অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଳୁତଶ୍ରମ (ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ବିଲ ୨୦୧୨)

ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ବିଲ ୨୦୧୨

ଏହି ବିଲଟି ରାଜ୍ୟସଭାରେ ତଦାନୀନ୍ତଣ କେନ୍ଦ୍ରୀୟ ଶ୍ରମ ଓ ନିୟୋଜନ ମନ୍ତ୍ରୀ ମଲିକ୍କାଜ୍ଜୁନ ଖାର୍ଗେଙ୍କ ଦ୍ଵାରା ୪ ଡିସେମ୍ବର ୨୦୧୨ ରେ ପେଶ କରାଯାଇଥିଲା  ।  ଏହି ବିଲ କେତେକ ବୃତ୍ତିରେ ବାଳୁତ ଶ୍ରମକୁ ନିଷିଦ୍ଧ କରିବା ସହିତ ଆଉ କେତେକ ବୃତ୍ତିରେ ବାଳୁତ ନିୟୋଜନକୁ ନିୟନ୍ତ୍ରଣ ପାଇଁ କେତେକ ସର୍ତ୍ତାବଳୀର ପ୍ରସ୍ତାବନା କରିଥିଲେ   ।  ଏକଥା ଜଣାଶୁଣା  ଯେ  ୧୯୮୬ ଆଇନ ମଧ୍ୟ ୧୪ ବର୍ଷରୁ କମ ବାଳୁତମାନଙ୍କୁ କେତେକ ବୃତ୍ତିରେ ନିୟୋଜନକୁ ନିଷିଦ୍ଧ କରିଥିଲା, ଯଥା ଅଟୋମୋବାଇଲ କାମ , ବିଡି – ତାରି , କାର୍ପେଟ ,ବୁଣା ହସ୍ତ ଓ ଯନ୍ତ୍ରଚାଳିତ ବୟନଶିଳ୍ପ , ଖଣି ଓ ଗୃହକାର୍ଯ୍ୟ ଇତ୍ୟାଦି   ।  କିନ୍ତୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବାଳୁତ ଅଧିକାର ଆଇନ  ୨୦୦୯ ସହ ସଂଗତି ରଖିବାକୁ ଯାଇ ଏହି ବିଲ ସମସ୍ତ ବୃତ୍ତିରେ ୧୪ ବର୍ଷରୁ କମ ବାଳୁତମାନଙ୍କର ନିୟୋଜନକୁ ନିଷିଦ୍ଧ କରିବାକୁ ଚାହୁଁଛି   । କେବଳ ଏକମାତ୍ର ବ୍ୟତିକ୍ରମ ରୂପେ ଏହି ବିଲ ୧୪ ବର୍ଷରୁ କମ ବାଳୁତମାନଙ୍କୁ ସେହିସବୁ ଶ୍ରମରେ ନିଯୁକ୍ତିକୁ ଅନୁମୋଦନ କରିଛି , ଯେଉଁଠି ଏହି ବାଳୁତମାନେ ନିଜର ପିତାମାତାଙ୍କୁ ସାହାଯ୍ୟ କରିବାକୁ ଯାଇ ସ୍କୁଲରୁ ଫେରିବାପରେ କିଛି ଶ୍ରମ କରିଥାନ୍ତି   ।

ଏହି ବିଲ “ କିଶୋର” ନାମରେ ଏକ ନୂତନ ଗୋଷ୍ଠୀର ଅବତାରଣା କରିଛି  ।  କିଶୋର କହିଲେ ସେହିସବୁ ବାଳୁତ ଯେଉଁମାନଙ୍କର ବୟସ ୧୪ ରୁ ୧୮ ବର୍ଷ ଭିତରେ   ।  ବିନିର୍ଦ୍ଧିଷ୍ଟ ହୋଇଥିବା ବିପଜ୍ଜନକ ଶ୍ରମକ୍ଷେତ୍ରଗୁଡିକର (ଯଥା- ଖଣିକାର୍ଯ୍ୟ , ବିସ୍ପୋରକ ପ୍ରସ୍ତୁତି ଇତ୍ୟାଦି) ରେ ଏହି କିଶୋରମାନଙ୍କ ନିୟୋଜନକୁ ବିଲ ନିଷିଦ୍ଧ କରିଛି   ।  ବିପଜ୍ଜନକ ଶ୍ରମ ତାଲିକାରେ ଯୋଗବିଯୋଗ କରିବାର କ୍ଷମତା କେନ୍ଦ୍ର ସରକାରଙ୍କର ରହିବ  ।  ବାଳୁତମାନଙ୍କୁ ଯେକୌଣସି ଶ୍ରମରେ ଏବଂ କିଶୋରମାନଙ୍କୁ ବିପଜ୍ଜନକ ଶ୍ରମରେ ନିଯୁକ୍ତ କରିବାର ଅପରାଧ ପାଇଁ ଦଣ୍ଡବିଧାନକୁ ବୃଦ୍ଧି କରାଯାଇଛି   ।  ବାଳୁତମାନଙ୍କୁ ଶ୍ରମରେ ନିଯୁକ୍ତ କରିବାର ଅପରାଧ ପାଇଁ ପ୍ରଥମେ ଦଣ୍ଡବ୍ୟବସ୍ଥା ଥିଲା  ୩ ମାସରୁ ୧ ବର୍ଷ , ଯାହାକି ୬ ମାସରୁ ୨ ବର୍ଷକୁ ବୃଦ୍ଧିପ୍ରାପ୍ତ ହୋଇଛି  । ସେହିପରି ଜେଲ ପରିବର୍ତ୍ତେ ପ୍ରଥମେ ଜୋରିମାନା ପରିମାଣ ଥିଲା  ୧୦ ହଜାର ରୁ ୨୦ ହଜାର ଟଙ୍କା , ଯାହାକି ୨୦ ହଜାରରୁ  ୫୦ ହଜାର ଟଙ୍କାକୁ ବୃଦ୍ଧିପ୍ରାପ୍ତ ହୋଇଛି ଏବଂ ବିଲରେ କୌଣସି ଗୋଟିଏ ଦଣ୍ଡ ବା ସ୍ଥଳବିଶେଷରେ ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି   ।  ପୁଣି ଦଣ୍ଡବ୍ୟବସ୍ଥା ହୋଇଛି ୬ ମାସରୁ  ୨ ବର୍ଷ ପର୍ଯ୍ୟନ୍ତ ଜେଲ ବା  ୨୦ ହଜାରରୁ  ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡ   ।

ଏହି ବିଲ ଅନୁଯାୟୀ ଆଇନର ବ୍ୟବସ୍ଥାବଳିକୁ କାର୍ଯ୍ୟକାରୀ କରିବାର କ୍ଷମତାବଳୀ ସରକାର ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପରେ ଅର୍ପଣ କରିପାରନ୍ତି   ।  ଏହାଛଡା ବାଳୁତ ଏବଂ କିଶୋରମାନଙ୍କୁ ଶ୍ରମରେ ନିୟୋଜନକୁ ନିଷେଧ କରିବା ଉଦ୍ଦେଶ୍ୟରେ ସରକାର ସମାୟାନ୍ତରରେ ସମ୍ପୃକ୍ତ ଶ୍ରମସ୍ଥଳ ଗୁଡିକକୁ ଇନସ୍ପେକ୍ଵନ କରିପାରନ୍ତି   ।

ବାଳୁତ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୨ ଉପରେ ସଂସଦୀୟ ଷ୍ଟାଡିଙ୍ଗ କମିଟି

ବାଳୁତ ଶ୍ରମ ସଂଶୋଧନ ବିଲ ରାଜ୍ୟସଭାରେ  ୪ ଡିସେମ୍ବର ୨୦୧୨ ରେ ପେଶ ହେବା ପରେ ଏହାକୁ ଶ୍ରମ ବିଭାଗର  ଷ୍ଟାଡିଙ୍ଗ କମିଟିଙ୍କ ଅନୁଧ୍ୟାନ ପାଇଁ ପଠାଇ ଦିଆଯାଇଥିଲା   ।  ଏହାପରେ ତା  ୧୨ ଡିସେମ୍ବର ୨୦୧୨ ରେ ଲୋକସଭା ବୁଲେଟିନରେ ଏହା ପ୍ରକାଶ ପାଇବାର  ୩ ମାସ ଭିତରେ କମିଟି ନିଜର ରିପୋର୍ଟ ଦାଖଲ କରିବେ ବୋଲି ଧାର୍ଯ୍ୟ କରାଗଲା   ।  କିନ୍ତୁ କମିଟି ୧୩ ଡିସେମ୍ବର ୨୦୧୩ ରେ ନିଜର ରିପୋର୍ଟ ଦାଖଲ କରିଥିଲେ   । କମିଟିର ଅଧ୍ୟକ୍ଷ ଥିଲେ ସାଂସଦ ଦାରା ସିଂହ ଚୌହାନ  ।

ସଂଶୋଧନ ବିଲ ପଛରେ ଭାରତର ତାଗିତ

ଷ୍ଟାଡିଙ୍ଗ କମିଟି ତାଙ୍କ ରିପୋର୍ଟରେ ଅଧ୍ୟାୟ-୧ ରେ ସଂଶୋଧନ ବିଲ ଆଣିବା ପଛରେ ଭାରତୀୟ ରାଷ୍ଟ୍ରର ଉଭୟ ଆଭ୍ୟନ୍ତରୀଣ ଓ ଅନ୍ତର୍ଜାତିକ ତାଗିତ ବିଷୟରେ ସବିଶେଷ ଚର୍ଚ୍ଚା କରିଛନ୍ତି , ଯାହାକି ଏଠାରେ ସଂକ୍ଷେପରେ ସୂଚିତ କରାଯାଉଛି   । ଶିଶୁଶ୍ରମ (ନିଷିଦ୍ଧ ଓ ନିୟନ୍ତ୍ରଣ) ଆଇନ ୧୯୮୬ ଚଉଦବର୍ଷ ପର୍ଯ୍ୟନ୍ତ ବାଳୁତଙ୍କୁ କେବଳ ବିପଜ୍ଜନକ ଶ୍ରମରେ ନିୟୋଜନକୁ ନିଷେଧ କରିଛି ,  କିନ୍ତୁ ଅନ୍ୟ ଧରଣର ଶ୍ରମରେ ନିୟୋଜନକୁ ଅନୁମତି ଦେଇଛି   ।  ଅଥଚ ଶିକ୍ଷା ଅଧିକାର ଆଇନ ୨୦୦୯ ର ଉଦ୍ଦେଶ୍ୟ ହେଲା ,  ଚଉଦବର୍ଷ ସମାପ୍ତି କରିନଥିବା ସମସ୍ତ ବାଳୁତଙ୍କୁ ମୌଲିକ ଶିକ୍ଷା ପ୍ରଦାନ କରିବା   ।  ସୁତରାଂ ଚଉଦବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତ କିପରି ଶ୍ରମକ୍ଷେତ୍ରକୁ ନଯାଇ ସ୍କୁଲକୁ ଯିବେ , ସେଥିପାଇଁ ଶିଶୁଶ୍ରମ ଆଇନ ୧୯୮୬ ର ସଂଶୋଧନ ଜରୁରୀ ହେଲା   ।

କମିଟି ପୁଣି କହିଛନ୍ତି, ଭାରତ ହେଉଛି ଅନ୍ତର୍ଜାତିକ ଶ୍ରମ ସଂଗଠନ (ଆଇ.ଏଲ. ଓ ) ର ଜଣେ ପ୍ରତିଷ୍ଠାତା ସଦସ୍ୟ ।  କିନ୍ତୁ ଶିଶୁଶ୍ରମ  ସଂକ୍ରାନ୍ତରେ ଆଇ.ଏଲ. ଓ ର ଦୁଇଟି କନଭେନସନକୁ  ଭାରତ ଏ ପର୍ଯ୍ୟନ୍ତ ଅଙ୍ଗୀକାର(ରାଟିଫିକେସନ) କରିନାହିଁ  । ଗୋଟିଏ ହେଲା ନିଯୁକ୍ତିପାଇଁ ନ୍ୟୁନତମ ବୟସ କନଭେନସନ , ସଂଖ୍ୟା -୧୩୮ (୧୯୭୩), ଯେଉଁତିରେ କୁହାଯାଇଛି , ଗୋଟିଏ ପିଲା ଶ୍ରମକ୍ଷେତ୍ରକୁ ପ୍ରବେଶ କରିବାର ବୟସ କେବେ ବି ସ୍କୁଲ ଶିକ୍ଷା ସମାପ୍ତ କରିବାର ବୟସ ଠାରୁ କମ ହେବନି  ।  କିନ୍ତୁ ଉପରେ ସୂଚିତ ହୋଇଛି , ବର୍ତ୍ତମାନର କାନୁନୀ ଅନୁଯାୟୀ  ୧୪ ବର୍ଷ ଟପି  ନଥିବା ବାଳୁତଙ୍କୁ ଅଣ- ବିପଜ୍ଜନକ ଶ୍ରମରେ ନିଯୁକ୍ତ କରିହେବ   ।  ଏହି କରଣରୁ ଭାରତ ଉକ୍ତ କନଭେନସନ ସଂଖ୍ୟା-୧୩୮ କୁ ଏଯାବତ ଅଙ୍ଗୀକାର  କରିନାହିଁ    ।  ଅନ୍ୟଟି ହେଲା , ଘୃଣ୍ୟତମ ବାଳୁତଶ୍ରମର ନିଷେଧ ଏବଂ ଏହାର ନିରାକରଣ ଉଦ୍ଦେଶ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ଧିଷ୍ଟ ଆଇ ଏଲ ଓ କନଭେନସନ (ସଂଖ୍ୟା ୧୮୨),୧୯୯୯, ଯେଉଁଥିରେ କୁହାଯାଇଛି ,୧୮ ବର୍ଷ ସମାପ୍ତ କରିନଥିବା କୌଣସି ବାଳୁତଙ୍କୁ ବିପଜ୍ଜନକ ଶ୍ରମରେ ନିଯୁକ୍ତ କରାଯିବ ନାହିଁ  ।  କିନ୍ତୁ ଭାରତରେ ବର୍ତ୍ତମାନ ପ୍ରଚଳିତ ଥିବା ଶିଶୁଶ୍ରମ ଆଇନ ୧୯୮୬ ଅନୁଯାୟୀ ୧୪ ବର୍ଷ ସମାପ୍ତ କରିଥିବା ବାଳୁତମାନଙ୍କୁ ବିପଜ୍ଜନକ ଶ୍ରମରେ ନିଯୁକ୍ତ କରିହେବ   ।  ଏହି କରଣରୁ ଭାରତ କନଭେନସନ ସଂଖ୍ୟା-୧୨୮ କୁ ଏଯାବତ ଅଙ୍ଗୀକାର କରିନାହିଁ   ।  ସୁତରାଂ ବର୍ତ୍ତମାନ ଶିଶୁଶ୍ରମ ଆଇନକୁ ସଂଶୋଧନ କରାଯିବା ଦରକାର ପଡୁଛି, ଯାହା ଫଳରେ  ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାଳୁତଙ୍କୁ କୌଣସି ପ୍ରକାର ଶ୍ରମକ୍ଷେତ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ଏବଂ  ୧୪ ରୁ ୧୮ ବର୍ଷ ଭିତରେ ବାଳୁତମାନଙ୍କୁ ବିପଜ୍ଜନକ ଶ୍ରମରେ ପ୍ରବେଶକୁ ନିଷିଦ୍ଧ କରାଯିବ ତଥା ଅଣବିପଜ୍ଜନକ ଶ୍ରମରେ ସେମାନଙ୍କର ନିଯୁକ୍ତିର ସର୍ତ୍ତାବଳୀକୁ ନିୟନ୍ତ୍ରଣ କରାଯିବ   ।  ଏହା ହୋଇପାରିଲେ ଭାରତ ଉପରୋକ୍ତ ଦୁଇଟି ଅନ୍ତର୍ଜାତିକ କନଭେନସନକୁ ଅଙ୍ଗୀକାର କରିପାରିବ   ।

ସରକାରୀ ବିଲ ୨୦୧୨ ର ସାରାଂଶ

କେନ୍ଦ୍ର ସରକାରଙ୍କ ତରଫରୁ ପେଶ ହୋଇଥିବା ବାଳୁତ ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୨ ସହିତ ତଦାନୀନ୍ତନ ମନ୍ତ୍ରୀ ଏକ “ ଉଦ୍ଦେଶ୍ୟ ଓ ଯଥାର୍ଥତା ବୟାନ “ ଉପସ୍ଥାପନ କରିଥିଲେ , ଯେଉଁଥିରେ ବିଲର ବ୍ୟବସ୍ଥାବଳୀ ସଂବନ୍ଧରେ ସଂକ୍ଷିପ୍ତ ସୂଚନା ଦିଆଯାଇଛି  ।

  • ପ୍ରଥମତଃ ମୂଳ ଆଇନର ଧାରା-୨ ରେ ନୂଆ କରି “ କିଶୋର” ଶବ୍ଦର ସଂଜ୍ଞାୟନ କରି କୁହାଯାଇଛି , କିଶୋର ହେଉଛି ସେହି ବ୍ୟକ୍ତି ଯେ କି ୧୪ ବର୍ଷ ସମାପ୍ତ କରିଛି କିନ୍ତୁ  ୧୮ ବର୍ଷ ସମାପ୍ତ କରିନାହିଁ   ।  ଏହା ସହିତ ଶିଶୁ ର ସଂଜ୍ଞା ହେଉଛି , ସେହି ବ୍ୟକ୍ତି ଯେ କି ଚଉଦ ବର୍ଷ ସମାପ୍ତ କରି ନ ଥିବ ଅଥବା ଯେଉଁ ବୟସରେ ଶିକ୍ଷା ଅଧିକାର ଆଇନ  ୨୦୦୯ ଅନୁଯାୟୀ ମାଗଣା ଓ ବାଧ୍ୟତାମୂଳକ ସାଇକ୍ଷ ହାସଲ କରିଥିବ – ଏ ଦୁଇଟି ଭିତରୁ ଯେଉଁ ବୟସଟି ଅଧିକ ହୋଇଥିବ , ସେହି ବୟସର ବାଳୁତକୁ “ଶିଶୁ” କୁହାଯିବ   ।
  • ଦ୍ଵିତୀୟତଃ  ଧାରା -୩ରେ ସମସ୍ତ ଶିଶୁ (ଚଉଦବର୍ଷ ପର୍ଯ୍ୟନ୍ତ) ଙ୍କୁ ଶ୍ରମକାର୍ଯ୍ୟ ଓ ଶ୍ରମକ୍ରିୟାରେ ନିୟୋଜନକୁ ନିଷିଦ୍ଧ କରାଯାଇଛି , କେବଳ  ଗୋଟିଏ ବ୍ୟତିକ୍ରମ ସୂଚୀ ହୋଇଛି   ।  ସେହି ବ୍ୟତିକ୍ରମଟି ହେଲା , ଯଦି ପିଲାଟି ସ୍କୁଲରୁ ଫେରିବା ପରେ ତା ପରିବାରକୁ ସାହାଯ୍ୟ କରିବାକୁ ଯାଇ କୌଣସି ଶ୍ରମ କରେ ଅଥବା କ୍ଷେତରେ , ଘରକମରେ ଓ ବନଜାତ ଦ୍ରବ୍ୟ ସଂଗ୍ରହ କରିବାରେ ପରିବାରକୁ ସାହାଯ୍ୟ କରେ , ଅଥବା ଛୁଟି ସମୟରେ କୌଣସି ବୈଷୟିକ ପ୍ରତିଷ୍ଠାନରେ ଶିକ୍ଷାଲାଭ ପାଇଁ ଯୋଗଦେଇଥାଏ  , କିନ୍ତୁ ଯଦି ସମ୍ପୃକ୍ତ ବୈଷୟିକ ପ୍ରତିଷ୍ଠାନରେ ଜଣେ ଅଧସ୍ଟ୍ଯାନ ଶ୍ରମିକ ଭାବେ କାର୍ଯ୍ୟ କରିବାକାଉ ପଡୁଥାଏ ଅଥବା ଘରେ ସମ୍ପାଦିତ ହେଉଥିବା କାର୍ଯ୍ୟ ବାହାର ସୂତ୍ରରୁ ବରାଦ ଦିଆଯାଇଥାଏ  , ତେବେ ସେଭଳି କାର୍ଯ୍ୟ ବା ସାହାଯ୍ୟକୁ ବ୍ୟତିକ୍ରମ ଭାବେ ବିବେଚନା କରାଯିବ ନାହିଁ   ।
  • ତୃତୀୟତଃ  ଏହି ବିଲ ସହିତ ସଂଲଗ୍ନ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ହୋଇଥିବା ବିପଜ୍ଜନକ ପେସା ଏବଂ ଶ୍ରମପ୍ରକ୍ରିୟାରେ କିଶୋରମାନଙ୍କ ନିୟୋଜନକୁ ନିଷିଦ୍ଧ କରିବା ପାଇଁ ଏକ ନୂଆ କରି ଧାରା  ୩(ଏ) ଭର୍ତ୍ତି କରାଯିବ  ।
  • ଚତୁର୍ଥତଃ ଧାରା-୪ ର ସଂଶୋଧନ କରାଯାଇ ଉକ୍ତ ଅନୁସୂଚୀରେ ବିପଜ୍ଜନକ ପେସା ଓ ଶ୍ରମପ୍ରକ୍ରିୟାର ଯେଉଁ ତାଲିକା ଦିଆଯାଇଛି , ସେଥିରେ ଯୋଗବିୟୋଗ କରିବାର କ୍ଷମତା କେନ୍ଦ୍ର ସରକାରଙ୍କଠାରେ ନ୍ୟସ୍ତ କରାଯାଇଛି   ।
  • ପଞ୍ଚମତଃ :- ଆଇନର ଭାଗ-୩ (ଧାରା -୬ ରୁ ୧୩ – ଯେଉଁ ପରିସ୍ଥିତିରେ ବାଳୁତମାନେ ଶ୍ରମ କରନ୍ତି, ତହିଁର ନିୟନ୍ତ୍ରଣ) କୁ ବାଦ ଦିଆଯିବ , କାରଣ ଚଉଦ ବର୍ଷ ଅତିକ୍ରମ କରିନଥିବା ଶିଶୁମାନଙ୍କୁ ସମସ୍ତ ପ୍ରକାର ପେସା ବା ଶ୍ରମପ୍ରକ୍ରିୟାରେ ନିଯୋଜନକୁ ବିଲରେ ନିଷିଦ୍ଧ କରାଯାଇଛି   ।
  • ଷଷ୍ଠତଃ ଧାରା ୧୪ (୧)କୁ ସଂଶୋଧନ କରାଯାଇ ଦଣ୍ଡର ପରିମାଣକୁ ବୃଦ୍ଧି କରାଯିବ   ।  ବର୍ତ୍ତମାନ ଧାରା-3 ର ଉଲ୍ଲଂଘନ ପାଇଁ ଦଣ୍ଡ ହେଉଛି , ସର୍ବନିମ୍ନ ତିନିମାସରୁ ସର୍ବାଧିକ ଏକବର୍ଷ ଜେଲ କିମ୍ବା ସର୍ବନିମ୍ନ ଏକ ହଜାର ଟଙ୍କାରୁ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା  ।  ବିଲରେ ପ୍ରସ୍ତାବିତ ଦଣ୍ଡ ହେଉଛି ସର୍ବନିମ୍ନ “ଛ” ମାସରୁ ସର୍ବାଧିକ ଦୁଇବର୍ଷ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଜେଲ ଏବଂ ଜୋରିମାନା  ।  କିନ୍ତୁ ଯେଉଁସ୍ଥଳେ ସମ୍ପୃକ୍ତ ପିଲାର ବାପାମାଆ ଓ ଅଭିଭାବକ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସେମାନଙ୍କର ପିଲାକୁ ଶ୍ରମରେ ନିଯୋଜନ ପାଇଁ ଛାଡିଥିବେ, ସେହି ସ୍ଥିତିକୁ ବାଦ ଦେଲେ ସମ୍ପୃକ୍ତ ବାପାମାଆ ବା ଅଭିଭାବକ ବିରୋଧରେ ଦଣ୍ଡବିଧାନ ଲାଗୁହେବ ନାହିଁ  ।
  • ସପ୍ତମତଃ ଧାରା  ୧୪ ରେ ଏକ ନୂଆ ଉପଧାରା (୧ ଏ) ଯୋଡାଯିବ ଯେଉଁଥିରେ କୌଣସି କିଶୋରକୁ ବିପଜ୍ଜନକ ଶ୍ରମରେ ନିଯୋଜନ ପାଇଁ ଦଣ୍ଡ ଲାଗୁହେବ  ।  ଏହି ଦଣ୍ଡ ହେବ –ସର୍ବନିମ୍ନ ଛ ମାସରୁ ସର୍ବାଧିକ ଦୁଇବର୍ଷ ଜେଲ କିମ୍ବା ସର୍ବନିମ୍ନ ୨୦ ହଜାର ଟଙ୍କାରୁ ସର୍ବାଧିକ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଜେଲ ଏବଂ ଜୋରିମାନା ।  କିନ୍ତୁ ଯେଉଁସ୍ଥଳେ ସମ୍ପୃକ୍ତ ପିଲାର ବାପାମାଆ ବା ଅଭିଭାବକ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ସେମାନଙ୍କର ପିଲାକୁ ଶ୍ରମରେ ନିଯୋଜନ ପାଇଁ ଛାଡିଥିବେ , ସେହି ସ୍ଥିତିକୁ ବାଦ ଦେଲେ ସମ୍ପୃକ୍ତ ବାପାମାଆ ବା ଅଭିଭାବକଙ୍କ ବିରୋଧରେ ଦଣ୍ଡବିଧାନ ଲାଗୁହେବ ନାହିଁ  ।
  • ଅଷ୍ଟମତଃ ଧାରା ୧୪(୨)ର ସଂଶୋଧନ କରାଯିବ,ଯାହା ବଳରେ ଜଣେ ଦୋଷୀ-ସାବ୍ୟସ୍ତ ବ୍ୟକ୍ତି ପୁନରାୟ ଅପରାଧ କଲେ ତାଙ୍କ ବିରୋଧରେ ବର୍ତ୍ତମାନ ତୁଳନାରେ ବର୍ଦ୍ଧିତ ଦଣ୍ଡବିଧାନ କରାଯାଇପାରିବ   ।  ବର୍ତ୍ତମାନର ଦଣ୍ଡ ହେଉଛି ସର୍ବନିମ୍ନ ୬ ମାସରୁ ସର୍ବାଧିକ ୨ ବର୍ଷ ଜେଲ , ଯାହାକୁ ସର୍ବନିମ୍ନ ୧ ବର୍ଷରୁ ସର୍ବାଧିକ ୩ ବର୍ଷ ଜେଲକୁ ବୃଦ୍ଧି କରାଯିବ  ।
  • ନବମତଃ ନୂଆ କରି ଧାରା ୧୪ ଏ ଯୋଡାଯିବ , ଯାହା ଅନୁଯାୟୀ ଫୌଜଦାରୀ କାର୍ଯ୍ୟବିଧି ସଂହିତା ୧୯୭୩ ରେ ଯାହା କିଛି ସ୍ଥାନିତ ଥାଉନା କାହିଁକି , ପ୍ରସ୍ତାବିତ ଆଇନ ର ଏକ ଅପରାଧକୁ ଧର୍ତ୍ତବ୍ୟ ବୋଲି ବିବେଚନା କରାଯିବ   ।
  • ଦଶମତଃ ପ୍ରଚଳିତ ଆଇନର ଧାରା  ୧୪ ଅଧୀନସ୍ଥ ଉପଧାରା (୩)ରେ କ୍ଲଜ (ଏ) ଏବଂ (ବି) ରେ ବ୍ୟବସ୍ଥାବଳିକୁ ବାଦ ଦିଆଯିବ   । ଏହାର କାରଣ , ଚଉଦ ବର୍ଷ ଟପି ନ ଥିବା ସମସ୍ତ ଶିଶୁଙ୍କୁ କୌଣସି ପ୍ରକାର ଶ୍ରମରେ ନିୟୋଜନକୁ ପ୍ରସ୍ତାବିତ ଆଇନରେ ନିଷିଦ୍ଧ କରାଯାଇଛି   ।
  • ଦ୍ଵାଦଶତଃ : ନୂଆ କରି ଧାରା  ୧୭ ବି ଯୋଡାଯିବ , ଯାହାର ଉଦ୍ଦେଶ୍ୟ ହେଲା ଯେଉଁଠି ଶିଶୁଶ୍ରମର ନିଯୋଜନକୁ ବାରଣ କରାଯାଇଛି ଅଥବା ବିପଜ୍ଜନକ ପେସା ବା ଶ୍ରମପ୍ରକ୍ରିୟାକୁ ବାରଣ କରାଯାଇଛି , ସେସବୁ ସ୍ଥାନକୁ ଯଥୋଚିତ ସମୟାନ୍ତରରେ ଇନସ୍ପେକ୍ବନ କରିବା ତଥା ଆଇନର ବ୍ୟବସ୍ଥାବଳି ସମ୍ବନ୍ଧିତ ସମସ୍ୟାବଳି ଉପରେ ନଜର ରଖିବା ପାଇଁ ସମୁଚିତ ସରକାରଙ୍କୁ କ୍ଷମତାପ୍ରାପ୍ତ କରାଇବା   ।

ତ୍ରୟୋଦଶତଃ ସମସ୍ତ ଶିଶୁଙ୍କୁ ଯେ କୌଣସି ଧାରଣର ଶ୍ରମରେ ତଥା କିଶୋରମାନଙ୍କୁ ବିପଜ୍ଜନକ ପେସା ଓ ଶ୍ରମକ୍ରିୟାରେ ନିଯୋଜନକୁ ନିଷିଦ୍ଧ କରାଯାଇଥିବାରୁ ପ୍ରଚଳିତ ଆଇନର ଅନୁସୂଚି ପରିବର୍ତ୍ତେ ଏକ ନୂତନ ଅନୁସୂଚି ଭର୍ତ୍ତି ହେବ   ।

 

  • ଚତୁର୍ଦଶତଃ,ବିଲର ଧାରା-୩ ଏ ଅନୁଯାୟୀ ବିଲରେ ସଂଲଗ୍ନ ଅନୁସୂଚୀରେ କେବଳ ତିନୋଟି ବିଷୟ ରହିଛି , ଯଥା ,(୧)ଖଣି ସମୂହ,(୨)ବାହ୍ୟ ସାମଗ୍ରୀ ବା ବିସ୍ପୋରକ ଇତ୍ୟାଦି ,(୩)ବିପଜ୍ଜନକ ଶ୍ରମପ୍ରକ୍ରିୟା   । ଏଥିରେ ଏକ ସ୍ପଷ୍ଟୀକରଣ ଯୋଡା ଯାଇ କୁହାଯାଇଛି ଯେ” ବିପଜ୍ଜନକ ପ୍ରକ୍ରିୟା” ର ଅର୍ଥ ତାହା ହିଁ ହେବ , ଯାହା କି କାରଖାନାସମୂହ ଆଇନ ୧୯୪୮ ର ଧାରା ୨(ସିବି)ରେ ସ୍ଥାନିତ କରାଯାଇଛି , ଏଠାରେ ଉଲ୍ଲେଖନୀୟ , ଉକ୍ତ ୧୯୪୮ ଆଇନରେ  “ବିପଜ୍ଜନକ ପ୍ରକ୍ରିୟା “ କୁ ନିମ୍ନମତେ ସଂଜ୍ଞାୟନ କରାଯାଇଛି   ।

 

  • “ ବିପଜ୍ଜନକ ପ୍ରକ୍ରିୟା” ର ଅର୍ଥ ଆଇନର ପ୍ରଥମ ଅନୁସୂଚୀରେ ବିନିର୍ଦ୍ଧିଷ୍ଟ ହୋଇଥିବା ମତେ ଏକ ଶିଳ୍ପସଂସ୍ଥା ସମ୍ପର୍କିତ କୌଇନଶୀ ଏକ ପ୍ରକ୍ରିୟା ବା କାର୍ଯ୍ୟ, ଯେଉଁଠି ବିଶେଷ ଯତ୍ନ ଅଭାବରୁ ସେଠାରେ ବ୍ୟବହୃତ କଞ୍ଚାମାଲ କିମ୍ବା ମଧ୍ୟବର୍ତ୍ତୀ ବା ପରିଶେଷ ଉତ୍ପାଦ,ଉପ-ଉତ୍ପାଦ , ବର୍ଜ୍ୟ ବା ନିଷ୍କାସିତ ବସ୍ତୁ (୧) ସେହି ପ୍ରକ୍ରିୟାରେ ଜଡିତ ବା ସମ୍ପର୍କିତ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସବିଶେଷ କ୍ଷତି ଘଟାଇଥାଏ  ,ବା (୨) ସାଧାରଣ ପରିବେଶର ପ୍ରଦୂଷଣ ଘଟାଇଥାଏ  , ପରନ୍ତୁ ରାଜ୍ୟ ସରକାର ଗେଜେଟରେ ବିଜ୍ଞପ୍ତି ବଳରେ ପ୍ରଥମ ଅନୁସୂଚିରେ ସ୍ଥାନ ପାଇଥିବା ଶିଳ୍ପ ତାଲିକାକୁ ଅଦଳବଦଳ କରିପାରନ୍ତି   ।

 

ଷ୍ଟାଡିଙ୍ଗ କମିଟିଙ୍କ ସୁପାରିସ :-

କମିଟି ତାଙ୍କ ରିପୋର୍ଟରେ ଉକ୍ତ ବିଲ ଉପରେ ଯେଉଁ ସୁପାରିସ ମାନ ଦେଇଥିଲେ ତହିଁର ପ୍ରମୁଖ ବ୍ୟବସ୍ଥାମାନ ଏଠାରେ ଉଲ୍ଲେଖଯୋଗ୍ୟ   ।

  • ଯଦିଓ ବିଲର ଅନ୍ୟତମ ଉଦ୍ଦେଶ୍ୟ ହେଉଛି କିଶୋରମାନଙ୍କୁ ଶ୍ରମରେ ନିଯୋଜନକୁ ନିୟନ୍ତ୍ରଣ , କିନ୍ତୁ ବିଲରେ ଏହାକୁ ନେଇ କୌଣସି ବ୍ୟବସ୍ଥାବଳି ସୂଚିତ ହୋଇନାହିଁ   । ତେଣୁ ଏ ବିଷୟରେ ତଥା କିଶୋରର ବୟସକୁ ନେଇ ସମ୍ଭାବ୍ୟ ବିବାଦର ମୀମାଂସା ପାଇଁ ବିଲରେ ବ୍ୟବସ୍ଥା ହେବା ବିଧେୟ  ।
  • କିଶୋରମାନେ ସେମାନଙ୍କର ମୌଳିକ ଶିକ୍ଷା ସମାପ୍ତ କଲାପରେ ସେମାନଙ୍କୁ କୌଣସି ବୃତ୍ତିରେ ନିୟୋଜନ ପାଇଁ ଅନୁମତି ଦିଆଯାଇପରେ   ।
  • ବିଭିନ୍ନ ଆଇନରେ ବାଳୁତର ବୟସ ଭିନ୍ନ ଭିନ୍ନ ଭାବେ ନିର୍ଧାରିତ ହୋଇଛି , ଯାହାଫଳରେ ବିଭ୍ରାନ୍ତ ଉପୁଜିବା ସ୍ଵାଭାବିକ  ।  ଏହା ଉପରେ ସବିଶେଷ ବିଚାର ଆବଶ୍ୟକ   ।
  • ସ୍କୁଲରୁ ଫେରିବା ପରେ ବାଳୁତମାନେ ସେମାନଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରମରେ ନିୟୋଜିତ ହୋଇପାରନ୍ତି ବୋଲି ଯେଉଁ ବ୍ୟବସ୍ଥା ବିଲରେ ଅଛି,ତହିଁର କୌଣସି ଆବଶ୍ୟକତା ନାହିଁ   ।
  • ବିପଜ୍ଜନକ ଶ୍ରମ-ପ୍ରକ୍ରିୟାର ସଂଜ୍ଞା ଅଧିକ ପ୍ରଶସ୍ତ କରାଯାଇ ତହିଁରେ ଅନ୍ୟ ସେହିସବୁ ଶ୍ରମ –ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇପାରେ , ଯାହାକି କିଶୋରମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଏବଂ ନୈତିକ ସ୍ଥିତିକୁ ବିପନ୍ନ କରିଥାଏ   ।
  • ଜଣେ ବାଳୁତକୁ ଶ୍ରମରେ ନିଯୁକ୍ତ କରିବାର ଅପରାଧ ପାଇଁ ଦଣ୍ଡବ୍ୟବସ୍ଥାକୁ ଅଧିକ କଠୋର କରିବା ପାଇଁ କମିଟି ପରାମର୍ଶ ଦେଇଛି ଏବଂ ବାଳୁତର ପିତାମାତା ଯଦି କୌଣସି ବ୍ୟବଶାୟିକ ମତଲବ ରଖି ସେମାନଙ୍କର ବାଳୁତଙ୍କୁ କୌଣସି ଶ୍ରମରେ ନିଯୋଜନ କରାଇଥାନ୍ତି ,ତେବେ ସେଥିପାଇଁ ସେମାନେ ଦଣ୍ଡିତ ହେବେ,ଅନ୍ୟଥା ହେବେ ନାହିଁ   ।
  • କିଶୋରମାନଙ୍କୁ ବିପଜ୍ଜନକ ଶ୍ରମରେ ନିୟୋଜିତର ଅପରାଧ ପାଇଁ ଦଣ୍ଡବ୍ୟବସ୍ଥା ଅଧିକ କଠୋର ହେବା ସହିତ ଏଭଳି ନିଯୋଜନକୁ ଅନୁମତି ଦେଉଥିବା ପିତାମତାଙ୍କ ପାଇଁ ମଧ୍ୟ ଦଣ୍ଡବ୍ୟବସ୍ଥା ଆବଶ୍ୟକ   ।
  • ପିତାମାତାମାନେ ଯେଉଁସବୁ କାରଣର ତାଗିତରୁ ସେମାନଙ୍କ ବାଳୁତଙ୍କୁ ଶ୍ରମକ୍ଷେତ୍ରକୁ ପଠାଇବା ପାଇଁ ବାଧ୍ୟ ହେଉଛନ୍ତି , ତାହାକୁ ଲାଘବ କରିବା ପାଇଁ ସରକାରଙ୍କର ପ୍ରୟାସ ଜାରିରହିଛି , କିନ୍ତୁ ସେଗୁଡିକର ସୁଫଳ ତଳସ୍ତରରେ ଆଖିଦୃଶିଆ ଭାବେ ପହଞ୍ଚିପାରିନି   ।  ତେଣୁ ଯେପରି ଏହି ସଫଳ  ତଳସ୍ତରରେ ଆଖିଦୃଶିଆ ଭାବେ ପହଞ୍ଚିପାରିନି   । ତେଣୁ ଯେପରି ଏହି ସୁଫଳ ସମ୍ପୃକ୍ତ ପିତାମାତାଙ୍କ ନିକଟରେ ପହଞ୍ଚିପାରିବ ସେ ଡ଼ିଆଇଜିରେ ସରକାର ଯତ୍ନବାନ ହେବା ବିଧେୟ   ।
  • ଆଇନର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସଜାଗତା ଓ ତଦାରଖ କମିଟି ର ଅଧକ୍ଷ ରୂପେ ଜିଲ୍ଲା ମାଜିଷ୍ଟ୍ରେଟ ପରିବର୍ତ୍ତେ ସ୍ଥାନୀୟ ଏମ ପି ଙ୍କୁ ଏହି ପଦ ନ୍ୟସ୍ତ କରାଯାଉ   ।
  • ଯେଉଁସବୁ ସ୍ଥାନରେ ବାଳୁତମାନଙ୍କୁ ଶ୍ରମ କରିବା ପାଇଁ ଅନୁମତି ଦିଆଯାଇଛି ବା ନିଷିଦ୍ଧ କରାଯାଇଛି , ସେଗୁଡିକ ନିୟମିତ ଭାବେ ଇନିସ୍ପେକ୍ଵନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ କ୍ଷମତା ଓ ଦାୟିତ୍ଵ ନ୍ୟସ୍ତ କରାଯାଉ  ।
  • ବାଳୁତ ଚାଲାଣ ଏବଂ ବାରବୁଲା ବାଳୁତ ଶ୍ରମିକ ପ୍ରସଙ୍ଗ ଉପରେ କେନ୍ଦ୍ରୀୟ ଶ୍ରମ ଓ ନିଯୋଜନମନ୍ତ୍ରଣାଳୟ କ୍ଷାମଖିଆଲ ଉତ୍ତରକୁ କମିଟି ନାପସନ୍ଦ କରିବା ସହିତ ପରାମର୍ଶ ଦେଇଛନ୍ତି ଯେ , ସମ୍ପୃକ୍ତ ସମସ୍ତ ମନ୍ତ୍ରଣାଳୟ ଏହା ଉପରେ ଏକ ମିଳିତ କାର୍ଯ୍ୟକୌଶଳ ପ୍ରଣୟନ କରିବା ଆବଶ୍ୟକ   ।
  • କମିଟିଙ୍କ ମତରେ ଉକ୍ତ ବିଲରେ ବାଳୁତମାନଙ୍କ ଉଦ୍ଧାର ଏବଂ ଥାଇଥାନ ପାଇଁ କୌଣସି ବ୍ୟବସ୍ଥା ନାହିଁ   ।     ସୁତରାଂ ସରକାର କୌଣସି ନିର୍ଦ୍ଧିଷ୍ଟ ମନ୍ତ୍ରଣାଳୟ ଉପରେ ଏଥିପାଇଁ ଦାୟିତ୍ଵ ନ୍ୟସ୍ତ କରିବା ପରିବର୍ତ୍ତେ ଏକ ନୂତନ ଜାତୀୟ ବାଳୁତ ଶ୍ରମ ନୀତି ପ୍ରଣଯନ କରିବା ଆବଶ୍ୟକ ଏବଂ ସମ୍ପୃକ୍ତ ବିଧିବିଧାନ , ପଲିଶି ତଥା ପ୍ରକଳ୍ପଗୁଡିକୁ କାର୍ଯ୍ୟରୂପ ଦେବା ପାଇଁ ଏକ ଯଥୋଚିତ ପ୍ରଶାସନିକ ବ୍ୟବସ୍ଥା ସେଥିରେ ସ୍ଥାନାୟତ ହେବା ଜରୁରୀ   ।

୨୦୧୨ ବିଲ ଉପରେ ମତାମତ ଆହ୍ଵାନ  :-

କେନ୍ଦ୍ର ସରକାରଙ୍କ ତର  ରୁ ତା ୧୬.୦୬.୨୦୧୪ ରେ ଏକ ବିଜ୍ଞପ୍ତି ଜାରି କରାଯାଇ ଶିଶୁଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ସଂଶୋଧନ ବିଲ ୨୦୧୨ ଉପରେ  ୩୦ ଦିନ ମଧ୍ୟରେ ସର୍ବସାଧାରଣ ମତାମତ ଆହ୍ଵାନ କରାଯାଇଥିଲା  ।  ଏହି ଆହ୍ଵାନ ପତ୍ରରେ  ୧୯୮୬ ଆଇନ ୨୦୧୨ ବିଲ , ଷ୍ଟାଣ୍ଡିଂ କମିଟିଙ୍କ ରିପୋର୍ଟ ତଥା ଏହି ରିପୋର୍ଟ ଉପରେ ଶ୍ରମ ମନ୍ତ୍ରଣାଳୟର ମତାମତ ସଂଲଗ୍ନ କରାଯାଇଥିଲା  ।  ପାର୍ଲିଆମେଣ୍ଟରେ ଏହି ବିଲ ଉପରେ ବିଧିବଦ୍ଧ ବିତର୍କ ହେବା ପୂର୍ବରୁ ଶିଶୁଶ୍ରମ ସମସ୍ୟାକୁ ନେଇ ଉଦବିଗ୍ନ ନାଗରିକ ସମାଜ ସବୁ ବିଷୟରେ ଦ୍ରୁଷ୍ଟିରେ ରାଖୀ ଶିଶୁଶ୍ରମ ଉପରେ ଏକ ଉପଯୁକ୍ତ ଆଇଆନ ପ୍ରଣୟନ ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ବାଞ୍ଛନୀୟ   ।

ଆଧାର- ହିନ୍ଦ ମଜଦୂର ସଭା , ଓଡିଶା

kk

Last Modified : 6/20/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate