অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସହରାଞ୍ଚଳ ବିକାଶ ଯୋଜନା

ଯୋଜନା

ସହରାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ସ୍ମାର୍ଟ ସିଟି, ଅମୃତ ସହର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୫ ଜୁନ ୨୦୧୫ରେ କେନ୍ଦ୍ର ସହରାଞ୍ଚଳ ବିକାଶ ଶୁଭାରମ୍ଭ ହୋଇଛି । ସହରକୁ ନୂଆ ରୂପ ଦେବା ପାଇଁ ସରକାର ଏହି ତିନି ଯୋଜନା ପ୍ରସ୍ତୁତ କରିଛନ୍ତି ।

  1. ଲକ୍ଷ୍ୟ
  2. ଭାରତର ସହରଗୁଡ଼ିକୁ ଆନ୍ତର୍ଜାତିକମାନର ଭାବେ ଗଢି ତୋଳିବା, ସାମଗ୍ରିକ ବିକାଶ ତଥା ସହରକୁ ବସ୍ତି ମୁକ୍ତ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।

  3. ବ୍ୟୟ ଅଟକଳ
  4. ଏହି ଯୋଜନା ପାଇଁ ମୋଟ ୪ଲକ୍ଷ କୋଟି ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ଅପ୍ରେଲ ୨୦୧୫ ରେ ସ୍ମାର୍ଟ ସିଟି ଓ ଅମୃତ ଯୋଜନା ପାଇଁ ଯଥାକ୍ରମେ ୪୮ ହଜାର କୋଟି ଓ ୫୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଥିଲେ ।

  5. ରୂପାୟନ
    • ପିପିପି ମଡେଲ
    • ସହରୀକରଣ ପାଇଁ ସରକାର ଘରୋଇ ସରକାରୀ ସହଭାଗିତା ଉପରେ ଗୁରୁତ୍ଵ ଦେଉଛନ୍ତି ।

    • ତିନି ପ୍ରକାର ବିକାଶ ମଡେଲ
    • ସହରାଞ୍ଚଳ ବିକାଶ ପାଇଁ ସରକାର ତିନି ପ୍ରକାର ବିକାଶ ମଡେଲ ପ୍ରସ୍ତୁତ କରିଛନ୍ତି । ପ୍ରଥମଟି ହେଲା ପୁରୁଣା ସହରରେ ରହିଥିବା ଅଭାବକୁ ପୁରଣ କରି ତାକୁ ସ୍ମାର୍ଟ ସିଟିରେ ପରିଣତ କରିବା । ଦ୍ୱିତୀୟ ମଡେଲ ହେଉଛି ଯୋଜନାବଦ୍ଧ ବିକାଶ । ଏହି ମଡେଲରେ ସହରରେ ଯାତାୟତ ପାଇଁ ଇଣ୍ଟେଲିଜେଣ୍ଟ ଗମନାଗମନ ବ୍ୟବସ୍ଥା କରିବା । ଶୁଦ୍ଧ ପାନୀୟ ଜଳ, ମୌଳିକ ଭିତ୍ତିଭୂମି, ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଗରିବଙ୍କ ପାଇଁ ଘର, ବିଦ୍ୟୁତ ଯୋଗାଣ, ଆଟି ସଂଯୋଗ, ପ୍ରଶାସନ, ନାଗରିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରତି ବିଶେଷ ଗୁରୁତ୍ଵ ପ୍ରଦାନ କରାଯିବ । ପ୍ରଥମ ଦୁଇଟି ମଡେଲ ପୁରୁଣା ସହର ପାଇଁ ପ୍ରସ୍ତୁତ କରାଯାଇଛି । ତୃତୀୟ ମଡେଲଟି ହେଉଛି ଏକ ନୂଆ ସ୍ମାର୍ଟ ସହର ସ୍ଥାପନ କରିବା ।

ସ୍ମାର୍ଟ ସିଟି

ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସ୍ମାର୍ଟ ସିଟି ପାଇଁ ଚିହ୍ନଟ ହେବାକୁ ଥିବା ୧୦୦ଟି ସହରରେ ଲୋକଙ୍କୁ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ । ପ୍ରତିଯୋଗିତା ଭିତ୍ତିରେ ଏହି ସହରକୁ ଚିହ୍ନଟ କରାଯିବ । ଏଥିପାଇଁ ଏକ ଦୁଇଦିନିଆ ଵର୍କସପ ହେବ ଯେଉଁଥିରେ ୧୦୦୦ ମେୟର ଓ ପୌରାଧ୍ୟକ୍ଷ, ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବମାନେ ଯୋଗଦେବେ । ସ୍ମାର୍ଟ ସିଟି ଯୋଜନାରେ ସାମିଲ ହୋଇଥିବା ସହରର ବିକାଶ ପାଇଁ କେନ୍ଦ୍ର ସରକାର ଆଗାମୀ ୫ବର୍ଷ ମଧ୍ୟରେ ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ସହରବାସୀଙ୍କୁ ୨୪ଘଣ୍ଟିଆ ବିଜୁଳି, ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ଜଳ, ପରିମଳ, ବିଶୁଦ୍ଧ ବାୟୁ, ଉତ୍ତମ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ଯୋଗାଯୋଗ ଆଦି ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦିଆଯିବ ।

କାୟାକଳ୍ପ ଓ ସହରୀ ରୂପାନ୍ତରଣ ଅଟଳ ମିଶନ ଯୋଜନା (ଅମୃତ)ରେ ୫୦୦ ସହରକୁ ବିକଶିତ କରାଯିବ । ୧ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନାରେ ସାମିଲ ପ୍ରତ୍ୟେକ ସହରରେ ମୌଳିକ ଭିତ୍ତିଭୂମି ଓ ପରିମଳ ସୁନିଶ୍ଚିତ କରାଯିବ । ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ଉପରେ ଲକ୍ଷ୍ୟ କେନ୍ଦ୍ରୀଭୂତ ହେବ । ସାର୍ବଜନୀନ ପରିବହନ ବଢାଇବା, ପଥାଚାରୀ, ସାଇକଲ ଚାଳକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହରର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘରର ମାଲିକ ହେବାକୁ ସକ୍ଷମ କରାଯିବ । ୨୦୨୨ ସୁଦ୍ଧା ସହରର ଗରିବ ଲୋକଙ୍କ ପାଇଁ ୨କୋଟି ପକ୍କା ଘର ନିର୍ମାଣ କରାଯିବ । ପ୍ରତି ଘର ପିଛା ୧ଲକ୍ଷରୁ ୨.୩୦ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଓଡ଼ିଶାର ଭାଗ

ଏହି ଯୋଜନା ଅନ୍ତର୍ଗତ ଓଡ଼ିଶା୨ ଟି ସ୍ମାର୍ଟ ସିଟି ଓ ୧୯ ଟି ସହରକୁ ଅମୃତ ଯୋଜନାରେ ମନୋନିତ କରିବ ।

ଆଧାର - Director of field publication, Govt. of India

Last Modified : 12/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate