অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଶ୍ଵ ଶ୍ରମିକ ଦିବସ -୨୦୧୬

ଶ୍ରମିକ ମାନଙ୍କ ସୁରକ୍ଷା

  • ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବିଭିନ୍ନ ଶ୍ରମ ଆଇନ କାର୍ଯ୍ୟକରି କରାଯାଉଅଛି  ।
  • ବିଶ୍ଵ ଶ୍ରମିକ ଦିବସ
  • ରାଜ୍ୟ ସରକାର ତା ୨୪.୦୭.୨୦୫ରିଖ ଠାରୁ ଅଣକୁଶଳୀ , ଅର୍ଦ୍ଧ କୁଶଳୀ ତଥା ଅତିକୁଶଳୀ ଶ୍ରମିକ ମାନଙ୍କ ନିମନ୍ତେ ଯଥା କ୍ରମେ ୨୦୦ ଟଙ୍କା, ୨୨୦ ଟଙ୍କା, ୨୪୦ ଟଙ୍କା ଓ ୨୬୦ ଟଙ୍କା ହିସାବରେ ସର୍ବନିମ୍ନ ମଜୁରି ଧାର୍ଯ୍ୟ କରିଛନ୍ତି  ।
  • ଅଣସଂଗଠନ କ୍ଷେତ୍ରରେ ନିଯୋଜିତ ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ଓଡିଶା ରାଜ୍ୟ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରାଯାଇଛି  ।
  • ଶ୍ରମିକଙ୍କ ସହାୟତା ପାଇଁ ନିଃଶୁକ୍ଳ ହେଲ୍ଥ ଲାଇନ ନମ୍ବର-୧୫୫୩୬୮ର ପ୍ରଚଳନ କରାଯାଇଛି  ।

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ

  • ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ଏହା ଅଧୀନରେ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରାଯାଉଛି ଏବଂ ସେମାନଙ୍କର କଲ୍ୟାଣପାଇଁ ବିଭିନ୍ନ ସହାୟତା ଯଥା- ଦୁର୍ଘଟଣା ଜନିତ ସହାୟତା , ମୃତ୍ୟୁକାଳୀନ ସହାୟତା ,  ଶିକ୍ଷା ସହାୟତା , ଚିକିତ୍ସା ସହାୟତା, ସାଇକେଲ , ନିରାପତ୍ତା ଉପକରଣ ଓ ଯନ୍ତ୍ରପାତି କ୍ରୟ ନିମନ୍ତେ ଆର୍ଥିକ ସହାୟତା , ବିବାହ ନିମନ୍ତେ ଆର୍ଥିକ ସହାୟତା, ପ୍ରସୂତିକାଳୀନ ସହାୟତା , ଦକ୍ଷତା ଅଭିବୃଦ୍ଧି ନିମନ୍ତେ ସହାୟତା ଓ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା (ଗ୍ରାମୀଣ) ସହାୟତା ପ୍ରଦାନ କରାଯାଉଛି  ।
  • ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଶ୍ରାମଗାର ଓ ପାନୀଯ ଜଳପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଇଅଛି  ।
  • ଅଦ୍ୟାବିଧି ଏହି କଲ୍ୟାଣ ବୋର୍ଡ ଅଧୀନରେ ୧୪ ଲକ୍ଷ ଊର୍ଦ୍ଦ୍ଵ ନିର୍ମାଣ ଶ୍ରମିକଙ୍କୁ ପାଞ୍ଜିକରଣ କରାଯିବା ସହିତ, ୧୫୦ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି  ।
  • ଏହି ଅବସରରେ ଶ୍ରମିକମାନଙ୍କ , ସ୍ଵାର୍ଥ, ସୁରକ୍ଷା, ଓ କଲ୍ୟାଣ , କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୪ ଜଣ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କୁ “ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ “ ରେ ସମ୍ମାନିତ କରାଯାଉଛି ।

ଆଧାର : ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡିଶା ସରକାର  ।

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate