ବୀଜର ଅଙ୍କୁର କ୍ଷମତା – ଗଜା ହେବା ସାମର୍ଥ୍ୟକୁ ବୁଝାଏ । ବିହନର ଅଙ୍କୁର କ୍ଷମତାର ସଜ୍ଞା ହେଉଛି – ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବିହନର ଅଙ୍କୁରୋଦ୍ ଗମ ହେବା ସାମର୍ଥ୍ୟ ଶତକଡା କେତେ ଭାଗ । ଭାରତରେ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁସାରେ ଅଳ୍ପ ସମୟ ମଧ୍ୟରେ ବହୁତ ବିହନ ସଂଗ୍ରହ କରିବାକୁ ପଡିଥାଏ । ଏପରିକି ଏକ ନିର୍ଦ୍ଧିଷ୍ଟ କିସମର ବିହନ ସଂଗ୍ରହ କରିବା ଉଚିତ କି ନାହିଁ ଦିନାକା ଭିତରେ ନିର୍ଣ୍ଣୟ କରିବାକୁ ହୋଇଥାଏ ।
ବିହନର ଅଙ୍କୁର କ୍ଷମତା ପରୀକ୍ଷା କରିବାର ଏକମାତ୍ର ବିଶ୍ଵାସଯୋଗ୍ୟ ଉପାୟ ହେଉଛି ବିହନର ଗଜା ହେବା କ୍ଷମତା ପରୀକ୍ଷା କରିବା । କିନ୍ତୁ ଏହି ଉପାୟଟି ସମୟସାପେକ୍ଷ ହେବାରୁ ବୈଜ୍ଞାନିକମାନେ ବିହନ ତ୍ଵରିତ ଗଜାହେବା ପଦ୍ଧତି ଅବଲମ୍ବନ କରି ଜାଣିପାରନ୍ତି ଯେ ଅନୁକୂଳ ବାତାବରଣରେ ବିହନର ଅଙ୍କୁର କ୍ଷମତା କେତେ ରହିଛି । ସେହି ଅନୁସାରେ ବିହନ ସଂଗ୍ରହ କରିବା ପାଇଁ ବୈଜ୍ଞାନିକମାନେ ଅନୁମତି ଦେଇଥାନ୍ତି । ଯେଉଁ ବିହନଗୁଡିକ ବିଳମ୍ବରେ ଗଜାହୁଏ – ସେହି ସବୁ ବିହନ ସଂଗ୍ରହ କରିବା ପାଇଁ ତ୍ଵରିତ ଗଜା ହେବା ପଦ୍ଧତି ଅବଲମ୍ବନ କରି ବିହନର ଅଙ୍କୁର କ୍ଷମତା ଜାଣି ଉକ୍ତ ବିହନ ସଂଗ୍ରହ ଯୋଗ୍ୟ ବା ନୁହେଁ ନିଷ୍ପତ୍ତି କରାଯାଏ । ତ୍ଵରିତ ଗଜାହେବା ପଦ୍ଧତି ମଧ୍ୟରୁ କେତୋଟି ନିମ୍ନରେ ପ୍ରଦତ୍ତ କରାଗଲା ।
ଶ୍ଵସନ ସଜୀବତାର ଲକ୍ଷଣ ହୋଇଥିଲେ ହେଁ ଶ୍ଵସନ ପରୀକ୍ଷା ଜଟିଳ ହୋଇଥିବାରୁ ବହୁକ୍ଷେତ୍ରରେ ବିଶ୍ଵାସଯୋଗ୍ୟ ହୋଇ ନଥାଏ । କାରଣ ବିହନ ସୁପ୍ତ ଅବସ୍ଥାରେ ଥିବାରୁ କ୍ଷୀଣ ଶ୍ଵସନ ହେବା ସ୍ଵାଭାବିକ । ବୀଜର ମୃତାବସ୍ଥାରେ ମଧ୍ୟ ତାହା ଉପରେ ଥିବା ଅଣୁଜୀବଗୁଡିକ ହୁଏତ ଶ୍ଵାସ ପ୍ରଶ୍ଵାସର ଲକ୍ଷଣ ଦେଖାଇପାରନ୍ତି ।
ପାତିତ ଜଳରେ ବହନ ମଞ୍ଜିଗୁଡିକୁ ଭିଜାଇ ଦିଆଯାଏ । ତା’ପରେ ଏହି ଦ୍ରବଣର ବିଦ୍ୟୁତ ପରିବାହିତା ପରୀକ୍ଷା କରାଯାଏ । ମୃତ ଟିସୁ ଗୁଡିକର ଶତକଡା ଭାଗ ବୃଦ୍ଧିସହ ବିଦ୍ୟୁତ ପରିବାହିତାର ବୃଦ୍ଧି ପ୍ରାୟ ସମାନୁପାତିକ । ବୀଜର ମୃତାବସ୍ଥାରେ ପାରଗମ୍ୟତା ବୃଦ୍ଧିପାଏ । ଫଳରେ ତା’ଦେହର ସମସ୍ତ ବିପାକୀୟ ପଦାର୍ଥ ଜଳ ଭିତରକୁ ଝରି ଆସେ ଏବଂ ବିଦ୍ୟୁତ ପରିବାହିତା ବୃଦ୍ଧିପାଏ । ଏହାଛଡା –
ବୀଜର ବିଭିନ୍ନ ପଦ୍ଧତି ଦ୍ଵାରା ବିହନର ଗଜା ହେବା ଶକ୍ତିର ତୁରନ୍ତ ପରୀକ୍ଷା କରାଯାଇପାରିବ । ବୀଜର ଅଙ୍କୁର କ୍ଷମତାକୁ ପ୍ରଭାବିତ କରୁଥିବା କେତେକ ଉପାଦାନ –
ଉପରୋକ୍ତ ଉପାଦାନଗୁଡିକ ମଧ୍ୟରୁ ବିହନ ସାଇତି ରଖିବା ଅବସ୍ଥାରେ ଉପଯୁକ୍ତ ଯତ୍ନ ନେଇ ବୀଜର ଅଙ୍କୁରଣ କ୍ଷମତା ସୁରକ୍ଷିତ ରଖାଯାଇପାରିବ । ବାୟୁମଣ୍ଡଳର ଅତ୍ୟଧିକ ଜଳୀୟବାଷ୍ପ ହିଁ ଏକମାତ୍ର ଉପାଦାନ ଯାହା ବୀଜର ଅଙ୍କୁର କ୍ଷମତାକୁ ନଷ୍ଟ କରିପାରେ । ଏଣୁ ବିହନ ମଞ୍ଜିର ଜଳୀୟ ଅଂସ ଯଦି ନିମ୍ନଲିଖିତ ପ୍ରକାରେ ନିୟନ୍ତ୍ରଣ କରି ସାଇତି ରଖାଯାଏ ତେବେ ବିହନର ଅଙ୍କୁରଣ କ୍ଷମତା ନଷ୍ଟ ନହୋଇ ସୁରକ୍ଷିତ ରହେ ।
ଜଳୀୟ ଅଂଶ ଶତକଡା ଭାଗ
ଫସଲ |
ସାଧାରଣ ଆଧାର ପାତ୍ର |
ବାଷ୍ପ ପ୍ରତିରୋଧକ ଆଧାରପାତ୍ର |
ଗହମ |
୧୨ |
୮ |
ଧାନ |
୧୨ |
୮ |
ଓଟ୍ |
୧୨ |
୮ |
ମକା |
୧୨ |
୮ |
ବାଜରା |
୧୨ |
୮ |
ଚିନାବାଦାମ |
୯ |
୫ |
ବୁଟ |
୧୦ |
୭ |
ସୋରିଷ |
୮ |
୫ |
କପା |
୧୦ |
୬ |
ବରଗୁଡି |
୯ |
- |
ଟିଓସିପୋ |
୧୦ |
- |
ଜୁଆର |
୧୨ |
୮ |
ବରସିମ୍ ଓ ଲୁସର୍ଣ୍ଣ |
୧୦ |
୭ |
ଭଲ ଗଜା ହେଉଥିବା ଏବଂ ହୃଷ୍ଟପୁଷ୍ଟ ଥିବା ବିହନ ସାଇତି ରଖିବା ଅବଧି, ଉତ୍ତାପ ଏବଂ ଜଳୀୟବାଷ୍ପର ସମ୍ବନ୍ଧ ।
ବିହନର ଜଳୀୟ ଅଂଶ ଶତକଡା ଭାଗ |
ସାଇତି ରଖିବା ଅବଧି |
ଧାନ – ୧୧ – ୧୩ |
ଛ’ ମାସ |
ଗହମ – ୧୦ – ୧୨ |
ଏକ ବର୍ଷ |
ସୋରଘମ୍ – ୯ – ୧୧ |
ଦୁଇବର୍ଷ |
କ୍ଷୁଦ୍ରଶସ୍ୟ – ୮ – ୧୦ |
ଚାରିବର୍ଷ |
ବିହନର ଜଳୀୟ ଅଂଶ ଊଣା ଅଧିକ ହେବା ଦ୍ଵାରା ବିହନର ଯେଉଁ କ୍ଷତିକାରକ ପରିବର୍ତ୍ତନ ହୁଏ ତାହା ନିମ୍ନ ସାରଣୀରେ ପ୍ରଦତ୍ତ କରାଗଲା ।
ବିହନର ଜଳୀୟ ଅଂଶ ଶତକଡା ଭାଗ (%) |
ବିହନର ଅବସ୍ଥା |
୪୦ – ୬୦ |
ଗଜା ହୋଇଯାଇପାରେ । |
୧୮ – ୨୦ |
ଗରମ ହୋଇଯାଇପାରେ । |
୧୨ – ୧୪ |
ମଞ୍ଜି ଭିତର ଓ ବାହାର ଫିମ୍ପି ମାରିଯାଇପାରେ । |
୧୨ – ୧୪ |
ଧୂମକ ପ୍ରୟୋଗ ବିହନର କ୍ଷତି କରିପାରେ । |
୮ – ୯ |
କୀଟମାନେ ସକ୍ରିୟ ହୋଇ ବଂଶ ବିସ୍ତାର କରିପାରନ୍ତି । |
୫ – ୧୦ |
ଭଣ୍ଡାର ମୋହର ଲଗାଇ ମୁହଁ ବନ୍ଦ ରଖିବା ନିରାପଦ ନୁହେଁ । |
ବିହନରେ ଜଳୀୟ ଅଂଶ କେତେ ଜାଣିବା ପାଇଁ ନିମ୍ନଲିଖିତ ଉପାୟମାନ ଅନୁସରଣ କରାଯାଇପାରେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021