ସାନ୍ଧ୍ରିତ ଜୈବିକ ଖତର ବୈଶିଷ୍ଟ୍ୟ
- ଏଥିରେ ଥିବା ଖାଦ୍ୟସାର ଅନେକ ଦିନ ପର୍ଯ୍ୟନ୍ତ ଧୀରେ ଧୀରେ ଗ୍ରହଣୀୟ ହେଉଥାଏ । ଖାଦ୍ୟସାର ନିକ୍ଷାଳନ କମ୍ ହୁଏ ।
- ଏହାର ପ୍ରଭାବ ବହୁଦିନ ଧରି ରହେ । ତେଣୁ ଫଳଗଛ ଓ ଫୁଲଗଛ ପ୍ରଭୃତିରେ ଉପକାର ମିଳିଥାଏ । ଏହା ପ୍ରୟୋଗ କଲେ ଭଲ ।
- ଏଥିରେ ମୁଖ୍ୟ , ଗୌଣ ଓ ଅଣୁ ଉପାଦାନ ସବୁମିଶି ରହିଥିବାରୁ ଫଳ ଓ ଫୁଲଗଛ ସର୍ବଦା ସତେଜ ରହେ ଓ ଫଳର ଗୁଣାତ୍ମକମାନ ଉତ୍କୃଷ୍ଟ ହୁଏ ।
- କ୍ରମାଗତ ପ୍ରୟୋଗ ଦ୍ଵାରା ମାଟିର ଭୌତିକ ଓ ରାସାୟନିକ ଗୁଣର ଉନ୍ନତି ମଧ୍ୟ ହୁଏ।
ରାସାୟନିକ ସାର
ରାସାୟନିକ ସାର ମୁଖ୍ୟତଃ ୨ଟି ବର୍ଗରେ ବିଭକ୍ତ ।ଯଥା :
- ସରଳ ସାର
- ଯୌଗିକ ଓ ମିଶ୍ରିତ ସାର
ସରଳ ସାର
ଯେଉଁ ରାସାୟନିକ ସାର କେବଳ ଗୋଟିଏ ମାତ୍ର ମୁଖ୍ୟ ଖାଦ୍ୟସାର ବା ଉପାଦାନ ଯୋଗାଏ ତାହାକୁ ସରଳ ସାର କୁହାଯାଏ । କେବଳ ଯବକ୍ଷାର ମୁଖ୍ୟ ଉପାଦାନ ଥିବା ସାରକୁ ଯବକ୍ଷାର ଜାତୀୟ , କେବଳ ଫସଫେଟ୍ ଥିଲେ ଓ କେବଳ ପୋଟାସ୍ ଥିଲେ ତାକୁ ପୋଟାସ୍ ଜାତୀୟ ସାର କୁହାଯାଏ ।
ଯବକ୍ଷାରଜାତୀୟ ସାର
ଆମୋନିଆ ସଲଫେଟ୍
ଏହିସାର ଆମୋନିଆ , ଗନ୍ଧକାମ୍ଳ କିମ୍ବା ଅଙ୍ଗାରକାମ୍ଳ ଗ୍ୟାସ୍ ଏବଂ ଜିପ୍ ସମ୍ ମିଶାଇ ପ୍ରସ୍ତୁତ କରାଯାଏ ।
ଭୌତିକ ଗୁଣ
ଏହା ଧଳା, ସ୍ଫଟିକାକାର ସାର । ଏହାର ଦାନାଗୁଡିକ ଦେଖିବାକୁ ଚିନିଦାନା ସଦୃଶ । ଏହି ସାର ସହଜରେ ପାଣିରେ ମିଳାଇ ଯାଏ । ଏହା ସହଜରେ ବାୟୁମଣ୍ଡଳରୁ ଜଳୀୟ ଅଂଶ ଶୋଷଣ କରି ଓଦା ହୋଇଯାଏ ନାହିଁ ଅର୍ଥାତ୍ ଆର୍ଦ୍ରତା ଗ୍ରାହୀ ନୁହେଁ । ବସ୍ତାରେ ଟେଳା ବାନ୍ଧେ ନାହିଁ । ସର୍ବଦା ଝୁର୍ ଝୁରା ରହେ । ତେଣୁ ସାଧାରଣ ଝୋଟ ବସ୍ତାରେ ମଧ୍ୟ ଏହାକୁ ରଖାଯାଇପାରେ ।
ରାସାୟନିକ ଗୁଣ ଏବଂ ଉପଯୋଗୀତା
- ଏହି ସାରର ରାସାୟନିକ ଫର୍ମୁଲା । ଏଥିରେ ଶତକଡା ୨୦.୬ ଭାଗ ଯବକ୍ଷାରଜାନ ଆମୋନିୟମ ଭାବରେ ଥାଏ ।
- ଏଥିରେ ୨୩% ଗନ୍ଧକ (S) ଥାଏ ।
- ଏହା ଗୋଟିଏ ଆମ୍ଳାକ୍ତ ସାର । ଏହା ମୃତ୍ତିକାରେ ଅମ୍ଳତ୍ଵ ବଢାଏ ।
ଏହାର ଅମ୍ଳ ସମତୁଲ୍ୟତା 110 ଅର୍ଥାତ୍ 100 କି.ଗ୍ରା. ସାର ଜମିରେ ପ୍ରୟୋଗ କଲେ ଯେତିକି ଅମ୍ଳ ସୃଷ୍ଟି ହୁଏ ତାହାକୁ ଶୋଧନ କରିବା ପାଇଁ 110 କି.ଗ୍ରା. ବିଶୁଦ୍ଧ ଚୂନପଥର ଗୁଣ୍ଡ ଆବଶ୍ୟକ ହୁଏ । ତେଣୁ ଅମ୍ଳୀୟ ମାଟିରେ ବାରମ୍ବାର ଏହି ସାର ପ୍ରୟୋଗ କରିବା ନିଷେକ୍ଷାକରଣ ମାଟି ଅଧିକ ଅମ୍ଳୀୟ ହୋଇଯାଏ । କିନ୍ତୁ ଆମ ଜଳବାୟୁରେ ବେଶୀ ବର୍ଷା ହେତୁ ଏହା ଧୋଇ ହୋଇ ଯାଉଥିବାରୁ ମୃତ୍ତିକାରେ ଅମ୍ଳତା ବୃଦ୍ଧିପାଏ ନାହିଁ ।
- କ୍ଷାରୀୟ ମାଟିରେ ପ୍ରୟୋଗ କଲେ ଏହା ମାଟିର କ୍ଷାରୀତ୍ଵ ହ୍ରାସ କରେ । କିନ୍ତୁ କ୍ଷାରୀ ମାଟିରେ ପ୍ରୟୋଗ କଲାବେଳେ ମାଟି ଆର୍ଦ୍ରଥିବା ଆବଶ୍ୟକ । ମାଟି ଶୁଷ୍କ ହୋଇଗଲେ ଆମୋନିଆ ଗ୍ୟାସ୍ ଭାବରେ ଯବକ୍ଷାରଜାନ ବିନଷ୍ଟ ହୁଏ ।
- ଯବକ୍ଷାର ଆମୋନିୟମ ଭାବରେ ଥିବାରୁ ଏହା ଖାଲି ପାଟଧାନ ଫସଲ ପାଇଁ ଉପଯୁକ୍ତ ସାର । ଏହି ସାରରେ ଗନ୍ଧକ ଗୌଣ ଖାଦ୍ୟସାର ଥିବାରୁ ଆଳୁ, ଚିନାବାଦାମ, କୋବି, ମୂଳା, ସୋରିଷ ପ୍ରଭୃତି ପାଇଁ ମଧ୍ୟ ବିଶେଷ ଉପଯୋଗୀ ।
ଆମୋନିଅମ୍ କ୍ଲୋରାଇଡ
ଆମୋନିଆ ସହିତ ଲବଣାକ୍ତ (HCI) କିମ୍ବା ଅଙ୍ଗାରକାମ୍ଳ ଏବଂ ଲୁଣ (NaCI) ର ପ୍ରତିକ୍ରିୟା କରାଇ ଏହି ସାର ପ୍ରସ୍ତୁତ କରାଯାଏ ।
ଭୌତିକ ଗୁଣ
- ଧଳା , ସ୍ଫଟିକାକାର ଏବଂ ସହଜରେ ପାଣିରେ ଦ୍ରବଣୀୟ ।
- ଏହା ସେତେ ଆର୍ଦ୍ରତା ଗ୍ରାହୀ ନୁହେଁ କିମ୍ବା ବସ୍ତା ଭିତରେ ଟେଳା ବାନ୍ଧେ ନାହିଁ ।
ରାସାୟନିକ ଗୁଣ
- ଏହାର ରାସାୟନିକ ଫର୍ମୁଲା CI ଏବଂ ଏଥିରେ 25% ଯବକ୍ଷାରଜାନ ଅଛି ।
- ଏହା ଗୋଟିଏ ଅମ୍ଳାକ୍ତ ସାର ଏବଂ ଏହାର ଅମ୍ଳ ସମତୁଲ୍ୟତା 128 । ତେଣୁ ଅମ୍ଳ ମାଟିରେ ବାରମ୍ବାର ପ୍ରୟୋଗ କରିବା ନିଷେଧ ।
- କ୍ଷାରୀୟ ମାଟିରେ ପ୍ରୟୋଗ ପାଇଁ ଉପଯୋଗୀ କିନ୍ତୁ ମାଟି ଶୁଷ୍କ ଥିଲେ ଯବକ୍ଷାରଜାନ ଆମୋନିଆ ଗ୍ୟାସ୍ ଭାବରେ ନଷ୍ଟ ହୁଏ ।
- ଏହି ସାରରେ ଯବକ୍ଷାର + ଭାବରେ ଥିବାରୁ ଧାନ ଫସଲ ପାଇଁ ଏହା ଉପଯୁକ୍ତ । ବିଶେଷତଃ ବିଷାକ୍ତ ପ୍ରଭାବ ପଡୁଥିବା ସନ୍ତସନ୍ତିଆ ଖାଲୁଆ ଧାନଜମି ପାଇଁ ଏହା ବିଶେଷ ଉପଯୋଗୀ ।
- ଏଥିରେ କ୍ଲୋରାଇଡ ପରିମାଣ ଅଧିକ ଥିବାରୁ ଆଳୁ , କନ୍ଦମୂଳ, ଧୂଆଁପତ୍ର ପ୍ରଭୃତି ଫସଲରେ ଏହିସାର ପ୍ରୟୋଗ କରିବା ଭଲ ନୁହେଁ ।
- କ୍ଲୋରାଇଡ ଥିବାରୁ ତନ୍ତୁଜାତୀୟ ଫସଲ ଯଥା : - ନଳିତା , କାଉଁରିଆ ଓ କପା ଫସଲରେ ଅଧିକ ଫଳପ୍ରଦ ।
କ୍ୟାଲସିୟମ ଆମୋନିଅମ୍ ନାଇଟ୍ରେଟ
ଏହି ସାର ରାଉରକେଲା ସାର କଳକାରଖାନାରୁ “ ସୋନା ” ସାର ନାମରେ ଉତ୍ପାଦିତ ହେଉଛି । ପ୍ରଥମେ ଆମୋନିଆରୁ ଆମୋନିଅମ୍ ନାଇଟ୍ରେଟ ତିଆରି କରି ତା ସହିତ ଚୂନ ପଥର ଗୁଣ୍ଡ ଫେଣ୍ଟି ଗୋଲାକାର ଦାନାଦାର ଭାବରେ ପ୍ରସ୍ତୁତ କରାଯାଏ ।
ଭୌତିକ ଗୁଣ
- ଏହା ପାଉଁଶିଆ ବା ମାଟିଆ ରଙ୍ଗର ଗୋଲାକାର ଦାନାଦାର ସାର ।
- ଏହି ସାରରେ ଥିବା ଜଳରେ ଶୀଘ୍ର ଦ୍ରବୀଭୂତ ହୋଇଯାଏ କିନ୍ତୁ (Ca , Mg) ଭାଗ ଅଦ୍ରବଣୀୟ । ମାଟିର ଅମ୍ଳ ସହିତ ପ୍ରତିକ୍ରିୟା ହୋଇ ଏହା ଧୀରେ ଧୀରେ ଦ୍ରବୀଭୂତ ହୁଏ ।
- ଏହି ସାର ଖୁବ୍ ଆର୍ଦ୍ରତା ଗ୍ରାହୀ । ତେଣୁ ଭିତର ପଟେ ଆଲକାତରା ଲେପ ଦିଆଯାଇଥିବା କିମ୍ବା ପତଳା ପଲିଥିନ ଆବରଣ ଥିବା ବାୟୁ ଓ ଜଳୀୟ ବାଷ୍ପ ନିରୋଧି ବସ୍ତାରେ ରଖାଯାଇଥାଏ । ସାର ପ୍ରୟୋଗ ସମୟରେ ବସ୍ତା ମୁହଁ ଅଧିକ ସମୟ ଖୋଲା ରଖିଲେ ସାର ଦାନା ଓଦା ହୋଇଯାଏ ।
- ବହୁଦିନ ଗୋଦାମରେ ସାରବସ୍ତା ଥାକମରା ହୋଇ ରହିଲେ ବସ୍ତା ଭିତରେ ସାର ବିଣ୍ଡା ବାନ୍ଧେ ।
ରାସାୟନିକ ଗୁଣ
- ଏହି ସାରର ରାସାୟନିକ ଫର୍ମୁଲା ଏଥିରେ 25% ଯବକ୍ଷାରଜାନ ଥାଏ । ବିଦେଶରୁ ଆମଦାନୀ ହେଉଥିବା C.A.N. ରେ 26% ବା 28% ଯବକ୍ଷାରଜାନ ଥାଏ । ଏଥିରେ ଥିବା ଯବକ୍ଷାରଜାନର ଅଧାଭାଗ ଆମୋନିଅମ୍ + ଅଧାଭାଗ ନାଇଟ୍ରେଟ (-) ଭାବରେ ଥାଏ ।
- ଏହି ସାରରେ ଚୂନ ପଥର ଗୁଣ୍ଡ (Ca+ Mg) ମିଶି ରହିଥିବାରୁ ଏହା ମାଟିର ଅମ୍ଳତା ବୃଦ୍ଧି କରେ ନାହିଁ । ତେଣୁ ଅମ୍ଳୀୟ ମାଟିରେ ପ୍ରୟୋଗ ପାଇଁ ଏହା ଗୋଟିଏ ଉତ୍କୃଷ୍ଟ ସାର ।
- ଏଥିରେ ଥିବା ନାଇଟ୍ରେଟ ଅଂଶ ବାଲିଆ ମାଟିରୁ ସହଜରେ ନିକ୍ଷାଳିତ ହୋଇ ନଷ୍ଟହୁଏ । ତେଣୁ ଏକାଥରକେ ବହୁତ ସାର ପ୍ରୟୋଗ ନକରି ଅଳ୍ପ ଅଳ୍ପକରି ଦୁଇ ତିନିଥର ପ୍ରୟୋଗ କରିବା ଭଲ ।
- ଠିଆପାଣି ରହିଥିବା ଧାନ ଜମିରେ ପ୍ରୟୋଗ କଲେ - ଭାଗ ଯବକ୍ଷାରଜାନ ଗ୍ୟାସ୍ ଏବଂ ଡାଇନାଇଟ୍ରୋଜେନ ଅକସାଇଡ (O) ଗ୍ୟାସ୍ ଆକାରରେ ନଷ୍ଟହୁଏ । ତେଣୁ ସାରର କାର୍ଯ୍ୟକାରିତା ବହୁତ କମିଯାଏ ।
- ଗହମ , ମକା, ଆଖୁ, ହରଡ, ବାଦାମ ପ୍ରଭୃତି ଅନ୍ୟାନ୍ୟ ଫସଲ ପାଇଁ ଏହା ଉପଯୁକ୍ତ ସାର । ବିଶେଷତଃ କ୍ୟାଲସିୟମ ଅଭାବ ଥିବା ମାଟିରେ ଏହି ସାରରୁ କ୍ୟାଲସିୟମ ଫସଲକୁ ମିଳିଥାଏ ।
- ଆଳୁ ଫସଲରେ ଏହି ସାର ପ୍ରୟୋଗ କରିବା ନିରାପଦ ନୁହେଁ । ଆଳୁ ଚୋପା ଉପରେ ଯାଦୁରା ରୋଗ ବୃଦ୍ଧି କରାଏ ।
ଆମୋନିଅମ୍ ସଲଫେଟ୍ ନାଇଟ୍ରେଟ
ଆମୋନିଅମ୍ ସଲଫେଟ୍ ଓ ଆମୋନିଅମ୍ ନାଇଟ୍ରେଟ ସାର ଦୁଇଟିକୁ ସମାନୁପାତରେ ମିଶାଇ ତତ୍ ସହିତ କିଛି ଖାଦ୍ୟ ବା ପୂରକ ଦେଇ ଦାନାଦାର ସାର ଭାବରେ ପ୍ରସ୍ତୁତ କରାଯାଏ ।
ଭୌତିକ ଗୁଣ
- ଏହି ସାର ଇଷତ୍ ହଳଦିଆ ରଙ୍ଗର ଦାନାଦାର ସାର ।
- ଏହି ସାର ଜଳରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ।
- ଏହି ସାର ଆର୍ଦ୍ରତା ଗ୍ରାହୀ । ତେଣୁ ଚିରା ବା ଖୋଲା ବସ୍ତାରେ ଥିଲେ ଓଦା ହୋଇଯାଏ । ଏବଂ ଅନେକ ଦିନ ଗୋଦାମ ଘରେ ସାରବସ୍ତା ଥାକମରା ହୋଇ ରହିଲେ ସାର ବିଣ୍ଡା ବାନ୍ଧେ ।
ରାସାୟନିକ ଗୁଣ
- ଏହି ସାରର ରାସାୟନିକ ଫର୍ମୁଲା ଏବଂ ଏଥିରେ 26% ଯବକ୍ଷାରଜାନ ଥାଏ ।
- ଏହି ସାରରେ ୧୨% ଗନ୍ଧକ ଥାଏ ।
- ଏହା ଗୋଟିଏ ଅମ୍ଳାକ୍ତ ସାର । ଏହାର ଅମ୍ଳସମତୁଲ୍ୟତା 84 । ତେଣୁ ଅମ୍ଳମାଟିରେ ପ୍ରତିବର୍ଷ ପ୍ରୟୋଗ କରିବା ନିଷେଧ ।
- କ୍ଷାରୀ ମାଟିରେ ପ୍ରୟୋଗ କଲେ କ୍ଷାରତ୍ଵ ହ୍ରାସପାଏ ।
- ଏହି ସାରରେ ଥିବା ଯବକ୍ଷାରର ୭୫ ଭାଗ ଆମୋନିଅମ୍ + ଏବଂ ୨୫ ଭାଗ ନାଇଟ୍ରେଟ ଭାବରେ ଥାଏ ।
- ଆଳୁ , ଆଖୁ , ମକା , ମୂଳା , ସୋରିଷ , କୋବି ପ୍ରଭୃତି ଫସଲ ପାଇଁ ଏହା ଗୋଟିଏ ଉପଯୁକ୍ତ ସାର ।
- ଧାନ ଫସଲରେ ପ୍ରୟୋଗ କଲେ କାର୍ଯ୍ୟକାରୀତା ସାମାନ୍ୟ କମିଯାଏ । କାରଣ ଏଥିରେ ଥିବା ନାଇଟ୍ରେଟ ଯବକ୍ଷାରଜାନ ଠିଆପାଣି ଥିବା ମୃତ୍ତିକାରୁ ନଷ୍ଟହୁଏ ।
ୟୁରିଆ
ଆମୋନିଆ ଗ୍ୟାସ୍ ସହିତ ତରଳ ଅଙ୍ଗାରକାମ୍ଳ ଗ୍ୟାସ୍ ର ପ୍ରତିକ୍ରିୟା ଦ୍ଵାରା ଏହି ସାର ପ୍ରସ୍ତୁତ କରାଯାଏ । ଆମ ରାଜ୍ୟର ତାଳଚେର ସାରକାରଖାନାରେ ଏହା ପ୍ରସ୍ତୁତ ହେଉଛି ।
ଭୌତିକ ଗୁଣ
- ଏହା ଧଳା ଚିକ୍କଣ ଦାନାଦାର ସାର । ଦାନାଗୁଡିକ ସାଗୁଦାନା ଭଳି ବର୍ତ୍ତୁଳାକାର ଓ ସାନ ।
- ଏହା ଅତି ସହଜରେ ଦ୍ରବୀଭୂତ ହୋଇଯାଏ ।
- ଏହା ଗୋଟିଏ ଆର୍ଦ୍ରଗ୍ରାହୀ ସାର । ସାର ବସ୍ତା ଫଟାଥିଲେ ବା ମୁହଁ ଖୋଲା ରହିଲେ ସାର ଜଳୀୟ ବାଷ୍ପ ଶୋଷଣ କରି ଓଦା ହୋଇଥାଏ । ବର୍ଷାଦିନେ ପାଣି ହୋଇଯାଏ ।
- ସାର ବସ୍ତା ଅନେକ ଦିନ ଗୋଦାମରେ ଥାକ ମରାହୋଇ ରହିଲେ ସାର ବସ୍ତା ବିଣ୍ଡାବାନ୍ଧେ ।
ରାସାୟନିକ ଗୁଣ
- ଏହାର ରାସାୟନିକ ଫର୍ମୁଲା – CO - । ଏଥିରେ ୪୪% ଯବକ୍ଷାରଜାନ ଏବଂ ଏହା ଆମାଇଡ ଭାବରେ ଥାଏ ।
- ଏହା ଗୋଟିଏ ସାମାନ୍ୟ ଅମ୍ଳାକ୍ତ ସାର । ଏହାର ଅମ୍ଳ ସମତୂଲ୍ୟତା ।
- ମାଟିରେ ମିଶିବା ପରେ ୟୁରିଏକ୍ ନାମକ ପାଚକ ରସ ସହିତ ପ୍ରତିକ୍ରିୟା ହୋଇ ଆମୋନିଅମ୍ ଆକାରରେ ପରିଣତ ହୁଏ । ଏହି ପାଚକ ରସ ଶାକାଣୁମାନଙ୍କ ଦ୍ଵାରା ସୃଷ୍ଟି ହୋଇଥାଏ ।
- ଆମୋନିଅମ୍ କାର୍ବୋନେଟ କ୍ଷାରୀୟ ପଦାର୍ଥ । ତେଣୁ ମୃତ୍ତିକା ଶୁଷ୍କ ଥିଲେ ବା ଉତ୍ତପ୍ତ ଥିଲେ ଏଥିରୁ ଯବକ୍ଷାରଜାନ ଆମୋନିଆ ଗ୍ୟାସ୍ ଭାବରେ ଉଡିଯାଏ ।
- ମାଟିରେ ବେଶି ପାଣିଥାଇ ପ୍ରୟୋଗ କାଲେ ଏହା ଶୀଘ୍ର ଦ୍ରବୀଭୂତ ହୋଇ ଜଳ ସହିତ ବୋହିଯାଏ ।
- ଧାନ, ଗହମ, ମକା, ଆଖୁ ପ୍ରଭୃତି ସବୁ ପ୍ରକାର ଫସଲ ପାଇଁ ଏହା ଉପଯୋଗୀ ।
- ଧାନ ଫସଲରେ ଏହି ସାରର ବୃଦ୍ଧି ପାଇଁ ପ୍ରଥମେ ଜମିରୁ ପାଣି ନିଗାଡିଦେଇ ପ୍ରୟୋଗ କରାଯାଏ ଏବଂ ୨୪ ଘଣ୍ଟା ପରେ ପୁଣି ପାଣି ଭର୍ତ୍ତି କରାଯାଏ । ଏହି ସାରକୁ ଖାଲ ଜମିର ମାଟିର ବିଜାରିତ ସ୍ତରରେ ପ୍ରୟୋଗ କଲେ ଏହା ଲଭ୍ୟତା ବୃଦ୍ଧି ପାଇଥାଏ ।
- ଏହି ସାର ଶୀଘ୍ର ପାଣିରେ ସମ୍ପୂର୍ଣ୍ଣ ଦ୍ରବୀଭୂତ ହୋଇଥିବାରୁ ଏବଂ ଦ୍ରବଣ ନିରପେକ୍ଷ ସ୍ପ୍ରେ କରିବା ପାଇଁ ଉତ୍କୃଷ୍ଟ ଅଟେ ଏବଂ ପତ୍ ଅମାଇଡ ଯବକ୍ଷାରଜାନକୁ ଶୀଘ୍ର ଶୋଷଣ କରିନିଏ ।
ଏଥିରେ ଶତକଡା ୪୪ ଭାଗ ଯବକ୍ଷାରଜାନ ରହିଥିବାରୁ ଓ ଆବଶ୍ୟକ ପରିମାଣ ଯବକ୍ଷାରଜାନ ଯୋଗାଇବା ପାଇଁ ଅଳ୍ପସାର ଆବଶ୍ୟକ ହୋଇଥାଏ । ସାଧାରଣତଃ ପତ୍ର ସହିପାରିବା ଭଳି ୨ – ୪ % ୟୁରିଆ ଦ୍ରବଣ ତିଆରି କରି ସ୍ପ୍ରେ କରାଯାଇଥାଏ । ମାତ୍ରା ଅଧିକ ହେଲେ ପତ୍ର ପୋଡିଯାଏ । ହେକ୍ଟର ପିଛା ୫୦୦ ଲିଟର ୪% ୟୁରିଆ ଦ୍ରବଣ ଦ୍ଵାରା ୯କି.ଗ୍ରା. ଯବକ୍ଷାରଜାନ ଫସଲକୁ ଯୋଗାଇ ଦିଆଯାଇପାରେ । ଏହି ସାରରେ ଅନ୍ୟ କିଛି ଅଦ୍ରବଣୀୟ ପଦାର୍ଥ ନଥିବାରୁ ପତ୍ର ଉପରେ କୌଣସି ଆବରଣ ସୃଷ୍ଟି ହୁଏନାହିଁ । କିନ୍ତୁ ଯେଉଁ ୟୁରିଆ ସାରରେ 1.5% ରୁ ଅଧିକ ବାୟୁରେଟ ଥାଏ ତାହା ପତ୍ରରେ ସ୍ପ୍ରେ କରିବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । କାରଣ ଏହା ପତ୍ରକୁ ପୋଡି ପକାଏ । ଟାଣ ଖରା ହେଉଥିବା ସମୟରେ ସ୍ପ୍ରେ କଲେ କିମ୍ବା ଅଧିକ ଘାନା ଦ୍ରବଣ ସ୍ପ୍ରେ କଲେ ମଧ୍ୟ ପତ୍ର ପୋଡିଯାଏ ।
ବଜାରରେ ମିଳୁଥିବା ସମସ୍ତ ଯବକ୍ଷାରଜାନ ଜାତୀୟ ସାର ମଧ୍ୟରେ ଯବକ୍ଷାରଜାନ ଭିତ୍ତିରେ ତୁଳନା କଲେ ୟୁରିଆ ସବୁଠାରୁ ଶସ୍ତା ସାର । ତେଣୁ ଏହା ଅଧିକ ଆଦୃତ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ