ମୃତ୍ତିକାର ତାପମାନ ଖରାରେ ବୃଦ୍ଧି ପାଇବାରୁ ଏହା ଉତ୍ତପ୍ତ ହୋଇ ରହିଥାଏ । ବୃଷ୍ଟିଜଳ ହେତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଏଥିରେ ଥିବା ଜୈବିକ ଅଂଶର ବିଘଟନ ଘଟେ । ନାଇଟ୍ରେଟ ପରିମାଣ ବୃଦ୍ଧିପାଏ । ବର୍ଷା ହେତୁ ଏହି ନାଇଟ୍ରେଟ କଣିକା ଦେହରୁ ଝରି ଆସେ । ଗଛ ଚେର ଏହାକୁ ସହଜରେ ଶୋଷି ବଢେ । ମାଟି ଯେତେ ପ୍ରଖର ତାପରେ ଯେତେ ବେଶି ଶୁଖି ରହିଥିବ ବର୍ଷାଜଳ ହେତୁ ସେଥିରୁ ସେତେ ବିଶେ ଯବକ୍ଷାର ନିର୍ଗତ ହେବ । ବର୍ଷାର ପରିମାଣ ବଢିଲେ ତାପମାନ ହ୍ରାସ ପାଇବା ହେତୁ କ୍ରମେ ଏହି ପରିମାଣ ହ୍ରାସ ପାଇଥାଏ । ଏଣୁ ଖରୁଡି ବୁଣା ପାଇଁ ଖରାଟିଆ ଚାଷ ଅତି ଆବଶ୍ୟକ । ଖରାଟିଆ ଚାଷ ହେତୁ ହେକ୍ଟର ପିଚ୍ଛା ହାରାହାରି ୩୦ – ୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ ।
ମାଟି ଭିତରେ ବିଭିନ୍ନ ପ୍ରକାର ପୋକଜୋକ , କବକ କିରଣ କବକ, ଭୂତାଣୁ ଓ ଅନ୍ୟାନ୍ୟ କୀଟାଣୁ ଥାନ୍ତି । ଖରାଟିଆ ଚାଷହେତୁ ଏ ତଳ ମାଟି ଉପରକୁ ଚାଲିଆସୁଥିବାରୁ ଏଗୁଡିକ ବାହାରକୁ ଆସିଯାନ୍ତି ଏବଂ ଖରାରେ ମରିଯାନ୍ତି ଅଥବା ଏମାନଙ୍କର ସକ୍ରିୟତା ହ୍ରାସ ପାଇଥାଏ । ଏଣୁ ଖରାଟିଆ ଚାଷ ହୋଇଥିବା କିଆରୀରେ ବେଶି ରୋଗ ପୋକ ଦେଖାଯାନ୍ତି ନାହିଁ । ଫସଲ ନିରୋଗ ହୋଇଯାଏ ।
ଚାଷରେ ଜମି ପ୍ରସ୍ତୁତି ଠାରୁ ଆରମ୍ଭକରି ଫସଲ କାଟିବା ପର୍ଯ୍ୟନ୍ତ ବିଭିନ୍ନ ଯନ୍ତ୍ରପାତି ବ୍ୟବହୃତ ହୋଇଥାଏ । ପ୍ରାଥମିକ ଚାଷ ଲାଗି ବ୍ୟବହୃତ ଯନ୍ତ୍ରପାତି ଗୁଡିକୁ ପ୍ରାଥମିକ ଯନ୍ତ୍ରପାତି ଏବଂ ପରବର୍ତ୍ତୀ କର୍ଷଣ ପାଇଁ ବ୍ୟବହୃତ ଯନ୍ତ୍ରପାତି ଗୁଡିକୁ ଅନ୍ତଚାଷ ଯନ୍ତ୍ରପାତି ବୋଲି କୁହାଯାଇଥାଏ । କିନ୍ତୁ କେତେକ ଯନ୍ତ୍ରପାତି ସବୁ ସମୟରେ ବ୍ୟବହୃତ ହୁଏ । କୃଷି ଲାଗି ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିର ବିବରଣୀ ନିମ୍ନରେପ୍ରଦତ୍ତ ହେଲା ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021