ଭାରତରେ ସ୍ଥାନୀୟ ଶାସନ ବ୍ୟବସ୍ଥା କାଳକ୍ରମେ ବିବର୍ତ୍ତନଦ୍ଵାରା କ୍ରମବିକାଶର ଫଳସଦୃଶ । ପ୍ରାଚୀନ କାଳରେ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଥିଲା । ପୂର୍ବ ଅଧ୍ୟୟନରେ ଏହା ସ୍ପଷ୍ଟଭାବେ ବର୍ଣ୍ଣନା କରାଯାଇଅଛି ଯେ କୌଟଲ୍ୟ ତାଙ୍କର ମହାନ ଗ୍ରନ୍ଥ” ଅର୍ଥଶସ୍ତ୍ର” ରେ ପ୍ରାଚୀନ ଭାରତର ଗ୍ରାମ୍ୟ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ବିଷୟରେ ବର୍ଣ୍ଣନା କରିଅଛନ୍ତି , କିନ୍ତୁ ସାଂପ୍ରତିକ ସ୍ୱାୟତ୍ତ ଶାସନ ସଂସ୍ଥାର ଗଠନ ଏବଂ ଶାସନ ବ୍ୟବସ୍ଥା ପ୍ରାଚୀନ କାଳର ଗଠନ ଏବଂ ଶାସନ ବ୍ୟବସ୍ଥାଠାରୁ ଭିନ୍ନ ।
ଭାରତରେ ଆଧୁନିକ ପ୍ରଣାଳୀର ସ୍ୱାୟତ୍ତ ବ୍ୟବସ୍ଥା ବ୍ରିଟିଶ ଶାସନ କାଳରେ ସୃଷ୍ଟି ହୋଇଥିଲା । ସେତେବେଳେ ଜାତୀୟ କିମ୍ବା ପ୍ରାଦେଶିକ ସ୍ତରରେ ସ୍ୱାୟତ୍ତ ଶାସନ ନିମିତ୍ତ କୌଣସି ସୁବିଧାସୁଯୋଗ ନଥିଲା । ସ୍ଥାନୀୟ ସମସ୍ୟାର ସମାଧାନ ନିମିତ୍ତ ଭାରତୀୟମାନଙ୍କର ସହାୟତା ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସୃଷ୍ଟି କରିଥିଲା । ପ୍ରାଚୀନ ଗ୍ରାମ ପ୍ରଶାସନିକ ବିଭାଗମାନ ବର୍ଣ୍ଣ ଓ ଶ୍ରେଣୀଗତ ଭିତ୍ତିରେ ବଂଶାନୁକ୍ରମିକ ସୂତ୍ରରେ ଗଠିତ ହୋଇଥିଲେ ।
ଗ୍ରାମ୍ୟ ପ୍ରଶାସନିକ ବିଭାଗମାନଙ୍କର ମୁଖ୍ୟ କାର୍ଯ୍ୟ ଥିଲା ଅଧିବାସୀମାନଙ୍କ ଠାରୁ କର ଟିକସ ଆଦାୟ ଏବଂ ସେମାନନାକର ଜୀବନ ଓ ସମ୍ପତ୍ତିର ସୁରକ୍ଷା , ହେଲେହେଁ ଏଗୁଡିକ ରାଷ୍ଟ୍ର ଶାସନର ଅଂଶରୂପେ ବାସ୍ତବ କ୍ଷେତ୍ରରେ ବିବେଚିତ ହେଉନଥିଲେ ।
ଆଧୁନିକ ଯୁଗରେ ସ୍ଥାନୀୟ ସ୍ୱାୟତ୍ତ ଶାସଷ୍ଣ ବ୍ୟବସ୍ଥାର କ୍ରମବିକାଶ ଗ୍ରାମ୍ୟ ପ୍ରଣାଳୀ ନ ହୋଇ ପୌର ପ୍ରଣାଳୀରେ ହେଲା । ପୌର ଅଧିବାସୀମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଏହା ଥିଲା ବ୍ରିଟିଶମାନଙ୍କର ଏକ ନୀତି । ଅନ୍ୟ ଏକ କାରଣ ଥିଲା ସହରାଞ୍ଚଳରେ ବାଣିଜ୍ୟ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା ।
“ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସଦୃଶ୍ୟ ନ ହେଲେ ମଧ୍ୟ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମ୍ନକୁ କ୍ରମୋନ୍ନତିଦ୍ଵାରା ପ୍ରବର୍ତ୍ତିତ ହୋଇଅଛି । ପ୍ରାଚୀନ ଭାରତରେ ତଥା ମଧ୍ୟଯୁଗରେ ଭାରତରେ ବଡବଡ ସହରମାନଙ୍କରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନ ହେଉଥିଲା ଏବଂ ଜନସାଧାରଣଙ୍କର ପୌର ସ୍ୱାୟତ୍ତ ଶାସନରେ ସ୍ଵାଧିକାର ନ ଥିଲା । “
ପୂର୍ବରୁ ଆଲୋଚନା କରାଯାଇଅଛି ଯେ , ହରପ୍ପା , ଓ ମହେଞ୍ଜୋଦାରୋର ଭୁଖନନ ଜଣାଇଦିଏ , ଯେ ପ୍ରାଚୀନ ଅତୀତରେ ଭାରତରେ ସୁପ୍ରତିଷ୍ଠିତ ପୌର ସଭ୍ୟତା ଥିଲା । ପ୍ରତ୍ୟେକ ନଗରରେ ନିର୍ବାଚିତ ପରିଷଦଦ୍ଵାରା ସ୍ୱାୟତ୍ତ ଶାସନ ପରିଚାଳନା ହେଉଥିଲା ।
ପୌର ସ୍ୱାୟତ୍ତ ଶାସନର କ୍ରମ ବିକାଶ ଏବଂ ବିବର୍ତ୍ତନ ଧୀର ମନ୍ଥର ଗତି ଏବଂ ସମାନ ସାଧାରଣରେ ହେଉଥିଲା ତଥା କ୍ରମ ସ୍ୱାୟତ୍ତ ଶାସନ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ଦ୍ଵାରା ପରିଚାଳିତ ହେଲା ;କିନ୍ତୁ ବାସ୍ତବ କ୍ରମବିକାଶ ଇଷ୍ଟଇଣ୍ଡିଆ କମ୍ପାନୀ ଠାରୁ କ୍ଷମତା ବ୍ରିଟିଶ ସରକାର ହାତକୁ ଆସିବା ପରଠାରୁ ସମ୍ଭବ ହେଲା ।
ଭାରତରେ ସ୍ୱାୟତ୍ତ ଶାସନର ଇତିହାସ ସାର ଜୋସିଆ ଚାଇଲଡ ଙ୍କ ନାମରେ ଆରମ୍ଭ ହେଲା । ସେ ଦ୍ଵିତୀୟ ଜେମସଙ୍କ ଠାରୁ ମାନ୍ଦ୍ରାଜ ସହରରେ ନିଗମ ପ୍ରତିଷ୍ଠା ନିମିତ୍ତ କ୍ଷମତା ଦଲିଲ ପାଇଲେ । ଜଣେ ମେୟର, ଆଲଡରମ୍ୟାନ , ଏବଂ ଷାଠିଏ ଜନ ମହାସଭ୍ୟର ସଭ୍ୟ ନିଯୁକ୍ତ ହେଲେ । ସେମାନେ ଗୋଟିଏ ସହର ସଭାଗୃହ ଜେଲ,ବିଦ୍ୟାଳୟ ପ୍ରତିଷ୍ଠା , ରାସ୍ତାଘାଟ ନିର୍ମାଣ , ଆଲୋକ ପ୍ରଦାନ ଏବଂ ଅପରିଷ୍କାର,ଅପରିଚ୍ଛନ୍ନତା ନିମିତ୍ତ ପ୍ରତିକାର ତଥା କର ଟିକସ ଧାର୍ଯ୍ୟ କରିବାର କ୍ଷମତା ପାଇଲେ ।
ଷ୍ଟେଟ ଜର୍ଜ ଫୋର୍ଟର ଚତୁଃପାର୍ଶ୍ଵରେ କ୍ରମବର୍ଦ୍ଧିଷ୍ଣୁ ମାନ୍ଦ୍ରାଜ ନଗରୀରେ ଜନସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ବିଭିନ୍ନ ସମସ୍ୟା , ଯଥା – ଜନସ୍ୱାସ୍ଥ୍ୟ , ଜଳଯୋଗାଣ , ବାସଗୃହ , ଶିକ୍ଷାଳୟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମାଧାନ ନିମିତ୍ତ ଇଷ୍ଟଇଣ୍ଡିଆ କମ୍ପାନୀ ୧୬୩୬ ମସିହାରେ କ୍ଷମତା ପାଇଲେ । ପ୍ରୋତ୍କ ସମସ୍ୟାଗୁଡିକର ସମାଧାନ ନିମିତ୍ତ ଇଷ୍ଟଇଣ୍ଡିଆ କମ୍ପାନୀର ନିର୍ଦ୍ଦେଶକ ଗୋଟିଏ ପୌର ପରିଷଦ ଗଠନ ନିମିତ୍ତ ମତ ପ୍ରଦାନ କଲେ । ଏହା ବ୍ରିଟିଶ ସରକାର ଗ୍ରହଣ କରି ୧୯୮୭ ମସିହା ଡିସେମ୍ବର ୨୮ ତାରିଖରେ କାର୍ଯ୍ୟକାରୀ କଲେ,କିନ୍ତୁ ଏହି ପୌର ନିଗମରେ ଅଧିକ ସଂଖ୍ୟକ ଇଂରେଜ ସଭ୍ୟ ଥିଲେ । ଗୋଷ୍ଠୀଗତ ହିସାବରେ ଅନ୍ୟ ଅଧିବାସୀମାନଙ୍କର ପ୍ରତିନିଧିତ୍ଵ ରହିଲା ।
୧୭୨୬ ମସିହାରେ ମେୟରଙ୍କର ପ୍ରଶାସନିକ ପରିବର୍ତ୍ତେ ବିଚାରଗତ କ୍ଷମତା ଥାଇ ପୌର ନିଗମ ପ୍ରତିଷ୍ଠା କରାଗଲା । କେନ୍ଦ୍ରୀୟ କ୍ଷମତା ବାସ୍ତବ କ୍ଷେତ୍ରରେ ସ୍ଥାନୀୟ ସମସ୍ୟା ନିମିତ୍ତ ଉପଯୁକ୍ତ ନ ହେବାରୁ କେବଳ ଆୟବୃଦ୍ଧି ପାଇଁ ନ ହୋଇ ପୋଲିସ ବ୍ୟବସ୍ଥା , ରାସ୍ତାଘାଟ ନିର୍ମାଣ ଏବଂ ତଦାରଖ ସହ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ସମାଧାନ ନିମିତ୍ତ ସଂସ୍ଥା ଗଠନ ପାଇଁ ସିଦ୍ଧାନ୍ତ ହେଲା । ୧୭୯୩ ମସିହାରେ ଚାର୍ଟର ଆଇନ ବଳରେ ମାନ୍ଦ୍ରାଜ , କଲିକତା ଏବଂ ବମ୍ବେ ପ୍ରଭୁତି ତିନୋଟି ପ୍ରେସିଡେନସି ସହରରେ ପୌରଶାସନ ପ୍ରବର୍ତ୍ତିତ ହେଲା ତଥା ବଡଲାଟ ନ୍ୟାୟପତି ନିଯୁକ୍ତି କ୍ଷମତା ପାଇଲେ । ଏହି ଜଷ୍ଟିସ ଅଫ ଫିସ (ଶାନ୍ତି ରକ୍ଷକ) ବାସଗୃହ ଓ ସମ୍ପତ୍ତି ଉପରେ କରଧାର୍ଯ୍ୟ , ପୋଲିସ ଶାସନ ପରିଚାଳନା , ରାସ୍ତାଘାଟ ନିର୍ମାଣ ନିମିତ୍ତ କ୍ଷମତା ପାଇଲେ , କିନ୍ତୁ ଅଧିକ ସଂଖ୍ୟକ ଇଂରେଜ କାର୍ଯ୍ୟନିର୍ବାହୀ ସ୍ୱଳ୍ପ ଏବଂ ବ୍ୟବସାୟାତ୍ମକ ଭୋଟ କ୍ଷମତା ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ପ୍ରଦାନ କରିବା ସପକ୍ଷରେ ମତଦେଲେ । ଲୋକପ୍ରତିନିଧିମାନଙ୍କ ହାତରେ ନିଷ୍ପତ୍ତି କ୍ଷମତା ରହିଲା ନାହିଁ ।
ଭାରତରେ ଇଂରେଜ ଶାସନ ଦୁଇଟି ପର୍ଯ୍ୟାୟରେ ବିଭକ୍ତ ହୋଇପାରେ । ପ୍ରଥମ ପର୍ଯ୍ୟାୟରେ ୧୮୫୮ ମସିହା ପର୍ଯ୍ୟନ୍ତ ଶାସନ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ଵାରା ନିଯୁକ୍ତ ବଡଲାଟ ଏବଂ ଲାଟମାନେ ଅଧିକ ସମସ୍ତ ଯୁଦ୍ଧ , ରାଜ୍ୟଜୟ ଏବଂ ରାଜ୍ୟମାନଙ୍କର ଏକତ୍ରୀକାରଣ ଆଦି କାର୍ଯ୍ୟରେ କଟାଇଲେ , ସେମାନେ ଜାତୀୟ କଲ୍ୟାଣ , ଉନ୍ନୟନପାଇଁ ଚେଷ୍ଟା ନ କରି କେବଳ ମାନ୍ଦ୍ରାଜ , କଲିକତା ଏବଂ ବମ୍ବେ ଆଦି ସହରରେ ପୌର ଶାସନ ନିମିତ୍ତ କାର୍ଯ୍ୟ କଲେ । ସ୍ଥାନୀୟ ମାଜିଷ୍ଟେଟମାନେ ନାମକୁମାତ୍ର ସମିତିମାନ ଗଠନ କରି ଟିକସ ଆଦାୟ ଏବଂ ପୋଲିସ ବ୍ୟବସ୍ଥା ଏବଂ ରାସ୍ତାଘାଟ ନିର୍ମାଣ ଦାୟିତ୍ଵ ବହନ କଲେ ।
୧୮୪୨ ମସିହାରେ ପ୍ରଥମେ ପୌର ସମିତି ଗଠନ ନିମିତ୍ତ ଆଇନ ପ୍ରଣୟନ ହେଲା । ୧୮୪୨ ମସିହାରେ ବେଙ୍ଗଲ ପ୍ରଦେଶ ସରକାର ଆଇନ ୩୦୧୦ ପ୍ରଣିତ ହୋଇ ଜନସ୍ୱାସ୍ଥ୍ୟ ନିମିତ୍ତ ସହରେ ଦ୍ଵି-ତୃତୀୟାଂଶ ଅଧିବାସୀଙ୍କର ଦସ୍ତକ୍ଷତଦ୍ଵାରା ନଗଦ ସମିତି ଗଠନ ନିମିତ୍ତ ବ୍ୟବସ୍ଥା ହେଲା ।
ପ୍ରୋକ୍ତ ଆଇନ କୌଣସି ସମାଧାନ କରି ସ୍ଥାନୀୟ ସମସ୍ୟା ପ୍ରତି ଲୋକପ୍ରିୟତା ଅର୍ଜନ କରିପାରିଲା ନାହିଁ । ଏହା ଇଚ୍ଛାଗତ କାର୍ଯ୍ୟ ହିସାବରେ ଗଣ୍ୟ କରାଗଲା ।
ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମିତ୍ତ ୧୮୫୦ ମସିହାରେ ଅନ୍ୟ ଏକ ଆଇନ ପ୍ରଣିତ ହେଲା ଏହା । ୧୮୪୨ ମସିହା ଆଇନରେ କେତେକ ପରିବର୍ତ୍ତନ ଆଣିଲା । ଏହି ଆଇନ ସମଗ୍ର ରାଷ୍ଟ୍ରରେ କାର୍ଯ୍ୟକାରୀ କରାଗଲା । “ ଏହା ସମଗ୍ର ରାଷ୍ଟ୍ର ପ୍ରତି ଲାଗୁହେଲା ଏବଂ ପୂର୍ବୋକ୍ତ କୌଣସି ଆଇନରେ ପରୋକ୍ଷ କରଧାର୍ଯ୍ୟ ନ ହୋଇଥିଲେ ହେଁ ଏହି ଆଇନରେ ପରୋକ୍ଷ ଟିକସ ଧାର୍ଯ୍ୟ ହେଲା । ଏଥିପ୍ରତି ଜନସାଧାରଣ ଜାଗ୍ରତ ହେଲେ ।
ପ୍ରେସିଡେନସି ସହରମାନଙ୍କରେ ପରିଷ୍କାର ପରିଚ୍ଛନ୍ନତା ଉନ୍ନତି ସକାଶେ ପୂର୍ବଭଳି କୌଣସି ପ୍ରୟୋଜନୀୟ ବ୍ୟବସ୍ଥା ନ ହୋଇ ବରଂ କଲିକତା, ମାନ୍ଦ୍ରାଜ, ବମ୍ବେ ଆଦି ସହରମାନଙ୍କରେ ଉନ୍ନତିମୂଳକ କାର୍ଯ୍ୟ ଭାରତ ସରକାର ବେତନଭୋଗୀ କର୍ମଚାରୀଙ୍କ ହସ୍ତରେ ୧୮୫୬ ମସିହାଠାରୁ ଅର୍ପଣ କଲେ ।
୧୮୫୭-୫୮ ମସିହା ବିଦ୍ରୋହ ପରେ ଭାରତ କେନ୍ଦ୍ର ସରକାରଙ୍କ ଆର୍ଥିକ ଅବସ୍ଥା ଅତୀବ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଚାହିଦା ଏବଂ ପ୍ରୟୋଜନାନୁଯାୟୀ ଗମନଗମନ, ଜନସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସେବାମୂଳ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ମନେକଲେ । ଏହାପରେ ସାମୁଏଲ ଲିଙ୍କଙ୍କ ଭଳି ବଡଲାଟ ସହର ସଦସ୍ୟବୃନ୍ଦ ସରକାରଙ୍କର ଆର୍ଥିକ ସଙ୍କଟ ଅନୁଭବ କରି ସ୍ଥାନୀୟ ସେବାମୂଳକ କାର୍ଯ୍ୟ ସ୍ଥାନୀୟ କରି ଟିକସଦ୍ଵାରା ପୂରଣ କରିବା ନିମିତ୍ତ ନୀତି ଚୟନ କଲେ ।
ତେଣୁ ଏହି ପ୍ରକାର ସ୍ୱାୟତ୍ତ ଶାସନ ବ୍ୟବସ୍ଥା କେବଳ କାଗଜ କଲମରେ ରହିଲା । ଇଷ୍ଟଇଣ୍ଡିଆ କମ୍ପାନୀର ଶାସନସମୟରେ ବ୍ରିଟିଶ ସରକାରଙ୍କର ଅସଲ ଉଦ୍ଦେଶ୍ୟ ଥିଲା ବ୍ୟବସାୟ ବାଣିଜ୍ୟ ବୃଦ୍ଧି । କଲିକତା , ବମ୍ବେ ଓ ମାନ୍ଦ୍ରାଜ ଆଦି ସହର ବାଣିଜ୍ୟର ପୀଠସ୍ଥଳୀ ହେଲା ଏବଂ ଇଷ୍ଟଇଣ୍ଡିଆ କମ୍ପାନୀ ବିଦେଶୀ କାରବାରର କେନ୍ଦ୍ରସ୍ଥଳୀ ଥିଲା ।
ପୂର୍ବରୁ ଆଲୋଚନା କରାଯାଇଅଛି ଯେ , ଇଷ୍ଟଇଣ୍ଡିଆ କମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବ୍ୟବସାୟ ବାଣିଜ୍ୟ ଏବଂ ଶାସନକୁ ତିନୋଟି କାରଣରୁ ବିଚାର କରାଯାଉଥିଲା । ୧୮୫୮ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନୀଠାରୁ ବ୍ରିଟିଶ ରାଜାଙ୍କ ହାତକୁ ହସ୍ତାନ୍ତରିତ ହେବାପରେ ଭାରତର ଶାସନ ବ୍ରିଟିଶ ରାଜତନ୍ତ୍ର ସୁବିଧା ନିମିତ୍ତ ପୁନର୍ଗଠନ ହେଲା । ଏହା ଦେଶର ରାଜନୈତିକ ଏକତ୍ରୀକାରଣ କଳା ଏବଂ ଏକପ୍ରକାର ଆଇନ ଏବଂ ଶାସନ ପ୍ରଣାଳୟ ସମଗ୍ର ରାଷ୍ଟ୍ରପାଇଁ ପ୍ରଯୁଜ୍ୟ ହେଲା । ଏହାର ପ୍ରତିଫଳସ୍ୱରୂପ ବହୁତ ପ୍ରଶାସନିକ ବିଭାଗ ସୃଷ୍ଟି ହେବ ସଙ୍ଗେ ସାଗନେ ପ୍ରଶାସନିକ କାଳ ଅଧିକ ଜଟିଳ ହେଲା ।
୧୮୬୦-୭୦ ମସିହା ପର୍ଯ୍ୟନ୍ତ ବ୍ରିଟିଶ ଶାସନ ଭାରତୀୟମାନଙ୍କୁ ସ୍ୱାୟତ୍ତ ଶାସନ ବିଷୟରେ ପ୍ରଥମ ଶିକ୍ଷାଦେବା ନିମିତ୍ତ ଦୈତ ମତ ପୋଷଣ କରିଥିଲେ ।
୧୮୭୬ ମସିହାରେ ମାନ୍ଦ୍ରାଜ ପ୍ରଦେଶ ଆଇନ ମାନ୍ଦ୍ରାଜ ସହରକୁ ୮ ଟି ୱାର୍ଡରେ ବିଭକ୍ତ କରି ୩୨ ଜଣ ମନୋନିଜ ସଦସ୍ୟ ବିଶିଷ୍ଟ ପରିଷଦ ସୃଷ୍ଟି କଲା । ୮ ଟି ୱାର୍ଡରୁ ପ୍ରତ୍ୟେକ ୱାର୍ଡର ଜଣେ ସଭ୍ୟ ଏବଂ ସଦସ୍ୟଙ୍କୁ ନେଇ ଏକ କାର୍ଯ୍ୟକାରୀ ସମିତି ତଥା ଗୋଟିଏ ମନୋନୀତ ସଭାପତି ପଦ ସୃଷ୍ଟି କଲା । ଏହି ପରିଷଦ ସହରର ଶିକ୍ଷା, ରାସ୍ତାଘାଟ, ଜନସ୍ୱାସ୍ଥ୍ୟ , ପୋଲିସ , ଡାକ୍ତରଖାନା, ଗମନାଗମନର ସୁବିଧା , ଆଲୋକ ପ୍ରଦାନ ଇତ୍ୟାଦି ବିଷୟ ହାତକୁ ନେଇ କାର୍ଯ୍ୟକଲା ।
୧୮୬୮ ମସିହାରେ ଆଉ ଏକ ଆଇନ କଲିକତା ନଗରିରେ ଏକ ନିଗମ ପ୍ରତିଷ୍ଠାପାଇଁ ବ୍ୟବସ୍ଥା କଲା । ଏହି ନିଗମରେ ଜଣେ ମନୋନୀତ ସଭାପତି ରହିଲେ ଏବଂ ଜଣେ ଶାନ୍ତିରକ୍ଷକ ବିଚାରପତି ନଗରିରେ ବାସ କଲେ । ସେହିପରି ୧୮୬୫ ମସିହାରେ ବମ୍ବେ ନଗରିରେ ନିଗମ ପ୍ରତିଷ୍ଠା ହେଲା । ଏହି ନିଗମରେ ଜଣେ ମନୋନୀତ ପୌର ଆୟୋଗ ଓ ଶାନ୍ତିରକ୍ଷକ ବିଚାରପତି ନିଯୁକ୍ତ ହେଲେ ।
ପରିଶେଷରେ , ଲର୍ଡ ମାୟୋ ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କଲେ ଏବଂ ନୂତନ କାର୍ଯ୍ୟ ଆରମ୍ଭ କଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ସମସ୍ୟାରୁ କେନ୍ଦ୍ର ସରକାରଙ୍କୁ ମୁକ୍ତକରିବା ।
ପୁନଶ୍ଚ ୧୮୭୦ ମସିହାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ କ୍ରମ ବିକାଶ ଘଟିଲା । ସେହିବର୍ଷ ଲର୍ଡ ମାୟୋଙ୍କର ବିଖ୍ୟାତ ପ୍ରସ୍ତାବ ପ୍ରକାଶ ପାଇଲା । ଏହି ପ୍ରସ୍ତାବରେ ସେ କେତେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିମୂଳକ ପ୍ରସ୍ତାବ ଧାର୍ଯ୍ୟ କଲେ । ଏହି ପ୍ରସ୍ତାବ ଅନୁଯାଯାଇ ବିକେନ୍ଦ୍ରୀକାରଣ ନୀତି ଦ୍ଵାରା କେନ୍ଦ୍ର ସରକାରଙ୍କ ଠାରୁ କ୍ଷମତା ରାଜ୍ୟ ସରକାରଙ୍କ ହାତକୁ ଆସିଲା । ଭାରତୀୟମାନଙ୍କର ସହାୟତା ଶାସନର ପ୍ରତ୍ୟେକ କ୍ଷେତ୍ରରେ ଗ୍ରହଣ କରାଗଲା ଏବଂ ପୌର ଶାସନ ନିମିତ୍ତ ପଦକ୍ଷେପ ଗ୍ରହଣ କରାଗଲା ।
ମାୟୋଙ୍କର ପ୍ରସ୍ତାବ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକାରଣ ଦ୍ଵାରା ସ୍ୱାୟତ୍ତ ଶାସନର ଆଧୁନିକିକାରଣରେ ଦୃଢ ସଂକେତ ସୃଷ୍ଟି କଲା ।
ମାୟୋଙ୍କର ପ୍ରସ୍ତାବର ବିଭିନ୍ନ ଲକ୍ଷଣମାନ ନିମ୍ନୋକ୍ତମତେ ପ୍ରଦାନ କରାଗଲା ।
୧୯୫୩-୫୪ ମସିହାରେ Taxation Enquiry Committee ମତ ଅନୁଯାୟୀ “ ଏହା ଭାରତୀୟମାନଙ୍କ ଶାସନ କ୍ଷେତ୍ରରେ ସହାୟତା ନିମିତ୍ତ ଏକ ଉପାଦାନ , କାରଣ କିପରି କର ଟିକସ ଅଧିକ ପରିମାଣରେ ଏବଂ ସହଜ ଉପାୟରେ ଆଦାୟ ହୋଇପାରିବ । ସ୍ୱାୟତ୍ତ ଶାସନ ସଂସ୍ଥା ଗଠନ ନିମିତ୍ତ ଏହା ବ୍ରିଟିଶମାନଙ୍କୁ ଉଦବେଳିତ କଲା । ମାୟୋଙ୍କର ଆର୍ଥିକ କ୍ଷେତ୍ରରେ ବିକେନ୍ଦ୍ରୀକାରଣ ନୀତି ସ୍ୱାୟତ୍ତ ଶାସନ ସଂସ୍ଥା ଗଠନ ନିମିତ୍ତ ଏକ କାରଣ ହେଲା,କିନ୍ତୁ ଏହା ଜନସାଧାରଣଙ୍କର ଏକ ଆର୍ଥିକ ସ୍ଵଚ୍ଛନ୍ଦରେ କାରଣ ନୁହେଁ ।
ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟ ଯେ ୧୮୭୦ ମସିହା ପରେ ଭାରତୀୟମାନଙ୍କର ରାଜନୈତିକ ଚେତନା ଓ ସାମାଜିକ ପରିବର୍ତ୍ତନ ଆସିଲା ।
୧୮୭୦ ମସିହା ପରେ ସ୍ୱାୟତ୍ତ ବ୍ୟବସ୍ଥା କ୍ରମବିକାଶ ଭାରତୀୟ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ସହ ସମ୍ପୃକ୍ତ । ଶିକ୍ଷାର ବିକାଶ ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରତିଫଳନ ଭାରତୀୟମାନଙ୍କର ଧର୍ମଗତ ଓ ରାଜନୈତିକ ଅଧିକାରରେ ପରିଣତ ହେଲା । ନବ୍ୟଧରଣର ପୌରଗୋଷ୍ଠୀ ଶିଳ୍ପ ଓ ବାଣିଜ୍ୟ କେନ୍ଦ୍ରମାନଙ୍କରେ ସୃଷ୍ଟି ହେଲେ ।
ବ୍ରିଟିଶ ସରକାର ଭାରତୀୟମାନଙ୍କ ମଧ୍ୟରେ ନୂତନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦର୍ଶନର କ୍ରମବିକାଶ ଦ୍ଵାରା ବେଶିଦିନ ସ୍ଥିର ହୋଇ ରହିପାରିଲା ନାହିଁ । ବାଧ୍ୟ ହୋଇ ଏହାର ମୁକାବିଲା ନିମିତ୍ତ ବିଭିନ୍ନ ଉପଯୋଗୀ ପନ୍ଥା ନିର୍ଦ୍ଧାରଣ କାଲେ ।
ଭାରତୀୟମାନଙ୍କର ପୂର୍ବୋକ୍ତ ସମସ୍ତ କ୍ରମବର୍ଦ୍ଧିଷ୍ଣୁ ଆଶାଆକାଂକ୍ଷା ୧୮୮୨ ମସିହାରେ ଲର୍ଡ ରିପନ ଙ୍କର ସଂସ୍କାରଦ୍ଵାରା ପୂର୍ଣ୍ଣ ହୋଇଗଲା ।
ଲର୍ଡ ରିପନଙ୍କୁ ଆଧୁନିକ ଭାରତର ସ୍ୱାୟତ୍ତ ବ୍ୟବସ୍ଥାର ପିତା ବୋଲି କହିବା ଯଥାଯଥ । ଯେତେବେଳେ ସେ ବଡଲାଟ ହୋଇ ଆସିଲେ ଶିକ୍ଷିତ ଭାରତୀୟମାନଙ୍କର ପ୍ରଥମ ପୁରୁଷମାନେ ଗଣତନ୍ତ୍ର ଏବଂ ସ୍ଵତନ୍ତ୍ର ତତ୍ତ୍ଵରେ ଅନୁପ୍ରାଣିତ ହୋଇଥିଲେ । ସେମାନେ କେନ୍ଦ୍ର ଏବଂ ରାଜ୍ୟ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଉଦ୍ଦେଶ୍ୟରେ ସ୍ଵାୟତ୍ତ ଶାସନ ସଂସ୍ଥାରେ ପ୍ରଶିକ୍ଷା ପାଇବାକୁ ପ୍ରଥମେ ଦାବି କଲେ । ଲର୍ଡ ରିପନ ଅନୁଭବ କଲେ ଯେ , ନିର୍ବାଚନ ମାଧ୍ୟମରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ ଗଠିତ ରାଜ୍ୟ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ଏବଂ ରାଜ୍ୟ ସରକାରନାକର ତତ୍ଵ ସମ୍ବନ୍ଧୀୟ କ୍ଷମତା ହ୍ରାସ କଲେ । ଭାରତୀୟମାନଙ୍କର ଦାବି ସଫଳ ହୋଇପାରିବ ।
୧୮୮୨ ମସିହାରେ ଲର୍ଡ ରିପନଙ୍କ ସରକାର ଯେଉଁ ପ୍ରସ୍ତାବ ଘୋଷଣା କଲେ ତାହା ଭାରତୀୟମାନଙ୍କର ଆଶାତତ୍ଵ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କୁ ଅଧିକ କ୍ଷମତା ନ ଦେବା ପାଇଁ ତଥା ସେଗୁଡିକୁ ଗଣତାନ୍ତ୍ରିକ ନ କରିବା ପାଇଁ ତଦାନୀନ୍ତନ ଅମଲାତନ୍ତ୍ରର ଅଭିଯୋଗ ଉତ୍ତର ସହ ସମ୍ପୃକ୍ତ ଥିଲା । ଏହା ଏକ ବିସ୍ତୁତ ପ୍ରସ୍ତାବ । ବିଭିନ୍ନ ସୂତ୍ର; ଯଥା, ପ୍ରଶାସନିକ ଆୟତନ , ସ୍ୱାୟତ୍ତ ଶାସନସଂସ୍ଥାର ସମ୍ବିଧାନ , ସେମାନଙ୍କର କାର୍ଯ୍ୟ।ବଳୀ , ଅର୍ଥ ଏବଂ କ୍ଷମତା ନେଇ ଗଠିତ ଥିଲା । ପରବର୍ତ୍ତୀ ସମୟର ଯେଉଁ ପ୍ରସ୍ତାବନା ଅନୁମୋଦନ କଳା ତାହା ଲର୍ଡ ରିପନଙ୍କର ପ୍ରସ୍ତାବର ପୁନରାବୃତ୍ତି , ଅର୍ଥାତ ପରେ କୌଣସି ନୂତନତା ପ୍ରକାଶ ପାଇ ନ ଥିଲା । କେବଳ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ତେଣୁ ଲର୍ଡ ରିପନଙ୍କର ଘୋଷଣା ଆଧୁନିକ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମିତ୍ତ ଏକ ଆବେଦନ ।
“ ଲର୍ଡ ରିପନଙ୍କର ଉଦ୍ଦେଶ୍ୟ ଥିଲା ସମତା ରକ୍ଷା, ଗୋଟିଏ ସଭ୍ୟ ଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କର ସହାନୁଭୂତି ଏବଂ ସହଯୋଗ ଏବଂ ସର୍ବଶେଷରେ ଲୌକିକ ଓ ରାଜନୈତିକ ଶିକ୍ଷାର ଉନ୍ନତି ।
ଲର୍ଡ ରିପନଙ୍କ ମତରେ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ଏକ ପ୍ରାଜ୍ଞ , ଜନସେବୀ ଶ୍ରେଣୀୟ ବ୍ୟକ୍ତିଙ୍କର ଉତ୍ଧାନ ହୋଇଥିବା ସମୟରେ ଏହି ସମସ୍ତ ପ୍ରସ୍ତାବ ନ କରିବା କାପୁରୁଷତାର ଏକ ସିଂହାବଲୋକନ ।
୧୮୮୫ ମସିହା ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କଦ୍ଵାରା ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ କେବଳ ସ୍ୱାୟତ୍ତ ସଂସ୍ଥାମାନଙ୍କର ଗଠନ ବିଷୟ ସହ ସମ୍ପୃକ୍ତ ଥିଲା, କିନ୍ତୁ ପ୍ରସ୍ତାବମାନ କାର୍ଯ୍ୟକାରୀ କରିବା ଦାୟିତ୍ଵ ପ୍ରାଦେଶିକ ସରକାରଙ୍କୁ ଦିଆଯାଇଥିଲା । କେତେକ ପ୍ରାଦେଶିକ ସରକାର ଏହି ନୀତି ବୟାନ କରିବାର ଅନ୍ୟ ପ୍ରାଦେଶିକ ସରକାରଙ୍କ ଠାରୁ ସରଳ ଥିଲେ । ଭାରତ ସରକାର ଆଉ ଅଧିକ ସାହାଯ୍ୟ ହେବା ପୂର୍ବରୁ ପୌର ଏବଂ ଗ୍ରାମ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକ କିଭଳି ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି ଏବଂ ସେମାନନାକ ନିକଟରେ କେତେ ଜମା ରହିଛି ତାହା ତଦାରଖ କରିବା ପ୍ରୟୋଜନ ଥିଲା । ଏହା ଭାରତ ସରକାର ୧୮୮୬ ମସିହାରେ ପୌର ସଂସ୍ଥାମାନଙ୍କରେ ଏବଂ ୧୮୯୭ ମସିହରେ ସ୍ଥାନୀୟ ପରିଷଦ ମାନଙ୍କ କ୍ଷେତ୍ରରେ କାର୍ଯ୍ୟକାରୀ କରିଥିଲେ । ଏହି ଦୁଇଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାର ବାସ୍ତବତା ଏବଂ କେବଳ ଯୋଜନା କରି ରଖିବା ମଧ୍ୟରେ ପ୍ରଭେଦ ଏବଂ କ୍ରମବିକାଶ ବିଷୟରେ ସୂକ୍ଷ୍ମ ଚିତ୍ର ପ୍ରଦାନ କରେ ।
ପ୍ରେସିଡେନ୍ସି ସହରମାନଙ୍କ ବ୍ୟତୀତ ୧୮୮୨ ମସିହା ସୁଦ୍ଧା ଅନ୍ୟାନ୍ୟ ପ୍ରଦେଶରେ କାର୍ଯ୍ୟକାରୀ ହୋଇଥିବା ଆଇନମାନ ହେଲା-
ମାନ୍ଦ୍ରାଜ ଆଇନIII -୧୮୭୧ ମସିହା
ବମ୍ବେ ସହର ଉନ୍ନତି ମୂଳକ ଆଇନ ୬ଷ୍ଠ -୧୮୭୩
ବେଙ୍ଗଲ ଆଇନ ୫ମ -୧୮୭୬
ଉତ୍ତର-ପଶ୍ଚିମ ପ୍ରଦେଶ ଏବଂ ସୌଧ ଆଇନ- ପଞ୍ଚଦଶ-୧୮୭୩
ପଞ୍ଜାବ –ପ୍ରଦେଶ ଆଇନ ୪ର୍ଥ -୧୮୭୩
ବର୍ମା ଆଇନ ୭ ମ -୧୮୭୪
ଆସାମ ଓ ବେଙ୍ଗଲ ପ୍ରଦେଶର ସଂଶୋଧିତ ଆଇନ -୫ ମ- ୧୮୭୬ ମସିହା କାର୍ଯ୍ୟକାରୀ ହୋଇ ୧୪ ଟି ପୌରସଂସ୍ଥା ମଧ୍ୟରୁ ୧ଟି ପୌରସଂସ୍ଥାରେ ବଳବତ୍ତର ରହିଲା । ୧୮୮୪ ମସିହାରେ କେବଳ ୩ ଟି ପୌରସଂସ୍ଥାରେ ୩ ୟ ଆଇନ କାର୍ଯ୍ୟକାରୀ ହେବା ପ୍ରୟୋଜନ ହେଲା । ଉତ୍ତର- ପଶ୍ଚିମ ପ୍ରଦେଶ ଆଇନ ଓ ସୌଧ ଆଇନ -୧୮୭୩ ମସିହା । ୧୮୭୪ ମସିହାରେ ଆଜମିରର ଏକ କୁରଗରେ ୧୮୮୨ ମସିହାରେ ଲାଗୁ ହେଲା । ସର୍ବଶେଷରେ ବେରାରରେ ପୌରସଂସ୍ଥାମାନ ଆଇନ ୧୮୭୩ ମସିହା ଦ୍ଵାରା ପୁନର୍ଗଠିତ ହେଲା ।
ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତିହାସରେ ଅନ୍ୟ ଏକ ତତ୍ପର୍ଯ୍ୟପୂର୍ଣ୍ଣ ଘଟନା ହେଉଛି ୧୯୦୭ ମସିହାରେ ବିକେନ୍ଦ୍ରୀକରଣ ବିଷୟକ ରୟାଲ କମିଶନର ପ୍ରସ୍ତାବ,୧୯୦୯ ମସିହାରେ ତାହାର ଘୋଷଣାନାମା ।
ପ୍ରାଚୀନ ଓ ମଧ୍ୟବର୍ତ୍ତୀ ଯୁଗରେ ଯଦିଓ ଗ୍ରାମ ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଏକ ଅଙ୍ଗରୂପେ ପ୍ରତିଷ୍ଠିତ ଥିଲା , ବ୍ରିଟିଶ ଶାସନ କାଳରେ ଏହାର ଗୁରୁତ୍ଵପୂର୍ଣ୍ଣ ସଂପୂର୍ଣ୍ଣଭାବରେ କ୍ଷୁର୍ଣ୍ଣ କରାଯାଇଥିଲା । ରୟାଲ କମିଶନରଙ୍କ ବିକେନ୍ଦ୍ରୀକରଣ ନୀତି ଧାର୍ଯ୍ୟ ହେବା ପରେ କେବଳ ଗ୍ରାମମାନଙ୍କୁ ସ୍ୱାୟତ୍ତ ଶାସନ ନିମିତ୍ତ ଉପଯୁକ୍ତ କ୍ଷମତା ପ୍ରଦାନ କରାଗଲା । ଯଦିଓ ତତକ୍ଷଣାତ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ନଥିଲା , ତଥାପି ସମଗ୍ର ଗ୍ରାମ୍ୟ ବିକାଶ ନିମିତ୍ତ ପଦକ୍ଷେପ ଗ୍ରହଣ କରାଗଲା । ରୟାଲ କମିଶନ ମଧ୍ୟ ତାଲୁକା ଓ ସବଡିଭିଜନମାନଙ୍କର କ୍ଷମତା ହ୍ରାସ ନିମିତ୍ତ ପ୍ରସ୍ତାବ ଦେଲେ । ତତ୍ପରେ ଗୋଟିଏ ଦ୍ଵନ୍ଦ୍ଵତ୍ମକ ପ୍ରଶ୍ନ ହେଲା ଗ୍ରାମ ବିକାଶ ନିମିତ୍ତ ଜିଲ୍ଲା ବୋର୍ଡର ପ୍ରଯୋଜନାୟତା ବିଷୟ । ଏହା ମଧ୍ୟ ପ୍ରସ୍ତାବ ଦେଲେ ଯେ , ପୌର ସଂସ୍ଥାମାନଙ୍କୁ ଅଧିକ କ୍ଷମତା ପ୍ରଦାନ ନିମିତ୍ତ କେତେକ ପ୍ରଶାସନିକ ପରିବର୍ତ୍ତନ ପ୍ରୟୋଜନ । ଭାରତ ସରକାର ଏହି ଦ୍ରୁଷ୍ଟିରୁ ଅଧିକ ସମୟ ଅତିବାହିତ କରିବାରୁ ଏବଂ ବିଳମ୍ବ ହେତୁ ଏହା ରକ୍ଷଣଶୀଳ ହେଲେ ମଧ୍ୟ ଯଥାସମୟରେ କାର୍ଯ୍ୟକରି ହୋଇପାରିଲା ନାହିଁ । ଏହି ସମୟ ମଧ୍ୟରେ ପ୍ରଥମ ବିଶ୍ଵଯୁଦ୍ଧ ଲାଗିଲା ଏବଂ ଭାରତର ରାଜନୈତିକ ପରିସ୍ଥିତି ପରିବର୍ତ୍ତନ ହେଲା ।
୧୯୦୯ ମସିହା ରୟାଲ କମିଶନ ନିମ୍ନୋକ୍ତ ପ୍ରସ୍ତାବମାନ ପ୍ରଦାନ କରିଥିଲେ ।
୧୯୦୯ ବିକେନ୍ଦ୍ରୀୟ ପ୍ରସ୍ତାବନା ଉପଯୁକ୍ତ ଦ୍ରୁଷ୍ଟି ଆକର୍ଷଣ କରିପାରିଲା ନାହିଁ ଏବଂ ସେହି ପ୍ରସ୍ତାବନା ୧୯୧୯ ମସିହା ମେଣ୍ଟଗୁ-ଚେମସ୍ର ଫୋର୍ଡ ଙ୍କ ସଂସ୍କାର ଦ୍ଵାରା ପ୍ରାଦେଶିକା ବିଧାନମଣ୍ଡଲକୁ ଅଧିକ ସ୍ଵତନ୍ତ୍ର ପ୍ରଦାନ କରାଯିବାପରେ କାର୍ଯ୍ୟକାରୀ ହେଲା । ଜିଲ୍ଲା କର୍ମଚାରୀମାନଙ୍କୁ ହସ୍ତରୁ ସ୍ୱାୟତ୍ତ ଶାସନର କ୍ଷମତା କାଢି ନିଆଗଲା ଏବଂ ନିର୍ବାଚିତ ମନ୍ତ୍ରୀଙ୍କଦ୍ଵାରା କାର୍ଯ୍ୟକାରୀ କରାଗଲା । ପରିଦର୍ଶନଗତ କ୍ଷମତା ବହନ କରି ମଧ୍ୟ ଜିଲ୍ଲା କର୍ମଚାରୀମାନେ ସ୍ୱାୟତ୍ତ ଅନୁଷ୍ଠାନର ସଭାପତି ହେଲେ । ଠିକ ସେହିପରି ସ୍ଵାୟତ୍ତ ଅନୁଷ୍ଠାନର ନିର୍ବାଚନରେ ନାଗରିକମାନଙ୍କର ଭୋଟ ଅଧିକାରକୁ ପ୍ରସାରିତ କରାଗଲା । କେତେକ ପୌରସଂସ୍ଥା ବିଧିମୁତବକ କର-ଟିକସ ଧାର୍ଯ୍ୟ ଓ ହ୍ରାସ କରିବାର କ୍ଷମତା ପାଇଲେ ।
ପ୍ରଥମ ମହାଯୁଦ୍ଧ ଭାରତର ରାଜନୈତିକ ପରିସ୍ଥିତିରେ ବହୁତ ପରିବର୍ତ୍ତନ ଆଣିଲା । ଭାରତୀୟ ଜନସାଧାରଣଙ୍କୁ ଯୁଦ୍ଧରେ ଅଂଶଗ୍ରହଣ କରିବା ନିମିତ୍ତ ଆସା ପ୍ରଦର୍ଶନ କରାଯାଇ କୁହାଗଲା ଯେ , ପୃଥିବୀରେ ଗଣତନ୍ତ୍ରର ସୁରକ୍ଷା ନିମିତ୍ତ ସେମାନେ ସହଯୋଗ କରିବା ଉଚିତ । ତେଣୁ ଭାରତୀୟ ରାଜନୈତିକ ନେତୃବୃନ୍ଦ ଆଶାୟୀ ହେଲେ ଯେ ଭାରତରେ ଗଣତନ୍ତ୍ରର ବିକାଶ ନିମିତ୍ତ ଉପଯୁକ୍ତ ପଦକ୍ଷେପ ନିଆଯିବ । ଏହାକୁ ପ୍ରତ୍ତୁତ୍ତରରେ ଅଗସ୍ଥ ୨୦ ତାରିଖ ୧୯୧୭ ରେ ଏଡୱିନ ମଣ୍ଟେଗୁ ଇଂଲଣ୍ଡର ସାଧାରଣ ସଭାରେ ଭାରତୀୟମାନଙ୍କର ଅବସ୍ଥା ହୃଦୟଙ୍ଗମ କରି ଲର୍ଡ ଚେମସଫୋର୍ଡଙ୍କ ସହ ଭାରତ ପରିଦର୍ଶନରେ ଆସିଲେ । ସେ ଦୁହେଁ ସମ୍ମିଳିତ ହିସାବରେ ଭାରତରେ ସମ୍ବିଧାନିକ ସଂସ୍କାର ନିମିତ୍ତ ୧୯୨୮ ମସିହାରେ ପ୍ରସ୍ତାବ ପ୍ରଦାନ କଲେ । ଏହି ପ୍ରସ୍ତାବନାର କେତେକ ଧାରା ସ୍ଵାୟତ୍ତ ଶାସନ ସଂସ୍ଥା ସାଧାରଣ ନୀତି- ନିୟମରେ ସରଳିକାରଣ ନିମିତ୍ତ ପ୍ରଯୁଜ୍ୟ ଥିଲା ।
୧୯୧୯-୨୦ ମସିହାରେ ପ୍ରଣୀତ ଆଇନ ଓ ନିୟମ ସମ୍ପର୍କୀୟ ପ୍ରସ୍ତାବ କାର୍ଯ୍ୟକାରୀ ହେଲା । ୧୯୧୯ ମସିହା ଭାରତ ଶାସନ ଆଇନ ବଳରେ ପ୍ରାଦେଶିକ ସରକାରଙ୍କର ନିର୍ବାଚିତ ମନ୍ତ୍ରୀମାନେ ନିର୍ବାଚିତ ପୌର ପରିଷଦ ଗଠନ ନିମିତ୍ତ ଆଇନ ପ୍ରଣୟନ କଲେ ଏବଂ ନିର୍ବାଚିତ ସଭାପତିଙ୍କୁ ପ୍ରଶାସନିକ କ୍ଷମତା ପ୍ରଦାନ କଲେ ।
ତେଣୁ ୧୯୧୯ ମସିହା ଭରା ଶାସନ ଆଇନ ସ୍ଵାୟତ୍ତ ଶାସନ ଦିଗରେ ନୂତନ ଯୁଗ ସୃଷ୍ଟି କଲା । ଏହି ସମୟରେ ବିଭିନ୍ନ ପ୍ରାଦେଶିକ ସରକାର ସ୍ଵାୟତ୍ତ ଶାସନ ନିମିତ୍ତ ଆଇଆନ ପ୍ରଣୟନ କଲେ ।
୧୯୨୧-୨୬ ମସିହା ମଧ୍ୟରେ ପ୍ରଦେଶ ବିଧାନ ପରିଷଦମାନଙ୍କ ଦ୍ଵାରା ସ୍ଵାୟତ୍ତ ଶାସନ ନିମିତ୍ତ ଆଇନମାନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲା । ନଗର ପୌରସଂସ୍ଥା ସମ୍ପର୍କୀୟ ୧୯୧୫ ମସିହାରେ ବମ୍ବେ ପ୍ରଦେଶ ଆଇନ ନଂ ୧୭ ନିର୍ବାଚିତ ସଦସ୍ୟ ସଂଖ୍ୟା ସମୁଦାୟ ସଭ୍ୟ ସଂଖ୍ୟା ୪/୫ ଅଂଶକୁ ବୃଦ୍ଧିକଲା, ନାରୀମାନଙ୍କୁ ଭୋଟ ଅଧିକାର ତଥା ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାର ଅଧିକାର ଏବଂ ଅବହେଳିତ ଜାତିର ଲୋକମାନଙ୍କର ପ୍ରତିନିଧିତ୍ଵ କରିବାର ଅଧିକାର ଏବଂ ସୁବିଧା ପ୍ରଦାନ କଲା ।
ବେଙ୍ଗଲରେ ୧୯୨୩ ମସିହାରେ କଲିକତା ପୌରସଂସ୍ଥା ଆଇନ ପ୍ରଣୟନ ହେଲା । ଏହା ପ୍ରତ୍ୟେକଙ୍କର ଏକ ଭୋଟ ଅଧିକାର । ମୁସଲମାନଙ୍କ ନିମିତ୍ତ ପୃଥକ ନିର୍ବାଚନମଣ୍ଡଳୀ ଏବଂ ଭୋଟ ଅଧିକାରରେ ଲୀଙ୍ଗଗତ ପ୍ରଭେଦ ଦୂରକଲା । କଲିକତା ନଗର ନିଗମ ସମ୍ବିଧାନ ଗଣତାନ୍ତ୍ରିକ ହେଲା ଏବଂ ମେୟର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତି ନିର୍ବାଚିତ କରାଗଲା । ଉତ୍ତରପ୍ରଦେଶରେ ୧୯୨୨ ମସିହାରେ ପୌରସଂସ୍ଥା ଆଇନ ପ୍ରଣୀତ ହୋଇ ଭୋଟ ଅଧିକାରରେ ସମ୍ପତ୍ତିଗତ ଅଧିକାର ଲାଘବ କଳା । ୧୯୨୧ ମସିହାରେ ମାନ୍ଦ୍ରାଜ ପୌରସଂସ୍ଥା ଆଇନ ପୌରସଂସ୍ଥାମାନଙ୍କର କାର୍ଯ୍ୟ ପରିସର , କ୍ଷମତା ଓ ସ୍ଵାଧୀନତା ବୃଦ୍ଧିକଲା । ବିହାର- ଓଡିଶାରେ ୧୮୮୪ ମସିହା ବେଙ୍ଗଲ ପୌରସଭା ଆଇନ ପରିବର୍ତ୍ତନ କରିବା ନିମିତ୍ତ ପ୍ରସ୍ତୁତ ବିଧେୟକ ଆଲୋଚନା ନିମିତ୍ତ ମନ୍ତ୍ରୀମାନଙ୍କର ପ୍ରଥମ ବୈଠକ ଡକାଯାଇଥିଲା ।
କିନ୍ତୁ ୧୯୧୭ ମସିହାଠାରୁ ୧୯୩୭ ମସିହା ମଧ୍ୟରେ ସ୍ଵାୟତ୍ତ ଶାସନ ନିମିତ୍ତ ପ୍ରଣୀତ ଆଇନମାନ ପୌର ସମସ୍ୟା , ସମାଧାନ ଦିଗରେ ସହାୟକ ହୋଇପାରିଲା ନାହିଁ । ପୌରସଂସ୍ଥାମାନଙ୍କର ଦାୟିତ୍ଵପୂର୍ଣ୍ଣ ଓ ଦକ୍ଷ ପ୍ରଶାସନିକ କାର୍ଯ୍ୟ ତତ୍ପରତାପ୍ରତି କ୍ଵଚିତ ଦ୍ରୁଷ୍ଟି ଦିଆଯାଇଥିଲା । ପୌର ସ୍ଵାୟତ୍ତ ଶାସନର ଉନ୍ନତି କ୍ଷେତ୍ରରେ ଅନ୍ୟ ଏକ ପ୍ରଭାବ ଥିଲା ସହରାଞ୍ଚଳ ଅଧିବାସୀମାନଙ୍କ ମଧ୍ୟରେ ପୌର ରାଜନୀତି ଏବଂ ପୌର ଜୀବନଯାପନ ପ୍ରଣାଳୀର ଅଭାବ ଅସମାନତା । ଭାରତୀୟ ସହରମାନ ଛୋଟବଡ ଗ୍ରାମମାନଙ୍କର ଆୟ ବୃଦ୍ଧି ନିମିତ୍ତ ଗ୍ରାମାଞ୍ଚଳକୁ ପଳାଇଆସି ସହରରେ ବସବାସଦ୍ଵାରା ବିକାଶ ଏବଂ ବୃଦ୍ଧି ହୋଇଅଛି । ଏହା କେବଳ ସ୍ଥାନାନ୍ତରଗାମୀମାନଙ୍କ ମଧ୍ୟରେ ସାମାଜିକ ଓ ସାଂସ୍କୃତିକ ଚଳଣିର ଅଭାବଦ୍ଵାରା ନୁହେଁ , ବରଂ ସେମାନଙ୍କ ମଧ୍ୟରେ ପୌର କାର୍ଯ୍ୟ ବିଷୟରେ ଅଜ୍ଞତାବଶତଃ ହୋଇଥିଲା ।
ମଣ୍ଟଫୋର୍ଡ ଶାସନ ସଂସ୍କାରର ପରବର୍ତ୍ତୀ ସମୟରେ ସ୍ଵାୟତ୍ତ ପୌରସଂସ୍ଥାମାନ ବେସରକାରୀ ସଂସ୍ଥାମାନଙ୍କ ଦ୍ଵାରା ଗଠିତ ହେଲା ଏବଂ ସରକାରୀ କର୍ତ୍ତିତ୍ଵ ଗୌଣ ରହିଲା । ୧୯୩୮ ମସିହାରେ ଡକ୍ଟର ଡି.ପି ମିଶ୍ରଙ୍କ ପ୍ରସ୍ତାବ ଓ ଯୋଜନାନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ପୁନର୍ଗଠନ ନିମିତ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଡଃ. ମିଶ୍ର ତଦାନୀନ୍ତନ ଭାରତ ସରକାରଙ୍କର ସ୍ଵାୟତ୍ତ ଶାସନ ବିଭାଗର ମନ୍ତ୍ରୀ ଥିଲେ । ପୁନର୍ଗଠନ ନିମିତ୍ତ ବିଭିନ୍ନ କାର୍ଯ୍ୟପନ୍ଥା ମଧ୍ୟରୁ ଗୋଟିଏ ହେଉଛି “ ପ୍ରଥମରେ ସ୍ଥାନୀୟ ଏବଂ ଅଣସ୍ଥାନୀୟ କାର୍ଯ୍ୟ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ । ତେଣୁ ଦୁଇପ୍ରକାର କର୍ତ୍ତୃତ୍ଵ ରହିବ ନାହିଁ । ସରକାର ହେଉଛି ଏକ ସମ୍ମିଶ୍ରଣ ଏବଂ ସମସ୍ତ କାର୍ଯ୍ୟ ସ୍ଵାଧୀନ । ପ୍ରତ୍ୟେକ ସ୍ଥାନରେ ସମସ୍ତ କାର୍ଯ୍ୟ ସରକାରଙ୍କର ଗୋଟିଏ ସଂସ୍ଥାଦ୍ଵାରା କାର୍ଯ୍ୟକାରୀ ହେବ । “ ଦ୍ଵିତୀୟ ନୀତିଟି ଥିଲା ସ୍ଵାୟତ୍ତ ଶାସନର ପ୍ରତ୍ୟେକ କାର୍ଯ୍ୟ ପରିଚାଳନା ନିମନ୍ତେ ସରକାରୀ ଏବଂ ବେସରକାରୀ ଉଭୟ ସହଯୋଗ । ଆଇନ ପ୍ରଣୟନ କ୍ଷମତା ଗୋଟିଏ ନିର୍ବାଚିତ ସଂସ୍ଥା ଓ ପ୍ରଶାସନିକ କାର୍ଯ୍ୟ ପ୍ରଶାସନିକ କର୍ମଚାରୀଙ୍କ ଠାରେ ନ୍ୟସ୍ତ ରହିବ । ଏହି ଦୁଇଟି ନୀତି ମଧ୍ୟରେ ସାଦୁଶ୍ୟ ଥିଲା । ଏହି ନୀତି ମହରାଷ୍ଟ୍ର ସରକାରଙ୍କର ୧୯୬୧ ମସିହାରେ ନିଯୁକ୍ତ ଗଣତାନ୍ତ୍ରିକ ବିକେନ୍ଦ୍ରୀକାରଣ ସମିତିର ପ୍ରସ୍ତାବରେ ପରିଦୃଷ୍ଟ ହୁଏ । ତଦନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ଅବସ୍ଥିତ ପୌରସଂସ୍ଥାମାନ ଜିଲ୍ଲା ବୋର୍ଡର ଅଧିନସ୍ଥ ହିସାବରେ କାର୍ଯ୍ୟ କଲେ ।
ସ୍ଵାଧୀନତା ପ୍ରାପ୍ତି ଏବଂ ଗଣତାନ୍ତ୍ରିକ ସମ୍ବିଧାନ ପ୍ରତିଷ୍ଠା ପରେ ସ୍ଵାୟତ୍ତ ଶାସନ ବ୍ୟବସ୍ଥାରେ ଲୌକିକ ନିର୍ବାଚନ ସରକାର ପ୍ରତିଷ୍ଠା ନିମିତ୍ତ ଭରତାୟୟ ନେତୃବୃନ୍ଦ ଚିନ୍ତାକଲେ । ନୂତନ ସମ୍ବିଧାନର ବ୍ୟବସ୍ଥାନୁଯାୟୀ ସ୍ଵାୟତ୍ତ ଶାସନ ରାଜ୍ୟ ସରକାରଙ୍କର ଅନ୍ତର୍ଭୁକ୍ତ ହେଲା । ବାସ୍ତବତଃ ସ୍ଵାୟତ୍ତ ଶାସନ ସଂସ୍ଥାମାନ ଗଣତାନ୍ତ୍ରିକ କାର୍ଯ୍ୟକଳାପର ପ୍ରଶିକ୍ଷଣ କେନ୍ଦ୍ର କେବଳ ନୁହେଁ, ବରଂ ପଞ୍ଚବାର୍ଷିକ ଯୋଜନାରେ ଦାୟିତ୍ଵ ବହନ କରିବା ନିମିତ୍ତ ଏକ ବିଭାଗସଦୃଶ । ସମୟାନୁଯାୟୀ ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ଉନ୍ନତି , ବିକାଶ ଏବଂ ପୁନର୍ଗଠନ ନିମିତ୍ତ ବିଭିନ୍ନ ଆୟୋଗ ଓ ସମିତି ଗଠନ କରାଯାଇଥିଲା ।
ସମ୍ପ୍ରତି ଭାରତରେ “ଛ” ପ୍ରକାର ପୌର ସ୍ଵାୟତ୍ତ ଶାସନ ସଂସ୍ଥା ପରିଦୃଷ୍ଟ ହୁଏ ।
ସେଗୁଡିକ ହେଲା-
ଭାରତରେ ସାମ୍ପ୍ରତିକ ଆଇନ
ସମ୍ପ୍ରତି ଭାରତରେ ସ୍ଵାୟତ୍ତ ଶାସନ ସଂସ୍ଥା ଦୁଇପ୍ରକାରର ପ୍ରତିଷ୍ଠିତ । ତନ୍ମଧ୍ୟରୁ ପୌରସଂସ୍ଥାମାନ ସାଧାରଣତଃ ଜନସଂଖ୍ୟା ଏବଂ ଅଧିବାସୀମାନଙ୍କର ଆୟଦ୍ରୁଷ୍ଟିରୁ ଗଠିତ ହୋଇଥାଆନ୍ତି । ପୌରିକାରଣ ଏବଂ ଆଧୁନିକିକାରଣ ଓତପ୍ରୋତ ଭାବେ ଜଡିତ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ
ସଂଗୃହିତ :- ଡକ୍ତର ବାସୁଦେବ ଦାସ
Last Modified : 6/21/2020