অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକାରିତା

ନିୟମିତ ବୈଠକ କରିବା

ସ୍ଵୟଂ ସହାୟକ ଗୋଷ୍ଠୀର ବୈଠକ ସଦସ୍ୟାମାନଙ୍କର ସୁବିଧା ଅନୁସାରେ ନିର୍ଦ୍ଧାରିତ ଦିବସ, ସମୟ ଓ ସ୍ଥାନରେ ଅନୁଷ୍ଠିତ ହେବ  । ସମସ୍ତ ସଦସ୍ୟା ନିର୍ଦ୍ଧାରିତ ତାରିଖ, ସମୟ ଓ ସ୍ଥାନରେ ଉପସ୍ଥିତ ରହିବେ  । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ବୈଠକର ନିର୍ଦ୍ଧାରିତ ସମୟର ୫ ମିନିଟ୍ ପୂର୍ବରୁ ବୈଠକ ସ୍ଥାନରେ ଉପସ୍ଥିତ ରହିବେ  । ଉକ୍ତ ବୈଠକରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସ୍ଵୟଂସହାୟକ ଗୋଷ୍ଠୀର ଆବଶ୍ୟକତା ଏବଂ ଗୁରୁତ୍ଵ, ଉଦ୍ଦେଶ୍ୟ, ସ୍ଵୟଂ ସହାୟକ ଗୋଷ୍ଠୀର ବିଭିନ୍ନ କାରଜ୍ୟକରମ ଯଥା – ନିୟମିତ ବୈଠକ, ନିୟମିତ ଋଣ ପ୍ରଦାନ, ନିୟମିତ ଋଣ ପରିଶୋଧ, ସ୍ଵୟଂ ସହାୟକ ଗୋଷ୍ଠୀଦ୍ଵାରା ପ୍ରସ୍ତୁତ ଦ୍ରବ୍ୟର ବିକ୍ରୟ ଏବଂ ଖାତାପତ୍ର ଲେଖିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିବା  ।

ସଞ୍ଚୟ

ସମସ୍ତ ସଦସ୍ୟା ସଞ୍ଚୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ  । ସଞ୍ଚୟ ରାଶି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ଆବଶ୍ୟକତା ସମୟରେ ଭବିଷ୍ୟତରେ ସାହାଯ୍ୟରେ ଆସିବ ଏବଂ ତା’ ସହିତ ଗୋଷ୍ଠୀର ନିଜସ୍ଵ ପାଣ୍ଠି ମଧ୍ୟ ବୃଦ୍ଧି ହେବ  । ସଦସ୍ୟାମାନଙ୍କ ସାମର୍ଥ୍ୟ ଅନୁଯାୟୀ ସଞ୍ଚୟର ପରିମାଣ ଗୋଷ୍ଠୀର ବୈଠକରେ ସ୍ଥିର କରାଯିବ  । ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବୈଠକରେ ସଞ୍ଚୟ ରାଶି ଜମା କରିବେ  । ଗୋଷ୍ଠୀର ପାଣ୍ଠି ବୃଦ୍ଧି ନିମନ୍ତେ ସମସ୍ତ ସଦସ୍ୟା ନିୟମିତ ସଞ୍ଚୟ କରିବେ  । ଉକ୍ତ ସଞ୍ଚୟ ରାଶି ଗୋଷ୍ଠୀର ଅନ୍ତଃଋଣ, ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଏବଂ ସଦସ୍ୟାଙ୍କ ଜରୁରୀ ପରିସ୍ଥିତିରେ ଆବଶ୍ୟକତା ପୂରଣ ନିମନ୍ତେ ବ୍ୟବହାର କରାଯିବ  ।

(ସଭିଏଁ ହୋଇଲେ ଆମେ ଏକାଠି, ବଢିବ ଆମର ସଞ୍ଚୟ ପାଣ୍ଠି)

ଋଣ ପରିଚାଳନା

ଗୋଷ୍ଠୀରେ ଜମା କରାଯାଇଥିବା ପାଣ୍ଠିକୁ ସଦସ୍ୟାମାନେ ବିଭିନ୍ନ ସାମାଜିକ ଓ ଆର୍ଥିକ କାର୍ଯ୍ୟକ୍ରମ କରିବା ନିମନ୍ତେ ଋଣ ଭାବରେ ବ୍ୟବହାର କରିପାରିବେ  । ସ୍ଵୟଂ ସହାୟକ ଗୋଷ୍ଠୀ ବୈଠକରେ ସଦସ୍ୟାଙ୍କ ଆବଶ୍ୟକତାର ଗୁରୁତ୍ଵକୁ ବିଚାରକରି କେଉଁ ସଦସ୍ୟାଙ୍କୁ ଋଣ ପ୍ରଦାନ କରାଯିବ, ତାହା ସମସ୍ତ ସଦସ୍ୟାଙ୍କ ସହମତିରେ ନିଷ୍ପତ୍ତି ନିଆଯିବ  । ସମସ୍ତ ସଦସ୍ୟା ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ କରିବା, କ୍ଷୁଦ୍ର ଉଦ୍ୟୋଗ ଏବଂ  ସାମାଜିକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଗୋଷ୍ଠୀରୁ ଋଣ ନେଇପାରିବେ  ।

ଖାତା ପତ୍ର ଲେଖିବା / ପରିଚାଳନା

ସ୍ଵୟଂ ସହାୟକ ଗୋଷ୍ଠୀରେ ଗୁରୁତ୍ଵପୂର୍ଣ୍ଣ ଖାତାପତ୍ର ରଖାଯିବ  । ଏହି ଖାତାପତ୍ର ଗୁଡିକରେ ଆର୍ଥିକ ଦେଶ ନେଣ ଏବଂ ପ୍ରଶାସନ ସମ୍ବନ୍ଧୀୟ ବିବରଣୀ ଲେଖାଯିବ  । ଉକ୍ତ ଖାତାପତ୍ରଗୁଡିକ ଗୋଷ୍ଠୀ ନିମନ୍ତେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ଉକ୍ତ ଖାତା ପତ୍ର ସହାୟତାରେ ଗୋଷ୍ଠୀର ଆର୍ଥିକ ଦେଣନେଣ ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ଜାଣିହେବ ଏବଂ ଗୋଷ୍ଠୀର ବିକାଶ ସମ୍ପର୍କରେ ଜାନାପଡିବ  । ଏହା ଗୋଷ୍ଠୀରେ ସଦସ୍ୟାମାନଙ୍କର ବିଶ୍ଵାସକୁ ଦୃଢୀଭୂତ କରିବାରେ ସାହାଯ୍ୟ କରିଥାଏ ଏବଂ ଗୋଷ୍ଠୀର ଗୁରୁତ୍ଵ ବୃଦ୍ଧିରେ ସହାୟକ ହୋଇଥାଏ  ।

ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ କରିବା

ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରିବା ନିମନ୍ତେ ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ସ୍ଵୟଂ ସହାୟକ ଗୋଷ୍ଠୀ କ୍ଷୁଦ୍ର / ଛୋଟ ବ୍ୟବସାୟ ଆରମ୍ଭ କରିବା ଉଚିତ୍ ଏବଂ ଗୋଷ୍ଠୀର ସଦସ୍ୟାମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ଉତ୍ସାହିତ କରିବା ଆବଶ୍ୟକ  । ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ବ୍ୟବସାୟିକ କାର୍ଯ୍ୟକ୍ରମ ବ୍ୟକ୍ତିଗତ କିମ୍ବା ଦଳଗତ ଭାବରେ ସମସ୍ତ ସଦସ୍ୟାଙ୍କୁ ନେଇ ମିଳିତ ଭାବରେ କରିପାରିବେ  । ଗୋଷ୍ଠୀର ସଦସ୍ୟାମାନେ ନିଜର ପସନ୍ଦ ଅନୁସାରେ କେଉଁ କାର୍ଯ୍ୟକ୍ରମ କରିବେ ତାହା ସ୍ଥିର କରିବେ  ।

ସଂଯୋଗୀକରଣ / ସମନ୍ଵୟ

ସ୍ଵୟଂ ସହାୟକ ଗୋଷ୍ଠୀର ସ୍ଥାୟିତ୍ଵ ପାଇଁ ବିଭିନ୍ନ ସୂତ୍ରରୁ ସମ୍ବଳ / ଅର୍ଥ ଯୋଗାଡ କରିବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ବିଭିନ୍ନ ଗୋଷ୍ଠୀ ଏବଂ ଅନୁଷ୍ଠାନ ଯଥା ବ୍ୟାଙ୍କ, ପୋଷ୍ଟ ଅଫିସ୍ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ଵୟ ଏବଂ ସୁସମ୍ପର୍କ ସ୍ଥାପନ କରିବେ  ।

ସରକାରୀ ଯୋଜନାରେ ସମ୍ପୃକ୍ତି

ସ୍ଵୟଂ ସହାୟକ ଗୋଷ୍ଠୀର ଆର୍ଥିକ ସ୍ଥିତି ସୁଦୃଢ କରିବା ସହିତ ଦଳର ନିଜସ୍ଵ ପାଣ୍ଠି ବୃଦ୍ଧି ଓ ସ୍ଥାୟିତ୍ଵ ନିମନ୍ତେ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ସରକାରୀ ଯୋଜନାରେ ସ୍ଵୟଂ ସହାୟକ ଗୋଷ୍ଠୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଆବଶ୍ୟକ  । ବିଭିନ୍ନ ସରକାରୀ ଯୋଜନା / କାର୍ଯ୍ୟକ୍ରମ ଯଥା – ଗ୍ୟାସ ଡିଲରସିପ୍, ମାଛଚାଷ ନିମନ୍ତେ ଗ୍ରାମପଞ୍ଚାୟତ ପୋଖରୀ ଲିଜ୍, କୁକୁଡା ପାଳନ, ଛେଳି ପାଳନ, ଫୁଲଚାଷ, ପନିପରିବା ଚାଷ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ, ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ବଣ୍ଟନ, କ୍ଷୁଦ୍ର / ଛୋଟ ବ୍ୟବସାୟ ଇତ୍ୟାଦି  ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଓ ଦକ୍ଷତା ବୃଦ୍ଧି

ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ତାଲିମ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଭିନ୍ନ ବିଭାଗ / ଅନୁଷ୍ଠାନଗୁଡିକର ବିଭିନ୍ନ  ପ୍ରଶିକ୍ଷଣ / ସଚେତନତା କାର୍ଯ୍ୟକ୍ରମ ଏବଂ ସଫଳ ଗୋଷ୍ଠୀ ନିକଟକୁ ପରିଭ୍ରମଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବେ  ସମସ୍ତ ସଦସ୍ୟାଙ୍କୁ ସଚେତନ / ଅନୁପ୍ରାଣିତ କରିବା ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ବିଭିନ୍ନ ତାଲିମ୍, ସଚେତନତା କାର୍ଯ୍ୟକ୍ରମ ନିଜ ସ୍ତରରେ ଆୟୋଜନ କରିବେ  ।

ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ

ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରାମ ସ୍ତରରେ ମିଳିତ ଭାବରେ ବିଭିନ୍ନ ଉନ୍ନୟନ / ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀର ବିଭିନ୍ନ ଭିତ୍ତିଭୂମିର ସୁପରିଚାଳନା ନିମନ୍ତେ ପ୍ରୟାସ କରିବେ  । ଏହି ପ୍ରକାର କାର୍ଯ୍ୟକ୍ରମରେ ସମ୍ପୃକ୍ତି ରହିବା ଫଳରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିବା ସହିତ ଗ୍ରାମରେ ସ୍ଵୟଂ ସହାୟକ ଗୋଷ୍ଠୀର ଉପସ୍ଥିତି ଉପଲବ୍ଧି କରିବାରେ ସକ୍ଷଣ ହୋଇପାରିବେ ଏବଂ ଗ୍ରାମରେ ସମସ୍ତଙ୍କର ଆସ୍ଥାଭାଜନ ହୋଇପାରିବେ  ।

ସାମାଜିକ କାର୍ଯ୍ୟକ୍ରମ

ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ବିଭିନ୍ନ ସାମାଜିକ ସମସ୍ୟା ଯଥା – ବାଲ୍ୟବିବାହ, ଯୌତୁକ ପ୍ରଥା, କୁସଂସ୍କାର ଓ ଅନ୍ଧବିଶ୍ଵାସ, କନ୍ୟା ଭ୍ରୁଣହତ୍ୟା, ମଦ ବିରୋଧୀ ଆନ୍ଦୋଳନ, ମାନବ ଚାଲାଣ, ସ୍ୱାସ୍ଥ୍ୟ, ପୁଷ୍ଟି ଓ ପରିମଳ ଜନିତ ସମସ୍ୟା ସମ୍ପର୍କରେ ସଚେତନ ହେବେ ଏବଂ ଏହାର ସମାଧାନ ନିମନ୍ତେ ସଦସ୍ୟାମାନେ ମିଳିତ ଭାବରେ ସକ୍ରିୟ ଅଂଶଗ୍ରହଣ କରିବେ  ।

ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ

Last Modified : 1/18/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate