ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ସାମାଜିକ ସୁରକ୍ଷା ଯୋଜନା
ସେଆର କରନ୍ତୁ

ସାମାଜିକ ସୁରକ୍ଷା ଯୋଜନା

ସାମାଜିକ ସୁରକ୍ଷା ଯୋଜନା ଅଟଳ ପେନସନ ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୧୪-୨୦୧୯ର ସରକାରରେ ପ୍ରସ୍ତୁତ ସମାଜିକ ସୁରକ୍ଷା ଯୋଜନାଗୁଡ଼ିକ ହେଲା:

ଅଟଳ ପେନସନ ଯୋଜନା

ଉପକ୍ରମ

ପେନସନ ବ୍ୟବସ୍ଥାକୁ ବ୍ୟାପକ କରିବା ଲକ୍ଷ୍ୟରେ ସମଗ୍ର ଦେଶରେ ୧ ମଇ ୨୦୧୫ରେ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଅଟଳ ପେନସନ ଯୋଜନା(APY) ଶୁଭାରମ୍ଭ ହୋଇଛି । ଏହା କେନ୍ଦ୍ର ସରକାରଙ୍କ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏବଂ ଅର୍ଥ ମନ୍ତ୍ରଣାଳୟ ପରିଚାଳିତ ଏକ ଯୋଜନା । ଓଡ଼ିଶାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସମନ୍ବୟ ରାଜ୍ୟ ମନ୍ତ୍ରୀ ଉଷା ଦେବୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଏସ ସି ଜମିରଙ୍କ ଦ୍ଵାରା ୯ ମଇ ୨୦୧୫ ରେ ଭୁବନେଶ୍ଵର କିଟ କନଭେନସନ ସେଣ୍ଟରଠାରେ ଅଟଳ ପେନସନ ଯୋଜନା ଶୁଭାରମ୍ଭ କରିଛନ୍ତି ।

ଲକ୍ଷ୍ୟ

ଅବ୍ୟବସ୍ଥିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗରିବ କର୍ମଜୀବୀଙ୍କ ପାଇଁ ବାର୍ଦ୍ଧକ୍ୟ ରୋଜଗାର ସୁରକ୍ଷା ସୃଷ୍ଟି ଏବଂ ସେମାନଙ୍କୁ ଜାତୀୟ ପେନସନ ବ୍ୟବସ୍ଥା(NPS)ରେ ଯୋଗଦେବାପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଯୋଜନା ରଚନା କରାଯାଇଛି । ପୁର୍ବରୁ ଥିବା ସ୍ଵାବଲମ୍ବନ ଯୋଜନାରେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ନିଶ୍ଚିତ ପେନସନ ସୁବିଧା ନଥିବାରୁ ଏହି ଯୋଜନାର ଆବଶ୍ୟକତା ହେଲା ।

ସୁବିଧା

ଏହି ଯୋଜନାରେ ସାଧାରଣ ବ୍ୟକ୍ତିଟିଏ ବର୍ଷକୁ ୧ ହଜାର ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ପ୍ରଦାନ କଲେ ୬୦ ବର୍ଷ ପରେ ସେମାନଙ୍କୁ ମାସିକ ୫ ହଜାର ଟଙ୍କା ପେନସନ ଦେବାର ବ୍ୟବସ୍ଥା ହୋଇଛି । ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ସ୍ଥିର ପେନସନ ସୁବିଧା । ଯଦି ସେ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥାନ୍ତି ଅବଦାନ ସ୍ତର ଭିନ୍ନ ଭିନ୍ନ ହୋଇପାରେ । ଯଦି ସେ ଜଲ୍ଦୀ ଯୋଗଦିଅନ୍ତି ତେବେ କମ ଏବଂ ଯଦି ବିଳମ୍ବରେ ଯୋଗ ଦିଅନ୍ତି ଅଧିକ ହେବ । ଉପଭୋକ୍ତାଙ୍କର ମନୋନୟନକାରୀଙ୍କୁ କର୍ପସ ପାଣ୍ଠିର ଫିକ୍ସଡ ରିଟର୍ନ ମାସିକ ପେନସନ ମିଳିବ । ଉଦାହରଣ: ଯଦି ବୟସ ୧୮ ଏବଂ ୧୦୦୦ରୁ ୫୦୦୦ଟଙ୍କା ପାଇବା ପାଇଁ ଚାହୁଁଛନ୍ତି ଅବଦାନ ରାଶି ୪୨ରୁ ୨୧୦ ଟଙ୍କା ମଧ୍ୟରେ ଦେବାକୁ ହେବ । ସେହି ପେନସନ ସ୍ତର ପାଇବା ପାଇଁ ୪୦ ବର୍ଷରେ ଏହି ଯୋଜନାରେ ଜଣେ ଯୋଗଦିଅନ୍ତି, ୨୯୧ ରୁ ୧୪୫୪ ଅବଦାନ ରାଶି ଟଙ୍କା ଦେବାକୁ ହେବ । ସ୍ଵାବଲମ୍ବନ ଯୋଜନାରେ ପୁର୍ବରୁ ଥିବା ଉପଭୋକ୍ତା ସ୍ବତଃ ଭାବେ ଏହି ଯୋଜନାକୁ ପରିବର୍ତ୍ତିତ ହୋଇଯିବେ ଯଦି ସେମାନେ ଏହାକୁ ବିରୋଧ ନକରନ୍ତି ।

ହିତାଧିକାରୀଙ୍କ ଯୋଗ୍ୟତା

ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ଅଛି ଯଦି ସେ କୌଣସି ବୈଧାନିକ ସୁରକ୍ଷା ଯୋଜନାରେ ନାହାନ୍ତି । ସେମାନେ ୩୧ ଡିସେମ୍ବର ୨୦୧୫ ପୁର୍ବରୁ ଜାତୀୟ ପେନସନ ବ୍ୟବସ୍ଥା ଯୋଗ ଦେଇଥିବେ ଏବଂ ଆୟକରଦାତା ହୋଇନଥିବେ ।

ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୪୦ ବର୍ଷ ବୟସ ମଧ୍ୟରେ ହେବ ଉଚିତ । ଏଣୁ ଉପଭୋକ୍ତାମାନଙ୍କର ଅବଦାନର ସର୍ବନିମ୍ନ ଅବଧି ୨୦ ବର୍ଷ ଏବଂ ତତୋଧିକ ଅଟେ ।

ଅଣବ୍ୟବସ୍ଥିତ କ୍ଷେତ୍ରର କର୍ମଜୀବୀମାନେ ।ଯୋଗ୍ୟ ଶ୍ରେଣୀର ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ଏହି ସ୍ବତଃକାଟ (ଅଟୋ-ଡେବିଟ)ସୁବିଧାରେ ଯୋଗଦେଇପାରିବେ ।

ନାମାଙ୍କନ କରୁଥିବା ସଂସ୍ଥା

ସମସ୍ତ ସେବା ପ୍ରଦାନକାରୀ (Point of Presence) ଜାତୀୟ ପେନସନ ବ୍ୟବସ୍ଥାରେ ସ୍ଵାବଲମ୍ବନ ଯୋଜନା ଅଧିନରେ ଉପଭୋକ୍ତାମାନଙ୍କୁ ନାମାଙ୍କନ କରାଇବେ ।

ଏହା କେନ୍ଦ୍ର ସରକାରଙ୍କ ଯୋଜନା ଯାହା ପେନସନ ପାଣ୍ଠି ପରିଚାଳନା ଏବଂ ଉନ୍ନୟନ ପ୍ରାଧିକରଣ(Pension Fund Regulatory and Development Authority) ଦ୍ଵାରା ପରିଚାଳିତ ହେଉଛି । ଜାତୀୟ ପେନସନ ବ୍ୟବସ୍ଥାର ଇନଷ୍ଟିଚ୍ୟୁସନାଲ ଆର୍କିଟେକଚର ଏହି ଯୋଜନାରେ ନାମାଙ୍କନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବେ ।

ପାଣ୍ଠି

ସରକାରଙ୍କ ଦ୍ଵାରା ଫିକ୍ସଡ ପେନସନ ରାଶିର ଗ୍ୟାରେଣ୍ଟୀ ଦିଆଯାଏ । ୨୦୧୪ ବଜେଟରେ ଗୃହିତ ଏହି ଯୋଜନା ପାଇଁ ୨୦୧୫-୧୬ ରୁ ୨୦୧୯-୨୦ (୫ ବର୍ଷ ପାଇଁ)ଯାଏଁ ସରକାର ଯୋଗ୍ୟ ଉପଭୋକ୍ତାମାନଙ୍କୁ ୧୦୦୦ଟଙ୍କା କିମ୍ବା ୫୦% ପ୍ରିମିୟମ (ଯେଉଁଟି ସର୍ବନିମ୍ନ) ଦେବେ । ଉନ୍ନୟନ ପ୍ରଚାର କାର୍ଯ୍ୟକ୍ରମ ଏବଂଲୋକଙ୍କୁ ଯୋଜନାରେ ଯୋଡୁଥିବା ଏବଂ ଅବଦାନ ସଂଗ୍ରହରେ ବ୍ରୀତ ସଂସ୍ଥାମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ସରକାର ଯୋଗାଇବେ ।

"ଅଟଳ ପେନସନ ଯୋଜନା "

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୧ ମଇ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ବୀମା ଯୋଜନା । ଏହି ବୀମା ଯୋଜନା ଅନ୍ତର୍ଗତ ଏକ ବର୍ଷର ବୀମା କଭର ମିଳିବ । ଏହା ପ୍ରତିବର୍ଷ ନବୀକରଣ ଯୋଗ୍ୟ ଅଟେ । ଯେକୌଣସି ଦୁର୍ଘଟନ ଜନିତ ମୃତ୍ୟୁରେ ଏହି ବୀମା ରାଶି ମିଳିବ ଏହି ଯୋଜନା ଭାରତୀୟ ଜୀବନ ବୀମା ନିଗମ ସହ ପ୍ରସ୍ତୁତ ଏବଂ ପରିଚାଳିତ କରାଯାଉଛି । ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଏବଂ ଅନ୍ୟ ବୀମା କମ୍ପାନୀ ଯେଉଁମାନେ ଉକ୍ତ ଯୋଜନାରେ ଯୋଗଦେବାକୁ ଚାହିଁବେ ବ୍ୟାଙ୍କ ସହ ଅନୁବନ୍ଧିତ ହେବେ ସେମାନେ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରିପାରିବେ ।

"ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା "

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

୧ ମଇ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଦ୍ଘାଟିତ ସମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଏକ ବୀମା ଯୋଜନା ।

ଯୋଜନାର ଅବଧି ଏକ ବର୍ଷ ଅଟେ । ଯାହାର ନବୀକରଣ ପ୍ରତ୍ୟେକ ବର୍ଷ କରାଯାଇଥାଏ । ଦୁର୍ଘଟଣା ବୀମା ଯୋଜନା ଅନ୍ତର୍ଗତ ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ବିକଳାଙ୍ଗତା ସ୍ଥିତିରେ ଏହି ବୀମା କଭରର ସୁବିଧା ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ସାର୍ବଜନୀନ କ୍ଷେତ୍ରର ବୀମା କମ୍ପାନୀମାନଙ୍କ ଜରିଆରେ ଏହାର ଉପଲବ୍ଧ ଏବଂ ପରିଚାଳନା କରାଯାଉଛି । ତଥା ଅନ୍ୟ ସାଧାରଣ ବୀମା କମ୍ପାନୀମାନେ ମଧ୍ୟ ସମାନ ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକ ସହ ଆବଶ୍ୟକ ଅନୁମୋଦନ ପାଇ ବ୍ୟାଙ୍କଗୁଡ଼ିକ ସହ ଅନୁବନ୍ଧିତ ହୋଇ ଏହି ଉତ୍ପାଦକୁ ଉପଲବ୍ଧ କରିପାରନ୍ତି । ଏହି ଯୋଜନା ସହ ସହଭାଗିତା ଥିବା ବ୍ୟାଙ୍କମାନେ ନିଜ ଗ୍ରାହକମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଉପଲବ୍ଧ କରାଇବା ପାଇଁ ଯେକୌଣସି ସାଧାରଣ ବୀମା କମ୍ପାନୀମାନଙ୍କ ସହ ମିଶିପାରିବେ ।

"ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା "
3.03125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top