অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ ଖତ ପ୍ରୟୋଗର ପ୍ରୟୋଜନୀୟତା

ଜୈବିକ ଖତ ବ୍ୟବହାର ପ୍ରଣାଳୀ

  1. ଖତକୁ   ଗାତରୁ  ବାହାର  କରିବା  ପରେ  ସଙ୍ଗେ  ସଙ୍ଗେ   ଜମିରେ  ପ୍ରୟୋଗ   କରି  ଜମିଚାଷ   କରିଦେଲେ  ତାହା   ମାଟି  ସହିତ  ମିଶିଯାଏ   ।
  2. ବିଲକୁ  ନେବା  ପାଇଁ   ଡେରିଥିଲେ   ଖତକୁ   ଖତଗାଡି  ନିକଟରେ   ଖରା  ନ  ପଡୁଥିବା  ସ୍ଥାନରେ   ଗଦାଇ   ରଖାଯାଏ   । ସ୍ଥଳ  ବିଶେଷରେ   ଖତକୁ   ଜମିକୁ   ବୋହି   ନେବା  ପରେ  ସଙ୍ଗେ  ସଙ୍ଗେ   ପ୍ରୟୋଗ   ନ କରି  ଜମିରେ  ଠାଏ  ଠାଏ   ଗଦାକରି   ଦିଆଯାଏ   । ସେପରି   ସ୍ଥଳେ   ଖତଗଦା   ଉପରେ   ମାଟି   ଟେକା   ବିଛାଇ   ଦିଆଯିବା   ଆବଶ୍ୟକ   । ତା’ ନହେଲେ   ଖତଗଦା  ଖରାରେ   ଶୁଖିଯାଏ  ଏବଂ  ଏଥିରୁ  କିଛି  ପବନରେ   ମଧ୍ୟ  ଉଡିଯାଏ   । ସେଥିରୁ   ଯବକ୍ଷାରଜାନ   ଆମୋନିଆ   ଗ୍ୟାସ୍  ହୋଇ   ନଷ୍ଟ   ହୁଏ   ।
  3. ସିଆରରେ  ଲଗାଯାଉଥିବା  ଫସଲରେ  ଅଳ୍ପ  ପରିମାଣ  ଖତକୁ  ସିଆର   ମଧ୍ୟରେ  ପ୍ରୟୋଗ   କରିବା  ଅଧିକ  ଫଳପ୍ରଦ   ।
  4. ମୃତ୍ତିକାର   ଫସଫେଟ୍  ବନ୍ଧନ  ଶକ୍ତି  ଅଧିକ  ହୋଇଥିଲେ , ଫସଫେଟ୍  ସାରକୁ   ଖତ  ସହିତ  ଫେଣ୍ଟି   ପ୍ରୟୋଗ  କରିବା  ଦ୍ଵାରା   ଫସଫେଟ୍  ସାର   ଅଧିକ  କାର୍ଯ୍ୟକାରୀ   ହୁଏ   ।

ଜୈବିକ ଖତ ପ୍ରୟୋଗର ପ୍ରୟୋଜନୀୟତା

ମୃତ୍ତିକାର   ଭୌତିକ  ଗୁଣର  ଉନ୍ନତି

  1. ଜୈବିକ  ଖତ  ଖତ   ମାଟିରେ   ସଢିଗଲେ  ତହିଁରୁ  ହ୍ୟୁମସ୍  ନାମକ  ଏକ  ଚିକ୍କଣ  ଗାଢବାଦାମୀ  ରଙ୍ଗର   ସୂକ୍ଷ୍ମ  ପଦାର୍ଥ   ସୃଷ୍ଟି   ହୁଏ  । ଏହା  ଏକ   ଅଠାଳିଆ   ପଦାର୍ଥ   ।  ତେଣୁ   ମୃତ୍ତିକାର   ଦାନ  ସଂରଚନା  ଉନ୍ନତ   ହୁଏ   ।
  2. ବାଲିଆ  ମାଟିର  ଜଳ  ଧାରଣ  ଶକ୍ତି   ବୃଦ୍ଧି  ହୁଏ  ଏବଂ   ମଟାଳ  ମାଟିର  କଠିନତା   ହ୍ରାସ  ପାଏ   ।
  3. ଜୈବ   ପଦାର୍ଥ  ମୃତ୍ତିକାକୁ   ଅଧିକ  ଉଷ୍ମ   ରଖେ   । ଏହାଦ୍ଵାରା  ମଞ୍ଜିକୁ   ଗଜା   ହେବା  ଓ  ଗଜା  ଗଛର   ଛେରା   ବୃଦ୍ଧି   ତ୍ୱରାନ୍ୱିତ   ହୁଏ   ।
  4. ମୃତ୍ତିକାର  ସ୍ଥୂଳ  ଘନତ୍ଵ  ହ୍ରାସପାଏ   ଛିଦ୍ରତ୍ଵ  ବୃଦ୍ଧିପାଏ   । ଏହା  ଉଦ୍ଭିଦର   ଛେରା  ବିସ୍ତାରରେ  ସାହାଯ୍ୟ   କରେ   ।
  5. ମାଟିର  ଜଳ  ଭେଦ୍ୟତା  ଗୁଣ  ବୃଦ୍ଧିପାଏ   । ମାଟିରୁ   ପାଣି  ଶୀଘ୍ର  ବହିଯାଏ  ନାହିଁ   । ମାଟି , ପାଣିକୁ  ବେଶୀ ସମୟ  ଧରି   ରଖିପାରେ   ।

ମାଟିର  ରାସାୟନିକ  ଗୁଣ ଓ  ଉର୍ବରତାର  ଉନ୍ନତି

  1. ମାଟିରେ   ହ୍ୟୁମସ୍  ପରିମାଣ  ବୃଦ୍ଧି  ହେଲେ  ଧନାତ୍ମକ   ଆୟନ  ବିନିମୟ  କ୍ଷମତା   ମଧ୍ୟ  ବୃଦ୍ଧିପାଏ   । ଏହାଦ୍ଵାରା  ମାଟି  ଅଧିକ  ଖାଦ୍ୟସାର   ଶୋଷଣ   କରି   ରଖିପାରେ  ଏବଂ  ଖାଦ୍ୟସାର   ଧୋଇ  ହୋଇ  ନଷ୍ଟ  ହୁଏ  ନାହିଁ   । ପ୍ରୟୋଗ   କରାଯାଉଥିବା   ସାରର  କାର୍ଯ୍ୟକାରିତା  ବୃଦ୍ଧିପାଏ    ।
  2. ଖତରେ   ଥିବା  ଖାଦ୍ୟସାର   ଧୀରେ ଧୀରେ   ଗ୍ରହଣୀୟ  ହୋଇ   ଅନେକ  ଦିନ  ପର୍ଯ୍ୟନ୍ତ   ଫସଲକୁ   ମିଳେ   । ବିଶେଷତଃ   ଅଣୁ ଉପାଦାନର  ଗ୍ରହଣୀୟତାରେ  ବିଶେଷ  ଉନ୍ନତି   ହୁଏ।
  3. ଅତ୍ୟଧିକ   ଅମ୍ଳୀୟ  କ୍ଷାରୀ  ଓ  ଲବଣାକ୍ତ   ମାଟିରେ   ଦେଖାଯାଉଥିବା   କୁପ୍ରଭାବ  ପ୍ରଶମିତ   ହୁଏ  ।
  4. ଖତ  ସଢିବା  ସମୟରେ   ସେଥିରୁ   ନିର୍ଗତ   ଜୈବ   ଅମ୍ଳ   ଅଦ୍ରବଣୀୟ  ଖଣିଜକୁ   ଦ୍ରବିଭୂତ  କରିବାରେ  ସହାୟକ   ହୁଏ  ଏବଂ  ସେଥିରୁ   ଖାଦ୍ୟସାର   ଉଦ୍ଭିଦକୁ  ପ୍ରାପ୍ତ   ହୁଏ।
  5. ମୃତ୍ତିକାର   ଫସଫେଟ୍  ବନ୍ଧନ   କ୍ଷମତା   ହ୍ରାସ  ହୁଏ   ।

ମୃତ୍ତିକାର  ଜୈବ   ଗୁଣାବଳୀର  ଉନ୍ନତି

  1. ଅଧିକ  ଖତ  ପ୍ରୟୋଗ  କରାଯାଉଥିବା  ମୃତ୍ତିକାର  ଜିଆ, ଉଇ , କଲିକତରା , କାନକୁଟୁଳି  ଇତ୍ୟାଦି  ଅନ୍ୟାନ୍ୟ  ପୋକମାନଙ୍କ  ସଂଖ୍ୟା  ବୃଦ୍ଧିପାଏ  । ସେମାନେ  ମାଟି  ଖୋଳି  ନରମ  କରିଦିଅନ୍ତି  ଏବଂ  ଜମିର  ଉତ୍ପାଦିକା  ଶକ୍ତି  ବୃଦ୍ଧିପାଏ  ।
  2. ଖତରେ  ଥିବା   ଜୈବ  ଯୌଗକାରୀ   ଅଣୁଜୀବମାନେ  ଅଧିକ  ଖାଦ୍ୟ  ଓ  ଶକ୍ତି   ଆହରଣ   କରନ୍ତି । ସେମାନଙ୍କର   ବଂଶ  ବୃଦ୍ଧି  ଘଟେ  ଓ  କ୍ରିୟାଶୀଳତା   ବୃଦ୍ଧିପାଏ   । ଫଳତଃ  ମୃତ୍ତିକାରେ  ଅଧିକ   ଯବକ୍ଷାର  ବିବନ୍ଧନ   ହୋଇପାରେ   ଏବଂ  ଅଧିକ   ଗନ୍ଧକ  ଗ୍ରହଣୀୟ   ଅବସ୍ଥାକୁ   ଆସେ   ।
  3. ମୃତ୍ତିକାରେ  ହାନିକାରୀ   ଜୀବାଣୁ  ଏବଂ  ସୂତ୍ର   ଜୀବମାନଙ୍କର   ସଂଖ୍ୟା   କମିଯାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate