অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା

  1. ଆଇନ୍ ର ଉଦ୍ଦେଶ୍ୟ
  2. ଯୋଜନା ଓ ଆଇନ୍ ମଧ୍ୟରେ ସମ୍ପର୍କ
  3. ପଞ୍ଜୀକରଣ
    1. ନାମ ପଞ୍ଜିକରଣ
    2. ପଞ୍ଜୀକରଣର ପ୍ରକ୍ରିୟା
  4. କେତୋଟି ସତର୍କ ସୂଚନା
    1. କାର୍ଯ୍ୟପତ୍ର ବା ଜବ୍ କାର୍ଡ
    2. କାମ ପାଇବାକୁ ହେଲେ ଦରଖାସ୍ତ ଦେବାକୁ ପଡିବ
  5. ନିଶ୍ଚିତ ରୋଜଗାର ଦିବସ ବିଷୟରେ କେତୋଟି ଜାଣିବା କଥା
  6. ଏନ୍ଆରଇଜିଏସ୍ ଶ୍ରମିକମାନଙ୍କୁ କାମ ଯୋଗିଦେବା ବିଧି
  7. ମଜୁରୀ ବ୍ୟବସ୍ଥା
    1. ବେରୋଜଗାର ଭତ୍ତା
  8. ଏନ୍ଆରଇଜିଏସ୍ ଅଧିନରେ ବାର୍ଷିକ ଯୋଜନା ପ୍ରସ୍ତୁତି
  9. ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ମୁଖ୍ୟ ସଂସ୍ଥା ଗୁଡିକର କାର୍ଯ୍ୟ
    1. ଗ୍ରାମସ୍ତରରେ
    2. ବ୍ଲକ ସ୍ତରରେ
    3. ଜିଲ୍ଲା ସ୍ତରରେ
  10. ବିଭିନ୍ନ ସ୍ତରରେ ଏନ୍.ଆଇ.ଜି.ଏସ୍ ର କାର୍ଯ୍ୟକାରିତାର ମନିଟରିଂ ପଦ୍ଧତି
  11. ଏନ୍.ଆର୍.ଇ.ଜି.ଏସ୍ ଅଧିନରେ ଗ୍ରାମ ପଞ୍ଚାୟତ ଗୁଡିକର ଭୂମିକା
  12. ଗ୍ରାମ ପଞ୍ଚାୟତ କିମ୍ବା ଅନ୍ୟ କାର୍ଯ୍ୟକାରୀ ସଂସ୍ଥା ଗୁଡିକ ରଖୁଥିବା ଗୁରୁତ୍ଵପୂର୍ଣ୍ଣ ରେକର୍ଡ ପତ୍ର
  13. କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୂମିକା
  14. ସାମାଜିକ ସମୀକ୍ଷା
  15. ଏନ୍.ଆର୍.ଇ.ଜି.ଏସ୍ ର ସଫଳତା ପାଇଁ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର ମାନଙ୍କ ଭୂମିକା
    1. ସରପଞ୍ଚଙ୍କ ଭୂମିକା

ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ସେପ୍ଟେମ୍ବର ୫ ,୨୦୦୫ ମସିହାରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମଦନ ଲାଭ କରି ସେହି ମାସ ୭ ତାରିଖରେ ସର୍ବସାଧାରଙ୍କନ ଅବଗତି ନିମନ୍ତେ ପ୍ରକାଶ କରାଗଲା । ପ୍ରଥମ ପର୍ଯ୍ୟାୟ ରେ ଏହି ଆଇନ ଦେଶର ୨୦୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୨୦୦୬ ଫେବୃଆରୀ ୨ ତାରିଖଠାରୁ ଏହି ଆଇନ୍ ୧୯ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଲା । ବର୍ତ୍ତମାନ ଏହା ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଛି ।

ଆଇନ୍ ର ଉଦ୍ଦେଶ୍ୟ

ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ ର ଉଦ୍ଦେଶ୍ୟ ହେଲା – ଗ୍ରାମାଞ୍ଚଳର ଯେକୌଣସି ପରିବାରର ଅଣକୁଶଳୀ କାମ କରିବାକୁ ଇଛୁକ ବୟସ୍କ ସଦସ୍ୟମାନଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ଅତିକମ୍ ରେ ୧୦୦ଦିନର କାମ ଯୋଗାଇ ଦେବା । ଏହା ଦ୍ଵାରା ଗ୍ରାମରେ ଉତ୍ପାଦନ କ୍ଷମ ସମ୍ପତ୍ତି ସୃଷ୍ଟି ହେବା ସହ ଗ୍ରାମ ଛାଡି ସହରକୁ ପଳାୟନ କରିବାକୁ ନିୟତ୍ରାଣ କରାଯାଇପାରିଥାଏ । ଏଥିସହ ସାମାଜିକ ସମାନତା ସୃଷ୍ଟି ଓ ଗ୍ରାମୀଣ ଆର୍ଥିକ ଉନ୍ନତି ହୋଇଥାଏ ।

  • କାମପାଇଁ ଚାହୁଁଥିବା ପ୍ରତ୍ୟେକ ପରିବାର ସେ ଦାରିଦ୍ର୍ୟ ସୀମାରେଖା ତଳେ ଥାଆନ୍ତୁ ବା ନଥାଆନ୍ତୁ,ସମସ୍ତଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯିବ ।
  • କାମ ଯୋଗାଇ ଦେବା ପାଇଁ ଆବେଦନ କରିବାର ତାରିଖ ଠାରୁ ୧୫ଦିନ ମଧ୍ୟରେ କାମ ଦିଆ ନଗଲେ,ଆଇନ୍ ର ବ୍ୟବସ୍ଥା ଅନୁସାରେ ଆବେଦକାରୀକୁ ରାଜ୍ୟ ବେରୋଜଗାର ଭତ୍ତା ଯୋଗାଇ ଦେବେ ।
  • ମଜୁରୀ ଯେଭଳି ଢଙ୍ଗରେ ଦିଆଯାଇଥାଏ,ସେହିଭଳି ବେରୋଜଗାର ଭତ୍ତା ମଧ୍ୟ ନିୟମିତ ଭାବେ ଦିଆଯିବ । ଗ୍ରାମପଞ୍ଚାୟତ ସ୍ତରରେ ରୋଜଗାର ଗ୍ୟାରେଣ୍ଟି ଦିବସରେ ସାପ୍ତାହିକ ଭିତ୍ତିରେ ଏଭଳି ବେରୋଜଗାର ଭତ୍ତା ଦିଆଯିବାକୁ ସୁପାରିଶ କରାଯାଇଛି ।
  • ଏହି ଆଇନ୍ ର ଧାରା ୨(୫)ଅନୁସାରେ ବେରୋଜଗାର ଭତ୍ତା ଦେୟ ଲାଗୁହେବାର ୧୫ ଦିନ ମଧ୍ୟରେ ଭତ୍ତା ପୈଠ କରାଯିବା ଉଚିତ ।
  • ଆଇନ୍ ର ଅନୁଚ୍ଛେଦ ୨ ଧାରା ୨୭ ଓ ୨୮ ଅନୁସାରେ କାର୍ଯ୍ୟକ୍ଷେତ୍ରରେ ଚିକିତ୍ସା ସହାୟତା,ପିଇବା ପାଣି,ବିଶ୍ରାମ ବ୍ୟବସ୍ଥା ଏବଂ କାର୍ଯ୍ୟସ୍ଥଳରେ ଶ୍ରମିକମାନଙ୍କ ୬ବର୍ଷରୁ କମ୍ ବଯସର ୫ ଜଣ ଶିଶୁ ଥିଲେ ସେମାନଙ୍କ ପାଇଁ କ୍ରେଚ୍ ବା ଶିଶୁଯତ୍ନ କେନ୍ଦ୍ରର ବ୍ୟବସ୍ଥା କାର୍ଯ୍ୟକାରୀ ସଂସ୍ଥା କରିବେ ।
  • କାର୍ଯ୍ୟ ସ୍ଥଳରେ ୬ବର୍ଷରୁ କମ୍ ବୟସ୍କ ୫ଜଣ ଶିଶୁ ଉପସ୍ଥିତ ଥିଲେ ସେମାନଙ୍କ ଯତ୍ନ ନେବାକୁ ଜଣେ ବ୍ୟକ୍ତି (ସାଧାରଣଭାବେ ମହିଳା) ଙ୍କୁ ନିଯୋଜିତ କରାଯିବ । ତାକୁ ଯଥାରୀତି ମଜୁରୀ ଦେବାର ବ୍ୟବସ୍ଥାକୁ କାର୍ଯ୍ୟକ୍ରମର ଖର୍ଚ୍ଚରେ ସାମିଲ କରାଯିବ ।
  • ସେହିପରି କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରାଣ ହରାଇଲେ କିମ୍ବା କାର୍ଯ୍ୟ କରୁଥିବା ସମୟରେ ସ୍ଥାୟୀ ରୂପରେ ଅକ୍ଷମ ହେଲେ,ତାଙ୍କୁ କାର୍ଯ୍ୟକାରୀ ସଂସ୍ଥା ତରଫରୁ ହଜାର ଟଙ୍କା ଅନୁଦାନ ରାଶି କିମ୍ବା ଏ ବାବଦରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ଅର୍ଥ ,ମୃତ ଶ୍ରମିକ କିମ୍ବା ଅକ୍ଷମ ଶ୍ରମିକଙ୍କ ଆଇନ ସଂଗତ ଉତ୍ତରାଧିକାରୀଙ୍କୁ ପ୍ରଦାନ କରାଯିବ ।
  • ଏହି ଆଇନ ବଳରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ,ଯିଏ କାମ କରିବେ ସେମାନଙ୍କୁ ସମାନ ମଜୁରୀ ପ୍ରଦାନ କରାଯିବ ।

ଯୋଜନା ଓ ଆଇନ୍ ମଧ୍ୟରେ ସମ୍ପର୍କ

କେନ୍ଦ୍ର ସରକାରଙ୍କ ପ୍ରତିଟି ଆଇନ୍ କୁ କାର୍ଯ୍ୟ କାରୀ କରିବା ପାଇଁ ରାଜ୍ୟ ସରକାରଗୁଡିକୁ ଏହି ଯୋଜନା ପ୍ରସ୍ତୁତ କରିବାକୁ ପଡିଥାଏ । କାମ କରିବାର ଅଧିକାରକୁ ନିଶ୍ଚିତ କରିବା ପାଇଁ ପ୍ରସ୍ତୁତ କେନ୍ଦ୍ର ସରକାରଙ୍କର ଆଇନ୍ ର ସମସ୍ତ ବ୍ୟବସ୍ଥାକୁ ଏନ.ଆର.ଇ.ଜି.ଏସ୍. ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି । ତେଣୁ ଆଇନ୍ ର କାର୍ଯ୍ୟକାରୀ ରୂପ ହେଉଛି ଯୋଜନା । ଯୋଜନା ହେଉଛି ଏକ ମାଧ୍ୟମ, ଯେଉଁଥିରେ କି ନିଶ୍ଚିତ କର୍ମନିଯୁକ୍ତି ଆଇନ୍ କୁ କାର୍ଯ୍ୟକାରୀ କରାଯାଉଛି। ଆଇନ୍ ପ୍ରଣୟନ କେନ୍ଦ୍ର ସରକାର କରିଥିବା ବେଳେ ଯୋଜନା ମାଧ୍ୟମରେ ଆଇନ୍ କୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ଅବଶ୍ୟ ପ୍ରତ୍ୟେକ ରାଜ୍ୟକୁ ଏଜନ ପ୍ରସ୍ତୁତ ପାଇଁ କିଛି ସ୍ଵାଧୀନତା ପ୍ରଦାନ କରାଯାଇଛି।କିନ୍ତୁ ପ୍ରତି ଏହି ଆଇନ୍ ର ଅନୁସୂଚୀ-୧ ରେ ଥିବା ମୌଳିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବାଧ୍ୟ ।

ପଞ୍ଜୀକରଣ

ନାମ ପଞ୍ଜିକରଣ

  • ପରିବାରର ସମସ୍ତ ବୟସ୍କ ବ୍ୟକ୍ତି କାମ ପାଇଁ ଆବେଦନ କରିପାରିବେ ।
  • ନାମ ପଞ୍ଜୀକରଣ ପାଇଁ ବ୍ୟକ୍ତିଜଣକ ସ୍ଥାନୀୟ ବାସିନ୍ଦା-ଅର୍ଥାତ୍ ସଂପୃକ୍ତି ଗ୍ରାମ ପଞ୍ଚାୟତର ବାସିନ୍ଦା ହୋଇଥିବେ । ଯଦି ସେହି ପଞ୍ଚାୟତର ବାସିନ୍ଦା କାମ ପାଇଁ ବାହାରକୁ ପଳାୟନ କାରି ପୁଣି ନିଜ ଗ୍ରାମକୁ କିଛି ଦିନ ପୂର୍ବରୁ ଫେରି ଆସିଥିବେ ସେମାନଙ୍କୁ ମଧ୍ୟ ବସ୍ତି ବାସିନ୍ଦା ଭାବରେ ବିଚାର କରାଯିବ ।
  • ଅଣ କୁଶଳୀ ଶାରୀରିକ କାମ କରିବାକୁ ଇଚ୍ଚୁକ ଥିବେ ।
  • ଗ୍ରାମପଞ୍ଚାୟତରେ ଏକ ପରିବାର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିଥିବେ ।
  • ପରିବାର ଅର୍ଥ ହେଲା ଏକ ଛୋଟ ପରିବାର – ମାଆ, ବାପା ଓ ସେମାନଙ୍କୁ ପିଲାଛୁଆ ଏବଂ ଯଦି ପରିବାରର ମୁଖ୍ୟଙ୍କ ଉପରେ ନିର୍ଭର କରି ଚାଳୁଥିବା କୌଣସି ବ୍ୟକ୍ତି ଥାଆନ୍ତି ।
  • ଜଣେ ବ୍ୟକ୍ତିଙ୍କୁ ନେଇ ମଧ୍ୟ ଗୋଟିଏ ପରିବାର ହୋଇପାରିବ ।

ପଞ୍ଜୀକରଣର ପ୍ରକ୍ରିୟା

  • ସାଧାକାଗଜରେ କିମ୍ବା ସରକାରୀ ଫର୍ମରେ ଲିଖିତ ଆକାରେ ପଞ୍ଜିକରଣ ପାଇଁ ଗ୍ରାମ ପଞ୍ଚାୟତରେ ଆବେଦନ କରାଯାଇ ପାରିବ ।
  • ଏଥିରେ ପରିବାରର କାମ କରିବାକୁ ଇଚ୍ଚୁକ ବୟସ୍କ ବ୍ୟକ୍ତିମାନଙ୍କ ନାମ,ବୟସ,ଲିଙ୍ଗ, ଏବଂ ତଫସିଲଭୁକ୍ତ ଜାତି ଓ ଉପଜାତି କି ନୁହଁନ୍ତି ଆଦି ବିଷୟ ଦର୍ଶାଇବାକୁ ପଡିଥାଏ ।
  • ରାଜ୍ୟ ସରକାର ଚାହିଁଲେ ଦରଖାସ୍ତ ପାଇଁ ଏକ ଛପା ନମୁନା ପ୍ରସ୍ତୁତ କରିପାରିବେ ହେଲେ ସେହି ଦରଖାସ୍ତ ଫର୍ମରେ ହିଁ ଆବେଦନ କରିବାକୁ ବାଧ୍ୟ କାରି ପାରିବେ ନାହିଁ ।
  • ଜଣେ ଆଗ୍ରହୀ ଶ୍ରମିକ ବ୍ୟକ୍ତିଗତଭାବେ ଗ୍ରାମପଞ୍ଚାୟତରେ ଉପସ୍ଥିତ ରହି,ମୌଖିକ ରୂପେ ପଞ୍ଜୀକରଣ କରିବାକୁ ଆନୁମୋଦନ କରିପାରିବେ ।
  • ଦରଖାସ୍ତ ତନଖି ସମୟରେ ଆବେଦନକାରୀ ସଂପୃକ୍ତ ଗ୍ରାମପଞ୍ଚାୟତ ଅଧିବାସୀ କି ନୁହନ୍ତି, ତାଙ୍କ ପରିବାର ଅଛି କି ନାହିଁ ଏବଂ ଆବେଦନକାରୀମାନେ ବୟସ୍କ ବ୍ୟକ୍ତି କି ନୁହିଁନ୍ତି ଆଦି ବିଷୟକୁ ପରୀକ୍ଷା କରି ଦେଖାଯାଇଥାଏ ।

ଆବେଦନ କରିବାର ଟଙ୍କା ଯାହା ଯାହା ହେଉ ନା କାହିଁକି,ଏନାଆରଇଜିଏସ୍ ଲାଗୁହେବା ପରେ ପରେ ସଂପୃକ୍ତ ଅଞ୍ଚଳର ଗ୍ରାମପଞ୍ଚାୟତ ଗୁଡିକରେ ଲୋକମାନଙ୍କୁ ଆଇନ୍ ର ବ୍ୟବସ୍ଥା ସଂପର୍କରେ ବୁଝାଇବା, ପଞ୍ଜିକରଣ ପାଇଁ ଆବେଦନ ଗ୍ରହଣ କରିବା ତଥା ତାକୁ ଯାଞ୍ଚ କରିବା ଆଦି କାର୍ଯ୍ୟ ପାଇଁ ଏକ ଗ୍ରାମସଭା ଡକାଯିବା ଦରକାର । ଆଇନ୍ ଅଧିନରେ ପଞ୍ଜିକରଣ ପାଇଁ ଇଛୁକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ବକ୍ଷଣ ମଧ୍ୟ କରାଯାଇ ପାରିବ । ସରପଞ୍ଚ, ୱାଡ଼ମେମ୍ବର, ତଫସଲିଭୁକ୍ତ ଜାତି ଓ ଉପଜାତି ତଥା ମହିଳା ବର୍ଗର ଗ୍ରାମବାସୀ,ଗ୍ରାମସ୍ତରୀୟ କୌଣସି ସରକାରୀ କର୍ମଚାରୀ ଏବଂ ଗ୍ରାମ ପଞ୍ଚାୟତର ସେକ୍ରେଟାରୀଙ୍କୁ ନେଇ ଗଠିତ ଏକ ଗ୍ରାମ ସ୍ତରୀୟ ଦଳ ଦ୍ଵାରା ଏହି ସର୍ବେକ୍ଷଣ କରାଯିବା ଉଚିତ । କାମ ପାଇଁ ଗାଁ ଛାଡି ବାହାରକୁ ଯାଉଥିବା ଲୋକଙ୍କୁ ସବୁଠୁ ଅଧିକ ସୁବିଧା ଦେବାକୁ ପଡିବ । ପଞ୍ଚାୟତର କାର୍ଯ୍ୟ ସମୟ ମଧ୍ୟରେ ପଞ୍ଜିକରଣ କରିବାକୁ କାର୍ଯ୍ୟ।ଳୟ ବର୍ଷ ସାରା ଖୋଲା ରଖାଯିବା ଦରକାର । ଦରଖାସ୍ତ ଗୁଡିକୁ ତଦାରଖ କାର୍ଯ୍ୟରେ ଆଦୌ ବିଳମ୍ବ ଉଚିତ ନୁହେଁ । ତଦାରଖ କାର୍ଯ୍ୟ ଶେଷ ହେଲାପରେ ଗ୍ରାମ ପଞ୍ଚାୟତର ପଞ୍ଜିକରଣ ଖାତାରେ ଦରଖାସ୍ତକାରୀଙ୍କ ପୁରା ବିବରଣୀକୁ ଲିଖିତ ଆକାରରେ ରଖାଯିବ ।

କେତୋଟି ସତର୍କ ସୂଚନା

ଯଦି ଆବେଦନକାରୀ ନିଜ ନାମ,ଘର ଏବଂ ବୟସ ସଂପର୍କରେ ଭୁଲ ତଥ୍ୟ ଦର୍ଶାଇଥାନ୍ତି ତେବେ ସେ ପଞ୍ଜିକରଣ ପାଇଁ ଅଯୋଗ୍ୟ ହୋଇ ପଡିବେ । ଏଭଳି କ୍ଷେତ୍ରରେ ଗ୍ରାମପଞ୍ଚାୟତ ,କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସେ ବିଷୟ ଜଣାଇବେ । ତାପରେ କାର୍ଯ୍ୟକ୍ରମ ଅଧିକାରୀ ସ୍ଵାଧିନ ଭାବେ ତଥ୍ୟକୁ ଯାଞ୍ଚ କରିବେ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ କଥାକୁ ଶୁଣିବାକୁ ଯଥେଷ୍ଟ ସୁଯୋଗ ଦେବେ । ତାପରେ ଯଦି ତଥ୍ୟ ଭୁଲ ବୋଲି ପ୍ରମାଣିତ ହୁଏ ସେ ଭଳି ବ୍ୟକ୍ତିଙ୍କ ପଞ୍ଜିକରଣ ଓ କାର୍ଯ୍ୟପତ୍ର (ଜବ କାର୍ଡ )କୁ ରଦ୍ଦ କରିବାକୁ କାର୍ଯ୍ୟକ୍ରମ ଅଧିକାରୀ ପଞ୍ଚାୟତକୁ ନିର୍ଦ୍ଧେଶ ଦେବେ । ଏଭଳି ରଦ୍ଦ କରାଯାଇଥିବା ଆବେଦନକାରୀଙ୍କ ତାଲିକା ସର୍ବସାଧାରଣଙ୍କୁ ଜଣାଇ ଦିଆଯିବ ଏବଂ ଏହାକୁ ଗ୍ରାମସଭାରେ ଉପସ୍ଥାପନ କରାଯିବ ।

କାର୍ଯ୍ୟପତ୍ର ବା ଜବ୍ କାର୍ଡ

  • ପଞ୍ଜିକରଣ କରିଥିବା ପ୍ରତେକ ପରିବାରକୁ ଗ୍ରାମ ପଞ୍ଚାୟତ ତରଫରୁ ଜବ୍ କାର୍ଡ ଦିଆଯିବ । ଏଥିରେ ସେ ପରିବାରର ବିବରଣୀ ଥିବ ।
  • ତଦାରଖ କାର୍ଯ୍ୟ ପୁରା ହେବାପରେ ଉକ୍ତ ପରିବାରକୁ ଜବ୍ କାର୍ଡ ତୁରନ୍ତ ପ୍ରଦାନ କରାଯିବ ।
  • କାର୍ଯ୍ୟପତ୍ର ବା ଜବ୍ କାର୍ଡରେ ଦରଖାସ୍ତକାରୀ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ଫଟୋ ଲାଗି ରହିବା ଉଚିତ। କାର୍ଯ୍ୟପତ୍ର ଓ ଫଟୋ ଉଠାଇବା ପାଇଁ ହେଉଥିବା ଖର୍ଚ୍ଚ କାର୍ଯ୍ୟକ୍ରମର ଖର୍ଚ୍ଚରୁ ଭରଣା କରାଯିବ । କୌଣସି ଅଞ୍ଚଳରେ ତୁରନ୍ତ ଫଟୋ ଲଗାଯିବା ବ୍ୟବସ୍ଥା ହୋଇନପାରିଲେ, ତିନିମାସ ଭିତରେ କାର୍ଯ୍ୟପତ୍ରରେ ଫଟୋ ଲଗାଇବାକୁ ରାଜ୍ୟସରକାର ନିର୍ଦ୍ଦେଶ ଦେଇପାରିବେ।
  • ଗ୍ରାମପଞ୍ଚାୟତ ସ୍ତରରେ ଜବ୍ କାର୍ଡର ଏକ ନକଲ ରଖାଯିବ ।
  • ଯଦି ଜବ୍ କାର୍ଡ ଉଚିତ୍ ସମୟରେ ଣ ମିଳେ,ତେବେ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଅଭିଯୋଗ କରିହେବ ଏବଂ ଯଦି ଏହାକୁ ନେଇ କାର୍ଯ୍ୟକ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗରେ ଥାଏ । ତେବେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକଙ୍କୁ ଏ ବିଷୟରେ ଜଣାଇ ହେବ, ଯେ କି ଏଭଳି ଏକ ଅଭିଯୋଗର ଫଇସଲା ୧୫ ଦିନ ମଧ୍ୟରେ ଶୁଣାଇବେ ।
  • ଯଦି ଗୋଟିଏ ପଞ୍ଜିକୃତ ପରିବାରର ଜଣେ ସାବାଳକ ସଦସ୍ୟ ଚାହାଁନ୍ତି,ତେବେ ତାଙ୍କୁ ଏକ ବ୍ୟକ୍ତିଗତ ଚିରୁକୁଟି ପ୍ରଦାନ କରାଯାଇପାରିବ, ଯେଉଁଥିରେ ପଞ୍ଜିକରଣ ସଂଖ୍ୟା ସମେତ କାର୍ଯ୍ୟପତ୍ରର ୨ୟ ପୃଷ୍ଠାରେ ଥିବା ପରିଚୟ ସଂକ୍ରାନ୍ତୀୟ ତଥ୍ୟାବଳି ସ୍ଥାନିତ ହୋଇଥିବା ।

କାମ ପାଇବାକୁ ହେଲେ ଦରଖାସ୍ତ ଦେବାକୁ ପଡିବ

  • ସାଧାରଣଭାବେ କାମ ପାଇବାକୁ ଗ୍ରାମପଞ୍ଚାୟତ ଦରଖାସ୍ତ ଜମା କରଯାଏ। କେବଳ ଜବ୍ କାର୍ଡ ପାଇଲେ କାମ ମନମନ ମିଳିବ ନାହିଁ ।
  • ଆଇନ୍ ରା ଆନୁଚ୍ଛେଦ ୨,ଧାରା ୯ ଅନୁସାରେ ଜଣେ ଶ୍ରମିକ ସିଧାସଳଖ କାର୍ଯ୍ୟ କ୍ରମ ଅଧିକାରୀଙ୍କ ନିକଟରେ କାମ ପାଇଁ ଦରଖାସ୍ତ ଦେଇ ପାରିବେ । କିନ୍ତୁ ବିଶେଷ ଅସୁବିଧା କ୍ଷେତ୍ରରେ ଏହାର ପ୍ରୟୋଗ କରାଯିବ ।
  • ଦରଖାସ୍ତକାରୀ ମିଳିତ ଭାବେ କାମ ପାଇଁ ମଧ୍ୟ ଦରଖାସ୍ତ କରିପାରିବେ ।
  • ଦରଖାସ୍ତ ଦେଲାପରେ ସେ ଦିନର ତାରିଖ ଥାଇ ଏକ ରସିଦ, ଆବେଦଙ୍କରୀ ନିଜ ପାଖରେ ରଖିବା ଉଚିତ୍ ।

ନିଶ୍ଚିତ ରୋଜଗାର ଦିବସ ବିଷୟରେ କେତୋଟି ଜାଣିବା କଥା

କାମ ପାଇଁ ମିଳିଥିବା ଦରଖାସ୍ତର ଲେଖାପଢା,ସୂଚନା ପ୍ରଦାନ, କାର୍ଯ୍ୟ ଦିଆଯିବା, ମଜୁରୀ ପଇଠ କରାଯିବା ତଥ୍ୟ ବେରୋଜଗାର ଭତ୍ତା ଦିଆଯିବା ଆଦିକାମ କରିବାକୁ ପ୍ରତେ।କ ପଞ୍ଚାୟତ ସପ୍ତାହର ଗୋଟିଏ ଦିନକୁ (ନିଶ୍ଚିତ ରୋଜଗାର ଦିବସ ) ରୂପେ ଘୋଷଣା କରିବାକୁ ସୁପାରିଶ କରାଯାଇଛି । ଏସବୁ କାମ ଯେ କେବଳ ସେହି ଦିନ କରାଯିବ ତାହା ନୁହେଁ । ବାସ୍ତବରେ କାମ ପାଇଁ ଦରଖାସ୍ତ ଯେକୌଣସି ଦିନ ଗ୍ରହଣ କରାଯାଇ ପାରିବ । ଏହି ସ୍ଥାନ ସର୍ବସାଧାରଣ ସ୍ଥାନ ହେଲେ ଭଲ । ହାଟ କିମ୍ବା ଅନ୍ୟ ସ୍ଥାନ ସ୍ଥିର କରାଯାଇପାରିବ ।

  • ନିଶ୍ଚିତ ରୋଜଗାର ଦିବସରେ କାମ ପାଇଁ ଗ୍ରହଣ କରାଯାଇଥିବା ଦରଖାସ୍ତ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କ ନିକଟକୁ ପଠାଯିବ ।
  • ଏହି ଦିନ ପଞ୍ଚାୟତର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା (ଗ୍ରାମ ରୋଜଗାର ସେବକ ) ପଞ୍ଚାୟତ କାର୍ଯ୍ୟlଳୟରେ ଉପସ୍ଥିତ ରହିବେ ।

ଏନ୍ଆରଇଜିଏସ୍ ଶ୍ରମିକମାନଙ୍କୁ କାମ ଯୋଗିଦେବା ବିଧି

  • ଆଇନ୍ ଅଧିନରେ ଅନୁମୋଦନ ଦିଆଯାଇଥିବା ଯେକୌଣସି ପ୍ରକ୍ରିୟା କାର୍ଯ୍ୟ କରିବାକୁ କାର୍ଯ୍ୟକ୍ରମ ଅଧିକାରୀ କିମ୍ବା ଗ୍ରାମ ପଞ୍ଚାୟତ ଆବେଦନର ନିର୍ଦ୍ଦେଶ ଦେଇପାରିବେ ।
  • କାମ ପାଇଁ କରାଯାଇଥିବା ଅନୁରୋଧ ଏବଂ ଦିଆଯାଇଥିବା କାମ ସଂପର୍କୀୟ ଗ୍ରାମପଞ୍ଚାୟତ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କ ସ୍ତରରେ ଠିକଭାବରେ ଲେଖି ରଖାଯିବା ଉଚିତ । ଏହି ସୂଚନାଗୁଡିକୁ ଜବ୍ କାର୍ଡ ଏବଂ ରୋଜଗାର ରେଜିଷ୍ଟରରେ ଲେଖି ରଖାଯିବ ।
  • ଯଦି କିଛି ଶ୍ରମିକଙ୍କୁ ନିଜ ଘରଠାରୁ ୫ କିଲୋମିଟରରୁ ଅଧିକ ଦୂରତାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଏ ସେଭଳି କ୍ଷେତ୍ରରେ ମହିଳା (ଏକୁଟିଆ ମହିଳା ) ଏବଂ ବୃଦ୍ଧ ଲୋକମାନଙ୍କୁ ତାଙ୍କ ଘର ନିକଟବର୍ତ୍ତୀ ଅଞ୍ଚଳରେ ହେଉଥିବା କାର୍ଯ୍ୟରେ କାମ କରିବାର ସୁଯୋଗ ଦିଆଯିବା ଉଚିତ୍ ।
  • ପ୍ରତିବର୍ଷ ପରିବାରପିଛା ଦିଆଯାଉଥିବା ୧୦୦ ଦିନର କାମକୁ ଗୋଯିଏ ପରିବାରର ବୟସ୍କ ସଦସ୍ୟଙ୍କ ମଧ୍ୟରେ ବାଣ୍ଟି ଦିଆଯିବା ଉଚିତ । ଗୋଟିଏ ପରିବାରର ବିଭିନ୍ନ ସଦସ୍ୟଙ୍କୁ ଗୋଟିଏ ଜବ୍ କାର୍ଡ ଅଧିନରେ କାମ ଦିଆଯାଉଥିଲେ,ସେମାନଙ୍କୁ ଗୋଟିଏ ସ୍ଥାନରେ କାମ ଦେବାର ବ୍ୟବସ୍ଥା କରାଯିବା ଉଚିତ ।
  • କାମପାଇଁ ଆବେଦନ ତାରିଖର ୧୫ଦିନ ମଧ୍ୟରେ, ନଚେତ୍ ଅଗ୍ରୀମ ଦରଖାସ୍ତରେ ଯେଉଁ ତାରିଖଠାରୁ ଆବେଦନ କରି କାମ ଚାହିଁଛନ୍ତି, ଏ ଦୁଇଟା ଭିତରୁ ଯେଉଁଟା ପରବର୍ତ୍ତୀ ତାରିଖ ହୋଇଥିବ ସେହି ତାରିଖ ସୁଦ୍ଧା ତାଙ୍କୁ କାମ ମିଳିବା ବିଧେୟ ।
  • ନିଦ୍ଦାରିତ ତାରିଖ ଭିତରେ କାମ ନ ମିଳିଲେ ବେରୋଜଗାର ଭତ୍ତା ଆବେଦନକାରୀଙ୍କୁ ପ୍ରଦାନ କରାଯିବ ।
  • କାମ ଯୋଗାଇ ଦେବା ସତ୍ତ୍ଵେ ଯଦି ଆବେଦନ ଅନୁପସ୍ଥିତ ରହନ୍ତି, ତେବେ ସେ ବେରୋଜଗାର ଭତ୍ତା ପାଇବେ ନାହିଁ ।
  • ବେକାରୀ ଭତ୍ତାର ପରିମାଣ ପ୍ରଥମ ୩୦ ଦିନ ପାଇଁ ମଜୁରୀ ହାରର ଏକ ଚତୁର୍ଥାଂଶ ଏବଂ ବର୍ଷର ପରିବର୍ତ୍ତୀ ସମୟ ପାଇଁ ମଜୁରୀ ହାରର ଅଧା ହିସାବରେ ମିଳିବ ।
  • ପଞ୍ଚାୟତ ଦ୍ଵାରା କରାଯାଇଥିବା କାର୍ଯ୍ୟରେ ଯଦି ଶ୍ରମିକ ମାନଙ୍କୁ କାମ ଦିଆଯାଇପାରିବନାହିଁ ଏବଂ ପଞ୍ଚାୟତର ସୀମା ବାହାରେ ସେମାନଙ୍କୁ କାମ ଦିଆଯିବା ଦରକାର ରହିଛି,ତେବେ ଗ୍ରାମପଞ୍ଚାୟତ ସଂପୃକ୍ତି କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଏ ବିଷୟ ଜଣାଇବେ ।
  • ପଞ୍ଜିକୃତ ହୋଇ ଏନଆରଇଜିଏସ୍ ଅଧିନରେ କାମ ଯୋଗାଇ ଦିଆଯାଉଥିବା ମୋଟ ଲୋକଙ୍କ ମଧ୍ୟରୁ ଅତିକମରେ ଏକ ତୃତୀୟାଂଶ ମହିଳାମାନଙ୍କୁ କାମ ଯୋଗାଇ ଦିଆଯିବା ଉପରେ ଗୁରୁତ୍ଵ ପ୍ରଦାନ କରାଯିବ ।
  • ଶାରୀରିକ ଅକ୍ଷମ ବ୍ୟକ୍ତି କାମ ପାଇଁ ଆବେଦନ କଲେ ତାଙ୍କୁ ସୁହାଇଲା ଭଳି କାମ ଯୋଗାଇ ଦିଆଯିବ ।

କାର୍ଯ୍ୟ ଆବଣ୍ଟନ ସମୟରେ ଧ୍ୟାନ ଦେବାକୁ ଥିବା ବିଷୟ

ଏହି ଯୋଜନା ଅଧିନରେ ନିଯୁକ୍ତି ପ୍ରଦାନ କରାଯାଇଥିବା ହିତାଧିକାରୀଙ୍କ ମଧ୍ୟରୁ ଅଗ୍ରାଧିକାର ଭିତ୍ତିରେ ଅତି କମ୍ ରେ ଏକ ତୃତୀୟାଂଶ ପଞ୍ଜିକୃତ ଓ କାମ ପାଇଁ ଆବଦନ କରିଥିବା ମହିଳା ରହିବେ । ଏହି ଯୋଜନା ଅଧିନରେ କୌଣସି ଠିକାଦାରଙ୍କୁ କାମ କରିବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ।

ପ୍ରକଳ୍ପଗୁଡିକୁ ଯେତେ ଦୂର ସମ୍ଭବ ମେସିନ୍ ଦ୍ଵାରା କରାନଯାଇ ଶ୍ରମିକମାନଙ୍କ ଦ୍ଵାରା କରାଯିବ । ପ୍ରତିଥର ଗୋଟିଏ ପ୍ରକଳ୍ପ ପାଇଁ ନିଯୁକ୍ତି ଶ୍ରମିକଙ୍କ ନାମ ତଥା ପ୍ରକଳ୍ପ ସମ୍ବନ୍ଧରେ ବିବରଣୀକୁ ଗ୍ରାମପଞ୍ଚାୟତ ବିଜ୍ଞପ୍ତି ରୂପେ ପ୍ରକାଶ କରିବେ ଓ ପ୍ରଚାର କରିବେ । ସାଧାରଣରେ ଜଣେ ବ୍ୟକ୍ତିର ଘରଠାରୁ ୫କି.ମି. ଦୂରତାର ପରିଧି ମାଧ୍ୟରେ କାମ ଯୋଗାଇ ଦିଆଯିବ । କିନ୍ତୁ ଯେତେବେଳେ ୫କି.ମି. ମଧ୍ୟରେ କାମ ଦିଆଯାଇ ନ ପାରିବ ତାଙ୍କୁ ନିଜ ବ୍ଲକ ମଧ୍ୟରେ ଯେ କୌଣସି ସ୍ଥାନରେ କାମ ଯୋଗାଇ ଦିଆଯିବ ଓ ଏଥିପାଇଁ ତାଙ୍କୁ ମଜୁରୀର ଶତକଡା ୧୦ ପ୍ରତିଶତ ଅତିରିକ୍ତ ମଜୁରୀ ବାବଦରେ ମିଳିବାର ବ୍ୟବସ୍ଥା ରହିବ । ଗୋଟିଏ ପରିବାରର ସମସ୍ତ ସଦସ୍ୟ ଯଦି ଗୋଟିଏ ସମୟରେ କର୍ମନିଯୁକ୍ତି ପାଇଁ ଆବେଦନ କରିଥାନ୍ତେ ତେବେ ସେ ସମସ୍ତ ଶ୍ରମିକଙ୍କୁ ଯଥାସାଧ୍ୟ ଗୋଟିଏ ପ୍ରକଳ୍ପରେ କାର୍ଯ୍ୟ ଦିଆଯିବା ଆବଶ୍ୟକ । ନିହାତି ଆବଶ୍ୟକ ସ୍ଥଳେ ଯଦି ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟ ଯୋଗାଇ ଦିଆଗଲା ତେବେ ଉଭୟ କାର୍ଯ୍ୟସ୍ଥଳୀର ବିବରଣୀ ଜବ୍ କାର୍ଡରେ ଲିପିବଦ୍ଧ ହେବ ଦରକାର । ବୟସ୍କ ଲୋକ,ମହିଳା,ଶାରୀରିକ ଅକ୍ଷମ ଲୋକଙ୍କୁ ଘର ପାଖରେ ଅଗ୍ରାଧିକାରୀ ଭିତ୍ତିରେ କାମ ଯୋଗାଇ ଦିଆଯାଇପାରିବ ।

ଏହି ଯୋଜନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟ

ଏହି ଯୋଜନରେ ମୁଖ୍ୟତଃ ନିମ୍ନଲିଖିତ କାର୍ଯ୍ୟ ନିଆଯାଇ ପାରିବ ।

  • ଜଳ ସଂରକ୍ଷଣ ଓ ଜଳ ଅମଳ ପ୍ରକଳ୍ପ ।
  • ମରୁଡି ନିରାକରଣ(ଜଙ୍ଗଲ ସୃଷ୍ଟି ଓ ବୃକ୍ଷରୋପଣ )।
  • ଜଳସେଚତନ କେନାଲ ସମେତ ସୂକ୍ଷ୍ମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ।
  • ଭରତ ସରକାରଙ୍କ ଇନ୍ଦିରା ଆବାସ ଯୋଜନାରେ ହିତାଧିକାରୀ,ଭୁସଂସ୍କାର ହିତାଧିକାରୀ,ଅନୁସୂଚିତ ଜାତି ଓ ଉପଜାତିର ପରିବାର ବର୍ଗଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ।
  • ପାରାମ୍ପରିକ ଜଳଭଣ୍ଡାର ଗୁଡିକର ପୁନରୁଦ୍ଧାର ତଥା ପୁଷ୍କରିଣୀର ପରିଷ୍କାର ପରିଚ୍ଚନ୍ନାତା ।
  • ଭୂମି ଉନ୍ନୟନ ।
  • ବନ୍ୟା ନିୟନ୍ତ୍ରରଣ , ସୁରକ୍ଷା କାର୍ଯ୍ୟ ସମେତ ଜଳ କମି ରହୁଥାଏ ଅ*ଳ ରୁ ନାଳ ବ୍ୟବସ୍ଥା କରିବା।
  • ସବୁ ଦିନିଆ ଗମନା ଗମନ ସୁବିଧା ପାଇଁ ଗ୍ରାମାଞ୍ଚଳ ସଂଯୋଗୀକରଣ ।
  • ଏହାଛଡା ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପିତ ଅନ୍ୟ ଯେ କୌଣସି କାର୍ଯ୍ୟ ।

ମଜୁରୀ ବ୍ୟବସ୍ଥା

  • ମଜୁରୀ ଦେବା ବେଳେ ୭ ଘଣ୍ଟା କାମ ପାଇଁ ନିଦ୍ଧାରିତ ଦରର ହାର ନ୍ୟୁନତମ ମଜୁରୀ ସହ ସମାନ ହେବା ଉଚିତ୍ । କେବଳ ୭ ଘଣ୍ଟା ସମୟକୁ ଆଖିରେ ନା ରଖି କାର୍ଯ୍ୟର ପରିମାଣ ଓ ଗୁଣାତ୍ଜକ ମାନକୁ ମଧ୍ୟ ବିଚରକୁ ନିଆଯିବ ।
  • ଜଣେ ବ୍ୟକ୍ତି ଏକ କାଳୀନ ୧୪ ଦିନ କାର୍ଯ୍ୟ କରିବା ଦରକାର ,ତେବେ ପ୍ରତି ସପ୍ତାହରେ ୬ ଦିନ କାମ ଦିଆଯିବ ।
  • ଶ୍ରମିକମାନଙ୍କୁ ଦୈନିକ ବା ସାପ୍ତାହିକ ମଜୁରୀ ଦିଆଯାଇପାରେ କିନ୍ତୁ କୌଣସି କ୍ଷେତ୍ରରେ ଏହି ମଜୁରୀ ଦେବାରେ ୧୫ ଦିନଠାରୁ ଅଧିକ ହେବ ନାହିଁ ।
  • ଭିନ୍ନ ଭିନ୍ନ ସମୟରେ ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରୁଛନ୍ତି । ଏନ୍. ଆର୍.ଇ.ଜି. ଏସ୍ କାମ ପାଇଁ ସରକାର ଘୋଷଣା କରିଥିବା ମଜୁରୀରୁ କେହି କମ୍ ପାଇବେ ନାହିଁ । ସେହି ମଜୁରୀ ସମାନ ରୂପେ ଉଭୟ ସ୍ତ୍ରୀ ଓ ପୁରୁଷ ପାଇବେ ।

ବର୍ତ୍ତମାନ ୧୦୦ ଘନଫୁଟ ମାଟି କାମ ପାଇଁ ନିମ୍ନମତେ ମଜୁରୀ ପ୍ରଦାନ କରାଯାଉଅଛି ।

  • ସାଧାରଣ ମାଟି
  • ଟାଣ ମାଟି
  • ପଥୁରିଆ ମାଟି

ବେରୋଜଗାର ଭତ୍ତା

  • ପଞ୍ଜିକରଣ କରି କାମ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଯଦି ଆବେଦନ କରିବାର ୧୫ ଦିନ ମଧ୍ୟରେ କାମ ଯୋଗାଇ ଦିଆନଯାଏ ତେବେ ସେ ବ୍ୟକ୍ତି ବେରୋଜଗାର ଭତ୍ତା ପାଇବାକୁ ହକଦାର ହେବେ।
  • ଏଭଳି କ୍ଷେତ୍ରରେ ପ୍ରଥମ ୩୦ ଦିନ ପାଇଁ ଦୈନିକ ମଜୁରି ଚାଲିଭାଗରୁ ଭାଗେ ଏବଂ ତାପର ଦିନଗୁଡିକ ପାଇଁ ମଜୁରୀର ଅଧା ପଇସା ବେରୋଜଗାର ଭତ୍ତା ଆକାରରେ ଦିଆଯିବାର ନିୟମ ରହିଛି ।
  • ବେରୋଜଗାର ଭତ୍ତା ଗ୍ରାମପଞ୍ଚାୟତ ସ୍ତରରେ ସାପ୍ତାହିକ ଭିତ୍ତିରେ,ବିଶେଷ କରି କର୍ମନିଯୁକ୍ତି ଗ୍ୟାରେଣ୍ଟି ଦିବସରେ ବିତରଣ କରାଯିବ ଏବଂ ପ୍ରଯୁଜ୍ୟ ତାରିଖ ଠାରୁ ବେରୋଜଗାର ଭତ୍ତା ପାଇଁ ପନ୍ଦର ଦିନରୁ ଅଧିକ ବିଳମ୍ବ ହେବ ନାହିଁ ଏବଂ ଯଦି ବିଳମ୍ବ ଘଟେ ,ତେବେ ସଂପୃକ୍ତ ଶ୍ରମିକଙ୍କୁ ମଜୁରୀ ପଇଠ ଆଇନ୍ ୧୯୩୬ର ବ୍ୟବସ୍ଥା ମତେ କ୍ଷତିପୂରଣ ମିଳିବ ।
  • ବେରୋଜଗାର ଭତ୍ତା ପଇଠ ପାଇଁ କାର୍ଯ୍ୟକ୍ରମ ଅଧିକାରୀ ଉତ୍ତରଦାୟୀ ରହିବେ ।

ଏନ୍ଆରଇଜିଏସ୍ ଅଧିନରେ ବାର୍ଷିକ ଯୋଜନା ପ୍ରସ୍ତୁତି

  • ଗୋଟିଏ ବର୍ଷ ସମୟରେ ମଧ୍ୟରେ ଯେଉଁ ସବୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ଥାଏ । ତାକୁ ନେଇ ପ୍ରସ୍ତୁତ କାର୍ଯ୍ୟ ଯୋଜନା ହେଉଛି ବାର୍ଷିକ ଯୋଜନା।
  • ଗୋଟିଏ ଆର୍ଥିକ ବର୍ଷ ପାଇଁ କେଉଁ ପ୍ରକାରର କାମ ହାତକୁ ନିଆଯିବ ତାହାପ୍ରସ୍ତୁତ କରିବା ପୂର୍ବରୁ ପଲ୍ଲୀ ସଭା ଆୟୋଜନ କରାଯିବ ।
  • ପଲ୍ଲୀସଭାର ଯୋଜନାକୁ ବିନା ସଭାରେ ଆନିମୋଦନ କରାଯାଇ ଏକ ବାର୍ଷିକ ଯୋଜନା ତଥା କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ପଡିବ । ଏହି ବାର୍ଷିକ ଯୋଜନ ବ୍ଲକର କାର୍ଯ୍ୟ କ୍ରମ ସଂଯୋଜକ ପାଖକୁ ପଠାଯିବ।
  • କାର୍ଯ୍ୟକ୍ରମ ଅଧିକାରୀ ପ୍ରସ୍ତାବିତ କାର୍ଯ୍ୟକ୍ରମ ଗୁଡିକର ବୈଷୟିକ ଉପଯୋଗିତାକୁ ପରୀକ୍ଷା ନିରୀକ୍ଷା କରି ଦେଖିବେ । ପୂର୍ବ ଅଭିଜ୍ଞତା ଓ ବର୍ତ୍ତମାନର ଶ୍ରମିକ ପଞ୍ଜିକରଣକୁ ବିଚାର କରି,ଶ୍ରମି ଚାହିଦାରୁ ଖାପ ଖୁଆଇଲା ଭଳି ସଂଖ୍ୟାରେ ପ୍ରକଳ୍ପଗୁଡିକୁ ଗ୍ରହଣ କରିବେ ।
  • ଗ୍ରାମପଞ୍ଚାୟତ ଦ୍ଵାରା ନିର୍ଣ୍ଣୟ କରାଯାଇଥିବା ଅଗ୍ରାଧିକାରକୁ ପଞ୍ଚାୟତ ସମିତି ପାଳନ କରିବ । ଗୋଟିଏରୁ ଅଧିକ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହେବାକୁ ଥିବା କାମର ପ୍ରସ୍ତାବକୁ ପଞ୍ଚାୟତ ସମିତି ତରଫରୁ ଏକ ତାଲିକାରେ ସାମିଲ କରାଯିବ ।
  • ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ,ପଞ୍ଚାୟତ ସମିତିରୁ ଆସିଥିବା ପ୍ରସ୍ତାବ ଗୁଡିକୁ ବୈଷୟିକ ଓ ଆର୍ଥିକ ଉପଯୋଗୀତାକୁ ବିଚାର କରି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିର ଅଗ୍ରାଧିକାର ଭିତ୍ତିରେ ତାଲିକାକୁ କରିବେ । ଶେଷରେ ଜିଲ୍ଲା ପରିଷଦ ଏହି ଜିଲ୍ଲା ଯୋଜନାକୁ ପରୀକ୍ଷା କରି ମଞ୍ଜୁର ପ୍ରଦାନ କରିବ ।
  • ପ୍ରତ୍ୟେକ ପ୍ରକଳ୍ପର ବୈଷୟିକ ଅଟକଳ ଓ ମଞ୍ଜୁରୀ ପ୍ରସ୍ତୁତ କରିବାରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସଂଯୋଜନା କରିବେ ।
  • ଏ ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ସରକାର ସମୟ ସୀମା ଧାର୍ଯ୍ୟ କରିବେ । ମଞ୍ଜୁରୀ ପାଇଥିବା କାର୍ଯ୍ୟ ସଂପର୍କରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯିବ।

ହାଜିରା ରେଜିଷ୍ଟର ବା ମାଷ୍ଟରରୋଲ

  • ପ୍ରତ୍ୟେକ ଗ୍ରାମପଞ୍ଚାୟତ ଓ କାର୍ଯ୍ୟକାରୀ ସଂସ୍ଥା ମାଷ୍ଟରରୋଲ ପ୍ରସ୍ତୁତ କରିବେ ।
  • କାର୍ଯ୍ୟରେ ଯୋଗଦେଇଥିବା ବ୍ୟକ୍ତିଙ୍କ ନାମ , ତାଙ୍କର କାର୍ଯ୍ୟପତ୍ରର ସଂଖ୍ୟା, କେତେ ଦିନ କାର୍ଯ୍ୟ କରିଛନ୍ତି ଓ କେତେ ଦିନ ଅନୁପସ୍ଥିତ ରହିଛନ୍ତି, କେତେକ ପଇସା ପ୍ରଦାନ କରାଯାଇଛି ଓ କେତେକ କାମ କରିଛନ୍ତି ଆଦି ତଥ୍ୟ ପ୍ରତ୍ୟେକ ଶ୍ରମିକଙ୍କ ପରିବାରର ଜବ୍ କାର୍ଡରେ ପୁରଣ କରାଯିବ । କାର୍ଯ୍ୟପାଇଁ ଦିଆଯାଇଥିବା ସ୍ଵତନ୍ତ୍ର ନମ୍ବର । ମଜୁରୀ ପାଇଥିବା ବ୍ୟକ୍ତିଙ୍କର ଦସ୍ତଖତ କିମ୍ବା ଟିପଚିହ୍ନ ।
  • ମୂଳ ମଷ୍ଟର ରୋଲଟି କାର୍ଯ୍ୟକାରୀ ସଂସ୍ଥାର ଖର୍ଚ୍ଚ ହିସାବ ଖାତାର ଅଂଶ ହୋଇ ରହିବ ।
  • ମାଷ୍ଟରରୋଲର ଏକ କିତା ନକଲ ଜନସାଧାରଣଙ୍କ ଜାଣିବା ପାଇଁ ଗ୍ରାମ ପଞ୍ଚାୟତ ଓ କାର୍ଯ୍ୟକ୍ରମ ଅଧିକାରୀଙ୍କ କାର୍ଯ୍ୟଳୟରେ ରଖାଯିବ ।
  • ମଷ୍ଟରରୋଲକୁ କାର୍ଯ୍ୟକ୍ରମ ଅଧିକାରୀଙ୍କ ସ୍ତରରେ କମ୍ପ୍ୟୁଟରକୃତ କରି ରଖାଯିବ ଏବଂ ଯଦି ସମ୍ଭବ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ଏହାକୁ କମ୍ପୁଟର ଜରିଆରେ ସଂରକ୍ଷିତ ରଖାଯିବ ।

ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ମୁଖ୍ୟ ସଂସ୍ଥା ଗୁଡିକର କାର୍ଯ୍ୟ

ଗ୍ରାମସ୍ତରରେ

ଗ୍ରାମସଭା –ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ କରାଯିବାକୁ ଥିବା କାର୍ଯ୍ୟର ସୁପାରିଶ , ଏହାର ମନିଟରିଂ ଓ ଦେଖାଶୁଣା କରିବା ତଥା ସାମାଜିକ ସମୀକ୍ଷର ଆୟୋଜନ କରିବାର ଦାୟିତ୍ଵ ଆଇନ୍ ତଃ ଗ୍ରାମସଭା ହାତରେ ରଖାଯାଇଛି । ଏହି ବ୍ୟତୀତ ଯୋଜନାର କାର୍ଯ୍ୟକାରୀତାକୁ ସୁଗମ କରିବାରେ ଗ୍ରାମପଞ୍ଚାୟତକୁ ବ୍ୟବହାର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯେପରିକି ଶ୍ରମିକମାନେ ନାମ ପଞ୍ଜିକରଣ ପାଇଁ ଆଗେଇ ଆସିବେ, ସେ ଦିଗରେ ଗ୍ରାମପଞ୍ଚାୟତ ସହାୟତ କରିପାରିବ । ତାଛଡା କାର୍ଯ୍ୟକ୍ରମ ସ୍ଵଚ୍ଛତା ଓ ଉତ୍ତର ଦାୟିତ୍ଵକୁ ସୁନିଶ୍ଚିତ କରିବାରେ ଗ୍ରାମସଭାର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି ।

  • ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟକାରିତାରେ ଗ୍ରାମପଞ୍ଚାୟତର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଗ୍ରାମସ୍ତରରେ ଯୋଜନାରେ ରୂପାୟନକୁ ମନିଟରିଂ କରିବା,ମୋଟ କାର୍ଯ୍ୟର ଶତକଡା ୫୦ ଭାଗ କାର୍ଯ୍ୟ ସମ୍ପାଦନ କରିବା, ଇଚ୍ଚୁକ ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇଦେବା, ଜବ୍ କାର୍ଡ ପ୍ରଦାନ କରିବା,ପରିବାର ଗୁଡିକୁ ପଞ୍ଜିକରଣ କରିବା ଓ କାର୍ଯ୍ୟର ଯୋଜନା ପ୍ରସ୍ତୁତି କରିବା ଭଳି ମୁଖ୍ୟକାର୍ଯ୍ୟ ପାଇଁ ଗ୍ରାମପଞ୍ଚାୟତ ଦାୟୀ ରହିବ ।
  • ଏ ସମସ୍ତ କାର୍ଯ୍ୟର ରେକର୍ଡ ପତ୍ରର ରକ୍ଷଣାବେକ୍ଷଣ ପାଇଁ ସହାୟତା କରିବାକୁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଗ୍ରାମ ରୋଜଗାର ସେବକ ନିଯୁକ୍ତ ହୋଇଥାନ୍ତି ।

ବ୍ଲକ ସ୍ତରରେ

  • ବ୍ଲକ୍ ସ୍ତରରେ କାର୍ଯ୍ୟ ଯୋଜନା ପ୍ରସ୍ତୁତି ତଥା ମନିଟରିଂ ଓ ଦେଖାଶୁଣା କରିବା ଦାୟିତ୍ଵ ପଞ୍ଚାୟତ ସମିତି ହାତରେ ଦିଆଯାଉଛି । ଗ୍ରାମପଞ୍ଚାୟତର ଶତକଡା ୫୦ଭାଗ କାମ ବାହାରେ ବାକି ଶତକଡା ୫୦ଭାଗ କାମର କାର୍ଯ୍ୟକାରିତାର ଦାୟିତ୍ଵ ପଞ୍ଚାୟତ ସମିତିକୁ ଦିଆଯାଇପାରିବ ।
  • ବି.ଡି. ଓ କିମ୍ବା ତାଙ୍କ ଠାରୁ ଉପର ପାହ୍ୟାର କୌଣସି ଅଧିକାରୀ କାର୍ଯ୍ୟକ୍ରମ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇବେ । ତାଙ୍କୁ ଆବଶ୍ୟକୀୟ ସହାୟତାକାରୀ କର୍ମଚାରୀ ଯୋଗାଇ ଦିଆଇବ । କାର୍ଯ୍ୟକ୍ରମ ଅଧିକାରୀ ଜଣେ ପୁରା ସମୟ ଦେଉଥିବା ଉସ୍ରର୍ଗୀକୃତ ଅଫିସର ହୋଇଥିବେ ଏବଂ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରୁ କିମ୍ବା ବାହାର ବିଭାଗର ଅଫିସରଙ୍କୁ ଡେପୁଟେସନ ଭିତ୍ତିରେ ଏହି ପଦବୀରେ ରଖାଯାଇ ପାରିବ । ବଚୁକ୍ତି ଭିତ୍ତିରେ ସଦ୍ୟ ନିଯୁକ୍ତି ମଧ୍ୟ କରାଯାଇ ପରିବ । ସାମାଜିକ ସମୀକ୍ଷା ପକ୍ରିୟାକୁ ଗୁରୁତ୍ଵ ପ୍ରଦାନ କରିବେ ।
  • ଅନ୍ୟ ପକ୍ଷରେ କାମ ପାଇଁ ଆବେଦନ କରିଥିବା ବ୍ୟକ୍ତି ଯେଭଳି ଆବେଦନର ୧୫ଦିନ ମଧ୍ୟରେ କାମ ପାଇବେ,ସେ ବିଷୟକୁ ସୁନିଶ୍ଚିତ କରିବେ । ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ସଂକ୍ରାନ୍ତ ସମସ୍ତ ବିଷୟ ପାଇଁ କାର୍ଯ୍ୟକ୍ରମ ଅଧିକାରୀ ସଂପୃକ୍ତି ଜିଲ୍ଲାର ଜିଲ୍ଲା କାର୍ଯ୍ୟକ୍ରମସଂଯୋଜକ ନିକଟରେ ଦାୟୀ ରହିବେ ।

ଜିଲ୍ଲା ସ୍ତରରେ

ଜିଲ୍ଲା ଯୋଜନାକୁ ଚୂଡାନ୍ତ କରିବା ଏବଂ ଜିଲ୍ଲାରେ ନିଶ୍ଚିତ ରୋଜଗାର ଯୋଜନାକୁ ମନିଟରିଂ ଓ ତଦାରଖ କରିବା ପାଇଁ ଜିଲ୍ଲା ପରିଷଦ ଦାୟୀ ରହିବେ । ଗ୍ରାମ ପଞ୍ଚାୟତ କାର୍ଯ୍ୟକାରୀ କରୁ ନଥିବା ଶତକଡା ୫୦ ଭାଗ କାମ ଜିଲ୍ଲା ପରିଷଦ ନିଜ ମଫତରେ କରାଇପାରିବେ । ସ୍ଥଳବିଶେଷରେ ଏହି ୫୦ ଟଙ୍କା କାମ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଦ୍ଵାରା କରାଯିବ ।

ବିଭିନ୍ନ ସ୍ତରରେ ଏନ୍.ଆଇ.ଜି.ଏସ୍ ର କାର୍ଯ୍ୟକାରିତାର ମନିଟରିଂ ପଦ୍ଧତି

ଗ୍ରାମ ସ୍ତରରେ କାମ ପାଇଁ ଦରଖାସ୍ତ ଦେଇଥିବା ଲୋକଙ୍କୁ କାମ ଯୋଗାଇ ଦିଆଯାଇଥିବା ଏବଂ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଗ୍ରାମସଭା ମନିଟରିଂ କରିବା ସହ ପଞ୍ଜିକରଣ,ଜବ୍ କାର୍ଡ ଜାରୀ ଓ ଠିକ୍ ସମୟରେ ମଜୁରୀ ପୈଠ କରାଯିବା ସଂପର୍କରେ ମଧ୍ୟ ଗ୍ରାମସଭା ଅନୁଧ୍ୟାନ କରିପାରିବେ ।

କାର୍ଯ୍ୟକାରୀ ସଂସ୍ଥା ଦ୍ଵାରା କରାଯାଉଥିବା କାର୍ଯ୍ୟ,ସେମାନଙ୍କ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଲିଖିତ ଭାବେ ରଖାଯାଉଥିବା ମଷ୍ଟରରୋଲ ଏବଂ ମଜୁରୀ ଦେୟ ସଂପର୍କରେ ଗ୍ରାମ ପଞ୍ଚାୟତ ମନିଟରିଂ କରିବ ।

ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକ୍ରମ ଅଧିକାରୀ ପରିବାରଗୁଡିକର ପଞ୍ଜିକରଣ,ପ୍ରତି ଆବେଦନକାରୀଙ୍କୁ ଯୋଗାଇ ଦିଆଯାଇଥିବା କାମ, ଦିଆଯାଇଥିବା ବେରୋଜଗାର ଭତ୍ତା,ସାମାଜିକ ସମୀକ୍ଷା,ପାଣ୍ଠି ଯୋଗାଣ, ଠିକ୍ ସମୟରେ ଏବଂ ଠିକ୍ ପରିମାଣରେ ମଜୁରୀ ଦେୟ ତଥା କାର୍ଯ୍ୟର ଗୁଣାତ୍ମକମାନ ଓ କାର୍ଯ୍ୟ କେତେଦୂର ଆଗେଇଛି , ସେ ସଂପର୍କରେ ମନିଟରିଂ କରିବେ । ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକଙ୍କୁ ସମସ୍ତ ପ୍ରକାର ରିପୋର୍ଟ ଏବଂ କାର୍ଯ୍ୟ ସମ୍ପାଦନ ସଂକ୍ରାନ୍ତ ବିବରଣୀ ପଠାଇବା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ଦାୟୀ ରହିବେ । ଏହି ରିପୋର୍ଟ ଓ ବିବରଣୀକୁ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ।

ଜିଲ୍ଲା ପରିଷଦ ସ୍ତରରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ କାର୍ଯ୍ୟକାରିତାର ପ୍ରତିଟି ଦିଗ ଯଥା – ପଞ୍ଜିକରଣ, କର୍ମନିଯୁକ୍ତି, ବେରୋଜଗାର ଭତ୍ତା ,ସାମାଜିକ ସମୀକ୍ଷା ,ପାଣ୍ଠି ପହଞ୍ଚିବାର ଗତି , କାର୍ଯ୍ୟ ର ଅଗ୍ରଗତି ଓ ଗୁଣାତ୍ଜାକମାନ ରକ୍ଷା , କାର୍ଯ୍ୟକାରିତାର ପରିମାଣ, ଠିକ୍ ସମୟରେ ଓ ନିର୍ଭୁଲ ଭାବରେ ମଜୁରୀ ଦେୟ ଏବଂ ଠିକ୍ ସମୟରେ ବେରୋଜଗାର ଭତ୍ତା ପ୍ରଦାନ ଆଦି ବିଷୟକୁ ମନିଟରିଂ କରିବେ ।

ରାଜ୍ୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା,ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ନିର୍ଦ୍ଦେଶ ଓ ଜାତୀୟ ମନିଟରିଂ ପ୍ରଣାଳୀର ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟର ଗୁଣାତ୍ଜାକମାନ ଓ କାର୍ଯ୍ୟକାରିତାର ଗତିକୁ ମନିଟରିଂ କରିବେ । ରାଜ୍ୟ ସରକାର ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଏକ ରିପୋର୍ଟ ଓ ବିବରଣୀ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବେ ।

ଉପରସ୍ତରରେ ହେଉଥିବା ମନିଟରିଂ

କେନ୍ଦ୍ର, ରାଜ୍ୟ ଓ ଜିଲ୍ଲାସ୍ତରରେ ବାହ୍ୟ ଅନୁଧ୍ୟାନକାରୀ ସଂସ୍ଥା କାର୍ଯ୍ୟର ଗୁଣାତ୍ଜାକମାନ ସମୀକ୍ଷା କରିବେ । ଏଥିପାଇଁ କେନ୍ଦ୍ର ପରିଷଦର ସୂକୃତି ନେଇ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଣାଳୟ ଜାତୀୟସ୍ତରରେ ଗୁଣାତ୍ଜାକମାନ ମନିଟରିଂ କରିପାରିବେ । ସେହିପରି ରାଜ୍ୟ ସରକାର ମଧ୍ୟ ଏହି ଉଦ୍ଦେଶ୍ୟରେ ରାଜ୍ୟ ପରିଷଦର ଅନୁମତି ନେଇ ରାଜ୍ୟସ୍ତରୀୟ ଗୁଣାତ୍ଜାକମାନ ମନିଟରିଂ କରିପାରିବେ ।

  • ମନିଟରିଂ ବ୍ୟବସ୍ଥା ସରଳ କରିବା ପାଇଁ ଗ୍ରାମ ଉନ୍ନୟନ ମନ୍ତ୍ରାଣାଳୟ ଚେଷ୍ଟା କରିବେ ।
  • କେନ୍ଦ୍ରୀୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦ, କେନ୍ଦ୍ରୀୟ ସ୍ତରରେ ମନିଟରିଂ ଓ ମୂଲ୍ୟାଙ୍କର ପାଇଁ ଏକ ପ୍ରଣାଳୀକୁ କାର୍ଯ୍ୟକାରୀ କରିବେ ।

ଏନ୍.ଆର୍.ଇ.ଜି.ଏସ୍ ଅଧିନରେ ଗ୍ରାମ ପଞ୍ଚାୟତ ଗୁଡିକର ଭୂମିକା

  • ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲୋକମାନଙ୍କ ପାଖରେ ୧୦୦ଦିନର କାମ ପହଞ୍ଚାଇ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରାଇବା ଦିଗରେ ପଞ୍ଚାୟତ ଏକ ପ୍ରମୁଖ ଭୂମିକା ନିଭାଇ ପାରିବ ।
  • ଗ୍ରାମୀଣ ନିଶ୍ଚିତ କର୍ମନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରତି ଗ୍ରାମପଞ୍ଚାୟତ ଏକ ସ୍ଵତନ୍ତ୍ର ଜମାଖତା ଖୋଳିବେ ।
  • ଏହି ଜମାଖତାରୁ ପ୍ରତ୍ୟେକ ଉଠାଣ ସଂପର୍କରେ ଗ୍ରାମପଞ୍ଚାୟତର ପରିବର୍ତ୍ତୀ ବୈଠକରେ ଜଣାଇ ଦିଆଯାଇ ବୈଠକର ମଞ୍ଜୁରୀ ନିଆଯିବ । ବୈଠକରେ ଉଠିଥିବା ଯେ କୌଣସି ଅଭିଯୋଗକୁ ଲିଖିତ ଭାବେ ରଖାଯିବ ଏବଂ ଏହାର ଏକକିତା ନକଲ କାର୍ଯ୍ୟକ୍ରମ ଅଧିକାରୀଙ୍କ ନିକଟକୁ ପଠାଯିବ ।
  • ଯୋଗ୍ୟ କର୍ତ୍ତୃପକ୍ଷଙ୍କଠାରୁ ପ୍ରଶାସନିକ ଓ ବୈଷୟିକ ମଞ୍ଜୁରୀ ପାଇବା ପରେ ଯାଇ ଏହି ଜମାଖାତରୁ ଟଙ୍କା ଉଠାଯାଇ ପାରିବ । ଯଦି ମଞ୍ଜୁରୀ ନପାଇ, ଏହି ଜମାଖାତାରୁ କୌଣସି ପଇସା ଉଠାଯାଏ ତେବେ ସରପଞ୍ଚ ସେଥିପାଇଁ ବ୍ୟକ୍ତିଗତ ଦାୟୀ ରହିବେ ।
  • ପୂର୍ବ ନିର୍ଦ୍ଧାରିତ ନମୁନାର ଏହି ଜମାଖାତାର ହିସାବକୁ ଦ୍ଵିବାର୍ଷିକ ସାମାଜିକ ସମୀକ୍ଷା ସମୟରେ ଗ୍ରାମସଭା ଆଗରେ ଉପସ୍ଥାନ କରାଯିବ ।
  • ଏହି ଜମାଖାତାରୁ ଅନ୍ୟ କୌଣସି କାମ ପାଇଁ ଟଙ୍କା ଖର୍ଚ୍ଚ କରାଯାଇ ପାରିବ ନାହିଁ ।
  • ଆର୍ଥିକ ଅନିୟମିତତାକୁ ରୋକିବା ଏବଂ ପାଣ୍ଠି ବିନିଯୋଗ କ୍ଷେତ୍ରରେ ତୁରନ୍ତ ସ୍ଵଚ୍ଛତା ଓ ସଠିକତା ଦେଖାଇବାକୁ ମାସିକ ହିସାବ ତନଖିର ବ୍ୟବସ୍ଥା କରାଯିବା ଉଚିତ ।
  • ପରିବାରଗୁଡିକର ପଞ୍ଜିକରଣ,ଜବ୍ କାର୍ଡ,କମ ପାଇଁ ଦରଖାସ୍ତ ସଗ୍ରହ , ଦଲିଲ ବା ରେକର୍ଡ ଗୁଡିକର ରକ୍ଷଣାବେକ୍ଷଣ ଏବଂ କର୍ମ ନିଯୁକ୍ତିର ଆବଣ୍ଟନ ପ୍ରଭୃତି କାମ ପଞ୍ଚାୟତ ନିର୍ଭୁଲ ରୂପେ କରିବା ଉଚିତ୍ ।
  • ଗ୍ରାମ ସଭା ବା ପଲ୍ଲୀସଭାର ସୁପାରିସ ଅନୁସାରେ ଗ୍ରାମପଞ୍ଚାୟତ ଇଲାକାରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡିକର ଗ୍ରାମ ପଞ୍ଚାୟତ ଚିହ୍ନଟ କରିବା ସହିତ ଏହାକୁ କାର୍ଯ୍ୟ କାରୀକରିବ।
  • ଗ୍ରାମ ପଞ୍ଚାୟତ ତାର ପ୍ରସ୍ତାବିତ ଉନ୍ନୟନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ରମ ଅଧିକାରୀଙ୍କ ପାଖକୁ ଯାଞ୍ଚ ଏବଂ ପ୍ରାରମ୍ଭିକ ଅନୁମୋଦନ ପାଇଁ ପଠାଇବ ।
  • ସ୍କିମ୍ ଅଧୀନରେ କାର୍ଯ୍ୟକ୍ରମ ଅଧିକାରୀଙ୍କ ଦ୍ଵାରା ମଞ୍ଜୁର ହୋଇଥିବା କୋଣସି ଏକ ପ୍ରକଳ୍ପ କୁ ଗ୍ରାମ ପଞ୍ଚାୟତ ନିଜ ଇଲାକାରେ କାର୍ଯ୍ୟ କାରୀ କରାଇବ ।
  • ଗ୍ରାମ ପଞ୍ଚାୟତ ସମସ୍ତ ଯୋଜନାର ୫୦ ଭାଗ କାର୍ଯ୍ୟ କୁ ତା’ର ଇଲାକାରେ କାର୍ଯ୍ୟକାରୀ କରାଇବ ।

ଗ୍ରାମ ପଞ୍ଚାୟତ କିମ୍ବା ଅନ୍ୟ କାର୍ଯ୍ୟକାରୀ ସଂସ୍ଥା ଗୁଡିକ ରଖୁଥିବା ଗୁରୁତ୍ଵପୂର୍ଣ୍ଣ ରେକର୍ଡ ପତ୍ର

  • ଦରଖାସ୍ତ ପଞ୍ଜିକରଣ ରେଜିଷ୍ଟର- ଏଥିରେ ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ, ତାରିଖ ଓ କେଉଁ ତାରିଖରେ କାର୍ଯ୍ୟପତ୍ର ଯୋଗାଇ ଦିଆଗଲା ଆଦି ବିବରଣୀ ଲିଖିତ ଭାବେ ରଖାଯିବ ।
  • ଜବ୍ କାର୍ଡ ରେଜିଷ୍ଟର - ପ୍ରତ୍ୟେକ ପଞ୍ଚାୟତ ଏକ ଜବ୍ କାର୍ଡ ରେଜିଷ୍ଟର ରଖିବେ ଏବଂ ଏହାକୁ କାର୍ଯ୍ୟକ୍ରମ ଅଧିକାରୀଙ୍କ,କମ୍ପ୍ୟୁଟର ମାଧ୍ୟମରେ ଲିପିବଦ୍ଧ କରି ରଖାଯିବ ।
  • ଯୋଗାଣ ରେଜିଷ୍ଟର - ଦାବି କାରାଯାଇଥିବା କାମ ଯୋଗାଇ ଦିଆଯାଇଥିବା ନିଯୁକ୍ତି ଓ କେତେ କାମ ସୃଷ୍ଟି କରାଯାଇଛି ଆଦି ବିବରଣୀ ଏହି ରେଜିଷ୍ଟରରେ ଲିଖିତ ଭାବେ ରଖାଯିବ ।
  • ସମ୍ପତ୍ତି ହିସାବ ରେଜିଷ୍ଟର – ମଞ୍ଜୁରୀ ପାଇଥିବା ସବୁ କାମ,ଚାଲିଥିବା କାମ ଓ ସଂପୂର୍ଣ ହୋଇ ସାରିଥିବା କାମର ବିବରଣୀ ଏହି ରେଜିଷ୍ଟରରେ ଲେଖାଯିବ ।
  • ମଷ୍ଟର ରୋଲ ଗ୍ରହଣ ରେଜିଷ୍ଟର – ଗ୍ରାମ ପଞ୍ଚାୟତ ଗ୍ରହଣ କରିଥିବା ମଷ୍ଟର ରୋଲକୁ ଏହି ଖାତାରେ ଲେଖାଯିବ । ଅନ୍ୟ କାର୍ଯ୍ୟକାରୀ ସଂସ୍ଥା ଦ୍ଵାରା ଲେଖାଯାଇଥିବା ମଷ୍ଟର ରୋଲକୁ ମଧ୍ୟ ପଞ୍ଚାୟତ ନିଜ ଖାତାରେ ଲେଖି ରଖିବ ।
  • ଅଭିଯୋଗ ରେଜିଷ୍ଟର – ପଞ୍ଚାୟତ ସ୍ତରରେ ଏନ୍ଆର୍ ଇଜିଏସ୍ କାର୍ଯ୍ୟକୁ କୌଣସି ପ୍ରକାର ଆପତ୍ତି ଓ ଅଭିଯୋଗକୁ ଏକ ଖାତାରେ ଲିଖିତ ଭାବେ ରଖାଯିବ।

କାର୍ଯ୍ୟକ୍ରମ ଅଧିକାରୀଙ୍କ ଭୂମିକା

ଆଇନ୍ ଅନୁଯାୟୀ ପ୍ରତି ବ୍ଲକରେ ଏନ୍.ଆର୍.ଇ.ଜି.ଏ ଅଧୀନରେ ସମସ୍ତ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକ୍ରମ ଅଧିକାରୀ ନିଯୁକ୍ତି ହେବେ । ଏହି କାର୍ଯ୍ୟକ୍ରମ ଅଧିକାରୀ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ )ଙ୍କ ଠାରୁ ତଳ ପାହ୍ୟାର ହୋଇନଥିବେ । ସେ ମଧ୍ୟ ଜଣେ ଅଭିଜ୍ଞ ଉସର୍ଗୀକୃତ ଅଧିକାରୀ ହୋଇଥିବା ଆବଶ୍ୟକ ।ଆମ ରାଜ୍ୟରେ ବିଡିଓମାନଙ୍କୁ କାର୍ଯ୍ୟକ୍ରମ ଅଧିକାରୀ ଭାବେ ପଦନାମିତ କରାଯାଇଛି ।

  • ସେ ବ୍ଲକ୍ ମଧ୍ୟରେ ଥିବା ସବୁ ଗ୍ରାମ ପଞ୍ଚାୟତ ଓ ଅନ୍ୟସବୁ କାର୍ଯ୍ୟକାରକ ସଂସ୍ଥାଙ୍କ ଦ୍ଵାରା କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପଗୁଡିକୁ ତଦାରଖ କରିବେ ।
  • ସ୍କିମ୍ ଅଧୀନରେ କାମ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ୧୫ ଦିନ ମଧ୍ୟରେ କାମ ଯୋଗାଇ ଦେବାକୁ ସୁନିଶ୍ଚିତ କରାଇବେ ।
  • ସେ କାମ ନିଯୁକ୍ତି ହୋଇଥିବା ସମସ୍ତ ଶ୍ରମିକମାନଙ୍କୁ ତୁରନ୍ତ ଓ ସଠିକ୍ ମଜୁରୀ ପ୍ରଦାନକୁ ସୁନିଶ୍ଚିତ କରାଇବେ ।
  • ଯୋଗ୍ୟ ବିବେଚିତ ପରିବାରଗୁଡିକୁ ବେରୋଜଗାର ଭତ୍ତା ମଞ୍ଜୁରୀ କରିବା ଓ ଏହା ପ୍ରଦାନକୁ ସେ ସୁନିଶ୍ଚିତ କରାଇବେ ।
  • ଗ୍ରାମ ସଭା ଦ୍ଵାରା ଗୋଟିଏ ଗ୍ରାମ ପଞ୍ଚାୟତ ଇଲାକା ମଧ୍ୟରେ ସମସ୍ତ କାର୍ଯ୍ୟର ନିୟମିତ ସାମାଜିକ ସମୀକ୍ଷାକୁ ସେ ସୁନିଶ୍ଚିତ କରାଇବେ ଏବଂ ସାମାଜିକ ସମୀକ୍ଷା କାଳରେ ଉତ୍ ଥାପିତ ହୋଇଥିବା ଆପତ୍ତିଗୁଡିକୁ ଉପରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବେ ।
  • ସେ ଗ୍ରାମ ପଞ୍ଚାୟତ ଗୁଡିକ ଦ୍ଵାରା ପ୍ରସ୍ତୁତ ଏବଂ ପଞ୍ଚାୟତ ସମିତି ଦ୍ଵାରା ସଂଗୃହୀତ ପ୍ରକଳ୍ପ-ପ୍ରସ୍ତାବଗୁଡିକୁ ଏକତ୍ର କାରୀ ଗୋଟିଏ ଯୋଜନା ପ୍ରସ୍ତୁତ କରିବେ ।
  • କାମ ପାଇଁ ଆବେଦନ କରିଥିବା କୌଣସି ବ୍ୟକ୍ତିକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କର୍ମ ନିଯୁକ୍ତି ଯୋଗାଇ ଦେବାରେ ଗ୍ରାମ ପଞ୍ଚାୟତ ବିଫଳ ହେଲେ, କାର୍ଯ୍ୟକ୍ରମ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ ଦେବେ ।
  • କାର୍ଯ୍ୟକ୍ରମ ଅଧିକାରୀ ଗ୍ରାମ ପଞ୍ଚାୟତ ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡିକର ଶୁଣାଣୀ କରିବେ ।
  • ସେ ଗ୍ରାମ ପଞ୍ଚାୟତ କରିନଥିବା ୫୦ ଭାଗ କାମକୁ ବ୍ଲକ୍ ରେ କାର୍ଯ୍ୟକାରୀ କରାଇବେ ।

ସାମାଜିକ ସମୀକ୍ଷା

ଯୋଜନା କାର୍ଯ୍ୟ କାରୀ କାରୀ ସାରିବା ପରେ ସାଧାରଣ ଜନତାଙ୍କ ଦ୍ଵାରା ତାହା ଆଉଥରେ ଯାଞ୍ଚ ହେବ ପ୍ରକ୍ରିୟା କୁ ଆମେ ସାମାଜିକ ସମୀକ୍ଷା କହୁଛେ । ଏହି ସକରାତ୍ଜକ ଢଙ୍ଗରେ ହୋଇଥାଏ । ଯାହାକୁ ଆମେ ସାମାଜିକ ମୂଲ୍ୟାଙ୍କ ମଧ୍ୟ କହିପାରିବା। ଲୋକମାନେ ଜାଣିବେ ଯେ ତାଙ୍କ ପାଇଁ କରାଯାଉଥିବା କାମଟି ଠିକ୍ ରୂପେ ହୋଇଛି। ଏନ୍.ଆର୍.ଇ.ଜି.ଏସ୍ ରେ ହୋଥିବା ସମସ୍ତ କାମ ପାଇଁ ସାମାଜିକ ସମୀକ୍ଷା ସଭାର ଆୟୋଜନ କରାଯିବ । ଏହି ଯୋଜନର ସଫଳତା ଅନେକାଂଶ ସାମାଜିକ ସମୀକ୍ଷା ଉପରେ ନିର୍ଭର କରୁଛି ।

ଏହି ଆଇନ୍ ରେ ସାମାଜିକ ସମୀକ୍ଷା ହେଉଛି ଏଭଳି ଏକ ବ୍ୟବସ୍ଥା ଯାହାଦ୍ଵାର କାର୍ଯ୍ୟ।ନୟନ ନିମ୍ନୋକ୍ତ ବ୍ୟାପାରରେ ଗ୍ରାମବାସୀଙ୍କ ଦ୍ଵାରା କ୍ରମାଗତ ଭାବେ ତଦାରଖ ଓ ଯାଞ୍ଚ କରିବା ସମ୍ଭବ ହୋଇଥାଏ,ଯଥା – ପରିବାରମାନଙ୍କ ପଞ୍ଜିକରଣ, ଜବ୍ କାର୍ଡର ଆବଣ୍ଟନ , କାର୍ଯ୍ୟ ପାଇଁ ଦରଖାସ୍ତ ଗ୍ରହଣ, ପ୍ରକଳ୍ପ –ପୁଞ୍ଜ ଓ କାର୍ଯ୍ୟକ୍ରମ ନିରୂପଣ , ବୈଷୟିକ ଅଟକଳ ଓ କାର୍ଯ୍ୟ ଆଦେଶ, ଶ୍ରମିକମାନଙ୍କୁ କାର୍ଯ୍ୟ ଆବଣ୍ଟନ,କାର୍ଯ୍ୟଗୁଡିକର କାର୍ଯ୍ୟନ୍ଵୟନ ଓ ତଦାରଖ, ବେକାରୀ ଭତ୍ତା ପଇଠ, ମଜୁରି ପଇଠ, କାର୍ଯ୍ୟର ମୂଲ୍ୟାୟନ ତଥା ଗ୍ରାମସଭା ଦ୍ଵାରା ସାମାଜିକ ସମୀକ୍ଷକୁ ସୁନିଶ୍ଚିତ କରିବା ।

  • ଆମ ରାଜ୍ୟର ସମାଜିକ ପରିଚାଳନା ପାଇଁ ଯଥାସ୍ଥିତି ଗ୍ରାମ ସଭା ବା ପଲ୍ଲୀସଭା କ୍ଷମତାପ୍ରାପ୍ତ ଅଟ ।
  • ସାମାଜିକ ସମୀକ୍ଷର ପରିଚାଳନା ସୁନିଶ୍ଚିତ କରିବା ହେଉଛି କାର୍ଯ୍ୟକ୍ରମ ଅଧିକାରୀଙ୍କ ଦାୟିତ୍ଵ ।
  • ଗ୍ରାମ ପଞ୍ଚାୟତ ସାମାଜିକ ସମୀକ୍ଷର ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜପତ୍ର , ଯଥା –ମାଷ୍ଟରରୋଲ, ବିଲ୍ ଭାଉଚର, ମାପବହି,ମଞ୍ଜୁରି ଆଦେଶ ଏବଂ ହିସାବ ବହି ଇତ୍ୟାଦିକୁ ଗ୍ରାମସଭା/ପଲ୍ଲୀସଭା ନିକଟରେ ଉପଲବ୍ଧ କରାଇବା ।
  • ସାମାଜିକ ସମୀକ୍ଷା ଏକ ଲଗାତାର ପ୍ରକ୍ରିୟା ହୋଇଥିଲେ ହେଁ ଏହାର ସମସ୍ତ ଦିଗକୁ ଗ୍ରାମ ସଭାରେ /ପଲ୍ଲୀସଭାରେ ସମବେତ ଗ୍ରାମବାସୀମାନଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ସମୀକ୍ଷା କରାଇବା ପାଇଁ ଅନ୍ତତଃ ୬ ମାସକୁ ଥରେ ଏକ ସାମାଜିକ ସମୀକ୍ଷା ସଭା ଆୟୋଜିତ ହେବ ।
  • ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକଙ୍କ କାର୍ଯ୍ୟଳୟ ଏକ ଆଭ୍ୟନ୍ତରୀଣ ସମୀକ୍ଷା (ଅଡିଟ୍) ସେଲ୍ କାର୍ଯ୍ୟ କରିବ,ଯେ କି ସାମାଜିକ ସମୀକ୍ଷର ବିବରଣୀଗୁଡିକୁ ଯାଞ୍ଚ କରିବେ, ଏବଂ ଆବଶ୍ୟକ ପଡିଲେ ଏକ
  • ସ୍ଵତନ୍ତ୍ର ଅଡିଟ୍ ପରିଚାଳନା କରିବେ ତଥା ପ୍ରତିମାସରେ ଥରେ ଏସବୁର ବିବରଣୀକୁ ସଂକଳନ କରି ଜିଲ୍ଲା ଓ ରାଜ୍ୟର କାର୍ଯ୍ୟକ୍ରମ ସଂଯୋଜକ ତଥା ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ ।
  • ଲୋକଙ୍କ ସୁବିଧା ସୁଯୋଗ ଦେଖି ଏହାର ସମୟ ସ୍ଥିର କରାଯିବ ।
  • ଗ୍ରାମ ପଞ୍ଚାୟତ କିମ୍ବା କାର୍ଯ୍ୟକାରୀ ସଂସ୍ଥାରେ ସାମିଲ ନ ଥିବା ଜଣେ ନିରପେକ୍ଷ ବ୍ୟକ୍ତିଙ୍କୁ ସାମାଜିକ ସମୀକ୍ଷା ମଞ୍ଚର ସଭାପତିତ୍ଵ ପାଇଁ ଦାୟିତ୍ଵ ଦିଆଯିବ ।
  • ଗ୍ରାମ ପଞ୍ଚାୟତ ବାହାରୁ ଜଣେ ସରକାରୀ କର୍ମକର୍ତ୍ତା ଏହି ସଭାରେ ସମ୍ପାଦକ ଦାୟିତ୍ଵ ନେବେ ।
  • ଯୋଜନାର କାର୍ଯ୍ୟକାରିତା ସହ ଜଡିତ କୌଣସି ବ୍ୟକ୍ତି, ସଭାରେ ସୂଚନା ଉପସ୍ଥାନ କରିପାରିବେ ନାହିଁ । ଗ୍ରାମ ସତର୍କତା ବା ଭିଜିଲାନ୍ସ କମିଟିର ଜଣେ ସଦସ୍ୟ କିମ୍ବା ସ୍କୁଲ ଶିକ୍ଷକ ଭଳି ଜଣେ ବ୍ୟକ୍ତି, ନିର୍ଦ୍ଧାରିତ ନମୁନାରେ ସୂଚନାଗୁଡିକୁ ବଡ ପାଟିରେ ପଢି ଶୁଣାଇବେ ।
  • କାର୍ଯ୍ୟକାରିତାରେ ଜଡିତ ସମସ୍ତ ଅଧିକାରୀ ସାମାଜିକ ସମୀକ୍ଷା ସଭାରେ ଉପସ୍ଥିତ ରହି ଗ୍ରାମ ସଭାର ସଦସ୍ୟମାନଙ୍କ ପ୍ରଶ୍ନ ଗୁଡିକର ଉତ୍ତର ଦେବେ ।
  • ନିର୍ଦ୍ଧାରିତ ନମୁନାରେ ବୈଠକର ଆଲୋଚିତ ବିଷୟବସ୍ତୁକୁ ଲିଖିତ ଆକାରରେ ଲେଖାଯିବ । ଉପସ୍ଥିତ ସମସ୍ତ ବ୍ୟକ୍ତି ସଭା କାର୍ଯ୍ୟକ୍ରମର ଆରମ୍ଭରେ ଓ ବିବରଣୀ ଲେଖା ଶେଷରେ ନିଜର ଦରଖାସ୍ତ ଦେବେ ।
  • ପ୍ରତ୍ୟେକ ଅଭିଯୋଗକୁ ଲିଖିତ ଭାବେ ରଖାଯିବ ।
  • ସାମାଜିକ ସମୀକ୍ଷା ସଭାରେ ସୂଚନା ଅଧିକାରୀ ଆଇନ୍ , ସାମାଜିକ ସମୀକ୍ଷା ମାନୁଏଲ୍ ର ବ୍ୟବସ୍ଥାଗୁଡିକୁ ସମ୍ପର୍କରେ ଲୋକଙ୍କୁ ପ୍ରଚାର କରାଯିବ ଯାହାଫଳରେ ଏହି ସଭା ସର୍ବସାଧାରଣଙ୍କ ପାଇଁ ସତର୍କତା ପ୍ରକ୍ରିୟାରେ ଏକ ତାଲିମ କ୍ଷେତ୍ରଭାବେ ବ୍ୟବହୃତ ହୋଇପାରିବ।
  • ସାମାଜିକ ସମୀକ୍ଷର ଆୟୋଜନକୁ ସୁନିଶ୍ଚିତ କରିବା , କାର୍ଯ୍ୟକ୍ରମ ଅଧିକାରୀଙ୍କ ଦାୟିତ୍ଵ । ଏ ସଂପର୍କରେ ସେ ନିୟମିତ ଭାବେ ସମୀକ୍ଷା କରିବେ । ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦ ଓ କେନ୍ଦ୍ରୀୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦ ସାମାଜିକ ସମୀକ୍ଷା କାର୍ଯ୍ୟପ୍ରଣାଳୀ ଓ ପ୍ରକ୍ରିୟାକୁ ସମୟ ସମୟରେ ସମୀକ୍ଷା କରିବେ । ପ୍ରତ୍ୟେକ ସ୍ତରରେ ସାମାଜିକ ସମୀକ୍ଷର ପରବର୍ତ୍ତି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ।

ଏନ୍.ଆର୍.ଇ.ଜି.ଏସ୍ ର ସଫଳତା ପାଇଁ ନାଏବ ସରପଞ୍ଚ ଓ ୱାର୍ଡମେମ୍ବର ମାନଙ୍କ ଭୂମିକା

  • କାର୍ଯ୍ୟକ୍ରମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଜେ ବୁଝି ଗ୍ରାମବାସୀଙ୍କୁ ବୁଝାଇ , ସେମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରି ପାରିବେ ।
  • କାମ ପାଇଁ ଆବେଦନ କରିବାକୁ ଶ୍ରମିକମାନଙ୍କୁ ଉସ୍ରାହିତ କରି ପାରିବେ ।
  • କୌଣସି ଶ୍ରମିକ ପଞ୍ଜିକରଣ, ଜବ୍ କାର୍ଡ ପାଇବା , କାମ ପାଇଁ ଦରଖାସ୍ତକୁ ଗ୍ରହଣ କରା ନ ଯିବା ସଂପର୍କରେ ଅଭିଯୋଗ ଥିଲେ , ତାଙ୍କ ଅଭିଯୋଗକୁ ସଂପୃକ୍ତି କାର୍ଯ୍ୟ କ୍ରମ ଅଧିକାରୀ (ବ୍ଲକ୍ ସ୍ତର )ଙ୍କ ନିକଟରେ ଲିଖିତ ଭାବେ ଦେବାକୁ ଆବେଦନକାରୀଙ୍କୁ ସାହାଯ୍ୟ କରିବେ । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବାର ନିୟମ ରହିଥିବା କଥା ଅଭିଯୋଗକାରୀ ଶ୍ରମିକଙ୍କୁ ବୁଝାଇ ଦେଇପାରିବେ ।
  • ସାମାଜିକ ସମୀକ୍ଷା ମଞ୍ଚରେ କର୍ମ ନିଯୁକ୍ତି ସଂକ୍ରାନ୍ତ ସମସ୍ତ ବିଷୟ ଯେପରି ମୁକ୍ତ ରୂପେ ଆଲୋଚନା ହୋଇପାରିବ ସେଥି ପାଇଁ ଜନମତ ସୃଷ୍ଟି କରିବା ସହ ପଞ୍ଚାୟତ ସ୍ତରର କର୍ମଚାରୀଙ୍କ ସହଯୋଗ ପାଇଁ ଚାପ ପକାଇ ପାରିବେ ।

ସରପଞ୍ଚଙ୍କ ଭୂମିକା

  • ସମୁଦାୟ କାର୍ଯ୍ୟ କ୍ରମର ଶତକଡା ୫୦ ଭାଗ କାର୍ଯ୍ୟ ପଞ୍ଚାୟତ ଜରିଆରେ କରାଯାଉଥିବା ଏହାର ସଫଳତା ସରପଞ୍ଚଙ୍କ କାର୍ଯ୍ୟକଳାପ ଉପରେ ନିର୍ଭର କରିଥାଏ ।
  • କାମ କରିବାକୁ ଇଚ୍ଚୁକ ସମସ୍ତ ବ୍ୟକ୍ତି ଯେଭଳି ନିଜ ପରିବାରକୁ ପଞ୍ଜିକୃତ କାରି ପାରିବେ , କାର୍ଯ୍ୟ ପତ୍ର ହାସଲ କରିପାରିବେ, କାମ ପାଇଁ ଆବେଦନ କରିବାର କୌଣସି ପ୍ରକାର ଅସୁବିଧାର ସମୁଖୀନ ନ ହେବେ ସେ ବିଷୟକୁ ସରପଞ୍ଚ ବ୍ୟକ୍ତିଗତ ସ୍ତରରେ ସମାଧାନ କାରୀ ଦେଇ ପାରିବେ ।
  • ଲୋକଙ୍କୁ ଯେଭଳି ସୁବିଧାରେ କାମ ମିଳି ପରିବ ଓ ଠିକ୍ ସମୟରେ ମଜୁରୀ ପ୍ରଦାନ କରାଯିବ ସେ ଦିନରେ ଯତ୍ନଶୀଳ ହୋଇ ପାରିବେ ।
  • ପଞ୍ଜିକରଣ କରାଇବାଠାରୁ ମଜୁରୀ ପ୍ରଦାନ ଓ ସାମାଜିକ ସମୀକ୍ଷା କରାଇବା ସବୁଥିରେ ସରପଞ୍ଚଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସେ ତାକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାଇବା ଉଚିତ ।

ଆଧାର -

  1. "ପଞ୍ଚାୟତରାଜ ବିଭାଗ ଓଡିଶା ସରକାର"
  2. "ମହାତ୍ଜା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଭାରତ ସରକାର"

Last Modified : 7/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate