ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ସମବାୟ ଓ ଗ୍ରାମ୍ୟ ଉନ୍ନୟନ
ସେଆର କରନ୍ତୁ

ସମବାୟ ଓ ଗ୍ରାମ୍ୟ ଉନ୍ନୟନ

ସମବାୟ ଓ ଗ୍ରାମ୍ୟ ଉନ୍ନୟନ ର ସୂଚନା

ଆମ  ରାଜ୍ୟର  ପ୍ରାୟ  ୮୦ ଭାଗ  ଲୋକ  ଗ୍ରାମାଞ୍ଚଳରେ  ବାସ  କରନ୍ତି  ଏବଂ  କୃଷି  ଉପରେ  ନିର୍ଭର  କରି  ଚଳନ୍ତି   । ବର୍ତ୍ତମାନ  ପାଇଁ  କେବଳ   କୃଷିର  ଉନ୍ନତି  ହିଁ  ଗ୍ରାମାଞ୍ଚଳ  ଲେକମାନଙ୍କର  ଆର୍ଥିକ  ମାନଦଣ୍ଡ  ସୁଦୃଢ  କରିପାରିବ  । ୧୯୬୬-୬୭ ରେ  ଆରମ୍ଭ  ହୋଇଥିବା  ସବୁଜ  ବିପ୍ଲବ  ଫଳରେ  ଆଜି  ଆମ  ଦେଶ  ଖାଦ୍ୟ  ପଦାର୍ଥ  ଉତ୍ପାଦନ  କ୍ଷେତ୍ରରେ  ସ୍ୱାବଲମ୍ବନଶୀଳ  ହୋଇପାରିଅଛି   । ଫଳରେ   ଖାଦ୍ୟ  ପଦାର୍ଥ   କୃଷି   ଉତ୍ପାଦନ  ବୃଦ୍ଧି  କରିବା  ପାଇଁ  ଦେଶର  କୃଷି  ଗବେଷଣା  କେନ୍ଦ୍ରମାନଙ୍କରୁ  ବିଭିନ୍ନ  ପ୍ରକାର  ଅଧିକ  ଉତ୍ପାଦନକ୍ଷମ  ବିହନ ଓ  କୃଷି  କୌଶଳ  ଉଦ୍ଭାବନ  ହେଲେ   ମଧ୍ୟ  ଏହି  ଉନ୍ନତ  ଚାଷ  ପ୍ରଣାଳୀ  ବ୍ୟୟସାପେକ୍ଷ  । ସାରା, ଶସ୍ୟ  ସଂରକ୍ଷଣ  ଉନ୍ନତ  କୃଷି  ଯନ୍ତ୍ରପାତି  ଶୁଷ୍କ  ଅଞ୍ଚଳରେ  ଉନ୍ନତ  କୃଷି   ପଦ୍ଧତି  ଅବଲମ୍ବନ  ନିମିତ୍ତ  ଅଧିକ  ଅର୍ଥ  ଲଗାଣ  ଅପରିହାର୍ଯ୍ୟ  । ଗାଁ  ଗହଳରେ   କ୍ଷୁଦ୍ର, ନାମମାତ୍ର  ଚାଷୀମାନେ  ଏହି  ଉନ୍ନତ  ଚାଷ  ପ୍ରଣାଳୀ  ଅବଲମ୍ବନ  କରିବା  ପାଇଁ  ସକ୍ଷମ  ନୁହନ୍ତି   ।  ଏଣୁ  ଖାଦ୍ୟ  ଉତ୍ପାଦନ  ବୃଦ୍ଧିକୁ   ଆହୁରି  ତ୍ୱରାନ୍ୱିତ  କରିବା   ପାଇଁ  ଚାଷୀମନଙ୍କୁ  ଅଳ୍ପ  ସୁଧରେ  ଋଣ  ଠିକ୍ ସମୟରେ  ଯୋଗାଇ  ଦେବା  ଅପରିହାର୍ଯ୍ୟ  ହୋଇପଡିଛି   । ଏହି  ଗୁରୁଦାୟିତ୍ଵ  ଦେଶର  ସମବାୟ  ବିଭାଗକୁ  ମୁଖ୍ୟତଃ  ସମର୍ପଣ  କରାଯାଇଛି   । ଗ୍ରାମ୍ୟ  ଉନ୍ନୟନର  ଦ୍ଵିତୀୟ  ପଦକ୍ଷେପ  ହେଉଛି  ଶ୍ଵେତ  ବିପ୍ଲବ, ଏହାଦ୍ଵାରା  କ୍ଷୁଦ୍ରଚାଷୀଠାରୁ  ଆରମ୍ଭ  କରି  ଜମିହୀନ  ବେକାର ଗାମ୍ୟ  ଯୁବକମାନେ  ମଧ୍ୟ  କର୍ମ ସଂସ୍ଥାନ  ପାଇପାରିବେ   । ଗ୍ରାମାଞ୍ଚଳରେ  ଚାଷୀଭାଇମାନେ  ସମବାୟ  ଦୁଗ୍ଧ  ଉତ୍ପାଦନ  ସଂଘ  ପ୍ରତିଷ୍ଠା  କରି  ଲାଭବାନ  ହୋଇପାରିବେ  । ସମବାୟ  ବିଭାଗ  ସର୍ବଦା  ଦୁର୍ବଳକୁ  ଆତ୍ମରକ୍ଷା  କରିବାରେ  ସହାୟକ  ହୋଇସାରିଛି, ଖାଉଟି  ଦ୍ରବ୍ୟର  ସଂଗ୍ରହ  ଓ  ସୁଷମ  ବଣ୍ଟନ  ଗ୍ରାମାଞ୍ଚଳରେ  ସମବାୟ  ଅନୁଷ୍ଠାନ  ମାଧ୍ୟମରେ   ବହୁ  ପରିମାଣରେ  ହୋଇଥାଏ   । ଗ୍ରାମ୍ୟ  ଉନ୍ନୟନ  ନିମିତ୍ତ  ଯେଉଁସବୁ  ବ୍ୟବସ୍ଥା  ରହିଛି  ତାହାର  ସୁଫଳ  ସମବାୟ  ମାଧ୍ୟମରେ  ଲୋକଙ୍କ  ପାଖରେ  ସହଜରେ  ପହଞ୍ଚିପାରିବ  । ଗ୍ରାମାଞ୍ଚଳରେ  ସମବାୟ  ହିଁ  ଏକମାତ୍ର  ଅନୁଷ୍ଠାନ  ଯାହାର  ମାଧ୍ୟମରେ  ଆର୍ଥିକ  ଦୁର୍ବଳ  ଲୋକମାନଙ୍କର  ସ୍ଵାର୍ଥ  ସୁରକ୍ଷା  ହୋଇପାରିବ   ।

ସମବାୟ   ଅନୁଷ୍ଠାନ  ଏକ  ସ୍ଵତଃପ୍ରବୃତ୍ତ  ସଂଘବଦ୍ଧ, ଗଣତାନ୍ତ୍ରିକ ପଦ୍ଧତିରେ   ପରିଚାଳିତ, ନିରପେକ୍ଷ   ଅନୁଷ୍ଠାନ  । ମିତବ୍ୟୟିତା  ସେବା  ମନୋଭାବ  ନୀତି  ଉପରେ  ନିର୍ଭର  କରି  ଏହା  ପରିଚାଳିତ  ହୋଇଥାଏ   । ସମବାୟ  ଅନୁଷ୍ଠାନର  ସପ୍ତରଙ୍ଗ  ଯୁକ୍ତ  ପତାକା  ସାତଟି  ଶ୍ରେଷ୍ଠ  ନୀତିପ୍ରତୀକ  । ବାଇଗଣୀ – ସ୍ଵେଚ୍ଛାମୂଳକ, ଯୋଗଦାନର  ପ୍ରତୀକ, ଘନନୀଳ – ଗଣତନ୍ତ୍ରର  ପ୍ରତୀକ, ନୀଳ – ସ୍ଵୟଂ – ଶାସନର  ପ୍ରତୀକ, ସବୁଜ – ନିରପେକ୍ଷ   ବିଚାରର  ପ୍ରତୀକ, ହଳଦିଆ – ସୁସମ୍ପର୍କର  ପ୍ରତୀକ, ନାରଙ୍ଗୀ – ଭେଦଭାବ  ପରେର  ସୂଚକ  ଓ  ଲାଲ – ପରିବର୍ତ୍ତନର  ପ୍ରତୀକ   ।

ଆମ  ଦେଶରେ  ୧୯୦୪  ମସିହା  ମାର୍ଚ୍ଚ  ୨୫ ତାରିଖ  ଦିନ  ସମବାୟ  ଋଣ  ସମିତି   ଆଇନ  ପ୍ରଣୟନ   କରାଯାଇଥିଲା   । ଏହି  ଆଇନ  ଅନୁଯାୟୀ – ଗୋଟିଏ  ଗ୍ରାମ/ ସହରରେ  ବା  ଗୋଷ୍ଠୀରେ  ଯେକୌଣସି  ୫୦ ଜଣ ବା  ଉର୍ଦ୍ଧ୍ଵ  ବ୍ୟକ୍ତି  ସ୍ଵ  ଉନ୍ନତି  ନିମିତ୍ତ   ଗୋଟିଏ  ସମବାୟ  ସମିତି   ଗଠନ  କରିପାରିବେ  । କୃଷି  ସେବା  ସମବାୟ  ସମିତି  ଗଠନ   କରିପାରିବେ   । କୃଷି  ସେବା  ସମବାୟ  ସମିତି  ଗଠନ  କରିବାକୁ  ହେଲେ  ଶତକଡା  ୮୦ ଭାଗରୁ  ଅଧିକ  ସଭ୍ୟ  କୃଷକ  ହୋଇଥିବେ   । ସମିତିରୁ  ଋଣ  କେବଳ  ସଭ୍ୟମାନେ   ପାଇପାରିବେ   । ଯେ  କୌଣସି  ସେବା ସମବାୟ  ସମିତିର   ପରିଚାଳନା  ଦାୟିତ୍ଵ   ରାଜ୍ୟସ୍ତରରେ  ରେଜିଷ୍ଟର  କରିବେ   ।

ସେବା  ସମବାୟ  ସମିତି

ଆମ  ଦେଶରେ  ସେବା  ସମିତି  ଗ୍ରାମ୍ୟ  ସ୍ତରରେ  କାର୍ଯ୍ୟରତ   ଏକ  ବିକେନ୍ଦ୍ରୀଭୂତ   ମୌଳିକ  ଅନୁଷ୍ଠାନ   । ଗ୍ରାମଅର୍ଥନୀତିରେ  ବୈପ୍ଳବିକ  ପରିବର୍ତ୍ତନ  ଆଣିବାରେ   ଏହାର  ଭୂମିକା  ଗୁରୁତ୍ଵପୂର୍ଣ୍ଣ   । ସେବା  ସମବାୟ  ସମିତି  ତାର  ସଭ୍ୟମାନଙ୍କୁ  ଆର୍ଥିକ  ଅନାଟନରୁ  ସୁରକ୍ଷା  କରିଥାଏ   । ଗ୍ରାମାଞ୍ଚଳରେ  ଚାଷୀମାନେ   ମିଶି  ସମବାୟ  ଆଇନ  ଅନୁମୋଦିତ  ପନ୍ଥାରେ   ଯେଉଁ  ଅନୁଷ୍ଠାନ  ପ୍ରତିଷ୍ଠା  କରନ୍ତି  ତାହାକୁ  ସେବା  ସମବାୟ  ସମିତି  କୁହାଯାଏ   । ଏହି  ସମିତିର  ସଭ୍ୟମାନଙ୍କୁ  କୃଷି  ଉତ୍ପାଦନ  ନିମିତ୍ତ  ରୂପ  ସଙ୍ଗେ ସଙ୍ଗେ  ସଭ୍ୟମାନଙ୍କର  ବଳକା  କୃଷିଜାତ  ଦ୍ରବ୍ୟ  ବିକ୍ରୟ  ଏବଂ ପୁନଃବଣ୍ଟନର  ମଧ୍ୟ   ବ୍ୟବସ୍ଥା  କରିଥାଏ   । ସମିତି  ଜରିଆରେ  ଖାଉଟିମାନଙ୍କୁ  ନିତ୍ୟ  ଆଞ୍ଚଳିକ  ବାଣିଜ୍ୟ   ସମବାୟ  ସମିତିରୁ   ଉନ୍ନତ  ବିହନ, ସାର, କୀଟନାଶକ ଔଷଧ  ଓ  କୃଷି  ଯନ୍ତ୍ରପାତି  ମୋଟା  ଦରରେ  କ୍ରୟ  କରି  ସଭ୍ୟମାନଙ୍କୁ  ସୁଲଭ  ମୂଲ୍ୟରେ  ଯୋଗାଇ  ଦେଇଥାଏ   । ଏହାଛଡା  ପାଇକାରୀ   ଖାଉଟି  ଭଣ୍ଡାରରୁ   ଅନ୍ୟାନ୍ୟ  ବ୍ୟବହାର୍ଯ୍ୟ  ପଦାର୍ଥ  ମୋଟାଦରରେ  ଖରିଦ  କରି  ସଭ୍ୟମାନଙ୍କୁ  ଉଚିତ  ମୂଲ୍ୟରେ  ଯୋଗାଇ  ଦେଇଥାଏ   । ଫଳରେ  ଚାଷୀମାନେ  ସେବା  ସମବାୟ  ସମିତି  ଜରିଆରେ  ଅଳ୍ପ  ସୁଧରେ  ଋଣ ଓ  ଆବଶ୍ୟକୀୟ  ସମସ୍ତ  ପାଦାର୍ଥ  ସୁଲଭ  ମୂଲ୍ୟରେ  ପାଇଥାନ୍ତି    । ଏହାଛଡା  ସେବା  ସମବାୟ  ସମିତି  ଜରିଆରେ  ଚାଷୀମାନଙ୍କୁ  ଟ୍ରାକ୍ଟର, ପାୱାରଟିଲର  ସ୍ପ୍ରେୟର  ଇତ୍ୟାଦି   ଭଡାରେ  ଯୋଗାଇଦେବା  ବ୍ୟବସ୍ଥା  ରହିଛି   ।

ଗ୍ରାମ୍ୟ  ବେପାରୀ ପ  ମିଲ  ମାଲିକମାନେ   ଗାଁ  ଗହଳିରେ  ବଜାର  ବଜାର  ମୂଲ୍ୟଠାରୁ  କମ୍  ମୂଲ୍ୟ  ଦେଇ  ଗରିବ  ଚାଷୀମାନଙ୍କଠାରୁ  ଶସ୍ୟ କ୍ରୟ  କରିନିଅନ୍ତି   । ସମୟେ  ସମୟେ  ଓଜନରେ  ମଧ୍ୟ  ଠକି  ଦିଅନ୍ତି   । ଏହି  ଲାଭଖୋର  ବେପାରୀମାନଙ୍କ  କବଳରୁ  ଚାଷୀମାନଙ୍କୁ  ମୁକ୍ତ  କରିବା  ପାଇଁ  ସମିତି  ସଭ୍ୟମାନଙ୍କର  ବଳକା  ଶସ୍ୟ  ଦ୍ରବ୍ୟ  ସଂଗ୍ରହ   କରି  ଉଚିତ  ଦରରେ   ବିକ୍ରୟ  କରିଦେଇଥାନ୍ତି   । ଗ୍ରାମାଞ୍ଚଳରେ  ଚାଷୀମାଙ୍କର  ସଞ୍ଚୟ  ମନୋଭାବ   ବଢାଇବା   ପାଇଁ   ବିକ୍ରୟ  ଲବ୍ଧ  ଧନରୁ  କିଛି   ଅଂଶ  ବାଧ୍ୟତାମୂଳକ  ଭାବେ  କାଟି   ରଖି  ତାକୁ  ସଭ୍ୟମାନଙ୍କ  ଖାତାରେ  ଜମା  କରିଦେଇଥାନ୍ତି   । ଏଥିପାଇଁ  ସମିତି  ପ୍ରତ୍ୟକ  ସଭ୍ୟଙ୍କୁ  ଗୋଟିଏ  ସଞ୍ଚୟ  ପାସବହି  ଯୋଗାଇ  ଦେଇଥାଏ  ଏବଂ  ପ୍ରତ୍ୟକ  ସଭ୍ୟଙ୍କ  ନାମରେ  ପାସ୍  ବହି  ଖୋଲିଥାଏ    ।

ସେବା  ସମବାଯ  ସମିତି  କୃଷିଜାତ  ଦ୍ରବ୍ୟକୁ  ଖାଉଟି  ଦ୍ରବ୍ୟରେ  ପରିଣତ  କରି   ବିକ୍ରୟ  କରିବା  ଦ୍ଵାରା  ସମିତିର  ସଭ୍ୟମାନେ  ଆହୁରି   ଅଧିକ  ଲାଭମାନ  ହୋଇଥାନ୍ତି   । ସମିତି  ନିଜର  ଚାଉଳକଳ, ଅଟାକଳ, ତେଲକଳ  ଇତ୍ୟାଦି  ସ୍ଥାପନ   କରି  ଖାଉଟିମାନଙ୍କୁ   ସୁଲଭ  ମୂଲ୍ୟରେ   ନିତ୍ୟ  ବ୍ୟବହାର୍ଯ୍ୟ  ପଦାର୍ଥ  ଯୋଗାଇ  ଦେଇଥାଏ   । ସେବା  ସମବାୟ  ସମିତି – ସଭ୍ୟମାନଙ୍କୁ   ନୂତନ  କୃଷିପଦ୍ଧତି   ବିଷୟରେ  ଶିକ୍ଷାଦେବା, ରାଜ୍ୟ  ସମବାୟ  ସଂଘ  ଆନୁକୁଲ୍ୟରେ   ପାଠଚକ୍ର, ଆଲୋକଚକ୍ର, ସଭା  ଇତ୍ୟାଦି  ଆୟୋଜନକରି – ସମବାୟନୀତି  ଆଦର୍ଶ  ଉପକାରିତା  ଇତ୍ୟାଦି  ବିଷୟରେ  ଜନସାଧାରଣଙ୍କୁ  ଅବଗତ  କରାଇ  ଏକ  ଶୋଷଣବିହୀନ  ସମାଜର  ନବନିର୍ମାଣ  କରିବା  ପାଇଁ  ଆଲୋକପାତ  କରିଥାଏ   । ସମବାୟ  ଆନ୍ଦୋଳନର  ଲକ୍ଷ୍ୟ ଓ  ଗୁରୁତ୍ଵ  ବିଷୟରେ  ଜନସାଧାରଣଙ୍କୁ  ଅବଗତ  କରାଇବା  ପାଇଁ  ରାଜ୍ୟ  ସମବାୟ  ସଂଘ  ପ୍ରତିବର୍ଷ  ୧୪ ସେପ୍ଟେମ୍ବର  ୨୦ ନଭେମ୍ବର – ଏକ  ସପ୍ତାହ  ସମବାୟ  ସପ୍ତାହ  ରୂପେ  ରାଜ୍ୟରେ  ପାଳନ  କରିଥାଏ   ।

ସେବା  ସମବାୟ  ସମିତି  ଗଠନ  ପ୍ରଣାଳୀ

ଗୋଟିଏ  ଗ୍ରାମ  ପାଇଁ  ଗୋଟିଏ  ସମିତି  ଗଠନ  କରାଯାଇଥାଏ  ବା ଛୋଟ  ୨- ୩ଟି  ଗ୍ରାମରେ  ଗୋଟିଏ  ସେବା  ସମବାୟ  ସମିତି  ଗଠନ  କରାଯାଇଥାଏ  । ସମିତି  ଗଠନ   କରିବା  ପାଇଁ  ଅତି କମ୍ ରେ  ୫୦ ଜଣରୁ  ଅଧିକ  ସଭ୍ୟ  ହେବା  ପାଇଁ   ଆଗ୍ରହ  ପ୍ରକାଶ  କରିବା  ଉଚିତ   । ପ୍ରତି  ପରିବାରରୁ  ଜେନ  ସଭ୍ୟ  ରହିବା  ଉଚିତ   । ସମିତି  ରେଜିଷ୍ଟ୍ରୀକରଣ   ହେବା  ପରେ   ସମବାୟ   ଆଇନ  ପରିସର  ଅନ୍ତର୍ଭୁକ୍ତ   ହୋଇ  ବିଭିନ୍ନ  ସୁବିଧା – ସୁଯୋଗର   ଭାଗୀଦାରୀ  ହୋଇଥାଏ   । ରେଜିଷ୍ଟ୍ରୀକରଣ  ପାଇଁ  ଅନ୍ୟୁନ  ୫୦ ଜଣ  ସଭ୍ୟ  ଦସ୍ତଖତ  କରି  ପ୍ରସ୍ତାବକୁ  ବ୍ଲକ  ଉନ୍ନୟନ ଅଧିକାରୀଙ୍କ   ନିକଟକୁ  ପଠାଯାଏ   । ପ୍ରସ୍ତାବଟିକୁ  ସମବାୟ  ସଂପ୍ରସାର  ଅଧିକାରୀ   ବ୍ଲକ  ସ୍ତରରେ   ପରୀକ୍ଷା  ନିରୀକ୍ଷା  କରିବା  ପରେ  ପ୍ରସ୍ତାବିତ   ସମିତି  ପାଇଁ   ଏକ  ଉପବିଧି  ତିଆରି  କରନ୍ତି   । ଏବଂ  ସମିତିର  ସମ୍ଭାବ୍ୟ  ରିପୋର୍ଟ  ପ୍ରସ୍ତୁତ  କରନ୍ତି   । ଓଡିଶା  ସମବାୟ  ଆଇନ  ଅନୁଯାୟୀ   ସମିତିର   ପ୍ରସ୍ତାବିତ  ଉପବିଧିର  ୫ କିତା, ସମ୍ଭାବ୍ୟ  ରିପୋର୍ଟ  ଏବଂ  ସମିତିର  ଜମା  ଖର୍ଚ୍ଚର   ହିସାବସହ  ସମ୍ପୃକ୍ତ  ସମବାୟ  ସମିତିର  ସହକାରୀ  ନିବନ୍ଧକଙ୍କ   ନିକଟକୁ  ପଞ୍ଜୀକରଣ  ନିମନ୍ତେ  ପଠାଇ  ଦିଅନ୍ତି  ସହକାରୀ  ନିବନ୍ଧକ   ତାହାକୁ  ଯାଞ୍ଚ   କରି   ସମବାୟ  ସମିତି  ଆଇନ  ଅନୁସାରେ  ରେଜିଷ୍ଟ୍ରେସନ   ସାର୍ଟିଫିକେଟ  ପ୍ରଦାନ  କରନ୍ତି   । ପାଞ୍ଚକପି  ଉପଲବ୍ଧି  ମଧ୍ୟରୁ  ଏକାକିତା  ସହକାରୀ   ନିବନ୍ଧକଙ୍କ  କାର୍ଯ୍ୟାଳୟରେ   ରହେ   । ଦ୍ଵିତୀୟ  କପି  ସମ୍ପୃକ୍ତ   ସମବାୟ   କେନ୍ଦ୍ର  ବ୍ୟାଙ୍କକୁ  ପଠେଇ  ଦିଅନ୍ତି   ।  ତୃତୀୟ  କପି  ସମବାୟ  ସମୀକ୍ଷା  ଅଧିକାରୀ  ଚତୁର୍ଥ   କପି  ସମବାୟ  ସମିତି  ସମୂହରେ   ଉପନିବନ୍ଧକ  ଏବଂ  ପଞ୍ଚମ  କପି  ସମ୍ପୃକ୍ତ  ସମବାୟ  ସମିତିର  ସମ୍ପାଦକଙ୍କ  ନିକଟକୁ  ପଠାଇ  ଦିଆଯାଏ   ।

ସମିତିର  ସଭ୍ୟ  ହେବାପାଇଁ  ଯୋଗ୍ୟତା

 

  • ବୟସ ୧୮ ବର୍ଷରୁ  ଉର୍ଦ୍ଧ୍ଵ  ହୋଇଥିବ   ।
  • ଅନ୍ୟ  କୌଣସି  ସବା  ସମବାୟର  ସଭ୍ୟ  ହୋଇ  ନଥିବେ   ।
  • ସମିତିର  କାର୍ଯ୍ୟକାରୀ  ସୀମା  ମଧ୍ୟରେ  ଜଣେ  ସ୍ଥାୟୀ  ବାସିନ୍ଦା  ହୋଇଥିବେ   ।
  • ଦେବାଳିଆ  ହୋଇ  ନଥିବେ   ।
  • ମସ୍ତିସ୍କ  ବିକୃତ  ନଥିବ  ବା  ମାରାତ୍ମକ   ରୋଗରେ  ପୀଡିତ  ନଥିବେ   ।
  • ଜଣେ  ସଭ୍ୟ  ପାଇଁ  ପ୍ରଥମେ  Rs. 10/- ଟଙ୍କା  ଅଂଶଧନ  ଫି  ଏବଂ  Rs. 2/- ଟଙ୍କା  ପ୍ରବେଶିକା  ଫି ଏପରି  Rs. 12/-  ଦେବାକୁ   ହୁଏ    ।
  • ୫୦ ଜଣ  ସଭ୍ୟ  ମିଟିଙ୍ଗ  କରି  ସଭ୍ୟମାନଙ୍କ  ମଧ୍ୟରୁ  ଜଣକୁ  ନେତା  ରୂପେ  ବାଛିବେ    । ଯେଉଁମାନେ  ଋଣ  ନେବେ  ସେମାନେ  ମୋଟ  ଋଣର   ଶତକଡା  ୧୦% ଭାଗ  ସମିତିରେ  ଜମା   ରଖିବେ  । ଋଣ  ସୁଝିସାରିବା  ପରେ  ଏହି  ୧୦%ଜମା  ଫେରି  ପାଇବେ   ।

 

ସମସ୍ତ   ସଭ୍ୟ  ମିଶି  ସମିତି  ଉପବିଧି  ପ୍ରସ୍ତୁତ  କରିବେ  ଏବଂ  ତାହା  ୫ କପି  କରିବେ   । ରାଜ୍ୟ  ସମବାୟ  ଆଇନ  ସଂଶୋଧିତ  ବିଧି  ୧୯୯୧ ଅନୁସାରେ  ସମବାୟ  ସହକାରୀ  ନିବନ୍ଧକ  ନୂତନ   ସେବା  ସମବାୟ  ସମିତିର  ଉପବିଧି  ଓ  ଅନ୍ୟାନ୍ୟ  ରିପୋର୍ଟ  କେନ୍ଦ୍ର  ସମବାୟ  ବ୍ୟାଙ୍କକୁ   ଯାଞ୍ଚ  କରିବା  ପାଇଁ   ପଠାଇବେ  ଏବଂ  ବ୍ୟାଙ୍କରୁ  ରିପୋର୍ଟ  ପାଇବା  ପରେ  ସମବାୟ  ସହକାରୀ  ନିବନ୍ଧକ  ରେଜିଷ୍ଟ୍ରେସନ  ସାର୍ଟିଫିକେଟ   ମିଳିବା  ପରେ  ସମିତି  ପରିଚାଳନା  ପରିଷଦର  ଗଠନ  କରିବେ   । ଏହାର  ଆୟୁ  ୪ ବର୍ଷ   । ରେଜିଷ୍ଟ୍ରେସନ  ପାଇବାର  ଏକବର୍ଷ  ମଧ୍ୟରେ  ଯଦି  ସମିତି  କୌଣସି  କାର୍ଯ୍ୟ  ନାକରେ  ତେବେ  ରେଜିଷ୍ଟ୍ରେସନ  ସାର୍ଟିଫିକେଟ   ଖାରଜ  ହୋଇଯିବ  । ପ୍ରଥମ  ଚାରିବର୍ଷ  ସରକାର  ସଭ୍ୟଙ୍କୁ   ବାଛିବେ   । ସେଥିରୁ  ୩ ଜଣ  ସରକାରୀ  ଅଫିସର  ସଭ୍ୟ  ରହିବେ   । ୪ ବର୍ଷ  ପରେ  ସଭ୍ୟମାନେ ୮ ଜଣଙ୍କୁ  ପରିଚାଳନା  ପରିଷଦକୁ   ଭୋଟ  ଦେଇ  ବାଛିବେ   ଏବଂ  ୩ ଜଣ  ସରକାରୀ  କର୍ମଚାରୀ – ସଭ୍ୟ  ରହିବେ   । ଏହି  ୩ ଜଣ  ସଭ୍ୟ  ହେଲେ – କେନ୍ଦ୍ର  ସମବାୟ  ସମିତିରୁ  ଜଣେ, ସମବାୟ  ବିଭାଗ  ଓ କୃଷି  ବିଭାଗରୁ  ଜଣେ  ଲେଖାଏଁ  ସଦସ୍ୟ  ରହିବେ   ।

ଭୂ – ଉନ୍ନୟନ  ବ୍ୟାଙ୍କ

ବର୍ତ୍ତମାନ  ଏହାର  ନାମ  ପରିବର୍ତ୍ତନ  କରାଯାଇ  ସମବାୟ  କୃଷି ଓ  ଗାମ୍ୟ  ଉନ୍ନୟନ  ବ୍ୟାଙ୍କ  ରଖାଯାଇଛି   । ଏହି  ଗୋଟିଏ  ପ୍ରାଥମିକ  ବ୍ୟାଙ୍କ   । ଏଥିରେ  ଚାଷୀମାନେ  ସଭ୍ୟ  ହୋଇଥାନ୍ତି  ଏହି  ବ୍ୟାଙ୍କ  ଦୀର୍ଘ  ମିଆଦି  ଋଣ  ଦେଇଥାଏ   । ଟ୍ରାକ୍ଟର, ପାୱାରଟିଲର  ଇତ୍ୟାଦି  କିଣିବା  ଭୂ – ଉନ୍ନୟନ  କରିବା  ପାଇଁ  ଏହି  ବ୍ୟାଙ୍କ  ଋଣ  ଦେଇଥାଏ   ।

ପ୍ରାଥମିକ  ସେବା  ସମବାୟ  ସମିତି  ଜିଲ୍ଲା  ସ୍ତରରେ  କେନ୍ଦ୍ର  ସମବାୟ  ବ୍ୟାଙ୍କ  ସହ  ସର୍ବଦା  ଯୋଗସୂତ୍ର  ରକ୍ଷା  କରିଥାଏ   । କେନ୍ଦ୍ର  ସମବାୟ  ବ୍ୟାଙ୍କର   ସଭ୍ୟ  ହେବା   ସଙ୍ଗେ  ସଙ୍ଗେ  ଚାଷୀମାନଙ୍କର  ଆବଶ୍ୟକ  ଋଣ  ଓ  ଅନ୍ୟାନ୍ୟ  ସୁବିଧା  କେନ୍ଦ୍ର  ସମବାୟ  ବ୍ୟାଙ୍କରୁ  ପାଇଥାଏ, ସମବାୟ  ଶିକ୍ଷା  ଲାଭକରିବା  ନିମିତ୍ତ   ରାଜ୍ୟ  ସମବାୟ  ସଂଘ  ସହ  ସମ୍ପର୍କ   ରକ୍ଷାକରେ   । ସଙ୍ଘୀୟ  ଖାଉଟି  ଭଣ୍ଡାରର   ସଭ୍ୟ  ହୋଇ  ନିତ୍ୟ  ବ୍ୟବହାର୍ଯ୍ୟ  ପଦାର୍ଥ  ସଂଗ୍ରହ   କରି  ସଭ୍ୟମାନଙ୍କୁ   ଯୋଗାଇଦେଇଥାଏ   । ଏହାଛଡା  ଗ୍ରାମପଞ୍ଚାୟତ  ଗ୍ରାମସ୍ତରର  ଅନ୍ୟାନ୍ୟ  ଅନୁଷ୍ଠାନ  ସହ  ଯୋଗାଯୋଗ   ରକ୍ଷାକରି  କୃଷି  ଓ  ଗ୍ରାମ୍ୟ  ଶିଳ୍ପର   ଉନ୍ନୟନରେ  ବିଶେଷଭାବେ  ଭାଗନେଇଥାଏ   ।

ଋଣଡାବ  କାର୍ଯ୍ୟକ୍ରମ

ପ୍ରାଥମିକ  ସେବା  ସମବାୟ  ସମିତି  ଦୁଇପ୍ରକାର  ଋଣ  ସଭ୍ୟମାନଙ୍କୁ  ଦେଇଥାଏ  । ଯଥା – ସ୍ୱଳ୍ପକାଳୀନ  ଋଣ  ଏହା ୧୨ – ୧୫ ମାସ  ପାଇଁ  ଦିଆଯାଏ   ।

ମଧ୍ୟମ  କାଳୀନ  ଋଣ – ଯେଉଁ  ଋଣ 3 ବର୍ଷ  ପାଇଁ   ଦିଆଯାଇଥାଏ   । ବେତନ  ବିଶେଷ  କ୍ଷେତ୍ରରେ  ୩ ବର୍ଷିଆ – ଋଣ  ୪ ବର୍ଷିଆ  କରି  ଦିଆଯାଏ, ଯଥା- ବନ୍ୟା/ ମରୁଡି  ହୋଇ  ଯଦି  ଫସଲ >୫୦%  ନଷ୍ଟ   ହୋଇଯାଏଥାଏ, ତେବେ  ମଧ୍ୟମକାଳୀନ  ଋଣ  ଆଦାୟ  ଅବଧି  ଆଉ  ଏକ  ବର୍ଷ  ଘୁଞ୍ଚାଇ  ଦିଆଯାଏ, ସେହିପରି  ସ୍ୱଳ୍ପକାଳୀନ  ଋଣ  ଆଦାୟକୁ   ମଧ୍ୟ  ଆଉ  ଏକ  ବର୍ଷ  ଘୁଞ୍ଚାଇ  ଦିଆଯାଏ, ଋଣର   ଉଦ୍ଦେଶ୍ୟ  ଅନୁସାରେ  ସ୍ୱଳ୍ପକାଳୀନ   ଋଣକୁ  ଶସ୍ୟ  ଋଣ  ଏବଂ  ମଧ୍ୟମକାଳୀନ ଋଣକୁ   ଉନ୍ନୟନମୂଳକ   ଋଣ  କୁହାଯାଏ   । ଯଥା/ ବିଦ୍ୟୁତ  ଡିଜେଲ  ପମ୍ପ  କିଣିବା  ଜଳସେଚନ  ପାଇଁ  ଜମିରେ  ନାଳ   ତିଆରି  କରିବା, ଜମି  ସମତଳ  କରିବା  ଶଗଡ  କିଣିବା,  ଜମି  ମରାମତି  କରିବା  ଇତ୍ୟାଦି   ଅନ୍ୟାନ୍ୟ  ଚାଷୋପକରଣ   କିଣିବା   ପାଇଁ  ଦିଆଯାଏ, ଏହାଛଡା   ଗାଈ  ମଇଁଷି   କିଣିବା  ଗୁହାଳ ତିଆରି  କରିବା  ଜଳସେଚନ  ପାଇଁ   କୂପ/ ପୁଷ୍କରିଣୀ  ଖୋଳିବା  ଇତ୍ୟାଦି  ମଧ୍ୟମକାଳୀନ  ଋଣ  ଅନ୍ତର୍ଭୁକ୍ତ, ଶସ୍ୟ  ଋଣ  ବ୍ୟକ୍ତିଗତ  ଜାମିନରେ  ମିଳେ   ।

କେନ୍ଦ୍ରୀୟ  ସମବାୟ  ବ୍ୟାଙ୍କ  ତାର   ପରିସରଭୁକ୍ତ   ପ୍ରାଥମିକ  ସମିତି  ଗୁଡିକର  କାର୍ଯ୍ୟ  ନିୟମିତ  ତଦାରଖ  କରେ, ବିଶୃଙ୍ଖଳା  ବା  ଅସୁବିଧା   ଦେଖାଦେଲେ   ଆସି  ପ୍ରତିକାର  ବ୍ୟବସ୍ଥା  କରେ, ଆବଶ୍ୟକତାନୁସାରେ   ଅଧିକ  ଅର୍ଥ  ଯୋଗାଇଥାଏ, କେନ୍ଦ୍ର  ସମବାୟ  ବ୍ୟାଙ୍କ  ପ୍ରାଥମିକ  ଋଣ  ସମବାୟ  ସମିତିମାନଙ୍କୁ  ବିଭିନ୍ନ  ଉପାୟରେ   ସାହାଜ୍ଯ  କରିଥାନ୍ତି   । ରାଜ୍ୟ  ସମବାୟ  ବ୍ୟାଙ୍କ  ସେହିପରି   ରିଜର୍ଭ  ବ୍ୟାଙ୍କରୁ  ଋଣ  ଆଣି  କେନ୍ଦ୍ର  ସମବାୟ  ବ୍ୟାଙ୍କମାନଙ୍କୁ   ଦେଇଥାନ୍ତି    ।

ଗ୍ରାମ୍ୟ  ଉନ୍ନୟନ  ଓ  ସମବାୟ  ଅନୁଷ୍ଠାନ

ଗାମ୍ୟ  ଉନ୍ନୟନ ଓ  ସମବାୟ  ଓତଃପ୍ରୋତ  ଭାବେ  ଜଡିତ, ସମବାୟ  ସଙ୍ଗଠନ  ବ୍ୟବସ୍ଥା  ଦ୍ଵାରା   ଗ୍ରାମାଞ୍ଚଳର  ଆର୍ଥିକ  ଦୁର୍ବଳ   ଶ୍ରେଣୀର  ଲୋକମାନଙ୍କର ସ୍ଵାର୍ଥ  ସୁରକ୍ଷା  କରିବା  ସରକାରଙ୍କର  ପ୍ରଥମ  କର୍ତ୍ତବ୍ୟ  । ସମବାୟ  ବିଭାଗ  ଜରିଆରେ   ଗ୍ରାମାଞ୍ଚଳର  ବିଭିନ୍ନ  ସମବାୟ  ସଂଗଠନ  ମାଧ୍ୟମରେ  କୃଷି, ଶ୍ରମିକ, ଜଙ୍ଗଲ – ଶ୍ରମିକ  କୁଟୀରଶିଳ୍ପ, ହସ୍ତତନ୍ତ  ଚର୍ମଶିଳ୍ପ  ରେଶମଶିଳ୍ପ  ମତ୍ସ୍ୟଚାଷ  ଗୋପାଳନ  କୁକୁଡା, ବାଟାକ,  ଘୁଷୁରି  ଇତ୍ୟାଦି  ପାଳନ  ସମବାୟ  ଅନୁଷ୍ଠାନ  ମାଧ୍ୟମରେ  ରାଜ୍ୟର  ଗ୍ରାମାଞ୍ଚଳର  ଆର୍ଥିକ  ଦୁର୍ବଳ  ଶ୍ରେଣୀର  ଲୋକମାନଙ୍କୁ  ସ୍ୱାବଲମ୍ବୀ  କରାଇବା  ସମବାୟ  ଅନୁଷ୍ଠାନଗୁଡିକର  ମୂଳ  ଲକ୍ଷ୍ୟ    । ଗ୍ରାମ୍ୟ ଉନ୍ନୟନର   ମୂଳ  ଆଭିମୁଖ୍ୟକୁ  ଆଖି  ଆଗରେ  ରଖି  ରାଜ୍ୟ  ସମବାୟ  ଅନୁଷ୍ଠାନ  ମାଧ୍ୟମରେ   ଗ୍ରାମାଞ୍ଚଳରେ  କାର୍ଯ୍ୟରତ   କେତୋଟି  ପ୍ରାଥମିକ  ସେବା  ସମବାୟ  ଅନୁଷ୍ଠାନଗୁଡିକର  କାର୍ଯ୍ୟକ୍ରମ  ଉଲ୍ଲେଖ   କରାଗଲା

ଶ୍ରମିକ  ସମବାୟ  ସମିତି

ଉଦ୍ଦେଶ୍ୟ – ଶ୍ରମିକମାନଙ୍କୁ  ଠିକାଦାରମାନଙ୍କ  ଶୋଷଣରୁ  ମୁକ୍ତ  କରିବା   । ଗ୍ରାମାଞ୍ଚଳର  ଉନ୍ନୟନ  ପାଇଁ  ଅବଶ୍ୟ  ଯୋଜନା  କାର୍ଯ୍ୟକାରୀ  ଅସଂଖ୍ୟ  ଲୋକଶକ୍ତି   ଦ୍ଵାରା  ସମ୍ପାଦନ  ହୋଇଥାଏ, ଠିକାଦାରମାନେ  ଶ୍ରମିକମାନଙ୍କୁ  ସେମାନଙ୍କର  ଉପଯୁକ୍ତ   ପାରିଶ୍ରମିକ  ଦେଇନଥାନ୍ତି, ଶ୍ରମିକ  ସମବାୟ  ସମିତି  ଗଠନ  କରି  ଗ୍ରାମାଞ୍ଚଳରେ  ରାସ୍ତା  ନିର୍ମାଣ, ଗୃହ  ନିର୍ମାଣ, ଜଳସେଚନ  ଯୋଜନା  ଇତ୍ୟାଦି  କାର୍ଯ୍ୟକ୍ରମ  ସମବାୟ  ସମିତି  ମାଧ୍ୟମରେ  କାର୍ଯ୍ୟାନ୍ଵିତ   କରିବା  ଦ୍ଵାରା – ଶ୍ରମିକମାନେ  ବିଶେଷ ଉପକୃତ   ହୋଇଥାନ୍ତି   । ଗ୍ରାମାଞ୍ଚଳରେ  ଶ୍ରମିକମାନେ   ବିଶେଷ  ଉପକୃତ  ହୋଇଥାନ୍ତି, ଗ୍ରାମାଞ୍ଚଳରେ  ଶ୍ରମିକ – ସମବାୟ  ଆନ୍ଦୋଳନକୁ  ବିଶେଷଭାବେ   ଫଳପ୍ରଦ   କରିବା  ପାଇଁ  ରାଜ୍ୟ  ସ୍ତରରେ  ମଧ୍ୟ  ଶ୍ରମିକ   ସମବାୟ  ସଂସ୍ଥା  ସ୍ଥାପିତ   ହୋଇଛି   । ଏହି  ରାଜ୍ୟସ୍ତରୀୟ   ସଂସ୍ଥା  ଗ୍ରାମାଞ୍ଚଳରେ  ଗଠିତ  ଶ୍ରମିକ  ସମବାୟ  ସମିତିଗୁଡିକର  କାର୍ଯ୍ୟରେ  ସମନ୍ଵୟ  ସ୍ଥାପନ  କରିବା  ସଙ୍ଗେ  ସଙ୍ଗେ  ଆବଶ୍ୟକ  ବୈଷୟିକ  ସହଯୋଗ   ମଧ୍ୟ  ଦେଇଥାନ୍ତି   । ରାଜ୍ୟ  ସରକାର  ଗ୍ରାମ୍ୟ  ଶ୍ରମିକ   ସମବାୟ   ଗୁଡିକୁ   ଉତ୍ସାହିତ   କରିବା  ପାଇଁ  ୧୦ ହଜାର  ଟଙ୍କାର  କାର୍ଯ୍ୟ  ବିନା  ଟେଣ୍ଡରରେ  ଶ୍ରମିକ  ସମବାୟ  ସଂସ୍ଥାକୁ  କାର୍ଯ୍ୟକାରୀ  କରିବାପାଇନ୍ନ  ସମର୍ପଣ   କରିଥାନ୍ତି   । ଶ୍ରମିକ  ସମବାୟ  ଅନୁଷ୍ଠାନ  ଏକଲକ୍ଷ୍ୟ   ଟଙ୍କାର  କାର୍ଯ୍ୟ  କରିବା  ପାଇଁ   ଅମାନତା  ଜମା  କରିବାକୁ  ହୋଇନଥାଏ   । ଶ୍ରମିକ  ସମବାୟ  ଅନୁଷ୍ଠାନକୁ   ଉତ୍ପାଦିତ  କରିବା  ପାଇଁ   ଏକ  ଲକ୍ଷ୍ୟ  ଟଙ୍କାରୁ  ଉର୍ଦ୍ଧ୍ଵ  ମୂଲ୍ୟ  କାର୍ଯ୍ୟ  କରିବାକୁ  ଲଢେଇ  ସମିତିକୁ  ଯଦିଓ  ଅମାନତ  ଜମା  ଦେବାକୁ  ପଡିଥାଏ   । ଏହା  ଠିକା  ପରି  ଆମେ  କ୍ଷେତ୍ରରେ  ଆଗତୁରା  ଦେବାକୁ  ପଡେ  ତାହା  ନହୋଇ  ସମିତିକୁ   ଜ୍ଞାନ  ମିଳିଥିବା  ଟଙ୍କାର  ଶତକଡା  ଏକ  ହଜାର  ଅମାନତ  ଟଙ୍କା  କଟାଇ  ଦିଆଯାଏ   । କାହାର  ଟେଣ୍ଡର ଓ  ସମିତି ମଧ୍ୟରେ  ୫% ଫାର୍ମ  କମ୍  ଥିଲେ   ସମିତିକୁ  ଆଗ୍ରାଧିକାର  ଦିଆଯାଏ, ସମିତି  ଯେତେ  ଟଙ୍କାର  କାର୍ଯ୍ୟ  ନେଇଥିବେ  ତାର  ୨୦% ଅଗ୍ରୀମ  ପାଇପାରିବ  । ସମିତିର  କାର୍ଯ୍ୟଅନୁସାରେ  ପ୍ରତି  ୧୫ ଦିନରେ  ଥରେ  ମଜୁରି  ବାବଦକୁ  ଟଙ୍କା  ଦିଆଯାଏ, ଶ୍ରମିକ  ସମବାୟ  ସମିତିରେ  ତିନି  ପ୍ରକାର  ଥାନ୍ତି, ‘କ’ ଶ୍ରେଣୀର  ସଭ୍ୟ  ହେବା  ପାଇଁ  ଗୋଟିଏ  ଟଙ୍କାର  ଅଂଶ  ଧନ  କିଣିବାକୁ  ପଡିଥାଏ   ।  ଜଣେ  ଶ୍ରମିକ  ଇଚ୍ଛାକଲେ  ଏକଟଙ୍କା  ଦେଇ  ଗୋଟିଏ  ଅଂଶ  କିଣି  ସଭ୍ୟ  କରିପାରିବେ   । ୧୦ ଟଙ୍କାର  ଗୋଟିଏ  ଅଂଶ  ୭ କି.ମି.- ଗ୍ରାମପଞ୍ଚାୟତ,  ପଞ୍ଚାୟତ  ସମିତି ଓ  ଅନ୍ୟାନ୍ୟ  ସ୍ଥାନୀୟ  ଅନୁଷ୍ଠାନ  କିମ୍ବା  ଶ୍ରମିକମାନଙ୍କର   କଲ୍ୟାଣ  କରୁଥିବା  ବ୍ୟକ୍ତି  ଶ୍ରମିକ  ସମବାୟ  ସମିତିର  ‘ଖ’ ଶ୍ରେଣୀର  ସଭ୍ୟ  ହୋଇପାରିବେ   । ଏହି  ସମିତିରେ  ରାଜ୍ୟ  ସରକାର (ଗ) ଶ୍ରେଣୀଭୁକ୍ତ   ହୋଇପାରିବେ (ଗ) ଶ୍ରେଣୀର  ସଭ୍ୟ  ହେବାପାଇଁ  ଟ୧୦୦/- ଦେବାକୁ   ପଡିଥାଏ, ସମିତିର  ପରିଚାଳନା   ପାଇଁ  ଗୋଟିଏ  କ୍ଷୁଦ୍ର   କମିଟି  ରହେ, ଏହି  କମିଟିରେ  ‘କ’ ଶ୍ରେଣୀର  ସଭ୍ୟ – ୫ ଜଣ, ‘ଖ’ ଶ୍ରେଣୀର  ଜଣେ  ଏହାଛଡା  ସମବାୟ  ନିବନ୍ଧକ  କିମ୍ବା  ତାଙ୍କର   କ୍ଷମତାପ୍ରାପ୍ତ  କର୍ମଚାରୀଙ୍କ  ଦ୍ଵାରା  ମନୋନୀତ  ୩ ଜଣ  ବ୍ୟକ୍ତି  ଶ୍ରମିକ  ସମବାୟ  ସମିତିର  ପରିଚାଳନା  ପରିଷଦର  ସଦସ୍ୟ   ହୋଇଥାନ୍ତି   । ପ୍ରତି  ସମବାୟ  ସମିତିରେ  ଜଣେ  ଦରମାପ୍ରାପ୍ତ  ସମ୍ପାଦକ   ନିଯୁକ୍ତି   କରାଯାଏ   । ଶ୍ରମିକ  ସମବାୟ  ସମିତି  ସମ୍ପାଦକଙ୍କୁ  ଦରମା   ଦେବାପାଇଁ   ଅସମର୍ଥ  ହେଲେ  ସରକାର   ଏହି  ବାବଦରେ  ଆର୍ଥିକ  ସାହାଯ୍ୟ   ନେଇଥାନ୍ତି   ।

ଜଙ୍ଗଲ – ଶ୍ରମ – ସମବାୟ  ସମିତି

ଏହି  ସମବାୟ  ସମିତିଗୁଡିକ  ଶ୍ରମ  ସମବାୟ  ସମିତି  ଅନୁରୂପ  । ଏହିଗୁଡିକ  ଆଦିବାସୀ  ବହୁଳଅଞ୍ଚଳରେ- ଲୋକମାନଙ୍କୁ  ଜଙ୍ଗଲ  ଠିକାଦାରମାନଙ୍କ   କବଳରୁ  ମୁକ୍ତ  ରଖିବା  ମୁଖ୍ୟ  ଉଦ୍ଦେଶ୍ୟ  । ମହୁଲ, ଶାଳପତ୍ର, ଝୁଣା ମହୁ,  ଦରିଡା,  ଜାଳେଣୀ   କାଠ, ତେନ୍ତୁଳି, ବେତ, ବାଉଁଶ  ଇତ୍ୟାଦି  ଜଙ୍ଗଲଜାତ  ଦ୍ରବ୍ୟ   ନିରୀହ   ଗରିବ  ଆଦିବାସୀ  ଲୋକମାନଙ୍କଠାରୁ   ବ୍ୟବସାୟୀମାନେ  ଶସ୍ତାରେ   କିଣି   ନେଇଥାନ୍ତି   । ଏହାଦ୍ଵାରା  ଜଙ୍ଗଲ   ଠିକାଦାରଙ୍କୁ  ପଟ୍ଟା  ନ ଦିଆଯାଇ – ଜଙ୍ଗଲ  ଶ୍ରମ  ସମିତିକୁ   ପଟ୍ଟା  ଦିଆଯାଏ,  ଫଳରେ  ବନ୍ୟଜାତ  ଦ୍ରବ୍ୟ  ଗୁଡିକ  ଉଚିତ   ମୂଲ୍ୟରେ  ସମିତି  ଖିଲିରେ  ଖରିଦକରିବା  ଦ୍ଵାରା  ସେ  ଅଞ୍ଚଳରେ  ଅଧିବାସୀମାନେ  ବିଶେଷ  ଉପକୃତ   ହୋଇଥାନ୍ତି   ।

ଆଦିବାସୀ  ସମବାୟ  ଶିଳ୍ପ  ସମିତି

ଆଦିବାସୀ  ବସବାସ   କରୁଥିବା  ଜଙ୍ଗଲ  ଅଞ୍ଚଳରେ  ଏହି  ପ୍ରକାର ସମବାୟ  ସମିତି  ଗଠନ  କରାଯାଏ  । ଏହାର  ମୂଳ  ଲକ୍ଷ୍ୟ  ହେଉଛି – ସମବାୟ  ମାଧ୍ୟମରେ  ବିଭିନ୍ନ  କୁଟୀର ଶିଳ୍ପ  ସ୍ଥାପନା  କରି  ଗ୍ରାମାଞ୍ଚଳର  ଆର୍ଥିକ  ଅବସ୍ଥା  ସୁଧୁରିବା  ହଳଦୀରୁ  ହଳଦୀଗୁଣ୍ଡା  ପ୍ରସ୍ତୁତ   କରିବା, ତେନ୍ତୁଳି  ମଞ୍ଜିରୁ  ମଞ୍ଜି  ବାହାର  କରି  ଷ୍ଟାର୍ଚ  ପ୍ରସ୍ତୁତ   କରିବା, ଅଦା  ଶୁଖାଇ  ରଖିବା, ଖଲିପତ୍ର  ତିଆରି  କରିବା  ଟସର  ସୂତା, ଥଳି ତିଆରି  ସାବୁନ, ଦିଆସିଲି କାଠି  ପ୍ରସ୍ତୁତ  କରିବା  ଇତ୍ୟାଦି  ଶିଳ୍ପ  ସ୍ଥାପନ  ହୋଇପାରିବ   । ଯେଉଁସବୁ  କୁଟୀର ଶିଳ୍ପ   ପାଇଁ   କଞ୍ଚାମାଲ  ମିଳିପାରିବ, ସେହିସବୁ  ଶିଳ୍ପ  ସମିତି  ମାଧ୍ୟମରେ  ସ୍ଥାପନ  କରିବା  ଏହାର  ମୂଳଲକ୍ଷ୍ୟ  ।

ଆଦିବାସୀ  ଉନ୍ନୟନ  ସମବାୟ  ସମିତି

ଏହି  ସମିତି  ଜରିଆରେ  ହରିଜନମାନଙ୍କୁ  ଏବଂ  ଆଦିବାସୀ  ଲୋକମାନଙ୍କୁ  ଦୈନଦିନ  ବ୍ୟବହାର୍ଯ୍ୟ  ଦ୍ରବ୍ୟମାନ  ଉଚିତ   ମୂଲ୍ୟରେ  ଯୋଗାଇ  ଦେବା, ଉତ୍ପାଦିତ  କୃଷି  ଓ  ଜଙ୍ଗଲ  ଜାତ  ଦ୍ରବ୍ୟ  ସଂଗୃହୀତ  ଓ  ବିକ୍ରୟ, କୃଷି  ଯନ୍ତ୍ରପାତି, ବିହନସାର  ଯୋଗାଣ  ଇତ୍ୟାଦି  ଆଦିବାସୀ  ଉନ୍ନୟନ  ସମବାୟ  ସମିତିର  ମୂଳ  ଲକ୍ଷ୍ୟ   । ଏହି  ସମିତିର  ଏକମାତ୍ର  ଲକ୍ଷ୍ୟ – ଆଦିବାସୀମାନଙ୍କୁ  ସାହୁକାରମାନଙ୍କ  କବଳରୁ  ମୁକ୍ତ  କରି  ଅର୍ଥନୈତିକମାନେ   ବଢାଇବା   ।

ବୁଣାକାର  ସେବା  ସମବାୟ  ସମିତି

ଆଧୁନିକ  ବସ୍ତ୍ରଶିଳ୍ପର  ଦ୍ରୁତବିକାଶ  ହୋଇଥିଲେ  ମଧ୍ୟ  ବର୍ତ୍ତମାନ  ସୁଦ୍ଧା  ଓଡିଶା  ଗ୍ରାମାଞ୍ଚଳରେ  ପ୍ରାୟ  ଏକଲକ୍ଷ୍ୟ  ହସ୍ତତନ୍ତ  ରହିଛି  ଏବଂ  ବୁଣାକାର  ମଧ୍ୟ  ଲକ୍ଷାଧିକ  ଅଛନ୍ତି   । ଓଡିଶାରେ  ବହୁ  ତନ୍ତୁବାୟ  ସମବାୟ  ସମିତି  ରହିଛି   ।

ତନ୍ତୁ  ସମବାୟ  ସମିତି  ଜରିଆରେ   ଗ୍ରାମାଞ୍ଚଳର  ବୁଣାକାରମାନେ – ଉନ୍ନତ  ଧରଣର  ତନ୍ତୁ, ସୂତା, ରଙ୍ଗ  ପାଇବା  ସଙ୍ଗେ  ସଙ୍ଗେ  ଉତ୍ପାଦିତ  ବସ୍ତୁର   ଉଚିତ  ଦରରେ  ବିକ୍ରୟ  ବ୍ୟବସ୍ଥା  ମଧ୍ୟ  କରାଯାଇଥାଏ, ବୁଣାକାରମାନଙ୍କର   କାର୍ଯ୍ୟଦକ୍ଷତା  ବୃଦ୍ଧିପାଇଁ   ତାଲିମ  ଦେବା  ବ୍ୟବସ୍ଥା  ମଧ୍ୟ  ରହିଛି   । ବର୍ତ୍ତମାନ  ଆମ  ଦେଶରୁ  ବିଶ୍ଵର  ଅନ୍ୟାନ୍ୟ  ଦେଶକୁ  ହସ୍ତତନ୍ତ  ବସ୍ତ୍ର  ରପ୍ତାନି  ହେଉଛି   । ଏହାଦ୍ଵାରା  ବୁଣାକାରମାନେ  ସମବାୟ  ସମିତି   ଜରିଆରେ   ବିଶେଷଭାବେ  ଲାଭବାନ  ହୋଇପାରୁଛନ୍ତି   । ୧୯୫୫ – ୫୬ ରେ  ଓଡିଶା  ରାଜ୍ୟ  ତନ୍ତୁବାୟ  ସହଯୋଗ  ସମିତିର   ରାଜ୍ୟସ୍ତରରେ  ଗଠନ  କରାଗଲା, ଗ୍ରାମ୍ୟ  ସ୍ତରର  ସମସ୍ତ  ପ୍ରାଥମିକ  ତନ୍ତୁ  ସମବାୟ  ସମିତିଗୁଡିକ  ଏହାର  ଅନ୍ତର୍ଭୁକ୍ତ   । ରାଜ୍ୟସ୍ତର   ତନ୍ତୁବାୟ  ସହଯୋଗ  ସମିତିର  ମୁଖ୍ୟ  କାର୍ଯ୍ୟ – ବସ୍ତ୍ରଶିଳ୍ପର   ମାନବୃଦ୍ଧି, ଆର୍ଥିକ  ସହଯୋଗ, କଞ୍ଚାମାଲ  ଯୋଗାଣ  ଇତ୍ୟାଦି   ।

ଦୁଗ୍ଧ  ଉତ୍ପାଦନ ଓ  ବିକ୍ରୟ  ସମବାୟ  ସମିତି

ଗୋଟିଏ  ଅଞ୍ଚଳର  ଗୋପାଳକମାନେ  ଏକତ୍ର  ମିଶି  ସମବାୟ   ଦୁଗ୍ଧ   ଉତ୍ପାଦନ  ସମିତି  ଗଠନ  କରିପାରିବେ   । ଏହାଦ୍ଵାରା  ସେମାନେ  ଅର୍ଥ  ଲଗାଣକାରୀ  ସଂସ୍ଥାମାନଙ୍କରୁ  ଋଣ  ନେଇ  ଉନ୍ନତ  ଦୁଧିଆଳ  ଗାଈ, ଗୋ – ଖାଦ୍ୟ  ଇତ୍ୟାଦି  କ୍ରୟ   କରିପାରିବେ   । ସେମାନେ  ଗୋ – ଚିକିତ୍ସା, ଉନ୍ନତ  ଗୋଶାଳା   ନିର୍ମାଣ  କରିବା  ପାଇଁ  ଆର୍ଥିକ  ସାହାଯ୍ୟ  ପାଇପାରିବେ   । ସମବାୟ  ସମିତି  ଜରିଆରେ   ବଳକା  ଦୁଗ୍ଧ/ଦୁଗ୍ଧଜାତ  ପଦାର୍ଥ  ଉଚିତ  ମୂଲ୍ୟରେ   ବିକ୍ରୟ   କରି  ଲାଭବାନ  ହୋଇପାରିବେ   ।

କୁକୁଡା  ଚାଷ  ସମବାୟ  ସମିତି

ଗ୍ରାମାଞ୍ଚଳର   ଲୋକମାନେ  କୁକୁଡା, ବତକ, ଛେଳି, ଘୁଷୁରି  ଇତ୍ୟାଦି  ଅର୍ଥକାରୀ   ଚାଷ  କରିପାରିବେ   । ଏବଂ  ସମବାୟ  ସଂସ୍ଥା  ମାଧ୍ୟମରେ  ସମସ୍ତ  ପ୍ରକାର  ସୁବିଧା  ସୁଯୋଗ   ପାଇପାରିବେ   । ଇଚ୍ଛୁକ  ସଭ୍ୟମାନଙ୍କୁ  ଉନ୍ନତ  କୁକୁଡା  ଛୁଆ, ଖାଦ୍ୟ, ବତକ, ଇତ୍ୟାଦି  ସରକାରୀ  ଫାର୍ମରୁ   ଯୋଗାଇ  ଦିଆଯାଇପାରିବ  ।

କୁକୁଡା  ଘର  ତିଆରି  ପାଇଁ ଋଣ, ରୋଗ  ନିବାରଣ  ପାଇଁ  ଚିକିତ୍ସା  ଇତ୍ୟାଦି  ସୁବିଧା  ସୁଯୋଗ  ସରକାରଙ୍କ  ତରଫରୁ  ଯୋଗାଇ  ଦିଆଯାଏ   ।

ମତ୍ସ୍ୟଚାଷ  ସମବାୟ  ସମିତି

ଗ୍ରାମାଞ୍ଚଳରେ  ସମୁଦ୍ର  କୁଳରେ  ବା  ଅନ୍ୟାନ୍ୟ  ସ୍ଥାନରେ  ମତ୍ସ୍ୟଜୀବୀମାନେ  ସଂଗଠିତ  ହୋଇ  ସମବାୟ  ସଂଗଠନ  ଜରିଆରେ   ମତ୍ସ୍ୟ  ଚାଷ  ସମିତି  ଗଠନ  କରିପାରିବେ  । ଯେଉଁମାନଙ୍କର  ମୌଳିକ  ବ୍ୟବସାୟ  ମତ୍ସଚାଷ/ମାଛ  ଧରିବା  ସେହିସବୁ   ଲୋକମାନେ  ଗ୍ରାମାଞ୍ଚଳରେ  ସମବାୟ  ସମିତି  ସହାୟତାରେ  ଆଧୁନିକ  ମାଛ  ଧରିବା  ଜନ୍ତ୍ର  ଚାଳିତ  ବୋଟ, ଲଞ୍ଚ, ଜାଲ  ଇତ୍ୟାଦି  ଋଣ  ଆକାରରେ  କମ୍  ସୁଧରେ  ପାଇପାରିବେ   । ମାଛ  ଧରିବା  ପରେ  ଏହାର  ବିକ୍ରି  କରିବା  ଉପାୟ  ମଧ୍ୟ  ସମିତିର  ଏକ  ମୁଖ୍ୟ  ଦାୟିତ୍ଵ   । ସମିତି  ଜରିଆରେ  ଅଧିକ  ମାଛ  ଧରିବା/ ଉତ୍ପାଦନ  କରିବା  ଏବଂ  ଉଚିତ  ମୂଲ୍ୟରେ  ବିକ୍ରି  କରିବା  ଦ୍ଵାରା  ମତ୍ସ୍ୟଚାଷୀମାନଙ୍କର  ଆର୍ଥିକ  ମାନଦଣ୍ଡ  ବୃଦ୍ଧି  କରିବା  ପାଇଁ  ମତ୍ସ୍ୟଚାଷ  ସମବାୟ  ସମିତି  ଗଠନ   ହୋଇଥାଏ   ।

ଓଡିଶାରେ  ଗ୍ରାମାଞ୍ଚଳରେ  ବିଭିନ୍ନ  ମୌଳିକ  ପ୍ରଥା  ଅନୁସରଣକରି  ଚଳିଆସୁଥିବା କମାର, କୁମ୍ଭାର, ବଢେଇ, ତନ୍ତୀ, ବାରିକ, ଧୋବା, କେଉଟ, ଚମାର  ପ୍ରଭୃତି  ସମ୍ପ୍ରଦାୟର  ଲୋକମାନଙ୍କୁ – ସାମାଜିକ   ନ୍ୟାୟ ଓ  ଆହୁକାରମାନଙ୍କର  ଶୋଷଣରୁ   ମୁକ୍ତ  କରି   ସେମାନଙ୍କର  ଆର୍ଥିକ  ମାନଦଣ୍ଡ  ବୃଦ୍ଧି  କରିବା  ପାଇଁ  ସମବାୟ  ହିଁ  ଏକମାତ୍ର  ଉପାୟ   । କାରଣ  ସମବାୟ  ଅନୁଷ୍ଠାନଗୁଡିକର  ମୁଖ୍ୟ  ଉଦ୍ଦେଶ୍ୟ   ହେଉଛି – ଅନୁନ୍ନତ  ଶ୍ରେଣୀର  ଲୋକମାନଙ୍କର  ମାନବୃଦ୍ଧି  କରିବା   । କ୍ଷୁଦ୍ରଚାଷୀ/ ଗ୍ରାମାଞ୍ଚଳରେ  ନାମମାତ୍ର  ଚାଷୀ  କୃଷିଶ୍ରମିକ  ଓ  ଆଦିବାସୀ  ଉନ୍ନୟନ  ସଂସ୍ଥା  ଓ  ସମବାୟ  ସଂସ୍ଥାର  ଭୂମିକା  । ସମବାୟ  ଅନୁଷ୍ଠାନଗୁଡିକ – ଉପରୋକ୍ତ   ସଂସ୍ଥାଗୁଡିକ  କାର୍ଯ୍ୟ  କରୁଥିବା  ଅଞ୍ଚଳଗୁଡିକରେ  ଗ୍ରାମାଞ୍ଚଳର  କ୍ଷୁଦ୍ର, ନାମମାତ୍ର  ଚାଷୀ  ଓ  ଆଦିବାସୀ  ଚାଷୀମାନଙ୍କୁ   ଋଣ  ଦେବାବେଳେ  କେତେଗୁଡିଏ  କୋହଳ ନୀତି   ଗ୍ରହଣ  କରିଥାନ୍ତି    ।

କ୍ଷୁଦ୍ରଚାଷୀ  ଉନ୍ନୟନ  ସଂସ୍ଥା  ତରଫରୁ  ଦିଆଯାଉଥିବା  ସମସ୍ତ  ଋଣର  ଶତକଡା ୭୩- ୯୩% ଭାଗ  ସମବାୟ  ବିଭାଗ  ଜରିଆରେ  ଡିଯାଇଥାଏ   । ଏହି  ସଂସ୍ଥା  ପକ୍ଷରୁ  ସମବାୟ  ସମିତି  ଶତକଡା  ୯ ଭାଗ  କ୍ଷୁଦ୍ରଚାଷୀ  ଓ  ଶତକଡା  ୧୧ ଭାଗ  ନାମମାତ୍ର  ଚାଷୀମାନଙ୍କ  ପାଇଁ  ଆପଦ  ପାଣ୍ଠି  ରୂପେ  ପାଇଥାନ୍ତି   । କୃଷିକାର୍ଯ୍ୟ  ପାଇଁ  କ୍ଷୁଦ୍ରଚାଷୀ  ଉନ୍ନୟନ  ସଂସ୍ଥା  ମୂଳ ଖର୍ଚ୍ଚର  ଶତକଡା  ୨୫ ଭାଗ  ଏବଂ  ନାମମାତ୍ର  ଚାଷୀ  ଶତକଡା %  ଭାଗ  ରିହାତି  ଆକାରରେ  ଦେଇ  ଦୁର୍ବଳ  ଶ୍ରେଣୀର  ଲୋକମାନଙ୍କୁ  ଚାଷ  କାର୍ଯ୍ୟରେ  ସମିତି  ମାଧ୍ୟମରେ  ସେମାନଙ୍କର  ଆର୍ଥିକମାନ  ବୃଦ୍ଧି  କରାଯାଇଅଛି   ।

ବୃହଦାକାର  ବହୁମୂଖୀ  ସମବାୟ  ସମିତି

ଏହି  ସମବାୟ  ଅନୁଷ୍ଠାନର  ମୁଖ୍ୟ  ଉଦ୍ଦେଶ୍ୟ – ଆଦିବାସୀ  ଅଞ୍ଚଳର  ଲୋକମାନଙ୍କୁ   ସେମାନଙ୍କର  ଚାଷ  କାର୍ଯ୍ୟ  କରିବା  ପାଇଁ, ଜମି  ପାଇଁ  ଜଳସେଚନ  ବ୍ୟବସ୍ଥା  କରିବା  ବଳଦ ଓ  ଅନ୍ୟାନ୍ୟ  କୃଷି  ଯନ୍ତ୍ରପାତି  କିଣିବା  ପାଇଁ  ମଧ୍ୟମ ଓ  ଦୀର୍ଘକାଳୀନ  ଋଣ  ଯୋଗାଇଦେବା   ।  ଆଦିବାସୀ  କୃଷକମାନଙ୍କୁ  ନୂତନ  କୃଷିପଦ୍ଧତି   ଅବଲମ୍ବନ  କରିବା  ନିମିତ୍ତ  ଆବଶ୍ୟକ  ହେଉଥିବା  ବିହନ, ସାରା, ରୋଗପୋକ  ନାଶକ  ଔଷଧ  ଇତ୍ୟାଦି  କ୍ରୟ  କରିବା  ପାଇଁ  ସ୍ୱଳ୍ପକାଳୀନ  ଋଣ  ଯୋଗାଇ  ଦେବା, ଆଦିବାସୀ  କୃଷକମାନଙ୍କୁ   ଟ୍ରାକ୍ଟର, ପାୱାରଟିଲର, ସ୍ପ୍ରେୟର ଡଷ୍ଟର, ପାଣି  ପମ୍ପ  ଇତ୍ୟାଦି  ଯୋଗାଇ   ଦେବା   ଆଦିବାସୀ  ଅଞ୍ଚଳରେ  ଜଳ  ସେଚନ  ବ୍ୟବସ୍ଥାର  ସମ୍ପ୍ରସାରଣ  ଉଦ୍ଦେଶ୍ୟରେ  ନଳକୂପ  ପୁଷ୍କରିଣୀ  ଖନନ  ପାଇଁ  ଅର୍ଥ  ସାହାଯ୍ୟ  ଦେବା  ଇତ୍ୟାଦି   । ସେହିପରି  ଆଦିବାସୀ   କୃଷକମାନଙ୍କୁ   ଦୁଧିଆଳି  ଗାଈ, ଉତ୍ତମ ଛେଳୀ, ମେଣ୍ଢା, ଘୁସୁରୀ, କୁକୁଡା, ବତକ  ଇତ୍ୟାଦି  ପାଳିବା   ପାଇଁ  ଯୋଗାଇ  ଦେବା   ।

ଗୋ ଖାଦ୍ୟ, କୁକୁଡା  ଖାଦ୍ୟ  ସୁଲଭ  ମୂଲ୍ୟରେ   ଯୋଗାଇ  ଦେବା   । ମତ୍ସ୍ୟଚାଷ  ପାଇଁ  ସେମାନଙ୍କୁ   ଉନ୍ନତ  ଯାଆଁଳ, ମତ୍ସ୍ୟଖାଦ୍ୟ  ଯୋଗାଇବା, ସେମାନଙ୍କଠାରୁ  ତାଳମଞ୍ଜି, ମାଳପତ୍ର, କେନ୍ଦୁପତ୍ର, ରୁଝାଡ, ତେନ୍ତୁଳି, କରଞ୍ଜ, ମହୁଲ, ଇତ୍ୟାଦି  ଉଚିତ   ମୂଲ୍ୟରେ   କିଣି  ବଜାରରେ   ବିକ୍ରି  କରି  ଲବ୍ଧ  ଅର୍ଥ  ଚାଷୀମାନଙ୍କୁ  ଦେବା  ମୁଖ୍ୟ  କର୍ତ୍ତବ୍ୟ  ।

ଲାମ୍ପସର  ସଭ୍ୟ  ହେବାପାଇଁ   ଯୋଗ୍ୟତା ସଭ୍ୟମାନଙ୍କୁ ୩ ଶ୍ରେଣୀରେ  ବିଭକ୍ତ କରାଯାଏ।

  1. ଶ୍ରେଣୀ  ସଭ୍ୟ  ହେବାପାଇଁ   ବ୍ୟକ୍ତି – ୧୮ ବର୍ଷରୁ  ଅଧିକ  ହୋଇଥିବେ  । ଆଦିବାସୀ  ଉନ୍ନୟନ  ସଂସ୍ଥା/ ଅନ୍ୟ  କୌଣସି  ଆଦିବାସୀ  ଜନକଲ୍ୟାଣ  ସଂଗଠନ  ଦ୍ଵାରା  ଆଦିବାସୀଭାବରେ  ସ୍ଵିକୃତି  ପାଇଥିବେ  ଏବଂ  LAMPS ର  ପରିସରଭୁକ୍ତ  ହୋଇଥିବା  ଦରକାର   । ସେ ‘କ’ ଶ୍ରେଣୀଭୁକ୍ତ  ହୋଇପାରିବେ   ।
  2. ଶ୍ରେଣୀଭୁକ୍ତ  ସଭ୍ୟ – ୧୮ ବର୍ଷରୁ   ଉର୍ଦ୍ଧ୍ଵ  ଅଣଆଦିବାସୀ  କୃଷକ  ବା  ଭାଗଚାଷୀ  ଯଦି  ଚାରିତ୍ରିକ  ଓ  ନୈତିକ  ଦୋଷମୁକ୍ତ  ହୋଇନଥିବେ  ତେବେ  ସେ ‘ଖ’  ଶ୍ରେଣୀର  ସଭ୍ୟ  ହୋଇପାରିବେ   ।
  3. ଶ୍ରେଣୀ  ସଭ୍ୟ – ରାଜ୍ୟ  ସରକାର, ବାଣିଜ୍ୟ  ବ୍ୟାଙ୍କ / ପଞ୍ଚାୟତ  ସମିତି  ଗ୍ରାମପଞ୍ଚାୟତ, ଆଦିବାସୀ  ଉନ୍ନୟନ  ସଂସ୍ଥା  ଏବଂ  ଅନ୍ୟ  ସ୍ଵିକୃତିପ୍ରାପ୍ତ  ଜନକଲ୍ୟାଣ   ଅନୁଷ୍ଠାନର   ବ୍ୟକ୍ତି  ବିଶେଷଙ୍କୁ  LAMPS ‘ଗ’  ଶ୍ରେଣୀ  ସଭ୍ୟ  ଭାବରେ  ଗ୍ରହଣ  କରାଯାଏ  । ସାଧାରଣତଃ  ଜଣେ ବ୍ୟକ୍ତି  ଗୋଟିଏ  ପ୍ରାଥମିକ  ସମବାୟ  ଋଣ  ସମିତିର ସଭ୍ୟ  ହୋଇଥିଲେ  ପୁଣି LAMPS ର  ସଭ୍ୟ  ହୋଇପାରିବେ  ନାହିଁ   । କିନ୍ତୁ  ରାଜ୍ୟ  ସମବାୟ  ନିବନ୍ଧକଙ୍କର  ବିଶେଷ  ଅନୁମତି ପାଇ  LAMPSର ସଭ୍ୟ  ହେବା  ବ୍ୟବସ୍ଥା  ରହିଛି   ।

ଯଦି  କୌଣସି  ସଭ୍ୟ  ଦେବାଳିଆ  ପ୍ରମାଣିତ  ହୁଅନ୍ତି ବା  କୌଣସି  କାରଣରୁ  ଅଦାଲତ  ଦ୍ଵାରା  ଦଣ୍ଡିତ  ହୋଇଥାଆନ୍ତି   ତେବେ  ସେ  LAMPSର  ସଭ୍ୟ  ପଦରୁ  ବଞ୍ଚିତ  ହୋଇଥାନ୍ତି   ।

ଆମ  ରାଜ୍ୟରେ  ନିମ୍ନଲିଖିତ  ଅନୁଷ୍ଠାନଗୁଡିକ  ସମବାୟ  ଓ  ଗ୍ରାମ୍ୟ  ଉନ୍ନୟନ  କାର୍ଯ୍ୟକୁ  ପ୍ରତ୍ୟକ୍ଷଭାବରେ  ତ୍ୱରାନ୍ୱିତ   କରିଥାନ୍ତି   ।

  1. ରାଜ୍ୟସ୍ତରୀୟ  ସମବାୟ  ବ୍ୟାଙ୍କ
  2. କେନ୍ଦ୍ର  ସମବାୟ  ବ୍ୟାଙ୍କ
  3. ଶୀର୍ଷ  କୃଷି  ଓ  ଗ୍ରାମ୍ୟ  ଉନ୍ନୟନ  ବ୍ୟାଙ୍କ
  4. ପ୍ରାଥମିକ  କୃଷି  ଋଣ  ସମବାୟ  ସମିତି
  5. ଲ୍ୟାମ୍ପ  ସମିତି
  6. ଫାରମରସ୍  ସମିତି
  7. ଗ୍ରେନ  ଗୋଲା  ସମିତି
  8. ନଗର  ଉନ୍ନୟନ  ବ୍ୟାଙ୍କ
  9. କର୍ମଚାରୀ  ସମବାୟ  ସମିତି
  10. ଶୀର୍ଷ  ବାଣିଜ୍ୟ  ସଂଘ
  11. ହରିଜନ  ଉନ୍ନୟନ  ସମବାୟ  ନିଗମ
  12. ତୈଳବୀଜ  ଉତ୍ପାଦନକାରୀ   ସମିତି
  13. ଆର୍ଥିକ  ବାଣିଜ୍ୟ  ସମିତି
  14. ଝୋଟ  ଶିଳ୍ପ  ସମିତି
  15. ଫଳ  ପନିପରିବା  ସମିତି
  16. କାଜୁ  ସମିତି
  17. ରିକେଳ  ସମିତି
  18. ସବାଇଘାସ  ସମିତି
  19. ପାନ  ବରଜ  ସମବାୟ  ସମିତି
  20. ଦୁଗ୍ଧ  ଉତ୍ପାଦନ  ଓ  ବିପଣନ  ମହାସଂଘ
  21. ମିଲ୍କ  ୟୂନିଅନ
  22. ପ୍ରାଥମିକ   ଦୁଗ୍ଧ  ଉତ୍ପାଦନକାରୀ  ସମିତି
  23. ଜଳସେଚନ  ସମିତି
  24. ମତ୍ସ୍ୟଜୀବି  ସମବାୟ  ସମିତି
  25. ପ୍ରାଥମିକ  ଖାଉଟି  ଭଣ୍ଡାର
  26. ଶ୍ରମିକ  ସମିତି
  27. ସମବାୟଭିତ୍ତିକ  ଚିନିକାରଖାନା
  28. ସୂତାକଳ  ସମିତି
  29. ତେଲକଳ  ସମିତି
  30. ଖାଦ୍ୟ  ପ୍ରକ୍ରିୟାକରଣ  ସମିତି, ଇତ୍ୟାଦି   ।

ଆମ  ରାଜ୍ୟରେ  ଗୋଟିଏ  ରାଜ୍ୟସ୍ତରୀୟ  ସମବାୟ  ବ୍ୟାଙ୍କ, ୧୭ଟି  କେନ୍ଦ୍ର  କେନ୍ଦ୍ର   ସମବାୟ  ବ୍ୟାଙ୍କ, ଗୋଟିଏ  ଶୀର୍ଷ  କୃଷି  ଓ  ଗ୍ରାମ୍ୟଉନ୍ନୟନ  ବ୍ୟାଙ୍କ ୨୫,୮୭ ଟି  ପ୍ରାଥମିକ  କୃଷି  ଋଣ  ସମବାୟ  ସମିତି  ୨୨୩  ଗୋଟି  ଲ୍ୟାମ୍ପ  ସମିତି, ୭ଟି  ଫରମର୍ ସ ସମିତି  ୯ଟି  ଗ୍ରେନ୍  ଗୋଲା ସମିତି, ୧୫ଟି  ନଗର  ଉନ୍ନୟନ  ବ୍ୟାଙ୍କ  ୭୫୧ଟି  କର୍ମଚାରୀ   ସମବାୟ  ସମିତି, ଗୋଟିଏ  ଶୀର୍ଷ  ବାଣିଜ୍ୟ  ସଂଘ, ଗିରିଜନ  ଉନ୍ନୟନ  ସମବାୟ  ନିଗମ  ଏବଂ  ଗୋଟିଏ  ତୈଳବୀଜ  ଉତ୍ପାଦନକାରୀ  ସମିତି  ୬୩ଟି  ଆଞ୍ଚଳିକ  ବାଣିଜ୍ୟ  ସମିତି, ୨ଟି  ଛୋଟ  ଶିଳ୍ପ  ସମିତି, ୫୨ଟି  ଫଳ  ପନିପରିବା ସମିତି, ୪ଟି  କାଜୁ  ସମିତି, ଦୁଇଟି   ନାରିକେଳ  ସମିତି, ଦୁଇଟି  ସବାଇଘାସ ସମିତି, ୪ଟି  ପାନ  ବରଜ  ସମବାୟ  ସମିତି  ଗୋଟିଏ  ଦୁଗ୍ଧ  ଉତ୍ପାଦନ  ଓ  ବିପଣନ  ମହାସଂଘ, ୮ଟି  ମିଲ୍କ  ୟୂନିଅନ, ୪୯୮ଟି  ପ୍ରାଥମିକ  ଦୁଗ୍ଧ  ଉତ୍ପାଦନକାରୀ  ସମିତି  ୧୧୨ଟି  ଜଳସେଚନ  ସମିତି, ୫୧୩ଟି  ମତ୍ସ୍ୟଜୀବୀ  ସମବାୟ  ସମିତି, ୫୮୧ ପ୍ରାଥମିକ  ଖାଉଟି  ଭଣ୍ଡାର, ୧୮୪ଟି  ଶ୍ରମିକ  ସମିତି  ସହିତ  ସମବାୟଭିତ୍ତିକ  ଚିନି କାରଖାନା, ସୂତାକାଳ, ତେଲକଳ, ଖାଦ୍ୟ  ପ୍ରକ୍ରିୟାକରଣ  ନିମନ୍ତେ  ଚାଉଳକଳ  ଇତ୍ୟାଦି  ରହିଛି   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.1
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top