୨୦୧୭ ରୁ ୨୦୧୮ ଆର୍ଥିକବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରାଯାଇଛି । ଏହି ବଜେଟ୍ ରେ କେତେ ଗୁରୁତ୍ଵ ପୂର୍ଣ୍ଣ ବିଷୟରେ ପଦକ୍ଷେପ ନିଆଯାଇଛି ।
ମୁଖ୍ୟାଂଶ
ସାଧାରଣ ବଜେଟରେ କୃଷି ଓ କୃଷକଙ୍କୁ ଅର୍ଥମନ୍ତ୍ରୀ ବିଶେଷ ଗୁରୁତ୍ଵ ଦେଇଛନ୍ତି । ସାଧାରଣ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଥିଲେ ଚଳିତ ବର୍ଷ ଭଲ ମୌସୁମି ବର୍ଷା ହୋଇଥିବାରୁ ଫସଲ ଉତ୍ପାଦନରେ ୪.୧% ବୃଦ୍ଧି ଘଟିବାର ଆଶା ରହିଛି । ଚଳିତ ବଜେଟରେ ଗ୍ରାମାଞ୍ଚଳ ବିକାଶ, କୃଷି ଓ ଏହାର ଆନୁସଙ୍ଗିକ କ୍ଷେତ୍ର ନିମନ୍ତେ ୧୮,୭୨୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି; ଯାହାକି ଗତବର୍ଷ ତୁଳାନରେ ୨୪% ଅଧିକ । ଅର୍ଥମନ୍ତ୍ରୀ କୃଷିକ୍ଷେତ୍ର ପାଇଁ କରିଥିବା କେତେକ ପ୍ରମୁଖ ଘୋଷଣା ଗୁଡ଼ିକ ହେଲା–
ଚଳିତ ବଜେଟରେ ମହିଳା ସଶକ୍ତିକଋଣ ଲାଗି ସରକାର ବେଶ ଗୁରୁତ୍ଵ ଦେଇଛନ୍ତି । ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ କି ସୁବିଧା ବଜେଟରେ ପ୍ରଦାନ କରାଯାଇଛି । ଦେଶର ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ ସରକାର ବଜେଟରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ୨୦୧୮-୨୦୨୦ ସୁଦ୍ଧା ଦେଶର ମାତୃମୃତ୍ୟୁ ହାର (ପ୍ରତି ଏକ ଲକ୍ଷରେ) ୧୬୭ରୁ ୧୦୦ ହ୍ରାସ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ।
ଏଥିପାଇଁ ପ୍ରତି ଗର୍ଭବତୀ ମହିଳାଙ୍କ ଟିକାକଋଣ ଓ ସୁରକ୍ଷିତ ପ୍ରସବ ନିମନ୍ତେ ସରକାର ୬ହଜାର ଟଙ୍କା ପ୍ରଦାନ କରିବେ । ଏହା ସମ୍ପୁକ୍ତ ମହିଳାଙ୍କ ବ୍ୟାଙ୍କ ଖାତାରେ ଜମା ହେବ । ଗତ ଡିସେମ୍ବର ୩୧ରେ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଥିବାବେଳେ ବଜେଟରେ ଏଥିପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି ।
ଗ୍ରାମାଞ୍ଚଳର ମହିଳାଙ୍କୁ ସଶକ୍ତାକଋଣ କରିବା ପାଇଁ କେନ୍ଦ୍ର ସରକାର ବଜେଟରେ ନୂଆ ଯୋଜନା ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ପ୍ରତି ଗାରେ ଖୋଲାଯିବ ମହିଳା ଶକ୍ତି କେନ୍ଦ୍ର । ଦେଶର ୧୪ଲକ୍ଷ ଆଇସିଡିଏସ୍ ଓ ଅଙ୍ଗନୱାଡି କେନ୍ଦ୍ରରେ ଏହା କାର୍ଯ୍ୟ କରିବ ।
ଏହି କେନ୍ଦ୍ରରୁ ଗ୍ରାମାଞ୍ଚଳ ମହିଳାମାନେ ସମସ୍ତ ପ୍ରକାର ସେବା ଯଥା ଦକ୍ଷତା ବିକାଶ, ନିଯୁକ୍ତି, ଡିଜିଟାଲ ସ୍ଵାକ୍ଷରତା, ସ୍ଵାସ୍ଥ୍ୟ ଓ ପୁଷ୍ଟିସାଧନ ବାବଦରେ ସୂଚନା ପାଇଁ ପାରିବେ । ସରକାର ଏହି ଯୋଜନା ପାଇଁ ୫୦୦ କୋଟି ଟଙ୍କା ବରାଦ କରିଛନ୍ତି ।
ମହିଳାଙ୍କୁ ଶସ୍ତାରେ ଋଣ ଦେବା ଲାଗି ନେସନାଲ ହାଉସିଂ ବ୍ୟାଙ୍କକୁ ୨୦ ହଜାର କୋଟି ଟଙ୍କାର ଅର୍ଥ ପ୍ରଦାନ କରାଯିବ। ଏଠାରୁ ମହିଳାଙ୍କୁ ଶସ୍ତାରେ ଘର ଉପଲବ୍ଧି କରାଯିବ । ମହିଳାଙ୍କ କୌଶଳ ବିକାଶ ଲାଗି ୧.୮୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
ଦେଶର ୧ଲକ୍ଷ ୫୦ହଜାର ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସୁବିଧା ଯୋଗାଇ ଦେବା ଲାଗି ସରକାର ଯୋଜନା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ନାମରେ ହେବାକୁ ଥିବା ଏହି ଯୋଜନାକୁ ୨୦, ୧୮ ମାର୍ଚ୍ଚ ସୁଦ୍ଧା ଶେଷ କରାଯିବ । ଏହି ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବରାଦ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧,୫୫, ୦୦୦ କିମିର ଅପଟିକାଲ ଫାଇବର ବିଛା ସରିଲାଣି । ଯାହାକି ୭୫, ୭୦ ୦ ଗ୍ରାମପଞ୍ଚାୟତକୁ ଯୋଗାଯୋଗ କରିପାରିବ ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟରେ ସରକାର ବଜେଟରେ ନୂଆ ବ୍ୟବସ୍ଥା କରିଛନ୍ତି । ଉଚ୍ଚ ଶିକ୍ଷା ଲାଗି ଦେଶରେ ପ୍ରତିବର୍ଷ ୭ ପ୍ରକାର ପ୍ରବେଶିକା ପରୀକ୍ଷା ହେଉଛି । ଏହି ପ୍ରବେଶିକା ପରୀକ୍ଷାରେ ପ୍ରାୟ ୪୦ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଉଛନ୍ତି ।
ଏହି ପ୍ରବେଶିକା ପରୀକ୍ଷାଗୁଡିକୁ ସିବିଏସଇ, ଆଇଆଇଟି, ଆଇଆଇଏମ୍ ଓ ଏଆଇସିଟି ଇ ଭଳି ଅନୁଷ୍ଠାନ ପରିଚାଳନ କରିଛନ୍ତି । ଏଣିକି ଏହି ସମସ୍ତ ପ୍ରବେଶିକା ପରୀକ୍ଷାକୁ ପରିଚାଳନା ପାଇଁ ନ୍ୟାସନାଲ ଟେଷ୍ଟିଙ୍ଗ ସର୍ଭିସ (ଏନଟିଏସ ) ନାମରେ ଏକ ଜାତୀୟ ଏଜେନ୍ସି ଗଠନ କରାଯିବ ।
ଏହି ଏଜେନ୍ସି ସମସ୍ତ ପ୍ରବେଶିକା ପରୀକ୍ଷାକୁ ପରିଚାଳନା କରିବ । ଏହାଦ୍ଵାରା ପ୍ରବେଶିକା ପରୀକ୍ଷାରେ ଅନିୟମିତତାକୁ ରୋକାଯାଇ ପାରିବ । ସେହିପରି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସୁପାରିସ ଅନୁଯାୟୀ ମହାବିଦ୍ୟାଳୟଗୁଡିକୁ ଅଧିକ ସ୍ଵୟଂଶାସିତ ମାନ୍ୟତା ଦିଆଯିବ ।
ସ୍କୁଲ ଗୁଡିକର ବାର୍ଷିକ ଶିକ୍ଷାଦାନକୁ ଆକଳନ କରିବା ଲାଗି ଏକ ନୂଆ ବ୍ୟବସ୍ଥା ଆପଣାଯିବ । ଯୁବବର୍ଗଙ୍କୁ ଅଧିକ ଶକ୍ତିଶାଳୀ କରିବା ଲାଗି ଶିକ୍ଷାର ମାନ ଉପରେ ଗୁରୁତ୍ଵ ଦିଆଯିବ । ବିଶେଷକରି ବିଜ୍ଞାନ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯିବ । ବିଦେଶୀ ଭାଷା ଶିକ୍ଷା ଲାଗି ସ୍ଵତନ୍ତ୍ର ପାଠ୍ୟକ୍ରମ ଆପଣାଯିବ ।
୨୦୧୭ ସୁଦ୍ଧା ଦେଶକୁ ଫାଇଲେରିଆ, କଳାଜ୍ଵର ମୁକ୍ତ କରାଯିବ । ୨୦୧୮ ସୁଦ୍ଧା କୁଷ୍ଠ ଓ ୨୦୨୦ ସୁଦ୍ଧା ମିଳିମିଳା ଓ ୨୦, ୨୫ ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ଦେଶର ୧.୫ ଲକ୍ଷ ସ୍ଵାସ୍ଥ୍ୟ ଉପକେନ୍ଦ୍ରକୁ ସ୍ଵାସ୍ଥ୍ୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ ।
ଅଧିକ ଡାକ୍ତର ସୃଷ୍ଟି ପାଇଁ ଡାକ୍ତରୀ ଶିକ୍ଷା ବିକାଶ କରାଯିବ । ଏଥିପାଇଁ ଝାଡ଼ଖଣ୍ଡ ଓ ଗୁଜରାଟରେ ଦୁଇଟି ନୂଆ ଅଲା । ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ (ଏମସ) ପ୍ରତିଷ୍କା କରାଯିବ ।
ସେହିପରି ଭେଷଜ (ମେଡିସିନ) ବିଭାଗ ପାଇଁ ୨୫ ହଜାର ସ୍ନାତକୋତ୍ତର ( ପିଜି ସିଟ) ଆସନ ଖୋଲାଯିବ । ଏପରିକି ପ୍ରତିବର୍ଷ ଅତିରିକ୍ତ ୫ ହଜାର ପିଜି ସିଟ ଖୋଲାଯିବ ।
କମ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ଓ ଜେନେରିକ ଔଷଧର ଉପଯୋଗକୁ ପ୍ରୋସାହିତ କରିବା ଲାଗି ତ୍ରଗ୍ସ ଆଣ୍ଡ କସ୍ମେଟିକ ଗୁଳରେ ପରିବର୍ତ୍ତନ କରାଯିବ ।
ଦେଶର ବରିଷ୍ଠ ନାଗରିକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ଆଧାର ସଂଯୁକ୍ତ ସ୍ଵାସ୍ଥ୍ୟକାର୍ଡ ଯୋଗାଇ ଦେବା ଲାଗି ଯୋଜନା କରିଛନ୍ତି । ଏହା ସହିତ ବରିଷ୍ଟ ନାଗରିକମାନେ ଏଲ.ଆଇସିରେ ସଞ୍ଚୟ କରି ୮ ପ୍ରତିଶତ ସୁଧ ପାଇଁପାରିବେ ।
ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଏବେ ଆଉ ପାସପୋର୍ଟ ତିଆରି କରିବା ପାଇଁ ବିଶେଷ ଅସୁବିଧା ଭୋଗିବାକୁ ପଡିବ ନାହିଁ । ଚଳିତ ବଜେଟରେ ଡାକଘରେ ପାସପୋର୍ଟ ତିଆରି ପାଇଁ ସୁବିଧା ଦିଆଯିବ । ଏହି ସୁବିଧା ସମସ୍ତ ଜିଲାର ମୁଖ୍ୟ ଡାକଘରେ ଉପଲବ୍ଧ ହେବ । ପ୍ରାଥମିକ ପର୍ଯ୍ୟାୟରେ ୩୮ ଜିଲାରେ ଏହାକୁ ଆରମ୍ଭ କରାଯିବ । ଡାକ କର୍ମଚାରୀଙ୍କୁ ଏଥିପାଇଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ ।
କର୍ଣ୍ଣାଟକର ମହୀଶୁର ଏବଂ ଗୁଜୁରାଟର ଦାହୋଦରେ ଏହାର ପାଇଁଲଟ) ପ୍ରୋଜେକ୍ଟ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଦେଶରେ ୩୮ଟି ପାସପୋର୍ଟ ଅଫିସ ସହ ୮୯ ପାସପୋର୍ଟ ସେବା କେନ୍ଦ୍ର କାମ କରୁଛି । ପିପିପି ମଡ଼େଲରେ ଛୋଟ ସହରରେ ବି ବିମାନ ବନ୍ଦର ନିର୍ମାଣ କରାଯିବ । ଏଥିପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି ।
ଆଧାର – ଭାରତ ସରକାର
Last Modified : 8/19/2019