অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟ ସହାୟିକା ତାଲିମ (ଆମ ସ୍ୱାସ୍ଥ୍ୟ)

ସ୍ୱାସ୍ଥ୍ୟ ସହାୟିକା ତାଲିମ (ଆମ ସ୍ୱାସ୍ଥ୍ୟ)

ସ୍ୱାସ୍ଥ୍ୟ କ’ଣ

ଜଣେ ବ୍ୟକ୍ତିର “ସମ୍ପୂର୍ଣ ଶାରୀରିକ,ମାନସିକ ଏବଂ ସାମାଜିକ ସମୃଦ୍ଧି ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ ।ଏହା କେବଳ ରୋଗର ଅନୁପସ୍ଥିତି ଏବଂ ଦୁର୍ବଳତାଶୂନ୍ୟ ଅବସ୍ଥାକୁ ବୁଝାଏ ନାହିଁ । ଆଧ୍ୟାତ୍ମିକ ସ୍ଵଛନ୍ଦତା ମଧ୍ୟ ସ୍ୱାସ୍ଥ୍ୟର ଏକ ମୌଳିକ ଉପାଦାନ। ଉତ୍ତମ ସ୍ୱାସ୍ଥ୍ୟ ରହିଥିଲେ ଜଣେ ବ୍ୟକ୍ତି ଉପାର୍ଜନକ୍ଷମ ହୋଇ ଉତ୍ତମ ସାମାଜିକ ଜୀବନ ବିତାଇ ପାରିବ ।

ପ୍ରାଥମିକ ସ୍ଵାସ୍ଥ୍ୟସେବା  କ’ଣ

ଏହା ଏକ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯାହାକି ସାର୍ବଜନୀନ ଭାବେ ଗୋଷ୍ଠୀର ସମସ୍ତ ବ୍ୟକ୍ତି ଓ ପରିବାରଙ୍କ ପାଇଁ ଉପଲବ୍ଧ ଥିବ ,ଗୋଷ୍ଠୀର ସମ୍ପୂର୍ଣ ସହଭାଗିତାରେ କରାଯାଉଥିବ ଏବଂ ପ୍ରତ୍ୟେକ ସ୍ତରରେ ଏଗୁଡ଼ିକର ଉନ୍ନତି ନିମନ୍ତେ ପଦ୍ଧପରିକର ହୋଇ ଗୋଷ୍ଠୀ ଏବଂ ଦେଶ ଏଥିପାଇଁ ବିନିଯୋଗ କରିପାରୁଥିବେ ।

ପ୍ରାଥମିକ ସ୍ୱାସ୍ଥ୍ୟସେବାର କେଉଁ ସବୁ ସୁବିଧା ରହିଥିବା ଦରକାର:

  • ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଏବଂ ସେଗୁଡିକର ପ୍ରତିରୋଧ ବିଷୟରେ ଶିକ୍ଷାଦେବା ଓ ନିୟନ୍ତ୍ରଣ କରିବାର ଉପାୟ ବତାଇବା।
  • ଖାଦ୍ୟ ଓ ପୁଷ୍ଟି ଯୋଗାଣରେ ଉନ୍ନତି ଆଣିବା
  • ବିଶୁଦ୍ଧ ଜଳଯୋଗାଣ ଏବଂ ମୌଳିକ ପରିମଳ ବ୍ୟବସ୍ଥା
  • ସଂକ୍ରାମକ ରୋଗ ନିମନ୍ତେ ଟୀକାକରଣ
  • ସ୍ଥାନୀୟ ଅଞ୍ଚଳରେ ହେଉଥିବା ରୋଗଗୁଡିକର ପ୍ରତିଷେଧକ ଓ ପ୍ରତିରୋଧ ବ୍ୟବସ୍ଥା
  • ସାଧାରଣ ରୋଗ ଏବଂ କ୍ଷତର ଉପଯୁକ୍ତ ଚିକିସ୍ସା ଏବଂ
ଅତ୍ୟାବଶୀକୀୟ ଔଷଧ ଯୋଗାଣ ବ୍ୟବସ୍ଥା

ଆଧାର : ପୋର୍ଟାଲ  ଟିମ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate