେ ସେମାନଙ୍କୁ ଏହି ଯୋଜନାରେ ଋଣ ପ୍ରଦାନ କରାଯାଇଥାଏ । ଏକ୍ଷେତ୍ରରେ ଋଣଗ୍ରହୀତା ଯେଭଳି ଋଣଦ୍ଵାରା ଭାରାକ୍ରାନ୍ତ ନହୁଏ ସେଥିପାଇଁ ବ୍ୟାଙ୍କ ପରାମର୍ଶଦାତା ବା ବ୍ୟାଙ୍କ ମିତ୍ରମାନେ ସହାୟତା କରିଥାନ୍ତି ।

ଅର୍ଥ ପରିଚାଳନା କରିବେ କିପରି

ଆର୍ଥିକ ପରିଚାଳନା ପାଇଁ ସଠିକ୍ ଯୋଜନା ପ୍ରସ୍ତୁତ କଲେ ଦକ୍ଷତାର ସହିତ ଅର୍ଥର ବିନିଯୋଗ ହୋଇପାରିବ । ଏକ ସପ୍ତାହ କିମ୍ବା ଏକମାସ ପାଇଁ ସମୟ ଧାର୍ଯ୍ୟ ହୋଇଥିବ । ସେହି ସମୟ ମଧ୍ୟରେ ଆର୍ଥିକ ଯୋଜନା ପରିଚାଳନା ପାଇଁ ଆର୍ଥିକ ହିସାବ ଖାତା ପରିଚାଳନା କରିବାକୁ ପଡିବ ।

ଆର୍ଥିକ ପରିଚାଳନା ଯୋଜନା କ

ବ୍ୟକ୍ତିବିଶେଷ ତାଙ୍କ ଆର୍ଥିକ ସ୍ଥିତିକୁ ଦକ୍ଷତାର ସହିତ ଓ ଯୋଜନାବଦ୍ଧ ଭାବେ ପରିଚାଳନା କରିବାକୁ ପଡିବ । ଯାହାଦ୍ୱାରା କି ବିନିଯୋଗ,ସମ୍ପତ୍ତିର ମଞ୍ଜୁରୀ,ଅନିଷ୍ଟରୁ ମୁକ୍ତି,ଅବସର ପରିଚାଳନା କ୍ଷେତ୍ରରେ ସ୍ୱଳ୍ପ ମିଆଦୀ ଓ ଦୀର୍ଘମିଆଦୀ ଯୋଜନା ଆଦି ଗ୍ରହଣ କରିବାକୁ ପଡିବ ।

ଏହା ଗ୍ରାହକଙ୍କୁ କିଭଳି ସାହାଯ୍ୟ କରିଥାଏ ।

ଆର୍ଥିକ ପରିଚାଳନା ସହିତ,ଆର୍ଥିକ ପରିଚାଳନା ପାର୍ଥକ୍ୟର ବାଟ ଦେଖାଇବା,ଲିକ୍ୟୁଡିଟି ସୁପାରିଶ ,ଅନିଷ୍ଟରୁ ସୁରକ୍ଷା ଆଦି ସହିତ ଆର୍ଥିକ ସୁବିଧା ହାସଲ କରାଯାଇପାରିବ ।

ବ୍ୟାଙ୍କ ପକ୍ଷରୁ କି ପ୍ରକାର ଋଣ ପ୍ରଦାନ କରାଯାଇଥାଏ

କୃଷି,ଆନୁସଙ୍ଗିକ କାର୍ଯ୍ୟ, ବ୍ୟବସାୟ, ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ୟୁନିଟ ସ୍ଥାପନ,ବ୍ୟକ୍ତିଗତ ଋଣ,ଗୃହଋଣ,ଶିକ୍ଷାଋଣ, ବ୍ୟବସାୟିକ ଋଣ ଆଦି ଅନ୍ୟତମ । ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କ ପକ୍ଷରୁ ସ୍ୱଳ୍ପ ମିଆଦି ,ଦୀର୍ଘ ମିଆଦି,ଓଭର ଡ୍ରାଫ୍ଟ,କାର୍ଯ୍ୟକାରୀ ପୁଞ୍ଜୀ ବାବଦରେ ଋଣ ପ୍ରଦାନ କରାଯାଇଥାଏ ।

ଆମେ କାହିଁକି ଋଣ ପରିଶୋଧ କରିବା

ବ୍ୟାଙ୍କ ଜମାକାରୀଙ୍କ ଅର୍ଥକୁ ଋଣ ଆକାରରେ ପ୍ରଦାନ କରିଥାଏ । ଯଦି ଋଣ ପରିଶୋଧ ନ ହୁଏ ,ତାହାହେଲେ ଜମାକାରୀଙ୍କ ଅର୍ଥ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ଫେରାଇ ହେବନାହିଁ । ଅନ୍ୟପକ୍ଷରେ ଋଣଗ୍ରହୀତାଙ୍କୁ ନୂତନ ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କର କ୍ଷମତା ବାହାରେ ହୋଇଯିବ । ବ୍ୟାଙ୍କ ଋଣକୁ ଯଦି ଋଣଗ୍ରହୀତା ଠିକ ସମୟରେ ପରିଶୋଧ ନ କରନ୍ତି , ତେବେ ବ୍ୟାଙ୍କ ଗ୍ୟାରେଣ୍ଟରଙ୍କ ପକ୍ଷରୁ ଦିଆଯାଇଥିବା ସିକ୍ୟୁରିଟି ଅର୍ଥକୁ ଜବତ କରିବା ସହିତ ଋଣ ପରିମାଣ ଅର୍ଥ ଆଦାୟ ପାଇଁ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥାଏ । ଏ ବାବଦରେ ଋଣ ଓ ତା ଉପରେ ନିର୍ଦ୍ଧାରିତ ସୁଧ ମଧ୍ୟ ଆଦାୟ କରାଯାଏ ।

ଏସ.ଏଲ.ବି.ସି.କ

ଏସ.ଏଲ.ବି.ସି ଅର୍ଥ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟି ବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ଯାହାକି ସରକାର ଓ ବ୍ୟାଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହିତ ବ୍ୟାଙ୍କ ସେବା ଓ କାର୍ଯ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିଥାଏ । କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସ୍ଵିକୃତିପ୍ରାପ୍ତ ବ୍ୟାଙ୍କ ସଂଯୋଜକ ଭାବେ କାର୍ଯ୍ୟ କରିଥାଏ ।

ଅଗ୍ରଣୀ ବ୍ୟାଙ୍କ କ

ଦେଶର ପ୍ରତ୍ୟେକ ଜିଲ୍ଲାପାଇଁ ଜିଲ୍ଲାପାଳ ନିର୍ଦ୍ଧାରିତ ଏକ ବ୍ୟବସାୟିକ ବ୍ୟାଙ୍କକୁ ସେହି ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କଭାବେ କାର୍ଯ୍ୟ କରିବା ଦାୟିତ୍ଵ ପ୍ରଦାନ କରାଯାଇଥାଏ ।

ବ୍ୟାଙ୍କ ଅଭିଯୋଗ ପ୍ରକୋଷ୍ଠ ବିଶେଷତା କ

ପ୍ରତ୍ୟେକ ବ୍ୟାଙ୍କର ଅଭିଯୋଗ ଶୁଣାଣୀ ଅଧିକାରୀ ରହିଥାନ୍ତି । ଏ ସମ୍ପର୍କରେ ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଓ ୱେବସାଇଟ ଜରିଆରେ ଗ୍ରାହକମାନଙ୍କ ଆପତ୍ତି-ଅଭିଯୋଗର ସବିଶେଷ ବିବରଣୀ ଲିଖିତ ହୋଇଥାଏ । ଯଦି କୌଣସି ଅଭିଯୋଗ ଥାଏ ତେବେ ଗ୍ରାହକ ସେହି ବ୍ୟାଙ୍କର ଅଭିଯୋଗ ଶୁଣାଣୀ ଅଧିକାରୀଙ୍କଠାରେ ତାହା ଉପସ୍ଥାପନ କରିପାରିବେ । ମାତ୍ର ଯଦି ତାଙ୍କ ଅଭିଯୋଗ ଶୁଣାଣୀ ସମ୍ପର୍କରେ ସନ୍ତୁଷ୍ଟ ଣ ହେବେ , ତେବେ ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ବ୍ୟାଙ୍କିଙ୍ଗ ଆମ୍ବୁଡସମ୍ୟାନ ବା ବ୍ୟାଙ୍କ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଆର୍ଥିକ ଅନ୍ତର୍ଭୂକ୍ତି କରଣ କାହିଁକି

ବ୍ୟାଙ୍କ ସେବା କ୍ଷେତ୍ରନେଇ ଅଧିକାଂଶ ଲୋକ ଅବଗତ ନୁହନ୍ତି । ଗତ ୨୦୦୫-୦୬ରୁ ବ୍ୟାଙ୍କ ସହିତ ଲୋକଙ୍କ ଆର୍ଥିକ ସମ୍ପୃକ୍ତ ବିଷୟରେ ଅବଗତ କରାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ଯେଉଁମାନେ ବ୍ୟାଙ୍କ ସେବା ପରିସରଭୁକ୍ତ ହୋଇପାରି ନାହାନ୍ତି,ସେମାନଙ୍କୁ ସାମିଲ କରିବା ଲାଗି ପଦକ୍ଷେପ ନିଆଯାଉଛି । ପ୍ରତ୍ୟେକ ବ୍ୟକ୍ତି ନିଜର ଆର୍ଥିକ ବିକାଶ ଲାଗି ବିଭିନ୍ନ ସ୍କିମ ଜରିଆରେ ଗୃହଉପକରଣ ଓ ବ୍ୟବସାୟ ଆଦି ପାଇଁ ଋଣ ନେଇଥାନ୍ତି । ଏଣୁ ବ୍ୟାଙ୍କ ଜମାଖାତା ମାଧ୍ୟମରେ ଏଭଳି ସେବା ହାସଲ କରିବା ହେଲା ଆର୍ଥିକ ଅନ୍ତର୍ଭୂକ୍ତିକରଣ  ।

ଆର୍ଥିକ ସମ୍ପୃକ୍ତି କ

ସମାଜର ଦୁର୍ବଳ ଶ୍ରେଣୀ ଓ ସ୍ୱଳ୍ପ ଆୟକାରୀ ଗୋଷ୍ଠୀ ତଥା ସଂସ୍ଥାକୁ ସେମାନଙ୍କ ଯୋଗ୍ୟତାକୁ ଆଧାର କରି ଆର୍ଥିକ ସମ୍ପୃକ୍ତିକରଣ ଜରିଆରେ ମୁଖ୍ୟ ସ୍ରୋତକୁ ଆଣିବା ଲାଗି ପଦକ୍ଷେପ ନିଆଯାଇଥାଏ ।

ଆର୍ଥିକ ସମ୍ପୃକ୍ତିକରଣ କ୍ଷେତ୍ରରେ ଚାଲେଞ୍ଜ କ

ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଓ ଟେଲି ଯୋଗାଯୋଗର ଅଭାବ

  • ଆର୍ଥିକ ଶିକ୍ଷାର ଅଭାବ
  • ବ୍ୟାଙ୍କ କାର୍ଯ୍ୟରୁ ସୁବିଧା ହାସଲ ପାଇଁ ଜରୁରୀ କାଗଜପତ୍ରର ଆବଶ୍ୟକତା
  • ବ୍ୟାଙ୍କ ସେବା ଆହରଣ କ୍ଷେତ୍ରରେ ସ୍ଥାନୀୟ ସମର୍ଥନର ଅଭାବ
  • ଆର୍ଥିକ ସମ୍ପୃକ୍ତି ବା ସଂପୂର୍ଣ୍ଣ ବିତୀୟ ସମାବେଶ ବିଷୟରେ ଜନସଚେତନତାର ଅଭାବ ।

ଆର୍ଥିକ ସମ୍ପୃକ୍ତିର ଜାତୀୟ ମିଶନ ବା ସଂପୂର୍ଣ୍ଣ ବିତୀୟ ସମାବେଶ କ

ସମାଜର ଦୁର୍ବଳ ଏବଂ ସ୍ୱଳ୍ପ ଆୟକାରୀ ବର୍ଗର ଲୋକଙ୍କୁ ସମୟୋପଯୋଗୀ ଆର୍ଥିକ ସେବା ପ୍ରଦାନ ସହିତ ପର୍ଯ୍ୟାୟଭିତ୍ତିକ ଋଣ ଯୋଗାଇ ଦେବା ପାଇଁ ଆର୍ଥିକ ସମ୍ପୃକ୍ତି ଜାତୀୟ ମିଶନ ବା ସଂପୂର୍ଣ୍ଣ ବିତୀୟ ସମାବେଶର ପ୍ରତିବଦ୍ଧତା ।

ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବିତ ଯୋଜନା କିଭଳି କାର୍ଯ୍ୟକାରୀ ହୋଇଥାଏ

ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବିତ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଦେଶର ବାଦ ପଡିଯାଇଥିବା ଘରୋଇ ବ୍ୟକ୍ତି ବିଶେଷଙ୍କୁ ୧୫ଅଗଷ୍ଟ ୨୦୧୪ ରୁ ୧୪ ଅଗଷ୍ଟ ୨୦୧୫ ମଧ୍ୟରେ ବ୍ୟାଙ୍କ ସେବା ନେଟୱାର୍କ ମଧ୍ୟକୁ ଅଣାଯିବ ।

ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବିତ ଏନ.ଏମ.ଏଫ.ଆଇ ବା ଏସ.ଭି ଏସ କ

  • ବ୍ୟାଙ୍କିଙ୍ଗ କାର୍ଯ୍ୟକ୍ରମରେ ସାର୍ବଜନୀନ ସୁବିଧା ପ୍ରଦାନ
  • ୫୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ କରିବାରେ ବ୍ୟାଙ୍କ ଜମା ଖାତାକୁ ସାମିଲ କରିବା
  • ଡେବିଟ କାର୍ଡକୁ ଏକଲକ୍ଷ ଟଙ୍କାର ମୃତ୍ୟୁକାଳୀନ ବୀମାଭୁକ୍ତ କରିବା
  • ଆର୍ଥିକ ଶିକ୍ଷଣ ବା ସ୍ଵାକ୍ଷରତା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା

ଦ୍ଵିତୀୟ ପର୍ଯ୍ୟାୟ ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ପ୍ରସ୍ତାବ କ

ଦ୍ଵିତୀୟ ପର୍ଯ୍ୟାୟ ଏନ.ଏମ.ଏଫ.ଆଇ ବା ଏସ.ଭି.ଏସ ନିମ୍ନଲିଖିତ ପ୍ରସ୍ତାବଭୁକ୍ତ ଅଟେ

  • ଓଭରଡ୍ରାଫ୍ଟ ଖିଲାଫ ଜମାଖାତାଧିକାରୀଙ୍କୁ ନିର୍ଦ୍ଧିଷ୍ଟ ଋଣ ଗ୍ୟାରେଣ୍ଟି ପରିସରଭୁକ୍ତ କରିବା
  • କ୍ଷୁଦ୍ର ବୀମାଭୁକ୍ତ
  • ଅଣ ସଂଗଠିତ କ୍ଷେତ୍ର ପାଇଁ ପେନସନ ଯୋଜନାରେ ସ୍ୱାବଲମ୍ବନକରିବା
  • ପାହାଡିଆ,ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳର ବ୍ୟକ୍ତିବିଶେଷ ସହିତ ବାଦପଡି ଯାଇଥିବା ବୟସ୍କ ବ୍ୟକ୍ତି ବିଶେଷ ଓ ଛାତ୍ରଛାତ୍ରୀଙ୍କୁ ପରିସରଭୁକ୍ତ କରିବା ।

ଏସ.ଓ ଏସ କ

ଅଗ୍ରଣୀ ବ୍ୟାଙ୍କ ଗୁଡିକର ଶାଖା ଜରିଆରେ ସେମାନଙ୍କୁ କାର୍ଯ୍ୟ ନିର୍ବାହ ପାଇଁ ଯେଉଁ ଦାୟିତ୍ଵ ପ୍ରଦାନ କରାଯାଉଛି ,ତାହାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଉପସେନା ଅଞ୍ଚଳ ଭୁକ୍ତ କରିବା । ୧୦୦୦ ରୁ ୧୫୦୦ ଲୋକ ବସବାସ କରୁଥିବା ଗ୍ରାମକୁ ଏକକ ଗ୍ରାମଭାବେ ଗ୍ରହଣ କରି ବ୍ୟାଙ୍କ ସୁବିଧା ପ୍ରଦାନ କରିବା ।

ବ୍ୟାଙ୍କ ଜମାଖାତା ଖୋଲିବା ପାଇଁ କଣ ବ୍ୟବସ୍ଥା ରହିବ

ସଞ୍ଚୟ ଜମାଖାତାଧାରୀ ଶୁନ ଦେୟରେ ଖାତା ଖୋଲିପାରିବେ ଏବଂ ସେମାନଙ୍କୁ ଏଟିଏମ/ଡେବିଟ କାର୍ଡ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଏହି ଡେବିଟ କାର୍ଡର ନାମ ହେଲା ରୂପେକାର୍ଡ ।

ଗ୍ରାମାଞ୍ଚଳବାସୀଙ୍କୁ ମୂଳ ବ୍ୟାଙ୍କ ଖାତା ଖୋଲିବା ପାଇଁ କଣ ଦରକାର ପଡିବ

କେ.ୱାଇ.ସି ଆଧାରରେ ବାଦପଡିଥିବା ପ୍ରତ୍ୟେକ ଗ୍ରାମବାସୀ ଜମାଖାତା ଖୋଲିପାରିବେ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି ।

ଏହି ସବୁ ଜମାକାରୀଙ୍କ ପାଇଁ ଓଭରଡ୍ରାଫ୍ଟ ସୁବିଧା ମିଳିବ କି

ହଁ’ଏହି ସବୁ ଜମାକାରୀ ମାନଙ୍କୁ ପର୍ଯ୍ୟାୟକ୍ରମେ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ନିଜ ନିଜର ନେଣଦେଣର ଦକ୍ଷତାକୁ ୬ମାସ ଅନୁଧ୍ୟାନ ପରେ ଓଭରଡ୍ରାଫ୍ଟର ସୁବିଧା ମିଳିବ । ନେସନାଲ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ର ଅନୁମୋଦନରେ ଏହି ଓଭରଡ୍ରାଫ୍ଟ କାର୍ଯ୍ୟକାରୀହେବ ।

ଜମାଖାତା ଖୋଲିବା କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେବ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଜଣେ ଗରିବ,ସ୍ୱଳ୍ପ ଆୟକାରୀ ଗୋଷ୍ଠୀର ବ୍ୟକ୍ତି ଅଥବା ବିପିଏଲ ପରିବାରର ମୁଖ୍ୟ ବ୍ୟାଙ୍କ ଜମାଖାତା ଖୋଲିପାରିବେ । ସ୍ଵତନ୍ତ୍ର ଶିବିରରେ ହେଉ ଅଥବା ନିକଟସ୍ଥ ବ୍ୟାଙ୍କକୁ ଯାଇ ଆଗ୍ରହୀ ବ୍ୟକ୍ତି ସଞ୍ଚୟ ଜମାଖାତା ଖୋଲିପାରିବେ । ଅଥବା ଆଗ୍ରହୀ ପରିବାର ବ୍ୟାଙ୍କ ମିତ୍ରମାନଙ୍କର ମଧ୍ୟ ସହଯୋଗ ନେଇପାରିବେ ।

ଜମାଖାତା ଖୋଲିବା ବେଳେ ବ୍ୟାଙ୍କ ପକ୍ଷରୁ କି ପ୍ରକାର ସୂଚନା ଦିଆଯାଏ ।

ଜମାଖାତା ଖୋଲିବା ବେଳେ ସେମାନଙ୍କୁ ଜମାଖାତା,କ୍ରେଡିଟ କାର୍ଡ ସୁବିଧା ଏ.ଟି.ଏମ ବ୍ୟବହାର ଆଦି ସମ୍ପର୍କରେ ତଥା ଓଭରଡ୍ରାଫ୍ଟ ଅର୍ଥ କିଭଳି ପରିଶୋଧ କରାଯିବ,ସେ ସମ୍ପର୍କରେ ସଚେତନ କରାଯାଇଥାଏ ।

ମାଇକ୍ରୋ ବୀମା ପଲିସ କ’ଣ

ସମାଜର ଆର୍ଥିକ ପଛୁଆ ବରଗକୁ ମାଇକ୍ରୋ ବା ଲଘୁ ବୀମା ପଲିସିଭୁକ୍ତ କରାଯିବ । ୫୦ ହଜାର ବା ତାଠାରୁ କମ ଟଙ୍କାର ଜୀବନବୀମା ବା ସାଧାରଣ ବୀମା ପରିସରଭୁକ୍ତ ହେବ ।

କେଉଁମାନଙ୍କୁ ଏହି ମାଇକ୍ରୋ ବୀମାଭୁକ୍ତ କରାଯିବ

ଜୀବନବୀମା କିମ୍ବା ସାଧାରଣ ବୀମା କମ୍ପାନୀ ମାନେ ଏହି ମାଇକ୍ରୋ ବୀମା ସୁବିଧା ଯୋଗାଇବେ । ଏଥିପାଇଁ ସ୍ଵୀକୃତିପ୍ରାପ୍ତ ଓ ତାଲିମପ୍ରାପ୍ତ ବୀମା ଏଜେଣ୍ଟମାନେ କାର୍ଯ୍ୟ କରିପାରିବେ ।

ଏନ.ପି.ଏସ-ସ୍ୱାବଲମ୍ବନ କ’ଣ

ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବାର୍ଦ୍ଧକ୍ୟ ଅବସ୍ଥାରେ, ଯେଉଁମାନେକି ସହଭାଗୀ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବେ ସେମାନଙ୍କ ପାଇଁ ୨୬.୦୯.୨୦୧୪ ରୁ କାର୍ଯ୍ୟକାରୀ ହେଉଥିବା ବାର୍ଦ୍ଧକ୍ୟ ପେନସନ ଯୋଜନା ଅନ୍ତର୍ଭୁକ୍ତ କରାଯିବ ।

କେଉଁମାନଙ୍କୁ ଏନ.ପି.ଏସ- ସ୍ଵାବଲମ୍ବନ ଅନ୍ତର୍ଭୁକ୍ତ କରାଯିବ

ନିମ୍ନଲିଖିତ ସର୍ତମତେ,ଯିଏ ଭାରତୀୟ ନାଗରିକ ହୋଇଥିବେ ଏବଂ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବେ, ସେମାନଙ୍କୁ ଏନପିଏସ  - ସ୍ଵାବଲମ୍ବନ ଖାତା ଖୋଲିବାର ସୁଯୋଗ ମିଳିବ ।

  • ଅଧିକାରୀଙ୍କ ନିକଟରେ ଦରଖାସ୍ତ କରିବା ବେଳେ ପୁରୁଷ ଓ ମହିଳାମାନଙ୍କ ବୟସ ୧୮ ରୁ ୬୦ ବର୍ଷ ମଧ୍ୟରେ ହୋଇଥିବ ।
  • କମ୍ପାନୀର ଅଧିକାରୀମାନେ ନୋ ୟଅର କଷ୍ଟମର ଜରିଆରେ ଦରଖାସ୍ତ ଗ୍ରହଣ କରିବେ ।
  • କର୍ମଚାରୀ ଭବିଷ୍ୟନିଧି ଯୋଜନା,ଅନ୍ୟ ସାମାଜିକ ଯୋଜନା କିମ୍ବା ଅନ୍ୟାନ୍ୟ ବହୁବିଧି ବ୍ୟବସ୍ଥା ଆଇନ ମଧ୍ୟରେ,ଯଥା କୋଇଲାଖଣି ଭବିଷ୍ୟନିଧି ପାଣ୍ଠି ବା ବହୁବିଧି ପେନସନ ଆଦି ଆଇନର ଯିଏ ପରିସରଭୁକ୍ତ ହୋଇଥିବେ,ସେହି ଉପଭୋକ୍ତା ଏହାର ଅନ୍ତର୍ଭୁକ୍ତ ହୋଇପାରିବେ ନାହିଁ ।

ସ୍ଵାବଲମ୍ବନ ଯୋଜନାରେ କ’ଣ ସବୁ ସୁବିଧା ରହିଛି

ବାର୍ଷିକ ୧୦୦୦ ରୁ ୫୦୦୦ ଟଙ୍କା ୫ ବର୍ଷ ଯାଏ ଜମା କରିଥିବା ପ୍ରତ୍ୟେକ ଜାତୀୟ ପେନସନ ଯୋଜନା ଜମାକାରୀଙ୍କ ପାଇଁ ପ୍ରତିବର୍ଷ ଏକ ହଜାର କରି ଟଙ୍କା ସ୍ଵାବଲମ୍ବନ ଯୋଜନାରେ ଜମା ଦେବେ ।

ବ୍ୟାବସାୟିକ ଯୋଗାଯୋଗ/ବ୍ୟାବସାୟିକ ସୁବିଧା

ବ୍ୟାବସାୟିକ ପ୍ରତିନିଧି ଗୁଡିକ କ’ଣ

ବ୍ୟାଙ୍କ ଶାଖା/ଏ.ଟି.ଏମ ବାହାର ଅଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ବ୍ୟବସ୍ଥା ସଂପର୍କରେ ବ୍ୟାବସାୟିକ ଯୋଗାଯୋଗ ସଂପର୍କରେ ଅବଗତ କରାଇବା ପାଇଁ ଛୋଟ ଏଜେଣ୍ଟ ବ୍ୟାଙ୍କ ଗୁଡିକ ପକ୍ଷରୁ ନିୟୋଜିତ କରାଯାଇଥାଏ । ବିଶେଷ କରି ସ୍ୱଳ୍ପ ବ୍ୟୟରେ ବ୍ୟାବସାୟିକ ପ୍ରତିନିଧି ବା ବ୍ୟାଙ୍କ ମିତ୍ରମାନେ ବ୍ୟାଙ୍କ କାର୍ଯ୍ୟ ପରିସରର ସଂପ୍ରସାରଣ କାର୍ଯ୍ୟ ସମନ୍ଵିତ ବ୍ୟାବସାୟିକ ପନ୍ଥା ଅବଲମ୍ବନ କରି ବ୍ୟାପକ ଆର୍ଥିକ ପରିବେଶ ସୃଷ୍ଟି କରିଥାନ୍ତି ।

ବି.ସି.ର କାର୍ଯ୍ୟକ୍ରମ କ’ଣ

ଋଣଗ୍ରହିତମାନଙ୍କୁ ଚିହ୍ନଟ କରିବା,କ୍ଷୁଦ୍ର ଜମା ସଂଗ୍ରହ କରି ବ୍ୟାଙ୍କରେ ଜମା ଦେବା,କ୍ଷୁଦ୍ର ମୂଳ ଋଣ ପ୍ରଦାନ ଓ ଆଦାୟ,ସୁଧ ଆଦାୟ,କ୍ଷୁଦ୍ରବୀମା ବିକ୍ରୟ,ମ୍ୟୁଚୁଆଲ ଫଣ୍ଡ,ପେନସନ ଯୋଜନା ଏବଂ କ୍ଷୁଦ୍ର ଅର୍ଥଗ୍ରହଣ ଓ ପ୍ରଦାନ,ଅନ୍ୟାନ୍ୟ ଦେୟ ପ୍ରଦାନ,ସଞ୍ଚୟ ସଂପର୍କରେ ସଚେତନା ସୃଷ୍ଟି,ଅର୍ଥର ସଠିକ ବିନିଯୋଗ ଆଦି ସଂପର୍କରେ ଶିକ୍ଷିତ ଓ ସଚେତନ କରିବା ଦାୟିତ୍ଵକୁ ବ୍ୟାଙ୍କମାନେ ନିଜର ବ୍ୟାବସାୟିକ ପ୍ରତିନିଧି ବା ବ୍ୟାଙ୍କ ମିତ୍ରମାନଙ୍କ ଉପରେ ନ୍ୟସ୍ତ କରିଥାନ୍ତି ।

ବ୍ୟାଙ୍କମିତ୍ର ବା ବ୍ୟାବସାୟିକ ପ୍ରତିନିଧି ମାଧ୍ୟମରେ କି ପ୍ରକାର ସୁବିଧା ପ୍ରଦାନ କରାଯାଏ ।

ନିମ୍ନଲିଖିତ ଉତ୍ପାଦ ଗୁଡିକ ବ୍ୟାବସାୟିକ ପ୍ରତିନିଧିମାନଙ୍କ ଜରିଆରେ ପ୍ରଦତ୍ତ ହୋଇଥାଏ –

  • ସ୍ୱଳ୍ପ ସଞ୍ଚୟ ଜମାଖାତା
  • ସର୍ବନିମ୍ନ ଜମା ଜରିଆରେ ସ୍ଥାୟୀ ଓ ପୁନଃପୌନିକ ଜମା
  • ବ୍ୟାବସାୟିକ ପ୍ରତିନିଧି
  • ଦୂର ସ୍ଥାନକୁ ବ୍ୟାବସାୟିକ ପ୍ରତିନିଧୀଙ୍କୁ ଟଙ୍କା ପ୍ରେରଣ
  • କ୍ଷୁଦ୍ର ଋଣ ପ୍ରଦାନ
  • ସାଧାରଣ ବୀମା କାର୍ଯ୍ୟକାରିତା

କେଉଁମାନେ ବ୍ୟାବସାୟିକ ପ୍ରତିନିଧି କାର୍ଯ୍ୟ କରିପାରିବେ

ପ୍ରଥମତଃ ବେସରକାରୀ ସଂଗଠନ,ସମିତି,ଟ୍ରଷ୍ଟ ଆଇନ,ସମବାୟ ସମିତି ଅନ୍ତର୍ଭୁକ୍ତ ସ୍ଵିକୃତ, ସେକସନ ୨୫ ଅନ୍ତର୍ଗତ ସ୍ଵିକୃତ ବ୍ୟକ୍ତିମାନେ ବ୍ୟାବସାୟିକ ପ୍ରତିନିଧି ଭାବେ କାର୍ଯ୍ୟକରିବେ । ଏହାଛଡା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ,ଅବସରପ୍ରାପ୍ତ ଶିକ୍ଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ପୂର୍ବତନ ସୈନିକ, କିରାନୀ, ମେଡିକାଲ, କଣ୍ଟ୍ରୋଲ ଦୋକାନ, ବ୍ୟକ୍ତିଗତ ପବ୍ଲିକ କଲ ଅଫିସ ଅପରେଟର, କେନ୍ଦ୍ର ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ/ବୀମା କମ୍ପାନୀ/ପେଟ୍ରୋଲ ପମ୍ପ ମାଲିକ, ସଂଗଠିତ ଭାବେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଯେଉଁମାନଙ୍କ ବ୍ୟାଙ୍କ ସହିତ ସମ୍ପର୍କ ରହିଥିବ ଏବଂ ସାଧାରଣ ସେବା କେନ୍ଦ୍ର ର ବ୍ୟକ୍ତି ବିଶେଷ ମଧ୍ୟ ବ୍ୟବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ ।

ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଗୁଡିକ ବ୍ୟାବସାୟିକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ କି

ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଗୁଡିକୁ ବ୍ୟାଙ୍କର ବ୍ୟାବସାୟିକ ପ୍ରତିନିଧି ଭାବେ ନିଯୁକ୍ତି ମିଳିପାରିବ ନାହିଁ ।

[ଏଣୁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଜମାଖାତା ଖୋଲନ୍ତୁ ଏବଂ ନିଜ ଗ୍ରାମର ଅନ୍ୟମାନଙ୍କୁ ବୁଝାନ୍ତୁ । ବ୍ୟାଙ୍କ ଜମାଖାତା ଖୋଲନ୍ତୁ ଆର୍ଥିକ ଅନ୍ତର୍ଭୂକ୍ତିକରଣରେ ସାମିଲ ହୁଅନ୍ତୁ । ବ୍ୟାଙ୍କ ସେବାର ସୁବିଧା ନିଅନ୍ତୁ ନିଜକୁ ଆର୍ଥିକ ଦୃଷ୍ଟିରୁ ସସକ୍ତ କରନ୍ତୁ ଏବଂ ରାଷ୍ଟ୍ରଗଠନ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ । ]

ଆଧାର:ଭାରତ ସରକାର

3.03571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top