অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳାଙ୍କ ଶ୍ରମ ଲାଘବ ପାଇଁ କୃଷି ଯନ୍ତ୍ରପାତି

ଉପକ୍ରମ

କୃଷି କ୍ଷେତ୍ରରେ ଧାନରୁଆ, ଘାସବଛା , ବିହନବଛା, ଫସଲ ଅମଳ ପରବର୍ତ୍ତୀ ଯତ୍ନ ପାଇଁ ମହିଳାମାନେ  ବହୁ କଷ୍ଟସାଧ୍ୟ କାମ  କରନ୍ତି । ଏହା ଦ୍ଵାରା ସେମାନଙ୍କର ଅଧିକ ସମୟ ଅପଚୟ ହେବା ସହିତ ଶାରୀରିକ ପରିଶ୍ରମ ହୋଇଥାଏ । ଏହି ଶ୍ରମ ଲାଘବ ସହିତ କମ୍ ସମୟରେ କୃଷି କର୍ମ ଦକ୍ଷତାର ସହ ସଂପାଦନ ପାଇଁ ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି।

ଘାସ ବଛା ଯନ୍ତ୍ର

ଶୁଷ୍କାଞ୍ଚଳ ଘାସ ବଛା ଯନ୍ତ୍ର

ବିଦା ପରି ଘାସ ବଛା ଯନ୍ତ୍ର ବାଲିଆ ଓ ଦୋରସା ମାଟି ପାଇଁ ଅଧିକ ଉପଯୁକ୍ତ । ଜଣେ ମହିଳା ଏହାକୁ ସହଜରେ ଚଳେଇପାରିବ । ଏହି ଯନ୍ତ୍ରକୁ ଆଗକୁ ଠେଲିଲେ ଏହି ଡ୍ରମ ଘୂରିବାକୁ ଲାଗେ ଏବଂ ଏଥିରେ ସଂଯୋଗ ହୋଇଥିବା ବକ୍ର ବ୍ଲେଡ୍ ବା ପାତ ଘାସ ଓ ଅନାବନା ଗଛ ଚେରକୁ କାଟିଦିଏ । ଏହି ଉଇଡ଼ର ଦ୍ଵାରା ଦିନକୁ ୨୫ ଡେସିମିଲ ଘାସ ବଛା ହୋଇପାରେ ।

ଧାନ ପାଇଁ ଘାସବଛା ଯନ୍ତ୍ର

ଧାନ କ୍ଷେତରେ ହାଲୁକା ଭାବରେ ଘାସ ବଛା ପାଇଁ ଏହି ଯନ୍ତ୍ର ଉର୍ଦ୍ଧିଷ୍ଟ । ଜଣେ ମହିଳା ଏହାକୁ ସହଜରେ ଚଳାଇପାରିବେ  । ଏହି ଯନ୍ତ୍ରକୁ ଆଗ ପଛ କଲେ ଧାନ କ୍ଷେତର  ଧାଡି ମଧ୍ୟରେ ଥିବା ଘାସ ଉପୁଡି ମାଟିରେ ପୋତି ହୋଇଯାଏ । ଘଣ୍ଟାକ ମଧ୍ୟରେ  ପ୍ରାୟ ୫  ଡେସିମିଲ ଘାସ ବଛା ହୋଇପାରେ ।

ହାତଟଣା ଘାସବଛା ଯନ୍ତ୍ର

ଶୁଷ୍କାଞ୍ଚଳ ପାଇଁ ଏହି ଯନ୍ତ୍ର ଉର୍ଦ୍ଧିଷ୍ଟ । ଏହାର ଗୋଟିଏ ହ୍ୟାଣ୍ଡଲରେ ଦୁଇ ଧାରୁଆ ବ୍ଲେଡ ଓ ଗୋଟିଏ ଦାନ୍ତୀ ଥାଏ । ଏହାକୁ ଧାଡି ମଧ୍ୟରେ ନିଜ ଆଡକୁ ଟାଣିଲେ  ମାଟି ତଳେ ଥିବା ଘାସ ଉପୁଡିଯାଏ ।

ଚକ୍ର ଖୁସୁଣି

ଏହି ଚକ୍ର ଖୁସୁଣିରେ ଲୁହା ପାତରେ ୩ ଟି ଦାନ୍ତୀଲାଗିଥାଏ । ଆଗରେ ଗୋଟିଏ ଚକ ଲାଗିଥାଏ । ଦୁଇ ଦଣ୍ଡାରେ ଦୁଇଟି ବେଣ୍ଟ ଲାଗିଥାଏ । ବିଦାଟିକୁ ଆଗକୁ ଓ ପଛକୁ ସହଜରେ ପେଲିବା ପାଇଁ ଚକ ସାହାଯ୍ୟ କରେ । ଲୁହା ଦାନ୍ତୀ ସାହାଯ୍ୟରେ ମାଟି ଖୋଳି ଘାସ ଉପୁଡିପଡେ ।

ବିହନ ବୁଣାଯନ୍ତ୍ର

ଧାନ , ଗହମ , ମୁଗ , ନଳିତା ଇତ୍ୟାଦି ବିହନ ମଞ୍ଜି ବୁଣାଯାଏ । ଏକ କାଳୀନ ୩ /୪ ଧାଡି ବିହନ ଠିକ୍ ଗଭୀରରେ ବୁଣିବା ଫଳରେ ବିହନ କମ୍ ଖର୍ଚ୍ଚ ହୁଏ , ଗଛ ସଂଖ୍ୟା ଠିକ୍ ରହେ ଏବଂ ଅନ୍ତଃଚାଷ ସୁବିଧାରେ ହୋଇଥାଏ । ତେବେ ମାଟି ଭଲ ଭାବେ ଗୁଣ୍ଡଚାଷ କରି ଧାଡି ବୁଣା ଯନ୍ତ୍ର ବ୍ୟବହାର କରିବାକୁ ପଡେ । ଏହା ଦ୍ୱାରା ଦିନକୁ ୨୫ ଡେସିମିଲ ଜମି ବୁଣି ହେବ ।

ଚିନାବାଦାମ ଚୋପା ଛଡା ଯନ୍ତ୍ର

ଏହି ଯନ୍ତ୍ର ଦେଖିବାକୁ ଏକ ବାକ୍ସ ପରି, ଗୋଟିଏ ଫ୍ରେମ ଉପରେ ଏହିବାକ୍ସ ଖଞ୍ଜାଯାଏ । ଏହା ତଳକୁ ଏକ ରୋଲର ଥାଏ । ରୋଲର ତଳକୁ ଗୋଟିଏ ଆବୁ ଆବୁଆ ତାର ଜାଲି ରଖାଯାଏ ।  ରୋଲର ଭୁଲିଲେ ଏହାର ଛୋଟ ଦାନ୍ତ  ଚିନାବାଦାମକୁ  ଜାଲି ଉପରେ ଗଡାଇ ଗଡାଇ ଘୋଷାରି ନିଏ । ଫଳରେ  ଦାନ୍ତ  ଚିନାବାଦାମରୁ ଚୋପା ଛାଡିଯାଏ ଏବଂ ମଞ୍ଜିଗୁଡିକ ତଳକୁ ଚାଲିଯାଏ । ଏହି ଯନ୍ତ୍ରଦ୍ଵାରା ଘଣ୍ଟାକରେ ୧୫ କିଲୋ ବାଦାମରୁ ଚୋପା ଛଡାଯାଇପାରେ ।

ଫସଲ ଅମଳ ଓ ଅମଳ କୃଷି ଯନ୍ତ୍ର

ଧାନ ଅମଳ ଯନ୍ତ୍ର

ଏହି ଯନ୍ତ୍ରଟି ସାଇକଲରେ ବସି ପେଡଲ ମାରିବା ପରି ଚଲାଯାଏ । ଏହାର ବାକ୍ସ  ମଧ୍ୟରେ ଏକ ରୋଲର ଡ୍ରମ ଥାଏ । ଡ୍ରମର ଚାରିପାଖରେ ଦାନ୍ତୀସବୁ ଖଞ୍ଜା ହୋଇଥାଏ । ଜଣେ ଲୋକ ପେଡଳ ଚଳାଇବା ସହିତ ଧାନ ବିଡାକୁ ଡ୍ରମ ଉପରେ ରଖିଲେ ଦାନ୍ତିଦ୍ଵାରା ଧାନ ଝଡି ତଳକୁ ବାହାରି ଆସେ ।  ଏହାପରେ ଏହି  ଧାନକୁ  ପଙ୍ଖା ସଂଯୁକ୍ତ ଧାନ ଉଡା ଯନ୍ତ୍ରରେ ସଫା କରିହୁଏ ।

ଦାଆ

ଘାସ କାଟିବା ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ । ସୂତନ୍ତ୍ର ଶୈଳୀରେ ନିର୍ମିତ ମୁଠା ଧାନ କାଟିବା ପାଇଁ ଖୁବ୍ ସାହାଯ୍ୟ କରେ । ଦାଆଟି କଳା ଇସ୍ପାତ ନିର୍ମିତ ଏବଂ ଏହାର ଚଉଡା ପ୍ରାୟ ୫ ସେଣ୍ଟି ମିଟର । ଜଣେ ମହିଳା ଦିନକୁ ୨୫ ଡେସିମିଲ ଜମିରେ ଧାନ କାଟିବା ଏହାଦ୍ଵାରା ସମ୍ଭବ ।

ଚିନାବାଦାମ ତୋଳା ଯନ୍ତ୍ର

ଚିନାବାଦାମ ଗଛରୁ ଫଳ ଗୁଡିକ ବାହାର କରିବା ପାଇଁ ଏହା ବ୍ୟବହାର କରାଯାଏ । ଗୋଟିଏ ଆୟତାକାର ଫ୍ରେମ୍ ଉପରେ ଚାରିଧାରରେ ପାନିଆ ପରି ସିଧା ଭାବରେ କୀଳା ସବୁ ସଜାଇ ହୋଇରହିଥାଏ । ଏହି ପାନିଆ ସାହାଯ୍ୟରେ ଚିନାବାଦାମ ଗଛରୁ ଫଳ ଅମଳ କରାଯାଏ । ଘଣ୍ଟାକରେ ପ୍ରାୟ ୨୦୦ ରୁ ୩୦୦ କିଲୋଗ୍ରାମ ଫଳ ୪ ଜଣ ମହିଳାଙ୍କଦ୍ଵାରା ଅମଳ କରାଯାଇପାରେ ।

ତ୍ରମ ଆକୃତି ଚିନାବାଦାମ ତୋଳା ଯନ୍ତ୍ର

ଏହି ଯନ୍ତ୍ରଦ୍ଵାରା ମଧ୍ୟ ଚିନାବାଦାମ ଗଛରୁ ଫଳକୁ ଅଲଗା କରାଯାଏ । ଜଣେ ମାତ୍ର ମହିଳା ଏହାକୁ ଚଳାଇ ପାରିବେ । ଦୁଇଟି ଧାତବ ଥାଳିଆକୁ ନେଇ ତିଆରି ଫମ୍ପା ଡ୍ରମରେ ରବର ନଳୀ ଗୁଡା ହୋଇଥିବା କେତେକ ଧାତବ ରଡ୍ଥାଏ । ଏହି ଡ୍ରମକୁ ଘୁରାଇ ଚିନାବାଦାମ ଗଛକୁ ଏହା ଉପରେ ବାଡେଇଲେ ଫଳ ଗୁଡିକ ଗଛରୁ ବାହାରିଯାଏ ।

ହସ୍ତ ଚଳିତ ଶସ୍ୟ ସଫା କରିବା ଚାଲୁଣି

ଏହି ଯନ୍ତ୍ରଦ୍ଵାରା ବୁଟ, ଗହମ, ସୋୟାବିନ, ମୁଗ, ବିରି, ଇତ୍ୟାଦି ମଞ୍ଜିରୁ ଅପମିଶ୍ରିତ ମଞ୍ଜି, କାଠିକୁଟା ଓ ଗୁଣ୍ଡ ଇତ୍ୟାଦି ବହାର କରାଯାଏ । ଗୋଟିଏ ଫ୍ରେମରେ ଦୁଇଟି ଧାତବ ଚାଲୁଣି ଥାଏ । ପ୍ରାୟ ୧୦ କିଲୋଗ୍ରାମ ଶସ୍ୟ ଏହି ଚାଲୁଣିରେ ରଖାଯାଇ ଏହାକୁ ଦୋଳି ପରି ଆଗପଛ କରାଯାଏ । ଏହାଦ୍ଵାରା ଶସ୍ୟ ମଞ୍ଜି ବାହାରିଯାଏ ଓ ଅପମିଶ୍ରିତ ପଦାର୍ଥ ଲୁଣି ଉପରେ ରହିଥାଏ । ପରିଷ୍କୃତ ଶସ୍ୟକୁ ଫୁଣିଥରେ ଚାଲୁଣିରେ ଚଳାଇ ଧୁଳି ଓ ଗୁଣ୍ଡ ଇତ୍ୟାଦି ବାହାର କରାଯାଏ ।

ହସ୍ତଚାଳିତ ପାଣିପମ୍ପ

୫ ମିଟରକୁ କମ୍ ଗଭୀରରୁ ପାଣି ଉଠାଇବା ପାଇଁ ଏହି ପମ୍ପ ବ୍ୟବହାର  କରାଯାଇପାରେ । କୂଅ, ପୋଖରୀ, ଗାଡିଆ ଓ କେନାଲରୁ ପାଣି ଉଠାଇ ଫସଲରେ ମଡାଇବା ପାଇଁ ଏହି ପମ୍ପଟି ଖୁବ୍ ଉପଯୋଗୀ । କୃଷିକ ମାନଙ୍କ ପାଇଁ  ୧୫ ଫୁଟ କମ୍ ଗଭୀରରୁ ପାଣି ଉଠାଇବା ପାଇଁ ଅତ୍ୟନ୍ତ ଉପଯୋଗୀ ।

ଆଧାର - କୃଷି ବିଭାଗ , ଓଡିଶ ସରକାର

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate