অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ ) ୨୦୧୪ -୨୦୧୯

ପରିମଳ ବ୍ୟବସ୍ଥାର ଉନ୍ନତି

ଗ୍ରାମ୍ୟସ୍ତରରେ  ଜନସାଧାରଣଙ୍କ ଜୀବନଧାରଣ ମାନରେ ବୃଦ୍ଧି ତଥା ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ  ଭାରତ ସରକାର  ୨ ଅକ୍ଟୋବର  ୨୦୧୪ ରୁ “ ସ୍ଵଚ୍ଛ ଭାରତ ମିଶନ “( ଗ୍ରାମୀଣ)ର  ଶୁଭାରମ୍ଭ କରୁଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସ୍ଵପ୍ନ  ଥିଲା, ଭାରତକୁ ଏକ ସ୍ଵଚ୍ଛ ଏବଂ ସୁସ୍ଥ ରାଷ୍ଟ୍ର ରୂପେ ଗଠନ କରିବା । ଏହି ସ୍ଵପ୍ନକୁ ସାକାର କରିବା ପାଇଁ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଆମ ଦେଶକୁ ୨୦୧୯ ସୁଦ୍ଧା ଏକ ସ୍ଵଚ୍ଛ ରାଷ୍ଟ୍ରରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ।

ଏହି ଅଭିଯାନକୁ ବ୍ୟାପକ ତଥା ସଂପ୍ରସାରିତ କରି ବିଭିନ୍ନ ଗ୍ରାମ ତଥା ପଞ୍ଚାୟତକୁ ମଳମୁକ୍ତ କରିବା ପାଇଁ ଏହି ମିଶନ ମାଧ୍ୟମରେ ଚେଷ୍ଟା କରାଯାଉଛି । ଏଥିସହିତ ଗ୍ରାମାଞ୍ଚଳର ସମସ୍ତ କଠିନ ଓ ତରଳ ଅଳଆ ଆବର୍ଜନାର ନିଷ୍କାସନ ଓ ପରିଚାଳନାକୁ ଗୁରୁତ୍ଵ ପ୍ରଦାନ କରାଯାଉଛି ।

ଅଭିଯାନର ମୁଖ୍ୟ ଲକ୍ଷ୍ୟ

  1. ଶୌଚାଳୟ ନିର୍ମାଣ ଓ ଏହାର ବ୍ୟବହାର ଦ୍ଵାରା ସୁରକ୍ଷିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ।
  2. ଗ୍ରାମ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ଖୋଲାସ୍ଥାନରେ ମଳତ୍ୟାଗରୁ ମୁକ୍ତ କରିବା ।
  3. ଗ୍ରାମର ରାସ୍ତାଘାଟ ପରିଷ୍କାର ତଥା କଠିନ ଏବଂ ତରଳ  ବର୍ଜ୍ୟବସ୍ତୁର ସଠିକ୍ ନିଷ୍କାସନ ଓ  ପରିଚାଳନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ।
  4. ଗ୍ରାମ/ ପଞ୍ଚାୟତଗୁଡିକୁ ନିର୍ମଳ ଗ୍ରାମର ମାନ୍ୟତା ଦେବା
  5. ପାନୀୟ ଜଳର ନିରାପଦ ବ୍ୟବହାର ଓ ସଂରକ୍ଷଣ କରିବା
  6. ଲୋକମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା

କେଉଁମାନେ ଏହି ସୁବିଧା ପାଇପାରିବେ

  • ସମସ୍ତ ବିପିଏଲ୍ ପରିବାର
  • ଚିହ୍ନିତ ଏପିଏଲ୍ ପରିବାର ଯଥା
    • ଅନୁସୂଚୀତ ଜାତି/ଜନଜାତି
    • କ୍ଷୁଦ୍ର ଓ ନାମମାତ୍ର ଚାଷୀ
    • ଘରବାଡି ଥିବା ଭୂମିହୀନ ଶ୍ରମିକ
    • ଭିନ୍ନକ୍ଷମ ବ୍ୟକ୍ତି
    • ମହିଳା ପରିଚାଳିତ ପରିବାର

କେମିତି କରିବେ

  • ହିତାଧିକାରୀ ନିଜ ଖର୍ଚ୍ଚରେ କିମ୍ବା ସରକାରୀ ପ୍ରୋତ୍ସାହନ ରାଶିରେ କରିପାରିବେ ।
  • ଗୋଷ୍ଠୀର ମିଳିତ ସହଯୋଗରେ (ସି.ଏଲ୍.ଟି.ଏସ୍ ମାଧ୍ୟମରେ) ପାଇଖାନା ବ୍ୟବହାରର ମହତ୍ଵ ବୁଝି ନିଷ୍ପତ୍ତି ନେଇପାରିବେ ।
  • ଯଦି ସରକାରୀ ପ୍ରୋତ୍ସାହନ ରାଶିର ଆବଶ୍ୟକତା ବୋଧ କରନ୍ତି ତେବେ  ନିମ୍ନଲିଖିତ ମାଧ୍ୟମରେ କରିପାରିବେ ।
    • ଗ୍ରାମ ପଞ୍ଚାୟତ ମାଧ୍ୟମରେ
    • ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ
    • ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ
    • ନିଜେ ମଧ୍ୟ କରିପାରିବେ ।

ଘରୋଇ ପାଇଖାନା ପାଇଁ ସାମଗ୍ରୀ ଓ ମୂଲ୍ୟ

  • ଘରୋଇ ପାଇଖାନାରେ ବ୍ୟବହୃତ ହେଉଥିବା ସାମଗ୍ରୀ
  • ଇଟା, ବଲି, ସିମେଣ୍ଟ, ଚିପ୍ସ, ସିମେଣ୍ଟ ରିଙ୍ଗ, କଭର ସ୍ଲାବ୍, ଆଜବେଷ୍ଟସ୍ ବା ସ୍ଲାବ୍ ଛାତ, ସେରାମିକ୍ ପ୍ୟାନ(ରୁରାଲ), ପି.ଭି.ସି ପାଇପ୍ ଓ  ଫିଟିଙ୍ଗସ୍, କବାଟ ଇତ୍ୟାଦି ।

  • ଘରୋଇ ପାଇଖାନାର ଅଟକଳ ମୂଲ୍ୟ -୧୨,୦୦୦ ଟଙ୍କା
  • ହିତାଧିକାରୀ ଚାହିଁଲେ ସରକାରଙ୍କ ସହାୟତା ରାଶି ସହିତ ନିଜେ ଅଧିକ ଖର୍ଚ୍ଚ କରିବା ଉନ୍ନତ ମାନର ପାଇଖାନା କରିପାରିବେ ।

ଲିଚ୍ ପିଟ୍ ପାଇଖାନା ସମ୍ବନ୍ଧରେ କେତେକ ଜାଣିବା କଥା

  • ଜଳଉତ୍ସଠାରୁ ଅତି କମ୍ ରେ ପିଟ୍ ବା ଶୋଷକ ଖାତର ଦୂରତା ୧୦ମିଟର ବା ୩୩ ଫୁଟ ହେବା ଉଚିତ୍ ।
  • ପିଟ୍ ବା ଶୋଷକ ଖାତର ଗଭୀରତା ୪ ଫୁଟରୁ ଅଧିକ ହେବା ଅନୁଚିତ୍ । ପିଟ୍ ର ଗଭୀରତା ଅଧିକ ହେଲେ ଏହା ଭୂତଳ ଜଳକୁ  ସଂକ୍ରମଣ କରିପାରେ ।
  • ଏହା ଏକ ଗନ୍ଧମୁକ୍ତ ପାଇଖାନା ଅଟେ । ଏଣୁ ଏହାକୁ ଘର ପାଖରେ ତିଆରି କରାଯାଇପାରିବ ।
  • ଏହି ପାଇଖାନାରେ ଭେଣ୍ଟ ପାଇପ୍/ ଗନ୍ଧ ନିର୍ଗମ ନଳୀ ବ୍ୟବହାର କରିବା ଅନୁଚିତ ।
  • ଲିଚ୍ ପିଟ୍ ପାଇଖାନାରେ  ଗ୍ରାମୀଣ ପ୍ୟାନ ବ୍ୟବହାର କଲେ କମ୍ ପାଣି ଖର୍ଚ୍ଚ ହୋଇଥାଏ ।
  • ପ୍ୟାନ୍ ଭିତରକୁ ଫିନାଇଲ୍/ ସାବୁନ୍ ଫେଣ/ ଏସିଡ ଇତ୍ୟାଦି ପଦାର୍ଥ ଢାଳିବା ଅନୁଚିତ୍ ।

ପାଇଖାନା କିପରି ବ୍ୟବହାର କରିବା

  • ପାଇଖାନା ବ୍ୟବହାର ପୂର୍ବରୁ ପ୍ୟାନକୁ ଓଦା କରି ବ୍ୟବହାର କଲେ ଏହା ଅଳ୍ପ ପାଣିରେ ସଫା ହୋଇପାରିବ ।
  • ପାଇଖାନାରେ ଶୌଚ ହେଲାପରେ ହାତକୁ ଭଲ ଭାବେ ସାବୁନ୍ ରେ ଧୁଅନ୍ତୁ ।
  • ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ ।
  • ଦରକାରରୁ ଅଧିକ ପାଣି ପାଇଖାନାରେ ଢାଳନ୍ତୁ ନାହିଁ ।

ଆଧାର – ଓଡ଼ିଶା ରାଜ୍ୟ ଜଳ ଓ ପରିମଳ ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate