ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ରାଜ୍ୟସ୍ତରୀୟ ଶ୍ରମିକ ଦିବସ ଶ୍ରମିକମାନେ ହେଉଛନ୍ତି ବିକାଶର ସାରଥୀ
ସେଆର କରନ୍ତୁ

ରାଜ୍ୟସ୍ତରୀୟ ଶ୍ରମିକ ଦିବସ ଶ୍ରମିକମାନେ ହେଉଛନ୍ତି ବିକାଶର ସାରଥୀ

ଶ୍ରମିକମାନେ ହେଉଛନ୍ତି ବିକାଶର ସାରଥୀ

ଶ୍ରମିକ ଦିବସ ପାଳିତ

ସ୍ଥାନୀୟ ଇଡ୍କଲ ଅଡିଟୋରିଅମରେ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିକାଶର ସବୁ ସ୍ତରରେ ଶ୍ରମିକ ମାନଙ୍କର ଅବଦାନ ରହିଛି। ସେମାନେ ହେଉଛନ୍ତି ବିକାଶର ସାରଥୀ ଏବଂ ସମାଜର ପ୍ରକୃତ ମେରୁଦଣ୍ଡ।

ଶ୍ରମିକ ପକ୍କା ଘର ଯୋଜନା

ଏହି ଅବସରରେ ନିର୍ମାଣ ଓ ଅନ୍ୟନ୍ୟ ଅଣସଂଗଠିତ ଶ୍ରମିକଙ୍କ ପାଇଁ ନୂତନ ଭାବେ ଘୋଷିତ ପ୍ୟାକେଜ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଶ୍ରମିକ ମାନଙ୍କୁ ଘର ପାଇଁ ସହାୟତା ରାଶିକୁ ଦେଢ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ତିନି ବର୍ଷରେ ୫୦ ହଜାର ଶ୍ରମିକ ଏହି ସହାୟତା ପାଇବେ ବୋଲି ସେ କହିଥିଲେ।

ହେଲ୍ପ ଲାଇନ

ସେହିପରି ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ପାଇଁ ହୋଇଥିବା କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ସେମାନଙ୍କ ସହାୟତା ପାଇଁ ସ୍ଵତନ୍ତ୍ର ହେଲ୍ପ ଲାଇନ ଖୋଲାଯିବା ସହିତ ସେମାନଙ୍କ ପିଲାମାନଙ୍କର ପାଠପଢ଼ା ପାଇଁ Seasonal Hostel ଖୋଲାଯାଇଛି। ସେମାନଙ୍କୁ ଶୋଷଣ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମଧୁବାବୁ ପେନ୍ସନ ଯୋଜନା

ଷାଠିଏ ବର୍ଷରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ମାନଙ୍କୁ ମଧୁବାବୁ ପେନ୍ସନ ଯୋଜନାର ହିତାଧିକାରୀ ମାନଙ୍କ ପରି ସମାନୁପାତିକ ପେନ୍ସନ୍ ପ୍ରଦାନ କରାଯିବ। ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନେ ବର୍ଷକୁ ୨୦୦୦ ରୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବୃତ୍ତି ପାଇବା ସହିତ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଲେ ସେମାନଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ଦିଆଯିବ। ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ବାର୍ଷିକ ୨୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ। ଏହା ସହିତ ଗର୍ଭବତୀ ଓ ନବ ଜନ୍ମିତ ଶିଶୁର ମା ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମମତା ଯୋଜନା

ମମତା ଯୋଜନାର ସୁବିଧା ପାଇବା ସହିତ ସେମାନେ ଏହି ସହାୟତା ପାଇବେ। କ୍ୟାନସର୍, ହୃଦରୋଗ ଓ ବୃକ୍‌କ ରୋଗ ପରି କେତେକ ଦୁରାରୋଗ୍ୟ ବ୍ୟାଧି କ୍ଷେତ୍ରରେ ନିର୍ମାଣ ଶ୍ରମିକ ମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ନିର୍ମାଣ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ୫ କୋଟି ଟଙ୍କାର ଏକ କର୍ପସ ପାଣ୍ଡି ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରମିକ ମାନଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ରାଜେନ୍ଦ୍ର ପ୍ରସାଦ ସିଂ, ସୌରୀବନ୍ଧୁ କର, ବସନ୍ତ ସାହୁ ଓ କିଶୋର ଜେନା ପ୍ରମୁଖଙ୍କୁ ବିଜୁ ଶ୍ରମିକ ବନ୍ଧୁ ପୁରସ୍କାର ପ୍ରଦାନ କରିବା ସହିତ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ମଧ୍ୟ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଖଣି ଓ ଇସ୍କାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ କୁମାର ପଣ୍ଡା, ସା“ସଦ ଡ୫ ପ୍ରସନ୍ନ କୁମାର ପାଟଶାଣୀ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂ, ବିଧାୟକ ଶ୍ରୀ ବିଜୟ ମହାନ୍ତି, ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ଆଧାର :"odiapua.com"

3.18181818182
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top