অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାଂସଦ ଆଦର୍ଶ ଗ୍ରାମ ଯୋଜନା

ବିକାଶର ନୂତନ ଆଭିମୁଖ୍ୟ

ସାଂସଦ ଆଦର୍ଶ ଗ୍ରାମ ଯୋଜନାପ୍ରଧାନମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମର ଶୁଭାରମ୍ଭ ଅବସରରେ ଏହାକୁ ନେଇ ଥିବା ତାଙ୍କର ଲକ୍ଷ୍ୟ ବିଷୟରେ ପରିପ୍ରକାଶ କଲେ ।

ଆମର ସବୁଠାରୁ ବଡ ସମସ୍ୟା ହେଉଛି ଆମର ବିକାଶ ମଡେଲ ହେଉଛି ଯୋଗାଣ ଚାଳିତ । ଏକ ଯୋଜନା ଗାନ୍ଧୀନଗର ଲକ୍ଷ୍ନୌ, ଗାନ୍ଧୀନଗର କିମ୍ବା ଦିଲ୍ଲୀରେ ପ୍ରସ୍ତୁତ କରାଯାଇଛି । ଏହା ଅନ୍ତଃକ୍ଷେପ କରାଇବା ପାଇଁ ପ୍ରୟାସ ଜାରୀ ରହିଛି । ଆଦର୍ଶ ଗ୍ରାମ ଜରିଆରେ ଏହି ମଡେଲକୁ ଯୋଗାଣ ଚାଳିତରୁ ଚାହିଦା ଚାଳିତ କରିବା ପାଇଁ ଆମର ଇଚ୍ଛା ରହିଛି । ଗ୍ରାମାଂଚଳରେ ଏଥିପାଇଁ ଅନୁରୋଧ କରିବାର ଆବଶ୍ୟକତା ରହିଛି ।

ଆମେ ଆମ ମାନସିକତାକୁ ବଦଳାଇବାର ଆବଶ୍ୟକତା ରହିଛି । ଆମେ ଲୋକମାନଙ୍କ ହୃଦୟକୁ ଏକୀକୃତ କରିବାର ଆବଶ୍ୟକତା ରହିଛି । ସାଧାରଣତଃ ସାଂସଦମାନେ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହନ୍ତି କିନ୍ତୁ ଏହାପରେ ସେମାନେ ଯେତେବେଳେ ଗାଁକୁ ଆସନ୍ତି ସେତେବେଳେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥାଏ । ଏହା ପରିବାର ପରିବାରକୁ ଆସିଲା ପରି ଲାଗେ । ଗାଁର ଲୋକମାନଙ୍କ ସହିତ ବସି ନିଷ୍ପତ୍ତି ନିଆଯିବ । ଏହା ହେବାଦ୍ୱାରା ଗାଁରେ ସମସ୍ତେ ଏକାଠି ହୋଇ ଲୋକମାନଙ୍କ ମନରେ କାର୍ଯ୍ୟ କରିବା ପାଇଁ ଏକ ନୂତନ ଇଚ୍ଛାଶକ୍ତି ଜାଗ୍ରତ ହେବ ।

ଯୋଜନାର ଶୁଭାରମ୍ଭ

ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସଏଜିୱାଇ) ଅକ୍ଟୋବର ୧୧, ୨୦୧୪ ରେ ଶୁଭାରମ୍ଭ କରାଯାଇଥିଲା । ସାଂପ୍ରତିକ ସ୍ଥିତିରେ ମହାତ୍ମା ଗାନ୍ଧୀଙ୍କର ଭାରତୀୟ ଆଦର୍ଶ ଗ୍ରାମର ଲକ୍ଷ୍ୟକୁ ସାକାର କରିବା ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ କରାଯାଇଥିଲା । ଏସଏଜିୱାଇ ଅଧିନରେ ସଂସଦର ପ୍ରତ୍ୟେକ ସଦସ୍ୟ ଏକ ଗ୍ରାମ ପଂଚାୟତକୁ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିବେ ଏବଂ ଏହାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବେ । ଆଦର୍ଶ ଗ୍ରାମରେ ସ୍ଥାନୀୟ ବିକାଶ ପାଇଁ ସ୍କୁଲ ଏବଂ ଶାସନ ନୀତି ଯାହା ଅନ୍ୟ ଗ୍ରାମ ପଂଚାୟତ ପାଇଁ ପ୍ରେରଣାର ଉତ୍ସ ହେବ ।

ଗ୍ରାମବାସୀଙ୍କୁ ସାମିଲ କରିବା ଏବଂ ବୈଜ୍ଞାନିକ ଉପକରଣର ପ୍ରୟୋଗ, ଗ୍ରାମାଂଚଳ ବିକାଶ ଯୋଜନା ସଂସଦର ସଦସ୍ୟଙ୍କ ନେତୃତ୍ୱରେ କରାଯାଉଛି । ଏହାପରେ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଭାଗ ଦ୍ୱାରା ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଉଛି । ରାଜ୍ୟ ସ୍ତରୀୟ ସଶକ୍ତିକରଣ କମିଟି (ଏସଏଲଇସି) ଏହାର ସମୀକ୍ଷା କରି କିଛି ପରିବର୍ତ୍ତନ କରିବା ପାଇଁ ମତ ରଖନ୍ତି ଏବଂ ସମ୍ବଳ ପ୍ରଦାନକୁ ଅନୁମୋଦନକୁ ପ୍ରାଥମିକତା ପ୍ରଦାନ କରନ୍ତି । ଏସଏଜିୱାଇ ଗ୍ରାମ ପଂଚାୟତ ପ୍ରକଳ୍ପଗୁଡିକୁ ପ୍ରାଥମିକତା ଦିଆଯିବା ପାଇଁ ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ/ ବିଭାଗ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨୧ଟି ଯୋଜନାରେ ସଂଶୋଧନ କରାଯାଇଛି ।

ଜିଲା ସ୍ତରରେ ମାସିକ ସମୀକ୍ଷା ବୈଠକ ପ୍ରତି ଗ୍ରାମ ପଂଚାୟତରେ ସଂସଦର ସଦସ୍ୟମାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ପ୍ରକଳ୍ପର ସମୀକ୍ଷା ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇ ରାଜ୍ୟ ସରକାରଙ୍କୁ ଏହାର ସ୍ଥିତି ବିଷୟରେ ଅବଗତ କରାଯାଉଛି । ଆଶା କରାଯାଉଛି ଯେ ସଂସଦର ପ୍ରତ୍ୟେକ ସଦସ୍ୟ ଗୋଟିଏ ଗ୍ରାମ ପଂଚାୟତକୁ ୨୦୧୬ରେ ମଡେଲ ଭାବେ ପ୍ରଦର୍ଶୀତ କରିବେ, ୨୦୧୯ ରେ ଦୁଇଟି ଏହିଭଳି ଗ୍ରାମ ପଂଚାୟତ ଏବଂ ୨୦୨୪ ରେ ଆଉ ୫ଟି ଅଧିକ ଗ୍ରାମ ପଂଚାୟତ ସୃଷ୍ଟି କରିବେ । ସଂସଦର ସଦସ୍ୟମାନେ ଏ ପର୍ଯ୍ୟନ୍ତ ଦେଶର ୬୯୬ ଗ୍ରାମ ପଂଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

ପ୍ରତ୍ୟେକ ଜିଲାପାଳଙ୍କ ଦାୟିତ୍ୱ ଅଧିକାରୀ ନିଯୁକ୍ତ କରାଯାଇଛି । ସ୍ଥାନୀୟ ସ୍ତରରେ ଏହାକୁ ଲାଗୁ କରିବା ପାଇଁ ସଂପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭାରତର ୯ଟି କ୍ଷେତ୍ରୀୟ ସ୍ତରରେ ୬୫୩ ଜଣ ଦାୟିତ୍ୱ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି । ୨୩-୨୪ ସେପ୍ଟେମ୍ବର, ୨୦୧୫ରେ ଭୋପାଳଠାରେ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଜାତୀୟ ସ୍ତରର କାର୍ଯ୍ୟଶାଳାରେ ସାଂସଦ, ରାଜ୍ୟ ସରକାର, ଜିଲାପାଳ, ସମସ୍ତ ରାଜ୍ୟର ଗ୍ରାମ ପ୍ରଧାନମାନେ ଯୋଗଦେଇଥିଲେ । ଗ୍ରାମ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ଜରିଆରେ ସଫଳ କାହାଣୀ ପ୍ରଦର୍ଶୀତ କରି ଏସଏଜିୱାଇରେ କାର୍ଯ୍ୟକାରୀ କରିବା ପାଇଁ ପ୍ରେରଣା ଦେଇଥିଲା । ଏସଏଜିୱାଇ ଗ୍ରାମ ପଂଚାୟତର ପର୍ଯ୍ୟବେକ୍ଷଣ ପାଇଁ ମନ୍ତ୍ରଣାଳୟ ‘ପଂଚାୟତ ଦର୍ପଣ’ ନାମରେ ୩୫ଟି ସୂଚକାଙ୍କ ବିକଶିତ କରିଛି ।

କିଛି ସଫଳ କାହାଣୀ

ଜାମ୍ମୁ କାଶ୍ମୀର କୁପୱାଡା ଜିଲାର ତ୍ରେହଗାମ ବ୍ଲକ ଅଧିନରେ ଲାଦେରୱାନ ଗ୍ରାମରେ ଲୋକମାନଙ୍କର ମୁଖ୍ୟ କାମ ହେଉଛି କୃଷିକାର୍ଯ୍ୟ । ବୈଜ୍ଞାନିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ୩୭୯ ମୋବାଇଲ ନମ୍ବରର ଶୁଭାରମ୍ଭ କରାଯାଇଛି ଯାହା କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ସହିତ ସଂଯୋଗ ହୋଇଛି । କେଭିକେ ପକ୍ଷରୁ ଜଳବାୟୁ ସଂପର୍କୀତ ଆଗୁଆ ସୂଚନା ଏସଏମଏସ ଜରିଆରେ ଦିଆଯିବା ସହିତ ସେହି ସମୟରେ କଣ ଚାଷ କରିବେ ସେ ବିଷୟରେ ଜଣାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ସଂସଦର ସଦସ୍ୟ ଶ୍ରୀ ମୁଜାଫର ହୁସେନ ବେଗଙ୍କ ତତ୍ତ୍ୱାବଧାନରେ କରାଯାଇଛି । ଏହାଦ୍ୱାରା ବର୍ତ୍ତମାନ କୃଷକମାନେ ନିୟମିତ ଭାବେ କୃଷି ପରାମର୍ଶ ତାଙ୍କ ମୋବାଇଲରେ ପାଇପାରୁଛନ୍ତି । ବୈଜ୍ଞାନିକ ପ୍ରଣାଳୀରେ ବୁଣାବୁଣିକୁ ନେଇ ସମାଲୋଚନାମୂଳକ ସୂଚନା, ମୃତ୍ତିକା ପରୀକ୍ଷଣ, ଖାଦ୍ୟାନ୍ନ ସଂରକ୍ଷଣ, ଶସ୍ୟବିଜ୍ଞାନ ପ୍ରଥା, ଚାଷ ପରର କୌଶଳ ଏବଂ ବଜାର ଦର ସୂଚନା ବିଷୟରେ ଏସଏମଏସ ପଠାଯାଉଛି । ଏହାଦ୍ୱାରା ଲୋକମାନେ ଖାଦ୍ୟଶସ୍ୟ ଉତ୍ପାଦନ ଏବଂ ତାଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବଜାର ଦର ବିଷୟରେ ସଚେତନ ହୋଇ ନିଷ୍ପତ୍ତି ନେଇପାରିବେ ।

ତାମିଲନାଡୁ ଶିବଗଙ୍ଗା ଜିଲାର ମାରାଭମଙ୍ଗଳମ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରିଛନ୍ତି । ଗ୍ରାମର ସାମ୍ଭାବ୍ୟ କ୍ଷେତ୍ରର ବିକାଶ ଏବଂ ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହନ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । କତା, ଚମଡା ଏବଂ ନଡିଆକୁ ବ୍ୟବହାର କରି ଜୀବିକା ଅର୍ଜନ ପାଇଁ ପ୍ରଶିକ୍ଷଣ ପ୍ରଦାନ ଏବଂ ପ୍ରୋତ୍ସାହନ ଦିଆଯାଇଥିଲା । ଜିଲା ପ୍ରଶାସନ ଏବଂ ଆଲଗାପ୍ପା ବିଶ୍ୱବିଦ୍ୟାଳୟ ସହାୟତାରେ ସାଂସଦ ବହୁ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ପାଇଁ ଭାରତ କତା ମଣ୍ଡଳୀ, ଭାରତ ନଡିଆ ବିକାଶ ମଣ୍ଡଳୀ ଏବଂ କେନ୍ଦ୍ରୀୟ ଚମଡା ଗବେଷଣା ସଂସ୍ଥାନର ସହାୟତା ନିଆଯାଇଛି ।

କତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଦୁଇ ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବା ନେଇ ପ୍ରଶିକ୍ଷଣ କେନ୍ଦ୍ର ସହିତ ସେ ସମନ୍ୱୟ ରକ୍ଷା କରିଥିଲେ । ୧୨୦ ଜଣ ମହିଳା କତା ପ୍ରଶିକ୍ଷଣ, ୧୧୨ ଜଣ ଚମଡା ପ୍ରଶିକ୍ଷଣ ଏବଂ ୨୭ ଜଣ ନଡିଆ ପ୍ରଶିକ୍ଷଣ ପାଇଁ ପଂଜୀକରଣ କରିଥିଲେ । ପ୍ରଶିକ୍ଷଣ ସମାପ୍ତ ହେବା ପରେ ଜିଲା ପ୍ରଶାସନ ଏବଂ ପ୍ରଶିକ୍ଷଣ ଅଂଶୀଦାର ସଫଳ ପ୍ରଶିକ୍ଷୁମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଜୀବିକା ନିର୍ବାହ କରିବାରେ ସହାୟତା କରିବେ ।

ସାଂସଦ ଗ୍ରାମ ପଂଚାୟତ ବନଗୁର୍ଦାକୁ ଗ୍ରହଣ କରିବା ପରେ ଦେଖିବାକୁ ପାଇଥିଲେ ଯେ ଝାଡଖଣ୍ଡର ପୂର୍ବ-ସିଂହଭୂମ ସ୍ଥିତ ଗ୍ରାମ ଗୁଡିକରେ ଝିଅମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର କୌଣସି ସୁବିଧା ନାହିଁ । ସେହି ଗ୍ରାମଗୁଡିକରେ ମହିଳା ଏବଂ ଝିଅମାନଙ୍କ ପାଖରେ ଅଧିକ ମାତ୍ରାରେ ରକ୍ତହୀନତା ଦେଖାଯାଉଛି । ସ୍ୱାସ୍ଥ୍ୟ ଶିବିରମାନ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଆୟୋଜନ କରାଯାଇ ୧୮୮ଜଣରୁ ଅଧିକ ଝିଅମାନଙ୍କର ପରୀକ୍ଷଣ କରାଯାଇଥିଲା । ଫଳରେ ଅନେକ ଝିଅମାନଙ୍କର ସ୍ତ୍ରୀରୋଗ ସମ୍ବନ୍ଧୀତ ରୋଗ, ପରିସ୍ରା ସଂକ୍ରମିତ ରୋଗ ଏବଂ ଚର୍ମରୋଗ ପୀଡିତ ବୋଲି ଜଣାପଡିଥିଲା ମାତ୍ର ସାମାଜିକ ବିଧି ନିଷେଧ ଯୋଗୁ ଚପାଇ ଦିଆଯାଇଥିଲା ।

ଅନେକ କ୍ଷେତ୍ରରେ ଦେଖାଯାଇଥିଲା ଯେ ଏହିସବୁ ରୋଗ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଦୂଷିତ ଆଖ ପାଖ ଅଂଚଳରେ ରହୁଥିବା ଯୋଗୁ ହୋଇଛି । ମହିଳାମାନଙ୍କ ମଧ୍ୟରେ ନିଜର ସ୍ୱଚ୍ଛତା ରକ୍ଷା କରିବା ନେଇ ସଚେତନତା ବୃଦ୍ଧି କରିବା ପାଇଁ ହସ୍ତକ୍ଷେପ ଲୋଡା ଯାଇଛି । ଏହାଦ୍ୱାରା ଗ୍ରାମାଂଚଳରେ ନିରନ୍ତର ହସ୍ତକ୍ଷେପ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇପାରିବ ।

ଆଧାର -

ସାଂସଦ ଆଦର୍ଶ ଗ୍ରାମ ଯୋଜନା

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate