অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେନ୍ଦ୍ର ସରକାରଙ୍କ ବାଳୁତ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ), ନିୟମାବଳୀ,୧୯୮୮

ସଂକ୍ଷିପ୍ତ ଶିରୋନାମା ଓ ପ୍ରାରମ୍ଭ

ଜି ଏସ ଆର . ୮୪୭ (ଇ) ତା ୧୦ ଅଗଷ୍ଟ ୧୯୯୮-ଆଇନର ଧାରା ୧୮ ଅଧୀନସ୍ଥ ଉପଧାରା (୧)ର କ୍ଷମତାବଳୀ ପ୍ରୟୋଗ କରିବାକୁ ଯାଇ କେନ୍ଦ୍ର ସରକାର ନିମ୍ନୋକ୍ତ ନିୟମାବଳୀ ପ୍ରଣୟନ କରିଛନ୍ତି , ଯଥା-

ଏହି ନିୟମାବଳୀ ବାଳୁତ ଶ୍ରମ(ନିଷେଧ ଓ ନିୟନ୍ତ୍ରଣ) ନିୟମାବଳୀ  ୧୯୮୮ ବୋଲି କଥିତ ହୋଇପାରେ   ।

ସଂଜ୍ଞା ସମୂହ :- ପରିପ୍ରେକ୍ଷୀ ଅନ୍ୟଥା ଆବଶ୍ୟକ କରୁନଥିଲେ , ଏହି ନିଯମାବଳୀରେ  :-

a)    “ଆଇନ” ର ଅର୍ଥ ବାଳୁତ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇଆନ (୧୯୮୬ ର ଆଇନ ସଂଖ୍ୟା ୬୧)

b)    “ କମିଟି”ର ଅର୍ଥ ଆଇନର ଧାରା  ୫ ଅଧୀନସ୍ଥ ଉପଧାରା (୧) ଅଧୀନରେ ଗଠିତ ବାଳୁତ ଶ୍ରମ ବୈଷୟିକ ଉପଦେଷ୍ଟା କମିଟି  ;

c)    “ ଚେୟାରମାନ”ର ଅର୍ଥ ଆଇନର ଧାରା ୫ ଅଧୀନସ୍ଥ ଉପଧାରା  (୧) ଅଧୀନରେ ଗଠିତ ବାଳୁତ ଶ୍ରମ ବୈଷୟିକ ଉପଦେଷ୍ଟା କମିଟି  ।

d)    “ଫର୍ମ“ର ଅର୍ଥ ଏହି ନିୟମାବଳିରେ ସଂଲଗ୍ନ ହୋଇଥିବା ଏକ ଫର୍ମ ।

e)    “ରେଜିଷ୍ଟର”ଅର୍ଥ ଆଇନର ଧାରା-୧୧ ଅଧୀନରେ ଅନୁରକ୍ଷିତ ହେବାକୁ ଥିବା ରେଜିଷ୍ଟର   ।

f)      “ ଅନୁସୂଚି “ ର ଅର୍ଥ ଆଇନ ସହିତ ସଂଲଗ୍ନ ହୋଇଥିବା ଅନୁସୂଚି ।

g)    “ ଧାରା” ଅର୍ଥ ଆଇନର ଏକ ଧାରା   ।

କମିଟି ସଦସ୍ୟମାନଙ୍କର କାର୍ଯ୍ୟକାଳ

  • ଯେଉଁ ତାରିଖରେ କମିଟିର ସଦସ୍ୟମାନଙ୍କର ନିଯୁକ୍ତି ସରକାରୀ ଗେଜେଟରେ ବିଜ୍ଞାପିତ ହୋଇଥିବ,  ସେବେଠାରୁ ଏକବର୍ଷ ପର୍ଯ୍ୟନ୍ତ ସେମାନଙ୍କର କାର୍ଯ୍ୟକାଳ ହେବ  ।

ପରନ୍ତୁ କେନ୍ଦ୍ର ସରକାର ଚାହିଁଲେ କମିଟିର ଜଣେ ସଦସ୍ୟଙ୍କର କାର୍ଯ୍ୟକାଳକୁ ସର୍ବାଧିକ ଦୁଇବର୍ଷ ବଢାଇପାରନ୍ତି   ।

ପୁଣି ପରନ୍ତୁ ଜଣେ କମିଟି ସଦସ୍ୟଙ୍କର କାର୍ଯ୍ୟକାଳ ପୁରିଯାଇଥିଲେ ହେଁ ସେ ନିଜ ପଦବୀରେ ସେହି ପର୍ଯ୍ୟନ୍ତ ବଜାୟ ରହିପାରିବେ,  ଯେ ପର୍ଯ୍ୟନ୍ତ ତାଙ୍କର ଉତ୍ତରାଧିକାରୀ ପଦବୀ ଗ୍ରହଣ ନ କରିଛନ୍ତି   ।

  • ଉପନିୟମ (୧)ଅଧୀନରେ ନିଯୁକ୍ତ ସଦସ୍ୟଗଣ ପୁନଃନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବ   ।
  • କମିଟିର ସେକ୍ରେଟାରୀଭାରତ   : ସରକାରଙ୍କ ଅଣ୍ଡର-ସେକ୍ରେଟାରୀ ପାହ୍ୟାରୁ ଅଧନସ୍ତ ହୋଇନ ଥିବା ଜଣେ ଅଫିସରଙ୍କୁ କମିଟିର ସଚିବ ଭାବେ ନିଯୁକ୍ତ କରି ପାରନ୍ତି   ।
  • ବେସରକରି ସଦସ୍ୟମାନଙ୍କ ପାଇଁ ଭତ୍ତାସମୂହ :- କମିଟିର ବେସରକାରୀ ସଦସ୍ୟଗଣ ଏବଂ ଚେୟାରମାନଙ୍କୁ ସେହି ଫିସ ଏବଂ ଭତ୍ତାସମୂହ ପ୍ରଦାନ କରାଯିବ , ଯାହାକି ମାସିକ ଚାରି ପାଞ୍ଚ ସହ ଟଙ୍କା ବା ତଦୁର୍ଦ୍ଧ ପରିମାଣର ବେତନ ପାଇଁ ଯୋଗ୍ୟ କେନ୍ଦ୍ର ସରକାରଙ୍କ ଅଫିସରମାନଙ୍କୁ ମିଳିଥାଏ   ।
  • ଇସ୍ତଫା :- (୧) ଜଣେ ସଦସ୍ୟ ଚେୟାରମାନଙ୍କ ନିକଟରେ ସ୍ଵହସ୍ତ ଲିଖିତ ପତ୍ର ଦାଖଲ କରି ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି   ।
  • ଚେୟାରମାନ କେନ୍ଦ୍ର ସରକାରଙ୍କ ନିକଟରେ ସ୍ଵହସ୍ତ ଲିଖିତ ପତ୍ର ଦାଖଲ କରି ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି   ।
  • ଉପନିୟମ (୧)ଊ ଉପନିୟମ (୨)ରେ ସୂଚିତ ହୋଇଥିବା ଇସ୍ତଫାପତ୍ର ପ୍ରଭାବ ବହନ କରିବ ଯଥାସ୍ଥିତି ସେହି ତାରିଖରୁ , ଯେଉଁ ତାରିଖରେ ଯଥା କ୍ରମେ ଏହାକୁ ଯଥାକ୍ରମେ ଚେୟାରମାନ ବା କେନ୍ଦ୍ର ସରକାର ଅନୁମୋଦନ କରିବା ଅଥବା ଯେଉଁ ତାରିଖରେ ଇସ୍ତଫା ପତ୍ର ଗ୍ରହଣ ତାରିଖରୁ  ୩୦ ଦିନ ଅତିକ୍ରାନ୍ତ ହୋଇଥିବ- ଏହି ଦୁଇଟି ତାରିଖ ଯେଉଁଟା ସଅଳ ହୋଇଥିବ   ।
  • କମିଟିର ଚେୟାରମାନ ଏବଂ ସଦସ୍ୟଙ୍କୁ ଅପସରନ  :- କମିଟିର ଚେୟାରମାନ ବା କୌଣସି ସଦସ୍ୟଙ୍କୁ ତାଙ୍କର ପଦବୀର କାର୍ଯ୍ୟକାଳପୂରିବା ପୂର୍ବରୁ କେନ୍ଦ୍ର ସରକାର ପ୍ରସ୍ତାବିତ ଅପସାରଣକୁ ଉପରେ କାରଣ ଦର୍ଶାଇବା ପାଇଁ ଯଥୋଚିତ ସୁଯୋଗ ଦେବା ପରେ ତାଙ୍କୁ ଅପସାରଣ କରିପାରନ୍ତି   ।
  • ସଦସ୍ୟପଦ ଅକାମି ହୋଇଥିବା  :- ଯଦି ଜଣେ ସଦସ୍ୟ :-
  • ଚେୟାରମାନଙ୍କ ଅନୁମତି ବିନା କମିଟିର ଲଗାତାର ତିନିଟା ବା ତା ଠାରୁ ଅଧିକ ସଂଖ୍ୟକ ବୈଠକରୁ ଅନୁପସ୍ଥିତ ରୁହନ୍ତି ,କିମ୍ବା
  • କ୍ଷମତାପ୍ରାପ୍ତ କୋର୍ଟଙ୍କଦ୍ଵାରା ବିକୃତ ମସ୍ତିସ୍କ ବୋଲି ଘୋଷିତ ହୁଅନ୍ତି  ।
  • ଏଭଳି ଏକ ଅପରାଧରେ ଦୋଷୀସାବ୍ୟସ୍ତ ହୁନତି ଯେଉଁଥିରେ କେନ୍ଦ୍ର ସରକାରଙ୍କ ମତରେ ନୈତିକ ଭ୍ରଷ୍ଟତା ଜଡିତ ଥାଏ   ,  କିମ୍ବା
  • ବର୍ତ୍ତମାନ ବା କେବେ ବି ଦେବାଳିଆ ବୋଲି ସାବ୍ୟସ୍ତ ହୋଇଛି ଅଥବା ନିଜର ଋଣ ସୁଝିନାହିଁ ଅଥବା ଋଣଦାତାଙ୍କ ସହ କୌଣସି ପ୍ରକାର ବୁଝାମଣା କରିଛି  ।
  • ତେବେ ସେ କମିଟିର ସଦସ୍ୟପଦ ହରାଇବେ ।

ତେବେ ସେ କମିଟିର ସଦସ୍ୟପଦ ହରାଇବେ   ।

ସାମୟିକ ଖାଲିସ୍ଥାନ ପୂରଣ

ଯେଉଁସ୍ଥଳେ ଜଣେ ସଦସ୍ୟ ନିୟମ-6 ଅଧୀନରେ ନିଜର ପଦବୀରୁ ଇସ୍ତଫା ଦିଅନ୍ତି ଅଥବା ନିୟମ -୮ ଅଧୀନରେ ନିଜର ସଦସ୍ୟତା ହରନ୍ତି ସେପରି ସ୍ଥଳେ ଖାଲି ପଡୁଥିବା ସ୍ଥାନକୁ କେନ୍ଦ୍ର ସରକାର ପୂରଣ କରିବେ ଏବଂ ଏଭଳି ନିଯୁକ୍ତ ହେଉଥିବା ସଦସ୍ୟ ତାଙ୍କର ପୂର୍ବସୂରୀଙ୍କ କାର୍ଯ୍ୟକାଳର ବକେୟା ଅବଧି ପାଇଁ ପଦବୀ ତୁଲାଇବେ   ।

  • ବୈଠକଗୁଡିକର ସମୟ ଓ ସ୍ଥାନ  :- ଚେୟାରମାନଙ୍କ ଦ୍ଵାରା ଧାର୍ଯ୍ୟ ହେଉଥିବା ନିଘଣ୍ଟ ଏବଂ ସ୍ଥାନରେ କମିଟିର ବୈଠକ ଅନୁଷ୍ଠିତ ହେବ   ।
  • ବୈଠକ ପାଇଁ ନୋଟିସ  :- କମିଟିର ସେକ୍ରେଟାରୀ ପ୍ରତି ସଦସ୍ୟଙ୍କୁ ପ୍ରତି ବୈଠକ ଅନୁଷ୍ଠିତ ହେବାର ଅନ୍ୟୁନ ସାତଦିନ ପୂର୍ବରୁ ନୋଟିସ ପ୍ରେରଣ କରିବେ ଯେଉଁଥିରେ ବୈଠକରେ ନିର୍ଘଣ୍ଟ ଓ ସ୍ଥାନ ସହିତ ବୈଠକରେ ଆଲୋଚନା ହେବାକୁ ଥିବା ପ୍ରସଙ୍ଗସୂଚୀ ସ୍ଥାନିତ ହୋଇଥିବ   ।
  • ବୈଠକରେ ସଭାପତିତ୍ଵ  :- ଯେଉଁ ସବୁ ବୈଠକରେ ଚେୟାରମାନ ନିଜେ ଉପସ୍ଥିତ ଥିବେ ସେ ବୈଠକରେ ସଭାପତିତ୍ଵ କରିବେ   । ଯଦି ସେ ବୈଠକରେ ଯୋଗଦାନ କରିବା ପାଇଁ ଅସମର୍ଥ ହୁଅନ୍ତି ତେବେ ଉପସ୍ଥିତି ସଦସ୍ୟ ମାନଙ୍କ ଦ୍ଵାରା ନିର୍ବାଚିତ ହୋଇଥିବା ଜଣେ ସଦସ୍ୟ ଏଥିରେ ସଭାପତିତ୍ଵ କରିବେ   ।
  • କୋରମ  :- କମିଟିର ଗୋଟିଏ ବୈଠକରେ କୌଣସି ପ୍ରସଙ୍ଗ ଉପରେ ବିଚାରବିମର୍ଷ ହୋଇପାରିବ ନାହିଁ ଯଦି ଚେୟାରମାନ ଓ ସେକ୍ରେଟାରୀଙ୍କୁ ଛାଡି କମିଟିର ମୋଟ ସଦସ୍ୟଙ୍କ ଭିତରୁ ଅନ୍ୟୁନ ତିନିଜଣ ଉପସ୍ଥିତ ନଥାନ୍ତି   ।

ପରନ୍ତୁ ଯେଉଁ ବୈଠକରେ ମୋଟ ସଦସ୍ୟଙ୍କ ଭିତରୁ ତିନିଜଣଙ୍କ ଠାରୁ କମ ସଦସ୍ୟ ଉପସ୍ଥିତ ଥିବେ,ଚେୟାରମାନ ନିଜେ ଯଥୋଚିତ ମାନେ କରୁଥିବା ଅନ୍ୟ ଏକ ତାରିଖକୁ କମିଟିର ବୈଠକକୁ ମୁଲତବୀ ରଖିପାରନ୍ତି ଏବଂ ଉପସ୍ଥିତ ସଦସ୍ୟମାନଙ୍କୁ ସୂଚିତ କରିବା ସହ ଅନ୍ୟ ସଦସ୍ୟମାନଙ୍କୁ ବିଜ୍ଞପ୍ତି କରିପାରନ୍ତି ଯେ , ଆହୂତ ବୈଠକର ପ୍ରସଙ୍ଗସୂଚୀ ଉପରେ ଆଗାମୀ ବୈଠକରେ କୋରମ ହେଉ ବା ନ ହେବ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ଆଗାମୀ ବୈଠକରେ ସଦସ୍ୟଗଣଙ୍କ ଭିତରୁ ଯିଏ ଯୋଗଦାନ କରନ୍ତୁ ବା ନକରନ୍ତୁ ସୂଚିତ ପ୍ରସଙ୍ଗମାନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ଆଇନ ସଙ୍ଗତ  ହେବ  ।

  • ସଂଖ୍ୟାଗରିଷ୍ଠ ମତ ମାଧ୍ୟମରେ ନିଷ୍ପତ୍ତି ଗ୍ରହଣ  :- କମିଟିର ଏକ ବୈଠକରେ ଆଲୋଚିତ ହେଉଥିବା ସମସ୍ତ ପ୍ରଶ୍ନ ଉପରେ ଉପସ୍ଥିତ ଥାଇ ଭୋଟ ଦେଉଥିବା ସଦସ୍ୟମାନଙ୍କର ସଂଖ୍ୟାଗରିଷ୍ଠ ମତ ବଳରେ ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ଯେଉଁସ୍ଥଳେ ଉଭୟ ପକ୍ଷର ଭୋଟ ସଂଖ୍ୟା ସମାନ ହେବ ସେପରି ସ୍ଥଳେ ଯଥାସ୍ଥିତି ଚେୟାରମାନ ଅଥବା ତାଙ୍କ ଉପସ୍ଥିତିରେ ବୈଠକରେ ସଭାପତିତ୍ଵ କରୁଥିବା ସଦସ୍ୟ ପରିବର୍ତ୍ତୀ ବା ନିଜସ୍ୱ ଭୋଟ ଗ୍ରହଣ କରିବେ   ।
  • ସବ- କମିଟି ସମୂହ :- ନିଜେ ଯଥୋଚିତ ମନେ କରୁଥିବା ଉଦ୍ଦେଶ୍ୟ ସାଧନ ପାଇଁ କମିଟି ଏକ ବା ଏକାଧିକ ସବ କମିଟି ଗଠନ କରିପାରନ୍ତି ଏବଂ ପ୍ରତି ସବ-କମିଟିର ସଦସ୍ୟଗଣଙ୍କୁ ନେଇ ଗଠିତ ହୋଇପାରେ ଅଥବା ପ୍ରତି ସବ- କମିଟିରେ ଆଂଶିକ ଭାବେ କମିଟିର ସଦସ୍ୟଗଣ ଏବଂ ଆଂଶିକ ଭାବେ କମିଟି ମତରେ ଉପଯୁକ୍ତ ବିବେଚିତ ହେଉଥିବା ଅନ୍ୟ ବ୍ୟକ୍ତିଗଣ ସଦସ୍ୟ ରହିପାରନ୍ତି ଏବଂ ଏଭଳି ଗଠିତ ଯେକୌଣସି ସବ- କମିଟି ସେହିସବୁ କାର୍ଯ୍ୟ ସଂପାଦାନ କରିବ ଯାହାକି କମିଟି ଦ୍ଵାରା ନ୍ୟସ୍ତ ହୋଇଯିବ   ।
  • ଧାରା ୧୧ ଅଧୀନରେ ରେଜିଷ୍ଟର ଅନୁରକ୍ଷଣ  :- (୧) ପ୍ରତି କାର୍ଯ୍ୟସ୍ଥଳର ପରିଚାଳକ ଫର୍ମ-ଏ ରେ ସେହିସବୁ ବାଳୁତମାନଙ୍କ ପାଇଁ ଏକ ରେଜିଷ୍ଟର ଅନୁରକ୍ଷଣ କରିବେ , ଯେଉଁମାନଙ୍କୁ ଶ୍ରମରେ ନିଯୁକ୍ତ କରାଯାଇଛି ଅଥବା ଶ୍ରମ କରିବା ପାଇଁ ଅନୁମତି ଦିଆଯାଇଛି   ।
  • ବାର୍ଷିକ ଭିତ୍ତିରେ ଏହି ରେଜିଷ୍ଟର ଅନୁରକ୍ଷିତ ହେବ , କିନ୍ତୁ ପରିଶେଷ ତଥ୍ୟ ଦରଜ ହେବା ତାରିଖରୁ ତିନିବର୍ଷ ସମୟ ଅବଧିପାଇଁ ଏହାକୁ ସମ୍ପୃକ୍ତ ନିଯୁକ୍ତିକର୍ତ୍ତାଙ୍କ ଦ୍ଵାରା ସାଇତା ରଖାଯିବ   ।
  • ବୟସ ସାର୍ଟିଫିକେଟ  :- (୧) ଯେଉଁସବୁ କିଶୋର ବ୍ୟକ୍ତି ଅନୁସୂଚିର ଭାଗ- ଏ ରେ ସୂଚିତ ହୋଇଥିବା କୌଣସି ଶ୍ରମକାର୍ଯ୍ୟରେ ଅଥବା ଅନୁସୂଚୀର ଭାଗ- ବି ରେ ସୂଚିତ ଥିବା ଶ୍ରମପ୍ରକ୍ରିୟାସମୂହ ପରିଚାଳିତ ହେଉଥିବା କୌଣସି କର୍ମଶାଳାରେ ନିଯୁକ୍ତ ହୋଇଥାନ୍ତି ବା ନିଯୁକ୍ତ ଚାହୁଁଥାନ୍ତି , ସେମାନେ ଜଣେ ଇନସ୍ପେକ୍ଟର ଚାହିଁବା ମତେ ତାଙ୍କ ନିକଟରେ ଯଥୋଚିତ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ସଂରୁହିତ ନିଜର ବୟସ ସାର୍ଟିଫିକେଟ ଦାଖଲ କରିବେ   ।
  • ଉପନିୟମ (୧) ରେ ସୂଚିତ ହୋଇଥିବା ବୟସ ସାର୍ଟିଫିକେଟ ଫର୍ମ “ ବି” ରେ ଇସୁ କରାଯିବ   ।
  • ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଉକ୍ତ ସାର୍ଟିଫିକେଟ ଇସୁ କରାଯିବା ବାବଦକୁ ପ୍ରଦେୟ ଅର୍ଥରାଶିର ପରିମାଣ ତାହାହିଁ ହେବ ଯାହାକି ଯଥାସ୍ଥିତି ରାଜ୍ୟ ସରକାର ବା କେନ୍ଦ୍ର ସରକାର ସେମାନଙ୍କ ମେଡିକାଲ ବୋର୍ଡଗୁଡିକ ପାଇଁ ବିହିତ କରିଥାନ୍ତି   ।
  • ଯେଉଁସବୁ କିଶୋରବ୍ୟକ୍ତିମାନଙ୍କ ବୟସ ନେଇ ବିବାଦ ଉପୁଜିଥିବ ସେମାନଙ୍କର ନିଯୁକ୍ତିକର୍ତ୍ତା ସମ୍ପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦେୟ ଅର୍ଥରାଶିକୁ ବହନ କରିବେ   ।

ସ୍ପଷ୍ଟୀକରଣ

ଉପନିୟମ (୧) ର ଉଦ୍ଦେଶ୍ୟାର୍ଥା ଯଥୋଚିତ ମେଡ଼ିକାଲ କର୍ତ୍ତୃପକ୍ଷ ରୂପେ ସେହି ବ୍ୟକ୍ତି ବିବେଚିତ ହେବେ , ଯେ କି ଏକ ଜିଲ୍ଲାର ସହକାରୀ ସିଭିଲ ସର୍ଜନ ପାହ୍ୟାରୁ ନିମ୍ନରେ ନଥିବା ଜଣେ ସରକାରୀ ମେଡ଼ିକାଲ ଅଫିସର ହୋଇଥିବେ ଅଥବା ରାଜ୍ୟ  କର୍ମଚାରୀ ବୀମା ଡାକ୍ତରଖାନାବା ହସପିଟାଲରେ ସମାନ ପାହ୍ୟା ବିଶିଷ୍ଟ ଜଣେ ନିୟମିତ ଡାକ୍ତର ଭାବେ କର୍ତ୍ତବ୍ୟରତ ଥିବେ   ।

ଫର୍ମ

ଫର୍ମ ”ଏ”

ଦ୍ରଷ୍ଟବ୍ୟ ନିୟମ ୧୬ (୧)

ବର୍ଷ ...............

ନିଯୁକ୍ତିକର୍ତ୍ତାଙ୍କ ନାମ ଓ ଠିକଣା ..................................................................କାର୍ଯ୍ୟସ୍ଥଳର ନାମ ........................................

ସଂସ୍ଥାଦ୍ଵାରା ସମ୍ପାଦିତ ହେଉଥିବା କାର୍ଯ୍ୟର ପ୍ରକୃତି ....................................................

କ୍ରମ ସଂଖ୍ୟା

ବାଳୁତର ନାମ

ପିତାର ନାମ

ଜନ୍ମ ତାରିଖ

ସ୍ଥାୟୀ ଠିକଣା

କେଉଁ ତାରିଖରୁ ସଂସ୍ଥାରେ ଯୋଗଦାନ କରିଛି

ଯେଉଁ କାର୍ଯ୍ୟରେ ନିଯୁକ୍ତ ହୋଇଛି ତାହା କେଉଁ କରିବାକୁ ପଡେ

ଦୈନିକ କେତେ ଘଣ୍ଟାର କାର୍ଯ୍ୟ କରିବାକୁ ପଡେ

ବିଶ୍ରାମ ପାଇଁ ବିରତିର ଅବଧି

ପଇଠ ହୋଇଥିବା ମଜୁରି ପରିମାଣ

ମନ୍ତବ୍ୟ

୧୦

୧୧

ଫର୍ମ “ବି”

ବୟସ ସାର୍ଟିଫିକେଟ

[ଦ୍ରଷ୍ଟବ୍ୟ – ନିୟମ ୧୭(୨)]

ସାର୍ଟିଫିକେଟ ସଂଖ୍ୟା :- ............................................ ମୁଁ ଏହାଦ୍ଵାରା ସ୍ବୀକୃତୀ ଦେଉଛି ଯେ , ମୁଁ ବ୍ୟକ୍ତିଗତ ଭାବେ (ନାମ)........................ ଯେ କି ............................... ର ଅଧିବାସୀ  ...............................ଙ୍କର ପୁତ୍ର/କନ୍ୟା ଅଟନ୍ତି , ତାଙ୍କୁ ପରୀକ୍ଷା କରିଛି ଏବଂ ତାହାର ବୟସ ଚଉଦବର୍ଷ ଅତିକ୍ରମ କରିସାରିଛି ଏବଂ ମୋଦ୍ଵାରା ସମ୍ପାଦିତ ପରୀକ୍ଷାରୁ ଯାହା ମୋଟାମୋଟି ନିଷ୍ପନ୍ନ ହୋଇଛି ତାହାହେଲା ତାଙ୍କର ବୟସ ହେଉଛି ................... ବର୍ଷ (ଅତିକ୍ରାନ୍ତ) ।

ତାଙ୍କର ପରିଚୟାତ୍ମକ ସନ୍ତକ ରୂପେ ଏଠାରେ ସ୍ଥାନିତ ହେଲା   .............................ବୃଦ୍ଧାଙ୍ଗୁଠି ଚାପ/ବାଳୁତର ସ୍ଵାକ୍ଷର .........................

ସ୍ଥାନ :.....................................

ତାରିଖ ...........................................                                                    ମେଡିକାଲ କର୍ତ୍ତୃପକ୍ଷ ପଦବୀ

ଆଧାର- ହିନ୍ଦ ମଜଦୂର ସଭା , ଓଡିଶା

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate