ହୋମ / ସମାଜ କଲ୍ୟାଣ / ସ୍ଵୟଂ ସହାୟକ ଗୋଷ୍ଠୀ / ସ୍ୱାସ୍ଥ୍ୟ ସହାୟିକା ପାଇଁ ତାଲିମ / ସ୍ୱାସ୍ଥ୍ୟ ସହାୟିକା ତାଲିମ(ଗର୍ଭାବସ୍ଥା ର ଯତ୍ନ)
ସେଆର କରନ୍ତୁ

ସ୍ୱାସ୍ଥ୍ୟ ସହାୟିକା ତାଲିମ(ଗର୍ଭାବସ୍ଥା ର ଯତ୍ନ)

ଗର୍ଭାବସ୍ଥା ର ଯତ୍ନ ର ସୂଚନା

ସଫଳ ମାତୃତ୍ଵ ପାଇଁ କ’ଣ ସବୁ ଆବଶ୍ୟକ ତାହା ଜାଣିବା

ଗର୍ଭାବସ୍ଥାରେ ପ୍ରସବ ସମୟରେ ଓ ପ୍ରସବ ପରେ ମା’ର ଯତ୍ନ ଆବଶ୍ୟକ ।ଏ ବିଷୟରେ କିଛି ତଥ୍ୟ ଜାଣି ରଖନ୍ତୁ । ମା’ ହେବାଠାରୁ ବଳି ସୁଖର କଥା ଆଉ କଣ ଥାଇପାରେ । ଆମ ସମାଜରେ ଯଦି ଜଣେ ମହିଳା ମାତୃତ୍ଵ ଲାଭକରେ ତେବେ ସେ ସଂସାରର ସବୁକିଛି ଫାଇଲ ଭଳି ମାନେକରେ । ତେବେ  ଏହି ମହିଳାମାନଙ୍କର ପ୍ରକୃତ ଯତ୍ନ କିପରି ନେବା ଯାହାକି ଗର୍ଭାଧନ,ପ୍ରସବ ପରବର୍ତ୍ତୀ ସମୟର ବିପଦଗୁଡିକୁ ଏଡାଇ ଦେଇ ପାରିବ । ଏବେ ଆସନ୍ତୁ ମା’ ଓ ଶିଶୁଙ୍କ ମଙ୍ଗଳ ନିମନ୍ତେ କେତୋଟି ପ୍ରଧାନ ବିଷୟ ଉପରେ ଆଲୋଚନା କରିବା  ।

ସଫଳ ମାତୃତ୍ଵ ନିମନ୍ତେ କେତେକ କର୍ତ୍ତବ୍ୟ

  • ଗର୍ଭସଞ୍ଚାର ହୋଇଛି ବୋଲି-ପରୀକ୍ଷାରୁ ଜଣାପଡିଲେ ସଙ୍ଗେ ସଙ୍ଗେ ଗର୍ଭର ପଞ୍ଜିକରଣ କରନ୍ତୁ ।ଏହା ଗର୍ଭ ର ପ୍ରଥମ ତିନିମାସ ମଧ୍ୟରେ ହେବା ଦରକାର ।
  • ଅତି କମ ରେ ତିନିଥର ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।

ପରୀକ୍ଷା ଗର୍ଭର ପଞ୍ଜିକରଣ ପରେ

  • ୧୨ ସପ୍ତାହରୁ ୨୦ ସପ୍ତାହ ଭିତରେ ପ୍ରଥମ ଥର ।
  • ୨୦ ରୁ ୨୮ ସପ୍ତାହ ୨ୟ ଥର
  • ୩୦ ରୁ ୩୬ ସପ୍ତାହ ଭିତରେ ୩ ୟ ଥର ।
  • ପରୀକ୍ଷା ଯେ କେବଳ ତିନିଥର ହେବ  ତା ନୁହେଁ, ଯଦି ଗର୍ଭବତୀଙ୍କର ଅନ୍ୟ କୌଣସି ଅସୁବିଧା ରହିଛି, ଡାକ୍ତରଙ୍କର କହିବା ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।
  • ଦୁଇଥର ଟିଟାନସ ଟକ୍ସଏଡ (ଟି.ଟି.) ଇଂଜେକସନ ନିଅନ୍ତୁ ।
  • ପ୍ରଥମ ଟି.ଟି. ନେବାର ଠିକ ଏକମାସ ପରେ ଦ୍ଵିତୀୟ ଟି.ଟି. ନେବା ଦରକାର ।ଏହି ଦୁଇଟି ଟିକା ଗର୍ଭ ହେବାର ୪ ରୁ ୬ ମାସ ଭିତରେ ନେବା ଉଚିତ
  • ୧୦୦ ଟି ଆଇରନ ଫୋଲିକ(ଫଲିଫର) ବଟିକା ଖଆନ୍ତୁ(ଏହା ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ମିଳେ) ।
  • ଗର୍ଭବତୀ ସବୁପ୍ରକାର ଖାଦ୍ୟ ଖାଇବା ଦରକାର । ଖାଦ୍ୟରେ ସବୁପ୍ରକାର ଫଳ,ପନିପରିବା,ଭାତ,ରୁଟି ମୋଟା ଶସ୍ୟ ଓ ଡାଲି ରହିବା ଉଚିତ । ଏହା ସାଙ୍ଗକୁ ଅତିକମ ରେ ଏକ ଗ୍ଲାସ କ୍ଷୀର ପିଇବେ । ସାଧାରଣରେ ଦିନକୁ ୩ ଥର ପୁରାପେଟ  ଘରୋଇ ଖାଦ୍ୟ ଖାଇବା ଆବଶ୍ୟକ ।
  • ଗର୍ଭବତୀ ରାତ୍ରିରେ ୮ ଘଣ୍ଟା ଓ ଦିନରେ ୨ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ ।
  • ଗର୍ଭ ର ପ୍ରଥମ ତିନିମାସ ଓ ଶେଷ ତିନିମାସରେ କମ ପରିଶ୍ରମ କରିବେ ।

ଗର୍ଭଧାରଣ କିପରି ହୁଏ

ମନେରଖନ୍ତୁ –

ଘରେ କିମ୍ବା ସାହିପଡିଶାରେ କେହି କେହି ଭୂଲବଶତଃ ଗର୍ଭବତୀକୁ ମନ କରିପାରନ୍ତି,ଏହା କରନ୍ତୁ ନାହିଁ । ଗର୍ଭବତୀ ସବୁପ୍ରକାର ଖାଦ୍ୟ ଖାଇ ପାରିବେ ।

ବିପଦପୂର୍ଣ ଗର୍ଭ କାହାକୁ କହିବା

  • ପ୍ରଥମ ଗର୍ଭ
  • ଗର୍ଭରେ ପିଲା ଠିକ ଭାବେ ଣ ଥିଲେ
  • ମା’ ର ରକ୍ତହୀନତା ଥିଲେ
  • ମହିଳାଙ୍କ ବୟସ ୧୮ ବର୍ଷ ରୁ କମ ବ ୩୫ ବର୍ଷରୁ ଅଧିକ  ହୋଇଥିଲେ
  • ଭିନ୍ନକ୍ଷମ ମହିଳା(ବିଶେଷକରି ଯିଏ ଚଳିବାକୁ ଅକ୍ଷମ)
  • ବହୁବାର ଗର୍ଭଧାରଣ କରିଥିବା ମହିଳା
  • ଗର୍ଭରେ  ଯାଆଁଳା ଶିଶୁ ଥିଲେ
  • ପୂର୍ବରୁ ଗର୍ଭ ନଷ୍ଟ ହୋଇଥିଲେ
  • ମା’ର ଉଚ୍ଚତା ୧୪୫ ସେ.ମି.ରୁ କମ ଥିଲେ
  • ଆଗରୁ ଅସ୍ତ୍ରୋପଚାର ଦ୍ଵାରା ଶିଶୁ ଜନ୍ମ ହୋଇଥିଲେ
  • ଗର୍ଭସମୟରେ ରକ୍ତଚାପ ବା ଜଣ୍ଡିସ ଥିଲେ

ଗର୍ଭାବସ୍ଥାରେ ବିଭିନ୍ନ ବିପଦ ଓ ଏହାର ପ୍ରତିକାର

କିଶୋରୀଅବସ୍ଥାରେ ଗର୍ଭଧାରାଣ

୧୦ ରୁ ୧୯ ବର୍ଷ ବଯସକୁ କୈଶୋର ଅବସ୍ଥା କୁହାଯାଏ। ପ୍ରାୟ ୧୨-୧୩ ବର୍ଷରେ ଆମର ଝିଅମାନଙ୍କର ଋତୁସ୍ରାବା ଆରମ୍ଭ ହୋଇଥାଏ । ବିଭିନ୍ନ ପ୍ରଜନନ ଅଙ୍ଗ ଯଥା ଗର୍ଭାଶୟ ଗ୍ରୀବା ଇତ୍ୟାଦି ଏହି ସମୟରେ ପରିପକ୍ଵ ହୋଇଥାଏ । ଫଳରେ ୧୯ ବର୍ଷରୁ କମ ବୟସରେ ଗର୍ଭଧାରଣ କଲେ ବିଭିନ୍ନ ଗର୍ଭ ସମ୍ପର୍କିତ ଜଟିଳତା ଯଥା ଶିଶୁ ଜନ୍ମ ହୋଇ ଣ ପାରିବ, ଶିଶୁ ଠିକ ଭାବେ ଣ ବଢିବା,ମା’ର ରକ୍ତ ହୀନତା ଇତ୍ୟାଦି ଦେଖାଦେଇଥାଏ । ତେଣୁ କିଶୋରୀ ଅବସ୍ଥାରେ ଗର୍ଭଧାରଣ ମାତୃମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ ।

ବାରମ୍ବାର ଗର୍ଭଧାରଣ:

ଜଣେ ମା’ ବାରମ୍ବାର ଏବଂ କମ ବ୍ୟବଧାନରେ ଗର୍ଭଧାରଣ କରିବା ହେତୁ,ତାଙ୍କ ଶରୀରରୁ ଶକ୍ତି କ୍ଷୟ ହୋଇଥାଏ,ଫଳରେ ସେ ରକ୍ତହୀନତା ଭୋଗିବା ସହିତ ଅନେକ ରୋଗର ଶିକାର ହୁଅନ୍ତି । ନିଜେ ଅସୁସ୍ଥ ରହିବା ହେତୁ,ତାଙ୍କ ଶରୀରରୁ ଶକ୍ତି କ୍ଷୟ ହୋଇଥାଏ, ଫଳରେ ସେ ରକ୍ତହୀନତା ଭୋଗିବା ସହିତ ଅନେକ ରୋଗର ଶିକାର ହୁଅନ୍ତି । ନିଜେ ଅସୁସ୍ଥ ରହିବା ହେତୁ ଶିଶୁର ମଧ୍ୟ ସ୍ୱାସ୍ଥ୍ୟହାନୀ ଘଟି ଥାଏ ।

ପୁଷ୍ଟି ହୀନତା ଓ ଗର୍ଭଧାରଣ:

ମା’ ପୁଷ୍ଟିହୀନ ଥିଲେ ଗର୍ଭସ୍ଥ ଭ୍ରୁଣ ଭଲଭାବେ ବଢିପାରେ ନାହିଁ,ଫଳରେ ଶିଶୁଟି କମ ଓଜନ ହୋଇ ଜନ୍ମ ହୁଏ । ଏହି ପ୍ରକାର ଶିଶୁମାନେ ରୋଗରେ ଅଧିକ ଆକ୍ରାନ୍ତ ହୋଇଥାନ୍ତି ଏବଂ ମା’ ମଧ୍ୟ ଶିଶୁକୁ ଲାଳନପାଳନ କରିବା ଓ ସ୍ତନ୍ୟପାନ କରାଇବାରେ ବିଫଳ ହୋଇଥାଏ ।

ଅସୁରକ୍ଷିତ ଗର୍ଭପାତ :

ଅନେକ କ୍ଷେତ୍ରରେ ମହିଳାମାନେ ଉପଯୁକ୍ତ ତଥା କୁଶଳୀ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରେ ଗର୍ଭପାତ କରାଇଥାନ୍ତି । ଫଳରେ ଗର୍ଭାଶୟରେ କ୍ଷତ ଏବଂ ଅନ୍ୟ ଜଟିଳତା ସୃଷ୍ଟି ହୋଇ ମା’ର ମୃତ୍ୟୁ ହୋଇଥାଏ ।

ଜରୁରୀକାଳିନ  ସ୍ୱାସ୍ଥ୍ୟସେବା ନ ମିଳିବା: ଅନେକ କ୍ଷେତ୍ରରେ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ନିହାତି ଗୁରୁତ୍ବପୂର୍ଣ । ଏହା ଉପଯୁକ୍ତ ସମୟରେ ଉପଯୋଗ ହୋଇପାରିଲେ ଏହି ମାତୃମୃତ୍ୟୁ କୁ ଅନେକାଂଶରେ ରୋକାଯାଇପାରିବ ।

ଗର୍ଭସମୟରେ ବିଭିନ୍ନ ଅସୁବିଧା

ପ୍ରାକ ଏକ୍ଲାମ୍ପସିଆ ଓ ଏକ୍ଲାମ୍ପସିଆ:

ଏଥିରେ ରକ୍ତଚାପ ବୃଦ୍ଧି,ପାଦ,ହାତ ଏବଂ ମୁହଁ ଫୁଲିବା, ପରିଶ୍ରାରେ ଆଲବୁମିନ ଯିବା,ବାତ ମାରିବା ଇତ୍ୟାଦି ଦେଖାଯାଇଥାଏ । ଏପରି ଲକ୍ଷଣ ଦେଖିବାକୁ ପାଇଲେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇଯିବା ଆବଶ୍ୟକ ।

ପ୍ରସବର ଜ୍ଵର: ଯୌନାଙ୍ଗ ସଂକ୍ରମଣ ହେତୁ ଏହି ଜ୍ଵର ହୋଇଥାଏ । ଏହା ଦ୍ଵାରା ବସ୍ତିକୋଟରେ (ପେଲଭିକ) ଯନ୍ତ୍ରଣା ହୁଏ । ଦେହର ଉତ୍ତାପ ୩୮.୫ ଡିଗ୍ରୀ ସେଣ୍ଟିଗ୍ରେଡ ରୁହେ । ଯୋନିସ୍ରାବ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ଏହାର କାରଣ ମୁଖ୍ୟତଃ ଦୁର୍ବଳ ସ୍ୱାସ୍ଥ୍ୟରକ୍ଷା,ଜନ୍ମ ନଳୀରେ ସଂକ୍ରମଣ,ରକ୍ତହୀନତା,ଅଧିକ ସମୟ ଗର୍ଭକଷ୍ଟ,ବାରମ୍ବାର ଯୋନିପରୀକ୍ଷା,ଯୌନ ସଂଚାରିତ ରୋଗ,ଇତ୍ୟାଦି  ଅଟେ ।

ଦୀର୍ଘସମୟ ପ୍ରସବ ବେଦନା ଲାଗି ରହିବା :

ଜରାୟୁ ର ସଂକୋଚନ ସତ୍ତ୍ୱେ ଶିଶୁ ବାହାରକୁ ନ ଆସି ଏହାର ଉଚିତ ମୁକାବିଲା କରାଯାଇପାରିବ । ଏହାର ପ୍ରମୁଖ କାରଣ ହେଲା ମା ଗର୍ଭରେ ପିଲାର ଅସ୍ଵାଭାବିକ ସ୍ଥିତି ବା ମା’ର ଉଚ୍ଚତା କମ ହେବା ।

ଜରାୟୁ ବାହାରେ ଗର୍ଭଧାରଣ :

କେତେକ କ୍ଷେତ୍ରରେ ଗର୍ଭ ସଂଚାର ଜରାୟୁରେ ନ ହୋଇ ଏହା ଡିମ୍ବବାହିନଳୀରେ ହୋଇଥାଏ, ଫଳରେ ଭ୍ରୁଣଟି ଠିକରେ  ବିକାଶଲାଭ କରିବା କଷ୍ଟକର ହୋଇଥାଏ । ଯାହା ଆଗରୁ ଚିହ୍ନଟ ନହେଲେ ଡିମ୍ବବାହୀ ନଳୀ ଫାଟିଯାଇ ମା’ ଜୀବନ ବିପଦପୂର୍ଣ ହୋଇଥାଏ ।

ମଧୁମେହ :

ଗର୍ଭସମୟରେ ମଧୁମେହ ଦେଖାଦେଇପାରେ । ଏହାର ଲକ୍ଷଣ ସ୍ଵରୂପ ଅଧିକ ଭୋକ ଓ ଶୋଷ ଲାଗିବା, ହାଲିଆ ଲାଗିବା ଏବଂ ଅଧିକଥର ପରିସ୍ରା ଇତ୍ୟାଦି ଅଟେ । ଆଗରୁ ଏହା  ଥିଲେ ରକ୍ତରେ ଶର୍କରା ପରିମାଣରେ ସମତା ଆଣିବା ପାଇଁ ଚିକିସ୍ଛା କରାଇବା ଦରକାର ।

ଯୌନସଂଚାରିତ ରୋଗ : କୌଣସି ମହିଳା ଯୌନସଂଚାରିତ ରୋଗରେ ଆକ୍ରାନ୍ତ ହୋଇଥିଲେ ଏଥିରୁ ଆରୋଗ୍ୟ ନ ହେବାଯାଏଁ,ସେ ଗର୍ଭଧାରଣ କରିବା ଅନୁଚିତ,କାରଣ ଏହା ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ ଓ ଶିଶୁର ଜୀବନକୁ ବିପଦପୂର୍ଣ୍ଣ କରିଦେଇଥାଏ ।

ଉଚ୍ଚ ରକ୍ତଚାପ : ଏ ପରିସ୍ଥିତି ଉଭୟ ମା’ ଓ ପିଲା ପାଇଁ ବିପଦଜନକ ହୋଇଥାଏ ।ଶିଶୁ ଦେହରୁ ଅଧିକ ମାତ୍ରାରେ ରକ୍ତ କମିଯିବା ଦ୍ଵାରା ସେ ବିପଦର ସମ୍ମୁଖୀନ ହେବା ବା ମରିଯିବାର ସମ୍ଭାବନା ଥାଏ ।

କାମଳ ରୋଗ :

ଗର୍ଭାବସ୍ଥାରେ ଜଣ୍ଡିସ ବା କାମଳ ହେଲେ ମା’ ଦେହରୁ ରକ୍ତ କମିଯାଏ ଫଳରେ ଶିଶୁ ମା’ ପେଟରେ ବଞ୍ଚିବା କଷ୍ଟକର ହୋଇପଡେ । ଏଥି ସହିତ ମୁଣ୍ଡ ବିନ୍ଧିବା,ବାତ ମାରିବା ଦ୍ଵାରା ମା’ର ମୃତ୍ୟୁ ମଧ୍ୟ ହୋଇଥାଏ । ତେଣୁ ଜଣ୍ଡିସର ଲକ୍ଷଣ ଦେଖିବାମାତ୍ରେ ସଙ୍ଗେ ସଙ୍ଗେ ମା’କୁ ଡାକ୍ତରଖାନା ନେଇ ଚିକିସ୍ଛା କରାଇବା ଦରକାର ।

ରକ୍ତହୀନତା :

ଗର୍ଭବତୀ ମହିଳା ରକ୍ତହୀନତାରେ ଆକ୍ରାନ୍ତ ହୋଇଥିଲେ ମୁଣ୍ଡବୁଲେଇବା,ଅଧିକ ହାଲିଆ ଲାଗିବା, ଅଳ୍ପ କାମରେ ଧଇଁସଇଁ ହୋଇଯିବା ଇତ୍ୟାଦି ଦେଖା ଦେଇଥାଏ । ଏହାଦ୍ଵାରା ଗର୍ଭସ୍ଥ ଶିଶୁ ଠିକ ଭାବରେ ବଢିପାରେ ନାହିଁ । ତେଣୁ ଗର୍ଭବତୀ ମହିଳା ରକ୍ତହୀନତାରୁ ରକ୍ଷା ପାଇବା ପାଇଁ ନିୟମିତ ଲୌହଫଲିଫର ବଟିକା ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଆବଶ୍ୟକ ।

ମନେରଖନ୍ତୁ:

  • ବିପଦପୂର୍ଣ୍ଣ ଗର୍ଭ  ଏବଂ  ଗର୍ଭାବସ୍ଥାରେ ଦେଖାଯାଉଥିବା  ବିଭିନ୍ନ ବିପଦର ମୁକାବଲା ପାଇଁ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନିହାତି ଦରକାର ।
  • ଆପଣଙ୍କ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଦେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • କୌଣସି ଗର୍ଭବତୀଙ୍କର ଏପରିକିଛି ଥିଲେ ସ୍ୱାସ୍ଥ୍ୟ ସହାୟିକା ସେହି ଗର୍ଭବତ୍ତୀଙ୍କ ବିଷୟରେ ସବିଶେଷ ବିବରଣୀ ରଖନ୍ତୁ ଏବଂ ଏହା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଜଣ।ନ୍ତୁ ।

 

ପ୍ରସବ କାଳୀନ ଯତ୍ନ

ପ୍ରସବ  ଦିବସର ଯଥେଷ୍ଟ ଆଗରୁ ପ୍ରସବ କାର୍ଯ୍ୟ ଜନିତ ପୂର୍ବ ପ୍ରସ୍ତୁତି ହେବ ଦରକାର । ପ୍ରସାବ ଦିବସ ଗଣନା କରିବା

ଉପାୟ :

ଯଦି ମାନେ ଥାଏ ଗତ ଋତୁସ୍ରାବର ପ୍ରଥମ ଦିବସର ତାରିଖ ସହିତ 9 ମାସ ମିଶାନ୍ତୁ ଓ ତ’ପରେ 7 ଦିନ ମିଶାନ୍ତୁ ।

ଏଗୁଡିକ ମିଶିଯାଇ ଯାହାହେଲା ସେହି ତାରିଖ (ଦିନ) ହେଉଛି ସମ୍ଭାବ୍ୟ ପ୍ରସବ ଦିବସର ତାରିଖ ।

ଉଦାହରଣ :

ଗତ ଋତୁସ୍ର।ବର ପ୍ରଥମ ଦିବସ ଯଦି 7 ଜାନୁୟାରୀ 2006 ହୁଏ,ସମ୍ଭାବ୍ୟ ପ୍ରସବ ଦିବସ(ତାରିଖ)ହେବ,

  • ୭ ଜାନୁୟାରୀ,୨୦୦୬ +୯ ମାସ =୭ ଅକ୍ଟୋବର,୨୦୦୬ ଦିନ
  • ୭ ଅକ୍ଟୋବର,୨୦୦୬ +୭ ଦିନ =୧୦ ଅକ୍ଟୋବର ,୨୦୦୬ (ସମ୍ଭାବ୍ୟ ପ୍ରସବ ଦିବସ)

ପ୍ରସାବ ପୂର୍ବରୁ ପ୍ରସ୍ତୁତି

ନିମ୍ନଲିଖିତ ଦଶଟି ଉପଦେଶର ବ୍ୟବସ୍ଥା ନିଶ୍ଚିତ ଭାବରେ କରାନ୍ତୁ ।

  1. ପ୍ରସବ ସ୍ଥାନ ସ୍ତିର କରନ୍ତୁ । ପ୍ରତ୍ୟେକ ବିପଦପୂର୍ଣ୍ଣ ଗର୍ଭର ସୁବ୍ୟବସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଜିଲ୍ଲାସ୍ତର ଡାକ୍ତରଖାନ ରେ ହେବା ଦରକାର । କୌଣସି ଜଟିଳତା ନଥିବା ପ୍ରସବ ସ୍ବାସ୍ଥ୍ୟକେନ୍ଦ୍ର ରେ କରାଯିବ ।ଘରେ ପ୍ରସବ କରାଇବା ଇଚ୍ଛାକଲେ  ନିମ୍ନଲିଖିତ ବ୍ୟବସ୍ଥାମାନ କରାନ୍ତୁ ।
  2. ପ୍ରସବ କାର୍ଯ୍ୟ କରାଇବା ପାଇଁ ଗୋଟିଏ ଆଲୋକିତ କୋଠରୀର ବ୍ୟବସ୍ଥା ।ଏହା ଭଲ ଭାବେ ପରିଷ୍କାର ହୋଇଥିବା,ସମ୍ଭବ ହେଲେ ଏଥିରେ ଚୂନ ଲିପି ଦିଅନ୍ତୁ । ଘରର ଚଟାଣ ପରିଷ୍କାର ରହିବା ଉଚିତ ।
  3. କେତୋଟି ସଫା ଚ।ଦର ଏବଂ ଛୋଟ କନ। ଯୋଗାଡ କରନ୍ତୁ । ଏଗୁଡିକ ସାବୁନ ରେ ସଫାକରି ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖନ୍ତୁ ।
  4. ଗୋଟିଏ ନୂଆ ବ୍ଲେଡ,ଟାଣ ନୂଆ ସୂତା ,କତୁରୀ ଏବଂ ସାବୁନ ଆଣି ରଖନ୍ତୁ । ଏହା ପରିବର୍ତ୍ତେ ଆପଣ ଏକ କିଟ ମଧ୍ୟ  କିଣିଆଣି ରଖିପାରିବେ ।
  5. ପ୍ରସବ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଜଣେ ଧାଈ,ସ୍ୱାସ୍ଥ୍ୟକର୍ମୀ କିମ୍ବା ଡାକ୍ତରଙ୍କୁ ଗର୍ଭ ସମୟରୁ ପରାମର୍ଶ ଓ ଚିକିସ୍ଛା ଇତ୍ୟାଦିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସହାୟତା ରେ ପ୍ରସବ କରାଇଲେ କେତେକାଂଶରେ ବିପଦ ଟଳିଯାଇପାଋବ ।
  6. ପ୍ରସବ ସମୟରେ ଜରୁରୀ ପରିସ୍ଥିତି ପାଇଁ କେଉଁଠିକୁ ଯିବାକୁ ହେବ ସେହି ସ୍ଥାନ ଡାକ୍ତରଖାନା/ସ୍ବାସ୍ଥ୍ୟକେନ୍ଦ୍ର ବିଷୟରେ ସଂପୂର୍ଣ୍ଣ ଭାବେ ଜାଣିବା ଦରକାର ।
  7. ଯାତାୟାତ ଏବଂ ପ୍ରସବ ପାଇଁ ଆବଶ୍ୟକ ପରିମାଣର ଅର୍ଥ ଯୋଗାଡ କରିଥିବା ଦରକାର ।
  8. ଜଣେ ଦୁଇଜଣ ବନ୍ଧୁ/ଆତ୍ମୀୟଙ୍କୁ କହି ରଖିଥାନ୍ତୁ,ଯେଉଁମାନେ କି ପ୍ରସବ ସମୟରେ ଓ ପ୍ରସବ ପର ସମୟରେ ଆବଶ୍ୟକ    ହେଲେ ରକ୍ତ ଦେଇପାରିବେ ।

ପ୍ରସବ ନିମିତ୍ତ ଡାକ୍ତରଖାନା  କୁ ଯିବାକୁ ପଡିଲେ ଘରେ ଥିବା ଛୁଆ ଏବଂ ଅନ୍ୟାନ୍ୟଙ୍କ ଦେଖାଶୁଣା ପାଇଁ ବିଶ୍ଵସ୍ତ ବନ୍ଧୁ ବର୍ଗଙ୍କ ଦାୟିତ୍ଵ ରେ ରଖିଆସନ୍ତୁ ।ଅନ୍ୟତଃ ଘରେ ପ୍ରସବ କରାଇବା ପାଇଁ ଏପରି ଜଣେ ସହଜୟକାରୀ ଆବଶ୍ୟକ ।

ପ୍ରସବ  ସମୟର ଯତ୍ନ

ପ୍ରସବ ପ୍ରକ୍ରିୟା କାହାକୁ କୁହାଯାଏ?

ପ୍ରସବ ବେଦନାର ଆରମ୍ଭରୁ ସନ୍ତାନଜନ୍ମ ଓ ଗର୍ଭଫୁଲ ପ୍ରସବ ପର୍ଯ୍ୟନ୍ତ ଘଟୁଥିବା ଘଟନବଳୀକୁ ପ୍ରସବ ପ୍ରକ୍ରିୟା କୁହାଯାଏ। ଗର୍ଭାଶୟ ମାଂସପେଶୀର ଯନ୍ତ୍ରଣାଦାୟକ ସଂକୋଚନ ସାଧାରଣରେ ପ୍ରସବ ବେଦନା ଭାବରେ ପରିଚିତ । ପ୍ରସବ ବେଦନା ,ପ୍ରସବ ପ୍ରକ୍ରିୟା ଆରମ୍ଭ ହେବାର ନିଶ୍ଚିତ ଲକ୍ଷଣ ଅଟେ । ଗର୍ଭାବସ୍ଥାରେ ଗର୍ଭାଶୟ ମାଂସପେଶୀର ସଂକୋଚନ ହେଉଥିଲେ ମଧ୍ୟ ଏହା ନିୟମିତ ଭାବରେ ହୁଏ ନାହିଁ,କିମ୍ବା ଯନ୍ତ୍ରଣଦାୟକ ନ ଥାଏ।

ସ୍ଵାଭାବିକ ପ୍ରସବ କ’ଣ?

ସୁସ୍ଥ ସନ୍ତାନ ମା’ର ଜନ୍ମଦ୍ଵାର ଦେଇ ବିନା ଅସ୍ତ୍ର ସାହାଯ୍ୟରେ ପ୍ରସବ ହେବାକୁ ସ୍ଵାଭାବିକ ପ୍ରସବ କୁହାଯାଏ ।

ସ୍ଵାଭାବିକ ପ୍ରସବର ମୁଖ୍ୟ ଘଟଣାବଳୀ

  • ଗର୍ଭାଶୟ ମାଂସପେଶୀର ସଂକୋଚନ
  • ପିଲାଜନ୍ମ ହେବ ପାଇଁ ପ୍ରସବ ପଥର ତିଆରି
  • ପାଣିଥାଳି ଫାଟିବା
  • ପିଲା ଜନ୍ମ ହେବା ଏବଂ
  • ଗର୍ଭଫୁଲ ,ଗର୍ଭାଶୟ କନ୍ଥରୁ ଅଲଗା ହୋଇ ପ୍ରସବ ହେବା

ଉକ୍ତ ଘଟଣାଗୁଡିକ କେବଳ ସ୍ଵାଭାବିକ ପ୍ରସବରେ ସୀମିତ ନୁହେଁ ,ଏହା ଅସ୍ଵାଭାବିକ ପ୍ରସବରେ ମଧ୍ୟ ଦେଖାଯାଇଥାଏ ।

କେଉଁ ଗର୍ଭବତୀମାନେ ଘରେ ପ୍ରସବ କରିକରିବେ ?

  • ଚଳିତ ଗର୍ଭାବସ୍ଥାରେ କୌଣସି ଜଟିଳତା ନ ଥିବ
  • ପୂର୍ବରୁ ଗୋଟିଏ ବା ଦୁଇଟି ସ୍ଵାଭାବିକ ଭାବେ ସୁସ୍ଥ ପିଲାକୁ ଜନ୍ମ କରିଥିବେ

କେଉଁମାନଙ୍କ ପାଇଁ ଘରୋଇ ପ୍ରସବ ମନା

  • ବିପଦ ସଙ୍କୁଳ ଗର୍ଭବତୀ (ଅତି ବିପଦପୂର୍ଣ୍ଣ ମା’)
  • ପୂର୍ବ ପ୍ରସବରେ କିଛି ଅସ୍ଵାଭାବିକତା ବା ଜଟିଳତା ଥିଲେ ଯଥା-ଯାଆଁଳା ପିଲା ଜନ୍ମ,ରକ୍ତ ସ୍ରାବ ,ବାତ ବେମାରୀ,ବିଳମ୍ବିତ ପ୍ରସବ ,ଗର୍ଭଫୁଲ ପଡିବାରେ ବିଳମ୍ବ ଇତ୍ୟାଦି ।
  • ବାରମ୍ବାର ଗର୍ଭପାତ ଇତିହାସ
  • ଗର୍ଭକାଳୀନ ଯତ୍ନ ନେଇପାରିନଥିବା ମା’ ଏବଂ
  • ପ୍ରସବର ସୁପରିଚାଳନା ପାଇଁ ବ୍ୟବସ୍ଥାର ଅଭାବ ଯଥା –ସଫା ସ୍ଥାନ,ତାଲିମପ୍ରାପ୍ତ ପ୍ରସବ ସହାୟିକା ।

ପ୍ରକୃତ ପ୍ରସବ ଆରମ୍ଭ ହୋଇଛି ବୋଲି ଜାଣିବ କିପରି ?

  • ରହି ରହି ଆସୁଥିବା ଯନ୍ତ୍ରଣ।ଦାୟକ ପ୍ରସବ ବେଦନା ।
  • ରକ୍ତମିଶା ଲାଳୁଆ ଯୋନି ସ୍ରାବ
  • ବ୍ୟାଗ ଅଫ ୱାଟରସ ବା ପାନିମୁଣା ପ୍ରସ୍ତୁତି

ରୀତି ଅନୁଯାୟୀ ପ୍ରସବ ପ୍ରକ୍ରିୟାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ପ୍ରଥମ ପର୍ଯ୍ୟାୟ – ପ୍ରସବ ବେଦନା ଆରମ୍ଭରୁ ଗର୍ଭଶୟ ମୁଖର ସଂପୂର୍ଣ୍ଣ ପ୍ରସାରଣ । ଏଥିପାଇଁ ୧୦-୧୨ ଘଣ୍ଟା (ପ୍ରଥମ ପ୍ରସବିନୀଙ୍କ ପାଇଁ ) ସମୟ ଲାଗିଥାଏ ଏବଂ ପରବର୍ତ୍ତୀ ପ୍ରସବ ଗୁଡିକରେ ପ୍ରାୟ ୫-୬ ଘଣ୍ଟା ସମୟ ଲାଗିଥାଏ ।

ପ୍ରଥମ ପର୍ଯ୍ୟାୟ ର ପ୍ରସବ ବେଦନାରେ ଘଟୁଥିବା ପରିବର୍ତ୍ତନ

  1. ଏହା ତୁହାକୁ ତୁହା ଭାବେ ଆସେ,ପ୍ରକୃତ ପ୍ରସବ ବେଦନା ଆସୁଥିବା କ୍ଷେତ୍ରରେ ବେଦନା ଅଧିକରୁ ଅଧିକ ହୋଇଥାଏ ଏବଂ ପ୍ରତିଥର ବେଦନା
  2. ପ୍ରସବ ରାସ୍ତାରା ତିଆରି ।
  3. ଗର୍ଭାଶୟ ଗ୍ରୀବାର ପୂର୍ଣ୍ଣପ୍ରସାରଣ ପରେ ପାଣିଥାଳି ଫାଟିବା,ଏହା ପ୍ରଥମ ପର୍ଯ୍ୟାୟ ଶେଷ ହେବାର ଲକ୍ଷଣ ।

ପାଣିଥଳି ଫାଟିବାରେ ଦେଖାଯାଉଥିବା ବ୍ୟତିକ୍ରମ

    ମଧ୍ୟବର୍ତ୍ତୀ ସମୟ ମଧ୍ୟରେ କମିଥାଏ ।
  • ଗର୍ଭାଶୟ ଗ୍ରୀବାର ପୂର୍ଣ୍ଣପ୍ରସାରଣ ପୂର୍ବରୁ ଏହା ଫାଟିଯିବା
  • ପ୍ରସବ ବେଦନା ଆରମ୍ଭ ହେବା ପୂର୍ବରୁ ଏହା ଫାଟିଯିବା
  • ପାଣିଥାଳି ନ ଫାଟି ପିଲାର ମସ୍ତକ ସହିତ ଯୋନିଦ୍ଵାରରେ ଦେଖାଯିବା

ଦ୍ଵିତୀୟ ପର୍ଯ୍ୟାୟ –

ଗର୍ଭାଶୟ ମୁଖ ଖୋଲିବାଠାରୁ ଶିଶୁ ଜନ୍ମ ହେବାର ଶେଷ ପର୍ଯ୍ୟନ୍ତ । ପ୍ରଥମ ପ୍ରସବିନୀ କ୍ଷେତ୍ରରେ ଏହା ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥାଏ ।

ଦ୍ଵିତୀୟ ପର୍ଯ୍ୟାୟରେ  କ’ଣ ହୁଏ ?

ଶିଶୁ ର ଅଗ୍ରଣୀ ଅଂଶ ବସ୍ତି କୋଟରୀ ଭିତରେ ଧୀରେ ଧୀରେ ଅବତରଣ କରି ପ୍ରସବ ଦ୍ଵାରରେ ଦେଖାଦିଏ । ପ୍ରଥମେ

ମୁଣ୍ଡବାଳର କିଛି ଅଂଶ ଗର୍ଭାଶୟ ସଂକୋଚନ ବେଳେ ଦେଖାଦିଏ । ପୁନଃ ପ୍ରସାରଣ ବେଳେ ଏହା ଅଦୃଶ୍ୟ ହୋଇଥାଏ ଆସ୍ତେ ଆସ୍ତେ ମସ୍ତକ ମଥାନର ବେଶୀ ଅଂଶ ଦେଖାଦିଏ ।

  • ଏହା ସହିତ ସଂକୋଚନ ବେଳେ ମଳଦ୍ଵାର ପ୍ରସାରିତ ହୋଇଥାଏ
  • ପେରେନିୟମ ଅଂଶ (ଯୋନି ଏବଂ ମଳଦ୍ଵାର ର ମଧ୍ୟବର୍ତ୍ତୀ ଅଂଶ )ବାହାରକୁ                                                                             ଫୁଲିଊଠିବା
  • ମାଂସପେଶୀ ସଂକୋଚନରୁ ପ୍ରକୃତିରେ ପରିବର୍ତ୍ତନ ପରିଲକ୍ଷିତ ହେବା –ବିୟରିଂ ଉଦ୍ୟମ ଇତ୍ୟାଦି ପିଲା ଜନ୍ମ ହେବା ବେଳ ପାଖେଇଆସିବାର ସୂଚନା ଦିଏ।

ତୃତୀୟ ପର୍ଯ୍ୟାୟ –

ଶିଶୁ ଜନ୍ମଠାରୁ ଫୁଲ ପଡିବା ପର୍ଯ୍ୟନ୍ତ ଏଥିପାଇଁ ପ୍ରାୟତଃ ୧୫ ରୁ ୩୦ ମିନିଟ ସମୟ ଲାଗିଥାଏ।

ପ୍ରକୃତ ପ୍ରସବ ପ୍ରକ୍ରିୟା ର ଆରମ୍ଭ

ତିନୋଟି ଲକ୍ଷଣ ପ୍ରସବ ଆରମ୍ଭ ହେବାର ସୂଚନା ଦିଏ ।ସେମାନଙ୍କ ମଧ୍ୟରୁ ସବୁ ଲକ୍ଷଣ ବି ଆରମ୍ଭ ହୋଇପାରେ ।

  1. ପ୍ରସବ କଷ୍ଟ (ସଂକୋଚନ) ଆରମ୍ଭ ହେବ:ପ୍ରଥମ ଅବସ୍ଥାରେ ଜରାୟୁର ସଂକୋଚନ ୧୦ ରୁ ୨୦ ମିନିଟ ବା ତ ଠାରୁ ଅଧିକ ବ୍ୟବଧାନରେ ହୋଇଥାଏ। ଜରାୟୁ ର ସଂକୋଚନ ଯନ୍ତ୍ରଣାଦାୟକ ହେଲେ ଏହା ପ୍ରକୃତ ପ୍ରସବ କଷ୍ଟ ବୋଲି ଜାଣିବେ ।
  2. ସ୍ଵଛ ବା ଶୁଭ୍ର ରଙ୍ଗର ଲାଳ ଯୋନି ଦ୍ଵାରରୁ ବାହାରେ । ଗର୍ଭାବସ୍ଥାରେ ଜରାୟୁର ମୁହଁ ଖୋଲିବା ଆରମ୍ଭ ହୁଏ ଏହି ମୋଟ ଲାଳ ଆସ୍ତେ ଆସ୍ତେ ଖଲାସ ହୁଏ ।ଏହା ସହିତ ଅଳ୍ପ ରକ୍ତ ମଧ୍ୟ ବାହାରି ଥାଏ ।
  3. ପନିମୁଣ।ର ପ୍ରସ୍ତୁତି ହେବା ଏବଂ ପ୍ରଥମ ପର୍ଯ୍ୟାୟର ଶେଷରେ ଏହା ଫାଟିଯିବା । କେତେକ ଏହାକୁ ମୁତ ପୁଡା ଫାଟିଲା ବୋଲି କହନ୍ତି।

ପ୍ରସବ ସମୟରେ ପାଞ୍ଚ ପରିଷ୍କାର ପ୍ରତି ଗୁରୁତ୍ଵ ଦିଅନ୍ତୁ:

ପାଞ୍ଚ ପରିଷ୍କାର :

  1. ପରିଷ୍କାର ସ୍ଥାନ
  2. ପରିଷ୍କାର ହାତ
  3. ପରିଷ୍କାର ବ୍ଲେଡ
  4. ପରିଷ୍କାର ସୂତା
  5. ପରିଷ୍କାର (ନାଭି) ଶିଶୁ ର

ତାଲିମ ପାଇଥିବା ଧାଈ ବା ନର୍ସଙ୍କା ଦ୍ଵାରା

ପ୍ରସବ କରାନ୍ତୁ ।

ଧାଈ ଡି.ଡି.କେ(ଡିସ୍ପୋଜେବ୍ଲୁ ଦେଲିଭରି କିଟ) ବ୍ୟବହାର କରିବେ ।

ପ୍ରସବ ସମୟରେ ବିପଦ ଲକ୍ଷଣ ଦେଖିବା କ୍ଷଣି ଗର୍ଭବତୀଙ୍କୁ ଡାକ୍ତରଙ୍କ ପାଖକୁ ପଠାନ୍ତୁ ।

ପ୍ରସବ ପରେ ମା’ ର ଯତ୍ନ

ପ୍ରସବ ପରେ ମା’କୁ ସଂପୂର୍ଣ୍ଣ ବିଶ୍ରାମର ଆବଶ୍ୟକତା ରହିଛି । ଏଥି ସହିତ ପ୍ରଜନନ ଅଙ୍ଗଗୁଡିକୁ ମଧ୍ୟ ସଠିକ ସ୍ଥାନକୁ ଫେରିଯିବାକୁ ସଂପୂର୍ଣ୍ଣ ବିଶ୍ରାମର ଆବଶ୍ୟକତା ହୋଇଥାଏ ତଥା ପ୍ରସୂତି ମହିଳା ଙ୍କ ଶରୀରରେ ପୂର୍ବ ଶକ୍ତି ସଂଚାରିତ ହେବାର ମଧ୍ୟ ବିଶ୍ରାମ ସହାୟକ ହୋଇଥାଏ ।

ଏହି ସମୟରେ ଖାଦ୍ୟ ଉପରେ ବିଶେଷ ଭାବରେ ଗୁରୁତ୍ଵ ଦେବା ଆବଶ୍ୟକ । କାରଣ ପ୍ରସୂତିର ବିଶେଷ ଭାବରେ ପୋଷଣଯୁକ୍ତ ଖାଦ୍ୟ ଆବଶ୍ୟକ ହୋଇଥାଏ । ଗର୍ଭାବସ୍ଥା ରେ ସନ୍ତୁଳିତ ଖାଦ୍ୟ ଯେତିକି ମାତ୍ରା ରେ ଆବଶ୍ୟକ ପ୍ରସବ ପରବର୍ତ୍ତୀ ଅବସ୍ଥା ରେ ସନ୍ତୁଳିତ ଖାଦ୍ୟ ଯେତିକି ମାତ୍ରାରେ ଆବଶ୍ୟକ ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସନ୍ତୁଳିତ ଖାଦ୍ୟ ଅପେକ୍ଷାକୃତ ଅଧିକ ଆବଶ୍ୟକ ।

ରକ୍ତହୀନତା ରୋଗରେ ଆକ୍ରାନ୍ତ ହେବାର ବିଶେଷ ସମ୍ଭାବନା ଥିବାରୁ ସେମାନଙ୍କ ନିମନ୍ତେ ପୋଷଣ ଜନିତ ଆହାର ବିଶେଷ ଭାବରେ ସବୁଜ ପନିପରିବା ,ଲୌହସାରଯୁକ୍ତ ଖାଦ୍ୟ ଏକାନ୍ତ ଆବଶ୍ୟକ ।ଏତଦବ୍ୟତିତ ପ୍ରସାବକାରିଣୀକୁ ସନ୍ତାନ ପ୍ରସବ ୯୦ ଦିନ ପର୍ଯ୍ୟନ୍ତ ଲୌହସାର ଏବଂ ଫଲିକ ଏସିଡ ଖାଇବାକୁ ଦେବା ଏକାନ୍ତ ବିଧେୟ ।

ପ୍ରସୂତି ମହିଳା ନିଜେ ଯଥାସମ୍ଭବ ପରିଷ୍କାର ପରିଛନ୍ନ ରହିବା ସହିତ ନିଜର ଯୌନାଙ୍ଗ ଗୁଡିକୁ ଭଲଭାବରେ ପରିଷ୍କାର ରଖିବା ଆବଶ୍ୟକ । ସଂକ୍ରମଣକୁ ଏଡାଇବା ପାଇଁ ପ୍ରସୂତି ରହୁଥିବା କଠୋରୀ,ପରିବେଶ  ଏବଂ ତା’ର ଲୁଗାପଟା ଭଲଭାବରେ ପରିଷ୍କାର ରହିବା ଆବଶ୍ୟକ ।

ଗର୍ଭଧାରଣ ବ୍ୟବଧାନ:

ଦୁଇଟି ସନ୍ତାନ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବା ଅତ୍ୟନ୍ତ ଜରୁରୀ । କାରଣ ଏହା ଉପରେ ମା’ ଓ ଶିଶୁର ସ୍ୱାସ୍ଥ୍ୟ ନିର୍ଭର କରିଥାଏ । ତେବେ ସନ୍ତାନ ମଧ୍ୟରେ ବ୍ୟବଧାନ ରଖିବା ନିମନ୍ତେ କି ପ୍ରକାର ଗର୍ଭ ନିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉପଯୁକ୍ତ ସେ ସମ୍ପର୍କରେ ଦମ୍ପତି ପରସ୍ପର ମଧ୍ୟରେ ନିଷ୍ପତ୍ତି ନେବା ବାଞ୍ଛନୀୟ ।

ମନେରଖନ୍ତୁ :

  • ଦୁଇବର୍ଷ ମଧ୍ୟରେ ଆଉ ଶିଶୁ ନହେବା ପାଇଁ ବ୍ୟବସ୍ଥା କରିବା
  • ପ୍ରସବ ପରବର୍ତ୍ତୀ ବିପଦ ପାଇଁ ସତର୍କ ରହିବା
  • ବିନା ଇଚ୍ଛା ରେ ଗର୍ଭବତୀ ହେବାକୁ ଅବାଞ୍ଛିତ ଗର୍ଭ କୁହାଯାଏ
  • ଏହିପରି ଗର୍ଭ ଉଭୟ ମା’ ଓ ଶିଶୁ ପାଇଁ ହାନିକାରକ
  • ଅବାଞ୍ଛିତ ଗର୍ଭକୁ ନଷ୍ଟ କରିବା ଅପେକ୍ଷା ଏହାକୁ ଏଡେଇବା ପାଇଁ କୌଣସି ଗୋଟିଏ ଗର୍ଭ ନିରୋଧକ ବ୍ୟବସ୍ଥା ଗ୍ରହଣ କରିବା ବହୁଗୁଣରେ ଭଲ
  • ଯଦି ଗର୍ଭ ରହିଯାଏ ଓ ଗର୍ଭ ନଷ୍ଟ କରିବାକୁ ଚହୁଁଛନ୍ତି ,ତେବେ ନିରାପଦ ଗର୍ଭପାତ (ଏମ.ଟି.ପି) କରାନ୍ତୁ

ବାରମ୍ବାର ଗର୍ଭଧାରଣ ବିପଦକୁ ହ୍ରାସ କରିହେବ

ଗର୍ଭ ନିରୋଧକ ବିଭିନ୍ନ ପଦ୍ଧତି

ପ୍ରକୃତିକ ପଦ୍ଧତି

  • ନିରାପଦ ସମୟ- ବୀର୍ଯ୍ୟ ସ୍କାଳନ ପୂର୍ବରୁ ସହବାସ ରୁ ଓହରି ଆସିବା ।
  • ସ୍ତନ୍ୟପାନ – ଏହି ସମୟରେ ମା’ ଗର୍ଭବତୀ ହେବାର ସମ୍ଭାବନା କମ ଥାଏ ।

ଅସ୍ଥାୟୀ ପଦ୍ଧତି

  • କଣ୍ଡୋମ – ପୁରୁଷମାନଙ୍କ ପାଇଁ – ଏହା ଏଚ.ଆଇ.ଭି. ଓ ଯୌନରୋଗ ନ ହେବା ପାଇଁ ମଧ୍ୟ ସୁରକ୍ଷା ଦିଏ ।
  • ଖାଇବା ବଟିକା – ମହିଳାମାନେ ଏହାକୁ ଦୈନିକ ଖାଇଥାନ୍ତି ।ଏହାର ବ୍ୟବହାର ବିଦ୍ଧି ବିଷୟରେ ଡାକ୍ତର କିମ୍ବା ସହାୟିକା ବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଚାରି ବୁଝାନ୍ତୁ ।
    • କପର ଟି- ଏହା ମହିଳା ମାନଙ୍କ ପାଇଁ ପ୍ରଯୁଜ୍ୟ । ସରକାରଙ୍କ ତରଫରୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ଯେ କୌଣସି ମହିଳା ଏହି ସୁବିଧା ନେଇ ପାରନ୍ତି ।

ସ୍ଥାୟୀ ପଦ୍ଧତି

  • ପୁରୁଷ ବନ୍ଧ୍ୟାକରଣ  ଅସ୍ତ୍ରୋପଚାର (ଭସେକ୍ଟୋମି)
  • ମହିଳା ବନ୍ଧ୍ୟକରଣ ଅସ୍ତ୍ରୋପଚାର (ଟିଊବକ୍ଟୋମି)

ଗର୍ଭ ନିରୋଧକ ଉପାୟ ଗ୍ରହଣରେ ମିଳୁଥିବା ଉପକାର ।

  • ପିଲାମାନେ ସୁସ୍ଥସବଳ ହୋଇ ଉପଯୁକ୍ତ ଭାବେ ଲାଳିତପାଳିତ ହୋଇପାରନ୍ତି ।
  • ଗୋଷ୍ଠୀ ତଥା ଦେଶର ବିକାଶ ହୁଏ ।
  • ନିଜେ ସୁଖୀ ହେବା ସହିତ ପାରିବାରିକ ଶାନ୍ତି ମିଳିଥାଏ ।

ଆଧାର : ପୋର୍ଟାଲ  ଟିମ

3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top