অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ଵୟଂ ସହାୟକ ଗୋଷ୍ଠୀର ରେକର୍ଡ ରେଜିଷ୍ଟର

ରେକର୍ଡ ରେଜିଷ୍ଟର

ସ୍ଵୟଂ ସହାୟକ ଗୋଷ୍ଠୀରେ ରେକର୍ଡ ଏବଂ ରେଜିଷ୍ଟର ଲେଖିବା ପ୍ରକ୍ରିୟା ସରଳ ହେବା ଆବଶ୍ୟକ  । ଗୋଷ୍ଠୀର ଖାତା ପତ୍ର ସମ୍ପାଦିକା, କୋଷାଧ୍ୟକ୍ଷ କିମ୍ବା ମହାସଂଘର ସଦସ୍ୟାଙ୍କ ଦ୍ଵାରା ପୂରଣ କରାଯିବ  ।

ରେକର୍ଡ ଏବଂ ରେଜିଷ୍ଟର ନିୟମିତ ଭାବରେ ପୂରଣ କରି ରଖିବା ସ୍ଵୟଂ ସହାୟକ ଗୋଷ୍ଠୀର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ  । ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ଆର୍ଥିକ କାରବାର ଏବଂ ପ୍ରଗତି ଜାଣିବା ନିମନ୍ତେ ରେକର୍ଡ ରେଜିଷ୍ଟର ନିୟମିତ ଲେଖିବା ଅତ୍ୟନ୍ତ ଆବଶ୍ୟକ  । ଖାତା ପତ୍ର ନିୟମିତ ଭାବରେ ଲେଖାଯିବା ଆବଶ୍ୟକ  । ଆର୍ଥିକ କାରବାର କରାଯାଇଥିବା ଦିନରେ ହିଁ ରେକର୍ଡ / ରେଜିଷ୍ଟର ଲେଖିଦେବା ସ୍ଵୟଂ ସହାୟକ ଗୋଷ୍ଠୀର ସବୁଠାରୁ ଭଲ ନିୟମ  । ସ୍ଵୟଂ ସହାୟକ ଗୋଷ୍ଠୀରେ ନିମ୍ନଲିଖିତ କାର୍ଯ୍ୟକ୍ରମର ରେକର୍ଡ / ରେଜିଷ୍ଟର ଲେଖାଯିବା ଆବଶ୍ୟକ  ।

ବ୍ୟକ୍ତିଗତ ଜମାଖାତା

ଏହି ଖାତାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ବ୍ୟକ୍ତିଗତ ସମସ୍ତ ଆର୍ଥିକ କାରବାର ଲେଖାଯିବ  । ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କୁ ଏକ ବ୍ୟକ୍ତିଗତ ଜମାଖାତା ପ୍ରଦାନ କରାଯିବ  । ଏଥିରେ ୧) ବ୍ୟକ୍ତିଙ୍କର ନାମ, ୨) ସଞ୍ଚୟ ତାରିଖ, ୩) ସଞ୍ଚୟ ଉଠାନ ତାରିଖ, (୪) ବଳକା ଅର୍ଥରାଶି ଏବଂ ଜମା ହୋଇଥିବା ଲାଭାଂଶ (ସୁଧ) ର ମାତ୍ରା ଲେଖାଯିବା ଆବଶ୍ୟକ  । ସାଧାରଣତଃ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଦେଣନେଣ (ସଞ୍ଚୟ / ଋଣ) କାରବାରରେ ସଙ୍ଗେ ସଙ୍ଗେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବ୍ୟକ୍ତିଗତ ଜମାଖାତାରେ ଲେଖିବେ  । ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସ୍ଥିର କରାଯାଇଥିବା ସଞ୍ଚୟ ରାଶି ଏବଂ ଋଣର ପରିମାଣ ବ୍ୟକ୍ତିଗତ ଖାତାରେ ଲେଖି ସଦସ୍ୟାଙ୍କୁ ପ୍ରଦାନ କରାଯିବ  । ସ୍ଵୟଂ ସହାୟକ ଗୋଷ୍ଠୀର ନିର୍ଦ୍ଧିଷ୍ଟ ଅର୍ଥ ରାଶି ଆଦାୟ ପରେ  ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ସଞ୍ଚୟ ଖାତା ପୂରଣ କରାଯିବ ଏବଂ ସମ୍ପାଦକ ସ୍ଵୟଂ ସହାୟକ ଗୋଷ୍ଠୀର ସଞ୍ଚୟ ପରିମାଣ ସମସ୍ତଙ୍କୁ ଅବଗତ କରାଇବେ  ।

ବୈଠକ ବିବରଣୀ

ଉକ୍ତ ରେକର୍ଡରେ ସ୍ଵୟଂ ସହାୟକ ଗୋଷ୍ଠୀର ଆୟୋଜନ କରାଯାଇଥିବା ସମସ୍ତ ବୈଠକର ବିବରଣୀ (ଆଲୋଚନା କରାଯାଇଥିବା ବିଷୟ) ସହିତ ସଦସ୍ୟାମାନଙ୍କ ଉପସ୍ଥାନ ଲିପିବଦ୍ଧ କରାଯିବ  । ଗୋଷ୍ଠୀରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକ ମଧ୍ୟ ବୈଠକ ବିବରଣୀ ଖାତାରେ ଲେଖାଯିବ  ।

ସଞ୍ଚୟ ଜମାଖାତା

ଏହି ଖାତାରେ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟାଙ୍କ ସଞ୍ଚୟ ବିବରଣୀ ଲେଖାଯିବ  । ଏହି ରେଜିଷ୍ଟରରେ ସଦସ୍ୟାଙ୍କର ସଞ୍ଚୟ ବିବରଣୀ ପୃଥକ / ଅଲଗା ଭାବରେ ଲେଖାଯିବ  । ଏହି ରେଜିଷ୍ଟର ନିୟମିତ ଭାବରେ ଲେଖାଯିବା ଆବଶ୍ୟକ  ।

ଋଣ (ଦେଣନେଣ)

ଏହି ରେଜିଷ୍ଟରରେ ସଦସ୍ୟାମାନଙ୍କୁ ପ୍ରଦାନ କରାଯାଇଥିବା ଋଣର ତଥ୍ୟ ଉଲ୍ଲେଖ କରାଯିବ  । ଏହି ରେଜିଷ୍ଟରରେ ଋଣର ପରିମାଣ, ପରିଶୋଧ କରାଯାଇଥିବା ଋଣର ପରିମାଣ ଏବଂ ସଦସ୍ୟାଙ୍କଠାରୁ ଆଦାୟ କରାଯାଇଥିବା ସୁଧର ପରିମାଣ ଲେଖାଯିବ  ।

ସ୍ଵୟଂ ସହାୟକ ଗୋଷ୍ଠୀରେ ନିମ୍ନଲିଖିତ ରେକର୍ଡ / ରେଜିଷ୍ଟର ରଖାଯିବ

  1. ବୈଠକ ଖାତା
  2. ସଦସ୍ୟାଙ୍କର ଉପସ୍ଥାନ ଖାତା
  3. ସଞ୍ଚୟ ଜମା ଖାତା
  4. ଋଣ ଖାତା
  5. ମାସିକ ଆଦାନ / ପ୍ରଦାନ ଖାତା
  6. କ୍ୟାସ ବୁକ୍ (ରେକର୍ଡ ବହି) (ଆର୍ଥିକ ଦେଣନେଣ ହିସାବ ବହି)

ଏହି ରେକର୍ଡ ରେଜିଷ୍ଟର ନିୟମିତ ଭାବରେ ଲେଖାଯିବା ଆବଶ୍ୟକ  । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା ସମସ୍ତ ରେଜିଷ୍ଟର ସଠିକ ଭାବରେ ଏବଂ ନିୟମିତ ଭାବରେ ଲେଖାଯିବା ଆବଶ୍ୟକ  ।

ଆଧାର – ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ବିଭାଗ

Last Modified : 9/1/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate