অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୋରିଷ ବିହନ ଉତ୍ପାଦନ

ଉପକ୍ରମ

ସୋରିଷ  ଉତ୍ପାଦନ କ୍ଷେତ୍ରରେ  ଭାରତ ସମଗ୍ର ପୃଥିବୀରେ ମୁଖ୍ୟ ସ୍ଥାନ ଅଧିକାର କରିଛି । ଆମ ରାଜ୍ୟରେ ସୋରିଷ ଚାଷ କେବଳ ଶିତ ଋତୁରେ ହୋଇଥାଏ । ଏହି ଚାଷ ସ୍ଵଚ୍ଛ ବାଳିଆ  ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇ ପାରିବ । ଏହି ଫସଲ ପ୍ରାୟ ୨୫ -୩୦ ସେଲସିୟସ ତାପମାତ୍ରା ଓ ସ୍ଵଚ୍ଛ  ବାଲିଆ  ଦୋରସା ମାଟିରୁ ଆରମ୍ଭ କରି ଅଳ୍ପ ମଟାଳ ମାଟି ଯାଏ ସବୁ ଜମିରେ ହୋଇପାରିବ । ଏହି ଫସଲ ପ୍ରାୟ ୨୫ -୩୦ ସେଲସିୟସ ତାପମାତ୍ରା ଓ ସ୍ଵଚ୍ଛ ଆଦ୍ରତା ମଧ୍ୟରେ ଭଲ ଭାବେ ବଢିପାରେ ।

ସନ୍ତସନ୍ତିଆ ଓ ଅମଳୀୟ ମାଟିରେ ସୋରିଷ ଚାଷ ଭଲ ହୁଅଣହିଁ । ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ବୁଣା ସାରିଦେବା ଆବଶ୍ୟକ । ବୁଣା ଡେରିହେଲେ ଅମଳ ଯଥେଷ୍ଟ କମିଯାଏ ।  ସୋରିଷ ଫସଲରୁ ଆଶାନୁରୂପକ ଅମଳ ପାଇବା ପାଇଁ ଅଧିକ ଅମଳକ୍ଷମ ପ୍ରମାଣିତ ବିହନ ବ୍ୟବହାର ନିତ୍ୟନ୍ତ ଜରୁରୀ । ୨୦୧୨-୧୩ ବର୍ଷରେ ସୋରିଷର ୪୫୩ ହେକ୍ଟର ପଞ୍ଜୀକୃତ ଅଞ୍ଚଳ ଓ ୨୦୧୧ କୁଇଣ୍ଟାଲ ପ୍ରମାଣିତ ବିହନ ହୋଇଥିଲା ।

ସୋରିଷ କିସମ

ସାଧାରଣତ ତିନି ଶ୍ରେଣୀର ବିହନ ଉତ୍ପାଦନ କରାଯାଇଥାଏ । ଯଥା ଅଭିଜନକ ବିହନ, ପିଣ୍ଡ ବିହନ ଓ ପ୍ରାମାଣିକ ବିହନ । ପିଣ୍ଡ ବିହନ ଓ ପ୍ରାମାଣିକ ସୋରିଷ ବିହନ ରେଜିଷ୍ଟ୍ରିଭୁକ୍ତ ଚାଷିଙ୍କ ଜରିଆରେ ଉତ୍ପାଦନ କରାଯାଇପାରେ ଏହି ଉଭୟ କିସମର ବିହନ ଉତ୍ପାଦନ ପ୍ରଣାଳୀ ପ୍ରାୟ ଏକ ପ୍ରକାରର । ରାଜ୍ୟରେ ଲୋକପ୍ରିୟ ଅଧିକ ଅମଳକ୍ଷମ ଓ ବିଞ୍ଜପିତା ସୋରିଷ (ତୋରିଆ) କିସମ ସବୁ ହେଲା: ଏମ-୨୭, ପି.ଟି -୫୦୭, ବିନୟ, ଟି -୯, ପାର୍ବତୀ, ଅଣରାଧା ଓ ପୁଷା ଅଗ୍ରଣୀ (ଏ ସମସ୍ତ କିସମର ଅବଧି ଅଢେଇମାସ ରୁ ତିନି ମାସ ):(ରାଇସୋରିଷ) ପୁଷା ବୋଲ୍ଟ, ପୁଷା  ବାହାର, ବରୁଣ, କ୍ରିଷ୍ଣା ଓ ଲକ୍ଷ୍ମୀ (ଅବଧି ସାଢେ ତିନିମାସରୁ ସାଢେ ଚାରିମାସ )। ଏକର ପ୍ରତି ୩-୪ କି.ଗ୍ରା. ସୋରିଷ ବିହନ ଦରକାର ପଡିଥାଏ ।

ବିହନ ଉତ୍ପାଦନ ଆବେଦନ ପ୍ରକ୍ରିୟା

ପ୍ରଥମେ ବିହନ ଉତ୍ପାଦନ ପାଇଁ ଇଚ୍ଛୁକ ଚାଷି  ବିହନ ପ୍ରମାଣନ ସଂସ୍ଥା ନିକଟରେ ନିର୍ଦ୍ଧାରିତ ଦରଖାସ୍ତ ଫର୍ମରେ ଟ୧୦/- ପଞ୍ଜୀକରଣ ଫିସ ଓ  ଟ ୨୫ /-ପରିଦର୍ଶନ ଫିସ୍ ଅଭିଜନକରୁ ପିଣ୍ଡ ନିମନ୍ତେ ଟ ୩୫୦ /-ହେକ୍ଟର ବା ଅଂଶ ପ୍ରତି ଓ ପିଣ୍ଡରୁ ପ୍ରାମାଣିକ ନିମନ୍ତେ ଟ ୩୦୦ /- ସହ ହେକ୍ଟର ବା ଅଂଶପ୍ରତି ଦରଖାସ୍ତ କରି ପଞ୍ଜୀକୃତ କରିବା ଆବଶ୍ୟକ ।

ଉତ୍ପାଦନକାରୀଙ୍କ ଜାଣିବା କଥା

ବିହନ ବୁଣା

୧ କି. ଗ୍ରା.  ବିହନ ପ୍ରତି ୩ ଗ୍ରାମ ଥିରାମ ବା ଗ୍ରାମ କାର୍ବେଣ୍ଡଜିୟମ ବା ୧ ଗ୍ରାମ ଭିଟାଭାକ୍ସ ଗୋଳାଇ ବିଶୋଧନ କରିବା ଉଚିତ୍। ସର୍ବଦା ଧାଡିରେ ବୁଣିବା ଉଚିତ୍ । ସୋରିଷ ଧାଡିକୁ ଉତ୍ତର -ଦକ୍ଷିଣ ଭାବେ ବୁଣିଲେ ସୂର୍ଯ୍ୟାଲୋକର ଉପଯୋଗର ଠିକ୍ ହୁଏ ଓ ଅମଳ ବୃଦ୍ଧି ପାଏ । ଅଣଜଳସେଚିତ ତୋରିଆ ଫସଲରେ ଆକାର ପ୍ରତି ୧୬:୮:୮   ଏବଂ ଜଳସେଚିତ ରାଇଫସଲରେ ୩୨: ୧୬ : ୧୬ ହିସାବରେ ସାର ପ୍ରୟୋଗ କରିବା ଦରକାର । ଅଣଜଳସେଚିତ ଫସଲରେ ସମସ୍ତ ସାର ମଞ୍ଜି ବୁଣିବା ପୂର୍ବରୁ ପ୍ରୟୋଗ ହୁଏ । ମାତ୍ର, ଜଳସେଚିତ କ୍ଷେତ୍ରରେ ୫୦ ଭାଗ ଯବକ୍ଷାରଯାନ,  ଫସଫରସ ଓ ପଟାସ ସାରକୁ ମୂଳସାର ଭାବେ ଏବଂ ଅବଶିଷ୍ଟ ୫୦ ଭାଗ ଯବକ୍ଷାରଯାନ ବୁଣିବାର ୩ ସପ୍ତାହ ପରେ ଘାସ ବାଛି ପ୍ରୟୋଗ କରାଯିବ ଆବଶ୍ୟକ । ମୃତ୍ତିକା ପରୀକ୍ଷା ଭିତ୍ତିରେ ଯେଉଁ ମାଟିରେ ଗନ୍ଧକ ଓ ବୋରନ (ଟାଙ୍ଗଣା)ର ଅଭାବ ଅଛି, ସେଠାରେ ଏକର ପ୍ରତି ୮କି.ଗ୍ରା. ଗନ୍ଧକ ଓ ୪୦୦ ଗ୍ରାମ୍ ବୋରନ୍  ପ୍ରାୟୋଗ କରାଯିବା  ଆବଶ୍ୟକ ।

ଘାସ ନିୟନ୍ତ୍ରଣ

ଘାସ ଗହଳିଆ  ଥିଲେ  ପତଳା କରାଯାଏ । ନଚେତ୍, ଛୋଟ ଛୁଇଁ ମିଳିଥାଏ । ଗଛର ପ୍ରାରମ୍ଭିକ ୩ ସପ୍ତାହ ମଧ୍ୟରେ ଘାସ ବାଛିଦେବା  ବା ଘାସମରା ଔଷଧ ଯଥା – ଫ୍ଲୁକ୍ଲୋରାଲିନ, ପେଣ୍ଡିମେଥଲିନ ବା ଅକ୍ଟାଡାୟାଜନ ଏକକର ପ୍ରତି ୮୦୦ ମି. ଲି . ହିସାବରେ ବିହନ ବୁଣିବାର ଦିନକ ପରେ ପ୍ରୟୋଗ କରାଯାଇ ଘାସ ନିୟନ୍ତ୍ରଣ କରାଯାଏ ।

ନିରୀକ୍ଷଣ

ସୋରିଷ ବିହନ ଉତ୍ପାଦନ ନିମନ୍ତେ ଚାଷ ସମୟରେ ପ୍ରମାଣନ ସଂସ୍ଥାଦ୍ଵାରା ଫୁଲ ଫୁଟିବାର ପୂର୍ବାବସ୍ଥା, ଫୁଲ ଫୁଟିବାରୁ ଛୁଇଁ ଧରିବା ଏବଂ ଛୁଇଁ ପାକଳରୁ ଅମଳ ପୂର୍ବ ମଧ୍ୟରେ ଏହିପରି ସର୍ବନିମ୍ନ ୩ ଟି ପରିଦର୍ଶନ କରାଯାଇଥାଏ । ଏହି ସମୟରେ ଆବଶ୍ୟକୀୟ ବିଲଗନ ଦୂରତା, ଫସଲରେ ଅଣ କିସମ ଗଛ ଏବଂ ଆପରିଜନକ ଘାସ ଅଛିକି ନାହଁ, ତାହା ନିରୀକ୍ଷଣ କରାଯାଇଥାଏ । ବିଲଗନ ଦୂରତା ପିଣ୍ଡ ବିହନ ଉତ୍ପାଦନ ପାଇଁ ୧୦୦ ରୁ ୨୦୦ ମିଟର ଓ ପ୍ରାମାଣିକ  ବିହନ ଉତ୍ପାଦନ କ୍ଷେତ୍ରରେ ୫୦ ମିଟର ହୋଇଥା ଏ  ସେହିପରି ପିଣ୍ଡ ଓ ପ୍ରାମାଣିକ ସୋରିଷ ବିହନ ଉତ୍ପାଦନ ହେଉଥିବା ଫୁଲ ଫୁଟିବା ସମୟରେ  ଏବଂ ଫୁଲ ଫୁଟିବା ପରବର୍ତ୍ତି ସମୟରେ  ଅଣ କିସମ ସୋରିଷ ଗଛ ଯଥାକ୍ରମେ ଏକ ହଜାର ଗଛରେ ୧ରୁ ଅଧିକ ଏବଂ ୫ ଟିରୁ ଅଧିକ ରହିଲେ କ୍ଷେତ୍ରଟି ବିହନ ଉତ୍ପାଦନ ନିମନ୍ତେ ଅଣଉପଯୁକ୍ତ ବିବେଚନା କରାଯାଏ । ଗଛର ସଂଖ୍ୟା ପିଣ୍ଡ ଓ ପ୍ରାମାଣିକ ବିହନ ଉତ୍ପାଦନ କ୍ଷେତ୍ରରେ ଶେଷ ପରିଦର୍ଶନ ସମୟରେ ଯଥାକ୍ରମେ ଦଶ ହଜାର ଗଛରେ ୫ଟି ଓ ୧୦ ଟିରୁ ଅଧିକ ହେବ ନାହଁ ।

କୀଟନାଶକ ପ୍ରୟୋଗ

ଗଛ ଉଠିବାର ୨୫ ଦିନ ପରେ ୧ମ  ଫଳ ଧରିବା ଅବସ୍ଥାରେ ୨ୟ ଥର ପାଣି ମଡାଇଲେ ଗଛରେ ଡାଳ ଅଧିକ ହୋଇ ଫୁଲ, ଫଳ ଭଲ ହୁଏ । ଏହି ଫସଲରେ ଜଉ ପୋକ, କରତିଆ  ମାଛି, ଚିତ୍ରିତ ବଗ୍ , ପତ୍ର ସୁଢଙ୍ଗୀ  ପୋକ ପାତ୍ରବାଗ ବା ପତ୍ର ପୋଡା ରୋଗ , ଧଳା ଫିମ୍ପିମରା  ରୋଗ ଏବଂ ପାଉଁଶିଆ ଫିମ୍ପି ରୋଗ ଆଦି ବିଶେଷ କ୍ଷତି କରିଥାନ୍ତି । ସମନ୍ଵିତ ରୋଗ ପୋକ ପରିଚାଳନା ପଦ୍ଧତି ଗ୍ରହଣ କରି ସେ ସବୁକୁ ନିୟନ୍ତ୍ରଣ  କରାଯାଏ । ସାଧାରଣତଃ କ୍ଲୋରୋପାଇରିଫିସ ଓ ଯଉ ପୋକ କ୍ଷେତ୍ରରେ ଦଇମିଥୋଏଟ୍ ୦.୨ ପ୍ରତିଶତ ସିଂଚନ କରି ପୋକ ଏବଂ ମାନ୍କୋଜେବ୍ ଓ ପାଉଁସିଆ ଫିମ୍ପି କ୍ଷେତ୍ରରେ ସଲଫର୍-୭୫ ଗୁଣ୍ଡର ୫ ପ୍ରତିଶତ ସିଂଚନ କରି ରୋଗ ନିୟନ୍ତ୍ରଣ କରାଯାଏ । ମହୁମାଛିମାନଙ୍କର ଚଳ ପ୍ରଚଳରେ ବାଧା ନ ହେବା  ପାଇଁ  ଅପରାହ୍ନରେ କୀଟନାଶକ ପ୍ରୟୋଗ କରାଯାଏ ।

ବିହନ ପ୍ରକ୍ରିୟାକରଣ

ଗଛରେ ଛୁଇଁ ଗୁଡିକ ହଳଦିଆ ପଡି ପତ୍ର ଝଡିବା ଅବସ୍ଥାରେ ଗଛ କାଟିବା ଦରକାର । ଏହି ସମୟରେ ମଞ୍ଜିରେ ଶତକଡା ୪୦ ଭାଗ ଜଳୀୟଅଂଶ  ଓ ଅଧିକ ତେଲ ଅଂଶ ଥାଏ । ବିହନ ମଧ୍ୟରେ ଜଳୀୟଅଂଶ ୮ ପ୍ରତିଶତରୁ ଅଧିକ ରହିବା ଉଚିତ ନୁହେଁ । ଏଥିପାଇଁ ସୋରିଷ କାଟି ସାରି ବିଡା  ବାନ୍ଧି କିଛିଦିନ ଭଲଭାବରେ ଖରାରେ  ଶୁଖାଇ ଅମଳ କରାଯାଏ ଓ ପରେ ପୁଣି ଖରାରେ  ଶୁଖାଇ ବିହନ ହିସାବରେ ସାଇତି ରଖାଯାଏ । ବିହନ ଅମଳ ପତ୍ର ନେଇ ବିହନ ପ୍ରକ୍ରିୟାକରଣ, ନମୁନା ସଂଗ୍ରହ ଓ ନମୁନା ପରୀକ୍ଷା  କରାଯାଏ । ସର୍ବନିମ୍ନ ମାନ (ଗଜାଶକ୍ତି ୮୫, ଶୁଦ୍ଧତା ୯୭ ଓ ଆର୍ଦ୍ରତା ପ୍ରତିଶତ ଇତ୍ୟାଦି ) ପୂରଣ କରୁଥିଲେ ବିହନ ଉପଯୋଗୀ ହୋଇଥାଏ । ଉତ୍ତମ ତୋରିଆ  ସୋରିଷ ଚାଷର  ହାରାହାରି ଏକକରରୁ ୪-୬ କୁଇଣ୍ଟାଲ  ଅମଳ ମିଳିଥାଏ ଏବଂ ରାଇ ସୋରିଷ ଅମଳ ତୋରିଆ ଠାରୁ ଅଧିକ ହୋଇଥାଏ । ସୋରିଷ ଚାଷରେ ୧ ଟଙ୍କା ଖର୍ଚ୍ଚ କରି ୩ ଟଙ୍କା ଆୟ ମିଳିଥାଏ ।

ଅଧାର - କୃଷି ବିଭାଗ , ଓଡିଶ ସରକାର

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate