ଜମିରେ ଅଣୁଜୀବ କଲ୍ ଚର୍ ପ୍ରୟୋଗ କରି ମୃତ୍ତିକାର ଉର୍ବରତା ବୃଦ୍ଧି କରାଯିବା ପଦ୍ଧତିକୁ ଜୈବ ଉର୍ବରକ ପ୍ରୟୋଗ ବା ଜୈବ ଉର୍ବରକା ଟିକାଦାନ କୁହାଯାଏ ।
ଏହି ଅଣୁଜୀବ କଲ୍ ଚର୍ ଛୁଇଁ ଜାତୀୟ ଫସଲ ଲଗାଇବା ସମୟରେ ପ୍ରୟୋଗ କରାଯାଏ । ସାଧାରଣତଃ ମଞ୍ଜି ସହିତ ଏହାକୁ ଗୋଳାଇ ଦେଇ ବୁଣାଯାଏ । କିମ୍ବା ପାଣିରେ ଗୋଳାଇ ସିଆରରେ ଛିଞ୍ଚି ଦିଆଯାଏ ଓ ମଞ୍ଜି ବୁଣାଯାଏ । ଟିକାରେ ଥିବା ଶାକାଣୁ ଗଜା ଗଛର ଚେର ମଧ୍ୟକୁ ପ୍ରବେଶ କରି ଭାତୁଡି ସୃଷ୍ଟି କରେ ଏବଂ ଭାତୁଡିରେ ଯବକ୍ଷାର ନିବନ୍ଧିତ ହୁଏ । ଛୁଇଁ ଜାତୀୟ ଫସଲ ନିଜେ ନିବନ୍ଧନ ହେଉଥିବା ଯବକ୍ଷାର ଶତକଡା ୭୫ ଭାଗ ବ୍ୟବହାର କରେ । ଅବଶିଷ୍ଟ ଫସଲ ଅମଳ ପରେ ମୃତ୍ତିକାରେ ମିଶିଯାଏ । ବିଭିନ୍ନ ପ୍ରକାର ଛୁଇଁ ଜାତୀୟ ଫସଲ ଓ ତାର ଚେରରେ ଗୁଟିକା ସୃଷ୍ଟି କରୁଥିବା ରାଇଜୋବିଅମ୍ ଭିନ୍ନ ଭିନ୍ନ ଏବଂ ସେମାନଙ୍କର ଯବକ୍ଷାର ନିବନ୍ଧନ କ୍ଷମତା ହେକ୍ଟର ପିଛା ୩୦ରୁ ୩୫୦ କି.ଗ୍ରା. ଛୁଇଁ ଜାତୀୟ ଫସଲର ଅମଳ ଏହି ଯବକ୍ଷାର ନିବନ୍ଧନ ପରିମାଣ ଉପରେ ନିର୍ଭର କରେ । ମୃତ୍ତିକାରେ ସାଧାରଣତଃ ରାଇଜୋବିଅମ୍ ଶାକାଣୁ ସଂଖ୍ୟା କମ୍ ଥାଏ । ଆବଶ୍ୟକ ସଂଖ୍ୟକ ଶାକାଣୁ ଅଭାବରୁ ଛୁଇଁ ଜାତୀୟ ଫସଲ ଭଲ ବଢିପାରେ ନାହିଁ । ତେଣୁ ଟିକା ଉପଯୋଗ ଏକାନ୍ତ ପ୍ରୟୋଜନ ।
ଛୁଇଁ ଜାତୀୟ ଫସଲକୁ ଛାଡି, ଅନ୍ୟାନ୍ୟ ଫସଲରେ ଏହାକୁ ଉପଯୋଗ କରାଯାଏ । ପ୍ରୟୋଗ ପ୍ରଣାଳୀ ଏକା ପ୍ରକାର । ଜମିରେ ପ୍ରୟୋଗ ହେବା ପରେ କଲଚର୍ ରେ ଥିବା ଶାକାଣୁ ମୃତ୍ତିକାରେ ବଂଶ ବିସ୍ତାର କରେ ଏବଂ ଫସଲର ଚେର ଚତୁଃପାର୍ଶ୍ଵରେ ଯବକ୍ଷାର ନିବନ୍ଧିତ କରେ । ହେକ୍ଟର ପିଛା ୨୦ ରୁ ୨୫ କି.ଗ୍ରା. ଯବକ୍ଷାର ନିବନ୍ଧିତ ହୁଏ ଏବଂ ଏହା ଫସଲକୁ ମିଳେ ।
ଠିଆ ପାଣି ରଖାଯାଇ ଧାନଚାଷ କରାଯାଉଥିବା ଜମିରେ ଏହାକୁ ପ୍ରୟୋଗ କରାଯାଏ । ଧାନ ରୋଇବାରେ ୨/୪ ଦିନ ପରେ ଗୋଳିପାଣି ବସିଯାଇ ନିର୍ମଳ ହୋଇଗଲେ ପାଣି ଉପରେ ଏହି କଲଚର୍ ଗୁଣ୍ଡକୁ ବିଞ୍ଚି ଦିଆଯାଏ । ଏବଂ ପାଣି ବାନ୍ଧି ରଖାଯାଏ । ଏଥିପାଇଁ ହେକ୍ଟର ପିଛା ୧୦ କି.ଗ୍ରା. ଟିକା ପାଉଡର ଗୁଣ୍ଡ ଆବଶ୍ୟକ ହୁଏ । କଲଚର୍ ରେ ଥିବା ବିସ୍ତାର ଲାଭ କରେ ଓ ଯବକ୍ଷାର ନିବନ୍ଧିତ କରେ । ଧାନ ଗଛ ପିଲ ଦେଇ ବଢିବା ଫଳରେ ପାଣି ଉପରେ ସୂର୍ଯ୍ୟାଲୋକ ପଡିବା କମିଯାଏ , ତେଣୁ ଏ ଶୈବାଳ ମରିଯାଏ ଏବଂ ଏଥିରେ ଥିବା ଯବକ୍ଷାର ଧାନ ଫସଲକୁ ପ୍ରାପ୍ତ ହୁଏ । ପ୍ରାୟ ହେକ୍ଟର ପିଛା ୨୫ କି.ଗ୍ରା. ଯବକ୍ଷାରଜାନ ଧାନ ଫସଲକୁ ମିଳିପାରେ ।
ଏହା ଏକ ପ୍ରକାର କବକ । ଏହା ଫସଲର ଚେର ପୃଷ୍ଠରେ ବାୟା ବିସ୍ତାର କରି ବଢେ । ମୃତ୍ତିକାରେ ଥିବା ବା ପ୍ରୟୋଗ କରାଯାଉଥିବା ଅଦ୍ରବଣୀୟ ଫସଫେଟ୍ ରୁ ଫସଫେଟ୍ ଯୌଗିକକୁ ଏହା ଦ୍ରବୀଭୂତ କରେ । ତେଣୁ ଅଦ୍ରବଣୀୟ ଫସଫେଟ୍ ରୁ ଫସଫରସ୍ ଉପାଦାନ ଫସଲକୁ ଗ୍ରହଣୀୟ ଆକାରରେ ମିଳେ ।ରକ୍ ଫସଫେଟ୍ ଜାତୀୟ ସାରର କାର୍ଯ୍ୟକାରିତା ବଢିଯାଏ ।
ଏଥିରେ ମୁଖ୍ୟ ଖାଦ୍ୟସାର ଅଧିକ ମାତ୍ରାରେ ଥାଏ । ତେଣୁ ସ୍ଥୂଳ ଜୈବିକ ଖତ ଭଳି ଏତେ ଅଧିକ ପରିମାଣରେ ପ୍ରୟୋଗ କରିବା ଆବଶ୍ୟକ ପଡେ ନାହିଁ ।
କୌଣସି ତୈଳବୀଜର ତୈଳାଂଶ କାଢି ନେଲା ପରେ ରହିଯାଉଥିବା ଖଦରା ଅଂଶକୁ ପିଡିଆ କୁହାଯାଏ । ପିଡିଆକୁ ଗୋ – ଖାଦ୍ୟ ଓ ଖତ ରୂପେ ବ୍ୟବହାର କରାଯାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/29/2019