ହୋମ / ସମାଜ କଲ୍ୟାଣ / ସ୍ଵୟଂ ସହାୟକ ଗୋଷ୍ଠୀ / ସ୍ୱାସ୍ଥ୍ୟ ସହାୟିକା ପାଇଁ ତାଲିମ / ସ୍ୱାସ୍ଥ୍ୟ ସହାୟିକା ତାଲିମ(ମହିଳା ଅଧିକାର)
ସେଆର କରନ୍ତୁ

ସ୍ୱାସ୍ଥ୍ୟ ସହାୟିକା ତାଲିମ(ମହିଳା ଅଧିକାର)

ମହିଳା ଅଧିକାର ର ସୂଚନା

ଭାରତର ସମ୍ବିଧାନ ଓ ମହିଳା

ସମାନତା ଅଧିକାର :

  • ସମ୍ବିଧାନ ଅନୁସାରେ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ସମାନ ଅଧିକାର ଓ ସୁବିଧା ସୁଯୋଗ ହାସଲ କରିପାରିବେ।
  • ଭାରତରେ ବସବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇନ ଦୃଷ୍ଟିରେ ସମାନ ଭାବରେ ବିବେଚନା କରାଯିବ ଓ ସମାନ ଆଇନଗତ ସୁରକ୍ଷା ଯୋଗାଇ ଦିଆଯିବ।(ସମ୍ବିଧାନ ଧାରା ୧୪)
  • କୌଣସି ବ୍ୟକ୍ତିକୁ ଜାତି,ଧର୍ମ,ବର୍ଣ୍ଣ ,ଲିଙ୍ଗା ଓ ଜନ୍ମସ୍ଥାନକୁ ଧରି ଅଲଗା ବଛା ବିଚାର କରାଯାଇପାଇବା ନାହିଁ।

(ଧାରା ୧୫,ଉପଧାରା ୧)

  • ମହିଳା ଓ ଶିଶୁମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବା ଦିଗରେ ରାଷ୍ଟ୍ର ପଦକ୍ଷେପ ଗ୍ରହଣ କରିପାରିବ ।

(ଧାରା ୧୬,ଉପଧାରା ୩)

  • ରାଷ୍ଟ୍ରର ସମସ୍ତ ନାଗରିକମାନଙ୍କ ପାଇଁ ଯେ କୌଣସି କାର୍ଯ୍ୟ।ଳୟରେ ନିଯୁକ୍ତି କ୍ଷେତ୍ରରେ ସମାନ ଅଧିକାର ରହିବ।

(ଧାରା ୧୬,ଉପଧାରା ୧)

ଜାତି,ଧର୍ମ,ବର୍ଣ୍ଣ ,ଲିଙ୍ଗା ଓ ଜନ୍ମସ୍ଥାନ ପ୍ରଭେଦରେ କୌଣସି କାର୍ଯ୍ୟଳୟରେ ନିଯୁକ୍ତି କ୍ଷେତ୍ରରେ ବାଛବିଚାର ବା ଅଯୋଗ୍ୟ ବିବେଚିତ କରାଯାଇ ପାରିବ ନାହିଁ  ।(ଧାରା ୧୬,ଉପଧାରା ୨)

ସ୍ଵାଧୀନତା ଅଧିକାର

  • ପ୍ରତ୍ୟେକ ନାଗରିକଙ୍କର ଯେ କୌଣସି ,ବୃତ୍ତି ,ପେଷା,ବ୍ୟବସାୟ ଓ ବାଣିଜ୍ୟ କରିବାର ସ୍ଵାଧୀନତା ରହିଛି। (ଧାରା ୧୯,ଉପଧାରା ୧)
  • ବେଆଇନ ଭାବରେ କୌଣସି ବ୍ୟକ୍ତି ନିଜ ଜୀବନ ବା ବ୍ୟକ୍ତି ସ୍ଵାଧୀନତାକୁ ନଷ୍ଟ କରିପାରିବେ ନାହିଁ।(ଧାରା ୨୧)
  • କୌଣସି ଉପାୟରେ ବ୍ୟକ୍ତିର ଉପରୋକ୍ତ ମୌଳିକ ଅଧିକାର ଗୁଡିକରେ ହସ୍ତକ୍ଷେପ କରାଗଲେ ସେ ଏଥିପାଇଁ ଦେଶର ସର୍ବୋଚ୍ଚ ନ୍ୟାୟଳୟ (ସୁପ୍ରୀମକୋର୍ଟ)ର ଆଶ୍ରୟ ନେଇ ପାରିବେ।(ଧାରା 31,ଉପଧାରା 1)
  • ସୁପ୍ରୀମକୋର୍ଟ ମୌଳିକ ଅଧିକାର ସୁରକ୍ଷା ପାଇଁ ଆବଶ୍ୟକୀୟ ପରୱାନା,ନିର୍ଦ୍ଦେଶନାମା,ରିଟ,ନିଷେଧାଦେଶ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଦି ମନେକରିବେ ତାହା କରିପାରିବେ।( ଧାରା ୩୨,ଉପଧାରା ୨)

ମାନବିକ ଅଧିକାର ଓ ମହିଳା

ମାନବିକ ଅଧିକାର କହିଲେ ବ୍ୟକ୍ତିର ଜୀବନ ,ଜୀବିକା ,ବ୍ୟକ୍ତି ସ୍ଵାଧୀନତା ,ସମାନତା,ଆତ୍ମସମ୍ମାନ ଓ ପ୍ରତିଷ୍ଠାର ଅଧିକାରକୁ ବୁଝାଏ।ଦେଶର ସମ୍ବିଧାନ ,ଅନ୍ତର୍ଜାତିକ ଚୁକ୍ତି ଓ ନିୟମରେ ବ୍ୟକ୍ତିକୁ ଏହିସବୁ ଅଧିକାର ଦିଆଯାଇଛି ।ଏସବୁ ଅଧିକାର କ୍ଷ୍ଯୁର୍ଣହେଲେ ବ୍ୟକ୍ତି ନ୍ୟାୟାଳୟରେ ଆବେଦନ କରିପାରିବେ।

  • ପୃଥିବୀରେ ଜନ୍ମ ହୋଇଥିବା ସବୁ ମଣିର ବଞ୍ଚି ରହିବା ପାଇଁ ଅଧିକାର ଓ ସ୍ଵାଧୀନତା ରହିଛି। ତେଣୁ ପ୍ରତ୍ୟେକ ମଣିଷ ନିଜ ଭିତରେ ଭାଇଚାରା ମନୋଭାବ ନେଇ ପରସ୍ପର ହିତ ସାଧନ କରିବା ଆବଶ୍ୟକ।
  • ପ୍ରତ୍ୟେକ ବ୍ୟକ୍ତି ଯେଉଁ ଜାତି,ଧର୍ମ ,ବର୍ଣ୍ଣ, ଲିଙ୍ଗ,ରଙ୍ଗ ,ଜନ୍ମସ୍ଥାନ ଓ ମତବାଦର ହୋଇଥାନ୍ତୁ ନା କାହିଁକି ସମସ୍ତଙ୍କର ସମାନ ଅଧିକାର ଓ ସ୍ଵାଧୀନତା ରହିଛି।
  • ପ୍ରତ୍ୟେକ ବ୍ୟକ୍ତି ସ୍ଵାଧୀନ ଭାବରେ ଜୀବିକା ଉପାର୍ଜନ ପନ୍ଥା ଅବଲମ୍ବନ କରି ପାରିବେ ଓ ସ୍ବଇଚ୍ଛାରେ କାମ ପସନ୍ଦ କରିପାରିବେ ।
  • ପ୍ରତ୍ୟେକ ବ୍ୟକ୍ତିର କାମ ମୁତାବକ ମଜୁରି ପାଇବା ଅଧିକାର ରହିଛି ।
  • କାର୍ଯ୍ୟକ୍ଷେତ୍ରରେ ମହିଳା ଓ ଶିଶୁ ଶ୍ରମିକ ମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ଯତ୍ନ ଓ ସହାୟତା କରାଯିବା ଆବଶ୍ୟକ ।
  • ବୈଧ ଅବୈଧ ସମସ୍ତ ଶିଶୁ ସମାନ ପ୍ରକାର ସାମାଜିକ ସୁରକ୍ଷା ପାଇବା ହକଦାର।
  • ନିଜ ଅଧିକାର ଓ ସ୍ଵାଧୀନତା ସହ ଅନ୍ୟର ଅଧିକାର ଓ ସ୍ଵାଧୀନତା ସୁରକ୍ଷା ପାଇଁ ବ୍ୟକ୍ତି ଆଇନ ଦ୍ଵାରା ନିର୍ଦ୍ଧାରିତ ନିୟମ ଓ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ ।

ଅର୍ଥନୈତିକ ଅଧିକାର

ପୃଥିବୀର ସମସ୍ତ ଦେଶମାନଙ୍କୁ ନେଇ ଗଠିତ ମିଳିତ ଜାତିସଂଘ ଦ୍ଵାରା ଏହି ଅନ୍ତର୍ଜାତିକ ଚୁକ୍ତି ୧୯୬୬ ମସିହାରେ ଗୃହିତ ହୋଇ ୧୯୭୬ ମସିହାରୁ କାର୍ଯ୍ୟକାରୀ କରାଯାଉଛି ।ଏହି ଚୁକ୍ତି ଅନୁସାରେ ପ୍ରତ୍ୟେକ ରାଷ୍ଟ୍ର ନିମ୍ନଲିଖିତ ନିୟମ ସବୁ ପାଳନ କରିବେ।

  • କୌଣସି ବ୍ୟକ୍ତିର ଅଧିକାର ଓ ସ୍ଵାଧୀନତାକୁ କ୍ଷ୍ଯୁର୍ଣ କରାଯାଇପାରିବ ନାହିଁ। ଶାସନ କ୍ଷମତାରେ ଥିବା କୌଣସି ବ୍ୟକ୍ତି ବିଶେଷ ବା ଦଳ ଦ୍ଵାରା ବ୍ୟକ୍ତିର ଅଧିକାର ଓ ସ୍ଵାଧୀନତା ଉପରେ ମଧ୍ୟ ହସ୍ତକ୍ଷେପ କରାଯାଇ ପାରିବା ନାହିଁ। ଏପରି କରାଗଲେ ସମ୍ପୃକ୍ତ ବ୍ୟକ୍ତି ବା ଦଳ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।
  • ଅଧିକାର ଓ ସ୍ଵାଧୀନତା  ଉପରେ ହସ୍ତକ୍ଷେପ ସମ୍ପର୍କିତ ନ୍ୟାୟସଙ୍ଗତ ବିଚାର ଦକ୍ଷ ପଦଧିକାରୀମାନଙ୍କ ଦ୍ଵାରା କରାଯିବା ଆବଶ୍ୟକ।
  • ସାମାଜିକ ଓ ରାଜନୈତିକ ଅଧିକାର ଗୁଡିକ ଉପଭୋଗ କ୍ଷେତ୍ରରେ ମହିଳା ଓ ପୁରୁଷମାନଙ୍କର ସମାନ ଅଧିକାର ରହିବା।
  • ନ୍ୟାୟିକ ସୁରକ୍ଷା ପ୍ରଦାନରେ କୌଣସି ପ୍ରଭେଦବା ବାଛବିଚାର କରାଯାଇପାରିବ ନାହିଁ ।

ଜାତୀୟ ମାନସିକ ଅଧିକାର କମିଶନ

ମାନବିକ ଅଧିକାର ଗୁଡିକର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ଜାତୀୟ ମାନବିକ ଅଧିକାର କମିଶନ ରହିଛି।ଏହା ୧୯୯୩ ମଷଠାରୁ କାର୍ଯ୍ୟ କରି ଆସୁଛି ।

  • କମିଶନ ମାନବାଧିକାରରେ ହସ୍ତକ୍ଷେପ କରୁଥିବା ଘଟନା ଗୁଡିକୁ ତଦନ୍ତ କରିପାରିବୀ ଏବଂ ସରକାର ସମ୍ପୃକ୍ତ ଅଧିକାରୀଙ୍କୁ ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ଦେବାକୁ ସୁପାରିସ କରିପାରିବେ।
  • କମିଶନ ଘଟଣାର ନ୍ୟାୟ ପ୍ରଦାନ ପାଇଁ ସର୍ବୋଚ୍ଚ ନ୍ୟାଳୟକୁ ସୁପାରିଶ କରିପାରିବେ ।
  • କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦେବା ପାଇଁ କମିଶନ ସରକାର ବା ସମ୍ପୃକ୍ତ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇ ପାରିବେ।

ଜାତୀୟ ମହିଳା କମିଶନ

ମହିଳାମାନଙ୍କ ଅଧିକାରର ସୁରକ୍ଷା ସେମାନଙ୍କୁ ଶୋଷଣରୁ ସୁରକ୍ଷା ଦେବା ପାଇଁ ଜାତୀୟ ମହିଳା କମିଶନ ରହିଛି।ଏହି କମିଶନ ୧୯୯୦ ମସିହାରୁ କାର୍ଯ୍ୟ କରି ଆସୁଛି ।

  • କମିଶନ ମହିଳାମାନଙ୍କ ପାଇଁ ଉଦ୍ଧିଷ୍ଟ ସାମ୍ବିଧାନିକ ଓ ନ୍ୟାୟିକ ବ୍ୟବସ୍ଥାର ସୁରକ୍ଷା ଦିଗରେ କାର୍ଯ୍ୟ କରିଥାଏ।
  • ଯେ କୌଣସି ପ୍ରତିଷ୍ଟନ,ସରକାରୀ ବା ବେସରକାରୀ ଅନୁଷ୍ଠାନ,କଳକାରଖାନା ଆଦିରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନରେ ଖିଲାପ କରାଯାଇ ସେମାନଙ୍କୁ ଅଧିକାର ଓ ସ୍ଵାଧିନତାରୁ ବଞ୍ଚିତ କରାଯାଉଥିଲେ ମଧ୍ୟ ସେମାନଙ୍କ ଉନ୍ନତିରେ ବାଧା ସୃଷ୍ଟି କରାଯାଉଥିଲେ ମହିଳା କମିଶନ ସେମାନଙ୍କ ବିରୋଧରେ ମୋକଦ୍ଦମା ଲଢି ପାରିବେ।
  • କମିଶନ ମହିଳା ସ୍ଵାଧୀନତା ଓ ଅଧିକାର ସୁରକ୍ଷା ପାଇଁ ସରକାରଙ୍କ ସୁପାରିସ କରିପାରିବେ।
  • ମହିଳାମାନଙ୍କ ସାମାଜିକ ଆର୍ଥିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ଯୋଜୋନରେ କମିଶନ ଅଂଶଗ୍ରହଣ କରି ତାର ସମୀକ୍ଷା କରିପାରିବେ ଓ ପରାମର୍ଶ ଦେଇ ପାରିବେ।

ରାଜ୍ୟ ମହିଳା କମିଶନ

ରାଜ୍ୟ ମହିଳା କମିଶନ ରହିଛି ଏବଂ ୧୯୯୦ ମସିହା ଠାରୁ କାର୍ଯ୍ୟ କରିଆସୁଛି। କମିଶନରେ ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ଜଣେ ଅଧ୍ୟକ୍ଷ ଓ ୬ ଜଣ ସଭ୍ଯ ରହିଥାନ୍ତି ।୬ ଜଣ ସଭ୍ୟଙ୍କ ମଧ୍ୟରେ ଜଣେ ଯୋଗ୍ୟ ଅଫିସର ,ଜଣେ ଆଇନବାଡି,ଦୁଇଜଣ ସମାଜ ସେବିକା ଓ ଦୁଇ ଜଣ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିଥାନ୍ତି ।

  • ରାଜ୍ୟ ମହିଳା କମିଶନ ବିବାହଜନିତ ସମସ୍ୟା,ଯୌତୁକ ନିର୍ଯ୍ୟାତନା ,ବିଭିନ୍ନ କାରଖାନା ଓ ଅନୁଷ୍ଠାନରେ କାର୍ଯ୍ୟରତ ମହିଳାମାନଙ୍କୁ ଶୋଷଣ ,ଥାନା ,ଜେଲ ,ଡାକ୍ତରଖାନା ଆଦିରେ ମହିଳା ନିର୍ଯ୍ୟାତନା ଆଦି ଉପରେ ଅଭିଯୋଗ ଗ୍ରହଣ କରି ତଦନ୍ତ କରିଥାନ୍ତି ।
  • ମହିଳାମାନଙ୍କ ଉନ୍ନତି ପାଇଁ ଥିବା ସରକାରୀ ଆଇନ ଗୁଡିକର ଉପଯୋଗ ନହେବା ସମ୍ପର୍କିତ ଅଭିଯୋଗ ଗ୍ରହଣ କରିଥାନ୍ତି।
  • ଶ୍ରମଜୀବୀ ମହିଳାମାନଙ୍କୁ ସର୍ବନିମ୍ନ ମଜୁରି,ପ୍ରସୂତିକଲିନ ସୁବିଧା ଆଦି ଦିଆ ନଯିବା ଅଭିଯୋଗ ଗ୍ରହଣ କରିଥାନ୍ତି।
  • ରାଜ୍ୟ ମହିଳା କମିଶନ ମହିଳା ଶୋଷଣ ନିର୍ଯ୍ୟାତନା ଓ ଆଇନଗତ ଅଧିକାର ଉଚ୍ଛେଦ ସମ୍ପର୍କିତ ଅଭିଯୋଗ ସଂଗ୍ରହ କରି ସେସବୁ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିପାରିବେ।

ଭାରତୀୟ ଦଣ୍ଡବିଧି ଆଇନ

ଏଥିରେ ବିଭିନ୍ନ ପ୍ରକାର ଅପରାଧ ଓ ଅପରାଧୀ ପ୍ରତି କେଉଁଭଳି ଦଣ୍ଡବିଧାନ କରାଯିବ ତାହା ଉଲ୍ଲେଖ ରହିଛି ।

  • ମହିଳାମାନଙ୍କ ପ୍ରତି ଶାରୀରିକ ଆକ୍ରମଣ କରିବା ବ୍ୟକ୍ତିଙ୍କୁ ଏହି ଆଇନର ୩୫୪ ଧାରା ଅନୁଯାୟୀ ଦୁଇବର୍ଷ ଜେଲ କିମ୍ବା ଜୋରିମାନା ବା ଉଭୟ ଜେଲ ଜୋରିମାନାରେ ଦଣ୍ଡିତ କରାଯାଇପାରିବ ।
  • କୌଣସି ମହିଳାଙ୍କୁ ଖରାପ ଶବ୍ଦ ବା ଖରାପ ଇଙ୍ଗିତ ଦ୍ଵାରା ଅପମାନିତ କରିବା ବ୍ୟକ୍ତିଙ୍କୁ ଏହି ଆଇନର ଧାରା ୫୦୯ ଅନୁସାରେ ଏକବର୍ଷ ଜେଲ ବା ଜୋରିମାନା କିମ୍ବା ଉଭୟ ଦାଣ୍ଡରେ ଦଣ୍ଡିତ କରାଯାଇପାରିବ ।
  • କୌଣସି ମହିଳାଙ୍କୁ ବଳତ୍କାର ବା ଧର୍ଷଣ କରିଥିବା ବ୍ୟକ୍ତିଙ୍କୁ ଏହି ଆଇନର ଧାରା ୩୭୬ ଅନୁସାରେ ସର୍ବନିମ୍ନ ୭ ବର୍ଷ ବା ସ୍ଥଳ ବିଶେଷରେ ଆଜୀବନ କରଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି ।
  • କୌଣସି ମହିଳାଙ୍କୁ ତାଙ୍କର କାର୍ଯ୍ୟସ୍ଥଳୀରେ,ଜେଲ,ଡାକ୍ତରଖାନା,ଥାନା ଆଦି ପ୍ରତିଷ୍ଠାନ ପରିସରରେ ସମ୍ପୃକ୍ତ ପଦଧିକାରୀ ବା କର୍ମଚାରୀମାନଙ୍କ ଦ୍ଵାରା ବଳତ୍କାର ବା ଧର୍ଷଣ କରାଗଲେ ଦୋଷିକୁ ସର୍ବନିମ୍ନ ଦଶବର୍ଷ ବା ଆଜୀବନ ସଶ୍ରମ କରଦଣ୍ଡାଦେଶ ବ୍ୟବସ୍ଥା ରହିଛି। (ଧାରା ୩୭୬)
  • ଗର୍ଭବତୀ ମହିଳା,ବରବର୍ଷରୁ କମ ବୟସ୍କାବାଲିକଙ୍କୁ ଧର୍ଷଣ ଓ ଦଳଗତ ଧର୍ଷଣ କ୍ଷେତ୍ରରେ  ଧର୍ଷଣକାରୀଙ୍କୁ ସର୍ବନିମ୍ନ ୧୦ ବର୍ଷ ବା ଆଜୀବନ ସଶ୍ରମ ଜେଲ ଦଣ୍ଡାଦେଶ ବ୍ୟବସ୍ଥା ରହିଛି।
  • ଏହି ଆଇନର ୩୭୫ ଧାରା ଅନୁସାରେ ନିମ୍ନଲିଖିତ ବିଷୟଗୁଡ଼ିକୁ ଧର୍ଷଣ ବୋଲି ବିଚାର କରାଯିବ ।
  • ଷୋଳବର୍ଷରୁ କମ ବୟସ୍କା ବାଳିକାର ସମ୍ମତି ଥାଉ ବା ଣ ଥାଉ ତା ସହ ସହବାସ କଲେ ଧର୍ଷଣ ବୋଲି କୁହାଯିବ ।
  • କୌଣସି ମହିଳାଙ୍କର ଇଚ୍ଛା ବିରୋଧରେ ଓ ବିନା ସହମତିରେ ଯୌନ ସଂଭୋଗ କଲେ।
  • ମହିଳାଙ୍କୁ ମୃତ୍ୟୁ ଭୟ ଦେଖାଇ ସମ୍ମତି ନେଇ ସଂଭୋଗ କଲେ।
  • ବିବାହ ପ୍ରଲୋଭନ ଦେଖାଇ ସହବାସ କାଲେ।
  • ବିକୃତ ମସ୍ତିସ୍କ ସ୍ତ୍ରୀଲୋକ,ନିସାସକ୍ତ ଓ ପରିସ୍ଥିତିକୁ ବୁଝିବା ଅବସ୍ଥାରେ ନଥିବା ସ୍ତ୍ରୀର ସମ୍ମତି ଥାଉ ବା ନ ଥାଉ ତା’ ସହ ସହବାସ କଲେ ଧର୍ଷଣ ବୋଲି ବିଚାର କରାଯିବ।
  • ଯଦି କୌଣସି ବ୍ୟକ୍ତି ଗୋଟିଏ ଝିଅକୁ ବେଶ୍ୟାବୃତ୍ତି ଉଦ୍ଦେଶ୍ୟରେ ବିକ୍ରି କରିଥାଏ ତାହେଲେ ତାକୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜୋରିମାନାର ବ୍ୟବସ୍ଥା ରହିଛି ।
  • ଯେକୌଣସି ବ୍ୟକ୍ତି ଜଣେ ମହିଳାଙ୍କୁ ଆଣି ବେଶ୍ୟାବୃତ୍ତି ଉଦ୍ଦେଶ୍ୟରେ ବିକ୍ରୟ ବା ପ୍ରତାରିତ କରିଥିଲେ ତାକୁ ୩ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଜେଲ ସହିତ ଜୋରିମାନା ଦେବାକୁ ପଡିଥାଏ।

ପୋଲିସ ଓ ଆଇନ

ଆମ୍ଭମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ନିଯୁକ୍ତି ହୋଇଥାନ୍ତି। ତେଣୁ ସେମାନଙ୍କର କେତେକ ସ୍ଵତନ୍ତ୍ର କ୍ଷମତା ରହିଛି ଓ ବେଳେ ବେଳେ ପୋଲିସ ଏହି କ୍ଷମତାଗୁଡ଼ିକର ଅପବ୍ୟବହାର କରିଥାନ୍ତି।ତେଣୁ ପୋଲିସଙ୍କ ଆଇନ ସମ୍ପର୍କରେ କିଛି ସାଧାରଣ ତଥ୍ୟ ସମସ୍ତେ ଜାଣିବା ଆବଶ୍ୟକ ।

  • ପୋଲିସ ଗିରଫ ସମୟରେ ଅଭିଯୋଗର ପୂର୍ଣ୍ଣ ବିବରଣୀ ଏବଂ ଅପରାଧ ଓ ଗିରଫର କାରଣ ଦର୍ଶାଇବା ଆବଶ୍ୟକ ।
  • ପୋଲିସ ଗିରଫ ସମୟରେ ଅନାବଶ୍ୟକ ବଳପ୍ରୟୋଗ ବା ମାରଧର କରିପାରିବେ ନାହିଁ କିମ୍ବା ଥାନାକୁ ନିଆଜିବା ସମୟରେ ହାତକଡି ପକାଇ ପାରିବେ ନାହିଁ।
  • ଗିରଫ ବ୍ୟକ୍ତିକୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ କୋର୍ଟ ରେ ହଜାର କରାଯିବା ଆବଶ୍ୟକ। ମାଜିଷ୍ଟ୍ରେଟ ବିନା ଆଦେଶରେ ଗିରଫ ବ୍ୟକ୍ତିଙ୍କୁ ୨୪ ଘନତାରୁ ଅଧିକ ପୋଲିସ ଅଟକ ରଖିବା ବେଆଇନ ।
  • ଜଣେ ମହିଳା ଙ୍କୁ କେବଳ ମହିଳା ହାଜତରେ ହିଁ ରଖାଯିବ ଓ ମହିଳା ପୋଲିସଙ୍କ ଦ୍ଵାରା ଖାନତଲାସି (ଶାରୀରିକ ତଦନ୍ତ) କରାଯାଇପାରିବ।
  • ମହିଳାଙ୍କୁ ଘର ବ୍ୟତୀତ ପଚରାଉଚରା ପାଇଁ ଅନ୍ୟକୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ ।
  • ମୋକଦ୍ଦମା ବିଚାର ପାଇଁ ଓକିଲ ନିଯୁକ୍ତି କରିବାରେ ଜଣେ ସମ୍ଭଶୀଳ ଓ ଓକିଲ ଫିସ ଦେବାକୁ ଅସମର୍ଥ ହେଲେ ନିଜ ପାଇଁ ଓକିଲ ନିଯୁକ୍ତି ନିମନ୍ତେ ଅଦାଲତରେ ଆବେଦନ କରିପାରିବେ।

ପ୍ରସୂତି କାଳୀନ ସୁବିଧା

ପ୍ରସୂତି କାଳୀନ ସୁବିଧା ଆଇନ -୧୯୬୧ ମସିହା ଅନୁଯାୟୀ ମହିଳା ଶ୍ରମିକ ମାନଙ୍କୁ କେତେକ ସ୍ଵତନ୍ତ୍ର ସୁବିଧା ଦିଆଯାଇଛି ।ପ୍ରସବକଲିନ ଛୁଟି ହିସାବରେ ମହିଳାମାନଙ୍କୁ ସନ୍ତାନ ପ୍ରସାବ ପୂର୍ବରୁ ୬ ସପ୍ତାହ ଓ ପରେ ୬ ସପ୍ତାହ ଏହିପରି ସମୁଦାଯ ୧୨ ସପ୍ତାହ ସବେତନ ଛୁଟି ମିଳିପାରିବ ।ତେବେ ମହିଳା ଶ୍ରମିକ ସମ୍ପୃକ୍ତି କାରଖାନା ବା ପ୍ରତିଷ୍ଠାନରେ ପ୍ରସାବ ପୂର୍ବବର୍ତ୍ତୀ ବର୍ଷକ ମଧ୍ୟରେ ଅନ୍ତତଃ ୮୦ ଦିନ କାମ କରିଥିବା ଆବଶ୍ୟକ ।

  • କାର୍ତ୍ତୁପକ୍ଷ ମହିଳା ଶ୍ରମିକଙ୍କୁ ଗର୍ଭାସ୍ଥାନରେ କିମ୍ବା ପ୍ରସାବ ପରେ ଡାକ୍ତରୀ ଚିକିସ୍ଛା ସେବା ଯୋଗାଇ ଦେଇ ନଥିଲେ ଚିକିସ୍ଛା ବୋନସ ହିସାବରେ ୨୫୦ ଟଙ୍କା ଦେବାକୁ ବାଧ୍ୟ ହେବେ।
  • ଗର୍ଭାବସ୍ଥାରେ,ବିଶେଷ କରି ସନ୍ତାନ ପ୍ରସବାର ଏକମାସ ପୂର୍ବରୁ ମହିଳା ଶ୍ରମିକ କୌଣସି କାରଣରୁ ଛୁଟି ପାଇନଥିଲେ କାର୍ଯ୍ୟ କ୍ଷେତ୍ରରେ ତାଙ୍କୁ କଠିନ ପରିଶ୍ରମ କରିବାକୁ ଦିଆଯିବ ନାହିଁ। ଅଧିକ ସମୟ ଛିଡା ହେବା,ଓଜନଦାର ଜିନିଷ ବୋହିବା କିମ୍ବା ଗର୍ଭାବସ୍ଥାରେ ପ୍ରଭାବ ପକାଇବା ଭଳି କୌଣସି କାର୍ଯ୍ୟ ତାଙ୍କୁ କରିବାକୁ ଦିଆଯାଇପାରିବ ନାହିଁ।
  • କୌଣସି ମହିଳା ଶ୍ରମିକଙ୍କର ଗର୍ଭପାତ ହେଲେ ତାଙ୍କୁ ଗର୍ଭପାତ ପରବର୍ତ୍ତୀ ୬ ସପ୍ତାହ ସବେତନ ଛୁଟି ମିଳିବ।
  • କୌଣସି ମହିଳା ଶ୍ରମିକ ଗର୍ଭଧାରଣ ,ସନ୍ତାନ ପ୍ରସାବ,ଅସମୟ ପ୍ରସାବ ଓ ଗର୍ଭପାତ ଯୋଗୁଁ ଅସୁସ୍ଥ ହେଲେ ପ୍ରସବକାଳୀନ ଛୁଟି ସହ ଅଧିକ ଏକମାସ ସଚେତନ ଛୁଟି ପାଇବେ।
  • ସନ୍ତାନ ପ୍ରସାବ ପରେ କାମରେ ଯୋଗ ଦେଉଥିବା ମହିଳା ଶ୍ରମିକମାନଙ୍କ ଶିଶୁକୁ ୧୫ ମାସ ହେବା ପର୍ଯ୍ୟନ୍ତ ଶିଶୁର ସେବାଯତ୍ନ ଓ ଖୁଆଇବା ପାଇଁ ଦିନକୁ ଅଧିକ ଦୁଇଥର କାର୍ଯ୍ୟ ବିରତି ଦିଆଯିବ ।
  • ଯଦି ମହିଳା ଶ୍ରମିକଙ୍କୁ ପ୍ରସବକାଳୀନ ସୁବିଧା ସୁଯୋଗ ମିଳୁନଥାଏ ତା’ହେଲେ ସେ ନିମ୍ନ ବ୍ୟକ୍ତି ବା ସଂଗଠନ ଗୁଡିକୁ ଆବେଦନ କରିପାରିବେ ।

-          ଶ୍ରମ ଅଧିକାରୀ

-          ଶ୍ରମ କମିଶନର

ସାମାଜିକ କଲ୍ୟାଣ ଅନୁଷ୍ଠାନ

ଆଧାର : ପୋର୍ଟାଲ  ଟିମ

3.15384615385
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top