ହୋମ / ସମାଜ କଲ୍ୟାଣ / ସ୍ଵୟଂ ସହାୟକ ଗୋଷ୍ଠୀ / ସ୍ୱାସ୍ଥ୍ୟ ସହାୟିକା ପାଇଁ ତାଲିମ / ସ୍ୱାସ୍ଥ୍ୟ ସହାୟିକା ତାଲିମ(ମାନବ ସମ୍ଭ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ)
ସେଆର କରନ୍ତୁ

ସ୍ୱାସ୍ଥ୍ୟ ସହାୟିକା ତାଲିମ(ମାନବ ସମ୍ଭ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ)

ମାନବ ସମ୍ଭ ବିକାଶ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସହାୟିକାମାନଙ୍କ ଭୂମିକା ଓ ଦାୟିତ୍ଵ

କେଉଁ ମାନଙ୍କୁ ସ୍ୱାସ୍ଥ୍ୟ ସହାୟିକା କୁହାଯାଏ

Swasthya sahayakaଜଣେ ମହିଳା,ସେହି ଗାଁର ଅଧିବାସୀ ମହିଳା ହୋଇଥିବେ ଯେକି ପଢି ଲେଖି ଜାଣିବା ସହିତ ହିସାବ କିତାବ କରିପାରୁଥିବେ। ଲୋକମାନଙ୍କ ସେବା କରିବା ପାଇଁ ତାଙ୍କର ଯଥେଷ୍ଟ ଆଗ୍ରହ ଥିବା । ସେ ଲୋକମାନାଙ୍କର ବିଶ୍ଵାସ ଭାଜନ ହୋଇପାରୁଥିବେ । ଲୋକମାନଙ୍କ ଭଲ ମନ୍ଦ ରେ ଉପସ୍ଥିତ ହୋଇପାରୁଥିବେ । ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ଯା ,ସଂସ୍କୃତି ବିଷୟରେ ଭଲଭାବେ ଜାଣିଥିବେ । ସରକାରୀ ଜଳ, ପଞ୍ଚାଯତ ପ୍ରତିନିଧି ,ସ୍ୱାସ୍ଥ୍ୟ ବିଭାଗ ଓ ଗୋଷ୍ଠୀ ମଧ୍ୟରେ ବିଶେଷ କରି ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏବଂ ଏ.ଏନ.ଏମ ସହ ଉତ୍ତମ ସମନ୍ଵୟ ରକ୍ଷା କରିପାରୁଥିବେ । କୌଣସି ସଂସ୍ଥା ଦ୍ଵାରା ସ୍ୱାସ୍ଥ୍ୟ ସେବା ପାଇଁ ତାଲିମ ପାଇଁ କୌଣସି ସଂସ୍ଥା  ମାଧ୍ୟମରେ ବା ବ୍ୟକ୍ତିଗତ ଭାବେ ଗୋଷ୍ଠୀରେ କାର୍ଯ୍ୟ କରୁଥିବେ ।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅନେକ ଆବଶ୍ୟକ ରହିଛି । ଗୋଷ୍ଠୀରେ ଏହାକୁ ନିଶ୍ଚିତ କରାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟସେବା  ନୀତି ପ୍ରଣୟନ ହୋଇଛି । ଗୋଷ୍ଠୀରେ ଏହି ନୀତି ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯିବାର ଲକ୍ଷ ଧାର୍ଯ୍ୟ ହୋଇ କାର୍ଯ୍ୟକ୍ରମ  ଚାଲୁ ରହିଛି ।

ସ୍ୱାସ୍ଥ୍ୟ ସହାୟିକା କ’ଣ ସବୁ କରିବେ

  • ଖାଦ୍ୟ ବିନିମୟରେ ମାନବ ସମ୍ବଳ ବିକାଶ ଯୋଜନା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସେବିକାଙ୍କ ଭୂମିକା ଓ ଦାୟିତ୍ଵ ଅତ୍ୟନ୍ତ ଗୁରୁତ୍ବପପୂର୍ଣ୍ଣ ଅଟେ । ଗ୍ରାମର ପ୍ରାୟ 10 ଟି ଘର/ ପରିବାର ପାଇଁ ଜଣେ ସ୍ୱାସ୍ଥ୍ୟ ସେବିକା ମୃତୟନ କରାଯାଇଛି ।
  • ଏହି ସ୍ୱାସ୍ଥ୍ୟ ସେବିକା ଗ୍ରାମର ମହିଳା ସ୍ଵୟଂ ସହାୟକ  ଗୋଷ୍ଠୀରୁ/ଗୋଷ୍ଠୀ ଦ୍ଵାରା ମନୋନୀତ ହୋଇ ସ୍ୱାସ୍ଥ୍ୟ ସେବା ସମ୍ବନ୍ଧୀୟ ପ୍ରାଥମିକ ତାଲିମ ନେବେ ଏବଂ ପରେ ଧାଈମା ତାଲିମ ମଧ୍ୟ ନେବେ ।
  • ପ୍ରତିଦିନ ଅତିକମ ରେ 8 ଘଣ୍ଟା କାର୍ଯ୍ୟ କରିବା ଏବଂ ମାସରେ ସର୍ବାଧିକ ୨୬ ଦିନ କାର୍ଯ୍ୟକରିବା ।
  • ଉକ୍ତ ୧୦ ଟି ଘରକୁ ସ୍ୱାସ୍ଥ୍ୟ ସଚେତନତା ଦେବା ଗର୍ଭବତୀ ଓ ପ୍ରସୂତି ମହିଳା, ଶିଶୁ ତଥା ଅନ୍ୟାନ୍ୟ ସାଧାରଣ ରୋଗ,ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ପରାମର୍ଶ ଏବଂ ଏମାନଙ୍କ ପାଇଁ ଦରକାରୀ ସେବା  ସମ୍ପୃକ୍ତ  କର୍ମଚାରୀଙ୍କ ଠାରୁ ଯୋଗାଇବାରେ ସହଯୋଗ କରିବା ସ୍ୱାସ୍ଥ୍ୟ ସେବିକାର ମୂଳ ଲକ୍ଷ ।
  • ୧୦ ଟି ପରିବାରର ସମସ୍ତ ସଦସ୍ୟ ଙ୍କ ପାଇଁ ସଚେତନତା ସଭା କରିବା,ଯେଉଁଠାରେ ସମସ୍ତେ ଏକତ୍ର ହୋଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ହାସଲ କରିବେ ଏବଂ ପରାମର୍ଶ ଗ୍ରହଣ କରିବେ ।
  • ଏହି ସଚେତନତା ସଭା ପ୍ରତି ୧୦ ଟି ପରିବାର ପାଇଁ ମାସର ଯେ କୌଣସି ଦିନ, ସେମାନଙ୍କ ସୁବିଧା  ଅନୁଯାୟୀ ଅନ୍ତତଃ ୧ଘଣ୍ଟାରୁ ୨ ଘଣ୍ଟା ପର୍ଯ୍ୟନ୍ତ କରାଯାଇପାରେ ।
  • ୧୦ ଟି ପରିବାରର ସମସ୍ତ ସଦସ୍ୟଙ୍କ ସଂପୂର୍ଣ୍ଣ  ତଥ୍ୟ/ବିବରଣୀ ସ୍ୱାସ୍ଥ୍ୟ ସେବିକା ଜାଣିବା ଦରକାର । ଏହା ତାଙ୍କ ମୂଳ ଖାତାରେ ଲେଖା ହୋଇ ରହିବା ।
  • ଗର୍ଭାବସ୍ଥାରୁ,ପ୍ରସୂତି ଓ ଶିଶୁ ଜନ୍ମର ପରବର୍ତ୍ତୀ ଅବସ୍ଥା ପର୍ଯ୍ୟନ୍ତ ଗ୍ରାମ୍ୟ ସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ପରିପୂରକ ଖାଦ୍ୟ ଟି.ଟି. ଫଲିଫର ବଟିକା, ମ୍ୟାଲେରିଆ ବଟିକା ବିଭାଗୀୟ କର୍ମୀଙ୍କ ଠାରୁ ଯୋଗାଇଦେବା,ଆବଶ୍ୟକ  ପରାମର୍ଶ  ଓ ଯତ୍ନ ଯୋଗାଇଦେବା ରେ ସହଯୋଗ କରିବା । ଏହା ସମ୍ପୃକ୍ତ ହିତାଧିକାରୀଙ୍କ ଦ୍ଵାରା ନିଆଯିବାର ନିଶ୍ଚିତ ହେବ ।
  • ସ୍ୱାସ୍ଥ୍ୟ ଓ ପୁଷ୍ଟିଦିବସ କିମ୍ବା ମାସର କୌଣସି ଏକ ଦିନରେ  ସ୍ୱାସ୍ଥ୍ୟକର୍ମୀଙ୍କ ଗ୍ରାମକୁ ପରିଦର୍ଶନ କରାଇ ଗର୍ଭବତୀ ମା,
  • ମାନଙ୍କର ରକ୍ତଚାପ ,ଓଜନ ମପା କରାଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ।
  • ୧୦ ଟି ପରିବାର ସମସ୍ତ ଶିଶୁ ଙ୍କୁ ୬ ଟି ମାରାତ୍ମକ ରୋଗ କବଳରୁ ରକ୍ଷା କରିବା ପାଇଁ ନିୟମିତ, ସମୟାନୁଯାୟୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ଟୀକାକରଣ କରାଇବେ ।
  • ୧୦ ଟି ପରିବାରରେ ଜନ୍ମ ନିୟନ୍ତ୍ରଣ ,ପରିଷ୍କାର ପରିଚ୍ଛନ୍ନତା,ଆବଶ୍ୟକ ମତେ ପୁଷ୍ଟିକର ଖାଦ୍ୟ ସେବନ ତଥା ବିଶୁଦ୍ଧ ପାନୀୟ ଜଳ ପିଇବାପାଇଁ ପରାମର୍ଶ ଦେବା ।
  • ମ୍ୟାଲେରିଆ,ଟି.ବି.,ତରଳଝାଡା, କାଛୁକୁଣ୍ଡିଆ ଭଳି ସାଧାରଣ ରୋଗରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପ୍ରତିଷେଧକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବା । କେହି ଏପରି କୌଣସି ରୋଗରେ ପଡିଲେ ଚିକିସ୍ଛାର ବ୍ୟବସ୍ଥା କରାଇବା  ।
  • ୧୦ ଟି ପରିବାରର ସମସ୍ତ ସଦସ୍ଯଙ୍କୁ ଘର ଭିତର ଓ ବାହାର ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପାରିପାର୍ଶ୍ଵିକ ପରିବେଶ,ଜଳ ଉସ୍ଛା, ନଳକୂପ ,ସାଧାରଣ କୂପ ଏବଂ ପୋଖରୀ ଗୁଡିକ ପରିଷ୍କାର ରଖିବା ପାଇଁ ପ୍ରେରଣା ଦେବା ।
  • ଜରୁରୀକାଳିନ ସ୍ଵାସ୍ଥ୍ୟଗତ ଅସୁବିଧା ସମୟରେ ସ୍ୱାସ୍ଥ୍ୟକର୍ମୀ କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ସହ ସଂଯୋଗ ସ୍ଥାପନ କରିବା।
  • ୧୦ ଟି ପରିବାରର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ସରକାରଙ୍କ ବିଭିନ୍ନ ସୂଚନା ଯୋଗାଇଦେବା,ଆବଶ୍ୟକ ନିଶ୍ଚିତ ସେବା ପାଇବାର ବ୍ୟବସ୍ଥା କରିବା ଏବଂ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା (ପି.ଡି.ଏସ),ଅନ୍ତୋଦୟ ,ଅନ୍ନପୂର୍ଣା, ବାର୍ଦ୍ଧକ୍ୟ ଓ ବିକଳାଙ୍ଗ  ଭତ୍ତା ତଥା ଇନ୍ଦିରା ଆବାସ ଯୋଜନା ଦ୍ଵାରା ସେମାନଙ୍କର ପ୍ରାପ୍ୟ ପାଇବାର ସହଯୋଗ କରିବା।
  • ଅଙ୍ଗନବାଡି କର୍ମୀଙ୍କ ସହ ସଂଯୋଜନା କରି ହିତାଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସୁବିଧା ଯୋଗାଇବା ।
  • ପରିବାର ମାନଙ୍କୁ ବି.ପି.ଏଲ. କାର୍ଡ ଯୋଗାଇବାରେ ସହଯୋଗ ତଥା ପଲ୍ଲିସଭା ଓ ଗ୍ରାମସଭାରେ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେବା ।

ନିରାପଦ ମାତୃତ୍ଵ କୁ ନିଶ୍ଚିତ କରାଇବାରେ ସ୍ୱାସ୍ଥ୍ୟ ସହାୟକଙ୍କ ଭୂମିକା

  1. ଆପଣଙ୍କ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରନ୍ତୁ । ମହିଳା ସ୍ୱାସ୍ଥ୍ୟକର୍ମୀ ଙ୍କ ସହାୟତାରେ ସେମାନଙ୍କ ଗର୍ଭର  ପାଞ୍ଜିକରଣ ଏବଂ ପ୍ରସବ ପୂର୍ବ ଯତ୍ନ (ଅତିକ୍ରମରେ ତିନିଥର) ପାଇଁ ନିଶ୍ଚିତ କରାନ୍ତୁ ।
  2. ଗର୍ଭବତୀ ଓ ପ୍ରସୂତୀ ମାନଙ୍କର ବିପଦ ଲକ୍ଷଣ ଚିହ୍ନଟ କରିବା, ସେମାନଙ୍କୁ ଅବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟତା ଦିଅନ୍ତୁ ।
  3. ପ୍ରତ୍ୟେକ ଗର୍ଭବତୀ ଉଚିତ  ମାତ୍ରାର ଲୌହ ଫଲିଫର ବଟିକା ଖାଉଛନ୍ତି ବୋଲି ନିଶ୍ଚିତ କରନ୍ତୁ ।
  4. ପ୍ରତ୍ୟେକ ପ୍ରସାବପୂର୍ବ ଯତ୍ନ ଯାଞ୍ଚ ସମୟରେ ମା ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି କୁହନ୍ତୁ ଏବଂ ଆବଶ୍ୟକ ଚିକିସ୍ଛା ଓ ପରାମର୍ଶ  ବ୍ୟବସ୍ଥା କରାନ୍ତୁ
  5. ମହିଳା ସ୍ୱାସ୍ଥ୍ୟ କର୍ମୀମାନେ ମିସନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସଚେତନ କରାଇ ମାତୃମୃତ୍ୟୁ ହ୍ରାସରେ ଯଥେଷ୍ଟ ସାହାଯ୍ୟ କରାନ୍ତୁ ।
  6. ମା’ ଓ ଗର୍ଭସ୍ଥ ଶିଶୁ ଧନୁଷ୍ଟଙ୍କାରରୁ ରକ୍ଷା ପାଇବା ପାଇଁ ଦୁଇଥର ଟି.ଟି. ନେବାରେ ବ୍ୟବସ୍ଥା କରନ୍ତୁ, ।
  7. ନିରାପଦ ପ୍ରସବ  ପାଇଁ ପୂର୍ବପ୍ରସ୍ତୁତି କିପରି କରିବେ, ପ୍ରସାବ ପରେ କିପରି ସ୍ତନ୍ୟପାନ କରାଇବେ ଏବଂ ବାରମ୍ବାର ଗର୍ଭବତୀ ନା ହେବ ପାଇଁ କିଭଳି ଭାବେ ଗର୍ଭାନିରୋଧକ ବ୍ୟବହାର କରିବେ, ସେ ବିଷୟରେ ମା’ ଓ ପରିବାରରେ ନିଷ୍ପତ୍ତି ନେଉଥିବା ସଦସ୍ୟ ମାନଙ୍କୁ ପରାମର୍ଶ ଦିଅନ୍ତୁ ।
  8. ପ୍ରସାବ ସମୟରେ ପରିବାର ସଦସ୍ୟମାନେ (ବିଶେଷକରି ସ୍ଵାମୀ) ଉପସ୍ଥିତ ରହିବା ଦରକାର ବୋଲି ଜଣାଇବା, କାରଣ ପ୍ରସବ ସଙ୍କ୍ରନ୍ତିୟ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯିବାକୁ ପଡିପାରେ ,ଏଥିପାଇଁ  ଆର୍ଥିକ ପ୍ରସ୍ତୁତି ଆବଶ୍ୟକ ପଡିପାରେ ବୋଲି ଜଣ।ନ୍ତୁ ।
  9. ଗର୍ଭସମୟରେ ବିପଦ ଲକ୍ଷଣଗୁଡିକୁ ଜାଣିବା ଆବଶ୍ୟକ । ସମସ୍ୟାକୁ ଶୀଘ୍ର ଚିହ୍ନଟ କରିବା ଏବଂ ଏଥିପାଇଁ ଯଦି ଦରକାର ପଡେ ପ୍ରେରଣ ସେବାର (ରେଫରଲ)ବ୍ୟବସ୍ଥା କରାନ୍ତୁ ।
  10. ପ୍ରସବ ସମୟରେ ମା’ର ଉପଯୁକ୍ତ ଯତ୍ନ ନେବାପାଇଁ ପରିବାର ସଦସ୍ଯଙ୍କୁ ବୁଝାଇଦେବା ସ୍ୱାସ୍ଥ୍ୟକର୍ମୀଙ୍କର ମୁଖ୍ୟ (ପାଞ୍ଚ ପରିଷ୍କାର ପ୍ରତି ଗୁରୁତ୍ତ୍ଵ ଦେବା କଥା ଦୋହରାଇ ଦିଅନ୍ତୁ) ଦାୟୀତ୍ଵ । ଏଗୁଡିକ ମଧ୍ୟରେ ଗର୍ଭବତୀ ମହିଳାମାନଙ୍କୁ ବିଶ୍ରାମ, ମାନସିକ ସାନ୍ତ୍ଵନା,ପରିଚ୍ଛନତା,ଇତ୍ୟାଦି ବିଷୟରେ ଜଣ।ନ୍ତୁ । ପ୍ରସବ ପୂର୍ବରୁ ଓ ପରେ ମା’ ପାଇଁ ଉତ୍ତମ ଖାଦ୍ଯର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହନ୍ତୁ ।
  11. ନବଜାତ ଶିଶୁ ଯତ୍ନ ନିମନ୍ତେ ସ୍ୱାସ୍ଥ୍ୟ ସହାୟିକା ପରିବାରର ସଦସ୍ୟମାନଙ୍କୁ ବୁଝାନ୍ତୁ ।
  12. କମ ବୟସରେ ବିବାହ କରିବାରେ କୀ ପ୍ରକାର ଅସୁବିଧା ରହିଛି, ସେଗୁଡ଼ିକୁ ପରିବାରର ସଦସ୍ୟମାନଙ୍କୁ ବୁଝାଇବା ।
  13. ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅନୁଯାୟୀ ସାମାଜିକ ପ୍ରକ୍ରିୟା ଏବଂ  ଚଳଣିରେ ପରିବର୍ତନ ଆଣିବା ପାଇଁ ଲୋକମାନଙ୍କୁ କୁହନ୍ତୁ ।
  14. କିଶୋର କିଶୋରୀ ମାନଙ୍କୁ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା ଦିଅନ୍ତୁ ।
  15. ଦାୟିତ୍ଵପୂର୍ଣ ପିତାମାତା ହେବା ପାଇଁ ପ୍ରତ୍ୟେକ ଦମ୍ପତିଙ୍କୁ କହିବ । ଶିଶୁଟିଏ ଜନ୍ମଦେବା ପୂର୍ବରୁ ପିତାମାତା ଯୋଜନାବଦ୍ଧଭାବେ ଚିନ୍ତା କରିବା ଆବଶ୍ୟକ ବୋଲି କହିରଖନ୍ତୁ ।

ଆଧାର : ୟୁନାଇଟେଡ଼ ନେଶନସ ୱାର୍ଲ୍ଡଡ ଫୁଡ ପ୍ରୋଗ୍ରାମ

3.11111111111
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top