ଯେକୌଣସି ବିହନର ମୂଲ୍ୟାଙ୍କନ କରିବାକୁ ହେଲେ ପ୍ରଥମେ ବିହନର ବିଶୁଦ୍ଧତା ପରୀକ୍ଷା କରାଯାଏ । ବିହନର ଭୌତିକ ବିଶୁଦ୍ଧତା ପରୀକ୍ଷାର ପ୍ରଥମ ପାବଚ୍ଛ ବିହୀନ ନମୁନା ବିଶ୍ଳେଷଣ ଅଛି ଏବଂ ଏହା ସହ ଆଉ କେଉଁସବୁ ପଦାର୍ଥ ମିଶା ହୋଇଛି । ଯଦି କିଛି ପଦାର୍ଥ ଯଥା : - ତୃଣକ ମଞ୍ଜି, ଅନ୍ୟାନ୍ୟ ବିହନ ମଞ୍ଜି, ମାଟି ଗୋଡି ଇତ୍ୟାଦି ମିଶିଥାଏ ତେବେ ସେହି ସବୁ ପଦାର୍ଥକୁ ବିଶୁଦ୍ଧ ବିହନଠାରୁ ଅଲଗା ଅଲଗା କରି ପ୍ରଥମେ ରଖାଯାଏ । ତା’ପରେ ସେହିସବୁ ଅନ୍ୟାନ୍ୟ ପଦାର୍ଥ ଅଲଗା ଅଲଗା ଓଜନ କରାଯାଏ ଏବଂ ବିଶୁଦ୍ଧ ବିହନ ମଧ୍ୟ ଓଜନ କରାଯାଏ । ଏହି ମିଶାମିଶି ପଦାର୍ଥକୁ ଶତକଡା ଉପରେ ପ୍ରକାଶ କରାଯାଏ । କିନ୍ତୁ ସବୁ କ୍ଷେତ୍ରରେ ଏହି ପ୍ରଣାଳୀ ଅବଲମ୍ବନ କରିବା ଦ୍ଵାରା ବିହନର ବିଶୁଦ୍ଧତା ବିଷୟରେ ସଠିକ ଚିତ୍ର ମିଳିନଥାଏ । ବିଶେଷତଃ ଯେଉଁ ବିହନରେ ଅନ୍ୟ କ୍ଷୁଦ୍ର ତୃଣକ ମଞ୍ଜି ମିଶିଯାଇଥାଏ । ସେହି କ୍ଷେତ୍ରରେ ବିଶୁଦ୍ଧତାର ସଠିକ ଚିତ୍ର ପାଇବା ପାଇଁ ଏକ ଗ୍ରାମରେ କେତୋଟି ତୃଣକ ମଞ୍ଜି ରହିଛି ଏବଂ ବିଶୁଦ୍ଧ ବିହନ ରହିଛି ଦେଖିବାକୁ ହେବ । ସେହି ଅନୁସାରେ ଶତକଡା ଭାଗ ବାହାର କରିବାକୁ ହେବ । ତେବେ ଯାଇ ସଠିକ୍ ଚିତ୍ର ମିଳିପାରିବ ।
ନମୁନା ସଂଗ୍ରହ ପରେ ଏହାକୁ ଭାଗ ଭାଗ କରି କେତେଗୁଡିଏ କାର୍ଯ୍ୟକାରୀ ନମୁନା କରାଯାଏ । ପ୍ରତ୍ୟକ ନମୁନାକୁ ଓଜନ କରାଯାଏ । ଏହି ବିହନ ମଞ୍ଜି ଗୋଟିଏ କାଠ କାର୍ଯ୍ୟକାରୀ ବୋର୍ଡରେ ଥିବା ବିଭିନ୍ନ ଖୋପରେ ବିଶୁଦ୍ଧ ବିହନ ଓ ବିହନରେ ଥିବା ଅନ୍ୟାନ୍ୟ ପଦାର୍ଥ ଅଲଗା କରାଯାଇ ରଖାଯାଏ । ଯଥା :- ବିଶୁଦ୍ଧ ବିହନ ମଞ୍ଜି ଅନ୍ୟାନ୍ୟ ମଞ୍ଜି, ତୃଣକ ମଞ୍ଜି ଏବଂ ବାଲି ଗୋଡି ମଇଳା ଇତ୍ୟାଦି । ଏହିଗୁଡିକ ନିମ୍ନରେ ବିଶ୍ଲେଷଣ କରାଯାଏ ।
ଯେଉଁ ମଞ୍ଜିଗୁଡିକ ତୃଣକ ଶ୍ରେଣୀ ଅନ୍ତର୍ଭୁକ୍ତ ବୋଲି ଆଇନ ଅନୁସାରେ ଗୃହୀତ
ମଞ୍ଜି ଭଳିଆ ଆକାରର ବାଲି, ଗୋଡି ତୃଣକ ଓ ଅନ୍ୟାନ୍ୟ ଫସଲର ମଞ୍ଜି ଆକାରରେ ଅଧାରୁ କମ୍ କ୍ଷତବିକ୍ଷତ ଏବଂ ଅପରିପକ୍ଵ କୁଣ୍ଡା, କାଣ୍ଟି ଇତ୍ୟାଦି ।
ବଲ୍ ବ ଲାଗିଥିବା ଗୋଟିଏ କାର୍ଯ୍ୟକରି ବୋର୍ଡରେ ହେଉ ବା ଗୋଟିଏ ଧଳା କାଗଜ ଫର୍ଦ୍ଦ ଉପରେ ବିହନ ମଞ୍ଜି ବିଛାଇ ଦେଇ ଏହିସବୁ ପଦାର୍ଥକୁ ବିଶୁଦ୍ଧ ମଞ୍ଜିଠାରୁ ଅଲଗା ଅଲଗା କରିଦିଆଯାଏ । ଛୋଟ ଆକାର ବିହନକୁ କୁଟା କାଠି ଇତ୍ୟାଦି ଅଲଗା କରିବାକୁ ହେଲେ ଗୋଟିଏ ଯବ କାଚ 6X ବା 7X ବ୍ୟବହାର କରିବା ଉଚିତ । ବିହନର ବିଭିନ୍ନ ଅଂଶ ଅଲଗା କରି ସାରିବା ପରେ ପ୍ରତ୍ୟକ ପଦାର୍ଥର ଗୋଟିଏ ଏନାଲିଟକଲ, ତରାଜୁରେ ଠିକ ଭାବେ ଓଜନ କରାଯାଏ । ଏହା ୩-୪ ଡେସିମିଲ ପର୍ଯ୍ୟନ୍ତ ଓଜନ ନିଆଯାଏ । ତା’ପରେ ନିମ୍ନ ଚାର୍ଟରେ ଟେବୁଲେସନ କରାଯାଇ ତା’ପରେ ବିହନର କେତେ ବିଶୁଦ୍ଧତା ଅଛି ଶତକଡା ଭାଗ ନିର୍ଣ୍ଣୟ କରାଯାଏ ।
ହିସାବ
ପ୍ରତ୍ୟକ ପଦାର୍ଥର ଶତକଡା ଭାଗ ବାହାର କରିବା ନିମିତ୍ତ ବିହନରେ ଥିବା ବିଭିନ୍ନ ପଦାର୍ଥଗୁଡିକୁ ଅଲଗା କରି ଓଜନ କରାଯାଏ । ଏହି ଓଜନକୁ ମୋଟ ଓଜନ ଦ୍ଵାରା ଭାଗ କରି ଶତକଡା ଭାଗ ହିସାବ କରାଯାଏ ।
ଯଥା : - ପ୍ରତ୍ୟକ ଅଂଶ ଶତକଡା ଭାଗ (ଓଜନ) = X 100
ପ୍ରତ୍ୟକ ପଦାର୍ଥର ନାମ ଏବଂ ଶତକଡା ଭାଗ ହିସାବକରି ଲେଖାଯାଏ । ଯାହାର ଶତକଡା ଭାଗ 0.05% ରୁ କମ୍ ଥିବ ତାହାକୁ ଖୁବ୍ କମ୍ ଲେଖି ଦିଆଯାଏ ।
ଅଂଶ |
ଓଜନ |
ଶତକଡା ଭାଗ |
ବିଶୁଦ୍ଧ ବିହନ ମଞ୍ଜି |
|
|
ଅନ୍ୟାନ୍ୟ ବିହନ ମଞ୍ଜି |
|
|
ତୃଣକ ମଞ୍ଜି ନିଷ୍କ୍ରିୟ ପଦାର୍ଥ |
|
|
ନିମ୍ନ ଟେବୁଲ ଅନୁସାରେ ଯେଉଁ ବିହନର ବିଶୁଦ୍ଧତା ଅତିକମ୍ ରେ ଯାହା ରହିବା କଥା ତାଠାରୁ କମିଗଲେ ଏହାକୁ ବିହନ ରୂପେ ଗଣନା କରାନଯାଇ ଆଗ୍ରାହ୍ୟ କରି ଦିଆଯାଏ । ।
ଭାରତୀୟ ବିହନ ଆଇନ ୧୯୬୬ ଅନୁସାରେ
ଫାଉଁଣ୍ଡେସନ/F , ପ୍ରାମାଣିକ/C , ନାମପତ୍ର/L ଥିବା ବିହନଗୁଡିକର ଅତିକମ୍ ରେ ଓ ଅତି ବେଶି ଶତକଡା ଭାଗ ବିଶୁଦ୍ଧତା ରହିବା ଉଚିତ ନିମ୍ନରେ ଦିଆଗଲା ।
ଫସଲ |
ବିଶୁଦ୍ଧ ବିହନ (ଅତି କମରେ) |
ନିଷ୍କ୍ରିୟ ପଦାର୍ଥ (ଅତି ବେଶି ହେଲେ) |
ଅନ୍ୟାନ୍ୟ ଫସଲ ମଞ୍ଜି ଅତି ବେଶି |
ତୃଣକ ମଞ୍ଜି ଅତି ବେଶି |
ଆପତ୍ତିଜନକ ତୃଣକ ମଞ୍ଜି ଅତି ବେଶିରେ |
||||||
|
F |
C |
L |
F |
C |
F |
C |
F |
C |
F |
C |
କପା |
98 |
98 |
95 |
2.0 |
2.0 |
5/kg |
0.10 |
5/kg |
0.10 |
- |
- |
ଚିନାବାଦାମ |
96 |
96 |
97 |
4.0 |
4.0 |
- |
- |
- |
- |
- |
- |
ମକାହାଇବ୍ରିଡ |
- |
98 |
97 |
- |
2.0 |
- |
2.0 |
- |
- |
- |
- |
ଧାନ |
98 |
98 |
98 |
2.0 |
2.0 |
10/kg |
0.10 |
10/kg |
0.10 |
2/kg |
5/kg |
ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021