ବିହନ ଗଜା ପରୀକ୍ଷା ବୀଜ ମଧ୍ୟରେ ଭ୍ରୁଣ ପ୍ରସୁତି ଅବସ୍ଥାରେ ଥାଏ । ଅନୁକୂଳ ବାତାବରଣ ପାଇ ପ୍ରସୁତି ଅବସ୍ଥାର ଅବସାନ ଘଟି ଭ୍ରୁଣ ସକ୍ରିୟ ହୁଏ । ପ୍ରସୁପ୍ତ ଅବସ୍ଥାର ଜାଗରଣ ଓ ବୃଦ୍ଧି ପ୍ରଣାଳୀକୁ ଅଙ୍କୁରଣ ବା ଗଜା ହେବା କୁହାଯାଏ । ପ୍ରଥମେ ବୀଜ, ଜଳ ଆହରଣ କରି ଫୁଲିଯାଏ । ତାହାପରେ ଭ୍ରୁଣମୂଳ ବୃଦ୍ଧିପାଇ ବୀଜ ରନ୍ଧ୍ର ମଧ୍ୟ ଦେଇ ବାହାରି ଆସେ । ଭ୍ରୁଣମୂଳ ତଳଆଡକୁ ବଢେ । ଭ୍ରୁଣକାଣ୍ଡଠାରୁ ଭ୍ରୁଣମୂଳ ଅଧିକ ଦ୍ରୁତ ବେଗରେ ବୃଦ୍ଧିପାଏ । ମଞ୍ଜି ଫୁଲିଯିବା ଦ୍ଵାରା ବୀଜାବରଣ ଫଟି ଭ୍ରୁଣ ପତ୍ର ବୀଜାବରଣଠାରୁ ଆଂଶିକ ବା ପୂର୍ଣ୍ଣଭାବେ ଅଲଗା ହୋଇଯାଏ । ତା’ପରେ ଭ୍ରୁଣ କାଣ୍ଡ ପଦାକୁ ବାହାରି ଆସେ ଏବଂ ଉପରଆଡକୁ ବଢେ । ପରିଶେଷରେ ଭ୍ରୁଣ ମୂଳରେ ଓ କାଣ୍ଡ ପ୍ରରୋହରେ ପରିଣତ ହୁଏ । ବୀଜର ବୀଜାବରଣ , ଭ୍ରୁଣପୋଷକ ଏବଂ ଭ୍ରୁଣ ଅକ୍ଷତ ଅବସ୍ଥାରେ ରହିବା ଅତୀବ ଗୁରୁତ୍ଵପୂର୍ଣ୍ଣ । ବୀଜାବରଣ ଭ୍ରୁଣକୁ ଓ ଭ୍ରୁଣ ପୋଷକକୁ ଆବୃତ୍ତ କରି ସୁରକ୍ଷିତ ରଖେ । ଏହା ଜଳୀୟ ଅଂଶ ଏବଂ ବାଷ୍ପ ପଦାର୍ଥ ଭିତରେ ପ୍ରବେଶ କରାଇ ଅଙ୍କୁରଣ କରିବାରେ ସହାୟକ ହୁଏ । ଭ୍ରୁଣ ପୋଷକରେ ଗଚ୍ଛିତ ଥିବା ଖାଦ୍ୟ ପଦାର୍ଥ ଗଛର ପ୍ରଥମାବସ୍ଥାରେ ଖାଦ୍ୟ ଯୋଗାଇ ଭ୍ରୁଣରୁ ଚେର ଓ କାଣ୍ଡର ବୃଦ୍ଧି ଓ ବିକାଶ ପାଇଁ ସହାୟକ ହୋଇଥାଏ । ଫଳରେ ଭ୍ରୁଣରୁ ନୂତନ ଗଛ ଜନ୍ମ ଲାଭ କରେ । କଥାରେ ଅଛି - “ ଯେପରି ବୁଣିବ – ସେପରି ପାଇବ ।” କେବଳ ଗଜା ପରୀକ୍ଷା କରି ହିଁ ବିହନ ବୁଣିବା ଉଚିତ । ଯେଉଁ ବିହନର ଗଜା ହେବା ଶକ୍ତି ଅଛି – ସେହି ବିହନ ହିଁ ବୁଣିବା ଉଚିତ । ନଚେତ୍ ସମୟ ଓ ଧନ ଅପଚୟ ହୋଇଯିବ । ଅତଏବ ବିହନ ଜମିରେ ବୁଣିବା ପୂର୍ବରୁ ଏହାର ଗଜା ହେବା ଦକ୍ଷତା ପରୀକ୍ଷା କରାଯିବା ଉଚିତ । ବିହନ ଗଜା ପରୀକ୍ଷା କରିବା ପାଇଁ ଆବଶ୍ୟକ ବିହନ ପରିମାଣ ଆଇ.ଏସ୍.ଟି.ଏ. ( I.S.T.A) ନିୟମାନୁସାରେ ଯଦୃଚ୍ଛା କ୍ରମେ ଗଜା ପରୀକ୍ଷା କରିବା ପାଇଁ ୪୦୦ ବିହନ ମଞ୍ଜି ଗଣି ନେବା ଆବଶ୍ୟକ । ଜାତୀୟ ଆଇନାନୁସାରେ ଅତି କମ୍ ରେ ଏହା ୨୦୦ ମଞ୍ଜିରୁ କମ୍ ହେବା ଉଚିତ ନୁହେଁ । ବିହନ ଗଜା ପରୀକ୍ଷା କରିବା ପଦ୍ଧତି ଉପକରଣ ସୁଲଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ବିଚାର କରି ବିଭିନ୍ନ ଉପାୟ ଅବଲମ୍ବନପୂର୍ବକ ବିହନର ଗଜା ପରୀକ୍ଷା କରାଯାଇପାରେ । ଯଥା – ପେଟ୍ରି – ଡିସ୍ – ପଦ୍ଧତି ଦୁଇଟି ଶୋଷକ କାଗଜ ପେଟ୍ରି – ଡିସ୍ ର ତଳ ଦେଶରେ ବିଛାଇ ପାଣିରେ ଭିଜାଇ ଦିଆଯାଏ ।୧୦ – ୨୦ଟି ବିହନ ମଞ୍ଜି ପେଟ୍ରି – ଡିସ୍ ରେ ଧରିବା ସୁବିଧା ଅନୁସାରେ ଶୋଷକ କାଗଜ ଉପରେ ରଖାଯାଏ । ବିହନ ପ୍ରକାର, ତାରିଖ ଓ ବିହନ ଭିଜାଇବା ସମୟ ପେଟ୍ରି – ଡିସ୍ ର କାଚ ଘୋଡାଣି ଉପରେ ଗ୍ଲାସ ମାର୍କିଙ୍ଗ ପେନ୍ ସିଲ୍ ଦ୍ଵାରା ଲେଖି ଦିଆଯାଏ । ବିହନ ପରିମାଣ ଅନୁସାରେ ଏକାଧିକ ପେଟ୍ରିଡିସ୍ ନିଆଯାଇପାରେ । ବିହନ ଗଜା ହେବା ଶତକଡା ସାଧାରଣତଃ ୧୦୦ ବା ୨୦୦ ବିହନ ମଞ୍ଜିରୁ କେତେ ଗଜା ହୋଇଛି ସେଥିରୁ ହିସାବ କରାଯାଏ । ଗଜା ହେବା ବିହନଗୁଡିକ ସାଧାରଣତଃ ଦୁଇଥର ଗଣି ଶତକଡା କେତେ ଭାଗ ଗଜା ହୋଇଛି ଦେଖାଯାଏ । କେଉଁ ପଦ୍ଧତିଟି କେଉଁ ବିହନ ଗଜା ପରୀକ୍ଷା ପାଇଁ ଉପଯୁକ୍ତ , କେଉଁ ବିହନ ଗଜା ହେବା ପାଇଁ କେତେ ଦିନ ଲାଗେ ଏବଂ କେତେ ଦିନ ପରେ ପ୍ରଥମ ଓ ଦ୍ଵିତୀୟ ଥର ଗଜା ଗଣାଯିବ ତାହା ବିଭନ୍ନ ପଦ୍ଧତି ଶେଷରେ ସାରଣୀରେ ଉଲ୍ଲେଖ କରାଯାଇଛି । ପେଟ୍ରିଡିସ୍ ପଦ୍ଧତି ଛୋଟ ଛୋଟ ଗଜା କରିବା ପାଇଁ ଉପଯୁକ୍ତ । ଯଥା : - ଟବାକୋ, ଟମାଟୋ, ମୂଳା, ନଲଖଲ, ବନ୍ଧାକୋବି, ଫୁଲକୋବି, ସୋରିଷ, ଲେଟ୍ୟୁସ୍ , ବାଇଗଣ, ଲଙ୍କା ଇତ୍ୟାଦି ସମୟେ ସମୟେ ଶୋଷକ କାଗଜ ଉପରେ ଅଳ୍ପ ଅଳ୍ପ ସରୁ ବାଲି ପକାଯାଏ । ଏହାଦ୍ଵାରା ଏହାର ଜଳଧାରଣ ଶକ୍ତି ସାମାନ୍ୟ ବୃଦ୍ଧିପାଏ । ଗୋଲଭାବେ ଗୁଡା ହୋଇଥିବା ତଉଲିଆ ଦ୍ଵାରା ଗଜା ପରୀକ୍ଷା ଗୋଟିଏ ମସୃଣ ଟେବୁଲ ଉପରେ ଦୁଇଟି ଓଦା ତଉଲିଆ ରଖାଯାଏ । ଆବଶ୍ୟକ ପରିମାଣ ବିହନ ତଉଲିଆ ଦୁଇଟି ଉପରେ ସଜାଇ ରାଖୀ ତା’ପରେ ଦୁଇଟି ଓଦା ତଉଲିଆ ଘୋଡାଇ ଦିଆଯାଏ । ବିହନ ତଳେ ପଡି ନଯିବା ପାଇଁ ତଳ ତଉଲିଆକୁ ଚାରିପଟୁ ଦୁଇଇଞ୍ଚ ଉପର ଆଡକୁ ଭାଙ୍ଗି ଦିଆଯାଏ । ତାପରେ ତଉଲିଆ ଡାହାଣରୁ ବାମକୁ ଗୁଡାଇ ଦିଆଯାଏ । ବିହନ ଗଜା ପରୀକ୍ଷାର ସମ୍ପୂର୍ଣ୍ଣ ବିବରଣୀ ଯଥା - ବିହନ କିସମ, ଲଟ୍ ନମ୍ବର । ତାରିଖ ଏବଂ ବିହନ ଭିଜାଇବା ସମୟ ଏହି ରୋଲ ଉପରେ ଇଣ୍ଡେଲେବୁଲ ପେନ୍ ସିଲ୍ ଦ୍ଵାରା ଲେଖି ଦିଆଯାଏ । ଏକ ପ୍ରକାର ବିହନର ସମସ୍ତ ରୋଲଗୁଡିକ ଗୋଟିଏ ରବର ବ୍ୟାଣ୍ଡରେ ଗୋଟିଏ ଗ୍ରୁପରେ ବାନ୍ଧି ର୍ୟାକରେ ରଖି ଦିଆଯାଏ । ଫିମ୍ପି ନମାରିବା ପାଇଁ ଏହି ରୋଲ୍ ଗୁଡିକ ଗୋଟିକିଆ ଧାଡି କରି ରଖାଯାଏ । ମଞ୍ଜି ବଡ ଆକାର ହୋଇଥିଲେ ରୋଲଡ୍ ଟାୱାଲ୍ ପଦ୍ଧତି ଅବଲମ୍ବନ କରାଯାଏ । ଯଥା - ମକା, ଗହମ, ପି, ମଟର ଏବଂ ଗ୍ରାମ୍ ପରିବହନ ପାଇଁ ଏହି ପଦ୍ଧତି ଉପଯୁକ୍ତ । ଫୋଲଡ୍ ପେପର ଟାୱାଲ୍ ପଦ୍ଧତି ଦୁଇଗୋଟି ଓଦା କାଗଜ ବା ତଉଲିଆ ବିଶେଷ କରି ବିହନ ଗଜା କରିବା ନିମିତ୍ତ ନିର୍ମିତ କାଗଜ ଟେବୁଲ ଉପରେ ବିଛାଇ ଦିଆଯାଏ । କାଗଜ ଟାୱାଲ୍ କୁ ଦୁଇ ସମାନ ଭାଗରେ ଭାଗ କରି ଚିହ୍ନଟ କରାଯାଏ । ଡାହାଣ ପାଖ ଅଧା କାଗଜ ଉପରେ ବିହନ ବିଛାଇ ଦିଆଯାଏ । ଏବଂ ବାମ ପାଖ ଅଧା କାଗଜ ଟାୱାଲ ମୋଡି ଦକ୍ଷିଣ ପାଖ ବିହନ ଥିବା କାଗଜ ଟାୱାଲ ଉପରେ ଘୋଡାଇ ଦିଆଯାଏ । ଇଣ୍ଡେଲେବୁଲ ପେନ୍ ସିଲ୍ ରେ କାଗଜ ଉପରେ ବିହନ କିସମ, ନମୁନା, ତାରିଖ ଏବଂ ଭିଜାଇବା ସମୟ ଲେଖି ଦିଆଯାଏ । କାଗଜ ଟାୱାଲଟିକୁ ଓଦା ରଖିବା ପାଇଁ ଆବଶ୍ୟକ ମୁତାବକ ପାଣି ଛିଞ୍ଚାଯାଏ । ଏହି କାଗଜ ଟାୱାଲଗୁଡିକ ସେଲ୍ ଡ କାଗଜ ଟାୱାଲ ପରି ଗୁଡାଇ ଏଗୁଡ଼ିକୁ ମଧ୍ୟ ର୍ୟାକରେ ରଖି ଦିଆଯାଏ । ଗଜା ହେବା ପାଇଁ ଆବଶ୍ୟକ ଉତ୍ତାପ ଦିଆଯାଏ । ଏହି ପ୍ରଣାଳୀଟିକୁ ବଡ ଆକାର ବିହନ ମଞ୍ଜି ଗଜା କରିବା ପାଇଁ ପ୍ରଯୁଜ୍ୟ । ବାଲିରେ ଗଜା କରିବା ପଦ୍ଧତି ୨୩X ୨୩X ୮ ସେ.ମି. ର ଆଲୁମିନିୟମ ପାତ୍ରରେ ସରୁ ସଫା ବାଲି ଭର୍ତ୍ତି କରାଯାଏ । ୫୦୦ ଗ୍ରାମ ସରୁ ସଫାବାଲିରେ ୭୫ ଏମ୍.ଏ . ପଣି ଦେଇ ଭଲ ଭାବେ ମିଶାଇ ଦିଆଯାଏ । ମାତ୍ର ୩/୪ ଅଂଶ ଏହି ଓଦା ବାଲି ଦ୍ଵାରା ପୂରଣ କରାଯାଏ । ବିହନଗୁଡିକ ଏହି ବାଲି ଉପରେ ରଖି ତା ଉପରେ ଗୋଟିଏ ପତଳା ଆବରଣର ସଫା ସରୁବାଲି ଘୋଡାଇ ଦିଆଯାଏ । ତାପରେ ପାତ୍ରଗୁଡିକରେ ବିହନ କିସମ ଲଟ ନମ୍ବର ଗଜା କରିବା ତାରିଖ ଓ ସମୟର ନାମପତ୍ର ଲେଖି ଦିଆଯାଏ । ଆବଶ୍ୟକତା ଅନୁସାରେ ପାତ୍ରଗୁଡିକରେ ପାଣି ଛିଞ୍ଚି ଓଦା ରଖାଯାଏ । ପ୍ରତିଦିନା ଗଜା ହେବା ବିହନ ସଂଖ୍ୟା ଶତକଡା କେତେ ଭାଗ କେତେ ଦିନରେ ଗଜା ହେଲା ଲେଖି ରଖାଯାଏ । ଏହି ପଦ୍ଧତିରେ ଛୋଟ ବଡ ସବୁ ଭାଗ ଅନ୍ୟାନ୍ୟ ପଦ୍ଧତି ତୁଳନାରେ କମିଯାଏ । କିନ୍ତୁ ଚାଷୀମାନଙ୍କ ପାଇଁ ଏହି ପଦ୍ଧତିରୁ ଉପଲବ୍ଧ ଗଜା ପରୀକ୍ଷା ଫଳାଫଳର ଯଥେଷ୍ଟ ମୂଲ୍ୟ ରହିଛି । କାରଣ ଏହି ପଦ୍ଧତିରେ ଗଜା କରାଯାଉଥିବା ବିହନ ଜମିରେ ଚାଷୀଦ୍ଵାରା ବୁଣାଯିବା ବିହନ ପ୍ରଣାଳୀ ସହ ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ରାଗ୍ ଡଲ୍ ପଦ୍ଧତି ଏହି ପଦ୍ଧତିରେ ଛିଣ୍ଡାକନା ଓ ଅଖା ବ୍ୟବହାର କରାଯାଏ । ଗଜା ପରୀକ୍ଷା ଅଖା ଘୋଡାଇ ତାପରେ ତାହାକୁ ପଟିପରି ଗୁଡାଇ ବିଡା ଆନ୍ଧ୍ୟ ଦିଆଯାଏ । ଉପଯୁକ୍ତ ଉତ୍ତାପରେ ଗୋଟିଏ ର୍ୟାକରେ ଏହି ବିଡାଗୁଡିକୁ ରଖାଯାଏ । ଗୋଟିଏ ନିର୍ଦ୍ଧିଷ୍ଟ ସମୟ ପରେ ଏହି ବିଡାଗୁଡିକୁ ଖୋଲାଯାଏ ଏବଂ ବିହନଗୁଡିକ ମଧ୍ୟରୁ ଶତକଡା କେତେ ଭାଗ ଗଜା ହୋଇଛି ଗଣି ହିସାବ ରଖାଯାଏ । ଏହିପରି ମୋଟ ଦୁଇଥର ହିସାବ କରାଯାଏ । ଅଙ୍କୁରଣ ଯନ୍ତ୍ର ସାହାଯ୍ୟରେ ଗଜା ପରୀକ୍ଷା ପଦ୍ଧତି ବିହନ ଗଜା ପରୀକ୍ଷା କରିବା ପାଇଁ ବହୁ ପ୍ରକାର ଯନ୍ତ୍ର ରହିଛି । ଉଷ୍ମାୟିତ ପେଟି ସାହାଯ୍ୟରେ ଉତ୍ତାପ ନିୟନ୍ତ୍ରଣ କୋଠରୀରେ ବିହନ ଗଜା ପରୀକ୍ଷା କରାଯାଏ । ଫିଲଟର କାଗଜକୁ ଓଦାକରି ତା’ଉପରେ ବିହନ ମଞ୍ଜିଗୁଡିକୁ ପେଟ୍ରିଡିୟସରେ ରଖାଯାଏ ବା ଓଦା ଫିଲଟର କାଗଜ ମଧ୍ୟରେ ରଖି ଗୁଡାଇ ଦିଆଯାଏ । ବଡ ଆକାର ବିହନ ମଞ୍ଜିକୁ ଥଳିରେ ଓଦାବାଲି ବା ଓଦା ସୂକ୍ଷ୍ମ ମୃତ୍ତିକା ରଖି ସେଥିରେ ବିହନ ମଞ୍ଜି ରଖି ଆବଶ୍ୟକତା ଅନୁସାରେ ସିଞ୍ଚାପାଣି ଦେଇ ଗଜା କରାଯାଏ । କମ୍ ବିହନ ମଞ୍ଜି ଗଜା କରିବାକୁ ହେଲେ ଅନେକ ସମୟରେ ଅଙ୍କୁରଣ ଯନ୍ତ୍ର ପେଟି ସହାୟତା ଛିଦ୍ରିତ ପ୍ଳେଟ ଗୁଡିଏ ସଜାଇ ହୋଇଥାଏ । ଓଦା ଏକ ପ୍ରକାର ସ୍ଵତନ୍ତ୍ର ପାରଶ୍ରବଣ କାଗଜ ଏହା ଉପରେ ପକାଇ ତାରି ଉପରେ ବିହନ ମଞ୍ଜିଗୁଡିକୁ ଖେଳାଇ ଦିଆଯାଏ । ଉଷ୍ମାୟିତ ପ୍ରକ୍ରିୟା ଦ୍ଵାରା ଗରମ ପବନ ଛିଦ୍ରଯୁକ୍ତ ପ୍ଳେଟ ଦେଇ ଛାଡି ଦିଆଯାଏ ଏବଂ ଗଜା ହେବା ସମୟରେ ଆବଶ୍ୟକ ଉତ୍ତାପ ରକ୍ଷା କରାଯାଏ । କିଛି ନିର୍ଦ୍ଧିଷ୍ଟ ଦିନ ଅନ୍ତରରେ ଦୁଇଥର ଗଜା ହେବା ବିହନକୁ ଗଣି ଦିଆଯାଏ ଏବଂ ଶତକଡା ଭାଗ ବାହାର କରାଯାଏ । ବିହନ ଗଜା କରିବା ପାଇଁ କେତେକ ଆବଶ୍ୟକ ନିୟମ ବିହନର ଶୁଦ୍ଧତା ପରୀକ୍ଷା ପରେ ଯେଉଁ ସୁସ୍ଥ ବିହନ ମଞ୍ଜିଗୁଡିକ ଅଲଗା କରାଯାଏ ସେଥିରୁ ହିଁ ଗଜା ପରୀକ୍ଷା କରିବା ପାଇଁ ବିହନ ନେବା ଉଚିତ । ଯେଉଁ ଉପକରଣରେ ଗଜା ପରୀକ୍ଷା କରିବେ ତାହାକୁ ପ୍ରଥମେ ନିର୍ବୀଜିତ କରିବା ଉଚିତ । ନଚେତ୍ କ୍ଷତିକାରକ ରୋଗକାରୀ ଅଣୁଜୀବ ଦ୍ଵାରା ଜୀବଗୁଡିକ ଗଜା କରିବା ସମୟରେ ଆକ୍ରାନ୍ତ ହୋଇପାରେ । ଆଦର୍ଶ ଗଜା ପରୀକ୍ଷା ଆବଶ୍ୟକ ସାମଗ୍ରୀ ଅର୍ଥାତ୍ ଗଜା ଅକରିବା ଯନ୍ତ୍ରପାତି ବା ଆଧାର, ଆର୍ଦ୍ରତା, ଉତ୍ତାପ, ଆଲୋକ, ବାୟୁ ଆବଶ୍ୟକ ଅନୁଯାୟୀ ଯୋଗାଇଦେବା ପାଇଁ ବିଶେଷ ଧ୍ୟାନ ଦେବା ସର୍ବାଦୌ ଆବଶ୍ୟକ । ଭାରତୀୟ ବିହନ ଆଇନ ୧୯୬୬ ନିୟମାନୁସାରେ ଶତକଡା ଗଜା କେତେ ରହିଲେ ବିହନ ବିକ୍ରି ହେବା ପାଇଁ ଉପଯୁକ୍ତ ନିମ୍ନ ସାରଣୀରେ ତାହା ଦର୍ଶାଯାଇଛି । ବିହନ ପ୍ରକୃତ ଗୁଣାତ୍ମକ ମୂଲ୍ୟ ବିଶୁଦ୍ଧତା ଓ ଶତକଡା ଗଜା ହେବା ଭାଗ ଉପରେ ବିହନର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ବିହନର ବିଶୁଦ୍ଧତା ଶତକଡା ଭାଗ ସହ ବିହନ ଗଜା ହେବା ଶତକଡା ଗୁନି ଏହାର ଫଳକୁ ୧୦୦ ଦ୍ଵାରା ଭାଗ କରି ଗୁଣାତ୍ମକ ମୂଲ୍ୟ ବାହାର କରାଯାଏ । ଯେଉଁ ବିହନ ନମୁନାର ପ୍ରକୃତ ଗୁଣାତ୍ମକ ମୂଲ୍ୟ ଅଧିକ ତାହା ଭଲ ବିହନ ବୋଲି ବିବେଚନା କରାଯାଏ । ଉଦାହରଣସ୍ୱରୂପ ଗୋଟିଏ ବିହନର ନମୁନାର ନାମ – ‘କ’ ଏହାର ବିଶୁଦ୍ଧତା ଶତକଡା ଭାଗ – ୮୫ ଏବଂ ଗଜା ହେବା ଶତକଡା ଭାଗ – ୯୫ ଅନ୍ୟ ଗୋଟିଏ ବିହନ ନମୁନା – ‘ଖ’ ଏହାର ବିଶୁଦ୍ଧତା ଶତକଡା ଭାଗ – ୯୫ ଏବଂ ଗଜା ହେବା ଶତକଡା ଭାଗ – ୮୦ ତେବେ ଏହି ଦୁଇଟି ନମୁନା ବିହନର ପ୍ରକୃତ ଗୁଣାତ୍ମକ ମୂଲ୍ୟ ହେଉଛି । ‘କ’ ନମୁନା ବିହନ = 80.75 ‘ଖ’ ନମୁନା ବିହନ = 78.40 ଏଥିରୁ ପ୍ରମାଣିତ ହେଉଛି ଯେ ‘କ’ ନମୁନାଟି ‘ଖ’ ନମୁନାଠାରୁ ଭଲ । ଯେଉଁ ବିହନର ପ୍ରକୃତ ଗୁଣାତ୍ମକ ମୂଲ୍ୟ 70% ରୁ କମ୍ ତାହାକୁ ବିହନ ରୂପେ ବ୍ୟବହାର କରିବା ଭଲ । କାରଣ ଏହାର ବିଶୁଦ୍ଧତା ଓ ଗଜା ହେବା ଶକ୍ତି କମ୍ । ବିହନର ନ୍ୟୁନତମ ଗଜା ହେବା ଶତକଡା ଭାଗ ଭିନ୍ନ ଭିନ୍ନ ବିହନ ପାଇଁ ଭିନ୍ନ ଭିନ୍ନ । ଉପଯୁକ୍ତ ବିହନ ଗଜା କରିବା ପଦ୍ଧତି ଏବଂ ଭିନ୍ନ ଭିନ୍ନ ବିହନ ଗଜା ହେବାପାଇଁ ଦ୍ଵିତୀୟ ଗଣନା ପାଇଁ ସ୍ଥିରୀକୃତ ସମୟ ନିମ୍ନରେ ପ୍ରଦତ୍ତ କରାଗଲା । ଫସଲ ନ୍ୟୁନତମ ଗଜା ହେବା ଶତକଡା ଭାଗ ସମୟ ଫାଉଣ୍ଡେସନ ବିହନ ପ୍ରାମାଣିକ ବିହନ ଲେଦର ବିହନ ପ୍ରଥମ ଗଣନା ଦ୍ଵିତୀୟ ଗଣନା ବାର୍ଲି ୮୫ ୮୫ ୭୫ ବାଲି, କାଗଜ ଏବଂ ରୋଲଡ ଟାୱାଲ ୪ ୭ ଗହମ ୮୫ ୮୫ ୮୦ ,, ୪ ୭ ଧାନ ୮୫ ୮୫ ---- ,, ୫ ୧୪ ଓଟ୍ ୮୫ ୮୫ ---- ,, ୪ ୧୦ ବାଜରା ୭୫ ୭୫ ୭୦ ,, ୪ ୧୦ ସୋରଘମ୍ ୮୦ ୮୦ ୭୦ ,, ୪ ୧୦ ମକା (ହାଇବ୍ରିଡ୍) ---- ୯୦ ୮୦ ,, ୪ ୭ ମକା(କମ୍ପୋଜିଟ୍) ୯୦ ୯୦ ୮୦ ,, ୪ ୭ କପା ୬୦ ୬୦ ୫୫ ,, ୪ ୧୨ ଝୋଟ ୮୦ ୮୦ ---- ---- ---- ---- ମେସ୍ତା ୮୦ ୮୦ ---- ----- ----- ---- ଛଣ ୭୫ ୭୫ ---- ----- ----- ---- ଚିନାବାଦାମ ୭୦ ୭୦ ୭୦ ବାଲି, କାଗଜ ଏବଂ ରୋଲଡ ଟାୱାଲ ୫ ୧୦ ସୋରିଷ ୮୫ ୮୫ ----- ପେଟ୍ରିଡସ୍ ୩ ୧୦ ସୂର୍ଯ୍ୟମୂଖୀ ୭୦ ୭୦ ----- ------ ----- ----- ରାଶି ୮୦ ୮୦ ----- ------ ----- ----- ଜଡା ୭୦ ୭୦ ୭୦ ----- ----- ----- ଦରସିମ ୮୦ ୮୦ ------ ବାଲି ପଦ୍ଧତି ୪ ୭ ଲୁସର୍ଣ୍ଣ ୮୦ ୮୦ ----- ୪ ୭ ସୋୟାବିନ୍ ୭୦ ୭୦ ୭୦ ପେପର ଟାୱାଲ ଏବଂ ବାଲି ୫ ୮ ମୁଗ,ବିରି, ହରଡ ୭୫ ୭୫ ------ ,, ୫ ୮ ଲେଗୁଲ ୭୫ ୭୫ ----- ,, ୭ ୧୪ ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ