অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ

ଉଦ୍ୟୋଗ ବିକାଶ ନିମନ୍ତେ ଏକ ସୁଯୋଗ

ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ (SVEP), ଓଡିଶା ଜୀବିକା ମିଶନ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଦ୍ଵାରା ପରିଚାଳିଆ ଏକ ଯୋଜନା ଯାହାକି ଗ୍ରାମୀଣ ଉଦ୍ୟମିତା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଓଡିଶାର ୨ଟି ବ୍ଲକ (ରଣପୁର ଏବଂ ମୋରଡା) ରେ ପରିଚାଳିତ ହେଉଅଛି ।

ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ ଓଡିଶାରେ ୪ ବର୍ଷ (୨୦୧୬ - ୨୦୧୯) ପାଇଁ ୨ଟି ବ୍ଲକ (ମୋରତା ଓ ରଣପୁର) ରେ ଅନୁନ୍ୟ ୩୧୭୨ ଉଦ୍ୟୋଗ ବିକାଶ ନିମନ୍ତେ ଲକ୍ଷ୍ୟ ରଖିଅଛି । ଏହି କାର୍ଯ୍ୟକ୍ରମକୁ ପ୍ରଣୟନତ ତଥା ବୈଷୟିକ ସହାୟତା ନିମନ୍ତେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ, ଅହମଦାବାଦକୁ ଜାତୀୟ ସମ୍ବଳ ଅନୁଷ୍ଠାନ ଭାବେ ଦାୟିତ୍ଵ ଦିଆଯାଇଛି ।

ଲକ୍ଷ୍ୟ ଓ ଉଦ୍ଦେଶ୍ୟ

  • ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଉଦ୍ୟୋଗ ମାଧ୍ୟମରେ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନ ଧାରଣର ମାନ ବୃଦ୍ଧି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ   ।
  • ଉଦ୍ୟମିତା ବିକାଶ ନିମନ୍ତେ ଆବଶ୍ୟକୀୟ ଜ୍ଞାନ କୌଶଳ, ତାଲିମ, ଓ ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି ଯୋଗାଇ ଦେବା ସହ ବଜାର ସଂଯୋଗୀକରଣ ତଥା ବ୍ୟବସାୟ ବୃଦ୍ଧି ନିମନ୍ତେ ସହାୟତା ଯୋଗାଇଦେବା   ।
  • ମହିଳା ମାନଙ୍କ ଅନୁଷ୍ଠାନ ଯଥା, ସ୍ଵୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଓ ପଂଚାୟତ ସ୍ତରୀୟ ସଂଘ ମାଧ୍ୟମରେ ଏକ ବ୍ଲକ ସ୍ତରୀୟ ସାଧନ କେନ୍ଦ୍ର (BRC), ପ୍ରତିଷ୍ଠା କରି ଯୋଜନାକୁ ପରିଚାଳନା କରିବା   ।
  • ଉଦ୍ୟୋଗ ପ୍ରୋତ୍ସାହନ ନିମନ୍ତେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ଉଦ୍ୟୋଗ ମିତ୍ରା) ଙ୍କୁ ଉପଯୋଗ କରାଇ ଉଦ୍ୟମିତା ବିକାଶ କରାଇବା  ।
  • ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ଯୋଗସୂତ୍ର ରଖି ଗ୍ରାମୀଣ ଉଦ୍ୟମିତା ବିକାଶ ଦିଗରେ କାର୍ଯ୍ୟ କରିବା  ।
  • ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ମହିଳା ତଥା ଅଭାବି ଓ ନିଃସହାୟ  ପରିବାରକୁ ଉଦ୍ୟୋଗ ପ୍ରୋତ୍ସାହନ ନିମନ୍ତେ ଆଗ୍ରାଧିକାର ଦେବା   ।

ବ୍ଲକ ସାଧନ କେନ୍ଦ୍ର (BRC) ର ଭୂମିକା

  • ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ସଭ୍ୟା କିମ୍ବା ସେମାନଙ୍କ ପରିବାର ଯୋଗ୍ୟ ବ୍ୟକ୍ତିଙ୍କୁ ଉଦ୍ୟମିତା ନିମନ୍ତେ ପ୍ରୋତ୍ସାହନ ଦେବା   ।
  • ଓଡିଶା ଜୀବିକା ମିଶନ/ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସଂଘ ମଧ୍ୟରେ ସମନ୍ଵୟ ରକ୍ଷା କରି ଉଦ୍ୟୋଗ ବିକାଶ ନିମନ୍ତେ କାର୍ଯ୍ୟ କରିବା   ।
  • ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ଉଦ୍ୟୋଗୀ ଚିହ୍ନଟ, ବ୍ୟବସାୟିକ ପରିଯୋଜନା ପ୍ରସ୍ତୁତି, ତାଲିମ, ଉଦ୍ୟୋଗ ପ୍ରତିଷ୍ଠାନ ତଥା ବ୍ୟବସାୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ସେବା ଯୋଗାଇଦେବା   ।
  • ବ୍ଲକ ସ୍ତରୀୟ ପ୍ରକଳ୍ପ ସମୀକ୍ଷା କମିଟି ଗଠନ କରି ବ୍ୟବସାୟିକ ପରିଯୋଜନାର ସମୀକ୍ଷା କରାଇ ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି ତଥା ଋଣର ବ୍ୟବସ୍ଥା କରାଇବା   ।
  • ଗୋଷ୍ଠୀ ସ୍ତରୀୟ ଅନୁଷ୍ଠାନ, ଉଦ୍ୟୋଗ ମିତ୍ର ଓ ଉଦ୍ୟୋଗୀ ମାନଙ୍କ ଦକ୍ଷତା ବିକାଶର ବ୍ୟବସ୍ଥା କରାଇବା
  • ବ୍ୟାଙ୍କ ସଂଯୋଗୀକରଣ, ବଜାରୀକରଣ  ତଥା ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା
  • ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ଯୋଗସୂତ୍ର ରକ୍ଷା କରିବା
  • ଉଭୟ ବ୍ୟକ୍ତିଗତ ତଥା ଦଳଗତ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହ ବ୍ଲକ ସ୍ତରରେ ଏକ ସାଧନ କେନ୍ଦ୍ର ଭାବରେ ପରିଚାଳିତ ହେବା   ।
  • ଉଦ୍ୟୋଗୀ ମାନଙ୍କର  ଉଦ୍ୟୋଗ ବିକାଶ ନିମନ୍ତେ ଅନୁନ୍ୟ ୬ ମାସ ପର୍ଯ୍ୟନ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା  ।
  • ଗୋଷ୍ଠୀ  ଉଦ୍ୟୋଗ ପାଣ୍ଠି ତଥା ସରକାରଙ୍କ ଦ୍ଵାରା ଦିଆଯାଉଥିବା ପାଣ୍ଠିର ସୁବିନିଯୋଗକୁ ନିଶ୍ଚିତ କରାଇବା   ।
  • ଓଡିଶା ଜୀବିକା ମିଶନର ନିୟମାନୁଯାୟୀ ପରିଚାଳିତ ହେବା ସହ ସଭ୍ୟାଙ୍କ ପାଖରେ ଉତରଦାୟୀ ରହିବା  ।

ଉଦ୍ୟୋଗ ମିତ୍ର / ଗୋଷ୍ଠୀ ସମ୍ବଳ ଅଧିକାରୀ – ଉଦ୍ୟୋଗ ପ୍ରୋତ୍ସାହକ (CRP - EP)ଙ୍କ କାର୍ଯ୍ୟ

  • ଉଦ୍ୟୋଗୀ ଚିହ୍ନଟିକରଣ ଚୟନ କରିବାରେ ସାହାଯ୍ୟ କରିବା
  • ଉଦ୍ୟମିତା ବିକାଶ ଉପରେ ପ୍ରଶିକ୍ଷଣ ଦେବା ସହ ବ୍ୟବସାୟିକ ପରିଯୋଜନା ପ୍ରସ୍ତୁତି କରିବାରେ ସାହାଯ୍ୟ କରିବା
  • ନୂତନ କିମ୍ବା ପୁରାତନ ଉଦ୍ୟୋଗର ବିକାଶ ନିମନ୍ତେ କାର୍ଯ୍ୟ କରିବା ସହ ମହିଳା, ଅଭାବୀ ଓ ନିଃସହାୟଙ୍କୁ ଆଗାଧିକାର ଦେବା   ।
  • ଉଦ୍ୟୋଗ ଆରମ୍ଭର ଅନୁନ୍ୟ ୬ ମାସ ପର୍ଯ୍ୟନ୍ତ ଆବଶ୍ୟକୀୟ ସହାୟତା ତଥା ଜ୍ଞାନ କୌଶଳ ପ୍ରଦାନ କରିବା  ।
  • ବ୍ୟାଙ୍କ ସଂଯୋଗୀକରଣ, ବଜାରୀକରଣ, ବ୍ୟବସାୟ ପରିଚାଳନା, ନଥିପତ୍ର କରଣ ଇତ୍ୟାଦିରେ ଉଦ୍ୟୋଗୀଙ୍କୁ ସହାୟତା ଦେବା  ।
  • ଓଡିଶା ଜୀବିକା ମିଶନ ତଥା ବ୍ଲକ ସାଧନ କେନ୍ଦ୍ରର ନିୟମାନୁଯାୟୀ କାର୍ଯ୍ୟ ସମ୍ପାଦନ କରିବା   ।

ଉଦ୍ୟୋଗୀ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା

  • ସେ ଜଣେ SHG  ସଭ୍ୟା କିମ୍ବା ତାଙ୍କ ପରିବାରର ସଦସ୍ୟ / ସଦସ୍ୟା ହୋଇଥିବେ   ।
  • ବୟସ ୧୮ ବର୍ଷରୁ ଅଧିକ ହୋଇଥିବ  ।
  • ସେ ଜଣେ ଋଣ ଖିଲାପି ହୋଇନଥିବେ କିମ୍ବା ତାଙ୍କର ଗୋଷ୍ଠୀରେ ୨୫,୦୦୦ ଟଙ୍କା ରୁ ଅଧିକ ଋଣ ବକେୟା ନଥିବ
  • ସେ SVEP ଅନୁଯାୟୀ ଉଦ୍ୟୋଗ ବିକାଶ ଉପରେ ପ୍ରଶିକ୍ଷଣ ନେଇଥିବେ   ।
  • ତାଙ୍କର ବ୍ୟବସାୟିକ ପରିଯୋଜନା ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ପ୍ରସ୍ତୁତି  ହୋଇ SHG – CLF – GPLF  ମାଧ୍ୟମରେ BRC ରେ ଆବେଦନ ହୋଇଥିବ   ।
  • ମହିଳା, ଅଭାବୀ ତଥା ଅସହାୟ ବ୍ୟକ୍ତିଙ୍କୁ ଉଦ୍ୟୋଗୀ ନିମନ୍ତେ ପ୍ରାଧାନ୍ୟ
  • ସମସ୍ତ ଅଣ – କୃଷି ଜନିତ ବ୍ୟବସାୟ, ସେବା ତଥା ଉତ୍ପାଦନ ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହନ  ।

ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି (CEF)

  • ଉଦ୍ୟୋଗ ସ୍ଥାପନ ତଥା ବିକାଶ ନିମନ୍ତେ ଜଣେ ଉଦ୍ୟୋଗୀଙ୍କୁ ବ୍ୟବସାୟିକ ପରିଯୋଜନା ଆଧାରରେ  ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ, ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ ୯% ସୁଧ ହାରରେ ଋଣ ଯୋଗାଇ ଦିଆଯାଏ   ।
  • ଏଥି ନିମନ୍ତେ ଉଦ୍ୟୋଗୀ ତାଙ୍କର ବ୍ୟବସାୟିକ ପରିଯୋଜନା ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ପ୍ରସ୍ତୁତି କରି SHG – CLF – GPLF  ମାଧ୍ୟମରେ ବ୍ଲକ ସାଧନ କେନ୍ଦ୍ରକୁ ସମୀକ୍ଷା ତଥା ମଞ୍ଜୁରି ନିମନ୍ତେ ପ୍ରଦାନ କରିବେ  ।
ବ୍ଲକ ସାଧନ କେନ୍ଦ୍ରର ମଞ୍ଜୁରି ଆଧାରରେ ଓଡିଶା ଜୀବିକା ମିଶନ ଉଦ୍ଦୀଷ୍ଠ  GPLF କୁ CEF ପ୍ରଦାନ କରିଥାନ୍ତି  ଯାହାକୁ GPLF ଉଦ୍ୟୋଗୀଙ୍କୁ SHG ମାଧ୍ୟମରେ CEF  ଋଣ ପ୍ରଦାନ ତଥା ପରିଶୋଧ କରିଥାନ୍ତି   ।

ଆଧାର- ଓଡିଶା ଜୀବିକା ମିଶନ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ

Last Modified : 1/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate