অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାୟତ୍ତ ଶାସନ ବ୍ୟବସ୍ଥା-ପ୍ରଥମ ଅଧ୍ୟାୟ

ସ୍ଵାୟତ୍ତ ଶାସନ ବ୍ୟବସ୍ଥାରେ ଭାରତୀୟ ପରମ୍ପରା

ଅବତରଣିକା:-

ଗଣତନ୍ତ୍ର ଲୌକିକ ମତ ଉପରେ ପ୍ରତିଷ୍ଠିତ   । ଶାସକ ଏବଂ ଶାସିତ ଏପରି ଦୁଇଟି ଗୋଷ୍ଠୀ ଗଣତନ୍ତ୍ରରେ ନଥାଏ   , ମାତ୍ର ଗୋଟିଏ ଗୋଷ୍ଠୀ ଅର୍ଥାତ ଜନସାଧାରଣଙ୍କ ଠାରେ ରାଷ୍ଟ୍ରୀୟ ପରିଚାଳନାଗତ ସମସ୍ତ କ୍ଷମତା ନ୍ୟସ୍ତ ଥାଏ  ।  ଜନସାଧାରଣଙ୍କୁ ରାଷ୍ଟ୍ରୀୟ ପରିଚାଳନାରେ ଅଂଶଗ୍ରହଣ କରିବା ନିମିତ୍ତ ପରିଚାଳନାଗତ କ୍ଷମତାର ବିକେନ୍ଦ୍ରୀକାରଣ କରାଯାଇଥାଏ   ।

କ୍ଷମତାର କେନ୍ଦ୍ରୀକାରଣ ଏବଂ ବିକେନ୍ଦ୍ରୀକାରଣ ଦ୍ରୁଷ୍ଟିରୁ ଆଧୁନିକ ଗଣତନ୍ତ୍ରକୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଥାଏ   , ଯଥା- ଐକକେନ୍ଦ୍ରୀଯ ଏବଂ ରାଷ୍ଟ୍ରସଙ୍ଘୀୟ ରାଷ୍ଟ୍ର   ।ଐକକେନ୍ଦ୍ରୀୟ ରାଷ୍ଟ୍ରରେ ପରିଚାଳନାଗତ ସମସ୍ତ କ୍ଷମତା ମାତ୍ର ଗୋଟିଏ ସରକାରଙ୍କ କେନ୍ଦ୍ରୀଭୁତ ହୋଇଥାଏ   । ତେଣୁ ଜନସାଧାରଣ ରାଷ୍ଟ୍ରୀୟ ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ ସୀମିତ କ୍ଷମତା ପାଇଥାନ୍ତି,  ଅର୍ଥାତ ସମସ୍ତ ଜନସାଧାରଣ ଏହି ପ୍ରକାର ରାଷ୍ଟ୍ରରେ ରାଷ୍ଟ୍ରୀୟ ପରିଚାଳନାଗତ କ୍ଷମତା ପାଇବା ନିମିତ୍ତ ସମର୍ଥ ହୋଇପାରନ୍ତି ନାହିଁ  ।

ପରନ୍ତୁ,, ରାଷ୍ଟ୍ର ସଙ୍ଘୀୟ ରାଷ୍ଟ୍ରରେ କ୍ଷମତାର ବିକେନ୍ଦ୍ରୀକାରଣ ହେତୁ ଦୁଇପ୍ରକାର ସରକାରଙ୍କ ସଂଯୋଜନାରେ ରାଷ୍ଟ୍ର ପରିଚାଳନା ହୁଏ  ।  ଦୁଇ ପ୍ରକାର ସରକାର ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଥାଏ   । ଜନସାଧାରଣ ଉକ୍ତ ଦୁଇପ୍ରକାର ସରକାରରେ ପ୍ରତିନିଧିତ୍ଵ ମଧ୍ୟରେ ଅଂଶଗ୍ରହଣ କରିଥାନ୍ତି  ।

ଏତତବ୍ୟତୀତ ରାଷ୍ଟ୍ରସଙ୍ଘରେ ପ୍ରାଥମିକ ପର୍ଯ୍ୟାୟରେ ସରକାର ହେଉଛି ସ୍ୱାୟତ୍ତ ଶାସନ ସଂସ୍ଥା  ।  ସ୍ଥାନୀୟ ସମସ୍ୟାର ସମାଧାନ ଏବଂ ଆଞ୍ଚଳିକ ଭିତ୍ତିରେ ଜନସାଧାରଣଙ୍କୁ ରାଷ୍ଟ୍ରୀୟ ପରିଚାଳନା କ୍ଷେତ୍ରରେ ଅଂଶଗ୍ରହଣ ନିମିତ୍ତ କ୍ଷମତା ପ୍ରଦାନ , ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ସମ୍ଭବ ହୋଇଥାଏ   ।  ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ସ୍ୱାୟତ୍ତ ଶାସଣରେ ଅଂଶଗ୍ରହଣ ପାଇଁ ସୁବିଧାସୁଯୋଗ ପାଇଥାନ୍ତି   । ଗୋଟିଏ ବିରାଟ ରାଷ୍ଟ୍ରରେ ଆଞ୍ଚଳିକ ସମସ୍ତ ସମସ୍ୟାର ସମାଧାନ କରିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରେ କଷ୍ଟସାଧ୍ୟ  ।  ତେଣୁ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ସ୍ଥାନୀୟ ସାମସ୍ୟାଗୁଡିକର ସମାଧାନ ହୋଇଥାଏ  ।  ଏହାଦ୍ଵାରା ସ୍ଥାନୀୟ ଜନସାଧାରଣଙ୍କର ରାଜନୈତିକ ଚେତନା ବୃଦ୍ଧି ପାଇଥାଏ  ।  ଏହା ସତ୍ୟ ଯେ , ଐକକେନ୍ଦ୍ରୀୟ ରାଷ୍ଟ୍ରରେ ମଧ୍ୟ ସ୍ୱାୟତ୍ତ ଶାସନ ସଂସ୍ଥା ପ୍ରତିଷ୍ଠିତ , କିନ୍ତୁ ସର୍ବତୋଭାବେ ଏହା ରାଷ୍ଟ୍ରସଙ୍ଘୀୟ ରାଷ୍ଟ୍ର ପରିଚାଳନାରେ ଏକ ଅଙ୍ଗବିଶେଷ ତଥା ନମୁନା  । ଅତଏବ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଗଣତାନ୍ତ୍ରିକ ନୀତି ଉପରେ ପର୍ଯ୍ୟବେସିତ  ।

ସ୍ୱାୟତ୍ତ ଶାସନ ବିଷୟକ ଧାରଣା

“ ସ୍ଵରାଜ ଆସିଅଛି, କିନ୍ତୁ ଜନସାଧାରଣ ଏହାର ମୂଲ୍ୟ ବୁଝିଛନ୍ତି କି ? ସ୍ଵରାଜ ବା ସ୍ୱାୟତ୍ତ-ଶାସନର ଅର୍ଥ ହେଉଛି ପ୍ରଭୁତ୍ଵର ବିକେନ୍ଦ୍ରୀକାରଣ   । ସୁତରାଂ ଏହି ସୂତ୍ର ବାସ୍ତବ କ୍ଷେତ୍ରରେ ସାମାଜିକ , ଅର୍ଥନୈତିକ ଏବଂ ରାଜନୈତିକ ଜୀବନ ଜାପାନ କ୍ଷେତ୍ରରେ କାର୍ଯ୍ୟକାରୀ ହେବା ବିଧେୟ   ।  ଗ୍ରାମଦାନ ଅର୍ଥାତ ଗ୍ରାମ ବିଧାୟନ ଦ୍ଵାରା  ପ୍ରତ୍ୟେକ ପଲ୍ଲି କ୍ଷମତାପ୍ରାପ୍ତ ହେବେ, କିନ୍ତୁ ଦୁର୍ଭାଗ୍ୟବଶତଃ  ,ସେମାନେ ସେଥିପ୍ରତି ସଚେତନ ନୁହନ୍ତି  ।  ପୁନଶ୍ଚ କିଛି କମ ଦୁର୍ଭାଗ୍ୟର ବିଷୟ ନୁହେଁ ଯେ ସମସ୍ତ କ୍ଷମତା ପ୍ରକୃତରେ ଦିଲ୍ଲୀ ଏବଂ କୁର୍ନଆଲ ପ୍ରଭୁତି ସ୍ଥାନରେ କେନ୍ଦ୍ରୀଭୁତ ହୋଇ ସେମାନଙ୍କର ସ୍ଵତନ୍ତ୍ରତା ନଷ୍ଟ କରୁଛି ତଥା ଦ୍ରାରିଦ୍ୟ ବୃଦ୍ଧି ପାଉଛି  । କେବଳ ଗ୍ରାମଦାନ ମାଧ୍ୟମରେ ଦିଲ୍ଲୀଷ୍ଠିତ କେନ୍ଦ୍ରୀଭୁତ କ୍ଷମତା ଗ୍ରାମରାଜକୁ ହସ୍ତାନ୍ତର ହୋଇପାରିବ   ।  ପ୍ରତ୍ୟେକ ଗ୍ରାମ ଗୋଟିଏ ଛୋଟ ରାଜ୍ୟ ରୂପେ ପ୍ରଶାସନିକ ବିଭାଗ ଦ୍ଵାରା ପରିଚାଳିତ ହେବ । (ବିନୋବାଭାବେ , ଭୂଦାନଠାରୁ ଗ୍ରାମଦାନ) ।

ତ୍ରିସ୍ତରୀୟ ରାଷ୍ଟ୍ରସଙ୍ଘୀୟ ଶାସନ ବ୍ୟବସ୍ଥାର ପ୍ରାଥମିକ ସ୍ତରରେ ସ୍ୱାୟତ୍ତ ଶାସନ ପ୍ରତିଷ୍ଠିତ  । ଜାତୀୟ ସ୍ତରରେ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରସଙ୍ଘୀୟ ସମ୍ବିଧାନିକ ରୂପେ ରାଜ୍ୟ ସରକାର ପ୍ରତିଷ୍ଠିତ ଥିବାବେଳେ ସ୍ୱାୟତ୍ତ ସଂସ୍ଥା ପରିସ୍ଥିତି ଅନୁଯାୟୀ ଜାତୀୟ ବା ରାଜ୍ୟ ସରକାରଙ୍କଦ୍ଵାରା ସୃଷ୍ଟି  ।  ଆଇନାନୁଯାୟୀ ନିର୍ଦ୍ଧିଷ୍ଟ ଆଞ୍ଚଳିକ ଭୂଖଣ୍ଡରେ ସୀମିତ କ୍ଷେତ୍ରାଧିକାରରେ ଏହା କାର୍ଯ୍ୟ କରେ   । ତେଣୁ ସ୍ୱାୟତ୍ତ ଶାସନର ପ୍ରୟୋଜଞି ଆରୋପିତ ସାରତତ୍ଵ ହେଉଛି , ଏହାର ସାମ୍ବିଧାନିକ ସ୍ଥିତି,କ୍ଷେତ୍ରାଧିକାରୀ ଅଧିନସ୍ଥ ଅଞ୍ଚଳରୁ କଣ ଧାର୍ଯ୍ୟ ଦ୍ଵାରା ବିତ୍ତ ବୃଦ୍ଧି କରିବା ଏହାର କ୍ଷମତା , ସ୍ଥାନୀୟ ଜନସାଧାରଣଙ୍କର ପ୍ରଶାସନିକ କାର୍ଯ୍ୟରେ ଓ ନିଷ୍ପତ୍ତିକାରଣରେ ଅଂଶଗ୍ରହଣ , ସ୍ଵତନ୍ତ୍ରଭାବେ ପ୍ରବର୍ତ୍ତନ ସ୍ଵାଧୀନତା ଏବଂ ପରିଶେଷରେ ଏହାର ବ୍ୟାପ୍ତି ବହୁମୂଖୀ ଉଦ୍ଦେଶ୍ୟ  ।

“ ଏପରିକି ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷ ପୂର୍ବାପେକ୍ଷା ଅଧିକ ସୁଯୋଗ ପାଇଥାନ୍ତି ।  ଯେତେବେଳେ କେନ୍ଦ୍ର ସରକାରଙ୍କ କ୍ଷମତା ବୃଦ୍ଧି ପାଉଛି   , ସେହି ପରିପ୍ରେକ୍ଷୀରେ ସ୍ଥାନୀୟ ସରକାର ମଧ୍ୟ କ୍ଷମତା ହାସଲରୁ ବଞ୍ଚିତ ନୁହନ୍ତି  ।

ସ୍ଥାନୀୟ ସ୍ୱାୟତ୍ତ ସରକାର ବିବିଧ , ବ୍ୟାପ୍ତ କାର୍ଯ୍ୟ।ବଳୀ ହେତୁ ଏବଂ ଆଇନାନୁଯାୟୀ ସ୍ଥାନୀୟ ସମସ୍ୟାଗୁଡିକର ସମାଧାନ ନିମିତ୍ତ ଏହା ପ୍ରଶାସନିକ ସ୍ଵତନ୍ୟ ଏବଂ ଅର୍ଥନୈତିକ ସ୍ଵାଧୀନତା ପାଇବା ଆବଶ୍ୟକ  ।

“ ସାଧାରଣ ଦ୍ରୁଷ୍ଟିରୁ ବିଧିବଦ୍ଧ ଅଧିକାରପ୍ରାପ୍ତ ଏବଂ ଆଞ୍ଚଳିକ,ଅଣ-ସାର୍ବଭୌମ ଜନସଂପ୍ରଦାୟ ନିଜର ସମସ୍ୟାବଳୀ ନିୟନ୍ତ୍ରଣ ନିମିତ୍ତ ଆବଶ୍ୟକୀୟ ସଂଗଠନକୁ ସ୍ଥାନୀୟ ସ୍ୱାୟତ୍ତ ସରକାର କୁହାଯାଏ   । ତେଣୁ ବାହ୍ୟ ନିୟନ୍ତ୍ରଣରୁ ମୁକ୍ତ ସବ୍ୟାପାରର ପରିଚାଳନା ନିମିତ୍ତ କ୍ଷମତାଯୁକ୍ତ ସ୍ଥାନୀୟ ଜନସଂପ୍ରଦାଯର ସ୍ଵ-ପ୍ରଶାସନ କର୍ତ୍ତୁପକ୍ଷ ସହ ସରକାର ସୃଷ୍ଟି ସୁସ୍ପଷ୍ଟ  । “

ସ୍ଥାନୀୟ ସ୍ୱାୟତ୍ତ ସରକାର ଗଣତନ୍ତ୍ରର ମୌଳିକ ସଂଗଠନ  । ଆଧୁନିକ ଗଣତନ୍ତ୍ରରେ ଏହାର ଭୂମିକା ଅତୀବ ତତ୍ପର୍ଯ୍ୟପୂର୍ଣ୍ଣ   ।  ଅଧଃ ସାର୍ବଭୌମ , ଭୌଗଳିକ ଅଙ୍ଗ ହିସାବରେ ସ୍ୱାୟତ୍ଵ ସରକାର ସାର୍ବଭୌମ ରାଷ୍ଟ୍ର ବା ଅର୍ଦ୍ଧ-ସାର୍ବଭୌମ , ରାଷ୍ଟ୍ରରେ ଅବସ୍ଥିତ  । ଏହାର ନିଧୀଷ୍ଟ ଭୂଖଣ୍ଡ , ଜନ ସମଷ୍ଟି ଏବଂ ସର୍ବସାଧାରଣ କାର୍ଯ୍ୟ ନିର୍ବାହ ନିମିତ୍ତ ସଂଗଠନ କର୍ତ୍ତୃତ୍ଵ ଥାଏ  । “ ସୀମିତ ଭୂଖଣ୍ଡ ମଧ୍ୟରେ ସ୍ୱାୟତ୍ତ ସରକାର ସ୍ଥାନୀୟ ଜନସାଧାରଣଙ୍କୁ ଆଞ୍ଚଳିକ ସମସ୍ୟାଗୁଡିକର ସମାଧାନ ପାଇଁ ମତପ୍ରକାଶ କରିବାରେ ସୁଯୋଗ ପ୍ରଦାନ କରିଥାଏ   । ସ୍ଥାନୀୟ ବ୍ୟାପାରଗୁଡିକର ଯତ୍ନନେବା ସକାଶେ ପ୍ରତିନିଧି ବାଛିବା ନିମିତ୍ତ ସାମର୍ଥ୍ୟ ଏହା ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଦାନ କରିଥାଏ   ।

ଜନସ୍ୱାସ୍ଥ୍ୟ , ଶିକ୍ଷା , ସାଧାରଣ କଲ୍ୟାଣ ପ୍ରଭୁତି ମୌଳିକ ପ୍ରୟୋଜନ ଏବଂ ସ୍ଥାନୀୟ ସ୍ଵାର୍ଥସିଦ୍ଧି ନିମିତ୍ତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ଗଣତାନ୍ତ୍ରିକ କ୍ଷମତାର ବିକେନ୍ଦ୍ରୀକରଣ ସମ୍ଭବ ହୋଇଥାଏ   । ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂଗଠନ ଗଣତନ୍ତ୍ରର ମୌଳିକ ପିଣ୍ଡ ଏବଂ ରାଷ୍ଟ୍ରୀୟ ଅର୍ଥନୈତିକ , ରାଜନୈତିକ ଓ ସର୍ବୋପରି ସାମାଜିକ ପ୍ରଗତି ନିମିତ୍ତ ଏହାର ଅବଦାନ ବର୍ଣ୍ଣନା କରିବା କେବଳ ବାହୁଲ୍ୟ କହିଲେ ଅତ୍ୟକ୍ତି ହେବ ନାହିଁ  ।  ଜାତୀୟ ପୁନର୍ଗଠନ ନିମିତ୍ତ ବିବିଧ କାର୍ଯ୍ୟ , ସ୍ଥାନୀୟ ସଂଗଠନମାନଙ୍କର ଇଛାକୃତ ଅଂଶଗ୍ରହଣ , ଅନ୍ତର୍ଭୂକ୍ତିକରଣ , ସହଯୋଗ,ସହାୟତା ଏବଂ ସମର୍ଥନ ଆବଶ୍ୟକ କରିଥାଏ   । ତେଣୁ ସ୍ୱାୟତ୍ତ ଶାସନ ସଂସ୍ଥାର ଆଧୁନିକୀକରଣ ଏକାନ୍ତ ପ୍ରୟୋଜନ  ।

ସ୍ଥାନୀୟ ସରକାର ପୁନଶ୍ଚ ବ୍ୟକ୍ତିର ମୌଳିକ ଅଧିକାର ସୁରକ୍ଷା କରିବା ସଙ୍ଗେ ସଙ୍ଗେ ସୁନାଗରିକ ଏବଂ ନିଃସ୍ଵାର୍ଥପର ସେବା ବିଷୟରେ ଶିକ୍ଷା ଦିଏ  ।

ସ୍ୱାୟତ୍ତ ଶାସନ ସଂସ୍ଥା ଗଣତନ୍ତ୍ରର ମୂଳଦୁଆ ତଥା ପୂର୍ଣ୍ଣାଙ୍ଗକାରୀ ଅନୁଷ୍ଠାନ ଏହା ଗଣତନ୍ତ୍ରର ବାସଗୃହ ଓ ଉଦ୍ୟାନ  ।  ଏହା ସାଧାରଣ ସ୍ଵାର୍ଥକୁ ଗୋଷ୍ଠୀଗତ ଜୀବନଜାପାନରେ ପ୍ରତିପାଦାନ କରିଥାଏ ଏବଂ ସ୍ଥାନୀୟ ବ୍ୟାପାରର ପରିଚାଳନା କ୍ଷେତ୍ରରେ ଏକ ଯୋଗସୂତ୍ରକାରୀ ରୂପେ କାର୍ଯ୍ୟ କରେ   ।

ପୁନଶ୍ଚ ସ୍ୱାୟତ୍ତ ଶାସନ ସଂସ୍ଥାର ଗୁରୁତ୍ଵପୂର୍ଣ୍ଣ ମହତ୍ଵ ହେଉଛି ଏହା ଲୌକିକ ଆଶା ଏବଂ ପରିପ୍ରକାଶ , କାରଣ ଏହା ଆଧୁନିକ ସଭ୍ୟ ଜୀବନଜାପାନ କ୍ଷେତ୍ରରେ ଜନସ୍ୱାସ୍ଥ୍ୟ , ରାସ୍ତାଘାଟ , ଗମନାଗମନର ଉନ୍ନତି , ବିଦ୍ୟୁତ ସରବରାହ , ଶିକ୍ଷାର ପ୍ରସାର ଏବଂ ସର୍ବୋପରି ଚିତ୍ତବିନୋଦନ ନିମିତ୍ତ ଆବସାୟକୀୟ ଉପାଦାନ ପରିବେଶନ କରିଥାଏ   ।

ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଭାରତୀୟ ପରମ୍ପରା

ସ୍ଥାନୀୟ ଶାସନ ସଂସ୍ଥାମାନ ସମ୍ବିଧାନଦ୍ଵାରା କିମ୍ବା ବିଧାନମଣ୍ଡଳର ଆଇନଦ୍ଵାରା ସୃଷ୍ଟି ହୋଇଥାନ୍ତି   । ଯେତେବେଳେ ସ୍ଥାନୀୟ ସଂସ୍ଥା ସମ୍ବିଧାନଦ୍ଵାରା ସୃଷ୍ଟି ହୁଅନ୍ତି , ସେଗୁଡିକୁ ବିକେନ୍ଦ୍ରୀୟ ଗଣତାନ୍ତ୍ରିକ ସଙ୍ଘୀୟ ସ୍ଥାନୀୟ ଶାସନ ସଂସ୍ଥା କୁହାଯାଏ   ।  ସେହିପରି ଯେତେବେଳେ ସ୍ଥାନୀୟ ଶାସନ ସଂସ୍ଥା ବିଧାନମଣ୍ଡଳଦ୍ଵାରା ସୃଷ୍ଟି ହୁଅନ୍ତି , ସେଗୁଡିକୁ ଐକକେନ୍ଦ୍ରୀୟ ସ୍ଥାନୀୟ ସରକାର କୁହାଯାଏ   ।  ଏହି ପ୍ରକାରର ଶାସନ ସଂସ୍ଥା ବିକେନ୍ଦ୍ରିୟ ବା ମିଶ୍ରିତ ଧରଣର ଅବସ୍ଥିତିରେ କାର୍ଯ୍ୟ କରନ୍ତି  ।

ଏକ ଜନକଲ୍ୟାଣ ରାଷ୍ଟ୍ରରେ ବିବିଧ କାର୍ଯ୍ୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟୋଗରେ ସେମପାଦନ କରାଯାଇଥାଏ  , କିନ୍ତୁ କେତେକ ସମସ୍ୟାର ଆଶୁ ସମାଧାନ ପ୍ରୟୋଜନ ହେତୁ ସେଗୁଡିକ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଦ୍ଵାରା ସମାହିତ ହୋଇପାରେ ନାହିଁ  ।  ପ୍ରୋକ୍ତ ସମସ୍ତ ସମସ୍ତ ସମସ୍ୟାର ସମାଧାନ ସ୍ଥାନୀୟ ସ୍ୱାୟତ୍ତ ଶାସନଦ୍ଵାରା ସମ୍ଭବ ହୋଇଥାଏ   ।  ଏକ ପ୍ରଗତିଶୀଳ ରାଷ୍ଟ୍ରରେ କେନ୍ଦ୍ର ସରକାର ଜାତୀୟ ପ୍ରଗତି ତଥା କଲ୍ୟାଣ ନିମିତ୍ତ ପଦକ୍ଷେପ ଗ୍ରହଣ କରିଥାଏ   । ସ୍ଥାନୀୟ ସରକାରର ସହଯୋଗ ବ୍ୟତିରେକ ଜାତୀୟ ସରକାର କୌଣସି କାର୍ଯ୍ୟରେ ସଫଳତା ଅର୍ଜନ କରିପାରିବେ ନାହିଁ ।

ଅଧିକନ୍ତୁ , ବିବିଧ ଆଞ୍ଚଳିକ ବ୍ୟାପାର କେନ୍ଦ୍ର ସରକାର ବା ରାଜ୍ୟ ସରକାର ପ୍ରତି ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ  । ତେଣୁ ସ୍ଥାନୀୟ ସମସ୍ୟାର ସମାଧାନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଦ୍ଵାରା ସମ୍ଭବ ହୁଏ  ।  ପୁନଶ୍ଚ ସ୍ୱାୟତ୍ତ ଶାସନ ସଂସ୍ଥା ବିବିଧ କାର୍ଯ୍ୟର ନିଷ୍ପତ୍ତିକରଣ ନିମିତ୍ତ ପୌରାଞ୍ଚଳ ଅଧିବାସୀମାନଙ୍କର ସେବା କରିଥାଏ   । ସ୍ୱାୟତ୍ତ ଶାସନ ସଂସ୍ଥା କ୍ଷମତା କର୍ତ୍ତୃତ୍ଵବୋଧ ବୃଦ୍ଧି କରିଥାଏ   ।  ସ୍ୱାୟତ୍ତ ଶାସନର ଏକ ବିଦ୍ୟଗୁଣ ଏହି ଯେ , ଏହା ସ୍ଥାନୀୟ ସରକାରୀ କର୍ମଚାରୀମାନନାକ ମଧ୍ୟରେ ସହଜ, ସରଳ , ସୌଜନ୍ୟ ସ୍ଥାପନ କରିଥାଏ   ।

ଏହିପରି, ପ୍ରଚ୍ଛନ୍ନ ଶିକ୍ଷାକେନ୍ଦ୍ର ହିସାବରେ ସ୍ୱାୟତ୍ତ ଶାସନ ସଂସ୍ଥା ଜନସାଧାରଣଙ୍କୁ ସ୍ଥାନୀୟ ରାଜନୀତି ବିଷୟରେ ତାଲିମ ଦେଇତାହାଏ   । ଏହା ନାଗରିକତାର ମୌଳିକ ଶିକ୍ଷାକେନ୍ଦ୍ର ରୂପେ କାର୍ଯ୍ୟ କରେ   ।

ଗଣତାନ୍ତ୍ରିକ ସ୍ୱାୟତ୍ତ ଶାସନ ସଂସ୍ଥା ଦୁଇଟି ଉପାୟରେ ବିବର୍ତ୍ତିତ ହୋଇଥାଏ  ;ଯଥା- ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଏବଂ ସ୍ଥାନୀୟ ଜନସାଧାରଣଙ୍କର ଅଂଶଗ୍ରହଣ  ।

ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଜନୈତିକ କ୍ଷମତାର ବିକେନ୍ଦ୍ରୀକରଣ ଦ୍ରୁଷ୍ଟିରୁ ସ୍ଥାନୀୟ ଶାସନ ସଂସ୍ଥା ବହୁ ସାହାଜ୍ଯ କରିଥାଏ   ।  କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ସ୍ଥାନୀୟ ଦାୟିତ୍ଵ ମେଣ୍ଟାଇବା କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କରି ଏହା ସରକାରର ଏକ ଅପରିହାର୍ଯ୍ୟ ଅଙ୍ଗରୂପେ ପ୍ରତିଷ୍ଠିତ  ।  ଏହି ସମ୍ପର୍କରେ କୁହାଯାଇପାରେ ଯେ , କେନ୍ଦ୍ରୀୟ ଶାସନ ପଦ୍ଧତିରେ ଅନମିନିୟତା ଦୂର କରି ସ୍ୱାୟତ୍ଵ ଶାସନ ସଂସ୍ଥା ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ଅଧିକ ଦକ୍ଷ ହୋଇପାରିବ  । ରାଷ୍ଟ୍ରସଙ୍ଘୀୟ ରାଷ୍ଟ୍ରରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ପ୍ରଶାସନିକ ବିଭେଦ ଦୂର କରି ସ୍ଥାନୀୟ ସରକାର ସମ୍ପ୍ରଦାୟିକ ବହୁମୂଖୀ ଉନ୍ନତିମୂଳକ କାର୍ଯ୍ୟଦ୍ଵାରା ଜନସାଧାରଣଙ୍କର ସମନ୍ଵୟ ରକ୍ଷା କ୍ଷେତ୍ରରେ ଯୋଗସୂତ୍ର ରକ୍ଷାକାରୀ ରୂପେ କାର୍ଯ୍ୟ କରେ  ।  ସେହିହେତୁ , ସ୍ଥାନୀୟ ସରକାର ବିଭାଗୀୟ କୁଶଳୀ ବିଶେଷଜ୍ଞ ନାଗରିକମାନନାକ ସେବାରେ ନିୟୋଜିତ କରିପାରେ   ।

ଜାତୀୟ ଐକ୍ୟ ଓ ସଂହତି ପ୍ରତିଷ୍ଠା ଦିଗରେ ନାଗରିକମାନଙ୍କର ଅଂଶଗ୍ରହଣ କ୍ଷେତ୍ରରେ ସ୍ଥାନୀୟ ସରକାରର ଭୂମିକା ଗୁରୁତ୍ଵପୂର୍ଣ୍ଣ  ।  ପୁନଶ୍ଚ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏହା ଅନିର୍ବାର୍ଯ୍ୟ ଯେ ପ୍ରଶାସନିକ ଦାୟିତ୍ଵ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସରକାରମାନଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ଭାବେ ବଣ୍ଟନ ହେବା ଉଚିତ  ।  କାରଣ ସ୍ଥାନୀୟ ସମ୍ପ୍ରଦାୟିକ ଅଭାବ ପୂରଣ ଦିଗରେ ଅସାମର୍ଥ୍ୟ ଜାତୀୟ ଯୋଜନାର କୋଣସି ମୂଲ୍ୟ ନାହିଁ   । ତେଣୁ ସ୍ଥାନୀୟ ସରକାର ଯୋଜନାବଦ୍ଧ ଭାବେ ଜନସାଧାରଣଙ୍କର ଅଂଶଗ୍ରହଣର ପରିବାହକ  । ସ୍ଥାନୀୟ ସରକାରୀ ସଂସ୍ଥା ଗଣତନ୍ତ୍ରର ମୂଳଦୁଆ ଏବଂ ତାଲିମକେନ୍ଦ୍ର   ।  ଏହା ଜାତୀୟ ସ୍ୱାୟତ୍ତ ଶାସନ ବା ସ୍ଥାନୀୟ ସରକାର ରୂପେ କଥିତ ହୁଏ   । ସ୍ଥାନୀୟ ସଂସ୍ଥା ସ୍ୱାୟତ୍ତ ଶାସନ ନିମିତ୍ତ ଜନସାଧାରଣନାକ ମାନସିକ ଅବସ୍ଥାର ଉନ୍ନତି ଏବଂ ପରିଚାଳନାଗତ ଅଭ୍ୟାସ ବୃଦ୍ଧି କରିଥାଏ   ।

ପୃଥିବୀରେ ବିଭିନ୍ନ ପ୍ରକାର ସାୟତ୍ତ ଶାସନ ସଂସ୍ଥା

ଅଧୁନା ପୃଥିବୀରେ ବିଭିନ୍ନ ଧରଣର ସାୟତ୍ତ ଶାସନ ସଂସ୍ଥା ବା ସ୍ଥାନୀୟ ସରକାର କାର୍ଯ୍ୟ କରୁଅଛି   ।  ଯାହାହେଉନା କାହିଁକି , ପାଞ୍ଚ ପ୍ରକାର ସ୍ଥାନୀୟ ସରକାର ଉଲ୍ଲେଖଯୋଗ୍ୟ   । ସେଗୁଡିକ ହେଲା –ଐକକେନ୍ଦ୍ରୀୟ , ବିକେନ୍ଦ୍ରୀୟ ,ସଂପୂର୍ଣ୍ଣ ନେପୋଲିଓନିକ , କମ୍ୟୁନିଷ୍ଟ ରାଷ୍ଟ୍ର ସଙ୍ଘୀୟ ବିକେନ୍ଦ୍ରିୟ ଏବଂ ଉତ୍ତର ଔପନିବେଶକ

ଭାରତରେ ସାୟତ୍ତ ଶାସନ ସଂସ୍ଥା

ଭାରତୀୟ ଜଣ ଚିତ୍ରଣରେ ଦୁଇ ପ୍ରକାର ଅଧିବାସୀ ଏବଂ ଭୂଖଣ୍ଡ ଅବସ୍ଥିତ , ଯଥା ଗ୍ରାମ୍ୟ ଓ ପୌର   ।  ତେଣୁ ଭାରତରେ ଦୁଇ ଶ୍ରେଣୀୟ ସ୍ଥାନୀୟ ସରକାର ପ୍ରତିଷ୍ଠିତ ;ଯଥା,ଗ୍ରାମ୍ୟ ଓ ପୌର  । ରାଜନୈତିକ ପରିସ୍ଥିତି ସାମାଜିକ ପରିସ୍ଥିତିରୁ ସୃଷ୍ଟି   ।  ଏହା ସାମାଜିକ ଭିନ୍ନତା ଓ ବିଭେଦ ମଧ୍ୟରେ ଯୋଗସୂତ୍ରରକ୍ଷକ   ।  ଏହି ହେତୁ ପୌରିକରଣ ପ୍ରଶାସନିକ ଦକ୍ଷତାର ସ୍ଥାନୀକରଣ କରି ସ୍ଥାନୀୟ ପୌର ଅଧିବାସୀମାନଙ୍କର ଆକାଂକ୍ଷା ପୂର୍ଣ୍ଣ କରିଥାଏ   ।  ପୌରିକରଣ ସ୍ଥାନୀୟ ଶାସନର ଏକ ଅଂଶ ହିସାବରେ ଅର୍ଥନୈତିକ ଉନ୍ନତି ଏବଂ ବୈଷୟିକ ଅଭିବୃଦ୍ଧି ଘଟାଇବା ସଙ୍ଗେ ସଙ୍ଗେ ସାମାଜିକ ପରିବର୍ତ୍ତନ ଓ ଆଧୁନିକୀକରଣରେ ସାହାଯ୍ୟ କରେ   ।

ପୌରିକରଣ ଓ ଆଧୁନିକୀକରଣ ଓତପ୍ରୋତଭାବେ ଜଡିତ  ।  ପୌରିକରଣ ଏକ ସ୍ଥାନୀୟ ସରକାରର ପ୍ରଣାଳୀ ଭାବରେ ଏକ ନିର୍ଦ୍ଧିଷ୍ଟ ସାମାଜିକ ଜୀବନର ଜନଚିତ୍ରିତ,ସାମାଜିକ , ଅର୍ଥନୈତିକ , ଯାନ୍ତ୍ରିକ ଓ ପାରିପାର୍ଶ୍ଵିକ ବିଭବରେ ଲୌକିକ ସ୍ଥିତିଗତ , ଆଞ୍ଚଳିକ ଏବଂ ପରିବର୍ତ୍ତନ  ମାଧ୍ୟମରେ ପ୍ରକାଶିତ ହେଲା  । ଉକ୍ତ ପରିବର୍ତ୍ତନ ଜନସାଧାରଣଙ୍କ ବସତି ନିମିତ୍ତ ନଗରାସ୍ଥଳ ଦିଗରେ ଅଧିକ ମନୋନିବେଶ କରାଇଲା  । ଗ୍ରାମାଞ୍ଚଳ ପରିତ୍ୟାଗ କୃ ସହରାଞ୍ଚଳରେ ବାସ କରିବାପାଇଁ ସମସ୍ତେ ଅଧିକ ପ୍ରୟାସୀ ହେଲେ  । ଫଳତଃ ପରପମ୍ପରିକ ଗ୍ରାମ ସାମାଜିକ ଅବସ୍ଥାର ପରିବର୍ତ୍ତନ ଘଟିଲା  ।  ଦିନକୁ ଦିନ ସହରାଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଇଲା  ।

ଶିକ୍ଷାଗତ ସୁବିଧାସୁଯୋଗ ଓ ଶିଳ୍ପ ସ୍ଥାପନର ପ୍ରସାର ହେତୁ ଗ୍ରାମାଞ୍ଚଳର ଜନବସତିର ସହରାଞ୍ଚଳକୁ ବସତି ପରିବର୍ତ୍ତନ ଦ୍ଵାରା ଆଧୁନିକ ଯୁଗରେ ପୌରିକରଣ ପରିବର୍ଦ୍ଧିତ ହେଲା  । କୃଷିଗତ ସମାଜରୁ ଶିଳ୍ପଗତ ସମାଜକୁ ପରିବର୍ତ୍ତନ ହିଁ ଗ୍ରାମଞ୍ଚଳ ନଗରାଞ୍ଚଳ ମଧ୍ୟରେ ପରିବର୍ତ୍ତନ ସୃଷ୍ଟି କଲା   ।

ସ୍ଵାଧୀନତା ଶିଳ୍ପୀକରଣ ବିଷୟରେ ଆଲୋକପାତ କଲା ଏବଂ ଶିଳ୍ପୀକରଣ ପୌରୀକରଣ ନିମିତ୍ତ ଉତ୍ସାହିତ ହେଲା  । ପୌରୀକରଣର ବିଭିନ୍ନ କରଣ ମଧ୍ୟରୁ ଅର୍ଥନୈତିକ ଓ ସାମାଜିକ-ସାଂସ୍କୃତିକ କାରଣ ହେଉଛି ମୌଳିକ  ।  “ ତେଣୁ ପୌରୀକରଣ ପ୍ରଧାନତଃ ଚାରିଟି ପ୍ରଣାଳୀଦ୍ଵାରା ସୃଷ୍ଟି ହୁଏ , ଯଥା- ଜନଚିତ୍ର ପରିବେଶ ସମ୍ବନ୍ଧୀୟ , ସାମାଜିକ –ବୈଷୟିକ ଏବଂ ଅର୍ଥନୈତିକ  ।

ପୌରୀକରଣ ଏକ ଗତିଶୀଳ ପ୍ରଣାଳୀ ।“ ପୌରୀକରଣ ପଦ୍ଧତି  ନିଃସନ୍ଦେହରେ ଭବିଷ୍ୟତରେ ଅନେକ ବର୍ଷ ଧରି ବିଶେଷତଃ ଅନୁନ୍ନତ ଦେଶମାନଙ୍କରେ ଯେଉଁଠାରେ ଶିଳ୍ପକରଣ ଉନ୍ନତ ଅବସ୍ଥାକୁ ଗତିକରୁଛି ସେଠାରେ କ୍ରମାଗତଭାବେ ଚାଲୁରହିବ  । “ ସଂକ୍ଷେପରେ କହିଲେ  “ ପୌରୀକରଣ କେବେହେଁ ଜନସଂଖ୍ୟା ନିବିଡତାର ଏକ ସୂଚୀ ନୁହେଁ, ବରଂ ଜାତିର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାରେ ବହୁ ପରିବର୍ତ୍ତନ ଆନେ ଏବଂ ବ୍ୟକ୍ତିର ମାନସିକ ଅବସ୍ଥାରେ କ୍ରମାଗତ ପରିବର୍ତ୍ତନ ଘଟାଇଥାଏ   ।  ଫଳତଃ , ସହରର ଜନସଂଖ୍ୟା ବୃଦ୍ଧିହେତୁ ପୌର ଜୀବନଜାପାନ ଅଧିକ ଜଟିଳ ଏବଂ ସମସ୍ୟାବହୁଳ ହୁଏ  ,  ଏହିପରି ପୌର ଜୀବନଜାପାନ ପ୍ରୟୋଜନ ହୁଏ  ।  “

“ପୌର ରାଜନୈତିକ ଅନୁଷ୍ଠାନଗୁଡିକ ଆଧୁନିକୀକରଣ ବ୍ୟଥିକା  ।  ସାମାଜିକ ଓ ରାଜନୈତିକ କାର୍ଯ୍ୟମାନଙ୍କରେ ଅଂଶଗ୍ରହଣ କରିବା ଓ ପରିଚାଳିତ କରିବା ନିମିତ୍ତ ଏଗୁଡିକର ପୌର ଜନସାଧାରଣଙ୍କୁ ସାହାଯ୍ୟ କରିଥାନ୍ତି” ।

“ସ୍ତରକୁସ୍ତର , ସହରର ଉନ୍ନତି ସଙ୍ଗେ ସଙ୍ଗେ ପୌର ଜୀବନଯାପନ ଅଧିକ ଜଟିଳ ହୁଏ   ।  କାଳକ୍ରମେ ବ୍ୟକ୍ତି ନିଜର ଜୀବନଯାପନକୁ ନିୟନ୍ତ୍ରଣ କରିବାପାଇଁ ଅସମର୍ଥ ହୁଏ,ସେତେବେଳେ ତାହାପାଇଁ ସ୍ଥାନୀୟ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପ୍ରୟୋଜନ ହୁଏ  । ସମ୍ପତ୍ତିର ସୁରକ୍ଷା , ଶିକ୍ଷାର ସୁବିଧାସୁଯୋଗ ଏବଂ ନାଗରିକ କଲ୍ୟାଣ ନିମିତ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଏ   ।

ତେଣୁ ଏହା ସୁସ୍ପଷ୍ଟ ଯେ , ଜନସାଧାରଣଙ୍କର ଇଚ୍ଛାକୁ ରାଜନୀତିକରଣ ନିମିତ୍ତ ପ୍ରଶାସନିକ ପୌରୀକରଣ ଏକ ନୀତି  ।  ଅଧିକାଂଶ ସାମାଜିକ ଘଟନାସ୍ଥଳୀ  ସଦୃଶ ସହରମାନ ସର୍ବଦା ପରିବର୍ତ୍ତନୀୟ   ।  ସେମାନଙ୍କର ବୃଦ୍ଧି ଏବଂ କ୍ଷୟ ଚିରନ୍ତନ  ।  କେତେକ ଆହାର ବଡ ବଡ ସହରରେ ପ୍ରତିଫଳନଦ୍ଵାରା ପୁନର୍ଗଠିତ ହେଉଛନ୍ତି  ।  ଏହିପରି ପ୍ରତ୍ୟେକ ସହର ପରିବର୍ତ୍ତନ ପ୍ରଭାବରେ ଦ୍ରବୀଭୂତ ହୁନତି  । ତେଣୁ ସହରମାନ ବର୍ତ୍ତମାନ ଅବସ୍ଥାରେ ପହଞ୍ଚି ପ୍ରତିଷ୍ଠିତ ହୋଇଛନ୍ତି,ସାଂପ୍ରତିକ ପରିବର୍ତ୍ତନ ସହ ମିଳିମିଶି ଚଳନ୍ତି  ।  ପୁନଶ୍ଚ ସାଂପ୍ରତିକ ପରିସ୍ଥିତିରେ ବୈଷୟିକ କ୍ରମୋନ୍ନ ତିର ମୂଲ୍ୟ ଏତେ ଗୁରୁତ୍ଵପୂର୍ଣ୍ଣ ଯେ , ଯେଉଁ ସହର ଗତକାଲି ଅତ୍ୟାଧୁନିକ ପାରି ଜଣାପଡୁଥିଲା , ତାହା ଆଜି ପୁରୁଣା , ଅଚଳ ହୋଇଗଲାଣି  ।

ଯେଉଁ ଗ୍ରାମାଞ୍ଚଳର ଲୋକେ ସ୍ଥାନ ପରିବର୍ତ୍ତନ କରି ସହର,ନଗରରେ ବସବାସ କରନ୍ତି, କ୍ରମେ ପୌର ଚଳନରେ ମିଳିମିଶି ଚଳନ୍ତି , କିନ୍ତୁ ସଂପୂର୍ଣ୍ଣଭାବେ ଖାପଖୁଆଇ ଚଳିବାକୁ ସମୟ ଲାଗେ   । ପରେ ପରବର୍ତ୍ତୀ ବଂଶଧର ତାହା ପୂରଣକରି ସହରୀ  ପାଲଟିଯାଆନ୍ତି   ।

ସ୍ମରଣାତୀତକାଳରୁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତରେ ସଫଳତା ଲାଭ କରିଆସିଛି   ।  ଭାରତରେ ଏହା ଏକ ସୁଦୀର୍ଘ  ଇତିହାସ ସୃଷ୍ଟି କରିଛି  ।  ପ୍ରାଚୀନ ଗ୍ରାସ ଏବଂ  ରୋମ ଦେଶରେ “ ନଗଦ ରାଷ୍ଟ୍ର”  ସୃଷ୍ଟିର ଅବ୍ୟବହିତ ପୂର୍ବରୁ , ଭାରତରେ ପ୍ରାକଜୈବିକ ଏବଂ ବୈଦିକ ଯୁଗରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ  ସଫଳତା ଲାଭ କରିଥିଲେ ବିଭିନ୍ନ ସମୟରେ ବିଭିନ୍ନ ସଭ୍ୟତାର ଆକ୍ରମଣଦ୍ଵାରା ଭାରତ ଉତ୍ପୀଡନ ହୋଇଅଛି  ।  ସମୟର ପ୍ରୟୋଜନ ଅନୁଯାୟୀ ବିଭିନ୍ନ ଦ୍ରୁଷ୍ଟିରୁ ସଭ୍ୟତାର ପ୍ରତିଫଳନସ୍ୱରୂପ ବିଭିନ୍ନ ପ୍ରକାର ଶାସନ ବିଭିନ୍ନ ସମୟରେ ଭାରତରେ ପରିଲିଖିତ ହୁଏ   ।

ପରନ୍ତୁ ସାଂପ୍ରତିକ ପ୍ରଚଳିତ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରାଚୀନକାଳର ବ୍ୟବସ୍ଥାଠାରୁ ଭିନ୍ନ  ।  ଇତିହାସ ସ୍ପଷ୍ଟ ଚିତ୍ର ପ୍ରଦାନ କରେ ଯେ ,  ପ୍ରାଚୀନ ଭାରତରେ ପ୍ରତ୍ୟେକ ଗ୍ରାମରେ ସ୍ଵୟଂ ପରିଚାଳିତ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପ୍ରତିଷ୍ଠିତ ଥିଲା  ।

ପ୍ରାଚୀନ ଭାରତ ଇତିହାସରେ ବୈଦିକଯୁଗରେ ଗୁରୁତ୍ଵପୂର୍ଣ୍ଣ ଗ୍ରାମ୍ୟ ଅର୍ଥନୈତିକ ଗ୍ରାମ ଗୁଡିକ ସାୟତ୍ତରେ ଗ୍ରାମାଞ୍ଚଳରେ ସରଳ ସମସ୍ୟା ସମାଧାନ କରିପାରୁଥିଲେ ରାଷ୍ଟ୍ରର ଅନ୍ୟ ରାଜ୍ୟମାନ ତୁଳନାତ୍ମକ ହିସାବରେ କ୍ଷୁଦ୍ର ଥିବାରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ପ୍ରଭେଦ ନ ଥିଲା   । କାଳକ୍ରମେ ସ୍ଥାନୀୟ ସମସ୍ୟାର ସମାଧାନ ନିମିତ୍ତ ପୃଥକ ପ୍ରଶାସନିକ ସଂସ୍ଥାର ପ୍ରୟୋଜନ ହେଲା  । ରାଷ୍ଟ୍ରର ଆୟତନ ବୃଦ୍ଧି ସଙ୍ଗେ ସଙ୍ଗେ ଦୁଇ ପ୍ରକାର ଶାସନ , ଅର୍ଥାତ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାର୍ଥକ୍ୟ ଆପାତତଃ ପ୍ରମାଣିତ ହେଲା  । ମୌଳିକ ହିସାବରେ ଗ୍ରାମମାନ ସଂପୂର୍ଣ୍ଣଭାବେ ବାସ୍ତବ କାର୍ଯ୍ୟକାରୀ କ୍ଷେତ୍ରରେ କେନ୍ଦ୍ର ଶାସନରୁ ମୁକ୍ତି ଥିଲେ   ।  ଗ୍ରାମ୍ୟ ଗୋଷ୍ଠୀଦ୍ଵାରା ଗ୍ରାମୀଣ ଏବଂ ଅନ୍ୟାନ୍ୟ ପ୍ରଶାସନିକବର୍ଗ ନିଯୁକ୍ତି ପାଉଥିଲେ  । କ୍ରମେ କ୍ରମେ ସେମାନେ ରାଜାଙ୍କ ନିୟନ୍ତ୍ରଣାଧିନ ହେଲେ  ।

ଋଗ ବେଦରେ ନଗରର ଶାସନମୁଖ୍ୟ , ପୁରପତିଙ୍କ ବିଷୟ ଆମେ ଦେଖିବାକୁ ପାଉ  ।  ବେଦରେ ପ୍ରାଚୀନ ଭାରତର ଉଭୟ ପୌର ଏବଂ ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ବିଷୟକ ବର୍ଣ୍ଣନା ପରିପୃଷ୍ଟ ହୁଏ  । ମନୁ ହେଉଛି ବେଦର ପରବର୍ତ୍ତୀ ସାମାଜିକ ନୀତିଶସ୍ତ୍ରର ସମ୍ବିଧାନ   ।  ମନୁସଂହିତା ଅନୁଯାୟୀ ପ୍ରତ୍ୟେକ ସହରରେ ସମସ୍ୟା ସମାଧାନ ନିମିତ୍ତ ଜଣେ ଅର୍ଥରକ୍ଷକ ନିଯୁକ୍ତି ହୋଇଥାନ୍ତି  ।  ତାଙ୍କୁ “ ସର୍ବର୍ଥେ ଚିନ୍ତକ” ନାମ ଦିଆଯାଇଥାଏ  ।  ସେ ତାରକାମାନଙ୍କ ମଧ୍ୟରେ ଗୋଟିଏ ଉଜ୍ଵଳ ଗ୍ରହସଦୃଶ ଅଧିରକ୍ଷକ  । ସମ୍ଭବତଃ ସେ ପୌର ପରିଷଦର ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିଲେ   ।

ମନୁଙ୍କ ସମୟରେ ଗ୍ରାମ୍ୟ ପ୍ରଶାସନିକ କର୍ମଚାରୀ ସରକାରୀଭାବେ ଗଣ୍ୟ ହେଲେ ଏବଂ ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନ କେନ୍ଦ୍ର ସରକାରଙ୍କର ଅଧିନସ୍ଥ ହିସାବରେ କାର୍ଯ୍ୟ କଲେ    ।

ଭାରତରେ ସ୍ଵାୟତ୍ତ ଶାସନର ପରବର୍ତ୍ତୀ ଚିତ୍ର କୌଟଲ୍ୟ (ଚାଣକ୍ୟ) ଙ୍କ ମହାନ ଗ୍ରନ୍ଥ ଅର୍ଥଶସ୍ତ୍ରରେ ବର୍ଣ୍ଣନା କରାଯାଇଛି   ।

କୌଟଲ୍ୟ ଖ୍ରୀପୂ ୩ ୟ ଶତାଦ୍ଦୀରେ “ ନନ୍ଦବଂଶ” ର ରାଜତ୍ଵ ସମୟରେ ତାଙ୍କର ସାମାଜିକ , ରାଜନୈତିକ ତତ୍ଵ ଲେଖିଥିଲେ   । ସେ ବ୍ୟକ୍ତିର ଦୈନନ୍ଦିନ ଜୀବନଯାପନ ତଥା ରାଷ୍ଟ୍ରୀୟ ଶାସନ ବିଷୟରେ ଅର୍ଥନୈତିକ ନୀତିନିୟମ ବିଷୟରେ ବର୍ଣ୍ଣନା କରିଅଛନ୍ତି  । ରାଷ୍ଟ୍ରର ସୁପରିଚାଳନା ଏବଂ ପ୍ରତିରକ୍ଷା ନିମିତ୍ତ ସେ ଅର୍ଥଶାସ୍ତ୍ରକୁ ସୃଷ୍ଟି କରିଥିଲେ  ।

କୌଟଲ୍ୟ ଗ୍ରାମ ସଂଗଠନ ଏବଂ ପରିଚାଳନା ନିମିତ୍ତ ସରକାରୀ ଅଧିରକ୍ଷକଙ୍କର ଦାୟିତ୍ଵ ଏବଂ କର୍ତ୍ତବ୍ୟ ବିଷୟ ଉଲ୍ଲେଖ କରିଅଛନ୍ତି  । ତାଙ୍କ ମତରେ ଶାସନ ଚାରିପ୍ରକାର (ଚତୁଃକୈନ୍ଦ୍ରିକ), ଯଥା – ବିଚାରକୈନ୍ଦ୍ରିକ , ବଳକୈନ୍ଦ୍ରିକ , ଗଠନକୈନ୍ଦ୍ରିକ ଓ ଭୟକୈନ୍ଦ୍ରିକ ।

ସେ ମଧ୍ୟ ଜନକଲ୍ୟାଣ ରାଷ୍ଟ୍ରର ସୁପରିଚାଳନା କ୍ଷେତ୍ରରେ ନଗର ଗଠନ  । ନାଗରିକତା ଏବଂ ନଗରର ଅଧିରକ୍ଷକଙ୍କର କର୍ତ୍ତବ୍ୟ ବିଷୟରେ ଆଲୋଚନା କରିଅଛନ୍ତି  ।  ସେ ପୌର ସ୍ୱାୟତ୍ତ ଶାସନ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି ଯେ-

  1. ଭୂତପୂର୍ବମଭୂତପୂର୍ବ ବା ଜନପଦ ପରିଦେଶ ପବାଦ

ଜନ ସ୍ଵଦେଶ ଭିଷାନ୍ଧ୍ୟ ବମନେନ ବା ନିବେଶୟତ  ।

  1. “ ଅଷ୍ଟାଶତ ଗ୍ରାମମମଧ୍ୟେ ସ୍ଥାନ୍ୟାୟମ୍

ଚତୁଃଶତଃ ଗ୍ରାମ୍ୟମ୍ ଦ୍ରୋଣମୁଖମ୍

ଦଶଗ୍ରାମ ସଂଗ୍ରହେଣ ସଂଗ୍ରାହଣମ୍ ସ୍ଥାପୟେତ “

  1. “ ଅନ୍ତେସ୍ଵନ୍ତ ପାଲ ଦୁର୍ଗାଣୀ ଜନପଦ

ଦ୍ଵାରନ୍ୟନ୍ତ୍ର ପାଲଧିଷ୍ଠାନି ସ୍ଥାପୟେତ । “

  1. ଯେ ଶାସନ ବା ରାଜା ସେ ରାଷ୍ଟ୍ରର ସୁବନ୍ଦୋବସ୍ତ କରିବା ବିଧେୟ  ।  ଯାହା ପୂର୍ବରୁ ପ୍ରତିଷ୍ଠିତ ହୋଇଥିବ କିମ୍ବା ନ ହୋଇଥିବ ଏବଂ ଜନ ଅଧିବାସୀମାନଙ୍କୁ ବିଦେଶରୁ ବା ସ୍ଵଦେଶରୁ ଅଧିକ ସଂଖ୍ୟା ବିଶିଷ୍ଟ ସ୍ଥାନମାନଙ୍କରୁ ଆଣି ପ୍ରତିଷ୍ଠିତ କରାଇବେ  ।
  2. ରାଜା ଆଠଶହ ଗ୍ରାମ ମଧ୍ୟରେ ଗୋଟିଏ “ ସ୍ଥାନ୍ୟାୟମ” ଚାରିଶହ ଗ୍ରାମ ମଧ୍ୟରେ “ ଦ୍ରୋଣମୁଖ” ଦୁଇଶହ ଗ୍ରାମ ମଧ୍ୟରେ ଗୋଟିଏ “ କର୍ଟଟିକା” ଏବଂ ଦଶଟି ଗ୍ରାମ୍ୟ ମଧ୍ୟରେ ଏକ “ ସଂଗ୍ରାହଣମ ସ୍ଥାପନ କରିବେ   ।
  3. ଦ୍ଵାର ଦେଶରେ ଏକ ମୁଖ୍ୟ ଦ୍ଵାରପାଳ ନିଯୁକ୍ତି କରିବେ   ।  ସମସ୍ତ ଦ୍ଵାରପାଳ ଜଣେ ମୁଖ୍ୟ ଦ୍ଵାରପାଳଙ୍କ ଆଦେଶରେ କାର୍ଯ୍ୟ କରିବେ  ।

ମେଘାସ୍ଥାନିସ୍ ଙ୍କ ବିବରଣୀରୁ ଜଣାଯାଏ ଯେ , ରାଜଧାନୀ ନଗରରେ ଶାସନ ଗୋଟିଏ ପୌର ପରିଷଦଦ୍ଵାରା ପରିଚାଳିତ ହେଉଥିଲା  । ଏହି ପୌର ପରିଷଦ ୩୦ ଜନ ସଭ୍ୟବିଶିଷ୍ଟ ଏବଂ ଛଅଭାଗରେ ବିଭକ୍ତ ହୋଇ ପ୍ରତ୍ୟେକ ବିଭାଗରେ ପାଞ୍ଚଜଣ କରି ସଭ୍ୟ ଥିଲେ  । ମେଘାସ୍ଥାନିସ୍ ଖ୍ରୀ. ପୂ ତୃତୀୟ ଶତାଦ୍ଦୀର ଥିଲେ  ।

“ ଯେଉଁମାନେ ନଗରର ଦାୟିତ୍ଵରେ ଥିଲେ ସେମାନଙ୍କୁ ଛଅଟି ବିଭାଗରେ ବିଭକ୍ତ କରି ପ୍ରତ୍ୟେକ ବିଭାଗରେ ପାଞ୍ଚଜଣ ରହିଥିଲେ   । ପ୍ରଥମ ବିଭାଗର କର୍ମଚାରୀ ସହରର ଶିଳ୍ପକଳା ସମ୍ପର୍କୀୟ ସମସ୍ତ ବିଷୟପ୍ରତି ଦ୍ରୁଷ୍ଟି ରଖିଥିଲେ   । ତୃତୀୟ ବିଭାଗର କର୍ମଚାରୀ ବିଦେଶୀମାନଙ୍କର ଚିତ୍ତବିନୋଦନ ଦାୟିତ୍ଵରେ ଥିଲେ । ସେମାନେ ବିଦେଶୀମାନଙ୍କର ରହଣି,ସେମାନଙ୍କର ଜୀବନଯାପନ ପ୍ରତି ନଜର ରାଖୀ ସେମାନଙ୍କୁ ସାହାଯ୍ୟ କରିଥିଲେ  ।

ବିଦେଶୀମାନେ ଏହି ଦେଶ ପରିତ୍ୟାଗ କରି ଯିବା ସମୟରେ ସେମାନଙ୍କୁ ଶରୀର ରକ୍ଷା ନିମିତ୍ତ ସାହାଯ୍ୟ କରୁଥିଲେ,ଅଥବା ସେମାନେ ଯଦି ମୃତ୍ୟୁବରଣ  କରଣଟି ତାଙ୍କର ସମ୍ପତ୍ତି ସମ୍ପର୍କୀୟମାନଙ୍କୁ ପ୍ରଦାନ କରନ୍ତି  ।  ବିଦେଶୀମାନେ ପୀଡିତ ହେଲେ ଚିକିତ୍ସା କରନ୍ତି ଏବଂ ମୃତ୍ୟୁବରଣ  କଲେ ସବ ସତ୍କାର କରନ୍ତି  । ତୃତୀୟ ଶ୍ରେଣୀୟ କର୍ମଚାରୀ ମାପ ଓ ଓଜନ ଦାୟିତ୍ଵରେ ଥିଲେ ଏବଂ ଋତୁ ଅନୁଯାୟୀ ବିଭିନ୍ନ ଉତ୍ପାଦନ ଜନସାଧାରଣଙ୍କ ମଧ୍ୟରେ ସୁଷମ ବ୍ୟବସ୍ଥା ତଦାରଖ କରୁଥିଲେ  ।  ଦୁଇପ୍ରକାର ଟିକସ ନ ଦେଲେ ଜଣେ ଦୁଇପ୍ରକାର ଜିନିଷ ବ୍ୟବହାର ଣ କରିବାର ନିୟମ ପ୍ରୟୋଗ କରିଥିଲେ  । ପଞ୍ଚମଶ୍ରେଣୀୟ କର୍ମଚାରୀ ଉତ୍ପାଦନ ସାମଗ୍ରୀ ପର୍ଯ୍ୟବେକ୍ଷଣ କରୁଥିଲେ ଏବଂ ସେହି ଦ୍ରବ୍ୟ ସର୍ବସାଧାରଣ ବିଜ୍ଞାପନ ମାଧ୍ୟମରେ ବିକ୍ରି ହେଉଥିଲା   । ପୁରୁଣା ଦ୍ରବ୍ୟ ବଦଳରେ ନୂତନ ଦ୍ରବ୍ୟମାନ ବିକ୍ରି ହେଉଥିଲା ଏବଂ ସାଧାରଣ ବଜାରରେ ଉଭୟ ଦ୍ରବ୍ୟ ମଧ୍ୟ ବିକ୍ରି ହେଉଥିଲା  ।  ଷଷ୍ଠ ଶ୍ରେଣୀୟ ଏବଂ ସର୍ବଶେଷ ଶ୍ରେଣୀୟ କର୍ମଚାରୀଗଣ ଦ୍ରବ୍ୟ ବିକ୍ରୟମୂଲ୍ୟର ଏକ-ଦଶମାଂଶ ଆଦାୟ କରୁଥିଲେ  ।

ଭାରତରେ ମୋଗଲ ଓ ମରହଟ୍ଟା ରାଜତ୍ଵ ସମୟରେ ପୌର ଶାସନ ସଂସ୍ଥା କାର୍ଯ୍ୟ କରୁଥିଲେ   ।  “ କଟୁଆଳ” ନାମକ କର୍ମଚାରୀଙ୍କ ନେତୃତ୍ଵରେ ପୌର ଶାସନ ପରିଚାଳିତ ହେଉଥିଲା  ।  ସର୍ବୋଚ୍ଚ କ୍ଷମତା କାର୍ଯ୍ୟକାରୀ କରିବା ସହିତ ସେ ଅନେକ ପୌର କାର୍ଯ୍ୟ ସମାହିତ କରୁଥିଲେ   ।  ଏହି ବିଷୟ” ଆଇଆନ- ଇ-ଆକବର” ନାମକ ପୁସ୍ତକରେ ବର୍ଣ୍ଣିତ ଅଛି  ।  ସେ କର୍ମଚାରୀ ଦକ୍ଷ,ନିଷ୍କପଟ , ଦୟାଳୁ,ସାହାସୀ ଏବଂ ନିର୍ଭୀକ ଥିଲେ   । ତାଙ୍କର ଜାଗ୍ରତ ପ୍ରହରା ଏବଂ ଠିକ କର୍ମତତ୍ପରତା ଦ୍ଵାରା ନାଗରିକମାନେ ସାମାଜିକ ଦାୟିତ୍ଵ ତୁଲାଇ ପାରୁଥିଲେ   ।

ସେ କର୍ମଚାରୀ ପୌରାଞ୍ଚଳରେ ଗୃହ ସଂଖ୍ୟା ଏବଂ ରାସ୍ତା ସଂଖ୍ୟାର ଏକ ଦଲିଲ ରକ୍ଷଣାବେକ୍ଷଣ କରିବା ତଥା ନାଗରିକମାନଙ୍କ ମଧ୍ୟରେ ସଭାବ ପ୍ରତିଷ୍ଠା ନିମିତ୍ତ ନାନାଦି ସାଙ୍ଗଠନିକ କାର୍ଯ୍ୟ କରିବା ଉଚିତ  ।  ଏକ ଧନ୍ଦାର ଲୋକମାନଙ୍କ ସଂଗଠନରେ ସେ ଗୋଟିଏ ସଂଘ ଗଧିବେ ଏବଂ ତଦ୍ଵାରା ପରସ୍ପର ମଧ୍ୟରେ ସୌହାର୍ଦ୍ଧ୍ୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମସ୍ତଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ହେବ  ।  ସେଥିପାଇଁ ଜଣେ ଅଧିନସ୍ଥ ଅଧିରକ୍ଷକ ନିଯୁକ୍ତ ହେବେ ଏବଂ ପ୍ରତ୍ୟହ ସମ୍ବାଦ ପରିବେଷଣ କରିବେ  ।  ଗୁପ୍ତ ଅଧିବାସୀମାନଙ୍କ ମଧ୍ୟ ଏ ଜଣେ ଗୁପ୍ତଚର ରହିବେ , ଯାହାଙ୍କ ଶହ ତାଙ୍କର ସମ୍ପର୍କ ନ ଥିବ  ,  ଗୁପ୍ତଚରମାନଙ୍କର ଗୁପ୍ତ ,ସମ୍ବାଦ ପାଇବା ଦ୍ଵାରା କର୍ମଚାରୀମାନେ ସତର୍କତା ଅବଲମ୍ବନ କରିବେ   ।  ସେ ଏକ ଭିନ୍ନ ? ସଭାର “ ପ୍ରତିଷ୍ଠା କରିଆବେ ଏବଂ ଅପରିଚିତ ଆଗନ୍ତୁକମାନଙ୍କର ଚର୍ଚ୍ଚା ନିମିତ୍ତ ବନ୍ଦୋବସ୍ତ କରିବେ   ।  ସେ ବିଭିନ୍ନ ଶ୍ରେଣୀର ଜନସାଧାରଣଙ୍କର ଆୟବ୍ୟୟ ତନଖି କରିବେ ତଥା ଏକ ପରିଷ୍କାର ଦଲିଲ ପ୍ରସ୍ତୁତ କରିବେ   ।   କର୍ମଚାରୀମାନଙ୍କର ଏକ ନାମ ତାଲିକା ପ୍ରସ୍ତୁତ କରି କାରିଗରୀ ସମିତିରେ ବେପାରୀ ଏବଂ ଦଲାଲ ନିଯୁକ୍ତି କରି ଗୁପ୍ତଚର କ୍ରୟ, ବିକ୍ରୟ ପରିଚାଳିତ କରିବେ   ।  ଉକ୍ତ ବ୍ୟବସ୍ଥାଦ୍ଵାରା ସେ ସମ୍ବାଦ ସଂଗ୍ରହ କରିପାରିବେ   ।  ସେ ଗମନାଗମନ ନିମନ୍ତେ ଯାତ୍ରୀମାନଙ୍କର ଟିକସ  ଯାଞ୍ଚକରିବେ ଏବଂ ଦୁର୍ନୀତିକୁ ପ୍ରଶୟ ଦେବେ ନାହିନ୍ନ  । ଯଦି ଅଧିକଆରଆର ଖିଲାପ କରନ୍ତି ସେ ଅଧିମାନଙ୍କୁ ସହଜରେ ଛାଡିବେ ନାହିନ ତଥା ବାହାର ଲୋକଙ୍କୁ ସ୍ଥାନ ଦେବେ ନାହିଁ   ।  ଅଳସୁଆ ପ୍ରକୃତିର ଲୋକମନଙ୍କ ନିମନ୍ତେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା କରିଆଜୀବ  ।  ଆପତ୍ତି ଅଭିଯୋଗ ସୂନୀ ତାହାର ମୁକାବିଲା କରିବେ , ଅନ୍ୟର ବାସଉପରେ ହସ୍ତକ୍ଷେପ କରିବେ ନାହିଁ  ,  ଚୋରୀ,ଡକାୟତିମାନଙ୍କର ଅନୁସନ୍ଧାନ କରାଯିବ    ଏବଂ ଚୋରୀ ଜିନିଷ ଧରିବା ନିମିତ୍ତ ସୁବନ୍ଦୋବସ୍ତ କରାଯିବ  ।  ତାଙ୍କର ନିର୍ଦେଶମତେ ସେହି ଟିକସ ବାବଦରେ ଗାଈଗୋରୁ , ଚେଲୀ, ମେଣ୍ଢା , ହସ୍ତୀ ଇତ୍ୟାଦି ମାରିପାରିବେ ନାହିଁ   ।  ପୁରୁଣା ମୁଦ୍ରା ପ୍ରଚଳିତ କରାଯିବ ନାହିଁ । ବରଂ ସେଗୁଡିକୁ ତରଳେଇ ଦିଆଯିବ  ।  ସେ ଦରଦାମ ହ୍ରାସ କରିପାରିବେ ଏବଂ ସହରର ବାହାରରୁ କୌଣସି ଦ୍ରବ୍ୟ ଯୋଗାଣ କରାଇଦେବେ ନାହିଁ  ।  ଧନୀଲୋକମାନେ ସୁଖରେ ଆଦରକାରୀ ଦ୍ରବ୍ୟମାନ ଜମା କରି ରଖିପାରିବେ ନାହିଁ   ।  ମଦ ତିଆରି , ମଦ ବିକ୍ରି ଓ ମଦ କ୍ରୟକୁ ପ୍ରଶୟ ଦିଆଯିବ ନାହିଁ   ।  ସେ ପୃଥକଭାବେ ନଦୀଘାଟ ଏବଂ କୂପ ନିର୍ମାଣ କରିବେ   ।  ଏହା ପୁରୁଷ ଓ ସ୍ତ୍ରୀମାନଙ୍କ ଦ୍ଵାରା ପୃଥକଭାବେ ବ୍ୟବହୃତ ହେବ   ।  ସେ  “ ସମ୍ଭ୍ରାନ୍ତବଂଶୀୟ ସତ ଚରିତ୍ରବନ୍ତ, ଦକ୍ଷ କର୍ମଚାରୀ ନିଯୁକ୍ତି କରିବେ ଏବଂ ସେ ଜଳ ଯୋଗାଣ କରିବେ   । ସ୍ତ୍ରୀ ଲୋକମାନେ ଘୋଡା ଚଢିବେ ନାହିଁ   ।  ଗୋ- ମହିଷାଦୀ , ପଶୁ ବଧ କରାଯିବ ନାହିଁ ।  ଇଚ୍ଛା ବିରୁଦ୍ଧରେ କୌଣସି ସ୍ତ୍ରୀକୁ ଅଗ୍ନିରେ ଝାସ ଦେବା ପାଇଁ ପ୍ରବର୍ତ୍ତା ଯିବ ନାହିଁ  ।  ବାରବର୍ଷରୁ କମ ବୟସର ଝିଅଙ୍କୁ ବିବାଦ ଦିଆଯିବ ନାହିଁ   ।  ପ୍ରୋକ୍ତ ବୟସରୁ ଅଧିକ ହେଲେ ବିବାହ ନିମିତ୍ତ ଅନୁମତି ପ୍ରଦାନ କରାଯିବ   ।  ଅସତ୍ୟ, ବ୍ୟବସାୟୀମାନଙ୍କୁ ସେମାନର କାର୍ଯ୍ୟରୁ ଅନ୍ତର କରାଯିବ   ।  ସେ ମଧ୍ୟ ଶିକାରୀ,ମୋଚି,ଧୋବା, ଏବଂ ଅନ୍ୟାନ୍ୟ ସେବାକାରୀ ଲୋକମାନଙ୍କୁ ପୃଥକ ଗୃହ ପ୍ରଦାନ କରିବେ   ।  ବିଦ୍ରୋହତ୍ମକ ସମ୍ପର୍କ ଥିବା ଲୋକଙ୍କୁ କ୍ଷମା ଦିଆଯିବ ନାହିଁ , ସେ ପୌରାଞ୍ଚଳରେ ଯଥାଯଥ ଭାବରେ ସୀମା ନିର୍ଧାରଣ କରାଇବେ   ।

ଅତଏବ , ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସଦୃଶ ନ ହେଲେ ମଧ୍ୟ ଭାରତୀୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିମ୍ନରୁ କ୍ରମୋନ୍ନତିଦ୍ଵାରା ପ୍ରବର୍ତ୍ତିତ ହେବାର ଅଛି   ।  ପ୍ରାଚୀନ ଭାରତରେ ତଥା ମଧ୍ୟଯୁଗରେ ଭାରତରେ ବଡ ବଡ ସହରରେ ସ୍ୱାୟତ୍ତ ନ ଥିଲେ , ମଧ୍ୟ ସେଗୁଡିକର ସ୍ଥାନୀୟ ଶାସନ ରାଜାଙ୍କର ପ୍ରତିନିଧିଦ୍ଵାରା ପରିଚାଳିତ ହେଉଥିଲା ଏବଂ ଜନସାଧାରଣଙ୍କର ପୌର ସ୍ୱାୟତ୍ତ ଶାସନରେ ସ୍ଵାଧିକାର ନ ଥିଲା  ।

ଏହା ମଧ୍ୟ ମହେଞ୍ଜୋଦାରୋ ଓ ହରପ୍ପାର ଭୂ- ଖନନଦ୍ଵାରା ଜଣାଯାଇଅଛି ଯେ ପ୍ରାଚୀନ ଭାରତରେ ସାୟତ୍ତଶାସନ ବ୍ୟବସ୍ଥା ଥିଲା   । ପ୍ରତ୍ୟେକ ସହରରେ ନିର୍ବାଚିତ ପୌର ପରିଷଦ ଥିଲା   ।

ଆଦର୍ଶ ପ୍ରଶ୍ନାବଳୀ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ

  1. ସ୍ଥାନୀୟ ସ୍ୱାୟତ୍ତ ଶାସନର ଅର୍ଥ କଣ  ? ଏହାର ଅର୍ଥ ଦର୍ଶାଅ
  2. ଭାରତରେ ସ୍ୱାୟତ୍ତ ଶାସନ ସଂସ୍ଥାର ଉନ୍ନତି ବିଷୟରେ ଆଲୋଚନା କର
  3. ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଇତିହାସ ଦର୍ଶାଅ
  4. ପ୍ରାଚୀନ ଭାରତରେ ସ୍ୱାୟତ୍ତ ଶାସନ ବିଷୟର ଆଲୋଚନା କର
  5. ଭାରତୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପରମ୍ପରା ବିଷୟ ତର୍ଜମା କର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ

  1. ସ୍ୱାୟତ୍ତ ଶାସନ କଣ
  2. ସ୍ଵାୟତ୍ତ ଶାସନର ଇତିହାସ କଣ
  3. ଭାରତରେ ସ୍ୱାୟତ୍ତ ଶାସନ ସଂସ୍ଥା ବିକାଶ ସମ୍ପର୍କରେ ତୁମେ କଣ ଜାଣ
  4. ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ଭାରତୀୟ ପରମ୍ପରା କଣ
ଭାରତରେ କେଉଁ ସମୟରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପୂର୍ଣ୍ଣ ରୂପ ପ୍ରାପ୍ତ ହେବ   ।

ସଂଗୃହିତ :- ଡକ୍ତର  ବାସୁଦେବ ଦାସ

Last Modified : 7/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate