ଯେକୌଣସି ଯନ୍ତ୍ରପାତି ଯାହାକି ଫସଲ ଉତ୍ପାଦନରେ ସାହାଯ୍ୟ କରେ, ତାକୁ କୃଷି ଯନ୍ତ୍ରପାତି କୁହାଯାଏ। ସବୁଠୁ ବଡ ଉଦାହରଣ ହେଉଛି ଟ୍ରାକ୍ଟର।
ଭାରତରେ କୃଷି ଯନ୍ତ୍ରପାତିର ବିକାଶ ଏବଂ ନିର୍ମାଣ ବିଗତ ପାଞ୍ଚ/ଛ ଦଶନ୍ଧି ମଧ୍ୟରେ ଅନେକ ଉନ୍ନତି କରିଛି। କେତେଜଣ ଉଦ୍ୟୋଗୀ ଚାଷୀ ମାନଙ୍କର ପିଟା ଲୁହାର ଲଙ୍ଗଳରୁ ଆରମ୍ଭକରି ବର୍ତ୍ତମାନ ଭାରତ ବିଶ୍ଵର ଏକ ଅଗ୍ରଣୀ ଟ୍ରାକ୍ଟର ଉତ୍ପାଦନକାରୀ ଦେଶ ଭାବେ ଉଭା ହୋଇଛି। ବର୍ତ୍ତମାନ କୃଷି ଯନ୍ତ୍ରପାତି ଉତ୍ପାଦନରେ ବାର୍ଷିକ ପ୍ରାୟ ୩୦୦୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ଫଳରେ ୧୯୫୦ ମସିହାର ବାର୍ଷିକ ୪୦ ନିୟୁତ ଟନ କୃଷି ଉତ୍ପାଦନ ଅନୁପାତରେ ୨୦୦୩-୦୪ ମସିହାରେ ୨୦୯ ନିୟୁତ ଟନରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ଏକ ଅସ୍ଥାୟୀ ଶସ୍ୟ ସଞ୍ଚୟ ହୋଇପାରୁଛି। ଅଧିକାଂଶ ଭାରତୀୟ କୃଷକ ମାନବ, ପଶୁ ଏବଂ ବିଦ୍ୟୁତଶକ୍ତିର ଏକ ମିଶ୍ରଣ ଉପରେ ନିର୍ଭର କରିଥାନ୍ତି, କିନ୍ତୁ ପ୍ରାୟତଃ ପ୍ରାଥମିକ ହଳ କାର୍ଯ୍ୟ ଟ୍ରାକ୍ଟର ଦ୍ଵାରା (ନିଜର ବା ଭଡାରେ ଆଣି) କରିଥାନ୍ତି।
ଭାରତ ବର୍ତ୍ତମାନ କୃଷି ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ, କାରଣ କୃଷି ଶ୍ରମିକମାନଙ୍କର ସ୍ଥାନାନ୍ତରଣ ତଥା କୃଷି ଶ୍ରମିକ ମାନଙ୍କର ବର୍ଦ୍ଧିତ ମୂଲ୍ୟ। ତା'ଛଡା ଅଳ୍ପ ଜମିରୁ ଅଧିକ ଉତ୍ପାଦନ ମଧ୍ୟ ଜରୁରୀ ହୋଇପଡିଛି। ଏଥିପାଇଁ ସମୟସୀମା ଜଗିବା ମଧ୍ୟ ଜରୁରୀ ହୋଇ ପଡିଛି। ଅନେକ କୃଷି ଯନ୍ତ୍ରପାତି ଟ୍ରାକ୍ଟର ସହାୟତାରେ ବ୍ୟବହାର କରାଯାଇଥାଏ ତଥାପି ମଧ୍ୟ ଅନେକ ଯନ୍ତ୍ରପାତି ପ୍ରାଣୀ ମାନଙ୍କ ସହାୟତାରେ ତଥା ମଣିଷଙ୍କ ଦ୍ଵାରା ମଧ୍ୟ ସଂଚାଳନ କରାଯାଇଥାଏ।
ନରମ ଇସ୍ପାତର ଟିଆରୀ ଏହି ଲଙ୍ଗଳ ବହୁତଦିନ ଚାଲିଥାଏ। ଏହାର କୋଣ ଇତ୍ୟାଦିକୁ ଦରକାର ଅନୁଯାୟୀ ବଦଳାଯାଇପାରେ। ପ୍ରାୟତଃ ଦୁଇଟି ବଳଦ ସାହାଯ୍ୟରେ ଏହାକୁ ଚଲାଯାଇଥାଏ।
ପ୍ରାୟତଃ ଶୁଖିଲା ଜମିରେ ବ୍ୟବହାର କରାଯାଏ।
ଏହା ମଧ୍ୟ ନରମ ଇସ୍ପାତରୁ ତିଆରି ହୋଇଥାଏ , କିନ୍ତୁ ଫାଳର ଅଧିକାଂଶ ଭାଗ ଅଲଗା କରିହୁଏ। ଫାଳର ଧାରା ମରିଗଲେ ଆଉଥରେ ଧାର କରିହୁଏ।
ପ୍ରାଥମିକ ଚାଷ ପାଇଁ ବ୍ୟବହାର କରାଯାଏ।
ଏହା ଆମର ଦେଶୀ ଲଙ୍ଗଳପରି ଦେଖାଯାଏ।
ଏଥିରେ ଏକ ଛଡରେ ସମାନ ଅନ୍ତରାଳରେ କେତେକ ଚକ୍ରି ଲାଗିଥାଏ। ବଳଦ ଏହାକୁ ଟାଣିଲେ ଏହା ଜମିକୁ କର୍ଷଣ କରିଥାଏ।
ବ୍ୟବହାର: ଏକା ସମୟରେ ୩ ଧାଡି ମଞ୍ଜି ପୋତିବା ତଥା ସାର ଦେବା। ଏହା ବଳଦଦ୍ଵାରା ଟଣା ଯାଇଥାଏ।
ଉପକାରିତା: ଏହାଦ୍ଵାରା ଏକାସାଙ୍ଗରେ ୩ ଧାଡି ମଞ୍ଜି ପୋତାଯାଇପାରେ। ଏହାଦ୍ଵାରା ମଞ୍ଜି ସମାନ ଦୁରତ୍ଵ ତଥା ସମାନ ଗଭୀରତାରେ ପୋତଯାଇପାରେ। ଏହାଦ୍ଵାରା ଦିନକୁ ପ୍ରାୟ ଏକା ହେକ୍ଟର ଜମିରେ ମଞ୍ଜି ପୋତା ଯାଇପାରେ। ଏହା ପ୍ରାୟ ୨୫ କିଗ୍ରା ମଞ୍ଜି ପୋତି ପାରେ। ଏଥିରେ ଦୂରତା, ଗଭୀରତା ଇତ୍ୟାଦି ଦରକାର ଅନୁଯାୟୀ ଏଡଜସ୍ଟ କରାଯିବା ପାଇଁ ବ୍ୟବସ୍ଥା ଅଛି। ସମୟ ବଞ୍ଚିବା ସହ ପରିଶ୍ରମ ମଧ୍ୟ ବଞ୍ଚିଥାଏ।
ମୂଲ୍ୟ: ପ୍ରାୟ ୧୦୪୫୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି।
ବ୍ୟବହାର: ହାଲୁକା ଏବଂ ମାଧ୍ୟମ ମାଟିଥିବା ଜମିରେ କାଦୁଅ କରେ ।
ଉପଯୋଗୀତା: ଏହା ଦିନକୁ ପ୍ରାୟ ଏକ ହେକ୍ଟର ଜମି କାଦୁଅ କରିପାରେ। ଦେଶୀ ଲଙ୍ଗଳରେ କାଦୁଅ କରିବା ଅପେକ୍ଷା ଏହା ସହଜ।
ମୂଲ୍ୟ: ପ୍ରାୟ ୧୮୦୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି।
ବ୍ୟବହାର : ପ୍ରାଥମିକ ହଳ (ଉଭୟ ଶୁଷ୍କ ଓ ଆର୍ଦ୍ର ଜମିରେ)
ଉପକାରିତା: ଏହା ଦେଶୀ ଲଙ୍ଗଳ ଠାରୁ ଅଧିକ ଗଭୀର ଭାବେ (ପ୍ରାୟ ୧୦ରୁ ୧୫ ସେ ମି)ମାଟି କାଟିଥାଏ। ବଳଦ ଦ୍ଵାରା ଭଲଭାବେ ଟଣାଯାଇପାରେ। ଅଠାଳିଆ ମାଟିରେ ମଧ୍ୟ ଏହା ଖୁବ ଭଲ ଭାବେ କାମ କରିଥାଏ।
ମୂଲ୍ୟ: ପ୍ରାୟ ୧୨୬୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି।
ବ୍ୟବହାର: ଏକ ଧାଡିକିଆ ଏବଂ ଆନ୍ତକର୍ଷଣ ପାଇଁ ଏହା ଉପଯୋଗୀ । ଏହାଦ୍ଵାରା ମଞ୍ଜି ଧାଡିରେ ପୋତାଯାଇ ପାରେ।
ଉପକାରିତା: ଏହାଦ୍ଵାରା ଚାଷୀର ସମୟ ଏବଂ ଶ୍ରମ ଉଭୟ ବଞ୍ଚିଥାଏ । ଦିନକୁ ପ୍ରାୟ ୦.୫ ଏକର ଜମିରେ ମଞ୍ଜି ପୋତି ପରି ଥାଏ।
ମୂଲ୍ୟ: ପ୍ରାୟ ୧୨୬୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି।
ବ୍ୟବହାର: ଧାନ ଅମଳ ପରେ ସେଥିରୁ ଚଷୁ ଇତ୍ୟାଦି ଉଡାଇବା ପିଆନ ଏହା ବହୁତ ଦରକାରୀ।
ଉପକାରିତା:ଏହା ଉଭୟ ସମୟ ତଥା ଶ୍ରମ ବଞ୍ଚାଇଥାଏ। ଏହା ପ୍ରାୟ ଦିନକୁ 2 କୁଇଣ୍ଟାଲ ଧାନରୁ ଚଷୁ/ ଚୋପା ଉଡାଇପାରେ।
ଓଜନ:29 କିଗ୍ରା।
ମୂଲ୍ୟ:୩୬୧୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି ।
ବ୍ୟବହାର: ଧାନ ତଥା ଅନ୍ୟ ଶସ୍ୟ ସଫା କରିବା ପାଇଁ ଏହା ବହୁତ ଦରକାରୀ।
ଉପକାରିତା:ଦୁଇଜଣଙ୍କ ଦ୍ଵାରା ପରିଚାଳିତ ଏହି ଯନ୍ତ୍ର ସାହାଯ୍ୟରେ ଦାନା ସଫା ହେବ ସହ ଏହାକୁ ପ୍ରକ୍ରିୟାକରଣ ମଧ୍ୟ କରାଯାଇଥାଏ।
କ୍ଷମତା:ଧାନ: ଘଣ୍ଟାକୁ ୮୦ କିଗ୍ରା। ଡାଲିଜାତୀୟ ଶସ୍ୟ: ଘଣ୍ଟାକୁ ୭୦ କିଗ୍ରା।
ମୂଲ୍ୟ: ୫୯୭୦ ଟଙ୍କା। ଓଡିଶା ସରକାରଙ୍କ ତରଫରୁ ୫୦% ସବସିଡିର ବ୍ୟବସ୍ଥା ଅଛି।
ଆଧାର - କୃଷି ବିଭାଗ, ଓଡ଼ିଶା ସରକାର
Last Modified : 4/28/2020