ପ୍ରସୁପ୍ତି ଅବସ୍ଥା ବିହନର ବିଶ୍ରାମ କାଳ । ଏହି ସମୟରେ ବିହନ ଗଜା ହୁଏ ନାହିଁ । କେତେକ ଆନ୍ତରୀଣ କାରଣ ଯୋଗୁଁ ଏହି ସମୟରେ ବିହନର ବୃଦ୍ଧି ନିରୋଧ ହୋଇଥାଏ ।
ବିହନର ଆନ୍ତରୀଣ ସଂଘଟନକୁ ବିଚାରକରି ବିହନ ପ୍ରସୂତି ଅବସ୍ଥାର ଶ୍ରେଣୀ ବିଭାଗ ନିମ୍ନ ପ୍ରକାରର କରାଯାଇପାରେ । ଯଥା -
ପ୍ରାଥମିକ ପ୍ରସୁତି ଅବସ୍ଥା
ଯେଉଁ ମଞ୍ଜିଗୁଡିକ ପରିପକ୍ଵ ଅବସ୍ଥା ପରେ ସମସ୍ତ ପ୍ରକାର ଅନୁକୂଳ ବାତାବରଣରେ ମଧ୍ୟ ଗଜା ହୁଏ ନାହିଁ । ସେହି ବିହନ ମଞ୍ଜିଗୁଡିକର ଏହି ପ୍ରକାର ଅବସ୍ଥାକୁ ପ୍ରାଥମିକ ପ୍ରସୂତି ଅବସ୍ଥା କୁହାଯାଏ । ଯଥା : - ବିଲାତିଆଳୁ ।
ଅନୁପ୍ରସୁତି ଅବସ୍ଥା
କେତେକ ମଞ୍ଜି ପରିପକ୍ଵ ହେବା ପରେ ଅନୁକୂଳ ବାତାବରଣ ପାଇଲେ ଗଜା ହୋଇଯାଏ ; କିନ୍ତୁ ପ୍ରତିକୂଳ ବାତାବରଣରେ ସାଇତି ରଖିଲେ କେତେ ଦିନ ପର୍ଯ୍ୟନ୍ତ ଗଜା ହୁଏ ନାହିଁ । ଏହି ପ୍ରକାର ପ୍ରସୁତି ଅବସ୍ଥାକୁ ବିହନର ଅନୁପ୍ରସୁତି ଅବସ୍ଥା କୁହାଯାଏ ।
ବିଶିଷ୍ଟ ପ୍ରକାର ପ୍ରସୁତି ଅବସ୍ଥା
କେତେକ ବୀଜ ଗଜା ହେଲେ ମଧ୍ୟ ଚେରର ଭଲ ବୃଦ୍ଧି ନ ହେବାରୁ ଗଛ ବୃଦ୍ଧିପାଏ ନାହିଁ । ଏହି ପ୍ରକାର ପ୍ରସୁତି ଅବସ୍ଥାକୁ ବିଶିଷ୍ଟ ପ୍ରକାର ପ୍ରସୁତି ଅବସ୍ଥା କୁହାଯାଏ
ବିହନ ପ୍ରସୁତି ଅବସ୍ଥାର କାରଣ ଏକ ବା ଅନେକ ହୋଇପାରେ । ନିମ୍ନରେ ଏହାର କାରଣଗୁଡିକ ବିଶଦ୍ ଭାବେ ଉଲ୍ଲେଖ କରାଗଲା : -
କପା ମଞ୍ଜିରେ ଶୀଘ୍ରତଃ ବିହନରେ ଜଳ ଭେଦ ନ କରିପାରିବାରୁ ବୀଜାରଣ ଫୁଲେ ନାହିଁ କି ପ୍ରସୁତି ଭ୍ରୁଣର ଜାଗରଣ ବୃଦ୍ଧିପାଏ ନାହିଁ । କପା ପରିପକ୍ଵ ହୋଇ ଉପଯୁକ୍ତ ଅନୁକୂଳ ବାତାବରଣ ପାଇଲେ ମଧ୍ୟ ଗଜା ହୁଏ ନାହିଁ ।କାରଣ ଏହାର ବୀଜାରଣରେ ଜଳ ସହଜରେ ଭେଦ କରିପାରେ ନାହିଁ । ଏହିପରି ବିହନ ମଞ୍ଜିକୁ ଯଦି ସଲ୍ ଫ୍ୟୁରିକ୍ ଏସିଡରେ ବିଶୋଧନ କରାଯାଏ ବା ଗରମ ଜଳରେ କେତେ ସେକେଣ୍ଡ ବିଶୋଧନ କରାଯାଏ, ତେବେ ବିହନ ବୀଜାରଣରେ ଜଳ ଭେଦ କରିବା ସହଜ ହୁଏ ଏବଂ ମଞ୍ଜି ଗଜା ହୁଏ।
ସୋରିଷ ବିହନ , ଖଡା ବିହନ ମଞ୍ଜିର ବୀଜାବରଣ କଠିନ । ଏଣୁ ଭ୍ରୁଣ ବୃଦ୍ଧି ପାଇବାରେ ପରିପନ୍ଥୀ ହୋଇଥାଏ । ଯଦି ବୀଜାବରଣରେ ଗଜା ହୋଇ ଫାତେ ତେବେ ଭ୍ରୁଣଟି ବାହାରକୁ ଆସିପାରେ ନାହିଁ । ଅନୁକୂଳ ବାତାବରଣରେ ଗଜା ହୋଇ ମଧ୍ୟ ଏହାର ବୃଦ୍ଧି ଓ ବିକାଶ ହୋଇପାରେ ନାହିଁ । ଏଣୁ ଯଦି କୌଣସି ରାସାୟନିକ ଉପାୟରେ ବିଜାବରଣଟିକୁ କୋମଳ କରାଯାଇପାରିବ ତେବେ ବୀଜାବରଣ ଫାଟି ଭ୍ରୁଣଟିର ବୃଦ୍ଧି ସହଜରେ ହୋଇପାରିବ ।
ବୀଜାବରଣରେ ଅମ୍ଳଜାନ ଭେଦି ନପାରି ବୀଜାବରଣ ଫାଟି ଭ୍ରୁଣ ଗଜା ହୋଇ ନପାରି ଭିତରେ ରହିଯାଏ । ଶୁଷ୍କ ଅବସ୍ଥାରେ ସାଇତି ରଖିଲେ ଅମ୍ଳଜାନ ବୀଜାବରଣ ଭେଦକରିବା କିଛିଦିନ ପରେ ସମ୍ଭବ ହୁଏ । କିଛିଦିନ ସାଇତି ରଖିବା ଫଳରେ ପ୍ରସୁତି ଅବସ୍ଥା ସ୍ଵତଃ ଭଗ୍ନ ହୋଇ ଗଜା ହେବାପାଇଁ ଅନୁକୂଳ ଅବସ୍ଥା ସୃଷ୍ଟି ହୁଏ ।
ବହୁ ପ୍ରକାର ଅର୍କିଡର ବୀଜ ପରିପକ୍ଵ ହୋଇଯିବା ପରି ଦେଖାଗଲେ ବୀଜ ମଧ୍ୟରେ ଭ୍ରୁଣଟି ଭଲଭାବେ ବିକାଶ ଲାଭ କରିପାରି ନଥିବାରୁ ଭ୍ରୁଣଟି ବିକାଶ ଲାଭ କରିବା ପର୍ଯ୍ୟନ୍ତ ଗଜା ହେବା ବିଳମ୍ବ ହୁଏ ।
ସେଓ ମଞ୍ଜି , ପିଚ୍ ଫଳର ମଞ୍ଜି , ପାଇନିସ୍ ର ମଞ୍ଜି ଇତ୍ୟାଦି ମଞ୍ଜି ଭ୍ରୁଣର ଉତ୍ତମ ବିକାଶ ହୋଇଥିଲେ ମଧ୍ୟ ଏବଂ ସମସ୍ତ ପ୍ରକାର ଅନୁକୂଳ ବାତାବରଣ ଥିଲେ ମଧ୍ୟ ଗଜା ହୁଏନାହିଁ । ସେହିସବୁ ମଞ୍ଜିରେ ପରିପକ୍ଵ ହେବା ପରେ କେତେକ ଶରୀର କ୍ରିୟାତ୍ମକ ପରିବର୍ତ୍ତନ ଏହି ସୁପ୍ତାବସ୍ଥାରେ ହୁଏ । ଏଣୁ ଏହି ସୁପ୍ତାବସ୍ଥା ପରେ ଏହା ଗଜା ହେବା ଅବସ୍ଥାକୁ ଆସେ ଏବଂ ଅନୁକୂଳ ବାତାବରଣ ପାଇଲେ ଗଜା ହୁଏ ।
ଗଛର କେତେକ ଅଂଶରେ ଗଜା ନିରୋଧକ ରାସାୟନିକ ପଦାର୍ଥ ସଂଶ୍ଳେଷଣ ହୋଇ ଠିକ୍ ବୀଜ ପରିପକ୍ଵ ଅବସ୍ଥା ବେଳକୁ ବୀଜରେ ଜମା ହୋଇଯାଏ । ଏହି ରାସାୟନିକ ପଦାର୍ଥ ଗଜା ନିରୋଧକ କରେ । ଉଦାହରଣସ୍ୱରୂପ ଟମାଟୋ ମଞ୍ଜିକୁ ଯଦି ଟମାଟୋ ରସଦ୍ଵାରା ଶୋଧିତ କରାଯାଏ ତେବେ ମଞ୍ଜି ଗଜା ହୁଏନାହିଁ । ସେହିପରି ଅନେକ ବିହନ ମଞ୍ଜିରେ ବିହନ ଗଜା ନିରୋଧକ ରାସାୟନିକ ପଦାର୍ଥ ଥାଏ ।
କଠିନ ବୀଜାରଣ ସାମାନ୍ୟଭାଏବ କାଟି ଭାଙ୍ଗିଦେବା ଫଳରେ ଜଳ ଭେଦି ଭ୍ରୁଣ ଗଜା ହୋଇଯାଏ । ଏହି କ୍ଷେତ୍ରରେ ଖୁବ୍ ସାବଧାନତା ସହକାରେ ବୀଜାବରଣ କାଟିବା ଉଚିତ୍ ଯେପରି ଭ୍ରୁଣଟିରେ ଆଘାତ ନ ଲାଗେ । ଏହାଛଡା ହାଇଡ୍ରୋକ୍ଲୋରିକ୍ ଏସିଡ ବା ସଲଫ୍ୟୁରିକ ଏସିଡ୍ ଇତ୍ୟାଦି ପ୍ରୟୋଗ କରି କଠିନ ବୀଜାବରଣକୁ ନରମ କରି ଦିଆଯାଏ ।
ବିଭିନ୍ନ ଉତ୍ତାପ ଉପଚାର ଦ୍ଵାରା ଫିଜିୟୋଲଜିକାଲ ପରିବର୍ତ୍ତନ କରି ବୀଜର ସୁପ୍ତାବସ୍ଥା ଭଗ୍ନ କରାଯାଏ । ଏହା କେବଳ ଭ୍ରୁଣର ସୁପ୍ତାବସ୍ଥା ଭଙ୍ଗ କରିବା କ୍ଷେତ୍ରରେ ପ୍ରଯୁଜ୍ୟ ହୁଏ ।
ସୁପ୍ତ ଅବସ୍ଥା ଭଗ୍ନ ହୋଇଯାଏ । ଆଲୋକର ପ୍ରଭାବରେ ବିହନ ଶୀଘ୍ର ଗଜା ହୋଇଯାଏ । ଏଣୁ ସୁପ୍ତାବସ୍ଥା ଭଙ୍ଗ କରିବା ପାଇଁ ବିହନ ଆଲୋକରେ କିଛି ସମୟ ରଖାଯାଏ ।
ଚାପ ପ୍ରୟୋଗ ଦ୍ଵାରା ବିହନର ସୁପ୍ତାବସ୍ଥା ଭଙ୍ଗ କରାଯାଏ
ହାଇଡ୍ରୋଲିକ ପ୍ରେସର ଦ୍ଵାରା 2000 ଏଟ୍ ମୋସ୍ପିୟର C ସେଲସିୟସ ଉତ୍ତାପରେ ଦିଆଯିବା ଦ୍ଵାରା କେତେକ ବିହନ ମଞ୍ଜିର ଗଜା ହେବା ଶତକଡା ଭାଗ ବୃଦ୍ଧିପାଏ । ଏହାଦ୍ଵାରା ବିହନର ବୀଜାବରଣ ପ୍ରବେଶ କରିବା ଦ୍ଵାରା ବିହନ ଗଜା ହୋଇଥାଏ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021